investment - The Sakala

ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି (FTA):୨୦ ବିଲିୟନ ଡଲାରର ନିବେଶ ଲକ୍ଷ୍ୟ
ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏକ ଐତିହାସିକ ତଥା ଉଚ୍ଚାଭିଳାଷୀ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ସଫଳତାର ସହ ସମ୍ପନ୍ନ ହୋଇଛି। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲକ୍ସନଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିବା ପରେ ମିଳିତ ଭାବେ ଏହି ଘୋଷଣା କରିଛନ୍ତି। ଏହି ଚୁକ୍ତି ଉଭୟ ଦେଶର ଆର୍ଥିକ ସମ୍ପର୍କକୁ ନୂତନ ଦିଗଦର୍ଶନ ଦେବ ବୋଲି ଆଶା କରାଯାଉଛି।

ଉଭୟ ନେତା ଏହି ଆଲୋଚନା ସମୟରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ନେଇ ବେଶ୍ ଆଶାବାଦୀ ଥିବା ଜଣାପଡିଛି। ଆଗାମୀ ୫ ବର୍ଷ ମଧ୍ୟରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ କାରବାରକୁ ଦ୍ୱିଗୁଣିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହାସହ ଆଗାମୀ ୧୫ ବର୍ଷ ମଧ୍ୟରେ ନ୍ୟୁଜିଲ୍ୟାଣ୍ଡ ଭାରତରେ ୨୦ ବିଲିୟନ ଡଲାର ବିନିଯୋଗ କରିବ ବୋଲି ସୂଚନା ମିଳିଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ, ଚଳିତ ବର୍ଷ ମାର୍ଚ୍ଚ ମାସରେ ଏହି FTA ପାଇଁ ଆଲୋଚନା ଆରମ୍ଭ ହୋଇଥିଲା। ମାତ୍ର ୯ ମାସର ରେକର୍ଡ ସମୟ ମଧ୍ୟରେ ଉଭୟ ଦେଶ ଏହି ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେଇଛନ୍ତି, ଯାହା ଦୁଇ ଦେଶ ମଧ୍ୟରେ ଥିବା ସୁଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ଓ ପାରସ୍ପରିକ ସହଯୋଗକୁ ଦର୍ଶାଉଛି। ଏହାଦ୍ୱାରା ଉଦ୍ଭାବକ, ଉଦ୍ୟୋଗୀ, କୃଷକ, MSME, ଛାତ୍ର ଏବଂ ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ।

ଏହି ଐତିହାସିକ ଚୁକ୍ତି ଅନୁଯାୟୀ, ନ୍ୟୁଜିଲ୍ୟାଣ୍ଡରୁ ରପ୍ତାନି ହେଉଥିବା ୯୫ ପ୍ରତିଶତ ସାମଗ୍ରୀ ଉପରୁ ଶୁଳ୍କ ହ୍ରାସ ବା ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବ। ଚୁକ୍ତି ଲାଗୁ ହେବାର ପ୍ରଥମ ଦିନରୁ ପ୍ରାୟ ୫୭ ପ୍ରତିଶତ ସାମଗ୍ରୀ ଶୁଳ୍କମୁକ୍ତ ରହିବ ଏବଂ ପରବର୍ତ୍ତୀ ସମୟରେ ଏହା ୮୨ ପ୍ରତିଶତକୁ ବୃଦ୍ଧି ପାଇବ। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ କୁହାଯାଇଛି ଯେ ୨୦୩୦ ସୁଦ୍ଧା ଭାରତୀୟ ଅର୍ଥନୀତି ୧୨ ଟ୍ରିଲିୟନ ନ୍ୟୁଜିଲ୍ୟାଣ୍ଡ ଡଲାରରେ ପହଞ୍ଚିବାର ଅନୁମାନ ଥିବାରୁ ଏହି ଚୁକ୍ତି ସେମାନଙ୍କ ରପ୍ତାନିକାରୀଙ୍କ ପାଇଁ ଏକ ବିରାଟ ବଜାର ଖୋଲିଦେବ।

