Konark Sun Temple - The Sakala

କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲିକଢ଼ା ପ୍ରକ୍ରିୟା: ଗର୍ଭଗୃହକୁ ଟନେଲ୍‌ ନିର୍ମାଣ ଆରମ୍ଭ, ଉଚ୍ଚସ୍ତରୀୟ ବୈଷୟିକ ଟିମ୍ ଅନୁଧ୍ୟାନ ପରେ କଢ଼ାଯିବ ବାଲି
ପୁରୀ : ବିଶ୍ଵପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ଜଗମୋହନ ଗର୍ଭଗୃହରୁ ବାଲି କଢ଼ା ପାଇଁ ଟନେଲ ନିର୍ମାଣ ଆରମ୍ଭ ହୋଇଛି । ଏନେଇ ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ASI ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ଏକ ମନିଟରିଂ ଟିମ ଅନୁଧ୍ୟାନ କରୁଛି ବୋଲି ASI ପୁରୀ ସର୍କଲ ସୁପରିଟେଣ୍ଡେଣ୍ଟ ଡି.ବି. ଗଡ଼ନାୟକ କହିଛନ୍ତି । ସୂର୍ଯ୍ୟମନ୍ଦିରରୁ ବାଲିକଢା ପ୍ରକ୍ରିୟା ୪ ମାସ ହେଲା ବନ୍ଦ ରହିଥିଲା । ଗତ ଡିସେମ୍ବର ୯ ତାରିଖରେ ପ୍ରତ୍ନତତ୍ତ୍ୱ ବିଭାଗ କୋର୍ କମିଟି ସଦସ୍ୟ, ଆଇଆଇଟି ମାଡ୍ରାସର ପ୍ରଫେସର ଅରୁଣ ମେନନ, ବିଶେଷଜ୍ଞ ଦଳ ପ୍ରମୁଖ ଗର୍ଭଗୃହରୁ ବାଲି କଢା ପ୍ରକ୍ରିୟା ଓ ସୂର୍ଯ୍ୟମନ୍ଦିର ସଂରକ୍ଷଣ ନିମନ୍ତେ ଅନୁଧ୍ୟାନ କରିଥିଲେ ।

ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢିବା ପାଇଁ ପଶ୍ଚିମ ଦିଗ ପ୍ରଥମ ପିଢ଼ରେ ଗର୍ଭଗୃହ ଭିତରକୁ ଟନେଲ ନିର୍ମାଣ କାର୍ଯ୍ୟ ପୂର୍ବରୁ ମନ୍ଦିର କାନ୍ଥ ପଥରର ସ୍ଥିତି ଯାଞ୍ଚ ହୋଇଥିଲା । ଏହାସହ ମନ୍ଦିର ଗର୍ଭଗୃହ କାନ୍ଥର ଚଉଡା ମାପିବା ପାଇଁ ଡ୍ରିଲ କାର୍ଯ୍ୟ ଆରମ୍ଭ ହୋଇଥିଲା । ଡ୍ରିଲିଂ ବେଳେ ମନ୍ଦିର ପଥରର ଯେପରି କୌଣସି କ୍ଷତି ନ ପହଞ୍ଚିବ ସେଠିପାଇଁ ଡ଼ାଇମଣ୍ଡ ଡ୍ରିଲ ମେସିନ ସହ ଜିରୋ ଭାଇବ୍ରେଶନ ମେସିନର ବ୍ୟବହାର କରାଯାଇଥିଲା । ପରେ ଗର୍ଭଗୃହର ବାଲି ଓ ଡ୍ରିଙ୍ଗି ସମୟରେ ପଥର ଗୁଣ୍ଡକୁ ସଂଗୃହୀତ କରାଯାଇ ଯାଞ୍ଚ ପାଇଁ ଆଇଆଇଟି ମାଡ୍ରାସ ପଠାଯାଇଥିଲା । ଗର୍ଭଗୃହର ବାଲିକୁ ସୁରକ୍ଷିତ ଉପାୟରେ ପର୍ଯ୍ୟାୟ କ୍ରମେ ବାହାର କରାଯିବ। ସେଥିପାଇଁ ସମୟ ଲାଗିବ ଓ ବାଲି ବାହାରିବା ସମୟରେ ସୂର୍ଯ୍ୟ ମନ୍ଦିର ପ୍ରତି କୌଣସି ବିପଦ ନାହିଁ ବୋଲି କହିଛନ୍ତି ASI ସୁପରିଟେଣ୍ଡେଣ୍ଟ।

ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟ ମନ୍ଦିର, କାରୁକାର୍ଯ୍ୟ ଦେଖିବାରୁ ପର୍ଯ୍ୟଟକ ବଞ୍ଚିତ
କୋଣାର୍କ: ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟ ମନ୍ଦିର । କାରୁକାର୍ଯ୍ୟ ଦେଖିବାରୁ ପର୍ଯ୍ୟଟକ ବଞ୍ଚିତ । ନୂଆବର୍ଷର ଦିତୀୟ ଦିନରେ ରାଜ୍ୟର କୋଣ ଅନୁକୋଣରୁ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିରର ନିଖୁଣ କାରୁ କାର୍ଯ୍ୟ ଦେଖିବାକୁ ପର୍ଯ୍ୟଟକ ଭିଡ଼ ଜମିଥିବା ବେଳେ କିନ୍ତୁ ଘନ କୁହୁଡି ଯୋଗୁଁ ନିଖୁଣ କାର୍ଯ୍ୟକାର୍ଯ୍ୟ ଦେଖିବାକୁ ସମସ୍ୟା ସୃଷ୍ଟି ହୋଇଛି। ଘନ କୁହୁଡି ଯୋଗୁଁ ବିଶ୍ୱ ଐତିହ୍ୟରେ ସ୍ଥାନ ପାଇଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର ଲୁଚି ଯାଇଛି। ଏଥିଯୋଗୁ ପର୍ଯ୍ୟଟକ ମାନେ ସୂର୍ଯ୍ୟ ମନ୍ଦିର ସୌନ୍ଦର୍ଯ୍ୟ ଦେଖିବାରେ ମଧ୍ୟ ବଂଚିତ ହୋଇଛନ୍ତି । କୁହୁଡିରେ ଆଚ୍ଛାଦିତ ଅର୍କକ୍ଷେତ୍ର କୋଣାର୍କ। ଘନ କୁହୁଡି ଯୋଗୁଁ କୋଣାର୍କ ସୂର୍ଯ୍ୟ ମନ୍ଦିର ସକାଳୁ ସକାଳୁ ଦେଖା ଯାଉନି । ପାଖାପାଖି ୫ ମିଟର ଆଗକୁ କୁହୁଡି ଯୋଗୁଁ ଦେଖା ଯାଉନି। ଆଉ କୁହୁଡିରେ କୋଣାର୍କ ବୁଲିବା ମଜା ନେଇଛନ୍ତି ରାଜ୍ୟ ତଥା ଦେଶ ବିଦେଶ ପର୍ଯ୍ୟଟକ। କିନ୍ତୁ କୁହୁଡି ଯୋଗୁଁ ପର୍ଯ୍ୟଟକ ମାନେ କୋଣାର୍କ ସୂର୍ଯ୍ୟ ମନ୍ଦିର କାରୁକାର୍ଯ୍ୟ ଦେଖିବାରେ ବାଧା ସୃଷ୍ଟି ହୋଇଛି।ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ରାଜ୍ୟର କୋଣ ଅନୁକୋଣରୁ ପର୍ଯ୍ୟଟକ କୋଣାର୍କ ବୁଲିବାକୁ ଆସୁଛନ୍ତି କିନ୍ତୁ ଧଳା କୁହୁଡି ଚାଦରରେ ଅର୍କକ୍ଷେତ୍ର କୋଣାର୍କ ସୂର୍ଯ୍ୟ ମନ୍ଦିର ଆଚ୍ଛାଦିତ ହେବା ସହିତ କୋଣାର୍କରୁ ଭୁବନେଶ୍ୱର ଓ କୋଣାର୍କରୁ ପୁରୀ ଯାଇଥିବା ରାସ୍ତାରେ ଗାଡି ଚଳାଇବା ବାଧକ ହୋଇପଡିଛି।

