Uniform Civil Code - The Sakala

ୟୁସିସି ବିଲ୍ ଚର୍ଚ୍ଚା: ସନା ମଲିକଙ୍କ ବୟାନକୁ ମନ୍ତ୍ରୀ ଯୋଗେଶ କଦମଙ୍କ କଡ଼ା ଜବାବ, କହିଲେ- ଧର୍ମଗ୍ରନ୍ଥ ଆଧାରରେ ଆଇନ ତିଆରି ହୁଏନାହିଁ
ମହାରାଷ୍ଟ୍ରରେ ସମାନ ନାଗରିକ ସଂହିତା (UCC) ଲାଗୁ କରିବା ପ୍ରସଙ୍ଗକୁ ନେଇ ବିଧାନସଭାରେ ସରଗରମ ଚର୍ଚ୍ଚା ଦେଖିବାକୁ ମିଳିଛି। ୟୁସିସି ବିଲ୍ ଆଲୋଚନା ସମୟରେ ଏନସିପି ବିଧାୟିକା ସନା ମଲିକ ବହୁବିବାହ ଏବଂ ଧାର୍ମିକ ଅଧିକାରକୁ ନେଇ ଦେଇଥିବା ବୟାନ ଉପରେ ମହାରାଷ୍ଟ୍ରର ଗୃହ ରାଷ୍ଟ୍ରମନ୍ତ୍ରୀ ଯୋଗେଶ କଦମ କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଦେଶରେ କୌଣସି ଆଇନ କୌଣସି ଧର୍ମଗ୍ରନ୍ଥ ଆଧାରରେ ପ୍ରସ୍ତୁତ କରାଯାଏ ନାହିଁ।

ମନ୍ତ୍ରୀ ଯୋଗେଶ କଦମଙ୍କ କଡ଼ା ଜବାବ

ବିଧାୟିକା ସନା ମଲିକଙ୍କ ବୟାନର ଜବାବ ଦେଇ ମନ୍ତ୍ରୀ ଯୋଗେଶ କଦମ କହିଛନ୍ତି ଯେ, "ମୋର ମନେହୁଏ ସେ ଗୋଟିଏ କଥା ବୁଝିବା ଉଚିତ୍ ଯେ, କୌଣସି ଆଇନ କୌଣସି ଧର୍ମଗ୍ରନ୍ଥ ଉପରେ ଆଧାରିତ ହୋଇ ପ୍ରସ୍ତୁତ କରାଯାଏ ନାହିଁ। ଆମେ କୌଣସି ଧର୍ମ କିମ୍ବା ପନ୍ଥକୁ ଆଧାର କରି ନିଷ୍ପତ୍ତି ନେଉନାହୁଁ। ଯଦି ସମାଜରେ କାହା ପ୍ରତି କୌଣସି ଅନ୍ୟାୟ ହେଉଛି, ତେବେ ତାହାକୁ ଦୂର କରି ନ୍ୟାୟ ପ୍ରଦାନ କରିବା ପାଇଁ ହିଁ ଏହି ନୂତନ ଆଇନ ପ୍ରଣୟନ କରାଯାଉଛି।" ଏହାସହ ସମାଜରେ ଯେପରି କାହାକୁ ଅସୁବିଧାର ସମ୍ମୁଖୀନ ହେବାକୁ ନପଡ଼େ, ତାହା ନିଶ୍ଚିତ କରିବା ସରକାରଙ୍କ ପ୍ରାଥମିକତା ବୋଲି ସେ କହିଛନ୍ତି।

କ'ଣ କହିଥିଲେ ସନା ମଲିକ?

