Britain PM - The Sakala
ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଭାରତୀୟ ବଂଶୋଦଭବ ରୁଷି ସୁନକ ହୋଇଛନ୍ତି ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ।ଭାରତୀୟ ବଶୋଦ୍ଭବ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ବ୍ରିଟେନ ସମେତ ଭାରତରେ ଉତ୍ସାହର ମାହୋଲ୍ ଦେଖାଦେଇଛି । ତେବେ ସୁନକ ପ୍ରଧାନମନ୍ତ୍ରୀ ହେବା ପରେ ଦେଶର ସବୁଠୁ ବଡ଼ ଟେକ୍ କମ୍ପାନୀ ଇନଫୋସିସର ସହ-ପ୍ରତିଷ୍ଠାତା ତଥା ସୁନକଙ୍କ ଶ୍ୱଶୁର ଏନ.ଆର ନାରାୟଣ ମୁର୍ତ୍ତି ପ୍ରଥମ ଥର ପାଇଁ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି । ନାରାୟଣ ମୂର୍ତ୍ତି କହିଛନ୍ତି, ଋଷିଙ୍କ ପାଇଁ ଆମେ ଗର୍ବିତ ଏବଂ ମୁଁ ତାଙ୍କ ସଫଳତା କାମନା କରୁଛି। ୟୁନାଇଟେଡ୍ କିଙ୍ଗଡମର ଲୋକଙ୍କ ପାଇଁ ସେ ସବୁଠୁ ଭଲ କାମ କରିବେ ବୋଲି ଆମର ବିଶ୍ୱାସ ରହିଛି ।
ଇନଫୋସିସର ସହ-ପ୍ରତିଷ୍ଠାତା ଏନ.ଆର ନାରାୟଣ ମୁର୍ତ୍ତିଙ୍କ ଝିଅ ଅକ୍ଷତାଙ୍କୁ ବିବାହ କରିଛନ୍ତି ଋଷି ସୁନିକ । କୁହାଯାଏ ଦୁଇ ଜଣଙ୍କ ସାକ୍ଷାତ ଷ୍ଟେନଫୋର୍ଡରେ ଏମବିଏ କୋର୍ସ କରୁଥିବା ବେଳେ ହୋଇଛି । ଏହି ବନ୍ଧୁତ୍ୱ ପରବର୍ତ୍ତୀ ସମୟରେ ବିବାହରେ ପରିଣତ ହୋଇଥିଲା । ଦୁହିଁଙ୍କର କୃଷ୍ଣା ଓ ଅନୁଷ୍କା ନାମକ ଦୁଇ ଝିଅ ରହିଛନ୍ତି ।
ରବିବାର କଞ୍ଜର୍ଭେଟିଭ୍ ପାର୍ଟିର ନୂଆ ନେତା ନିର୍ବାଚନରେ ୪୨ ବର୍ଷୀୟ ସୁନକ ବିଜୟୀ ହୋଇଥିଲେ । ସେ ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ପ୍ରଥମ ପ୍ରତିକ୍ରିୟାରେ ନାରାୟଣ ମୂର୍ତ୍ତି କହିଛନ୍ତି, “ଋଷିଙ୍କୁ ଅଭିନନ୍ଦନ। ଆମେ ତାଙ୍କ ପାଇଁ ଗର୍ବିତ ଏବଂ ଆମେ ତାଙ୍କୁ ସଫଳତା କାମନା କରୁଛୁ।” ସେ କହିଛନ୍ତି ଯେ ବ୍ରିଟେନର ଲୋକଙ୍କ ପାଇଁ ସେ ଯଥାସାଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ କରିବେ।
ଜଣେ ଫାର୍ମାସିଷ୍ଟ ମା ଏବଂ ଡାକ୍ତର ପିତାଙ୍କ ପୁଅ ଋଷି ସୁନକ ଇଂଲଣ୍ଡର ଅନ୍ୟତମ ପ୍ରସିଦ୍ଧ ସ୍କୁଲ ଓ୍ବିନଚେଷ୍ଟର ଏବଂ ପରେ ଅକ୍ସଫୋର୍ଡରେ ପାଠ ପଢିଥିଲେ । ଗ୍ରାଜୁଏସନ ପରେ ସେ ଗୋଲ୍ଡମ୍ୟାନ୍ ସାକ୍ସ ଗ୍ରୁପରେ ତିନି ବର୍ଷ କାମ କରିଥିଲେ । ପରେ ସୁନକ କାଲିଫର୍ନିଆର ଷ୍ଟାନଫୋର୍ଡରୁ ତାଙ୍କର ଏମବିଏ କରିଥିଲେ, ଯେଉଁଠାରେ ସେ ଇନଫୋସିସ୍ ସହ-ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତୀଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କୁ ଭେଟିଥିଲେ। ସେ ୨୦୦୯ରେ ଅକ୍ଷତଙ୍କୁ ବିବାହ କରିଥିଲେ । ଏହି ଦମ୍ପତିଙ୍କର ଦୁଇ ଝିଅ କୃଷ୍ଣା ଏବଂ ଅନୁଷ୍କା ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବକିଙ୍ଗହମ୍ ପ୍ୟାଲେସରେ ରାଜା ଚାର୍ଲ୍ସ ତୃତୀୟଙ୍କୁ ଭେଟିବା ପରେ ଋଷି ସୁନାକ ୨୧୦ ବର୍ଷ ପରେ ସର୍ବକନିଷ୍ଠ ବ୍ରିଟିଶ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ । ଋଷି ସୁନକ ବ୍ରିଟେନର ସାଉଥମ୍ପଟନରେ ଏକ ଭାରତୀୟ ପରିବାରରେ ଜନ୍ମଗ୍ରହଣ କରିଥିଲେ |
ଭାରତୀୟ ବଂଶୋଦ୍ଭବ ଋଷି ସୁନକ ହୋଇପାରନ୍ତି ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ଋଷି ସୁନକ ହୋଇପାରନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ । ଏହି ଦୌଡ଼ରୁ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଓହରିଯିବା ପରେ ଋଷି ସୁନକଙ୍କ ପଥ ଏକପ୍ରକାର ପରିଷ୍କାର ହୋଇଯାଇଛି । କଞ୍ଜରଭେଟିଭ୍ ପାର୍ଟି ସାଂସଦ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ସମ୍ଭାବନା ରହିଛି । ତେବେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ କିଏ ହେବ ସେନେଇ ଆଜି ଚିତ୍ର ସ୍ପଷ୍ଟ ହୋଇଯିବ ।
ଇନ୍‌ଫୋସିସ୍ ସହପ୍ରତିଷ୍ଠାତା ଏନ୍.ଆର୍. ନାରାୟଣମୂର୍ତିଙ୍କ ୪୨ ବର୍ଷୀୟ ଜ୍ବାଇଁ ଋଷି ସୁନକଙ୍କ ପାଖରେ ପ୍ରାୟ ୧୫୦ ଏମ୍‌ପିଙ୍କ ସମର୍ଥନ ରହିଥିବା କୁହାଯାଉଛି । ଅନ୍ୟପକ୍ଷରେ ହାଉସ୍ ଅଫ୍ କମନ୍ସର ୪୯ ବର୍ଷୀୟା ଲିଡର ପେନି ମୋର୍ଡଣ୍ଟ ଏହି ଦୌଡ଼ରେ ସାମିଲ ହେବା ନେଇ ପ୍ରଥମେ ଘୋଷଣା କରିଥିଲେ ହେଁ ତାଙ୍କ ସପକ୍ଷରେ ମାତ୍ର ୨୪ ଜଣଙ୍କ ସମର୍ଥନ ରହିଛି।
ଅଗଷ୍ଟରେ କଞ୍ଜର୍ଭେଟିଭ୍ ପାର୍ଟି ନେତା ନିର୍ବାଚନରେ ଲିଜ୍ ଟ୍ରସଙ୍କ ଠାରୁ ଅଳ୍ପକେ ହାରିଯାଇଥିବା ସୁନକ ପ୍ରଧାନମନ୍ତ୍ରୀ ରେସରେ ରବିବାର ଦ୍ୱିତୀୟ ଥର ପାଇଁ ଆନୁଷ୍ଠାନିକ ଭାବେ ସାମିଲ ହୋଇଥିଲେ । ବ୍ରିଟେନ ଏକ ମହାନ୍ ଦେଶ କିନ୍ତୁ ଆମେ ଏକ ବୃହତ୍ ଆର୍ଥିକ ସଙ୍କଟକୁ ସାମ୍ନା କରୁଛୁ ମୁଁ ଦେଶର ଅର୍ଥନୀତିକୁ ସଜାଡ଼ିବାକୁ ଚାହେଁ। ଦଳକୁ ଏକାଠି କରି ଦେଶବାସୀଙ୍କ ସେବା କରିବାକୁ ଆଗ୍ରହୀ ବୋଲି ଋଷି ଟୁଇଟ୍‌ କରିଛନ୍ତି। ଏହି ଅବସରରେ ସେ କୋଭିଡ୍–୧୯ ମହାମାରୀ ଭଳି କଠିନ ସମୟରେ ଚାନ୍ସେଲର ଥବାବେଳେ ଦେଶର ଅର୍ଥନୀତିକୁ କିପରି ପରିଚାଳନା କରିଥିଲେ ସେନେଇ ନିଜ ଟ୍ରକ୍ ରେକର୍ଡ ସହ ଭିଜନ୍‌ ଷ୍ଟେଟ୍‌ମେଣ୍ଟ ଉପସ୍ଥାପନ କରିଛନ୍ତି । କରି ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରେ ନିଜକୁ ସାମିଲ କରିଛନ୍ତି।
କ୍ଷମତା ଭାଗବଣ୍ଟା ନେଇ ଋଷି ଓ ବୋରିସ୍‌ଙ୍କ ମଧ୍ୟରେ ଡିଲ୍ ପାଇଁ ଶନିବାର ଆଲୋଚନା ହୋଇଥିଲା। ଏନେଇ ଋଷିଙ୍କ ସମର୍ଥକ ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଡୋମିନିକ୍ ରାବ କହିଛନ୍ତି, କଞ୍ଜରଭେଟିଭ ପାର୍ଟିର ଏକତା ବଜାୟ ରଖିବା ସକାଶେ ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପ ହୋଇଛି। ଏହାର କିଛି ଘଣ୍ଟା ପରେ ଜନସନ ପ୍ରଧାନମନ୍ତ୍ରୀ ରେସରୁ ଓହରିବାକୁ ଘୋଷଣା କରିଥିଲେ । ଜନସନ କହିଛନ୍ତି ଯେ ପୁଣି ପ୍ରଧାନମନ୍ତ୍ରୀ ହେବା ପାଇଁ ତାଙ୍କ ପାଖରେ ଯଥେଷ୍ଟ ସମର୍ଥନ ଅଛି । କିନ୍ତୁ ସେ ଏବେ ଏହି ରେସରେ ସାମିଲ ହେବା ଠିକ୍ ହେବ ନାହିଁ ।