ଖୁବଶୀଘ୍ର କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାହାରିବ ବାଲି, ସ୍ଥିତି ଅନୁଧ୍ୟାନ କଲା ଏଏସଆଇ
କୋଣାର୍କ: ଖୁବ୍‌ଶୀଘ୍ର ବିଶ୍ୱଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାହାରିବ ବାଲି । କୋଣାର୍କ ସୂର୍ଯ୍ୟ ମନ୍ଦିର ଜଗମୋହନରୁ ବାଲି କାଢ଼ିବା ନେଇ ଦୀର୍ଘଦିନ ବ୍ୟବଧାନ ପରେ ଏଏସଆଇ ବିଭାଗର ଆଞ୍ଚଳିକ ନିର୍ଦେଶକ ଦିଲ୍ଲୀପ କୁମାର ଖମାରୀ ଓ ଏଏସଆଇର ପୂର୍ବତନ ଡାଇରେକ୍ଟର ଜେନେରାଲ ଅଫ କଞ୍ଜରଭେସନ(ଡିଜି) ଏକେ.ବାସାଙ୍କ ସମେତ ଏକ ୧୦ ଜଣିଆ ଇଂଜିନିଅର ଟେକିନିକାଲ କୋର କମିଟି କୋଣାର୍କ ଗସ୍ତରେ ଆସି ପହଁଛି ସୂର୍ଯ୍ୟମନ୍ଦିରର ବାଲିକଢା କାର୍ଯ୍ୟର ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି । ବିଶେଷ ଭାବେ ବାଲି କାଢ଼ିବା ପ୍ରସଙ୍ଗରେ ଏଏସଆଇ ପୁରୀ ସର୍କଲ ସୁପରିଟେଡେଣ୍ଟଟ ଡି ବି ଗଡନାୟକଙ୍କ ସହିତ ସବିଶେଷ ଆଲୋଚନା କରିବା ସହିତ ଗର୍ଭ ଗୃହରୁ ବାଲି କାଢ଼ିବା ପାଇଁ ପୂର୍ବରୁ ପ୍ରସ୍ତୁତହୋଇ ରହିଥିବା ଟ୍ରେସ ମ୍ୟାପକୁ ଟିକିନିଖି ଦେଖିଥିଲେ। ପରେ ସମସ୍ତ ଅଧିକାରୀ ସୂର୍ଯ୍ୟମନ୍ଦିର ଉପରକୁ ଚଢ଼ି ମନ୍ଦିରର ଶୀର୍ଷରେ ଥିବା ଗର୍ଭଗୃହର ସ୍ଥିତି ଅନୁଧ୍ୟାନ କରି ଦେଖିଥିଲେ ।

