Higher Education - The Sakala

BRICS ପ୍ରତିନିଧିଙ୍କୁ ସ୍ୱାଗତ କଲା ଓଡ଼ିଶା: ଶିକ୍ଷା ମନ୍ତ୍ରୀସ୍ତରୀୟ ବୈଠକ ପୂର୍ବରୁ ରାତ୍ରିଭୋଜନରେ ସାମିଲ ହେଲେ ରାଜ୍ୟପାଳ
ଭୁବନେଶ୍ୱର: ଭାରତର ବ୍ରିକ୍ସ ଅଧ୍ୟକ୍ଷତା ଅଧୀନରେ ଭୁବନେଶ୍ୱରଠାରେ ଆୟୋଜିତ ହେଉଥିବା ବ୍ରିକ୍ସ ଶିକ୍ଷା ମନ୍ତ୍ରୀସ୍ତରୀୟ ବୈଠକ (BRICS Education Ministerial Meeting) ପୂର୍ବରୁ ଗୁରୁବାର ସନ୍ଧ୍ୟାରେ ଏକ ସ୍ୱତନ୍ତ୍ର ରାତ୍ରିଭୋଜନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ବରିଷ୍ଠ ପ୍ରତିନିଧିମାନଙ୍କୁ ଓଡ଼ିଶା ସ୍ୱାଗତ କରିଥିବା ବେଳେ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ଏଥିରେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିଭିନ୍ନ ରାଜ୍ୟ ମନ୍ତ୍ରୀ, ବରିଷ୍ଠ ସରକାରୀ ଅଧିକାରୀ ଏବଂ ବ୍ରିକ୍ସ ରାଷ୍ଟ୍ରର ପ୍ରତିନିଧିମାନେ ଏକତ୍ରିତ ହୋଇଥିଲେ। ଆନ୍ତର୍ଜାତୀୟ କୂଟନୈତିକ ଏବଂ ଶିକ୍ଷାଗତ କାର୍ଯ୍ୟକ୍ରମ ଆୟୋଜନ କ୍ଷେତ୍ରରେ ଓଡ଼ିଶାର ବୃଦ୍ଧି ପାଉଥିବା ଭୂମିକାକୁ ଏହି ଉତ୍ସବ ପ୍ରତିପାଦିତ କରିଛି।

ସାମାଜିକ ଗଣମାଧ୍ୟମ 'ଏକ୍ସ' (X) ରେ ନିଜର ଅନୁଭୂତି ବାଣ୍ଟି ରାଜ୍ୟପାଳ ଡ. ହରିବାବୁ କମ୍ଭମପତି କହିଛନ୍ତି ଯେ, ବ୍ରିକ୍ସ ଶିକ୍ଷା ମନ୍ତ୍ରୀସ୍ତରୀୟ ବୈଠକ ସହିତ ତୃତୀୟ ବ୍ରିକ୍ସ ବରିଷ୍ଠ ଅଧିକାରୀ ବୈଠକ (3rd BRICS Senior Officials’ Meeting) ଆୟୋଜନ କରିବା ଓଡ଼ିଶା ପାଇଁ ଏକ ଗର୍ବର ବିଷୟ। ଶିକ୍ଷା, ନବସୃଜନ ଏବଂ ଗବେଷଣା କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ଏହି ସମାବେଶ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ ବୋଲି ସେ ଉଲ୍ଲେଖ କରିଛନ୍ତି।

ଏହି ବ୍ରିକ୍ସ ବୈଠକରେ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନୀତି ନିର୍ଦ୍ଧାରକ ଏବଂ ଶିକ୍ଷାବିତ୍‌ମାନେ ଭୁବନେଶ୍ୱରରେ ଏକତ୍ରିତ ହୋଇଛନ୍ତି। ଉଚ୍ଚଶିକ୍ଷା, ଗବେଷଣା, ନବସୃଜନ ଏବଂ ଶିକ୍ଷାଗତ ଭାଗିଦାରୀ କ୍ଷେତ୍ରରେ ସହଯୋଗ ଆଲୋଚନାର ମୁଖ୍ୟ ବିଷୟ ପାଲଟିଛି। ଏଭଳି ଏକ ବଡ଼ ଆନ୍ତର୍ଜାତୀୟ କାର୍ଯ୍ୟକ୍ରମର ଆୟୋଜନ ବିଶ୍ୱସ୍ତରୀୟ ସମ୍ମିଳନୀ ଏବଂ ନୀତିଗତ ଆଲୋଚନା ପାଇଁ ଏକ ପ୍ରମୁଖ ଗନ୍ତବ୍ୟସ୍ଥଳ ଭାବରେ ଓଡ଼ିଶାର ସ୍ଥିତିକୁ ମଜବୁତ କରୁଛି।

୧୩ତମ ବ୍ରିକ୍ସ ଶିକ୍ଷା ମନ୍ତ୍ରୀସ୍ତରୀୟ ବୈଠକ (13th BRICS Education Ministers’ Meeting) ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ଇଣ୍ଡୋନେସିଆର ଉଚ୍ଚଶିକ୍ଷା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଏଚ୍.ଇ. ବ୍ରାଏନ୍ ୟୁଲିଆର୍ଟୋ (H.E. Brian Yuliarto) ଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇଛି।

ଏହି ଆଲୋଚନା ସମୟରେ ଉଭୟ ଦେଶ ମଧ୍ୟରେ ଶିକ୍ଷାନୁଷ୍ଠାନ ସ୍ତରରେ ସହଯୋଗ ବୃଦ୍ଧି, ଛାତ୍ର ଏବଂ ଶିକ୍ଷକ ଆଦାନପ୍ରଦାନ କାର୍ଯ୍ୟକ୍ରମର ସମ୍ପ୍ରସାରଣ, ମିଳିତ ଗବେଷଣା ଏବଂ ଦକ୍ଷତା ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଛି। ଶିକ୍ଷା, ଗବେଷଣା, ନବସୃଜନ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗ ମାଧ୍ୟମରେ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଭାଗିଦାରୀ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।

