Police Informer - The Sakala

ପୋଲିସ୍‌ ଇନଫର୍ମର ସନ୍ଦେହରେ ଦିନ ଦ୍ୱିପ୍ରହରରେ ଜଣଙ୍କୁ ଗୁଳିକରି ନିର୍ମମ ହତ୍ୟା
କୋଟଗଡ/ଫୁଲବାଣୀ : କନ୍ଧମାଳ ରକ୍ତମୁଖା ହେଲା ଲାଲ୍‌ ବାହିନୀ । ପୋଲିସ୍‌ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଦିନ ଦ୍ୱିପହରରେ ଜଣେ ଠିକାଦାରଙ୍କୁ ଗୁଳିକରି ନିର୍ମମ ଭାବେ ହତ୍ୟା କରିଛନ୍ତି । କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ବଣ୍ଡାପିପିଲି ଗାଁରେ ମାଓବାଦୀ ନିଜର ଉପସ୍ଥିତି ଜାହିର କରିଥିବା ଦେଖିବାକୁ ମିଳିଛି। ଦିନ ଦ୍ୱିପ୍ରହର ବଣ୍ଡାପିପିଲି ଗାଁରେ ହାଟ ଚାଲିଥିବା ବେଳେ ଜନ ଗହଳି ମଧ୍ୟରେ ବ୍ୟବସାୟୀ ତଥା ଠିକାଦାର ରମେଶ ନାୟକ ଙ୍କୁ  ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଗୁଳିକରି ହତ୍ୟା କଲେ ମାଓବାଦୀ । ଘଟଣାସ୍ଥଳରେ ପୋଷ୍ଟର ଛାଡ଼ିଯାଇଛି ବିଜିଏନ ମାଓ ସଂଗଠନ । ରମେଶ ଜଣେ ଠକ ଠିକାଦାର ଏବଂ ପୋଲିସ ଇନଫର୍ମର ଭାବେ କମକରୁଥିଲା ବୋଲି ପୋଷ୍ଟରରେ ଉଲେଖ ରହିଛି ।

ହତ୍ୟାକାଣ୍ଡ ପରେ ସାରା ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ମୃତ ଠିକାଦାର ରମେଶ ନାୟକ ବଣ୍ଡାପିଲିଲି ଗାଁରେ ଓଲ୍ଡିଙ୍ଗ ଦୋକାନ ସହ ଠିକାକାମ କରୁଥିବା ଜଣାପଡ଼ିଛି । ଘଟଣା ପ୍ରକାରେ ଆଜି ବଣ୍ଡାପିପିଲି ଗାଁରେ ସାପ୍ତାହିକ ହାଟ ଚାଲିଥିବା ବେଳେ ରମେଶ ତାଙ୍କ ଦୋକାନରେ ଥିଲେ, କିଛି ସଶସ୍ତ୍ର ମାଓବାଦୀ ତାଙ୍କୁ ସେଠାରେ ବନ୍ଧୁକ ଦେଖାଇବାରୁ ସେ ଭୟରେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ । ସେତେବେଳେ ସଶସ୍ତ୍ର ମାଓବାଦୀ ରମେଶଙ୍କୁ ଗୁଳିକରି ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡ଼ିଛି । ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରେ ସିପିଆଇ ମାଓବାଦୀ ନାମରେ ହତ୍ୟାର କାରଣ ସହ ଚେତାବନୀ ପୋଷ୍ଟର ଛାଡ଼ି ଯାଇଥିବା ଜଣାପଡ଼ିଛି ।

ଅଞ୍ଚଳର କିଛି ଲୋକଙ୍କ ନାମ ମଧ୍ୟ ପୋଷ୍ଟରରେ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି । ଯେଉଁ ମାନେ ମାଓବାଦୀଙ୍କ ବିରୋଧରେ କାର୍ଯ୍ୟ କରୁଛନ୍ତି ଏବଂ ପୋଲିସର ଖବରଦାତା ସାଜିଛନ୍ତି ସେମାନଙ୍କୁ ମଧ୍ୟ ଏହି ଭଳି ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ପୋଷ୍ଟର ମାଧ୍ୟମରେ ଚେତାବନୀ ଦେଇଛି ମାଓ ସଙ୍ଗଠନ । ପୋଲିସ ଇନଫର୍ମର ଭାବେ କାମ କରୁଥିଲା, ଏଣୁ ତାକୁ ଲାଲ୍‌ ବାହିନୀ ହତ୍ୟା କରିଥିବା ପୋଷ୍ଟରରେ ଉଲ୍ଲେଖ ଥିବା ସହ ଅଞ୍ଚଳର କିଛି ଲୋକଙ୍କ ନାମ ମଧ୍ୟ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି । ଯେଉଁ ମାନେ ମାଓବାଦୀଙ୍କ ବିରୋଧରେ କାର୍ଯ୍ୟ କରୁଛନ୍ତି ଏବଂ ପୋଲିସର ଖବରଦାତା ସାଜିଛନ୍ତି ସେମାନଙ୍କୁ ମଧ୍ୟ ଏହି ଭଳି ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ପୋଷ୍ଟର ମାଧ୍ୟମରେ ଚେତାବନୀ ଦେଇଛି ମାଓ ସଙ୍ଗଠନ ।