ପୂର୍ବରୁ ଗର୍ଭଗୃହର ଉପର ଭାଗରୁ ଗର୍ତ୍ତ କରାଯାଇ ରୋବଟିକ କ୍ୟାମେରା ମାଧ୍ୟମରେ ବାଲିର ସ୍ଥିତି ଅନୁଧ୍ୟାନ କରାଯାଇଥିଲା । ମାତ୍ର ପୁଣି ଏବେ ଗର୍ଭଗୃହ ମଧ୍ୟରେ ଥିବା ପ୍ରକୃତ ସ୍ଥିତିକୁ ଆକଳନ କରି ଜାଣିବା ପାଇଁ ତଳୁ ମନ୍ଦିରର ପ୍ରାୟ ୮୦ଫୁଟ ଉଚ୍ଚତା ରେ ପଶ୍ଚିମ ପାର୍ଶ୍ଵ ୱାଲରେ ଏକ ୧୬ ସେଣ୍ଟିମିଟରର ଟନେଲ ନିର୍ମାଣ କରାଯିବା ପାଇଁ ସର୍ବସମ୍ମତି ନିଷ୍ପତି ନିଆଯାଇ ଆଜି ସ୍ୱତନ୍ତ୍ର ଡ୍ରିଲ ମାଧ୍ୟମରେ ମନ୍ଦିରର କାନ୍ଥରେ ଟନେଲ ଖୋଳା କାର୍ଯ୍ୟ ଆରମ୍ଭ କରାଯିବ । ଏହି ଟନେଲ ଖୋଳା କାର୍ଯ୍ୟ ସରିବା ପରେ ଗର୍ଭଗୃହ ମଧ୍ୟରେ ଥିବା ବାଲିର ସ୍ଥିତି ଓ ଭିତରର ପଥରର ଅବସ୍ଥା ଓ ଏହାର ଓସାରକୁ ନଜରରେ ରଖି ବାଲି ତୁରନ୍ତ  ପର୍ଯ୍ୟାୟ କ୍ରମେ କଢ଼ାଯିବ ପାଇଁ ବ୍ୟବସ୍ଥା କରାଯିବ । ଏନେଇ ଏଏସ ଆଇ ବିଭାଗ ପକ୍ଷରୁ ସମସ୍ତ ମେକାନିକାଲ ପ୍ଲାଟଫର୍ମ ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ହୋଇ ପ୍ରସ୍ତୁତ ହୋଇ ରହିଛି ବୋଲି ଏଏସଆଇ ପୁରୀ ସର୍କଲ ସୁପରିଟେଡେଣ୍ଟଟ ଡି ବି ଗଡନାୟକ ପ୍ରକାଶ କରିଥିଲେ ।

ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ିର ଆସ୍ତରଣ, ଲୁଚିଗଲା ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର
କୋଣାର୍କ: ଆଜି ସକାଳୁ ସକାଳୁ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳିଛି ଘନ କୁହୁଡ଼ିର ଆସ୍ତରଣ । ଫଳରେ ଯାନବାହାନ ଯାତାୟତରେ ବାଧା ସୃଷ୍ଟି ହୋଇଛି । ପାର୍କିଂ ଲାଇଟ୍ ଅନ୍ କରି ରାସ୍ତା କଡ଼ରେ ବଡ଼ ବଡ଼ ଟ୍ରକ୍ ବସ୍ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଛି । ଅତି ନିକଟରୁ ମୁହଁକୁ ମୁହଁ ଦେଖା ଯାଉନଥିବା ବେଳେ ଘନ କୁହୁଡିରେ ଆଚ୍ଛାଦିତ ହୋଇଛି ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର। ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ଭିଡ଼ ହୋଇଥିବା ବେଳେ କୁହୁଡି ଯୋଗୁଁ କୋଣାର୍କ କାରୁକାର୍ଯ୍ୟ ଦେଖିବାରୁ ବଂଚିତ ହୋଇଛନ୍ତି ପର୍ଯ୍ୟଟକ । ଅଦୃଶ୍ୟ ହୋଇଯାଇଛି ତାର ସୂକ୍ଷ୍ମ କାରୁକାର୍ଯ୍ୟ। ରାସ୍ତା ଘାଟ ସହ କୋଣାର୍କର ସମଗ୍ର ଅଂଚଳ ଘନ କୁହୁଡିରେ ଅଦୃଶ୍ୟମାନ ହୋଇଯାଇଛି। ଯାହା ଫଳରେ ବୁଲିଆସିଥିବା ପର୍ଯ୍ୟଟକମାନେ ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟ କଳା ସସ୍କୃତିକୁ ଅତି ନିକଟରୁ ଦେଖିବାରୁ ବଞ୍ଚିତ ହୋଇଛନ୍ତି ।