କେଜିରୁ ପିଜି ମାଗଣା ଶିକ୍ଷା ବ୍ୟବସ୍ଥାକୁ ନେଇ ଆସିଲା SoP, ଆଡମିଶନ ବେଳେ ଦେଇଥିବା ଟଙ୍କା ଫେରସ୍ତ ପାଇବେ ପିଲା
ଭୁବନେଶ୍ୱର: ରାଜ୍ୟରେ ମାଗଣା କେଜିରୁ ପିଜି ଶିକ୍ଷା ବ୍ୟବସ୍ଥାକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି ଓଡ଼ିଶା ସରକାର। ଏହି ଯୋଜନାର ସୁପରିଚାଳନା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବିସ୍ତୃତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (SOP) ଜାରି କରାଯାଇଛି। ଏଥିରେ ଯୋଗ୍ୟତା, ଫି' ଫେରସ୍ତ ପ୍ରକ୍ରିୟା ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକର ଦାୟିତ୍ୱ ସମ୍ପର୍କରେ ସ୍ପଷ୍ଟ ସୂଚନା ଦିଆଯାଇଛି।

ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ଯେ, ଆର୍ଥିକ ଅନଟନ କାରଣରୁ ଯେପରି କୌଣସି ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ ନହୁଅନ୍ତି, ତାହା ନିଶ୍ଚିତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। କଲେଜଗୁଡ଼ିକ ଏହି ଯୋଜନା ଅଧୀନରେ ନିଜ ଇଚ୍ଛାରେ ଫି' ବୃଦ୍ଧି କରିପାରିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ ପର୍ଯ୍ୟାୟ ଆଡମିଶନ ବେଳେ ଫି' ପ୍ରଦାନ କରିସାରିଛନ୍ତି, ସେମାନଙ୍କୁ ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ ମିଳିବ। ଷ୍ଟୁଡେଣ୍ଟ ଏକାଡେମିକ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (ସାମ୍ସ / SAMS) ଜରିଆରେ ଯେଉଁ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟାଯାଇଥିଲା, ସେହି ଆକାଉଣ୍ଟକୁ ସିଧାସଳଖ ଟଙ୍କା ଫେରସ୍ତ କରାଯିବ। ସରକାରଙ୍କ ପକ୍ଷରୁ କଲେଜଗୁଡ଼ିକୁ କିସ୍ତି ଆକାରରେ ଅର୍ଥ ପ୍ରଦାନ କରାଯିବ। ଆଡମିଶନ ପରେ ୧୦%, ଦ୍ୱିତୀୟ କିସ୍ତିରେ ୧୫% ଏବଂ ଅବଶିଷ୍ଟ ଅର୍ଥ ତିନୋଟି କିସ୍ତିରେ ୨୫% ଲେଖାଏଁ ପ୍ରଦାନ କରାଯିବ।

ଏହି ଯୋଜନାର ଲାଭ ଉଠାଇବାକୁ ହେଲେ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ୍ ମାଧ୍ୟମରେ ରେଗୁଲାର୍ ସ୍ନାତକ (UG) କିମ୍ବା ସ୍ନାତକୋତ୍ତର (PG) ପାଠ୍ୟକ୍ରମରେ ନାମ ଲେଖାଇଥିବା ଆବଶ୍ୟକ। ନାମଲେଖା କିମ୍ବା ପୁନଃ-ନାମଲେଖା (re-admission) କରୁଥିବା ଛାତ୍ରଛାତ୍ରୀମାନେ ଏଥିପାଇଁ ଯୋଗ୍ୟ ହେବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସର୍ବନିମ୍ନ ୭୫% ରହିବା ବାଧ୍ୟତାମୂଳକ। ବିଶେଷ ପରିସ୍ଥିତିରେ ଏହାକୁ ୬୫% ପର୍ଯ୍ୟନ୍ତ କୋହଳ କରାଯାଇପାରିବ। ଏହି ମାନଦଣ୍ଡ ପୂରଣ କରୁନଥିବା ଛାତ୍ରଛାତ୍ରୀ ଯୋଜନାର ଲାଭ ପାଇବେ ନାହିଁ। ଶିକ୍ଷାନୁଷ୍ଠାନର ଆଡମିଶନ ଏବଂ ରି-ଆଡମିଶନ ଫି' ସରକାର ବହନ କରିବେ, କିନ୍ତୁ ପରୀକ୍ଷା ଫି' ଛାତ୍ରଛାତ୍ରୀଙ୍କୁ ନିଜେ ଦେବାକୁ ପଡ଼ିବ।

ଏହି ଯୋଜନାରେ ହଷ୍ଟେଲ ଫି' ସାମିଲ ନାହିଁ ବୋଲି ଏସଓପିରେ ସ୍ପଷ୍ଟ କରାଯାଇଛି। ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ନିଜ ଖର୍ଚ୍ଚ ନିଜେ ବହନ କରିବାକୁ ପଡ଼ିବ। ଏହା ସହିତ ସମସ୍ତ ପ୍ରକାର ପ୍ରଫେସନାଲ୍ କୋର୍ସଗୁଡ଼ିକୁ ମଧ୍ୟ ଏହି ମାଗଣା ଶିକ୍ଷା ଯୋଜନାରୁ ବାଦ୍ ଦିଆଯାଇଛି।

ଫି' ବୃଦ୍ଧି ଉପରେ ସରକାର କଡ଼ା କଟକଣା ଲଗାଇଛନ୍ତି। ଜ୍ଞାନୋଦୟ ଯୋଜନା ଅଧୀନରେ ଆସୁଥିବା ରାଜ୍ୟ ବିଶ୍ୱବିଦ୍ୟାଳୟ, ସରକାରୀ କଲେଜ ଏବଂ ଅନୁଦାନପ୍ରାପ୍ତ ବେସରକାରୀ କଲେଜଗୁଡ଼ିକ ନିୟମିତ ପାଠ୍ୟକ୍ରମ ପାଇଁ ଫି' ବୃଦ୍ଧି କରିପାରିବେ ନାହିଁ। କେବଳ ବିଶେଷ ପରିସ୍ଥିତିରେ ଶିକ୍ଷାନୁଷ୍ଠାନଗୁଡ଼ିକ ଫି' ପରିବର୍ତ୍ତନ ପାଇଁ ଫି' ରେଗୁଲେସନ୍ କମିଟି ନିକଟରେ ପ୍ରସ୍ତାବ ଦେଇପାରିବେ। ଏହି ଯୋଜନା ମାଧ୍ୟମରେ ଓଡ଼ିଶାରେ ଉଚ୍ଚଶିକ୍ଷାକୁ ଅଧିକ ସୁଲଭ ଏବଂ ସମସ୍ତଙ୍କ ପହଞ୍ଚରେ ରଖିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି।

ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୧୦,୩୭୨ ସ୍ନାତକ (UG) ସିଟ୍ ବୃଦ୍ଧି କଲେ ସରକାର
ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ କଲେଜ ଏବଂ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ମୋଟ୍ ୧୦,୩୭୨ ସ୍ନାତକ (UG) ସିଟ୍ ବୃଦ୍ଧି କରିବାକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି।

ବିଭିନ୍ନ ବିଷୟରେ ଛାତ୍ରଛାତ୍ରୀଙ୍କ ଆଗ୍ରହ ଏବଂ ଉଚ୍ଚଶିକ୍ଷା ପ୍ରତି ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ନାମଲେଖା ସମୟରେ ଅନେକ ପସନ୍ଦର ବିଷୟଗୁଡ଼ିକରେ ସିଟ୍ ଅଭାବରୁ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହି ବର୍ଦ୍ଧିତ ସିଟ୍ ସଂଖ୍ୟା ଦ୍ୱାରା ଅଧିକରୁ ଅଧିକ ଛାତ୍ରଛାତ୍ରୀ ନିଜ ପସନ୍ଦର ବିଷୟରେ ଉଚ୍ଚଶିକ୍ଷା ଲାଭ କରିପାରିବେ।

ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ୧,୨୧୬ ସିଟ୍ ଏବଂ ସରକାରୀ କଲେଜ ଗୁଡ଼ିକରେ ୪,୬୮୪ ସିଟ୍ ବୃଦ୍ଧି କରାଯାଇଛି। ସେହିପରି ୪୮୮-ବର୍ଗ (Degree)ର ଅନୁଦାନପ୍ରାପ୍ତ କଲେଜରେ ୩,୪୧୬ ସିଟ୍ ଏବଂ ୬୬୨-ବର୍ଗର ଅନୁଦାନପ୍ରାପ୍ତ କଲେଜରେ ୧,୦୫୬ ସିଟ୍ ବଢ଼ାଯାଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତ ନାମଲେଖା ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗର ସାମ୍‌ସ୍ (SAMS) ପୋର୍ଟାଲରେ ଏହି ପରିବର୍ତ୍ତିତ ସିଟ୍ ସଂଖ୍ୟାକୁ ସାମିଲ କରାଯାଇସାରିଛି।

UGC ଇକ୍ୟୁଇଟି ରେଗୁଲେସନ ୨୦୨୬ ଉପରେ ରହିତାଦେଶ ଜାରି କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଦ୍ୱାରା ନିକଟରେ ଜାରି କରାଯାଇଥିବା 'ପ୍ରମୋସନ ଅଫ୍ ଇକ୍ୱିଟି ରେଗୁଲେସନ୍ସ-୨୦୨୬' ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି । ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ରହିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟ ଏହି ନିୟମାବଳୀର କେତେକ ବ୍ୟବସ୍ଥାକୁ ପ୍ରାଥମିକ ଭାବେ 'ଅସ୍ପଷ୍ଟ' ଏବଂ 'ଅପବ୍ୟବହାର ଯୋଗ୍ୟ' ବୋଲି ଦର୍ଶାଇଛନ୍ତି। ସଂଶୋଧିତ ଢାଞ୍ଚା ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଏହି ନିୟମକୁ ସ୍ଥଗିତ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। UGC ୨୦୧୨ ରେଗୁଲେସନ ବଳବତ୍ତର ରହିବ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ ।

ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚିଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କେନ୍ଦ୍ର ସରକାର ଏବଂ ୟୁଜିସିକୁ ନୋଟିସ୍ ଜାରି କରିଛନ୍ତି। ଆବେଦନକାରୀମାନେ ଦର୍ଶାଇଥିଲେ ଯେ, ଆୟୋଗ ଜାତି ଭିତ୍ତିକ ଭେଦଭାବର ଏକ ସଙ୍କୁଚିତ ସଂଜ୍ଞା ଗ୍ରହଣ କରିଛନ୍ତି, ଯାହା କେତେକ ନିର୍ଦ୍ଦିଷ୍ଟ ବର୍ଗଙ୍କୁ ସାମ୍ବିଧାନିକ ସୁରକ୍ଷାରୁ ବଞ୍ଚିତ କରୁଛି। ନୂତନ ନିୟମ ଅନୁଯାୟୀ, ଜାତିଗତ ଭେଦଭାବ କେବଳ ଏସସି, ଏସଟି ଏବଂ ଓବିସି ବର୍ଗର ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଲାଗୁ ହେବ ବୋଲି କୁହାଯାଇଥିଲା। ଫଳରେ ସାଧାରଣ ବର୍ଗର ଛାତ୍ରଛାତ୍ରୀମାନେ ଯଦି ଜାତିଗତ କାରଣରୁ ହଇରାଣ ହୁଅନ୍ତି, ତେବେ ସେମାନଙ୍କ ପାଇଁ କୌଣସି ଆଇନଗତ ସୁରକ୍ଷା ବ୍ୟବସ୍ଥା ନଥିଲା।

ଗତ ଜାନୁଆରୀ ୧୩ ତାରିଖରେ ଏହି ନୂତନ ନିୟମାବଳୀ ବିଜ୍ଞପ୍ତି ଜରିଆରେ ପ୍ରକାଶ ପାଇଥିଲା। ଏଥିରେ ସମସ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନ ପାଇଁ "ଇକ୍ୱିଟି କମିଟି" ଗଠନ କରିବା ବାଧ୍ୟତାମୂଳକ କରାଯାଇଥିଲା। ଏହି କମିଟିଗୁଡ଼ିକରେ ଓବିସି, ଏସସି, ଏସଟି, ଭିନ୍ନକ୍ଷମ ଏବଂ ମହିଳା ସଦସ୍ୟ ରହିବା ଆବଶ୍ୟକ ବୋଲି ନିୟମ ରହିଥିଲା। ଏହି ନୂତନ ନିୟମାବଳୀ ୨୦୧୨ ମସିହାର ପୁରୁଣା ନିୟମାବଳୀକୁ ପ୍ରତିସ୍ଥାପିତ କରିଥିଲା।

ତେବେ କୋର୍ଟଙ୍କ ହସ୍ତକ୍ଷେପ ପରେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କୁ ଏହି ନିୟମାବଳୀର ପୁନଃ ଚିଠା ପ୍ରସ୍ତୁତ କରିବାକୁ ପଡ଼ିବ। ସଂଶୋଧିତ ନିୟମାବଳୀ ଉପସ୍ଥାପନ ନହେବା ପର୍ଯ୍ୟନ୍ତ ଏହାର କାର୍ଯ୍ୟକାରିତା ଉପରେ କଟକଣା ଜାରି ରହିବ।

ଶିକ୍ଷାଦାନ ପାଇଁ ନାହାନ୍ତି ଅଧ୍ୟାପକ; କିରାଣି ସଜାଇଛି ଉଚ୍ଚଶିକ୍ଷା ବିଭାଗ...
ଭୁବନେଶ୍ୱର: ପାଠ ପଢ଼ାଇବାକୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ପର୍ଯ୍ୟାପ୍ତ ଅଧ୍ୟାପକ ନାହାନ୍ତି। ବିଶ୍ୱବିଦ୍ୟାଳୟରେ ପ୍ରାୟ ୬୨%ରୁ ଅଧିକ ଏବଂ ସରକାରୀ ମହାବିଦ୍ୟାଳୟ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକରେ ମଧ୍ୟ ୫୦%ରୁ ଅଧିକ ପଦ ଖାଲି ପଡ଼ିଛି। ଅପରପକ୍ଷେ, ଅନେକ ଅଧ୍ୟାପକ ଡେପୁଟେସନ୍‌ରେ ଉଚ୍ଚଶିକ୍ଷା ବିଭାଗରେ ନିୟୋଜିତ ହୋଇଛନ୍ତି। ଥରେ ବିଭାଗକୁ ବଦଳି ହୋଇଗଲେ ଫେରିବାକୁ କୁଣ୍ଠାବୋଧ କରୁଛନ୍ତି। ଯେନତେନ ପ୍ରକାରେ ଗାଦି ମାଡ଼ି ବସିବାକୁ ରାଜନୈତିକ ଚାପ ପ୍ରୟୋଗ କରୁଛନ୍ତି। ଫଳରେ ଶିକ୍ଷାନୁଷ୍ଠାନକୁ ପ୍ରତ୍ୟାବର୍ତ୍ତନ ପାଇଁ ନିର୍ଦ୍ଦେଶନାମାକୁ ମଧ୍ୟ ଖାତିର୍‌ କରୁନାହାନ୍ତି। ନିର୍ଦ୍ଦେଶନାମାକୁ ମାସାଧିକ କାଳ ବିତିଥିଲେ ମଧ୍ୟ ଶିକ୍ଷାନୁଷ୍ଠାନରେ ଯୋଗ ଦେଉନଥିବାରୁ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି।

ରାଜଧାନୀର ପ୍ରତିଷ୍ଠିତ ବକ୍ସି ଜଗବନ୍ଧୁ ବିଦ୍ୟାଧର (ବିଜେବି) ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଭାବେ କାର୍ଯ୍ୟରତ ଶୁଭ୍ରାଂଶୁ କୁମାର ବେହେରା ଦୀର୍ଘ ଦିନରୁ ଉଚ୍ଚଶିକ୍ଷା ବିଭାଗକୁ ଡେପୁଟେସନ୍‌ରେ ଯାଇଛନ୍ତି। ଗତ ସେପ୍ଟେମ୍ବର ୩ ତାରିଖରେ ତାଙ୍କୁ ବିଜେବି କଲେଜକୁ ପ୍ରତ୍ୟାବର୍ତ୍ତନ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ପ୍ରକାଶ ପାଇଛି। ମାସାଧିକ କାଳ ବିତିଥିଲେ ମଧ୍ୟ ସମ୍ପୃକ୍ତ ଅଧ୍ୟାପକ ଶିକ୍ଷାନୁଷ୍ଠାନରେ ଯୋଗ ଦେଇନାହାନ୍ତି। ଅନୁରୂପ ଭାବେ ବିଜେବି କଲେଜରେ ଛାତ୍ରୀଙ୍କୁ ଶାରୀରିକ ନିର୍ଯାତନା ଦେବା ଅଭିଯୋଗ ହେବା ପରେ ତତ୍କାଳୀନ କମ୍ପ୍ୟୁଟର୍‌ ସାଇନ୍ସ ବିଭାଗ ମୁଖ୍ୟ ଭାବେ କାର୍ଯ୍ୟରତ ଡ. ପାଣ୍ଡବ ପ୍ରଧାନଙ୍କୁ ଉଚ୍ଚଶିକ୍ଷା ବିଭାଗକୁ ଡେପୁଟେସନ୍‌ରେ ପଠାଯାଇଥିଲା। ଗତ ସେପ୍ଟେମ୍ବର ୨୩ ତାରିଖରେ ତାଙ୍କୁ ନୂଆପଡ଼ାସ୍ଥିତ ମଡେଲ୍‌ ଡିଗ୍ରୀ କଲେଜକୁ ବଦଳି କରାଯାଇଛି। ଏହି ନିର୍ଦ୍ଦେଶନାମାକୁ ମଧ୍ୟ ପ୍ରାୟ ୨୦ଦିନ ବିତିଥିଲେ ମଧ୍ୟ ନୂତନ ଶିକ୍ଷାନୁଷ୍ଠାନରେ ଯୋଗ ଦେଇନାହାନ୍ତି। ଏପରିକି, ଉଭୟଙ୍କୁ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ରିଲିଭ୍‌ ମଧ୍ୟ କରାଯାଉନାହିଁ। ରାଜନୈତିକ ଚାପ ପ୍ରୟୋଗ କରି ଯେନତେନ ଉପାୟରେ ବିଭାଗରେ ହିଁ ରହିବାକୁ ଉଭୟେ କସରତ କରୁଥିବା ଅଭିଯୋଗ ହୋଇଛି। ଫଳରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମାକୁ ମଧ୍ୟ ଏମାନେ ଖାତିର୍‌ କରୁନାହାନ୍ତି।

