Naba Nirman Krushak Sangathan - The Sakala

ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗ: ସେପ୍ଟେମ୍ବର ୩୦ରେ 'ଓଡ଼ିଶା ବନ୍ଦ' ଡାକରା ଦେଲା ନବ ନିର୍ମାଣ କୃଷକ ସଂଗଠନ
ଭୁବନେଶ୍ୱର: ଆସନ୍ତା ୩୦ରେ ନବ ନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକରା । ସ୍କୁଲ୍ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ 'ଓଡ଼ିଶା ବନ୍ଦ' ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପାଠ୍ୟପୁସ୍ତକରେ ଥିବା ତ୍ରୁଟି ପ୍ରତିବାଦରେ ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ସଂଗଠନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ଶୁକ୍ରବାର ଦିନ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଏହି ବନ୍ଦ ଡାକରା ସମ୍ପର୍କରେ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ପାଠ୍ୟପୁସ୍ତକରେ ଅନେକ ଭୁଲ୍ ରହିଛି। ଏଥିପାଇଁ ସେ ସିଧାସଳଖ ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ବିଭାଗୀୟ ମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି।

ଚଳିତ ବର୍ଷ ପ୍ରକାଶିତ ନୂତନ ପାଠ୍ୟପୁସ୍ତକରେ ହଜାର ହଜାର ସଂଖ୍ୟାରେ ତ୍ରୁଟି ସାମ୍ନାକୁ ଆସିବା ପରେ ଏକ ବଡ଼ ବିବାଦ ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ନେଇ ବିରୋଧୀ ଦଳ, ଶିକ୍ଷାବିତ୍ ଏବଂ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା କରାଯାଇଛି। ସରକାରୀ ସ୍ତରରେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରାଯିବା ସହ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଗାମୀ ସେପ୍ଟେମ୍ବର ୩୦ ତାରିଖର ବନ୍ଦକୁ ସମର୍ଥନ କରିବା ପାଇଁ ନବ ନିର୍ମାଣ କୃଷକ ସଂଗଠନ ରାଜ୍ୟବାସୀଙ୍କୁ ନିବେଦନ କରିଛି।

ଆସନ୍ତାକାଲି ନଵନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକରାକୁ କଂଗ୍ରେସର ସମର୍ଥନ
ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରାକୁ କଂଗ୍ରେସର ସମର୍ଥନ । ଆସନ୍ତାକାଲି ନଵନିର୍ମାଣ କୃଷକ ସଂଗଠନ ଓଡ଼ିଶା ବନ୍ଦ ଡାକରା ଦେଇଛି, ଯାହାକୁ କଂଗ୍ରେସ ସମର୍ଥନ ଜଣାଇବ । ସମର୍ଥନ ନେଇ ପିସିସି ସଭାପତି ଭକ୍ତ ଦାସଙ୍କ ସୂଚନା । ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ବନ୍ଦ ପାଳନକୁ ସମର୍ଥନ ଜଣାଇବାକୁ ସବୁ ଜିଲ୍ଲା କଂଗ୍ରେସ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଭକ୍ତ ଦାସ କହିଛନ୍ତି । ରାଜ୍ୟରେ ମଣ୍ଡି ସମସ୍ୟା ଉତ୍କଟ ରୂପ ଧାରଣ କରିଥିବାବେଳେ ସରକାର ଚାଷୀଙ୍କ ସହ ଖେଳ ଖେଳୁଛନ୍ତି ବୋଲି ଅଭିଯୋଗ କରିଛି ନବ ନିର୍ବାଣ କୃଷକ ସଂଘ । ଧାନକିଣାରେ ଅବ୍ୟବସ୍ଥା, ପ୍ରଦୂଷଣ ସାର୍ଟିଫିକେଟ ଆଳରେ ମାତ୍ରାଧିକ ତଣ୍ଡକୁ ବିରୋଧ କରି ଆସନ୍ତାକାଲି ନଵନିର୍ମାଣ କୃଷକ ସଂଗଠନ ଓଡ଼ିଶା ବନ୍ଦ ଡାକରା ଦେଇଛି ।