ଆଜି ବିଶ୍ବ ଐତିହ୍ୟ ଦିବସ, ବିନା ପ୍ରବେଶ ଶୁଳ୍କରେ କୋଣାର୍କ ବୁଲି ପାରିବେ ପର୍ଯ୍ୟଟକ
ଭୁବନେଶ୍ବର: ଐତିହ୍ୟସ୍ଥଳଗୁଡ଼ିକର ସ୍ବର୍ଣ୍ଣିମ ଇତିହାସ ଓ ନିର୍ମାଣକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏପ୍ରିଲ୍‌ ୧୮ ତାରିଖକୁ ବିଶ୍ବ ଐତିହ୍ୟ ଦିବସ ଭାବେ ପାଳନ କରାଯାଏ। ଏହି ବିଶ୍ବ ଐତିହ୍ୟ ଦିବସ ଅବସରରେ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି। ଏଥିସହ ସହ ସକାଳୁ ସକାଳୁ ବିନା ଶୁଳ୍କରେ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିଛନ୍ତି ପର୍ଯ୍ୟଟକ।

ସେପ୍ଟେମ୍ବର, ୨୦୨୩ ସୁଦ୍ଧା ସାରା ବିଶ୍ବରେ ୧୬୮ଟି ଦେଶରେ ସମୁଦାୟ ୧୧୯୯ଟି ବିଶ୍ବ ଐତିହ୍ୟସ୍ଥଳ ଅଛି। ଭାରତରେ ବର୍ତ୍ତମାନ ୪୨ଟି ବିଶ୍ବ ଐତିହ୍ୟ ସ୍ଥଳ ଅଛି। ଆମ ଓଡ଼ିଶାର ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ବିଶ୍ବ ଐତିହ୍ୟ ସ୍ଥଳରେ ସାମିଲ ହୋଇଛି। ସର୍ବପ୍ରଥମେ ବିଶ୍ବ ଐତିହ୍ୟ ଦିବସ, ଟ୍ୟୁନିସିଆରେ ‘ଇଣ୍ଟରନ୍ୟାସନାଲ କାଉନସିଲ୍‌ସ୍‌ ଅଫ୍‌ ମନ୍ୟୁମେଣ୍ଟସ୍‌ ଆଣ୍ଡ ସାଇଟ୍‌ସ’ ଦ୍ବାରା ଏପ୍ରିଲ୍‌ ୧୮, ୧୯୮୨ରେ ପାଳନ କରାଯାଇଥିଲା। ସେବେଠାରୁ ପ୍ରତିବର୍ଷ ଏପ୍ରିଲ୍‌ ୧୮ ତାରିଖକୁ ‘ବିଶ୍ବ ଐତିହ୍ୟ ଦିବସ’ ଭାବେ ପାଳନ କରାଯାଉଛି। ପ୍ରତ୍ୟେକ ବର୍ଷ ଏହି ଦିବସ ପାଳନ ପାଇଁ ୟୁନେସ୍କୋ ପକ୍ଷରୁ ଏକ ଥିମ୍ ରଖାଯାଏ।

ପୁରୀ ରଥଯାତ୍ରା ଶ୍ରେଷ୍ଠ ପାର୍ବଣ ସ୍ଥଳ, କୋଣାର୍କକୁ ମିଳିଲା ଶ୍ରେଷ୍ଠ ଆଇକନିକ୍‌ ସ୍ଥଳ ପୁରସ୍କାର
ରାଜନଗର: ନୂଆଦିଲ୍ଲୀଠାରେ ଇଣ୍ଡିଆ ଟୁଡେ ପର୍ଯ୍ୟଟନ ସମ୍ମିଳନୀରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ୩ଟି ବର୍ଗରେ ସମ୍ମାନିତ ହୋଇଛି। ଶ୍ରେଷ୍ଠ ପାର୍ବଣ ସ୍ଥଳ ଭାବେ ପୁରୀ ରଥଯାତ୍ରା, ଶ୍ରେଷ୍ଠ ଆଇକନିକ ସ୍ଥଳ ଭାବେ କୋଣାର୍କ ଏବଂ ଶ୍ରେଷ୍ଠ ବନ୍ୟଜନ୍ତୁ ସ୍ଥଳ ଭାବେ ଭିତରକନିକାକୁ ପୁରସ୍କାର ମିଳିଛି। ବିଶ୍ୱ ପ୍ରସିଦ୍ଧ ଭିତରକନିକା ଶ୍ରେଷ୍ଠ ବନ୍ୟଜନ୍ତୁ ସ୍ଥଳ ଭାବେ ଜାତୀୟ ସ୍ତରରେ ଚୟନ ହେବା ପରେ ବିଭିନ୍ନ ମହଲରେ ଖୁସିର ଲହରି ଖେଳିଯାଇଛି।