ଦୀପାବଳି ସୁଦ୍ଧା ଦେଢ଼ ଲକ୍ଷ ଛୁଇଁବ ସୁନା ଦର
ନୂଆଦିଲ୍ଲୀ : ଗତ କିଛି ବର୍ଷ ମଧ୍ୟରେ ଦେଶରେ ସୁନା ମୂଲ୍ୟରେ ଏକ ବଡ଼ ବୃଦ୍ଧି ଘଟିଛି। ମାତ୍ର ଗୋଟିଏ ବର୍ଷ ମଧ୍ୟରେ ସୁନା ମୂଲ୍ୟ ପ୍ରାୟ ୫୦% ବୃଦ୍ଧି ପାଇଛି, ଯାହା ନିଫ୍ଟି ସୂଚକାଙ୍କ ଏବଂ ଅନ୍ୟାନ୍ୟ ପ୍ରମୁଖ ସୂଚକାଙ୍କକୁ ପଛରେ ପକାଇଦେଇଛି। ଏହି ବୃଦ୍ଧି ଅନେକ କାରଣ ଦ୍ୱାରା ପରିଚାଳିତ ହୋଇଛି, ଯେଉଁଥିରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ଅତ୍ୟଧିକ କ୍ରୟ, ବଢ଼ୁଥିବା ଭୂ-ରାଜନୈତିକ ଉତ୍ତେଜନା, ବାଣିଜ୍ୟ ଅନିଶ୍ଚିତତା, ଡଲାର ସୂଚକାଙ୍କ ଦୁର୍ବଳ ହେବା, ଆର୍ଥିକ ମାନ୍ଦାବସ୍ଥାର ଭୟ ଏବଂ ଇଟିଏଫ୍‌ରେ ଦୃଢ଼ ନିବେଶ ପ୍ରବାହ ଅନ୍ତର୍ଭୁକ୍ତ। ଆସନ୍ତା ଦିପାବଳୀ ସୁଦ୍ଧା ଘରୋଇ ବଜାରରେ ସୁନା ମୂଲ୍ୟ ଦେଢ଼ ଲକ୍ଷ ଛୁଇଁବା ନେଇ ଆକଳନ କରାଯାଇଛି। ମାତ୍ର ସପ୍ତାହରେଦେଶରେ ସୁନା  ମୂଲ୍ୟ ୩୯୨୦ ଟଙ୍କା ବୃଦ୍ଧି ପାଇଛି।

ଡିସେମ୍ବର ସୁଦ୍ଧା ଦେଢ଼ ଲକ୍ଷ ଛୁଇଁବ ସୁନା ଦର, ଗୋଟିଏ ଦଶନ୍ଧିରେ ମୂଲ୍ୟ ୨୫ ହଜାରରୁ ୮୪,୦୦୦ ଟପିଲାଣି
ନୂଆଦିଲ୍ଲୀ : ବର୍ତ୍ତମାନ, ବିଶ୍ବ ବଜାରରେ ସୁନା ରକେଟ୍ ବେଗରେ ଦୌଡୁଛି। ମାତ୍ର ଗୋଟିଏ ଦଶନ୍ଧି ମଧ୍ୟରେ ଏହା ୨୫,୦୦୦ ଟଙ୍କାରୁ ବୃଦ୍ଧି ପାଇ ୮୪,୩୦୦ ଟଙ୍କା ହୋଇଛି। ୨୦୨୨ ଅଗଷ୍ଟରେ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ୧୦ ଗ୍ରାମ ପିଛା ୨୫,୦୦୦ ଟଙ୍କା ସ୍ତରକୁ ପହଞ୍ଚିଥିଲା ​​ଏବଂ ୨୦୨୦ ଜୁଲାଇରେ ୫୦,୦୦୦ ଟଙ୍କା ପାର ହୋଇଥିଲା। ସୁନାକୁ ୨୫,୦୦୦ ଟଙ୍କାରୁ ୫୦,୦୦୦ ଟଙ୍କାରେ ପହଞ୍ଚିବାକୁ ୧୦୮ ମାସ ଲାଗିଥିଲା, କିନ୍ତୁ ୫୦,୦୦୦ ଟଙ୍କା ସ୍ତରରୁ ୭୫,୦୦୦ ଟଙ୍କାରେ ପହଞ୍ଚିବାକୁ ମାତ୍ର ୪୮ ମାସ ଲାଗିଥିଲା।

