Uniform Civil Code in india - The Sakala

ଖୁବ୍‌ଶୀଘ୍ର ଦେଶରେ ଲାଗୁ ହୋଇପାରେ ଏକକ ନାଗରିକ ସଂହିତା
ନୂଆଦିଲ୍ଲୀ : ଦେଶରେ ଏକକ ନାଗରିକ ସଂହିତା(ୟୁସିସି) ଲାଗୁ କରାଯିବା ନେଇ ବାଦ ବିବାଦ ଲାଗି ରହିଛି। ହେଲେ ଏହାକୁ ଖୁବଶୀଘ୍ର ଲାଗୁ କରାଯାଇପାରେ ବୋଲି ମଙ୍ଗଳବାର ସଙ୍କେତ ମିଳିଛି। ୟୁସିସି ପ୍ରସଙ୍ଗରେ କେନ୍ଦ୍ର ସରକାର ତାଙ୍କର ପ୍ରଥମ ସତ୍ୟପାଠ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି।

ଦେଶରେ ବିଭିନ୍ନ ସଂପ୍ରଦାୟକୁ ନେଇ ପ୍ରଚଳିତ ଭିନ୍ନ ନିୟମ ଜାତୀୟ ଏକତା ପାଇଁ ପ୍ରତିବନ୍ଧକ ସୃଷ୍ଟି କରୁଛି ବୋଲି କେନ୍ଦ୍ର ସରକାର କହିବା ସହିତ ଏକକ ନାଗରିକ ସଂହିତା ଲାଗୁ କରାଯିବାର ଆବଶ୍ୟକତା ରହିଛି ବୋଲି ଏହା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ଫଳରେ କେନ୍ଦ୍ର ସରକାର ନିକଟ ଭବିଷ୍ୟତରେ ୟୁସିସି ଲାଗୁ କରିବାକୁ ପ୍ରସ୍ତୁତି ନେଇଥିବା କୁହାଯାଉଛି। ୨୦୨୪ ନିର୍ବାଚନ ପୂର୍ବରୁ ଏହାକୁ ଲାଗୁ କରାଯାଇପାରେ ବୋଲି କେତେକ ମହଲ ଆକଳନ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ବିଭନ୍ନ ସଂପ୍ରଦାୟ ଏବଂ ଗୋଷ୍ଠୀକୁ ନେଇ ଭିନ୍ନ ଭିନ୍ନ ଆଇନ ପ୍ରଚଳିତ ରହିଥିବା ବେଳେ ସମସ୍ତଙ୍କ ପାଇଁ ଏକକ ଆଇନ ପ୍ରଣୟନ କରାଯାଉ ବୋଲି ପୂର୍ବରୁ ସୁପ୍ରିମକୋର୍ଟରେ ବହୁ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ଉତ୍ତରାଧିକାରୀ ବାଛିବା, ଛାଡ଼ପତ୍ର, ବିବାହ ବୟସ ଏବଂ ପୋଷ୍ୟ ସନ୍ତାନ ଗ୍ରହଣ କରିବା ଭଳି ନିୟମ ସବୁ ଧର୍ମ ପାଇଁ ସମାନ ହେବା ଦରକାର ବୋଲି ଦର୍ଶାଯିବା ସହିତ ଏଥିପାଇଁ କେନ୍ଦ୍ର ସରକାର ଆଇନ ଆଣନ୍ତୁ ବୋଲି ଆବେଦନକାରୀ ସେମାନଙ୍କ ପିଟିସନରେ ଦର୍ଶାଇଥିଲେ। ଏହାକୁ ଦୃଷ୍ଟିରେ ରଖି ଦେଶରେ ଏକକ ନାଗରିକ ସଂହିତା ଲାଗୁ କରାଯାଇପାରିବ କି ନାହିଁ ସେ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଉତ୍ତର ଚାହିଁଥିଲେ।ହେଲେ ସେ ସମୟରେ କେନ୍ଦ୍ର ସରକାର କୌଣସି ଉତ୍ତର ରଖି ନଥିଲେ ହେଁ ମଙ୍ଗଳବାର ଏହା ସପକ୍ଷରେ ସତ୍ୟପାଠ ଦାକଲ କରିଛନ୍ତି। ଫଳରେ ନିକଟ ଭବିଷ୍ୟତରେ ଏହି ନିୟମ ଲାଗୁ କରାଯିବାର ସଙ୍କେତ ମିଳିଛି।