Britain PM Rishi Sunak - The Sakala
ପତ୍ନୀଙ୍କ ସହ ଅକ୍ଷରଧାମ ମନ୍ଦିର ଯାଇ ଭଗବାନ ସ୍ୱାମୀ ନାରାୟଣଙ୍କ ଦର୍ଶନ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ୍
ନୂଆଦିଲ୍ଲୀ: ଆଜି ସକାଳୁ ପତ୍ନୀଙ୍କ ସହ ଅକ୍ଷରଧାମ ମନ୍ଦିରରେ ପହଞ୍ଚି ସ୍ୱାମୀ ନାରାୟଣଙ୍କୁ ଦର୍ଶନ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ୍ । ଅକ୍ଷରଧାମ ମନ୍ଦିରରେ ପୂଜା ଓ ଆଳତି କରିବା ସହ ମନ୍ଦିରରେ ବିତାଇଥିବା ପ୍ରତି ମୂହୁର୍ତ୍ତକୁ ସେ ଉପଭୋଗ କରିଥିଲେ । ସୁନକଙ୍କ ପତ୍ନୀ ଅକ୍ଷତା ମଧ୍ୟ ଅକ୍ଷରଧାମ ଦର୍ଶନ କରିବା ପରେ ବେଶ ଖୁସି ଥିଲେ । ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।
‘ଜି୨୦’ ଶିଖର ସମ୍ମିଳନୀରୁ ସାମାନ୍ୟ ବିରତି ନେଇ ଆଜି ସକାଳୁ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ସ୍ତ୍ରୀ ଅକ୍ଷତା ମୂର୍ତ୍ତି ଦିଲ୍ଲୀସ୍ଥିତ ଅକ୍ଷରଧାମ ମନ୍ଦିରକୁ ଯାଇଥିଲେ। ହିନ୍ଦୁ ଧର୍ମ ତାଙ୍କ ଜୀବନର ପ୍ରତ୍ୟେକ ଦିଗରେ ମାର୍ଗଦର୍ଶନ କରିଛି ଏବଂ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବରେ ଯଥାସମ୍ଭବ କାର୍ଯ୍ୟ କରିବାକୁ ତାଙ୍କୁ ସାହସ ଦେଇଥାଏ ବୋଲି ଋଷି ସୁନକ୍ କହିଛନ୍ତି । ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୁନକ ଓ ଅକ୍ଷତାଙ୍କୁ ଏକ ମନ୍ଦିର ପ୍ରତିକୃତି ଉପହାର ସୂରୁପ ଦିଆଯାଇଛି ।
ପ୍ରଧାନମନ୍ତ୍ରୀ ହେବାପରେ ପ୍ରଥମ ୟୁକ୍ରେନ ଗସ୍ତ କଲେ ଋଷି ସୁନକ, ଋଷ ସହ ଲଢିବାକୁ ଜେ‌ଲେନସ୍କିଙ୍କୁ ସହାୟତା ପାଇଁ ଦେଲେ ପ୍ରତିଶ୍ରୁତି
ନୂଆଦିଲ୍ଲୀ : ଋଷି ସୁନକ ବ୍ରିଟେନ ପ୍ରଧାନମନ୍ତ୍ରୀ ହେବାପରେ ପ୍ରଥମ ଥର ପାଇଁ ୟୁକ୍ରେନ ଗସ୍ତ କରିଛନ୍ତି। ସୁନକ ଶନିବାର ଦିନ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କିଙ୍କୁ ଭେଟିଛନ୍ତି। ଜେଲେନସ୍କିଙ୍କ ବୈଠକ ପରେ ୟୁକ୍ରେନ ପାଇଁ ସୁନକ ନୂଆ ପ୍ରତିରକ୍ଷା ସହାୟତା ବାବାଦକୁ ୫୦ ମିଲିୟନ ପାଉଣ୍ଡ ଘୋଷଣା କରିଛନ୍ତି । ୟୁକ୍ରେନକୁ ଦିଆଯିବାକୁ ଥିବା ଏହି ରକ୍ଷା ସହାୟତାରେ ୧୨୫ ଆଣ୍ଟି ଏୟାରକ୍ରାଫ୍ଟ, ବନ୍ଧୁକ, ରଡାର, ଆଣ୍ଟି ଡ୍ରୋନ ଓ ଘାତକ ଡ୍ରୋନର ମୁକିବାଲ ପାଇଁ ଡିଫେନ୍ସ ସିଷ୍ଟମ ସାମିଲ ଅଛି ।
ଖେରସନ ପ୍ରଦେଶରୁ ରୁଷ୍‌ ସେନାର ପ୍ରତ୍ୟାହାର ୟୁକ୍ରେନ୍‌ ପାଇଁ ଏକ ବଡ଼ ବିଜୟ ବୋଲି କୁହାଯାଉଥିବା ବେଳେ ପଶ୍ଚିମ ରାଷ୍ଟ୍ରମାନେ ଅଧିକ ସହାୟତା ପ୍ରଦାନ ପାଇଁ ୟୁକ୍ରେନ୍‌କୁ ଆଶ୍ବସ୍ତ କରିଛନ୍ତି ।ଅନ୍ୟପକ୍ଷରେ ରୁଷ୍‌ ସହ ଶାନ୍ତି କଥାବାର୍ତ୍ତା ଆରମ୍ଭ କରିବା ଦାୟିତ୍ବ ଏବଂ ଏ ବାବଦ ପଦକ୍ଷେପ କେବଳ ୟୁକ୍ରେନ୍‌ ହିଁ ନେବ ବୋଲି ଆମେରିକା ଆଜି ସ୍ପଷ୍ଟ କରିଦେଇଛି। ଉଭୟ ପକ୍ଷ ଶାନ୍ତି ଆଲୋଚନା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବା ଏବଂ ତୁରନ୍ତ ଯୁଦ୍ଧବିରତି ଘୋଷଣା କରିବାକୁ ନିକଟରେ ବାଲିରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀରେ ଗୁରୁତ୍ବାରୋପ କରାଯାଇଥିଲା।
ରାଷ୍ଟ୍ରପତି ଜେଲେନସ୍କି ନିଜ ଫେସବୁକ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ସୁନକଙ୍କ ସହ ହୋଇଥିବା ବୈଠକ କଥା ସୂଚନା ଦେଇଛନ୍ତି । ୟୁକ୍ରେନ ଉପରେ ଋଷର ଆକ୍ରମଣ ପରଠାରୁ ବ୍ରିଟେନ ଏହାର ଏକ ଘନିଷ୍ଠ ସହଯୋଗୀ ଭାବେ ଛିଡା ହୋଇଛି । ଏହି ପୋଷ୍ଟ ସହ ଜେଲେନସ୍କି ଲେଖିଛନ୍ତି, ବୈଠକରେ ଆମେ ଆମ ଦେଶ ଓ ବିଶ୍ୱର ସୁରକ୍ଷା ଉପରେ ଆଲୋଚନା କରିଛୁ ।
ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଭାରତୀୟ ବଂଶୋଦଭବ ରୁଷି ସୁନକ ହୋଇଛନ୍ତି ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ।ଭାରତୀୟ ବଶୋଦ୍ଭବ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ବ୍ରିଟେନ ସମେତ ଭାରତରେ ଉତ୍ସାହର ମାହୋଲ୍ ଦେଖାଦେଇଛି । ତେବେ ସୁନକ ପ୍ରଧାନମନ୍ତ୍ରୀ ହେବା ପରେ ଦେଶର ସବୁଠୁ ବଡ଼ ଟେକ୍ କମ୍ପାନୀ ଇନଫୋସିସର ସହ-ପ୍ରତିଷ୍ଠାତା ତଥା ସୁନକଙ୍କ ଶ୍ୱଶୁର ଏନ.ଆର ନାରାୟଣ ମୁର୍ତ୍ତି ପ୍ରଥମ ଥର ପାଇଁ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି । ନାରାୟଣ ମୂର୍ତ୍ତି କହିଛନ୍ତି, ଋଷିଙ୍କ ପାଇଁ ଆମେ ଗର୍ବିତ ଏବଂ ମୁଁ ତାଙ୍କ ସଫଳତା କାମନା କରୁଛି। ୟୁନାଇଟେଡ୍ କିଙ୍ଗଡମର ଲୋକଙ୍କ ପାଇଁ ସେ ସବୁଠୁ ଭଲ କାମ କରିବେ ବୋଲି ଆମର ବିଶ୍ୱାସ ରହିଛି ।
