Jayalalithaa death - The Sakala

ଖୋଲୁଛି ଜୟଲଳିତାଙ୍କ ମୃତ୍ୟୁ ରହସ୍ୟ : ହସ୍ପିଟାଲର ୧୦ ପ୍ରକୋଷ୍ଠ କବ୍‌ଜା କରିଥିଲେ ଶଶୀକଳାଙ୍କ ସମ୍ପର୍କୀୟ
ଚେନ୍ନଇ : ତାମିଲନାଡୁର ଦିବଂଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାସ ହୋଇଛି। ଡାକ୍ତର ଜୟଲଳିତାଙ୍କ ଅସ୍ତ୍ରୋପଚାର କରାଇବାକୁ ପରାମର୍ଶ ଦେଇଥିଲେ। ତେବେ ନିଜ ସ୍ବାର୍ଥ ହାସଲ ପାଇଁ ତାଙ୍କର ଅସ୍ତ୍ରୋପଚାର କରାଯାଇ ନ ଥିଲା। ଏହା ସହିତ ତାଙ୍କ ସମ୍ପର୍କୀୟ ହସ୍ପିଟାଲର ୧୦ ପ୍ରକୋଷ୍ଠକୁ କବ୍‌ଜା କରି ରଖିଥିବା କୁହାଯାଉଛି। ତେଣୁ ଏହି ମାମଲାର ଯାଞ୍ଚ ହେବା ଉଚିତ୍‌ ବୋଲି ଜଷ୍ଟିସ ଏ ଅରୁମୁଘସାମୀଙ୍କ କମିଶନ ନିଜ ରିପୋର୍ଟରେ କହିଛନ୍ତି। କେଉଁ ପରିସ୍ଥିତିରେ ଜୟଲଳିତାଙ୍କ ମୃତ୍ୟୁ ହୋଇଥିଲା ଜାଣିବା ପାଇଁ ତାମିଲନାଡୁ ସରକାର ଏହି କମିଶନ ଗଠନ କରିଥିଲେ।