ସେହିପରି ବିଜେବି କଲେଜରେ ମାନବଶାସ୍ତ୍ର (ଆନ୍ଥ୍ରୋ‌‌ପୋଲୋଜି) ବିଭାଗର ସହକାରୀ ପ୍ରାଧ୍ୟାପିକା ସମ୍ପ୍ରୀତି ପଣ୍ଡା ଉଚ୍ଚଶିକ୍ଷା ବିଭାଗରେ ଓ ଅର୍ଥନୀତି ବିଭାଗର ସହକାରୀ ପ୍ରାଧ୍ୟାପିକା ଲିପ୍‌ସା ମିଶ୍ର ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦରେ ମଧ୍ୟ ଡେପୁଟେସନ୍‌ରେ ଅଛନ୍ତି। ଅନୁରୂପ ଭାବେ ରାଜଧାନୀ କଲେଜର ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ଅଧ୍ୟାପକ ହୃଷୀକେଶ ନାୟକ, କଟକ ଶୈଳବାଳା ମହିଳା ମହାବିଦ୍ୟାଳୟର ଗଣିତ ବିଭାଗର ସହକାରୀ ଅଧ୍ୟାପିକା ପ୍ରଭାତୀ ମଞ୍ଜରୀ ମହାନ୍ତି, ପୁରୀ ମହିଳା ମହାବିଦ୍ୟାଳୟ ଅର୍ଥନୀତି ବିଭାଗର ସହକାରୀ ପ୍ରଧ୍ୟାପକ ଶରତ ମାଝୀ, ବାରିପଦା ଏମ୍‌ପିସି ସ୍ୱୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ସହକାରୀ ପ୍ରାଧ୍ୟାପିକା ରୂପଶ୍ରୀ ମହାପାତ୍ର ପ୍ରମୁଖ ଡେପୁଟେସନ୍‌ରେ ଯାଇ ବିଭାଗରେ କାର୍ଯ୍ୟରତ ଅଛନ୍ତି। ଏମାନଙ୍କ ସହ ବିଭିନ୍ନ ବିଏଡ୍‌ ଶିକ୍ଷାନୁଷ୍ଠାନରୁ ପ୍ରାୟ ୨୫ଜଣ ଅଧ୍ୟାପକ ବିଭାଗରେ କାର୍ଯ୍ୟରତ ଅଛନ୍ତି।

ଅଧ୍ୟାପକ ଅଭାବରୁ ଉଚ୍ଚ ଶିକ୍ଷାନୁଷ୍ଠାନର ଶୈକ୍ଷିକ ବାତାବରଣ ପ୍ରଭାବିତ ହେଉଛି। ଶିକ୍ଷାର ଗୁଣାତ୍ମକ ମାନ ହ୍ରାସ ପାଉଛି। ଅପରପକ୍ଷେ, ୟୁଜିସି ସ୍କେଲ୍‌ରେ ଦରମା ପାଉଥିବା ବରିଷ୍ଠ ଅଧ୍ୟାପକ/ଅଧ୍ୟାପିକାମାନେ ବିଭାଗକୁ ଯାଇ କିରାଣି କାମ କରୁଛନ୍ତି। ଅନେକଙ୍କୁ ନିର୍ଦ୍ଦିଷ୍ଟ ଦାୟିତ୍ୱ ମିଳି ନଥିବାରୁ କେବଳ ହାଜିରା ଦେଇ ଫେରୁଛନ୍ତି। ଆସିଷ୍ଟାଣ୍ଟ ପ୍ରଫେସର୍‌ ଷ୍ଟେଜ୍‌-୧, ଷ୍ଟେଜ୍‌-୨ ଓ ଷ୍ଟେଜ୍‌-୩ ରାଙ୍କର ଅଧ୍ୟାପକମାନେ ଯଦି କିରାଣି କାମ କରିବେ, ତାହେଲେ ଶିକ୍ଷାଦାନ କିଏ କରିବ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି।

ସରକାରଙ୍କ ଦାୟିତ୍ୱହୀନ ଓ ଦୂରଦୃଷ୍ଟିବିହୀନ କାର୍ଯ୍ୟ ପାଇଁ ଶୈକ୍ଷିକ ମାନ କ୍ରମାଗତ ହ୍ରାସ ପାଉଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା, ଉଚ୍ଚଶିକ୍ଷା ବିଭାଗ ଥଇଥାନ କେନ୍ଦ୍ରରେ ପରିଣତ ହୋଇଛି। ଡେପୁଟେସନ୍‌ରେ ନେବା ବା ସେମାନଙ୍କୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ପ୍ରତ୍ୟେକ ଦିନ ବିଭିନ୍ନ ରାଜନୈତିକ ବ୍ୟକ୍ତି ଚାପ ପକାଉଛନ୍ତି। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ବିଭାଗକୁ ଡେପୁଟେସନ୍‌ରେ ଆଣିବାକୁ ଏକପ୍ରକାର ପ୍ରତିଯୋଗିତା ଲାଗି ରହିଛି। ଫଳରେ ବିଭାଗରେ ମଧ୍ୟ ଏକପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବା ସେ କହିଛନ୍ତି।

