laxmipuja - The Sakala
ଢେଙ୍କାନାଳ: କୁମାର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥିବା ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ଭଷାଣି ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ବିଭିନ୍ନ ପୂଜା କମିଟି ପକ୍ଷରୁ ପାରମ୍ପରିକ ବାଦ୍ୟଯନ୍ତ୍ରରେ ପୂଜାପ୍ରତିଷ୍ଠାନର କର୍ମକର୍ତ୍ତାଙ୍କ ନାଚଗୀତ ଓ କଳାକାରମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷର କରାଯାଇ ଥିବା ବେଳେ ଢେଙ୍କାନାଳ ସହର ଦୁଲୁକି ଉଠିଛି । ମା’ ଧନଦାତ୍ରୀଙ୍କୁ ମେଲାଣି ଦେଇ ସହରବାସୀ ରାସ୍ତା ପାଶ୍ୱର୍ରେ ଛିଡା ହୋଇ ଭଷାଣି ଉତ୍ସବକୁ ଉପଭୋଗ କରିଛନ୍ତି । ମିଳିତ ଭଷାଣି ଶୋଭାଯାତ୍ରାରେ ୩୮ଟି ପୂଜା ମଣ୍ଡପ ମଧ୍ୟରୁ ୨୫ଟି ମେଢ଼ ସାମିଲ ହୋଇଛନ୍ତି । ବୁଧବାର ପୂର୍ବାହ୍ନରେ ମଉଡମଣି ମୀନାବଜାର ମା’ଲକ୍ଷ୍ମୀଙ୍କ ସମ୍ମୁଖରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ନଡିଆ ଭାଙ୍ଗି ଭଷାଣି ଶୋଭାଯାତ୍ରାର ଶୁଭାରମ୍ଭ କରିଛନ୍ତି ।
ଏହି ଉତ୍ସବରେ ଏସ୍‌ପି ଲୋଗାନୟାଗୀ ଦିବ୍ୟା ଭି, ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ, ମିଳିତ ବଜାର ପୂଜାକମିଟିର ସଭାପତି ଗୋପାଳ ଚନ୍ଦ୍ର ପାତ୍ର, ମୀନା ବଜାର ପୂଜା କମିଟିର ସଭାପତି ରବି ନାରାୟଣ ମହାନ୍ତି, ସମ୍ପାଦକ ପିତବାସ ସାହୁ, ସଦସ୍ୟ ନିରୋଦ କୁମାର ସାହୁଙ୍କ ସମେତ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ୨୭ପ୍ଲାଟୁନ୍‌ ପୋଲିସ ଫୋର୍ସ ନିୟୋଜିତ ହୋଇ ଶାନ୍ତି ଶୃଙ୍ଖଳା ରକ୍ଷା କରିଛନ୍ତି । ମିଳିତ ଭଷାଣିରେ କ୍ରମାନ୍ୱୟରେ ୨୫ଟି ମେଢ଼ ସାମିଲ ହୋଇ ରାତ୍ରୀ ୧୧ଟା ସୁଦ୍ଧା କାଠଶଙ୍ଖରେ ବିସର୍ଜନ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ଭଷାଣି ଉତ୍ସବରେ ନାଗାନୃତ୍ୟ, ବ୍ୟାଣ୍ଡପାର୍ଟି, ଆନ୍ଧ୍ରପ୍ରଦେଶର ସିକାକୁଲମ ବ୍ୟାଣ୍ଡବାଜା ମୁଖ୍ୟ ଆକର୍ଷଣ ହୋଇଛି । ସେହିପରି ନାଗାନୃତ୍ୟ, ଓଡିଶୀ ନୃତ୍ୟ, କଣ୍ଡେଇ ନୃତ୍ୟ ଆଦି ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିଛି । ଚଳିତ ବର୍ଷ ଭଷାଣି ଉତ୍ସବରେ ଜାକଜମକରେ ପାଳନ କରାଯାଇଛି । ୨୦୧୯ ମସିହାରେ ଲଘୁଚାପ ଜନିତ ବର୍ଷା କାରଣରୁ ଭଷାଣି ଉତ୍ସବ ଧୋଇ ନେଇଥିଲା । ସେହିପରି ୨୦୨୦ ଓ ୨୦୨୧ ମସିହାରେ କରୋନା କଟକଣା ଯୋଗୁ ଭଷାଣି ହୋଇ ପାରିନଥିଲା । ୩ବର୍ଷ ବ୍ୟବଧାନରେ ଆଡ଼ମ୍ବରପୂର୍ଣ୍ଣଭାବେରେ ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଛି ।