Cyclone Sitrang - The Sakala

ବାଂଲାଦେଶରେ ତାଣ୍ଡବ ରଚିଲା ବାତ୍ୟା ସିତ୍ରାଙ୍ଗ୍: ୨୪ ମୃତ, ବ୍ଯାପକ ଧନଜୀବନ ନଷ୍ଟ
ଢାକା: ବାଂଲାଦେଶରେ ତାଣ୍ଡବ ରଚିଲା ବାତ୍ୟା ସିତ୍ରାଙ୍ଗ୍‌। ଏହି ବାତ୍ଯରେ ୨୪ ଜଣଙ୍କ ମୃତ୍ଯୁ ଘଟିଥିବା ଜଣାପଡ଼ିଛି।  ୧୦ ହଜାରରୁ ଅଧିକ ଘର ଭାଙ୍ଗିବା ସହ ବଡ଼ବଡ଼ ଗଛ ଓ  ବିଜୁଳି ଖୁଣ୍ଟି ଉପୁଡ଼ିଛି । ଏଥିସହ ବ୍ଯପକ ଫସଲ ନଷ୍ଟ ମଧ୍ୟ ହୋଇଛି। ଏପଟେ ସିତ୍ରାଙ୍ଗ ପ୍ରଭାବରେ ଆସାମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ବହୁ ଘରଦ୍ୱାର ଭାଙ୍ଗିିଛି । ଦକ୍ଷିଣପୂର୍ବ ବାଂଲାଦେଶରେ ବ୍ୟାପକ କ୍ଷୟକ୍ଷତି କରିଛି ବାତ୍ୟା । ସମୁଦ୍ରରେ ୬ରୁ ୮ ଫୁଟର ଜୁଆର ଉଠିଥିଲା। ଘଣ୍ଟା ପ୍ରତି ପ୍ରାୟ ୯୦ କିଲୋମିଟର ବେଗରେ ପବନ ବହିଥିଲା । ବହୁ ଗଛ ଉପୁଡ଼ି ପଡ଼ିଛି । ଶକ୍ତି ବିଭାଗର ସର୍ବାଧିକ କ୍ଷୟକ୍ଷତି ଘଟିଛି। ଅନ୍ଧାରରେ ହଜାର ହଜାର ଲୋକ ଅଛନ୍ତି। ଅନେକ ଲୋକ ମୃତାହତ ହୋଇଛନ୍ତି । ୨ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ଉଦ୍ଧାର କାର୍ଯ୍ଯରେ ସେନା ନିୟୋଜିତ ରହିଛି। ବିପନ୍ନଙ୍କ ପାଖରେ ପହଞ୍ଚିବାକୁ ସରକାରୀ ଅଧିକାରୀ ଓ ଦଳୀୟ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଶେଖ ହାସିନା। ପର୍ଯ୍ଯାପ୍ତ ପରିମାଣର ଓଷଧ ଓ ରିଲିଫ୍‌ ସାମଗ୍ରୀ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବାଂଲାଦେଶ ଉପକୂଳରେ ଲାଣ୍ଡଫଲ୍‌ ପରେ ଦୁର୍ବଳ ହୋଇପଡ଼ିଛି ବାତ୍ୟା ସିତ୍ରାଙ୍ଗ । ଡିପ୍‌ ଡିପ୍ରେସନ୍‌, ଡିପ୍ରେସନ୍‌ ଏବଂ ୱେଲ ମାର୍କଡ ଲୋ ପ୍ରେସର ପରେ ଲଘୁଚାପର ରୂପ ନେଇଛି । ତେବେ ଭାରତର ଉତ୍ତରପୂର୍ବର ୪ ରାଜ୍ୟ ଆସାମ, ମେଘାଳୟ, ତ୍ରିପୁରା ଓ ମିଜୋରାମ ଉପରେ ବାତ୍ୟାର ପ୍ରଭାବ ପଡ଼ିଛି। ଏସବୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଣିଛି ସି-ତ୍ରାଙ୍ଗ୍‌ । ଆସାମରେ ପ୍ରବଳ ବର୍ଷା ଯୋଗୁ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି ।