୨୦୨୪ ସେପ୍ଟେମ୍ବରରେ ସୁନା ମୂଲ୍ୟ ୭୫,୦୦୦ ଟଙ୍କାରେ ପହଞ୍ଚିଥିଲା। ଆଜି ଭାରତରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଗ୍ରାମ ପିଛା ୮୪୩୦ ଟଙ୍କା। ସୁନା ପାଇଁ ପରବର୍ତ୍ତୀ ବଡ଼ ମାଇଲଖୁଣ୍ଟ ହେଉଛି ୧ ଲକ୍ଷ ଟଙ୍କା ସ୍ତର। ଏଠାରେ ପ୍ରଶ୍ନ ଉଠୁଛି ୨୦୨୫ର ବାକି ୩୦୦ରୁ ୩୩୦ ଦିନ ମଧ୍ୟରେ ସୁନା ୧ ଲକ୍ଷ ଟଙ୍କା ଛୁଇଁ ଯାଇପାରେ। ଯଦି ଚଳିତବର୍ଷ ସୁନା ମୂଲ୍ୟ ୧ ଲକ୍ଷ ଟଙ୍କାରେ ପହଞ୍ଚିଯାଏ, ତେବେ ଏହାକୁ ବର୍ତ୍ତମାନର ସ୍ତରଠାରୁ ମାତ୍ର ୧୩.୫ ପ୍ରତିଶତ ବୃଦ୍ଧି ଦେଖିବାକୁ ପଡିବ।

ଆଶ୍ଚର୍ଯ୍ୟଜନକ କଥା ହେଉଛି କିଛି ବଜାର ବିଶେଷଜ୍ଞ ଆକଳନ କରୁଛନ୍ତି ଯେ ଚଳିତବର୍ଷ ସୁନା ମୂଲ୍ୟ ପ୍ରାୟ ୧.୫୦ ଲକ୍ଷ ଟଙ୍କାରେ ପହଞ୍ଚିିଯିବ। ଜାନୁଆରୀରେ ଡୋନାଲ୍ଡ ଟ୍ରମ୍ପ ପୁଣିଥରେ କ୍ଷମତା ଗ୍ରହଣ କରିବା ପରଠାରୁ ବିଶ୍ୱ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ଟ୍ରମ୍ପଙ୍କ ଶୁଳ୍କ ସମ୍ପର୍କିତ ନୀତି ଯୋଗୁଁ ସାଧାରଣ ଲୋକମାନେ ବହୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମୁଦ୍ରାସ୍ଫୀତିରେ ବୃଦ୍ଧି ଘଟିଛି। ଏବେ ଯେତେବେଳେ ଆମେ ଏଥିରେ ବିଶ୍ୱସ୍ତରୀୟ ଅନିଶ୍ଚିତତାକୁ ଯୋଡିବା, ଏହା ସ୍ପଷ୍ଟ ହୋଇଯିବ ଯେ ସୁନା ମୂଲ୍ୟରେ ବୃଦ୍ଧି ଆଉ ଖୁବ୍‌ ଶୀଘ୍ର ଶେଷ ହେବ ନାହିଁ।

ଏକ ରିପୋର୍ଟରେ, କାମା ଜୁଏଲରୀର ଏମ୍‌ କଲିନ୍ ଶାହ କହିଛନ୍ତି ଯେ ଟ୍ରମ୍ପଙ୍କ ଶୁଳ୍କ ଧମକ ଅର୍ଥନୈତିକ ଅନିଶ୍ଚିତତାକୁ ଇନ୍ଧନ ଦେଇଛି। ଏଥିଯୋଗୁ ସୁନାର ଆକର୍ଷଣ ବଢ଼ୁଛି ଏବଂ ମୂଲ୍ୟ ମଧ୍ୟ ବୃଦ୍ଧି ହେଉଛି। ଭୂ-ରାଜନୈତିକ ଉତ୍ତେଜନା, ସମ୍ଭାବ୍ୟ ଆମେରିକାର ଶୁଳ୍କ ଏବଂ ଅର୍ଥନୈତିକ ମାନ୍ଦାବସ୍ଥାର ଚିନ୍ତା ସହିତ ନିବେଶକମାନେ ସୁରକ୍ଷିତ ନିବେଶ ମାଧ୍ୟମର ସନ୍ଧାନରେ ଥିବାରୁ ସୁନା ୨୦୨୫ରେ ନୂତନ ଉଚ୍ଚ ସ୍ତର ଛୁଇଁବାକୁ ଯାଉଛି।

