India vs Netherlands - The Sakala

ନେଦରଲାଣ୍ଡସକୁ ୧୬୦ ରନରେ ହରାଇଲା ଭାରତ; ବିଶ୍ୱକପ ଲିଗ୍ ପର୍ଯ୍ୟାୟରେ ଅପରାଜେୟ ଟିମ୍ ଇଣ୍ଡିଆ
ବାଙ୍ଗାଲୋର: ବିଶ୍ୱକପରେ ଟିମ୍ ଇଣ୍ଡିଆର ବଡ଼ ବିଜୟ । ଚଳିତ ବିଶ୍ବକପର ଲିଗ ପର୍ଯ୍ୟାୟରେ ଅପରାଜେୟ ରହିଛି ଭାରତ । ଶେଷ ଲିଗ୍ ମ୍ୟାଚରେ ନେଦରଲାଣ୍ଡସକୁ ୧୬୦ ରନରେ ପରାସ୍ତ କରିଛି ରୋହିତ ବାହିନୀ । ଭାରତ ପକ୍ଷରୁ ବୁମରା, ଜାଡେଜା, ସିରାଜ ଏବଂ କୁଲଦୀପ ଯାଦବ ୨ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ସବୁଠାରୁ ବଡ଼ କଥା ହେଉଛି କି କୋହଲି ଏବଂ ରୋହିତଙ୍କୁ ଗୋଟିଏ ଲେଖାଏଁ ଓ୍ବିକେଟ ମଧ୍ୟ ମିଳିଛି । ଭାରତୀୟ ଦଳର ୯ ଜଣ ବୋଲର ବୋଲିଂ କରିଥିଲେ । ଶୁଭମନ ଗିଲ ମଧ୍ୟ ବୋଲିଂ କରିଥିବା ନଜର ଆସିଥିଲା । ନେଦରଲାଣ୍ଡସ ଆଗରେ ୪୧୧ ରନର ବିଶାଳ ଲକ୍ଷ୍ୟ ରହିଥିବାବେଳେ ୨୫୦ ରନରେ ଅଲଆଉଟ ହୋଇଛି ଦଳ ।

ଚଳିତ ବିଶ୍ବକପ୍‌ରେ ଭାରତ ନିଜର ଶେଷ ଲିଗ୍‌ ମ୍ୟାଚ୍‌ରେ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ପାଇଁ ପାଳି ଆରମ୍ଭ କରିଥିଲେ ଅଧିନାୟକ ରୋହିତ ଶର୍ମା ଓ ଶୁବମନ୍‌ ଗିଲ। ରୋହିତ ୫୪ଟି ବଲ୍‌ ଖେଳି ୮ଟି ଚୌକା ଓ ୨ଟି ଛକା ବଳରେ ୬୧ ରନ୍‌ ସଂଗ୍ରହ କରିଥିଲେ। ସେହିପରି ଯୁବ ବ୍ୟାଟର ଗିଲ୍‌ଙ୍କ ବ୍ୟାଟରୁ ୫୧ ରନ୍‌ ଅମଳ ହୋଇଥିଲା। ଗିଲ୍‌ ୩୨ଟି ବଲ୍‌ ଖେଳି ୩ଟି ଚୌକା ଓ ୪ଟି ଛକା ମାରିଥିଲେ। ଭାରତୀୟ ବ୍ୟାଟର ବିରାଟ କୋହଲି ଆଜି ଦିନିକିଆ କ୍ରିକେଟରେ ୭୧ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୫ଟି ଚୌକା ଓ ଗୋଟିଏ ଛକା ବଳରେ ମୋଟ୍‌ ୫୧ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ।

ଟି-୨୦ ବିଶ୍ୱକପ୍‌‌: ନେଦରଲାଣ୍ଡ୍‌‌ସକୁ ୧୮୦ ରନର ଟାର୍ଗେଟ ଦେଲା ଭାରତ
ସିଡନୀ: ଅଷ୍ଟ୍ରେଲିଆର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଭାରତ ଓ ନେଦରଲାଣ୍ଡ୍‌‌ସ ମୁହାଁମୁହିଁ ହୋଇଛନ୍ତି। ଆଜିର ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମେ ବ୍ଯାଟିଂ କରି ୧୭୯ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ନେଦରଲାଣ୍ଡ୍‌‌ସକୁ ୧୮୦  ରନର ଆବଶ୍ୟକତା ରହିଛି।

ଭାରତ ପକ୍ଷରୁ କେଏଲ ରାହୁଲ ୧୨ ବଲରେ ୯ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ରୋହିତ ଶର୍ମା ଓ ବିରାଟ କୋହଲି ସମ୍ଭାଳିଥିଲେ। ରୋହିତ ଶର୍ମା ଏକ ଅର୍ଦ୍ଧ ଶତକୀୟ ଇଂନିସ ଖେଳି ଆଉଟ ହୋଇଥିଲେ। ରୋହିତ ଶର୍ମା ୩୯ ବଲରେ ୫୩ ରନ କରି ଆଉଟ ହୋଇଥିଲେ। ପରେ ବିରାଟଙ୍କ ସାଥ ଦେବା ପାଇଁ ସୂର୍ଯ୍ଯକୁମାର ଯାଦବ ଆସିଥିଲେ। ଉଭୟ ଶେଷ ପର୍ଯ୍ଯନ୍ତ ଅପରାଜିତ ରହି ଅର୍ଦ୍ଧ ଶତକୀୟ ଇଂନିସ ଖେଳିଥିଲେ। ସୂର୍ଯ୍ଯକୁମାର ଯାଦବ ୨୫ ବଲରେ ୫୧ ରନ କରି ଅପରାଜିତ ରହିଥିବା ବେଳେ ବିରାଟ ୪୪  ବଲରେ ୬୪ ରନ କରି ଅପରାଜିତ ରହିଥିଲେ।

ନେଦରଲାଣ୍ଡ୍‌‌ସ ପକ୍ଷରୁ ପଲ ଭାନ ମିକରେନ ଓ ଫ୍ରେଡ କ୍ଲାସେନ ଗୋଟିଏ ଲେଖାଏଁ ୱିକେଟ ନେବାରେ ସଫଳ ହୋଇଥିଲେ।