ସ୍ଥଳଭାଗ ଛୁଇଁବା ପରେ ବାଂଲାଦେଶରେ ତାଣ୍ଡବ ରଚିଲା ବାତ୍ୟା ସିତ୍ରାଙ୍ଗ୍; ୧୦୦ କିଲୋମିଟର ବେଗରେ ବହିଲା ପବନ, ୭ ମୃତ
ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ସିତ୍ରାଙ୍ଗ୍ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ମଙ୍ଗଳବାର ଭୋରୁ ବାଂଲାଦେଶର ବରିସାଲ୍‌ ନିକଟରେ ସ୍ଥଳଭାଗ ଛୁଇଁଛି। ବାଂଲାଦେଶର ତିନିକୋନା ଓ ସାନ୍ଦିପ ଦ୍ବୀପପୁଞ୍ଜ ମଧ୍ୟରେ ଲ୍ୟାଣ୍ଡଫଲ କରିଛି ବାତ୍ୟା।ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗରେ ପବନ ବହୁଥିଲା। ବାତ୍ୟା ଯୋଗୁଁ ପ୍ରବଳ ପବନ ବର୍ଷାରେ ବାଂଲାଦେଶରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବାତ୍ୟା ପ୍ରଭାବରେ ପଶ୍ଚିମବଙ୍ଗର ଦକ୍ଷିଣ ଓ ପୂର୍ବ ପ୍ରଗଣା ପ୍ରଭାବିତ ହୋଇଛି ।

ଉଚ୍ଚ ଜୁଆର ମାଡିଆସିବା ସହିତ ନିଉ ଦିଘା, ଦିଘା, ଉପକୂଳରେ ଥିବା ଦୋକାନ ବଜାର ମଧ୍ୟରେ ସମୁଦ୍ର ପାଣି ପଶିଛି। ବାଂଲାଦେଶର ଉପକୂଳ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି । ବହୁ ସ୍ଥାନରେ ରାସ୍ତା କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି । ବହୁ ଘର ଭାଙ୍ଗିଥିବା ବେଳେ ବ୍ୟାପକ ଫସଲ ନଷ୍ଟ କରିଛି ବାତ୍ୟା । କିଛି ଲୋକ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ନିରାପଦ ସ୍ଥାନକୁ ଆଣିବାକୁ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି । ତେବେ ଲ୍ୟାଣ୍ଡଫଲ୍ ବେଳେ ବାତ୍ୟା ସିତ୍ରାଙ୍ଗ ଦୁର୍ବଳ ହୋଇଛ। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ସାମୁଦ୍ରିକ ଝଡ଼ରୁ ତୀବ୍ର ଅବପାତ ଏବଂ ସଂଧ୍ୟାରେ ଏହା ଲଘୁଚାପରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ଆକଳନ କରିଛି।

ଓଡ଼ିଶା ଉପକୂଳରୁ ସମାନ୍ତରାଳ ଭାବେ ସମୁଦ୍ର ଭିତରେ ୨୦୦ରୁ ୨୫୦ କିମି ଦୂରରେ ରହିଥିଲା ସି-ତ୍ରଙ୍ଗ। ଯାହାର ପ୍ରଭାବରେ ରାଜ୍ୟର ଉପକୂଳ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଆଜି ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ କଟକର କିଛି ସ୍ଥାନରେ ବର୍ଷା ହୋଇପାରେ। ତେବେ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । କାଲି ସକାଳକୁ ଓଡ଼ିଶାରେ ବାତ୍ୟାର କୌଣସି ପ୍ରଭାବ ରହିବନି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି।

ଆସନ୍ତାକାଲି ବାଂଲାଦେଶ ଛୁଇଁବ ବାତ୍ୟା ସି-ତ୍ରାଙ୍ଗ; ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ କରୁଛି ଗତି, ଓଡିଶାକୁ ନାହିଁ ବିପଦ
ଭୁବନେଶ୍ୱର: ଧୀରେ ଧୀରେ ଆଗକୁ ବଢୁଛି ବାତ୍ୟା ସିତ୍ରାଙ୍ଗ। ଗଭୀର ଅବପାତରେ ପରିଣତ ହେବା ପରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇଛି ବାତ୍ୟା ସିତ୍ରାଙ୍ଗ । ସମୁଦ୍ର ଭିତରୁ ଅଧିକ ବଳ ଗୋଟାଇ ଶକ୍ତିଶାଳୀ ହେଉଛି । ଏବେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ବାତ୍ୟା । ଆଗାମୀ ୧୨ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେବ । ଏବେ ବାଂଲାଦେଶ ମୁହାଁ ହେଉଛି ବାତ୍ୟା । ବାତ୍ୟାଟି ତିନକୋଣା ଓ ସାନ୍ଦ୍ୱୀପ ଦେଇ ବାଂଲାଦେଶ ଉପକୂଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଓଡ଼ିଶା ଉପକୂଳରୁ ଏହା ସମାନ୍ତରାଳ ଭାବେ ସମୁଦ୍ର ଭିତରେ ୨୦୦ରୁ ୨୫୦ କିମି ଦୂରରେ ଗତି କରିବ ବାତ୍ୟା ସିତ୍ରାଙ୍ଗ । ତେଣୁ ଓଡ଼ିଶା ଉପରେ ବାତ୍ୟାର ବଡ଼ ପ୍ରଭାବ ପଡିବ ନାହିଁ । ତେବେ ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବା ସମ୍ଭାବନା ରହିଛି । ୨୫ ତାରିଖରେ ବାଂଲାଦେଶ ଉପକୂଳ ଅତିକ୍ରମ କରିବ ବାତ୍ୟା । ତିନ୍ କୋଣା ଓ ସନ୍ଦୀପ ମଧ୍ୟରେ ବାତ୍ୟା ସ୍ଥଳ ଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସିଭିୟର ସାଇକ୍ଲୋନିକ ଷ୍ଟର୍ମ ହେବା ପରେ ପବନର ବେଗ ଘଣ୍ଟାପ୍ରତି ୮୫ରୁ ୯୫ କିଲୋମଟର ରହିବ । ଏହା ବଢ଼ି ୧୦୫ରୁ ୧୧୦ କିଲୋମିଟର ରହିପାରେ । ବାତ୍ୟା ଭୀଷଣ ରୂପ ସହ ସ୍ଥଳଭାଗ ହିଟ୍‌ କରିବା ସମ୍ଭାବନା ରହିଛି ।