ବଢ଼ିବ ସରକାରୀ ଡାକ୍ତରଙ୍କ ଦକ୍ଷତା, ଉଚ୍ଚଶିକ୍ଷା ପାଇଁ ଛୁଟି ଅବଧି ୬ବର୍ଷକୁ ବୃଦ୍ଧି
ଭୁବନେଶ୍ୱର: ରାଜ୍ୟରେ ଡାକ୍ତରମାନଙ୍କୁ ଉଚ୍ଚଶିକ୍ଷିତ କରି ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ଜରିଆରେ ଲୋକଙ୍କୁ ସର୍ବୋତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ବଡ଼ ପଦକ୍ଷେପ ନେଇଛନ୍ତି। ଉଚ୍ଚତର ଶିକ୍ଷା ଗ୍ରହଣ ପାଇଁ ଉଦ୍ଦିଷ୍ଟ ଛୁଟି ନିୟମକୁ ଆହୁରି ସରଳ କରାଯାଇଛି। ଏଣିକି ବିଶେଷଜ୍ଞ ପାଠ୍ୟକ୍ରମରେ ଶିକ୍ଷାଗ୍ରହଣ ପାଇଁ ସରକାରୀ ଡାକ୍ତରଙ୍କୁ ୩ ବର୍ଷ ବଦଳରେ ୬ ବର୍ଷ ପର୍ଯ୍ୟନ୍ତ ଷ୍ଟଡିଲିଭ୍‌‌ ମିଳିବ। ସେହିପରି କାର୍ଯ୍ୟରେ ଯୋଗଦେବାର ୫ ବର୍ଷ ମଧ୍ୟରେ ଷ୍ଟଡି ଲିଭ୍‌‌ ପାଇଁ ଅନୁମତି ମିଳିବ। ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନା ଓ ମେଡିକାଲ କଲେଜରେ କାର୍ଯ୍ୟରତ ଡାକ୍ତରମାନଙ୍କ ପାଇଁ ନୂଆ ନିୟମ ଲାଗୁ ହେବ। ଉଚ୍ଚ ଶିକ୍ଷା ପାଇଁ ଏକ୍ସଟ୍ରା ଅର୍ଡିନାରୀ ଲିଭ୍‌‌ (ଇଓଏଲ୍‌‌) ନେଇଥିଲେ ତାହା ଡାଇନାମିକ୍‌‌ ଆସ୍ୟୁର୍ଡ କ୍ୟାରିୟର୍‌‌ ପ୍ରୋଗାମ୍‌‌ (ଡିଏସିପି) ଅନୁସାରେ ଗ୍ରହଣୀୟ ହେବ।

ପୂର୍ବ ପ୍ରଚଳିତ ନିୟମ ଅନୁସାରେ ଉଚ୍ଚଶିକ୍ଷା ଗ୍ରହଣ ପାଇଁ ସରକାରୀ ଡାକ୍ତରମାନଙ୍କୁ ୩୬ ମାସ ଅବା ୩ ବର୍ଷ ଛୁଟି ମିଳୁଥିଲା। କିନ୍ତୁ ଡାକ୍ତରମାନଙ୍କ ସମସ୍ୟା ଓ ପାଠ୍ୟକ୍ରମକୁ ଦୃଷ୍ଟିରେ ରଖି ଏହି ଅବଧି ୭୨ ମାସ ଅବା ୬ ବର୍ଷକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି। ଏହା ଫଳରେ ଡାକ୍ତରମାନେ ସ୍ନାକତ୍ତୋର କିମ୍ବା ତଦୁର୍ଦ୍ଧ ପାଠ୍ୟକ୍ରମରେ ନାମ ଲେଖାଇ ପାଠ ପଢ଼଼ା ସମ୍ପୂର୍ଣ୍ଣ କରିବାର ସୁଯୋଗ ପାଇବେ। ଯେଉଁ ଡାକ୍ତରମାନଙ୍କର କାର୍ଯ୍ୟକାଳ ୫ ବର୍ଷରୁ କମ୍‌‌ ଥିବ ସେମାନଙ୍କୁ ଷ୍ଟଡି ଲିଭ୍‌‌ ପାଇଁ ଅନୁମତି ନ ମିଳିବା ନିୟମ ରହିଛି। ସେହିପରି ନବ ନିଯୁକ୍ତ ଡାକ୍ତରମାନଙ୍କ ଦକ୍ଷତା ବୃଦ୍ଧି ଲକ୍ଷ୍ୟରେ କାର୍ଯ୍ୟକାଳ ୫ ବର୍ଷ ପୂରଣ ହେବା ପୂର୍ବରୁ ତାଙ୍କୁ ଉଚ୍ଚଶିକ୍ଷା ପାଇଁ ସରକାର ଛୁଟି ଦେବେ ବୋଲି କୁହାଯାଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଡାକ୍ତରୀ ପଦବୀ ପୂରଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ବେଳେ ଉଚ୍ଚଶିକ୍ଷା କ୍ଷେତ୍ରରେ କାର୍ଯ୍ୟରତ ଡାକ୍ତରମାନଙ୍କୁ ଅଧିକ ସୁବିଧା ପ୍ରଦାନ କରିବା ଦ୍ୱାରା ରାଜ୍ୟରେ ସ୍ୱାସ୍ଥ୍ୟ ସେବା ତ୍ୱରାନ୍ୱିତ ହେବ। ଉଚ୍ଚଶିକ୍ଷା ପାଇଁ ବାହାରକୁ ଗଲେ ମଧ୍ୟ ସରକାର ସେମାନଙ୍କ ବେତନ ପ୍ରଦାନ ଜାରି ରଖିବେ। ଶେଷ ଥର ପାଇଁ ସେମାନେ ଯେଉଁଠାରେ କାର୍ଯ୍ୟରତ ଥିଲେ ସେହିଠାରୁ ସେମାନେ ବେତନ ପାଇପାରିବେ।

‘ସମର୍ଥ’ ପୋର୍ଟାଲକୁ ଉଚ୍ଚଶିକ୍ଷା ବିଭାଗର ଗୁରୁତ୍ୱ; ଗୋଟିଏ କ୍ଲିକ୍‌‌ରେ ମିଳିବ ସମସ୍ତ ଶିକ୍ଷାନୁଷ୍ଠାନର ତଥ୍ୟ
ଭୁବନେଶ୍ୱର: ଗୋଟିଏ କ୍ଲିକ୍‌‌ରେ ମିଳିବ ସମସ୍ତ ଉଚ୍ଚତର ଶିକ୍ଷାନୁଷ୍ଠାର ତଥ୍ୟ। ନାକ୍‌‌ ମାନ୍ୟତା ଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନର ସିଟ୍‌‌ ସଂଖ୍ୟା, ଶିକ୍ଷକ ଓ ଗବେଷଣା ସମ୍ପର୍କିତ ତଥ୍ୟ ଆଦି ଗୋଟିଏ ପୋର୍ଟାଲରେ ଉପଲବ୍ଧ ହେବ। ଉଚ୍ଚଶିକ୍ଷା ବିଭାଗରେ ଏଥିପାଇଁ ଏକ ପୋର୍ଟାଲ କାର୍ଯ୍ୟକ୍ଷମ ହେବ। ସମର୍ଥ ପୋର୍ଟାଲର କାର୍ଯ୍ୟକାରିତା ଦିଗରେ ଧ୍ୟାନ ଦେବା ପାଇଁ ଉଚ୍ଚଶିକ୍ଷା ବିଭାଗ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରିଛି।

ଉଚ୍ଚଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ରାଜ୍ୟର ସମସ୍ତ ସ୍ୱୟଂଶାସିତ କଲେଜ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ‘ସମର୍ଥ’ ପୋର୍ଟାଲ କାର୍ଯ୍ୟକ୍ଷମ କରାଯିବ। ଏନେଇ ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି ଓ ସ୍ୱୟଂଶାସିତ କଲେଜର ଅଧ୍ୟକ୍ଷମାନଙ୍କ ପାଇଁ ମାର୍ଗଦର୍ଶିକା ଜାରି ହୋଇଛି। ଶିକ୍ଷାନୁଷ୍ଠାନ ସ୍ତରରେ ଏହାର କାର୍ଯ୍ୟକାରୀତା ପାଇଁ ନୋଡାଲ ଅଫିସର ଓ ଆସୋସିଏଟ ନୋଡାଲ ଅଫିସର ନିଯୁକ୍ତ ହେବେ। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଏଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରିବେ। ରାଜ୍ୟରେ କାର୍ଯ୍ୟକ୍ଷମ ଥିବା ସାମ୍ସ ପୋର୍ଟାଲ ଭଳି ସମର୍ଥ ପୋର୍ଟାଲ ମଧ୍ୟ କାର୍ଯ୍ୟ କରିବ। ନାମଲେଖା ଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନର ତଥ୍ୟ, ବଳକା ସିଟ୍‌‌ ଆଦି କଲେଜ ଓ ବିଶ୍ୱବିଦ୍ୟାଳୟ ଅନୁଯାୟୀ ତଥ୍ୟ ମିଳିପାରିବ।

ସମର୍ଥ ପୋର୍ଟାଲ କାର୍ଯ୍ୟକ୍ଷମ ହେବା ଦ୍ୱାରା ବିଦେଶର ଆଗ୍ରହ ପ୍ରକାଶ କରୁଥିବା ଛାତ୍ରଛାତ୍ରୀ ମଧ୍ୟ ଶିକ୍ଷାନୁଷ୍ଠାନ ବାବଦରେ ସମସ୍ତ ତଥ୍ୟ ପାଇ ପାରିବେ। ତେବେ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗକୁ ସମର୍ଥ ପୋର୍ଟାଲ କାର୍ଯ୍ୟକ୍ଷମ ପାଇଁ ପ୍ରସ୍ତାବ ଦେଇଥିଲେ। ଉଚ୍ଚଶିକ୍ଷା ବିଭାଗ ମଧ୍ୟ ଏଥିରେ ସହମତି ପ୍ରକାଶ କରିଛି। ମାତ୍ର ସାମ୍ସ ପୋର୍ଟାଲ ଘରୋଇ ସଂସ୍ଥା ହୋଇଥିବା ବେଳେ ସମର୍ଥ ପୋର୍ଟାଲ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ସରକାରୀ ସଂସ୍ଥା। ଏହା ଦ୍ୱାରା କଲେଜ୍‌‌ ଓ ବିଶ୍ୱବିଦ୍ୟାଳୟମାନଙ୍କର ସମସ୍ତ ତଥ୍ୟ ଗୋଟିଏ ପୋର୍ଟାଲରେ ଉପଲବ୍ଧ ହେବ। ରାଜ୍ୟରେ ଏହାକୁ କାର୍ଯ୍ୟକ୍ଷମ ଲାଗି ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷଙ୍କୁ ରାଜ୍ୟ ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି। ସ୍ୱୟଂଶାସିତ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରି ସମର୍ଥ ପୋର୍ଟାଲକୁ କାର୍ଯ୍ୟକାରୀ କରିବା ଲାଗି ଉପାଧ୍ୟକ୍ଷଙ୍କୁ ଦାୟିତ୍ୱ ଦିଆଯାଇଛି। ତେଣୁ ସମର୍ଥ ପୋର୍ଟାଲ ଗଠନ ନେଇ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକ ତ୍ୱରିତ ନୋଡାଲ ଅଧିକାରୀ ଓ ଆସୋସିଏଟ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତ କରିବା ପାଇଁ ଉଚ୍ଚଶିକ୍ଷା ଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦେଇଛି।

UPSC କୋଚିଂ ଦେବ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ, ପ୍ରବେଶିକା ପରୀକ୍ଷା ମାଧ୍ଯମରେ ୨୦୦ ଆଶାୟୀଙ୍କୁ କରାଯିବ ଚୟନ
ଭୁବନେଶ୍ବର: ପୁଣି ଥରେ UPSC କୋଚିଂ ଦେବ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ। ୨୦୦ ଆଶାୟୀଙ୍କୁ ଚୟନ କରି କୋଚିଂ ଦିଆଯିବ। ରହିବା ସୁବିଧା ମଧ୍ୟ ରହିବ। ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଆଶାୟୀଙ୍କୁ ଚୟନ କରାଯିବ। ଫେବୃଆରୀ ୨୬ରେ ହେବ ଏହି Entrance test। ଏନେଇ ସାମ୍ସ ପୋର୍ଟାଲରେ module develope କରିବାକୁ ଉଚ୍ଚ ଶିକ୍ଷା ବିଭାଗ OCAC କୁ ଚିଠି ଲେଖିଛି।

ସୂଚନା ଅନୁଯାୟୀ, ପୂର୍ବରୁ ଦୁଇ ଦୁଇ ଥର ଏଭଳି କୋଚିଂ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା କିନ୍ତୁ ତାହା ସଫଳ ହୋଇନି। ଓଡ଼ିଆଙ୍କ ପ୍ରଦର୍ଶନ UPSC ରେ ଦିନକୁ ଦିନ ହ୍ରାସ ପାଉଥିବାରୁ ବିଭାଗ ଏଭଳି ପଦକ୍ଷେପ ନେଉଛି କିନ୍ତୁ ଏଯାଏ ସୁଫଳ ମିଳୁନି।