ୟୁସିସି ବିଲ୍ ଉପରେ ଚର୍ଚ୍ଚା ବେଳେ ବିଜେପି ବିଧାୟିକା ଦେବଯାନୀ ଫରାନ୍ଦେ ତିନି ତଲାକ୍ ପୀଡ଼ିତାଙ୍କ ପ୍ରସଙ୍ଗ ଉଠାଇଥିଲେ। ଏହାର କାଉଣ୍ଟର କରି ସନା ମଲିକ କହିଥିଲେ ଯେ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ କେବଳ ଧର୍ମ ଦୃଷ୍ଟିକୋଣରୁ ଦେଖିବା ଉଚିତ ନୁହେଁ। କେବଳ ମୁସଲମାନ ମହିଳାମାନେ ହିଁ ଅତ୍ୟାଚାରର ଶିକାର ହେଉଛନ୍ତି କି ଏବଂ ବହୁବିବାହ କ'ଣ କେବଳ ଇସଲାମରେ ଅଛି କି ବୋଲି ସେ ପ୍ରଶ୍ନ କରିଥିଲେ। ଏଥିସହ ୟୁସିସି ଆଲୋଚନା ବେଳେ ବିନା କାରଣରେ 'ପାକିସ୍ତାନ'ର ଉଦାହରଣ ଦିଆଯାଉଥିବା ନେଇ ସେ ତୀବ୍ର ଆପତ୍ତି ଜଣାଇଥିଲେ। ସନା ମଲିକ କହିଥିଲେ ଯେ, "ଆମେ ସମସ୍ତେ ଭାରତୀୟ ମୁସଲମାନ ଏବଂ ଭାରତର ସମ୍ବିଧାନ ଆମକୁ ଆମର ଧର୍ମ ପାଳନ କରିବାର ପୂର୍ଣ୍ଣ ଅଧିକାର ଦେଇଛି। ତେଣୁ କେବଳ ଆଇନର ମୂଳ ବିଷୟ ଉପରେ ହିଁ ଆଲୋଚନା ହେବା ଦରକାର।"

ୟୁସିସି ପାଇଁ କମିଟି ଗଠନ

ଗୃହରେ ତିନି ତଲାକ୍ ମାମଲାର ପରିସଂଖ୍ୟାନ ରଖି ମନ୍ତ୍ରୀ ଯୋଗେଶ କଦମ ସୂଚନା ଦେଇଛନ୍ତି ଯେ, ମହାରାଷ୍ଟ୍ରରେ ସମାନ ନାଗରିକ ସଂହିତା ଲାଗୁ କରିବା ନେଇ ସରକାର ଶତ ପ୍ରତିଶତ ସକାରାତ୍ମକ ଅଛନ୍ତି। ସରକାରଙ୍କ ନିର୍ଦ୍ଦେଶକ୍ରମେ ୟୁସିସିର ଡ୍ରାଫ୍ଟ ପ୍ରସ୍ତୁତ କରିବା ପାଇଁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। କମିଟିର ରିପୋର୍ଟ ଆସିବା ପରେ ରାଜ୍ୟରେ ୟୁସିସି ଲାଗୁ କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ରାଜ୍ୟରେ ୨୦୨୪ ମସିହାରେ ୪୨ଟି ତିନି ତଲାକ ମାମଲା ରୁଜୁ ହୋଇଥିବା ବେଳେ ୨୦୨୫ ମସିହାରେ ୩୯ଟି ମାମଲା ରୁଜୁ ହୋଇଛି, ଯାହା ଦର୍ଶାଉଛି ଯେ ଏହି ପ୍ରଥା ଏବେ ବି ସମାଜରେ ବଞ୍ଚି ରହିଛି ଏବଂ ନୂତନ ଆଇନର ଆବଶ୍ୟକତା ରହିଛି।

୨୪ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଲାଗୁ କରିପାରନ୍ତି ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି), ଅମିତ ଶାହଙ୍କ ବଡ଼ ସୂଚନା
ନୂଆଦିଲ୍ଲୀ : ଦେଶରେ ଖୁବ୍‌ଶୀଘ୍ର ଲାଗୁ ହୋଇପାରେ ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ଅର୍ଥାତ ଏକକ ନାଗରିକ ସଂହିତା। ୟୁନିଫର୍ମ ସିଭିଲ୍ କୋଡ୍ ନେଇ କ୍ରମାଗତ ଭାବରେ ଭାରତରେ ଦାବି କରାଯାଉଛି। ଯାହାକୁ ନେଇ କେନ୍ଦ୍ର ସରକାର ପ୍ରସ୍ତୁତି ଚଳାଇଛନ୍ତି। ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ବଡ ବିବୃତ୍ତି ଦେଇ କହିଛନ୍ତି ଦେଶର ବିଜେପି ସରକାର ୟୁସିସି ଆଡକୁ ପଦକ୍ଷେପ ନେଇଛନ୍ତି। ମହାରାଷ୍ଟ୍ରର କୋଲହାପୁରରେ ଆୟୋଜିତ ଏକ ରାଲିରେ ଅମିତ ଶାହ କହିଛନ୍ତି ଯେ ଦେଶ ବର୍ତ୍ତମାନ ୟୁନିଫର୍ମ ସିଭିଲ କୋଡ (ୟୁସିସି) ଆଡକୁ ଗତି କରିଛି।