ପ୍ରକୃତିର ବିସ୍ମୟ ଭିତରକନିକା। ୬୭୨ବର୍ଗ କିମି ବ୍ୟାପ୍ତ ଭିତରକନିକା ଅଭୟାର୍ୟଣ ଓ ୧୪୫ ବର୍ଗ କିମି ବିଶିଷ୍ଟ ଭିତରକନିକା ଜାତୀୟ ଉଦ୍ୟାନର ଜୈବ ବିବିଧତା ପ୍ରକୃତିପ୍ରେମୀ, ପରିବେଶବିତ୍‌‌, ଜୀବ ବିଜ୍ଞାନୀ, ପକ୍ଷୀ ବିଷାରଦଙ୍କୁ ଆକୃଷ୍ଟ କରିଆସିଛି। ଜୈବ ବିବିଧତା ପାଇଁ ଭିତରକନିକାକୁ ଆନ୍ତର୍ଜାତିକ ରାମସାର ସାଇଟର ମାନ୍ୟତା ମିଳିଛି। ଭାରତରେ ଥିବା ପ୍ରାକୃତିକ ପରିବେଶ ସ୍ଥଳ ମଧ୍ୟରେ ଭିତରକନିକା ଜାତୀୟ ସ୍ତରରେ ଶ୍ରେଷ୍ଠ ଭାବେ ବିବେଚିତ ହୋଇଛି। ବଙ୍ଗୋପସାଗର ତଟବତ୍ତୀ ବ୍ରାହ୍ମଣୀ, ବୈତରଣୀ ଏବଂ ଖରସ୍ରୋତା ତ୍ରିକୋଣ ଭୂମିରେ ପ୍ରକୃତିର ଗନ୍ତାଘର ବିଶ୍ୱପ୍ରସିଦ୍ଧ ଭିତରକନିକାର ଜୈବ ବିବିଧତା ଏବଂ ଭାରତର ଦ୍ୱିତୀୟ ବୃହତ୍ତମ ଲୁଣା ଜଙ୍ଗଲ ସାଙ୍ଗକୁ ଏହାର ପ୍ରାକୃତିକ ବିଭବ ସବୁବେଳେ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରି ଆସିଛି। ଏହାସହିତ ଭିତରକନିକାରେ ପ୍ରବାହିତ ନଦୀ ନାଳରେ ପ୍ରାକୃତିକ ଭାବେ ବସବାସ କରୁଥିବା ବଉଳା କୁମ୍ଭୀର, ବିଶେଷକରି ଏଥିରେ ବସବାସ କରୁଥିବା ଶଙ୍ଖୁଆ ଧଳା କୁମ୍ଭୀର ପର୍ଯ୍ୟଟକ ଓ ଗବେଷକଙ୍କୁ ଆନମନା କରେ। ଏହାସହ ଗହୀରମଥାର ଅଲିଭ ରିଡଲେ କଇଁଛଙ୍କ ଲୀଳାଖେଳା ଓ ସମୂହ ଅଣ୍ଡାଦାନ ପକ୍ରିୟା ସମଗ୍ର ବିଶ୍ୱରେ ବିରଳ।