କିଛି ଦିନ ତଳେ ଏହି ରିପୋର୍ଟକୁ ରାଜ୍ୟ ବିଧାନସଭାରେ ଉପସ୍ଥାପନ କରାଯାଇଥିଲା। ଏହି କମିଶନ ୧୫୯ ସାକ୍ଷୀଙ୍କ ସହିତ ପ୍ରାୟ ୫୦୦ ପୃଷ୍ଠାର ରିପୋର୍ଟ ପ୍ରଦାନ କରିଛନ୍ତି। ରିପୋର୍ଟରେ ଜୟଲଳିତାଙ୍କ ମୃତ୍ୟୁ ପାଇଁ ତାଙ୍କ ଘନିଷ୍ଠ ଶଶିକଳା, ଚିକିତ୍ସା କରୁଥିବା ଡାକ୍ତର, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ, ପୂର୍ବତନ ସ୍ବାସ୍ଥ୍ୟ ସଚିବଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଯାଇଛି। ଏହାର ଯାଞ୍ଚ ପାଇଁ ସୁପାରିସ କରାଯାଇଛି। ସୂଚନାଯୋଗ୍ୟ ଯେ ୨୦୧୬ ସେପ୍ଟେମ୍ବର ୨୨ରେ ଜୟଲଳିତାଙ୍କୁ ଚେନ୍ନଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାର ୭୫ ଦିନ ପରେ ୨୦୧୬ ଡିସେମ୍ବର ୫ରେ ତାଙ୍କର ମୃତ୍ୟୁ ହୋଇଥିଲା। ଜୟଲଳିତାଙ୍କ ଝିଆରୀ ଦୀପା, ପୁତୁରା ଦୀପକ ସମେତ ଏଆଇଏଡିଏମକେର ଅନେକ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମୃତ୍ୟୁର ପରିପାର୍ଶ୍ବିକ ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଥିଲେ। ଜୟଲଳିତାଙ୍କ ମୃତ୍ୟୁର ତାରିଖକୁ ନେଇ ମଧ୍ୟ ବିବାଦ ଦେଖାଦେଇଛି। ହସ୍ପିଟାଲ ପକ୍ଷରୁ ୨୦୧୬ ଡିସେମ୍ବର ୫ରେ ଏବଂ ଏକ ସ୍ଥାନୀୟ ମିଡିଆ ଡିସେମ୍ବର ୪ରେ ମୃତ୍ୟୁ ହୋଇଥିଲା ଦାବି କରିଥିଲା।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ପଲାନୀସ୍ବାମୀ ୨୦୧୭ ଅଗଷ୍ଟ ୧୭ରେ ଜୟଲଳିତାଙ୍କ ମୃତ୍ୟୁର କାରଣ ଯାଞ୍ଚ ଲାଗି କମିଶନ ଗଠନ କରିଥିଲେ। ମାଡ୍ରାସ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଏ ଅରୁମୁଘସାମୀଙ୍କ ନେତୃତ୍ବରେ ସେହି ବର୍ଷ ନଭେମ୍ବର ୨୨ରୁ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ଏହାର ୩ ବର୍ଷ ପରେ ୨୦୨୨ ସେପ୍ଟେମ୍ବର ୧୮ରେ କମିଶନ ନିଜ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଥିଲେ। ଯାଞ୍ଚ କମିଶନ ବିଶେଷ ଭାବେ ୬ ଜଣ ଲୋକଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ ମଧ୍ୟରେ ଶଶୀକଳା ଆଗରେ ଅଛନ୍ତି। ଶଶୀକଳା, ଜୟଲଳିତାଙ୍କ ବ୍ୟକ୍ତିଗତ ଡାକ୍ତର କେଏସ୍‌ ଶିବକୁମାର, ସେତେବେଳର ସ୍ବାସ୍ଥ୍ୟ ସଚିବ ଜି.ରାଧାକୃଷ୍ଣନ, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସି ବିଜୟଭାସ୍କରଙ୍କ ସମେତ ୪ ଜଣ ଲୋକଙ୍କ ବିରୋଧରେ ଯାଞ୍ଚ ଲାଗି ସୁପାରିସ କରାଯାଇଛି। ଏହା ସହିତ ଜୟଲଳିତାଙ୍କ ଚିକିତ୍ସା କରିଥିବା ଡାକ୍ତର ୱାଇଭିସି ରେଡ୍ଡୀ ଏବଂ ବାବୁ ଆବ୍ରାହିମ ବିରୋଧରେ ଯାଞ୍ଚ କରିବାକୁ କୁହାଯାଇଛି।

ଆପୋଲୋ ହସ୍ପିଟାଲର ଅଧ୍ୟକ୍ଷ ପ୍ରତାପ ରେଡ୍ଡୀ, ପୂର୍ବତନ ମୁଖ୍ୟ ସଚିବ ରାମ ମୋହନ ରାଓ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ପନ୍ନିରସେଲ୍‌ଭମଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଯାଇଛି। ସେତେବେଳେ କେବଳ ଶଶୀକଳାକୁ ଜୟଲଳିତାଙ୍କ ହସ୍ପିଟାଲ ରୁମ୍‌କୁ ଯିବାକୁ ଅନୁମତି ଦିଆଯାଇଥିଲା। ଚିକିତ୍ସା କରୁଥିବା ସମସ୍ତ ଡାକ୍ତର ଶଶୀକଳାଙ୍କ ସହ କଥା ହେଉଥିଲେ। ସେ ଜୟଲଳିତାଙ୍କ ସମ୍ପର୍କୀୟ ଭାବେ ସମସ୍ତ ଆବଶ୍ୟକତା ପୂରଣ କରିଥିଲେ। ଶୀଶକଳାଙ୍କ ନିର୍ଦ୍ଦେଶରେ ଚିକିତ୍ସା ହେଉଥିଲା। ଜୟଲଳିତାଙ୍କ ଜୀବନ ବଞ୍ଚାଇବାକୁ ଡାକ୍ତରଙ୍କ ପକ୍ଷରୁ ସ୍ପଷ୍ଟ ପରାମର୍ଶ ଦିଆଯାଇଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଇଥିଲା।