ଲାଲବାହିନୀର ବର୍ବରତା; ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ଗୁଳି କରି ହତ୍ୟା
ବାଲିଗୁଡ଼ା: ସବୁଠି ଚାଲିଥିଲା ଦୀପାବଳୀ ଉତ୍ସବର ପାର୍ବଣ। ଲୋକେ ବାଣ ଫୁଟାଇ ମିଠା ବାଣ୍ଟି ଖୁସି ମନାଉଥିଲେ। କିନ୍ତୁ ସେତେବେଳେ ଉପାନ୍ତ ଆଦିବାସୀ ଅଞ୍ଚଳର ଆଦିବାସୀ ପରିବାରରେ ଶୋକ ଓ ଆତଙ୍କର ବାତାବରଣ। କନ୍ଧମାଳରେ ପୁଣି ମାଓବାଦୀଙ୍କ ଲାଲ କାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଯୁବକକୁ ଘରୁ ଡାକି ନେଇ ଗୁଳି କରି ନିର୍ମମ ଭାବେ ହତ୍ୟା କଲେ ଲାଲ ବାହିନୀ । ବାଲିଗୁଡା ଥାନା ସୁଡ୍ରା ପଂଚାୟତର ଟୁପୁଡି ଗାଁ ନିକଟରେ ଗୁଳି କରି ହତ୍ୟା କଲେ ମାଓବାଦୀ । ମୃତ ଯୁବକ ହେଲେ କୁନାସୋଲ ଗାଁର ନୀଳକଣ୍ଠ ମଳିକ । ପୋଲିସ ଖବରଦାତା ଭାବେ କାର୍ଯ୍ୟ କରୁଥିବାରୁ ପ୍ରଜା କୋର୍ଟରେ ଦଣ୍ଡ ଦିଆଯାଇଥିବା କେ. କେ. ବି. ଏନ ମାଓବାଦୀ ସଙ୍ଘଠନ ପକ୍ଷରୁ ସ୍ପଷ୍ଟ କରା ଯାଇଛି ।

ହତ୍ୟା ପରେ ଘଟଣା ସ୍ଥଳରେ ହାତ ଲେଖା ପୋଷ୍ଟର ଓ ମାଓ ବେନ୍ନର ମଧ୍ୟ ଛାଡିଛନ୍ତି କେ. କେ. ବି. ଏନ ମାଓବାଦୀ । ଗତ 11 ତାରିଖରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ କୁନାସଲ ଜଙ୍ଗଲରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିଲେ । ଏହାକୁ ବିରୋଧ କରି ୨୫ ଅକ୍ଟୋବରକୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କେକେବିଏନ ମାଓବାଦୀ ସଂଗଠନ । ଶହୀଦ ମହିଳା ମାଓବାଦୀ ପୋୟାମ ପାଣ୍ଡ୍ରାମ ଓରଫ ସାବିତ୍ରୀକୁ ବଳିଦାନ ଅର୍ପଣ କରିବାକୁ ଆହ୍ୱାନ ଦେଇଛି ଲାଲ ବାହିନୀ । ସୁଡ୍ରା ଗ୍ରାମର ଟୁନା ସାହୁ, ବବୁଲ, ବାପି – ପାଟମାସ୍କା ବିଦ୍ୟାଳୟର ଶିକ୍ଷକୟତ୍ରୀ ସୁମିତ୍ରା ସହିତ ଖମନଖୋଲ, ଟିକରବାଜୁ, ଲଣ୍ଡାଗାଁ, ଢାକା ଗ୍ରାମରେ ଥିବା ପୋଲିସ ଖବରଦାତାମାନଙ୍କୁ ଖବରଦାତା କାର୍ଯ୍ୟ ଛାଡିବାକୁ ମାଓବାଦୀ ସଙ୍ଘଠନ ପକ୍ଷରୁ ଜାରି କରାଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି | ଏବେ ଆତଙ୍କିତ ଅଞ୍ଚଳବାସୀ। ପୁଲିସ ମଧ୍ୟ ଯିବାକୁ ନାରାଜ୍। କାହା ଭରସାରେ ବଞ୍ଚିବେ ଆଦିବାସୀ ଅଞ୍ଚଳର ଲୋକେ ତାହା ସାଧାରଣରେ ପ୍ରଶ୍ନବାଚୀ।