ଟି-୨୦ ବିଶ୍ୱକପ୍‌‌: ଆଜି ଭାରତ-ନେଦରଲାଣ୍ଡ୍‌‌ସ ମୁକାବିଲା, ଭାରତର ଟପ୍‌‌ ବ୍ୟାଟରଙ୍କ ଉପରେ ନଜର
ସିଡନୀ,: ମେଲବୋର୍ଣ୍ଣର ହାଇପ୍ରୋଫାଇଲ ଗେମ୍‌‌ରେ ପାକିସ୍ତାନକୁ ହରାଇବା ପରେ ଭାରତୀୟ ଦଳକୁ ନେଇ ଅନେକ ଆଲୋଚନା ଓ ପର୍ଯ୍ୟାଲୋଚନା ଚାଲିଛି। ବିଶେଷ କରି ବିରାଟ ‘କିଙ୍ଗ’ କୋହଲିଙ୍କ ବ୍ୟାଟିଂ ଏବେ ସୁଦ୍ଧା ଚର୍ଚ୍ଚାର ଖୋରାକ ଯୋଗାଇଛି। ଏହା ମଧ୍ୟରେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତ ତାହାର ଦ୍ୱିତୀୟ ସୁପର-୧୨ ବିଶ୍ୱକପ୍‌‌ ମୁକାବିଲା ନେଦରଲାଣ୍ଡ୍‌‌ ସହ ଆଜି ଖେଳାଯିବ। ଏହି ମୁକାବିଲା ଜିତିବାକୁ ଭାରତକୁ ହୁଏତ ବେଶି କଷ୍ଟ କରିବାକୁ ପଡ଼ି ନପାରେ, କିନ୍ତୁ ପାକିସ୍ତାନ ବିପକ୍ଷରେ ଫେଲ ମାରିଥିବା ଟପ୍‌‌-୪ ବ୍ୟାଟରଙ୍କ ମଧ୍ୟରୁ ୩ଜଣ ଯଥା ଅଧିନାୟକ ରୋହିତ ଶର୍ମା, ଉତ୍‌‌ଥାନ ପତନ ଦେଇ ଗତି କରୁଥିବା ଲୋକେଶ ରାହୁଲ ଓ ବିପଜ୍ଜନକ ସୂର୍ଯ୍ୟକୁମାର ଯାଦବ ଏହି ମ୍ୟାଚ୍‌‌ରେ କିଛି ବଡ ସ୍କୋର କରିବା ଜରୁରୀ। ଏହା ଫଳରେ ସେମାନେ ରବିବାର ଖେଳାଯିବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌‌ ଲାଗି ପ୍ରସ୍ତୁତ ହୋଇପାରିବେ। ପାକିସ୍ତାନ ଭଳି ଦକ୍ଷିଣ ଆଫ୍ରିକାର ବୋଲିଂ ଶାଣିତ। ଅଷ୍ଟ୍ରେଲିଆର ପରିବେଶରେ ଏମାନେ ଅଧିକ ଘାତକ ସାବ୍ୟସ୍ତ ହେବେ। ଏଥିଲାଗି ଭାରତର ଟପ୍‌‌ ଅର୍ଡର ବ୍ୟାଟର ରନ୍‌‌ ପାଇବା ଜରୁରୀ। ନେଦରଲାଣ୍ଡ୍‌‌ସ ବୋଲିଂ ଏତେ ଦୃଢ଼ ନୁହେଁ, ତଥାପି ଏହି ଦଳ ଭଲ ପ୍ରଦର୍ଶନ କରିଛି। ଯଦି ବ୍ୟାଟରମାନେ ହାଲକା କିମ୍ବା ବେଖାତିର ମନୋଭାବ ନେଇ ଖେଳନ୍ତି, ତେବେ ସେମାନଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିପାରେ।

ନେଦରଲାଣ୍ଡ୍‌‌ସ ବୋଲିଂର ଦାୟିତ୍ୱ ନେଉଛନ୍ତି ଫ୍ରେଡ କ୍ଲାସେନ, ବାସ୍‌‌ ଡି ଲିଡ୍‌‌, ଟିମ୍‌‌ ପ୍ରିଙ୍ଗଲ ଓ ଆଇପିଏଲ ଖେଳିଥିବା ଏକମାତ୍ର ଖେଳାଳି ଦକ୍ଷିଣ ଆଫ୍ରିକାର ପୂର୍ବତନ ବାମହାତୀ ସ୍ପିନର ରୋଏଲଫ୍‌‌ ଭାନ ଡର ମରୱେ। ଏମାନେ ଯୋଗ୍ୟତା ପର୍ଯ୍ୟାୟ ଓ ସହାୟତା ଦେଉଥିବା ହୋବାର୍ଟ ପିଚ୍‌‌ରେ ଯାହା ପ୍ରଦର୍ଶନ କରିଛନ୍ତି ଅବଶ୍ୟ ସିଡନୀରେ ତାହା ହୋଇପାରିବ ନାହିଁ। ପ୍ରଥମେ ଏଠାରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌‌ରେ ନ୍ୟୁଜିଲାଣ୍ଡ ୨୦୦ ରନ୍‌‌ କରିଥିଲା। ସେହିପରି ଭାରତର ବ୍ୟାଟିଂ ଲାଇନ୍‌‌ ମଧ୍ୟ ଦୃଢ଼। ଏଣୁ ଏହି ମ୍ୟାଚ୍‌‌ ହାଇ ସ୍କୋରିଂ ହେଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।