କୋଣାର୍କରେ ହେବ ଜି-୨୦ ବୈଠକ
ଭୁବନେଶ୍ବର : କୋଣାର୍କରେ ହେବ ଜି-୨୦ ବୈଠକ । ଆସନ୍ତା ଡିସେମ୍ବର ୧ ତାରିଖରୁ ୩୦ ନଭେମ୍ବର ୨୦୨୩ ବର୍ଷେ ଯାଏଁ ଭାରତ ଜି-୨୦ ଅଧ୍ୟକ୍ଷ ରହିବ । ଏହି ଅବଧିରେ ୨୧୫ଟି ବୈଠକ ଭାରତରେ ଆୟୋଜିତ ହେବ । ବିଭିନ୍ନ ରାଜ୍ୟର ରାଜଧାନୀ, ମହାନଗର, ବଡ଼ ଓ ଛୋଟ ସହର ଓ ପ୍ରସିଦ୍ଧ ଐତିହାସିକ ସ୍ଥଳ ସହ ମୋଟ ୫୫ଟି ସ୍ଥାନ ଏଥିପାଇଁ ଚିହ୍ନଟ ହୋଇଛି ।

ଜି-୨୦ ବୈଠକର ୨୧୫ଟି ବୈଠକ ମଧ୍ୟରୁ ୫ଟି ବୈଠକ ଭାରତର ସଂସ୍କୃତି ବିଷୟବସ୍ତୁ ଉପରେ ଆଧାରିତ ହେବ। ଯାହା ଦ୍ବାରା ଭାରତର ଐତିହ୍ୟକୁ ବିଶ୍ବ ସମ୍ମୁଖରେ ଉପସ୍ଥାପନ କରାଯାଇପାରିବ।କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି, ୟୁନେସ୍କୋ ବିଶ୍ବ ଐତିହ୍ୟ ତାଲିକାରେ ସ୍ଥାନ ପାଇଥିବା ୪ଟି କୀର୍ତ୍ତିରାଜି ନିକଟର ୫ଟି ବୈଠକ ଆୟୋଜିତ ହେବ। ଏହି ସବୁ ଐତିହ୍ୟ ସ୍ଥଳଗୁଡ଼ିକ ହେଲା କୋଣାର୍କ ସୂର୍ଯ୍ୟ ମନ୍ଦିର, କର୍ଣ୍ଣାଟକର ହାମ୍ପି , ଆଗ୍ରାର ତାଜମହଲ ଓ ମଧ୍ୟପ୍ରଦେଶର ଖଜୁରାହୋ ।୫ଟି ବୈଠକ ମଧ୍ୟରୁ ତାଜମହଲ ନିକଟରେ ଦୁଇଟି ଓ ଅନ୍ୟ ଐତିହ୍ୟ ସ୍ଥଳମାନଙ୍କରେ ଗୋଟିଏ ଲେଖାଏଁ ବୈଠକ ହେବ। ଏହି ସବୁ ବୈଠକ ସମ୍ମିଳନୀ ପ୍ରକୋଷ୍ଠ କିମ୍ବା କୌଣସି ପ୍ରତିଷ୍ଠାନରେ ଆୟୋଜନ କରାଯିବା ସମ୍ଭାବନା ରହିଛି।

ଜି-୨୦ ପ୍ରତିନିଧି ଓ ଅଧିକାରୀଙ୍କ ପାଇଁ ୨୫୦ଟି ସାଂସ୍କୃତିକ କାର୍ୟ୍ୟକ୍ରମର ଆୟୋଜନ କରାଯିବ । ଏଥିପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଚୂଡାନ୍ତ ରୂପରେଖ ପ୍ରସ୍ତୁତି କରୁଛି । ଏଥି ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତି କରୁଛି। ଏଥିରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର କଳା ଓ ସଂସ୍କୃତିକୁ ସାମିଲ କରାଯିବ। ମୁଖ୍ୟ ବୈଠକ ଦିଲ୍ଲୀର ପ୍ରଗତି ମୈଦାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ।