Bijaya Dies - The Sakala
ଭୁବନେଶ୍ବର : ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଧଳା ବାଘୁଣୀ ‘ବିଜୟା’ର ମୃତ୍ୟୁ ହୋଇଯାଇଛି। ରୋଗାକ୍ରାନ୍ତ ଥିବା ବାଘୁଣୀ ‘ବିଜୟା’ର ଚିକିତ୍ସା ଚାଲିଥିଲା। ନନ୍ଦନକାନନ ଓ ଓୟୁଏଟିର ସ୍ଵତନ୍ତ୍ର ୪ଜଣିଆ ଡାକ୍ତରୀ ଦଳ ତା’ର ଚିକିତ୍ସା କରୁଥିଲେ, ହେଲେ ଡାକ୍ତରୀ ଦଳ ତା’ ଜୀବନ ରକ୍ଷା କରିବାରେ ବିଫଳ ହୋଇଛନ୍ତି।
ସୂଚନାଯୋଗ୍ୟ ଗତ ୯ତାରିଖରେ କୌଣସି କାରଣକୁ ନେଇ ଅସୁସ୍ଥ ହୋଇ ପଡ଼ିଥିଲା। ୧୪ତାରିଖରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସ୍ଵତନ୍ତ୍ର ଏନକ୍ଲୋଜର ଭିତରରେ ରଖି ତାର ପରୀକ୍ଷା ନିରୀକ୍ଷା ସହ ଚିକିତ୍ସା ଚାଲିଥିଲା। ବର୍ତ୍ତମାନ ବାଘୁଣୀ ‘ବିଜୟା’ର ବୟସ ୧୨ ବର୍ଷ ହୋଇଥିଲା। ୨୦୨୧ ମସିହା ମାର୍ଚ୍ଚ ମାସ ୨୮ ତାରିଖରେ ଶେଷ ଥର ୩ଟି ଶବକ ଜନ୍ମ କରିବା ପରେ ସେ ଅସୁସ୍ଥ ହୋଇଥିଲା। ଏହି ସମୟରେ ଚିକିତ୍ସା ପାଇ ସୁସ୍ଥ ହୋଇଥିଲା। ହେଲେ ହଠାତ୍ ପୁନଃ  ଗତ ୯ତାରିଖରେ ଅସୁସ୍ଥତା ପରେ ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି। ବାଘୁଣୀ ‘ବିଜୟା’ର ମୃତିଦେହ ବ୍ୟବଚ୍ଛେଦ ପରେ  କେଉଁ କାରଣ ଯୋଗୁଁ ତା’ର ମୃତ୍ୟୁ ହୋଇଛି ତାହା ଜଣା ପଡ଼ିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି। ତା’ର ମୃତ୍ୟୁ ପରେ ବର୍ତ୍ତମାନ ନନ୍ଦନକାନନରେ ବାଘ ସଂଖ୍ୟା ୨୫ରେ ପହଞ୍ଚିଛି।
ଏଠାରେ ଉଲ୍ଲେଖଯୋଗ୍ୟ ୨୦୧୦ ମସିହା ମାର୍ଚ୍ଚ ମାସ ୧ ତାରିଖରେ ଧଳା ରଙ୍ଗର ବାଘୁଣୀ କୁସୁମ ଗର୍ଭରୁ ଜନ୍ମ ନେଇଥିଲା ବାଘୁଣୀ ‘ବିଜୟା’। ଏହାପରେ ବାଘୁଣୀ ବିଜୟାର ଗର୍ଭରୁ ମଧ୍ୟ ପର୍ଯ୍ୟାୟକ୍ରମେ ୩ ଥରରେ ମୋଟ ୭ଟି ଶାବକ ଜନ୍ମ ନେଇଛନ୍ତି। ନାଲି ରଙ୍ଗର ମହାବଳ ବାଘ ରୋଷନ ସହ ମିଳନ ପରେ ବିଜୟାର ପ୍ରଥମ ଗର୍ଭରୁ ୨୦୧୬ ମସିହା ଅଗଷ୍ଟ ୯ ତାରିଖରେ ସାଧାରଣ ନାଲି ରଙ୍ଗର ଆଦିତି ଓ ଧଳା ରଙ୍ଗ ସାହିଲ ଜନ୍ମ ନେଇଥିଲେ। ଏହାପରେ ପୁଣି ମହାବଳ ବାଘ ରୋଷନ ସହ ମିଳନ ପରେ ବିଜୟା ଦ୍ବିତୀୟ ଗର୍ଭରୁ ୨୦୧୮ ସେପ୍ଟେମ୍ବର ୨୩ ତାରିଖରେ ଧଳା ରଙ୍ଗର ରୂପା ଓ ନାଲି ରଙ୍ଗର ରାଜେଶ ଜନ୍ମ ନେଇଥିଲେ। ତୃତୀୟ ଗର୍ଭରେ ବିଜୟା ୨୦୨୧ ମସିହା ମାର୍ଚ୍ଚ ମାସ ୨୮ ତାରିଖରେ ସାଧାରଣ ରଙ୍ଗର ମହାବଳ ବାଘ ସେଫ ମିଳନରୁ ରକି,ବଂଶୀ ଓ ରାକେଶ ୩ଟି ସାଧାରଣ ନାଲି ରଙ୍ଗର ଛୁଆଙ୍କୁ ଜନ୍ମ ଦେଇଛି।