ସେତେବେଳ ଶଶୀକଳାଙ୍କ ସମ୍ପର୍କୀୟ ହସ୍ପିଟାଲର ୧୦ ପ୍ରକୋଷ୍ଠକୁ କବ୍‌ଜା କରି ରଖିଥିଲେ। ବିଦେଶୀ ଡାକ୍ତର ବିଦେଶରେ ଚିକତ୍ସା କରାଇବାକୁ ପରାମର୍ଶ ଦେଇଥିଲେ ମଧ୍ୟ ବିଜୟ ଭାସ୍କର, ରାଧାକୃଷ୍ଣନ, ଶିବକୁମାର ଏହା ବିରୋଧରେ ଥିଲେ। ମୁମ୍ବଇ, ଆମେରିକା ଏବଂ ବ୍ରିଟେନରୁ ଆସିଥିବା ସମସ୍ତ ଡାକ୍ତର ଜୟଲଳିତାଙ୍କ ଆଞ୍ଜିୟୋପ୍ଲାଷ୍ଟି କରାଇବାକୁ ପରାମର୍ଶ ଦେଇଥିଲେ। ତେବେ ବ୍ୟକ୍ତିଗତ ସ୍ବାର୍ଥ ହାସଲ ଲାଗି ଚାପରେ ଡ. ରେଡ୍ଡୀ ଏବଂ ଆବ୍ରାହିମ ଅସ୍ତ୍ରୋପଚାରକୁ ଏଡାଇ ଦେଇଥିଲେ। ୨୦୧୬ ନଭେମ୍ବରରେ ଆପୋଲ ହସ୍ପିଟାଲର ଅଧ୍ୟକ୍ଷ ସି ପ୍ରତାପ ରେଡ୍ଡୀ କହିଥିଲେ ଯେ ଜୟଲଳିତାଙ୍କ ସ୍ବାସ୍ଥ୍ୟାବସ୍ଥା ନିୟନ୍ତ୍ରଣାଧୀନ ରହିଛି। ସେ ଯେବେ ଚାହିଁବେ ସେବେ ମେଡିକାଲରୁ ଯାଇପାରିବେ।

କମିଶନଙ୍କ ଅନୁଯାୟୀ ମେଡିକାଲ ରେକର୍ଡ୍ସ ଏବଂ ଡାକ୍ତରଙ୍କଠାରୁ ମିଳିଥିବା ସୂଚନା ସହ ରେଡ୍ଡୀଙ୍କ ମନ୍ତବ୍ୟ ମେଳ ଖାଉନାହିଁ। ତେଣୁ ଏହାର ଯାଞ୍ଚ ହେବା ଉଚିତ। ପ୍ରସିଦ୍ଧ ହସ୍ପିଟାଲର ଅଧ୍ୟକ୍ଷ ଏପରି ଦାୟିତ୍ବହୀନ ମନ୍ତବ୍ୟ ଦେବା ଆଶ୍ଚର୍ଯ୍ୟଜନକ ବୋଲି କମିଶନ କହିଛନ୍ତି। ବିଭିନ୍ନ ପ୍ରକ୍ରିୟା ପାଇଁ ପୂର୍ବତନ ମୁଖ୍ୟ ସଚିବ ରାମ ମୋହନ ରାଓ ବିଭିନ୍ନ ତାରିଖରେ ୨୧ ଫର୍ମରେ ଦସ୍ତଖତ କରିଥିଲେ। ଏହାର ମଧ୍ୟ ଯାଞ୍ଚ ହେବା ଜରୁରୀ। ସେହିପରି ପନ୍ନିରସେଲଭମ ପ୍ରଥମରେ ଜୟଲଳିତାଙ୍କ ମୃତ୍ୟୁତ ତଦନ୍ତ ଦାବି କରିଥିଲେ। ତେବେ ସେ କ୍ଷମତାରେ ଥିବାବେଳେ ଚୁପ୍‌ ରହିଥିଲେ। ହସ୍ପିଟାଲରେ କଣ ହେଉଚି ସବୁ ଜାଣି ମଧ୍ୟ ସେ ମୂକ ଦର୍ଶକ ସାଜିଥିଲେ। ତେବେ ମୁଖ୍ୟମନ୍ତ୍ରୀ ପଦରୁ ହଟିବା ପରେ ସେ ଏ ନେଇ ମୁହଁ ଖୋଲିଥିଲେ। ତେଣୁ ଏହା ଯାଞ୍ଚର ବିଷୟ ବୋଲି କମିଶନ କହିଛନ୍ତି।