ଅପରପକ୍ଷେ ଆମେରିକୀୟ ଡଲାରରେ ସୁନା ମଧ୍ୟ ୩୦୦୦ ଡଲାର ମାଇଲଖୁଣ୍ଟର ନିକଟତର ହେଉଛି। ବର୍ତ୍ତମାନ, ଗୋଟିଏ ଆଉନ୍ସ ସୁନା ପ୍ରାୟ ୨୮୫୮ଡଲାରରେ କାରବାର ହେଉଛି। ଏହା ପ୍ରତି ୧୦ ଗ୍ରାମ ପାଇଁ ପ୍ରାୟ ୧୦୨୭ ଡଲାର ପଡୁଛି। ଟ୍ରମ୍ପଙ୍କ ଶୁଳ୍କ ଲାଗୁ ସୁନା ମୂଲ୍ୟକୁ ପ୍ରଭାବିତ କରିବା ବ୍ୟତୀତ, ଆମେରିକୀୟ ଫେଡେରାଲ ରିଜର୍ଭର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ୧୦୦ ବିପିଏସ୍ ଅର୍ଥାତ୍ ୧% ହାର ହ୍ରାସ କରିବା ପରେ, ଆମେରିକା ଫେଡ୍ ହାରରେ କୌଣସି ପରିବର୍ତ୍ତନ କରିନାହିଁ ଏବଂ ସୁଧହାରରେ ହ୍ରାସ ଖୁବ୍‌ ଶୀଘ୍ର ମଧ୍ୟ ହେବାକୁ ଯାଉନାହିଁ। ଯଦି ମୁଦ୍ରାସ୍ଫୀତି ବୃଦ୍ଧି ପାଏ, ତେବେ ଫେଡେରାଲ ରିଜର୍ଭ ସୁଧ୍ୟ ହାର ବୃଦ୍ଧି କରିପାରେ।

ଲମ୍ବା ଅବଧିରେ ସୁନା ତୁଳନାରେ ଅଧିକ ଚମକିବ ରୁପା, ଦେଇଛି ୪୦% ଅଧିକ ରିଟର୍ଣ୍ଣ
ନୂଆଦିଲ୍ଲୀ: ସମ୍ପ୍ରତି ବିଶ୍ବ ସମେତ ଘରୋଇ ବଜାରରେ ସୁନା ଓ ରୁପା ମୂଲ୍ୟ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ବଜାର ବିଶେଷଜ୍ଞମାନେ କରିଥିବା ଆକଳନ ଅନୁଯାୟୀ, ସୁନା ମୂଲ୍ୟରେ ବର୍ତ୍ତମାନ ହେଉଥିବା ବୃଦ୍ଧି, ବିଶ୍ୱ ଅନିଶ୍ଚିତତା ଏବଂ ଶିଳ୍ପ ଚାହିଦାକୁ ଦୃଷ୍ଟିରେ ରଖି ମଧ୍ୟମରୁ ଦୀର୍ଘ ମିଆଦି ଦେଖିବାକୁ ଗଲେ ସୁନା ଅପେକ୍ଷା ରୁପା ଭଲ ପ୍ରଦର୍ଶନ କରିବ। ଗତ ବର୍ଷ ଧନତେରାସ୍ ତୁଳନାରେ ଯଦି ଆମେ ଚଳିତବର୍ଷ ରୁପା ବଜାର ସ୍ଥିତିକୁ ଦେଖିବା ତେବେ ଏଥର ରିଟର୍ଣ୍ଣ ଦୃଷ୍ଟିରୁ ସୁନାଠାରୁ ରୁପା ବେଶ ଆଗରେ ରହିଥିଲା। ଏହି ଅବଧି ମଧ୍ୟରେ ରୁପା ନିବେଶକଙ୍କୁ ୪୦.୫ ପ୍ରତିଶତ ରିଟର୍ଣ୍ଣ ଦେଇଥିବାବେଳେ ସୁନା ପ୍ରାୟ ୩୪ ପ୍ରତିଶତ ଲାଭ ଦେଇଛି।

କେଡିଆ ଆଡଭାଇଜରୀର ନିର୍ଦ୍ଦେଶକ ଅଜୟ କେଡିଆ କହିଛନ୍ତି ଯେ, ଆସନ୍ତା ଦୁଇ-ତିନି ବର୍ଷ ମଧ୍ୟରେ ରୁପାକୁ ନେଇ ଲୋକଙ୍କ ମଧ୍ୟରେ ଧାରଣା ଅଧିକ ସୁଦୃଢ଼ ହେବ। ଯୋଗାଣରେ ହ୍ରାସ, ଫୋଟୋଭୋଲ୍ଟିକ୍ସ ଏବଂ ଇ-ଯାନ ଭଳି କ୍ଷେତ୍ରରେ ଶିଳ୍ପ ଚାହିଦାରେ ବୃଦ୍ଧି ଏବଂ ଅନେକ ଦେଶରେ ଉତ୍ତେଜନା ଭଳି କେତେକ କାରକ ଯୋଗୁ ଆସନ୍ତା ଦୁଇ-ତିନି ବର୍ଷ ମଧ୍ୟରେ ବିଶ୍ୱ ବଜାରରେ ରୁପା ମୂଲ୍ୟ ୭୦ ଡଲାର ଅତିକ୍ରମ କରିପାରେ। ଆଗାମୀ ଏକ ବର୍ଷ ବିଷୟରେ କହିବାକୁ ଗଲେ, ଏମ୍ସିଏକ୍ସରେ ରୁପା ୧.୩୦ ଲକ୍ଷ ଟଙ୍କା ସ୍ତର ଛୁଇଁପାରେ, ଯେତେବେଳେ କି ସୁନା ମୂଲ୍ୟ ପାଖାପାଖି ୮୫,୦୦୦ ଟଙ୍କା ସ୍ତରରେ ପହଞ୍ଚିପାରେ। ଶ୍ରୀ କେଡିଆ କହିଛନ୍ତି, ନିକଟ ଭବିଷ୍ୟତରେ ସୁନା ମୂଲ୍ୟରେ ଭଲ ବୃଦ୍ଧି ଘଟିବ, କିନ୍ତୁ ୨୦୨୫ର ଦ୍ୱିତୀୟାର୍ଦ୍ଧରେ ନିବେଶକମାନେ ଏହାକୁ ନେଇ ସତର୍କ ରହିପାରନ୍ତି।

ସୁନା ମୂଲ୍ୟରେ ବୃଦ୍ଧି ସହ ରୁପାର ଚମକ ମଧ୍ୟ ବୃଦ୍ଧି ପାଉଛି। ଧନତେରାସ୍ ଏବଂ ଦୀପାବଳିରେ ସୁନା ଓ ରୁପା ବିକ୍ରିର ଆକଳନ ମଧ୍ୟ ଏହା ନିଶ୍ଚିତ କରୁଛି। ଇଣ୍ଡିଆନ୍ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ) ସାଧାରଣ ସମ୍ପାଦକ ସୁରେଶ ମେହେଟ୍ଟା କହିଛନ୍ତି ଯେ, ଦେଶର ଇତିହାସରେ ଏହା ପ୍ରଥମ ଥର ଯେତେବେଳେ ଧାନତେରାସ୍ ସମୟରେ ବିକ୍ରି ଦୃଷ୍ଟିରୁ ରୁପା ସୁନାକୁ ଅତିକ୍ରମ କରିଯାଇଛି। ସେ କହିଛନ୍ତି ଯେ, ଅଧିକ ମୂଲ୍ୟ ହେତୁ ବାର୍ଷିକ ଭିତ୍ତିରେ ଦେଖିଲେ ଚଳିତ ଉତ୍ସବ ଋତୁରେ ସୁନା ବିକ୍ରିରେ ପ୍ରାୟ ୧୫ ପ୍ରତିଶତ ହ୍ରାସ ଘଟିଛି। ଅପରପକ୍ଷେ, ରୁପା ବିକ୍ରିରେ ୩୦-୩୫ ପ୍ରତିଶତ ବୃଦ୍ଧି ଘଟିଛି।

ନିବେଶ ଓ ଶିଳ୍ପ କ୍ଷେତ୍ରରେ ଦେଶର ଏକ ପସନ୍ଦଯୋଗ୍ୟ ସ୍ଥାନରେ ପରିଣତ ହୋଇଛି ଓଡ଼ିଶା : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ଓଡ଼ିଶାର ସାମର୍ଥ୍ୟ ହେଉଛି ଏହାର ପ୍ରାକୃତିକ ସଂପଦ, ଦକ୍ଷ ମାନବ ସମ୍ବଳ ଓ ସ୍ଥିର ସରକାର । ଏଥିପାଇଁ ଓଡ଼ିଶା ଏବେ ନିବେଶ ଓ ଶିଳ୍ପ କ୍ଷେତ୍ରରେ ଦେଶର ଏକ ପସନ୍ଦଯୋଗ୍ୟ କେନ୍ଦ୍ରରେ ପରିଣତ ହୋଇଛି । ଓଡ଼ିଶା ଏବେ ଟେକ-ଅଫ ସ୍ତରରେ ଅଛି ଅର୍ଥାତ ଉଡ଼ିବା ଆରମ୍ଭ କରିଛି ଓ ଆସନ୍ତା ୧୦ ବର୍ଷରେ ଉଚ୍ଚ ଅଭିବୃଦ୍ଧି ହାସଲ କରବ ବୋଲି ହାଇଦ୍ରାବାଦରେ ନିବେଶକ ଓ ଶିଳ୍ପପତିମାନଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Glad to meet Shri Shailender Kumar, MD of @Oracle_India at #OdishaInvestorsMeet2022 in Hyderabad, the curtain raiser event for #MIO2022 Conclave. Highlighted the incentives being offered in the #Odisha IT Policy 2022 to make it a favoured destination for the industry. #MIO2022 pic.twitter.com/eQblSw6C7h

— Naveen Patnaik (@Naveen_Odisha) October 17, 2022

ପର୍ଯ୍ୟାପ୍ତ ପ୍ରାକୃତିକ ସମ୍ପଦ, କୁଶଳୀ ମାନବସମ୍ବଳ ଏବଂ ସ୍ଥିର ପ୍ରଶାସନ ନିବେଶକଙ୍କ ପାଇଁ ଓଡ଼ିଶାକୁ ଆକର୍ଷଣୀୟ ନିବେଶ ସ୍ଥାନରେ ପରିଣତ କରିଛି । ଅନୁକୂଳ ଶିଳ୍ପ ନୀତି, ଦୃଢ଼ ଓ ସ୍ଥିର ପ୍ରଶାସନ ଯୋଗୁଁ ଓଡ଼ିଶା ପ୍ରତି ଶିଳ୍ପପତି, ନିବେଶକଙ୍କ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆଣିଛି । ଓଡ଼ିଶା ଶିଳ୍ପ ସମୂହ ଓ ନିବେଶର ପ୍ରମୁଖ ପେଣ୍ଠସ୍ଥଳି ପାଲଟିଛି । ଉଚ୍ଚ ଅଭିବୃଦ୍ଧି ହାର ସହ ଇଜ୍ ଅଫ୍ ଡ଼ୁଇଂ ବିଜିନେସ କ୍ଷେତ୍ରରେ ଓଡ଼ିଶା ବହୁ ବଡ଼ରାଜ୍ୟକୁ ଅତିକ୍ରମ କରି ଶୀର୍ଷ ଅଭିମୁଖେ ଯାତ୍ରା କରୁଛି । ସମ୍ପ୍ରତି ଶିଳ୍ପାୟନର ନୂଆ ଯୁଗ ଆରମ୍ଭ ହୋଇଛି । ଯେଉଁଥିରେ ଉନ୍ନତ ବୈଷୟିକ ଶିକ୍ଷା ଓ ନିରନ୍ତର ବିକାଶର ଏକ ଦର୍ଶନ ରହିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ରୂପାନ୍ତରଣରେ ସହଭାଗୀ ହେବା ନିମନ୍ତେ ଆଗାମୀ ‘ମେକ୍ ଇନ୍ ଓଡ଼ିଶା’ କନ୍‌କ୍ଲେଭ୍‌ରେ ଯୋଗ ଦେବାକୁ ‘ପର୍ଲ ସିଟି’ ହାଇଦ୍ରାବାଦରେ ଦେଶ ବିଦେଶର ନିବେଶକ, ଶିଳ୍ପଗୋଷ୍ଠୀର ମୁଖ୍ୟମାନଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Glad to meet Shri Rajiv Kumar, MD of @MicrosoftIndia at #OdishaInvestorsMeet2022 in #Hyderabad, the curtain raiser event for #MIO2022 Conclave. Highlighted our progressive IT Policy 2022 to position #Odisha prominently on the global map as a preferred IT outsourcing destination. pic.twitter.com/lBes5cksgm