ଉଚ୍ଚଶିକ୍ଷା ବିଭାଗ ଆଣିବ ଷ୍ଟୁଡେଣ୍ଟସ ସ୍ପୋର୍ଟସ ପଲିସି
ଭୁବନେଶ୍ୱର: ଖୁବ ଶୀଘ୍ର ଉଚ୍ଚଶିକ୍ଷା ବିଭାଗ ଆଣିବ ଷ୍ଟୁଡେଣ୍ଟସ ସ୍ପୋର୍ଟସ ପଲିସି । ଉଚ୍ଚଶିକ୍ଷା ପରିଷଦ, ବିଶ୍ୱବିଦ୍ୟାଳୟ କ୍ରୀଡ଼ା ବିଭାଗ ଓ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ମଧ୍ୟରେ ଏନେଇ ଆଲୋଚନା ଚାଲିଛି । ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଏହି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେପରି କ୍ରୀଡା କ୍ଷେତ୍ରରେ ବିଶ୍ୱରେ ଓଡିଶାକୁ ସ୍ୱତନ୍ତ୍ର ସ୍ଥାନ ଦେଲେଣି, ଏହାକୁ ନେଇ କ୍ରୀଡ଼ାବିତଙ୍କୁ ଅଧିକ ଉତ୍ସାହିତ କରି ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି ପ୍ରସ୍ତୁତ କରିବାକୁ ପଡ଼ିବ ।

କଲେଜ ଓ ବିଶ୍ୱବିଦ୍ୟାଳୟ ହେଉଛି କ୍ରୀଡ଼ାବିତଙ୍କ ପାଇଁ ଅନ୍ତୁଡ଼ିଶାଳ । ଯେଉଁ ଛାତ୍ରଛାତ୍ରୀ ଭଲ ଖେଳୁଛନ୍ତି, ସେମାନଙ୍କ ନାମଲେଖା ପରି ସୁବିଧା କରାଯିବ। ଖେଳ ସମୟରେ ଯେପରି କ୍ଲାସ ଉପସ୍ଥାନ ସମସ୍ୟା ନରହିବ, ସେହି ଉଦେଶ୍ୟରେ ଏହି ପଲିସି ହେବ । ସେମାନେ କ୍ରୀଡାର ହାଇ ପରଫର୍ମାନ୍ସ ସେଣ୍ଟରରେ ଟ୍ରେନିଂ ପାଇଁ ପାରିବେ ।

ସେଥିପାଇଁ ଯେଉଁ ଜାତୀୟ ଓ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ଅଛି, ସେମାନଙ୍କ ପରି ଆମ ସ୍ପୋର୍ଟସ ପଲିସିରେ ସାମିଲ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କହିଛନ୍ତି । ଏହା କୋର୍ସ ଆକାରରେ ରହିବ ନାହିଁ । ଭଲ ଖେଳୁଥିବା ଛାତ୍ରଛାତ୍ରୀ ଯେପରି ଅଧିକ ସମୟ ଖେଳକୁ ଦେଇ ପାରିବେ, ସେ ଦିଗରେ ନୀତି ହେବା ଦରକାର ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ପ୍ରକାଶ କରିଛନ୍ତି।

ମାତୃଭାଷା ପ୍ରତି ଆଗ୍ରହ ବଢାଇବା ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ; ଏଣିକି ଓଡିଆ ଅନର୍ସ ପିଲାଙ୍କୁ ଦେବାକୁ ପଡିବନି କୌଣସି ଫି’
ଭୁବନେଶ୍ୱର: ଦିନକୁ ଦିନ ଇଂରାଜୀ ଭାଷା ପ୍ରତି ଆମ ଭିତରେ ଦୁର୍ବଳତା ବଢ଼ି ବଢ଼ି ଚାଲିଥିବାବେଳେ, ଓଡିଆ ଭାଷା ପ୍ରତି ଥିବା ଆଗ୍ରହ ଧୀରେ ଧୀରେ କମି କମି ଯାଉଛି । ଆଉ ଏବେ ଓଡିଆ ଭାଷା ପ୍ରତି ଆଗ୍ରହ ବଢ଼ାଇବା ପାଇଁ ରାଜ୍ୟ ସରକାର ନେଇଛନ୍ତି ଐତିହାସିକ ପଦକ୍ଷେପ। ନିଷ୍ପତ୍ତି ଅନୁସାରେ ଏଣିକି ଯୁକ୍ତ ତିନି ଓଡିଆ ଅନର୍ସ ପିଲାଙ୍କୁ ଦେବାକୁ ପଡିବ ନାହିଁ କୌଣସି ଫି । ମାତୃଭାଷା ପ୍ରତି ମମତା ବଢାଇବାକୁ ରାଜ୍ୟସରକାରଙ୍କ ବଡ଼ ନିଷ୍ପତ୍ତି। କେବଳ ହଷ୍ଟେଲ ଫି ଦେଇ ସେମାନେ ପାଠ ପଢିପାରିବେ । ଏ ନେଇ ରାଜ୍ୟର ସମସ୍ତ ସରକାରୀ ଡିଗ୍ରୀ ଏବଂ ସ୍ୱଂୟଶାସିତ କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛି ଉଚ୍ଚଶିକ୍ଷା ବିଭାଗ ।

କଲେଜ ଉନ୍ନୟନ ପାଣ୍ଠିରୁ ଅନ୍ୟ ସମସ୍ତ ଫି’ ଭରଣ କରାଯିବ। ସରକାରୀ ଡିଗ୍ରୀ ଓ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଏନେଇ ଚିଠି ଲେଖାଯାଇଛି। କିଛି ଶିକ୍ଷାନୁଷ୍ଠାନ ପକ୍ଷରୁ ସମସ୍ତ ପ୍ରକାର ଫି’ ଛାଡ କରାଯାଇଛି। ସାର୍ଟିଫିକେଟ ଏବଂ ମାର୍କସିଟ୍ ପାଇଁ ଆବଶ୍ୟକ ହେଉଥିବା ଫି’ ମଧ୍ୟ ଛାଡ଼ କରାଯାଇଛି। ବିଦ୍ୟାର୍ଥୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପକୁ ସ୍ବାଗତ କରିଛନ୍ତି ଭାଷାବିତ୍।। ଏହାକୁ ଛାତ୍ରଛାତ୍ରୀ, ଅଧ୍ୟାପକଙ୍କ ସହ ଭାଷାବିତ୍ ସ୍ବାଗତ କରିଛନ୍ତି।