ଦେଶରେ ବିଭିନ୍ନ ସଂପ୍ରଦାୟକୁ ନେଇ ପ୍ରଚଳିତ ଭିନ୍ନ ନିୟମ ଜାତୀୟ ଏକତା ପାଇଁ ପ୍ରତିବନ୍ଧକ ସୃଷ୍ଟି କରୁଛି ବୋଲି କେନ୍ଦ୍ର ସରକାର କହିବା ସହିତ ଏକକ ନାଗରିକ ସଂହିତା ଲାଗୁ କରାଯିବାର ଆବଶ୍ୟକତା ରହିଛି ବୋଲି ଏହା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ଫଳରେ କେନ୍ଦ୍ର ସରକାର ନିକଟ ଭବିଷ୍ୟତରେ ୟୁସିସି ଲାଗୁ କରିବାକୁ ପ୍ରସ୍ତୁତି ନେଇଥିବା କୁହାଯାଉଛି। ୨୦୨୪ ନିର୍ବାଚନ ପୂର୍ବରୁ ଏହାକୁ ଲାଗୁ କରାଯାଇପାରେ ବୋଲି କେତେକ ମହଲ ଆକଳନ କରାଯାଉଥିବା ବେଳେ ଅମିତ ଶାହଙ୍କ ବୟାନ ଏହି ଆଲୋଚନାକୁ ବଳ ଯୋଗାଇଛି।

୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ଏନେଇ ବଡ଼ ପଦକ୍ଷେପ ନେଇପାରେ

ୟୁନିଫର୍ମ ସିଭିଲ କୋଡ (ୟୁସିସି) ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଏହି ବିବୃତ୍ତି ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିର ଆଗାମୀ ପଦକ୍ଷେପକୁ ଲୋକମାନେ ଚାହିଁବସିଛନ୍ତି। କୁହାଯାଉଛି କି ତିନି ତଲାକ ଏବଂ  ଧାରା ୩୭୦ ରଦ୍ଦ କରିବା ପରେ ବର୍ତ୍ତମାନ ମୋଦୀ ସରକାର ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁ କରିବାକୁ ପ୍ରାଧ୍ୟାନ୍ୟ ଦେଉଛନ୍ତି। ଆଉ ବିଜେପି ‘ମିଶନ ୨୦୨୪’ ପୂର୍ବରୁ ଏନେଇ ବଡ଼ ପଦକ୍ଷେପ ନେଇ ପାରେ।

ୟୁସିସି ଗଠନ ପାଇଁ କାର୍ଯ୍ୟ କରୁଥିବା ବିଜେପି ସରକାର: ଅମିତ ଶାହା

କୋଲହାପୁରରେ ଏକ ରାଲିରେ ଯୋଗ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ମୋଦୀ ସରକାର ତିନି ତଲାକ ଶେଷ କରିଛନ୍ତି ଏବଂ ମୁସଲମାନ ମହିଳାମାନଙ୍କୁ ଅଧିକାର ଦେଇଛନ୍ତି। ଧାରା ୩୭୦ ଏବଂ ୩୫ A  ଉଚ୍ଛେଦ କରିଛି। ଗୋଟିଏ ଦେଶରେ ଦୁଇଟି ନିୟମ କାମ କରିବ ନାହିଁ। ୟୁସିସି ଗଠନ ପାଇଁ ବିଜେପି ସରକାର କାର୍ଯ୍ୟ କରୁଛନ୍ତି।

କେଉଁ ରାଜ୍ୟଗୁଡ଼ିକରେ ୟୁନିଫର୍ମ ସିଭିଲ୍ କୋଡ୍ ଅଛି?

ଗୋଆରେ ୟୁନିଫର୍ମ ସିଭିଲ କୋଡ (ୟୁସିସି) ପ୍ରଯୁଜ୍ୟ ହୋଇଥିବାବେଳେ ଗୁଜୁରାଟ ସରକାର ୟୁନିଫର୍ମ ସିଭିଲ କୋଡ ପାଇଁ ଏକ କମିଟି ଗଠନ କରିଛନ୍ତି। ଆସାମରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ବିବେଚନା କରାଯାଉଥିବାବେଳେ ଉତ୍ତରପ୍ରଦେଶ ସରକାର ଏ ସମ୍ପର୍କରେ ଏକ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକ ସରକାର ମଧ୍ୟ ୟୁସିସି ଲାଗୁ କରିବାକୁ ସୂଚିତ କରିଛନ୍ତି। ଯେତେବେଳେ କି, ହିମାଚଳ ପ୍ରଦେଶରେ UCC ଲାଗୁ କରିବାର କଳ୍ପନା ମଧ୍ୟ ଚାଲିଛି।

କେଉଁ ଦେଶରେ UCC ପୂର୍ବରୁ ପ୍ରଯୁଜ୍ୟ?