— Naveen Patnaik (@Naveen_Odisha) October 17, 2022

ସୋମବାର ମୁଖ୍ୟମନ୍ତ୍ରୀ ହାଇଦ୍ରାବାଦରେ ୪୫୦ରୁ ଊର୍ଦ୍ଧ୍ବ ବିଭିନ୍ନ ଶିଳ୍ପଗୋଷ୍ଠୀ ଓ ନିବେଶକଙ୍କୁ ଶିଳ୍ପ ସମୃଦ୍ଧ ଓଡ଼ିଶାର ଶିଳ୍ପାୟନର ଛବି, ରାଜ୍ୟର ଶିଳ୍ପ ନୀତି, ଶିଳ୍ପ ନିମନ୍ତେ ଅନୁକୂଳ ପରିବେଶ ସମ୍ପର୍କରେ ଅବଗତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଗତ କିଛି ଦଶନ୍ଧିରେ ହାଇଦ୍ରାବାଦ ବୈଷୟିକ ବିଦ୍ୟା, ଫାର୍ମା ଏବଂ ବିନିର୍ମାଣ ତଥା ମ୍ୟାନୁଫାକଚରିଂ କ୍ଷେତ୍ରରେ ପ୍ରମୁଖ ପେଣ୍ଠସ୍ଥଳୀ ହୋଇପାରିଛି। ସହରର ଔଦ୍ୟୋଗିକ ଅଭିବୃଦ୍ଧି ପ୍ରତି ସକରାତ୍ମକ ମାନସିକତାକୁ ଯୋଗୁଁ ଏହା ସମ୍ଭବ ହୋଇ ପାରିଛି। ଓଡ଼ିଶା ଏବେ ଦେଶର ଅନ୍ୟତମ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ ହୋଇଛି । ଶିଳ୍ପାୟନକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଶିଳ୍ପ ଅନୁକୂଳ ପରିବେଶ ଯୋଗୁଁ ବହୁ ବଡ଼ବଡ଼ ଶିଳ୍ପସଂସ୍ଥା ଓଡ଼ିଶାରେ ନିବେଶ ନିମନ୍ତେ ଆଗ୍ରହପ୍ରକାଶ କରିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶ ପାଇଥିବା ଇଜ୍ ଅଫ୍ ଡୁଇଙ୍ଗ୍ ରାଙ୍କିଙ୍ଗରେ ଓଡ଼ିଶା ଆଚିଭର୍ସ ବର୍ଗରେ ସ୍ଥାନ ପାଇଛି।

Glad to meet @DrKrishnaElla Chairman of @BharatBiotech at #OdishaInvestorsMeet2022 in #Hyderabad, the curtain raiser event for #MIO2022 Conclave. Discussed the proposed vaccine manufacturing plant in #Bhubaneswar & highlighted #Odisha’s conducive environment to #InvestInOdisha. pic.twitter.com/HVfXQ0zbu0

— Naveen Patnaik (@Naveen_Odisha) October 17, 2022

ଏହି ପରିପ୍ରେକ୍ଷୀରେ ନିବେଶକଙ୍କ ପାଇଁ ଆଗାମୀ ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ। ଓଡ଼ିଶାର ଅଭିବୃଦ୍ଧିର କାହାଣୀ ଏଥିରେ ବ୍ୟାଖ୍ୟାନ ହେବ ଏବଂ ନିବେଶକଙ୍କ ପାଇଁ ଓଡ଼ିଶା ସରକାର କ’ଣ କରିଛନ୍ତି ଓ କ’ଣ କରୁଛନ୍ତି ତାହା ଜାଣିବାରେ ସହାୟକ ହେବ। ଏହି ଫୋରମ୍ ଦ୍ୱାରା ସାରା ବିଶ୍ୱର ନିବେଶକ, ଶିଳ୍ପ ନେତୃବୃନ୍ଦ ଏବଂ ଶିଳ୍ପ ଚିନ୍ତକ ଭବିଷ୍ୟତ ନେଇ ଆଲୋଚନା କରିପାରିବେ। ରାଜ୍ୟରେ ରୋଜଗାର ସୃଷ୍ଟି କରୁଥିବା ଶିଳ୍ପ ଅଭିବୃଦ୍ଧି ବ୍ୟବସ୍ଥାକୁ ସରକାର ପ୍ରାଥମିକତା ଦେଇଥାନ୍ତି। ଏହାକୁ ଆଗାମୀ ଦିନରେ ଜାରି ରଖିବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ଆସନ୍ତା ନଭେମ୍ବର ୩୦ ତାରିଖ ଠାରୁ ଡିସେମ୍ବର ୨୦୨୨ ଯାଏଁ ଏହି କନକ୍ଲେଭ ଆୟୋଜିତ ହେଉଛି। ଏହା ଆଗାମୀ ଦିନରେ ରାଜ୍ୟରେ ନୂଆ ଶିଳ୍ପାୟନ ଯୁଗର ବାର୍ତ୍ତାବହ ହେବ ବୋଲି ଆଶା କରାଯାଉଛି। ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ରେ ଯୋଗଦାନ ନିମନ୍ତେ ଆପଣମାନଙ୍କୁ ନିମନ୍ତ୍ରଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Glad to meet Shri P S Reddy, CMD of @CtrlS at #OdishaInvestorsMeet 2022 in #Hyderabad, the curtain raiser event for #MakeInOdisha Conclave. Highlighted the incentives offered by #Odisha as per the State Data Center Policy and invited him to explore huge opportunities. #MIO2022. pic.twitter.com/DNAlB8pe1e

— Naveen Patnaik (@Naveen_Odisha) October 17, 2022

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଜି ଗୋଟିଏ ଦିନରେ ୨୧ଟି ବିଭିନ୍ନ ଶିଳ୍ପଗୋଷ୍ଠୀର ମୁଖ୍ୟ ଓ ନିବେଶକଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରିଥିଲେ। କନସଲଟିଂ, ଆଇଟିଏଣ୍ଡଆଇଟିଇଏସ୍ , ଇଏସଡିଏମ୍, ଫାର୍ମସିଟ୍ୟୁକାଲ, ସିମେଣ୍ଟ, ଖାଦ୍ୟ ପ୍ରକ୍ରିୟାକରଣ, ଆଗ୍ରୋ ପ୍ରୋସେସିଙ୍ଗ୍, ଇନଫ୍ରା-ୱେଷ୍ଟମ୍ୟାନେଜମେଣ୍ଟ, ଶକ୍ତି, ରିୟଲ ଇଷ୍ଟେଟ, ରସାୟନ, ଲଜିଷ୍ଟିକ୍ ଓ ଓୟରହାଉସିଂ, ରିୟଲ ଇଷ୍ଟେଟ୍ ଟୁରିଜିମ୍ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରର ପ୍ରତିନିଧିମାନଙ୍କ ସହ ବ୍ୟକ୍ତିଗତ ଆଲୋଚନା ସହ ଓଡ଼ିଶାରେ ନିବେଶ ଲାଗି ନିମନ୍ତ୍ରଣ କରିଥିଲେ।

Glad to meet Mr. David Wolfe, Chairman of Aaron Capital at #OdishaInvestorsMeet 2022 in #Hyderabad, the curtain raiser event for #MakeInOdisha conclave. Highlighted the business opportunities available in #Odisha and ease of doing business while inviting him to #InvestInOdisha. pic.twitter.com/Ein0EnfYTd

— Naveen Patnaik (@Naveen_Odisha) October 17, 2022

ଓଡ଼ିଶାରେ ଓ-ହବ୍ ଏବଂ ଓଡ଼ିଶା ଇନୋଭେସନ ଫଣ୍ଡ ସ୍ଥାପନ ସଂକ୍ରାନ୍ତରେ ସୂଚନା ଦେବା ସହ ଏହା କିପରି ରାଜ୍ୟ ବିଶ୍ୱସ୍ତରୀୟ ଷ୍ଟାର୍ଟଅପ୍ ରୂପାୟଣର ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ସକ୍ଷମ ହୋଇଛି ସେ ସମ୍ପର୍କରେ ଅବଗତ କରିଥିଲେ। ପ୍ରାଇସ୍ ୱାଟର ହାଉସକୁପର୍ସ ପ୍ରାଃ ଲିଃର ଆଡଭାଇଜର ଲିଡର ଅର୍ଣ୍ଣବ ବାସୁ, ମାଇକ୍ରୋସପ୍ଟ ଇଣ୍ଡିଆ ଏମଡି ରାଜୀବ କୁମାର, ଶିରିଡି ସାଇ ଇଲେକ୍ଟ୍ରିକାଲ ଲିଃ ସିଓଓ ଡକ୍ଟର କେ ବାଲାଚନ୍ଦର, ଭାରତ ବାଓଟେକ୍ର ଅଧ୍ୟକ୍ଷ ଡକ୍ଟର କ୍ରିଷ୍ଣା ଇଲା ଏବଂ ଶ୍ରୀମତୀ କ୍ରିଷ୍ଣା ଇଲା, ଡେଲଓଲାଇଟ୍ ଏମଡି ଏନ୍. ଭେଙ୍କଟରମଣ, ତୋଷାଳି ସିମେଣ୍ଟ ପ୍ରାଃ ଲିଃର ଅଧ୍ୟକ୍ଷ ଓ ଏମଡି ଏମଏସଆରଭି ଏବଂ ବିଜୟନଗର ବାଓଟେକ୍ ପ୍ରାଃ ଲିଃ ଏମଡି ଡିଭି ରାଜୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ।

Glad to meet Shri Ravindra Agarwal, Chairman, Deevyashakti India at #OdishaInvestorsMeet 2022 in #Hyderabad, the curtain raiser event for #MIO2022 conclave. Discussed the vast business opportunities available in #Odisha in paper processing sector & invited him to #InvestInOdisha. pic.twitter.com/gfAAXNtm98

— