World Polio Day 2022 - The Sakala

ଅକ୍ଟୋବର ୨୪ ବିଶ୍ବ ପୋଲିଓ ଦିବସ, ଜୀବନ ପାଇଁ ଦୁଇ ବୁନ୍ଦା
ସାରା ବିଶ୍ବରେ ଅକ୍ଟୋବର ୨୪ ତାରିଖକୁ ବିଶ୍ୱ ପୋଲିଓ ଦିବସ ଭାବେ ପାଳନ କରାଯାଏ । ପୋଲିଓ ବିରୁଦ୍ଧରେ ପ୍ରଥମ ଟିକା ପ୍ରସ୍ତୁତ କରିଥିବା ଜୋନାସ୍ ସାକ୍‌ଙ୍କ ସ୍ମୃତିରେ ତାଙ୍କ ଜନ୍ମଦିନ ୨୪ ଅକ୍ଟୋବରକୁ ରୋଟାରୀ ଇଣ୍ଟରନ୍ୟାସନାଲ୍ ଦ୍ବାରା ବିଶ୍ୱ ପୋଲିଓ ଦିବସ ଭାବେ ପାଳନ କରାଯାଇ ଆସୁଛି। ଏକଦା ପୋଲିଓ ଏକ ମହାମାରୀ ଭାବେ ବ୍ୟାପି ଥିଲା। ଏହା କୁନି କୁନି ପିଲାଙ୍କୁ ଅର୍କମଣ୍ୟ କରି ଦେଉଥିଲା। ଏହା ଏକ ଭୂତାଣୁଜନିତ ରୋଗ, ଯାହା ଦୂଷିତ ଖାଦ୍ୟ ଏବଂ ଜଳ ଦ୍ବାରା ବ୍ୟାପିଥାଏ । ଏହାକୁ ନିୟନ୍ତ୍ରଣ କରିବାକୁ ଟିକା ଅଭିଯାନ ଆରମ୍ଭ ହୋଇଥିଲା । ୧୯୫୫ରେ ପ୍ରଥମ ଥର ପାଇଁ ପୋଲିଓ ଟିକା ବାହାର କରାଯାଇଥିଲା। ଟିକା ଯୋଗୁଁ ଏହାକୁ ନିୟନ୍ତ୍ରଣ କରାଯାଇ ପାରିଥିଲା। ୧୯୮୦ରେ ପ୍ରଥମ ଥର ପାଇଁ ପୋଲିଓର ସର୍ବାଧିକ ମାମଲା ଦେଖାଯାଇଥିଲା। ଏହି ସମୟରେ ସାରା ବିଶ୍ବର ଏକ ଲକ୍ଷରୁ ଊର୍ଦ୍ଧ୍ବ ଶିଶୁ ପୋଲିଓରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପୋଲିଓ ଟିକାକରଣ ଆରମ୍ଭ ହୋଇଥିଲା। ଏଥିରେ ପାଞ୍ଚବର୍ଷରୁ କମ୍‌ ବୟସର ଶିଶୁଙ୍କୁ ପୋଲିଓ ଟିକା ଦିଆଗଲା। ଏବେ ବି ପିଲାମାନଙ୍କୁ ପୋଲିଓର ଦୁଇ ବୁନ୍ଦା ଦିଆଯାଉଛି। ସାରା ବିଶ୍ବକୁ ପୋଲିଓ ମୁକ୍ତ ପାଇଁ ୧୯୮୮ରେ ଗ୍ଲୋବାଲ ପୋଲିଓ ଏରାଡିକେସନ ଇନିସିଏଟିଭ ଗଠନ ହୋଇଥିଲା ।

ଏଥିରେ ରୋଟାରୀ, ଡବ୍ଲୁଏଚ୍‌ଓ, ୟୁନିସେଫ୍  ଏବଂ ବିଭିନ୍ନ ଦେଶର ସରକାର ସାମିଲ ହୋଇ ବିଶ୍ବକୁ ପୋଲିଓ ମୁକ୍ତ କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲେ । ଭାରତରେ ପୋଲିଓ ପ୍ରତିକାର ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକମ କରାଯାଉଛି  । ସବୁ ପିଲାଙ୍କୁ ପୋଲିଓ ବୁନ୍ଦା ଓ ଟିକା ଦେବାପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଉଛି।  ୨୦୧୨ରୁ ଭାରତ ପୋଲିଓ ମୁକ୍ତ ରାଷ୍ଟ୍ର ଭାବେ ବିଶ୍ବର ପରିଗଣିତ ହୋଇଛି। ଚଳିତବର୍ଷ ବିଶ୍ବ ପୋଲିଓ ଦିବସର ବିଷୟବସ୍ତୁ ରହିଛି- ‘ମା’ ଏବଂ ପିଲାମାନଙ୍କ ପାଇଁ ଏକ ସୁସ୍ଥ ଭବିଷ୍ୟତ।’