ମାଆ ପରି ସୁରକ୍ଷା ଦେଇ ଆମ୍ମାଙ୍କ ପାଖରେ ୩୦ ବର୍ଷ ଧରି ରହିଥିଲି, ତାଙ୍କ ଚିକିତ୍ସାରେ ମୁଁ ହସ୍ତକ୍ଷେପ କରିନାହିଁ : ଭି କେ ଶଶିକଳା
ଚେନ୍ନାଇ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଆଇଡିଏମକେ ନେତ୍ରୀ ଜେ ଜୟଲଳିତାଙ୍କ ମୃତ୍ୟୁ ପଛରେ ତାଙ୍କ ଘନିଷ୍ଠ ସହଯୋଗୀ ଭି କେ ଶଶିକଳାଙ୍କ ହାତ ଥିବା ସନ୍ଦେହ କରିଛି ତଦନ୍ତ କମିଟି। କେବଳ ଶଶିକଳା ନୁହନ୍ତି, ତାଙ୍କ ସହିତ ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ସି ବିଜୟ ଭାସ୍କର,ପୂର୍ବତନ ସ୍ବାସ୍ଥ୍ୟ ସଚିବ ରାଧାକ୍ରିଷ୍ଣନ ଏବଂ ଡାକ୍ତର ଶିବକୁମାରଙ୍କ ଭୂମିକାକୁ ନେଇ ତଦନ୍ତ କମିଟି ସନ୍ଦେହ ପ୍ରକଟ କରିଛି। ଜୟଲଳିତାଙ୍କ ମୃତ୍ୟୁକୁ ନେଇ ବିବାଦ ସୃଷ୍ଟି ହେବା ପରେ ତାମିଲନାଡୁ ସରକାରଙ୍କ ଦ୍ବାରା ୨୦୧୬, ସେପ୍ଟମ୍ବର ୨୨ ତାରିଖରେ ଜଷ୍ଟିସ୍‌ ଅରୁମୁଗୁସ୍ବାମୀଙ୍କ ନେତୃତ୍ବରେ ଏକ ଯାଞ୍ଚ କମିସନ ଗଠନ କରାଯାଇଥିଲା। ଏହି କମିଟି ମଙ୍ଗଳବାର ରିପୋର୍ଟ ପ୍ରକାଶ କରିଥିଲା ବେଳେ ଶଶିକଳାଙ୍କ ସମେତ ଉପରୋକ୍ତ ୪ ଜଣଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛି।

ଜଷ୍ଟିସ ଅରୁମୁଗାସ୍ୱାମୀଙ୍କ କମିଟି ତାଙ୍କ ରିପୋର୍ଟରେ କହିଛନ୍ତି, ଜୟଲଳିତାଙ୍କ ମୃତ୍ୟୁକୁ ନେଇ ଯାଞ୍ଚ ବେଳେ ଯେଉଁ ସଙ୍କେତ ମିଳିଛି ସେଥିରେ ଶଶିକଳାଙ୍କ ହାତ ରହିଛି। ଏଥିସହିତ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସି ବିଜୟ ଭାସ୍କର, ତତ୍କାଳୀନ ସ୍ୱାସ୍ଥ୍ୟ ସଚିବ ଜେ ରାଧାକ୍ରିଷ୍ଣନନ ଓ ମେଡିକାଲ ଡାକ୍ତର କେ ଏସ ଶିବକୁମାରଙ୍କ ଭୂମିକରେ ତ୍ରୁଟି ଥିବା ଜଣାପଡ଼ିଛି। ତେଣୁ ସେମାନଙ୍କ ବିରୋଧରେ ତଦନ୍ତ କରାଯିବା ଉଚିତ। ତତ୍କାଳୀନ ମୁଖ୍ୟ ଶାସନ ସଚିବ ରାମା ମୋହନ ରାଓ ଏବଂ ଜୟଲଳିତାଙ୍କ ଚିକିତ୍ସା ଦ୍ୱାୟିତ୍ୱରେ ଥିବା ଡାକ୍ତରମାନଙ୍କ ବିରୋଧରେ ମଧ୍ୟ ତଦନ୍ତ କରିବାକୁ ରିପୋର୍ଟରେ ସୁପାରିସ କରାଯାଇଛି। ଡାକ୍ତର ରିଚାର୍ଡ ବେଲା ଗୁରୁତର ଅସୁସ୍ଥ ଜୟଲଳିତାଙ୍କୁ ବିଦେଶ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ ହେଉଥିଲେ। କିନ୍ତୁ କାହିଁକି ତାଙ୍କୁ ଚିକିତ୍ସା ପାଇଁ ବିଦେଶକୁ ନିଆଗଲା ନାହିଁ ବୋଲି ରିପୋର୍ଟରେ ପ୍ରଶ୍ନ କରାଯାଇଛି।

ରିପୋର୍ଟରେ ଆହୁରି କୁହାଯାଇଛି ଯେ , ରାଜ୍ୟ ସରକାରଙ୍କ ନିମନ୍ତ୍ରଣକ୍ରମେ ଆମେରିକା ଓ ବ୍ରିଟେନରୁ ଅଭିଜ୍ଞ ଡାକ୍ତରମାନେ ଆପୋଲୋ ହସ୍ପିଟାଲକୁ ଆସିଥିଲେ। ସେମାନେ ଜୟଲଳିତାଙ୍କ ଆଞ୍ଜିଓପ୍ଲାଷ୍ଟି କରିବାକୁ କହିଥିଲେ। କିନ୍ତୁ ହସ୍ପିଟାଲରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇ ନଥିଲା। ଅଭିଜ୍ଞ ଡାକ୍ତରମାନଙ୍କ ପରାମର୍ଶକ୍ରମକୁ ହସ୍ପିଟାଲ କର୍ତ୍ତୃପକ୍ଷ ଚାପର ବଶବର୍ତ୍ତୀ ହୋଇ କାର୍ଯ୍ୟକାରୀ କରି ନାହାନ୍ତି ବୋଲି ଯାଞ୍ଚ ବେଳେ ଜଣାପଡ଼ିଥିବା କମିଟି କହିଛି। ତେଣୁ ସବୁ ଘଟଣାର ତଦନ୍ତ ନିହାତି ଆବଶ୍ୟକ ବୋଲି କମିସନ ସୁପାରିସ କରିଛନ୍ତି। ବିଜୟ ଭାସ୍କର ହେଉଛନ୍ତି ଏଆଇଏଡିଏମକେର ଜଣେ ବରିଷ୍ଠ ନେତା ଯିଏ କି ବର୍ତ୍ତମାନ ବିଧାୟକ ଅଛନ୍ତି। ଅରୁମୁଗାସ୍ୱାମୀ କମିସନ ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କୁ ଜୟଲଳିତାଙ୍କ ମୃତ୍ୟୁର ଯାଞ୍ଚ ରିପୋର୍ଟ ହସ୍ତାନ୍ତର କରିଥିଲେ। ମଙ୍ଗଳବାର ତାମିଲନାଡୁ ବିଧାନସଭାରେ ଏହି ରିପୋର୍ଟ ଉପସ୍ଥାପନ କରାଯାଇଥିଲା ବେେଳ ଏହାକୁ ନେଇ ବହୁ ସଦସ୍ୟଙ୍କ ପକ୍ଷରୁ ଉଦବେଗ ପ୍ରକଟ କରାଯାଇଛି।

ଜୟଲଳିତାଙ୍କ ଚିକିତ୍ସାରେ ମୁଁ ହସ୍ତକ୍ଷେପ କରିନାହିଁ: ଭି.କେ. ଶଶୀକଳା

ୟଲଳିତାଙ୍କ ଡାକ୍ତରୀ ଚିକିତ୍ସାରେ କେବେ ହସ୍ତକ୍ଷେପ କରିନାହିଁ ବୋଲି ‘ଅରୁମୁଘାସ୍ବାମୀ ଆୟୋଗ’ ରିପୋର୍ଟ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ମଙ୍ଗଳବାର ଦିନ ଭି.କେ. ଶଶୀକଳା କହିଛନ୍ତି। ଶଶୀକଳାଙ୍କ ବ୍ୟତୀତ ଆଉ ୩ଜଣ ମଧ୍ୟ ଜେ. ଜୟଲଳିତାଙ୍କ ଚିକିତ୍ସାରେ ହୋଇଥିବା ତ୍ରୁଟି ପାଇଁ ଦାୟୀ ବୋଲି ‘ଅରୁମୁଘାମୀ ଆୟୋଗ’ ଅଭିଯୋଗ କରିଛି। ଏଥିପାଇଁ, ସେ ଯେକୌଣସି ତଦନ୍ତ ପାଇଁ ପ୍ରସ୍ତୁତ ଥିବା କଥା କହିଛନ୍ତି।

ଭି.କେ. ଶଶୀକଳା ଆହୁରି ମଧ୍ୟ କହିଛନ୍ତି ମୋ ନାଁରେ ଯୋଗାଡ଼ କରାଯାଇଥିବା ମିଥ୍ୟା ପ୍ରମାଣ ବିଷୟରେ ଚିନ୍ତିତ ନୁହେଁ। ଏକଥା ମୋ କ୍ଷେତ୍ରରେ ନୂଆ ନୁହେଁ। ମୋ ଭଉଣୀର ଭାବମୂର୍ତ୍ତି କ୍ଷୁଣ୍ଣ କରାଯାଉଥିବାରୁ ଦୁଃଖ ଲାଗୁଛି। ମୁଁ ଜେଲ୍‌ ଯିବା ପରେ ଏଠାରେ ଆମ୍ମାଙ୍କ ଜୀବନକୁ ସ୍ବୀକୃତି ନ ଦେଇ ତାଙ୍କ ମୃତ୍ୟୁରୁ ରାଜନୈତିକ ଫାଇଦା ଉଠାଇଲେ। ଜୟଲଳିତାଙ୍କୁ ବଦନାମ କରିବା ପାଇଁ ସେମାନେ ‘ଡିଏମ୍‌କେ’ ଷଡ଼ଯନ୍ତ୍ରରେ ପଡ଼ିଗଲେ ବୋଲି ଭି.କେ. ଶଶୀକଳା କହିଛନ୍ତି।

ସେ ପୁଣି କହିଛନ୍ତି, ମତେ ରାଜନୀତିରୁ ବାସନ୍ଦ କରିବା ପାଇଁ ଅନେକ ବାଟ ରହିଛି। କିନ୍ତୁ, ଏଥି ନିମନ୍ତେ ଆମ୍ମାଙ୍କ ମୃତ୍ୟୁକୁ କାରଣ କରିବା ନିଷ୍ଠୁରତା। ଆମ୍ମାଙ୍କ ମୃତ୍ୟୁର ରାଜନୀତିକରଣ ପରେ ଏବେ ‘ଅରୁମୁଘାସ୍ବାମୀ ଆୟୋଗ ରିପୋର୍ଟ’କୁ ମଧ୍ୟ ରାଜନୀତି କରଣ କରାଯାଉଛି। ସେ ସୁସ୍ଥ ହୋଇ ଆସୁଥିବାରୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯିବାକୁ ପ୍ରସ୍ତୁତି ଚାଲିଥିଲା। ଦୁର୍ଭାଗ୍ୟକୁ ସେ ଆମକୁ ଛାଡ଼ି ଚାଲିଗଲେ। ତେଣୁ, ସୁପ୍ରିମ୍‌ କ‌ୋର୍ଟଙ୍କ ନିର୍ଦେଶାବଳୀ ନ ଦେଖି ଆୟୋଗ ମୋତେ ଦୋଷ ଦେବା କ’ଣ ଠିକ୍‌? ବୋଲି ସେ ପଚାରିଛନ୍ତି।ମାଆ ପରି ସୁରକ୍ଷା ଦେଇ ମୁଁ ପ୍ରାୟ ୩୦ ବର୍ଷ ଧରି ଆମ୍ମାଙ୍କ ପାଖରେ ରହିଥିଲି। ତାଙ୍କ ଚିକିତ୍ସାରେ ମୁଁ କଦାପି ହସ୍ତକ୍ଷେପ କରିନାହିଁ। ମୁଁ ଚାହୁଁଥିଲି ତାଙ୍କର ସବୁଠୁ ଭଲ ଚିକିତ୍ସା କରାଯାଉ। ଚିକିତ୍ସା ନିମନ୍ତେ ଆମ୍ମାଙ୍କୁ ବିଦେଶ ନେବାରେ ମୁଁ ବାଧା ଦେଇ ନ ଥିଲି ବୋଲି ଶଶୀକଳା କହିଛନ୍ତି।