ଯଦିଓ ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ଭାରତରେ ଲାଗୁ ହୋଇନାହିଁ, ତଥାପି ବିଶ୍ୱରେ ଅନେକ ଦେଶ ଅଛି ଯେଉଁଠାରେ ଏହା କାର୍ଯ୍ୟକାରୀ ହୋଇସାରିଛି । ଏହି ଦେଶଗୁଡିକରେ ଆମେରିକା, ସୁଦାନ, ପାକିସ୍ଥାନ, ଇଣ୍ଡୋନେସିଆ, ଆୟର୍ଲାଣ୍ଡ, ବାଂଲାଦେଶ, ମାଲେସିଆ, ତୁର୍କୀ ଏବଂ ଇଜିପ୍ଟରେ ୟୁନିଫର୍ମ ସିଭିଲ କୋଡ ପ୍ରଯୁଜ୍ୟ ।

ୟୁନିଫର୍ମ ସିଭିଲ୍ କୋଡ୍ କ’ଣ?

ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ମୁଖ୍ୟତଃ ଭାରତ ପାଇଁ ଗୋଟିଏ ଆଇନ ପ୍ରଣୟନ କରିବାକୁ ଆହ୍ୱାନ ପ୍ରଦାନ କରେ, ଯାହା ବ୍ୟକ୍ତିଗତ ପ୍ରସଙ୍ଗରେ ବିବାହ, ଛାଡପତ୍ର, ଉତ୍ତରାଧିକାରୀ, ପୋଷ୍ୟ ସନ୍ତାନ ଇତ୍ୟାଦିରେ ପ୍ରଯୁଜ୍ୟ। ଏହା ସମ୍ବିଧାନର ଧାରା ୪୪ ଅନୁଯାୟୀ ଆସିଛି, ଯେଉଁଥିରେ ଦର୍ଶାଯାଇଛି ଯେ ସମଗ୍ର ଭାରତର ନାଗରିକଙ୍କ ପାଇଁ ୟୁନିଫର୍ମ ସିଭିଲ କୋଡ ସୁରକ୍ଷିତ ରଖିବାକୁ ଉଦ୍ୟମ କରିବ।

ସମ୍ପ୍ରତି, ବିଭିନ୍ନ ଧର୍ମର ଅନୁଗାମୀମାନଙ୍କ ପାଇଁ ବିଭିନ୍ନ ନିୟମ ଭାରତରେ ଏହି ଦିଗଗୁଡିକୁ ନିୟନ୍ତ୍ରିତ କରିଥାଏ, ଉଦାହରଣ ସ୍ୱରୂପ, ହିନ୍ଦୁ ବିବାହ ଆଇନ, ହିନ୍ଦୁ ଉତ୍ତରାଧିକାରୀ ଆଇନ, ଭାରତୀୟ ଖ୍ରୀଷ୍ଟିଆନ ବିବାହ ଆଇନ, ପାର୍ସୀ ବିବାହ ଏବଂ ଛାଡପତ୍ର ଆଇନ। କିନ୍ତୁ, ମୁସଲମାନ ବ୍ୟକ୍ତିଗତ ନିୟମଗୁଡିକ କୋଡ଼ିପାଏଡ୍ ହୋଇନାହିଁ ଏବଂ ତାହା ସେମାନଙ୍କର ଧାର୍ମିକ ଗ୍ରନ୍ଥ ଉପରେ ଆଧାରିତ। ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ଦେଶରେ ଲାଗୁ ହେଲେ ଉତ୍ତରାଧିକାରୀ ବାଛିବା, ଛାଡ଼ପତ୍ର, ବିବାହା, ବିବାହ ବୟସ ଏବଂ ପୋଷ୍ୟ ସନ୍ତାନ ଗ୍ରହଣ କରିବା ଭଳି ନିୟମ ସବୁ ଧର୍ମ ପାଇଁ ସମାନ ହୋଇଯିବ।