ସମସ୍ତ ଚାଷୀଙ୍କ ଧାନ ଏମ୍ଏସ୍‌ପି ଏବଂ ଇନ୍‌ପୁଟ୍‌ ସ ମିଶାଇ କ୍ଵିଣ୍ଟାଲ ପ୍ରତି ୩୧୦୦/ଟଙ୍କାରେ କିଣାଯାଉ, ଧାନ କ୍ରୟ ପରେ ସଠିକ୍ ସମୟ ମଧ୍ୟରେ ଚାଷୀଙ୍କୁ ଟଙ୍କା ପ୍ରଦାନ କରାଯାଇ, ଟୋକେନ୍ ଓ ମଣ୍ଡି ବ୍ୟବସ୍ଥାର ସମସ୍ତ ବେନିୟମ ଓ ଦୁର୍ନୀତି ଦୂର କରାଯାଉ । ଦଲାଲ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦାବିରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି l ନବନିର୍ମାଣ କୃଷକ ସଂଗଠନ ସହ ନବନିର୍ମାଣ ଯୁବଛାତ୍ର ସଂଗଠନ ମଧ୍ୟ ଏହି ବନ୍ଦ ଡାକରାରେ ସାମିଲ ହୋଇଛି ।

ନବନିର୍ମାଣ ଚାଷୀ ସଂଗଠନର ଆନ୍ଦୋଳନ : ଆଲୋଚନା ପାଇଁ ସରକାର ପ୍ରସ୍ତୁତ, ଆସୁନାହିଁ ସଂଗଠନ
ଭୁବନେଶ୍ୱର : ଚାଷୀଙ୍କ ସ୍ୱାର୍ଥ ସାଧନ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଚାଷୀ ସଂଗଠନ ସହ ଆଲୋଚନା କରି ସମସ୍ୟା ସମାଧାନ କରିବାକୁ ଉଦ୍ୟମ କରୁଛନ୍ତି। ମାତ୍ର ଚାଷୀଙ୍କ ପାଇଁ ଆନ୍ଦୋଳନ କରୁଥିବା ‘ନବନିର୍ମାଣ କୃଷକ ସଂଗଠନ’ ଓ ଏହାର ମୁଖ୍ୟ ବୋଲାଉଥିବା ଅକ୍ଷୟ କୁମାରଙ୍କ ଆଭିମୁଖ୍ୟକୁ ନେଇ ଏବେ ସୃଷ୍ଟି ହୋଇଛି ସନ୍ଦେହ। ଚାଷୀଙ୍କ ନାଁରେ ନିଜ ସ୍ୱାର୍ଥସାଧନ ପାଇଁ ଚାଷୀ ସଂଗଠନ ଓ ଏହାର ନେତା ଯେଉଁ ରାଜନୀତି ଆରମ୍ଭ କରିଛନ୍ତି ତାହା କୌଣସି କ୍ଷେତ୍ରରେ ଗ୍ରହଣଯୋଗ୍ୟ ହୋଇନାହିଁ। ଅନୁରୂପ ଭାବରେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କ ରାଜନୈତିକ ଆକାଂକ୍ଷା ପୂରଣ ନିମନ୍ତେ ନବନିର୍ମାଣ ଚାଷୀ ସଂଗଠନ ମାଧ୍ୟମ ହୋଇଛି ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିଭିନ୍ନ ସମୟରେ ହେଉଥିବା ଚାଷୀ ଆନ୍ଦୋଳନକୁ ନେଇ ପୂର୍ବରୁ ଚାଷୀମାନେ ସନ୍ଦେହ କରୁଥିଲେ; ଏବେ ସାଧାରଣରେ ଲୋକେ ବି ସନ୍ଦେହ କରିବା ଆରମ୍ଭ କରିଛନ୍ତି। ରାଜ୍ୟ ସରକାର ଉଭୟ ଚାଷ ଏବଂ ଚାଷୀର ଉନ୍ନତି ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହାପରେ ବି ଯଦି ଚାଷୀକୁଳରେ କୌଣସି ଅସନ୍ତୋଷ କିମ୍ବା ଅସୁବିଧା ରହିଛି ତାହେଲେ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିବାକୁ ରାଜ୍ୟ ସରକାର ସବୁବେଳେ ତତ୍ପର ଅଛନ୍ତି। ମାତ୍ର ଆଲୋଚନାକୁ ନ ଆସି ଆନ୍ଦୋଳନ କରି ସଂଗଠନ କ’ଣ ହାସଲ କରିବାକୁ ଚାହୁଁଛି ବୋଲି ଏବେ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। ଆନ୍ଦୋଳନ ନାମରେ ଲୋକଙ୍କୁ ହଇରାଣ, ହରକତ୍‌‌ କରିବାକୁ ନେଇ ଏବେ ସାଧାରଣରେ ଅସନ୍ତୋଷ ବଢ଼଼ିବାରେ ଲାଗିଛି। ଯଦି ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସଂଗଠନ ସଜାଗ ରହିଛି, ତା’ହେଲେ ସରକାରଙ୍କ ସହ ଆଲୋଚନାକୁ ଆସନ୍ତୁ ବୋଲି ସାଧାରଣ ଲୋକେ ଆହ୍ୱାନ ଦେଇଛନ୍ତି।

ବିଭିନ୍ନ ସମୟରେ ‘ଭୁବନେଶ୍ୱର ଚାଲ’ ଅଭିଯାନ ଚଳାଉଥିବା ସଂଗଠନର ନେତା ଅକ୍ଷୟ କୁମାର ମଙ୍ଗଳବାର ମଧ୍ୟ ସମାନ ଦାବି ନେଇ ରାଜଧାନୀ ଅଭିମୁଖେ ବାହାରିଥିଲେ। ସଂଗଠନର ବହୁଦଫା ଦାବି ମଧ୍ୟରେ ଅଧିକାଂଶ ଦାବି ପୂରଣ କରିବା ରାଜ୍ୟ ସରକାରଙ୍କ କ୍ଷମତା ପରିସରଭୁକ୍ତ ନୁହେଁ। ତଥାପି ରାଜ୍ୟ ସରକାର ସବୁବେଳେ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଥିବା କହି ଆସିଛନ୍ତି। ତେବେ ଆଲୋଚନା ଟେବୁଲକୁ ନଯାଇ, କୌଣସି ପୂର୍ବ ସୂଚନା ନଦେଇ ଆନ୍ଦୋଳନାତ୍ମକ ପନ୍ଥା କ’ଣ ପାଇଁ ଗ୍ରହଣ କରୁଛନ୍ତି, ତାହାକୁ ନେଇ ସାଧାରଣ ଲୋକେ ପ୍ରଶ୍ନ ଉଠାଇଛନ୍ତି।

ଚାଷୀଙ୍କ ହିତରେ ରାଜ୍ୟ ସରକାର ‘କାଳିଆ’, ‘ବଳରାମ’ ପରି ଯୋଜନା ପ୍ରଣୟନ କରିଥିବା ବେଳେ ବିକଳ୍ପ ଚାଷ ପାଇଁ ସବ୍‌ସିଡି ପ୍ରୋତ୍ସାହନ ସହ ବିଭିନ୍ନ ପ୍ରକାରର ସହାୟତା ଯୋଗାଇ ଦେଉଛନ୍ତି। ଜଳସେଚନ ପାଇଁ ପାର୍ବତୀ ଗିରିଠାରୁ ଆରମ୍ଭ କରି ବହୁ ଯୋଜନା ଆପଣାଯାଇଥିବା ବେଳେ ଅନ୍ନଦାତଙ୍କ ଆୟ ଦ୍ୱିଗୁଣ ପାଇଁ ରାଜ୍ୟ ସରକାର ବ୍ୟାପକ ଯୋଜନା ପ୍ରଣୟନ କରିଛନ୍ତି। ଏପରିକି ଚାଷ ଏବଂ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ନେଉଥିବା କେତେକ ପଦକ୍ଷେପକୁ ମଧ୍ୟ ଅନ୍ୟ ରାଜ୍ୟର ସରକାରମାନେ ଆପଣେଉଛନ୍ତି। ତଥାପି ଚାଷ ଏବଂ ଚାଷୀର ବିକାଶ ପାଇଁ ରାଜ୍ୟ ସରକାର ସବୁବେଳେ ଯେକୌଣସି ସକରାତ୍ମକ ଆଲୋଚନାକୁ ସ୍ୱାଗତ କରି ଆସିଛନ୍ତି। ମାତ୍ର ଆଲୋଚନାକୁ ପଛକରି ନବନିର୍ମାଣ କୃଷକ ସଂଗଠନ ଅକାରଣରେ ଆନ୍ଦୋଳନାତ୍ମକ ବାଟକୁ ବାଛି ନେଉଛି ତାହା ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି।