ଇନଫୋସିସର ସହ-ପ୍ରତିଷ୍ଠାତା ଏନ.ଆର ନାରାୟଣ ମୁର୍ତ୍ତିଙ୍କ ଝିଅ ଅକ୍ଷତାଙ୍କୁ ବିବାହ କରିଛନ୍ତି ଋଷି ସୁନିକ । କୁହାଯାଏ ଦୁଇ ଜଣଙ୍କ ସାକ୍ଷାତ ଷ୍ଟେନଫୋର୍ଡରେ ଏମବିଏ କୋର୍ସ କରୁଥିବା ବେଳେ ହୋଇଛି । ଏହି ବନ୍ଧୁତ୍ୱ ପରବର୍ତ୍ତୀ ସମୟରେ ବିବାହରେ ପରିଣତ ହୋଇଥିଲା । ଦୁହିଁଙ୍କର କୃଷ୍ଣା ଓ ଅନୁଷ୍କା ନାମକ ଦୁଇ ଝିଅ ରହିଛନ୍ତି ।
ରବିବାର କଞ୍ଜର୍ଭେଟିଭ୍ ପାର୍ଟିର ନୂଆ ନେତା ନିର୍ବାଚନରେ ୪୨ ବର୍ଷୀୟ ସୁନକ ବିଜୟୀ ହୋଇଥିଲେ । ସେ ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ପ୍ରଥମ ପ୍ରତିକ୍ରିୟାରେ ନାରାୟଣ ମୂର୍ତ୍ତି କହିଛନ୍ତି, “ଋଷିଙ୍କୁ ଅଭିନନ୍ଦନ। ଆମେ ତାଙ୍କ ପାଇଁ ଗର୍ବିତ ଏବଂ ଆମେ ତାଙ୍କୁ ସଫଳତା କାମନା କରୁଛୁ।” ସେ କହିଛନ୍ତି ଯେ ବ୍ରିଟେନର ଲୋକଙ୍କ ପାଇଁ ସେ ଯଥାସାଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ କରିବେ।
ଜଣେ ଫାର୍ମାସିଷ୍ଟ ମା ଏବଂ ଡାକ୍ତର ପିତାଙ୍କ ପୁଅ ଋଷି ସୁନକ ଇଂଲଣ୍ଡର ଅନ୍ୟତମ ପ୍ରସିଦ୍ଧ ସ୍କୁଲ ଓ୍ବିନଚେଷ୍ଟର ଏବଂ ପରେ ଅକ୍ସଫୋର୍ଡରେ ପାଠ ପଢିଥିଲେ । ଗ୍ରାଜୁଏସନ ପରେ ସେ ଗୋଲ୍ଡମ୍ୟାନ୍ ସାକ୍ସ ଗ୍ରୁପରେ ତିନି ବର୍ଷ କାମ କରିଥିଲେ । ପରେ ସୁନକ କାଲିଫର୍ନିଆର ଷ୍ଟାନଫୋର୍ଡରୁ ତାଙ୍କର ଏମବିଏ କରିଥିଲେ, ଯେଉଁଠାରେ ସେ ଇନଫୋସିସ୍ ସହ-ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତୀଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କୁ ଭେଟିଥିଲେ। ସେ ୨୦୦୯ରେ ଅକ୍ଷତଙ୍କୁ ବିବାହ କରିଥିଲେ । ଏହି ଦମ୍ପତିଙ୍କର ଦୁଇ ଝିଅ କୃଷ୍ଣା ଏବଂ ଅନୁଷ୍କା ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବକିଙ୍ଗହମ୍ ପ୍ୟାଲେସରେ ରାଜା ଚାର୍ଲ୍ସ ତୃତୀୟଙ୍କୁ ଭେଟିବା ପରେ ଋଷି ସୁନାକ ୨୧୦ ବର୍ଷ ପରେ ସର୍ବକନିଷ୍ଠ ବ୍ରିଟିଶ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ । ଋଷି ସୁନକ ବ୍ରିଟେନର ସାଉଥମ୍ପଟନରେ ଏକ ଭାରତୀୟ ପରିବାରରେ ଜନ୍ମଗ୍ରହଣ କରିଥିଲେ |