ଏସବୁ ଚିନ୍ତାକୁ କାର୍ଯ୍ୟରେ ପରିଣତ କରିବାକୁ ହେଲେ ଭାରତ ଏହି ମ୍ୟାଚ୍‌‌ରେ ଅଧିନାୟକ ରୋହିତ ଶର୍ମା ଟସ୍‌‌ ଜିତି ବ୍ୟାଟିଂ କରିବା ଦରକାର। ଯାହା ଫଳରେ ରାହୁଲଙ୍କ ବଡ଼ ଇନିଂସ ଖେଳିବାକୁ ସୁଯୋଗ ମିଳିବ ଓ ରୋହିତ ବଡ ସଟ ଖେଳିପାରିବେ।

ଭାରତୀୟ ଏକାଦଶ ବଦଳିବ ନାହିଁପାକିସ୍ତାନ ବିପକ୍ଷରେ ଖେଳିଥିବା ଭାରତୀୟ ଏକାଦଶରେ ଏହି ମ୍ୟାଚ୍‌‌ ଲାଗି କୌଣସି ଖେଳାଳି ପରିବର୍ତ୍ତନ ହେବେ ନାହିଁ ବୋଲି ବୋଲିଂ କୋଚ୍‌‌ ପାରସ ମାହାମ୍ବ୍ରେ କହିଛନ୍ତି। ଖେଳରେ ମୋମେଣ୍ଟମ ପାଇବାକୁ ହେଲେ ଖେଳାଳିମାନେ ଫର୍ମରେ ରହିବା ଆବଶ୍ୟକ। ଆମେ ଏହି ୧୧ ଜଣ ଖେଳାଳିଙ୍କୁ ଖେଳିବାର ସୁଯୋଗ ଦେବୁ ବୋଲି ସେ କହିଛନ୍ତି। ପାକିସ୍ତାନ ବିପକ୍ଷରେ ବ୍ୟାଟିଂ କରୁଥିଲାବେଳେ ଶେଷ ଆଡକୁ ହାର୍ଦ୍ଦିକ ପାଣ୍ଡ୍ୟା ଦୌଡିବାରେ କଷ୍ଟ ଅନୁଭବ କରୁଥିଲେ। ତାଙ୍କ ଗୋଡରେ କ୍ରାମ୍ପ ହୋଇଛି ବୋଲି ଅନୁମାନ କରାଯାଉଛି। କିନ୍ତୁ ମାହାମ୍ବ୍ରେଙ୍କ ମତରେ ପାଣ୍ଡ୍ୟା ଫିଟ୍‌‌ ଅଛନ୍ତି ଓ ସେ ସମସ୍ତ ମ୍ୟାଚ୍‌‌ ଖେଳିବାକୁ ପ୍ରସ୍ତୁତ। ଆମେ ପାଣ୍ଡ୍ୟା କିମ୍ବା ଅନ୍ୟ କାହାରିକୁ ବିଶ୍ରାମ ଦେବାକୁ ଚାହୁଁ ନାହୁଁ ବୋଲି ସେ କହିଛନ୍ତି।

ଭାରତୀୟ ଦଳ ଯଦି ଅପରିବର୍ତ୍ତିତ ରହେ, ତେବେ ଋଷଭ ପନ୍ତ୍‌‌ଙ୍କ ପରି ଖେଳାଳି ଖେଳିବାକୁ ସୁଯୋଗ ପାଇବେ ନାହିଁ। ଭଲ ଖେଳି ପାରୁ ନଥିବା ରାହୁଲଙ୍କ ସ୍ଥାନରେ ପନ୍ତ୍‌‌ଙ୍କୁ ସାମିଲ କରାଯାଇପାରିଲେ ଦଳରେ ସନ୍ତୁଳନ ରହିପାରନ୍ତା।