ଆଜି ଲଘୁଚାପ; ସ୍ପଷ୍ଟହେବ ବାତ୍ୟା ଚିତ୍ର
ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’ ପାଇଁ ଗୁରୁବାର ଲଘୁଚାପ ସୃଷ୍ଟି ହେବ। ସୋମବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ ଆଣ୍ଡାମାନ ସାଗରରେ ରହିଛି। ଏହିଠାରେ ଏବେ ମେଘଖଣ୍ଡଗୁଡ଼ିକର ଏକତ୍ରୀକରଣ ପ୍ରକ୍ରିୟା ଚାଲିଛି। ଗୁରାବାର ଏହା ପ୍ରଭାବରେ ଲଘୁଚାପ ସୃଷ୍ଟି ହେବ ଏବଂ ପରବର୍ତ୍ତୀ ସମୟରେ ଶକ୍ତିଶାଳୀ ହୋଇ୨୨ ତାରିଖ ସୁଦ୍ଧା ଅବପାତରେ ପରିଣତ ହେବ। ଏହାର ପରବର୍ତ୍ତୀ ୪୮ ଘଣ୍ଟାରେ ଗଭୀର ଅବପାତ ବାତ୍ୟାରେ ପରିଣତ ହେବ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ବାତ୍ୟା ସୃଷ୍ଟି ହେବା ସ୍ପଷ୍ଟ ହୋଇଥିବା ବେଳେ ବାକି ତଥ୍ୟ ସମ୍ପର୍କରେ ସଠିକ୍‌‌ ଆକଳନ କରାଯାଇ ନାହିଁ। ତେଣୁ ଏହା କେଉଁଠାରେ ସ୍ଥଳଭାଗ ଅତିକ୍ରମ କରିବ ଓ କେବେ ଅତିକ୍ରମ କରିବ ତାକୁ ନେଇ ମଧ୍ୟ ସ୍ପଷ୍ଟ ହୋଇନାହିଁ।

ପାଣିପାଗ କେନ୍ଦ୍ରର ସୂଚନା ଆଧାରରେ ରାଜ୍ୟ ସରକାର ଉପକୂଳବର୍ତ୍ତୀ ୭ଟି ଜିଲ୍ଲାକୁ ଆଲର୍ଟ ଜାରି କରିଛନ୍ତି। ସେମାନଙ୍କୁ ସମସ୍ତ ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି। ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଭଳି ୭ଟି ଉପକୂଳବର୍ତ୍ତୀ ଜିଲ୍ଲାର ପ୍ରଶାସନକୁ ଆଲର୍ଟ କରାଯାଇଛି। ବିଶେଷକରି ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସମୁଦ୍ର କୂଳ ଅଞ୍ଚଳରେ ମତ୍ସ୍ୟଜୀବୀମାନଙ୍କୁ ଆଗୁଆ ସତର୍କ କରାଇବାକୁ କୁହାଯାଇଛି। ୨୨ତାରିଖ ପରଠୁ ସମୁଦ୍ର ଭିତରକୁ ନ ଯିବା ଓ ଯେଉଁମାନେ ଯାଇଛନ୍ତି ସେମାନେ ଏହି ଅବଧି ପୂର୍ବରୁ ଫେରି ଆସିବା ପାଇଁ ପରାମର୍ଶ ଦିଆଯାଇଛି।

ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚଆର ବିଶ୍ୱାସ କହିଛନ୍ତି ଯେ ୨୩ ସକାଳ ପର୍ଯ୍ୟନ୍ତ ବିଶେଷ କିଛି ହେବ ନାହିଁ। ଲଘୁଚାପ ପରେ ଆହୁରି ସ୍ପଷ୍ଟ ଭାବେ ଆକଳନ କରାଯିବ ଓ ସୂଚନା ଦିଆଯିବ। ତେବେ ବର୍ତ୍ତମାନ କେବଳ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ଯିବା ପାଇଁ ବାରଣ କରାଯାଇଛି। ୨୩ରୁ ମତ୍ସ୍ୟଜୀବୀମାନଙ୍କୁ ୨୨ ତାରିଖ ସୁଦ୍ଧା କୂଳକୁ ଫେରି ଆସିବା ପାଇଁ କୁହାଯାଇଛି। ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଗୁରୁବାର ଉପରବେଳା ବା ଶୁକ୍ରବାର ସକାଳ ସୁଦ୍ଧା ଲଘୁଚାପ ସୃଷ୍ଟି ହେବ। ଦକ୍ଷିଣ ବଙ୍ଗୋପସାଗରରେ ପ୍ରତିକୂଳ ପାଗ ହେତୁ ୨୨ ତାରିଖ ପର୍ଯ୍ୟନ୍ତ ସେହି ଦକ୍ଷିଣ ବଙ୍ଗୋପସାଗରରେ ହିଁ ଏହା ରହିବ। ୨୨ ତାରିଖରେ ଏହା ଦକ୍ଷିଣ ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିବ।

ସେହିଦିନ ବା ୨୩ ସକାଳ ସୁଦ୍ଧା ଏହା ଗଭୀର ଅବପାତ ରୂପ ନେଇପାରେ। ୨୩-୨୫ ଭିତରେ ଏହା ଘନୀଭୂତ ହେବ, କାରଣ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାୟୁମଣ୍ଡଳ ଅନୁକୂଳ ରହିବ। ୨୩ ତାରିଖଠାରୁ ଏହାର ଗତିପଥର ୩ ଟି ସମ୍ଭାବନା ରହିଛି। ପ୍ରଥମ ଦୃଶ୍ୟପଟ କେନ୍ଦ୍ରାପଡ଼ାଠାରୁ ଦିଘାର ସଂଲଗ୍ନ ଅଞ୍ଚଳ, ଦ୍ୱିତୀୟଟି ସାଗର ଦୀପ ଏବଂ ତୃତୀୟ ଦୃଶ୍ୟପଟରେ ବାଂଲାଦେଶର ଚିଟ୍ଟାଗଙ୍ଗ ଅଞ୍ଚଳକୁ ୨୫ ତାରିଖ ଯିବାର ସମ୍ଭାବନା ରହିଛି। ତେବେ ପଶ୍ଚିମବଙ୍ଗ ଓ ସଂଲଗ୍ନ ସାଗର ଦୀପକୁ ମୁହାଁଇବା ସମ୍ଭାବନା ଅଧିକ ରହିଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଓଡ଼ିଶାରେ ୨୩ ଉପରବେଳାଠାରୁ ୨୫ ବର୍ଷା ବର୍ଷା ହେବ। ପବନର ବେଗ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ଘଣ୍ଟାପ୍ରତି ୬୦ କିମି ଏବଂ ଏହାର ଝଟକା ପବନ ଆଉ ୧୫ କିମି ବୃଦ୍ଧି ହେବ। ସେହିପରି ସଂଲଗ୍ନ ଅଞ୍ଚଳରେ ପବନ ୪୦ କିମି ଓ ଝଟକା ଅଧିକ ୧୫ କିମି ଯାଇପାରେ। ଯଦି ବାଲେଶ୍ୱର/ଦିଘାରେ ଏହି ବାତ୍ୟା ସ୍ଥଳଭାଗ ଅତିକ୍ରମ କରେ ତେବେ ପବନର ବେଗ ଜଗତସିଂହପୁରଠାରୁ ବାଲେଶ୍ୱର ପର୍ଯ୍ୟନ୍ତ ୭୦-୯୦ କିମି ଏବଂ ଝଟକା ଆଉ ୧୫ କିମି ଅଧିକ ରହିବ। ବର୍ଷାର ପରିମାଣ ୧୨୦ ମିମରୁ ଅଧିକ ରହିବ ନଚେତ ୧୦୦ ମିମି ରହିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।