ଖୁବ୍‌ଶୀଘ୍ର ଦେଶରେ ଲାଗୁ ହୋଇପାରେ ଏକକ ନାଗରିକ ସଂହିତା
ନୂଆଦିଲ୍ଲୀ : ଦେଶରେ ଏକକ ନାଗରିକ ସଂହିତା(ୟୁସିସି) ଲାଗୁ କରାଯିବା ନେଇ ବାଦ ବିବାଦ ଲାଗି ରହିଛି। ହେଲେ ଏହାକୁ ଖୁବଶୀଘ୍ର ଲାଗୁ କରାଯାଇପାରେ ବୋଲି ମଙ୍ଗଳବାର ସଙ୍କେତ ମିଳିଛି। ୟୁସିସି ପ୍ରସଙ୍ଗରେ କେନ୍ଦ୍ର ସରକାର ତାଙ୍କର ପ୍ରଥମ ସତ୍ୟପାଠ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି।

ଦେଶରେ ବିଭିନ୍ନ ସଂପ୍ରଦାୟକୁ ନେଇ ପ୍ରଚଳିତ ଭିନ୍ନ ନିୟମ ଜାତୀୟ ଏକତା ପାଇଁ ପ୍ରତିବନ୍ଧକ ସୃଷ୍ଟି କରୁଛି ବୋଲି କେନ୍ଦ୍ର ସରକାର କହିବା ସହିତ ଏକକ ନାଗରିକ ସଂହିତା ଲାଗୁ କରାଯିବାର ଆବଶ୍ୟକତା ରହିଛି ବୋଲି ଏହା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ଫଳରେ କେନ୍ଦ୍ର ସରକାର ନିକଟ ଭବିଷ୍ୟତରେ ୟୁସିସି ଲାଗୁ କରିବାକୁ ପ୍ରସ୍ତୁତି ନେଇଥିବା କୁହାଯାଉଛି। ୨୦୨୪ ନିର୍ବାଚନ ପୂର୍ବରୁ ଏହାକୁ ଲାଗୁ କରାଯାଇପାରେ ବୋଲି କେତେକ ମହଲ ଆକଳନ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ବିଭନ୍ନ ସଂପ୍ରଦାୟ ଏବଂ ଗୋଷ୍ଠୀକୁ ନେଇ ଭିନ୍ନ ଭିନ୍ନ ଆଇନ ପ୍ରଚଳିତ ରହିଥିବା ବେଳେ ସମସ୍ତଙ୍କ ପାଇଁ ଏକକ ଆଇନ ପ୍ରଣୟନ କରାଯାଉ ବୋଲି ପୂର୍ବରୁ ସୁପ୍ରିମକୋର୍ଟରେ ବହୁ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ଉତ୍ତରାଧିକାରୀ ବାଛିବା, ଛାଡ଼ପତ୍ର, ବିବାହ ବୟସ ଏବଂ ପୋଷ୍ୟ ସନ୍ତାନ ଗ୍ରହଣ କରିବା ଭଳି ନିୟମ ସବୁ ଧର୍ମ ପାଇଁ ସମାନ ହେବା ଦରକାର ବୋଲି ଦର୍ଶାଯିବା ସହିତ ଏଥିପାଇଁ କେନ୍ଦ୍ର ସରକାର ଆଇନ ଆଣନ୍ତୁ ବୋଲି ଆବେଦନକାରୀ ସେମାନଙ୍କ ପିଟିସନରେ ଦର୍ଶାଇଥିଲେ। ଏହାକୁ ଦୃଷ୍ଟିରେ ରଖି ଦେଶରେ ଏକକ ନାଗରିକ ସଂହିତା ଲାଗୁ କରାଯାଇପାରିବ କି ନାହିଁ ସେ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଉତ୍ତର ଚାହିଁଥିଲେ।ହେଲେ ସେ ସମୟରେ କେନ୍ଦ୍ର ସରକାର କୌଣସି ଉତ୍ତର ରଖି ନଥିଲେ ହେଁ ମଙ୍ଗଳବାର ଏହା ସପକ୍ଷରେ ସତ୍ୟପାଠ ଦାକଲ କରିଛନ୍ତି। ଫଳରେ ନିକଟ ଭବିଷ୍ୟତରେ ଏହି ନିୟମ ଲାଗୁ କରାଯିବାର ସଙ୍କେତ ମିଳିଛି।