ବିଶେଷକରି ସଂଗଠନର ନେତୃତ୍ୱ ନେଉଥିବା ଅକ୍ଷୟ କୁମାରଙ୍କ ଭିତିରି ଉଦ୍ଦେଶ୍ୟ ଏବେ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଅକ୍ଷୟଙ୍କ ଏପରି ଅକାରଣେ ବିକ୍ଷୋଭ କୃଷକଙ୍କ ହିତ ଅପେକ୍ଷା ତାଙ୍କ ବ୍ୟକ୍ତିଗତ ପତିଆରା ବୃଦ୍ଧି ପାଇଁ ଉଦ୍ଦିଷ୍ଟ ବୋଲି ତାଙ୍କୁ ନିକଟରୁ ପରଖିଥିବା କେତେକ ଲୋକେ ମତବ୍ୟକ୍ତ କରିଛନ୍ତି। ମଙ୍ଗଳବାର ଭୁବନେଶ୍ୱରକୁ ଅକ୍ଷୟ ନିଜର ଦଳ ବଳ ନେଇ ଆସୁଥିବା ବେଳେ ସେମାନଙ୍କ ମଧ୍ୟରୁ କେତେଜଣ ଆଜିର ଆନ୍ଦୋଳନର କାରଣ ସମ୍ପର୍କରେ କହି ପାରି ନ ଥିଲେ। ଅନେକ ଚାଷୀ ନିଜ ଅନିଚ୍ଛା ସତ୍ତ୍ବେ କୌଣସି ନା କୌଣସି କାରଣ ପାଇଁ ଅକ୍ଷୟଙ୍କ ସାଥ୍‌‌ ଦେଉଥିବା ନଜରକୁ ଆସିଥିଲା। ଅତଏବ ଚାଷୀଙ୍କୁ ଢାଲ କରି ଅକ୍ଷୟ ସରକାରଙ୍କୁ ବ୍ଲାକମେଲ କରିବାକୁ ଉଦ୍ୟମ କରୁଥିବା ବେଳେ ଏହାପଛରେ ତାଙ୍କର ନିଶ୍ଚିତ କିଛି ବ୍ୟକ୍ତିଗତ ସ୍ୱାର୍ଥ ରହିଛି ବୋଲି ବୁଦ୍ଧିଜୀବି ମହଲରେ ମତପ୍ରକାଶ ପାଇଛି। ସମୟେ ସମୟେ ଏପରି ଅକାରଣ ଆନ୍ଦୋଳନ ପାଇଁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏହାକୁ ବନ୍ଦ କରିବାକୁ ସାଧାରଣ ଲୋକେ ଦାବି କରିଛନ୍ତି। ସେହିପରି ନିଜ ସ୍ୱାର୍ଥ ପୂରଣ ପାଇଁ ଆମ ପରି ନିରୀହ ଚାଷୀଙ୍କୁ ବ୍ୟବହାର କରନାହିଁ ବୋଲି ରାଜ୍ୟବ୍ୟାପୀ ବହୁ ଚାଷୀ କ୍ଷୋଭର ସହ କହିଛନ୍ତି। ନବ ନିର୍ମାଣ ସଙ୍ଗଠନର ଏପରି ଛଳନାପୂର୍ଣ୍ଣ ବିକ୍ଷୋଭକୁ ନେଇ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ପାଇଥିବା ବେଳେ ତୁରନ୍ତ ଏଥିରୁ ବିରତ ରହିବାକୁ ସାଧାରଣରେ ଦାବି ହେଉଛି।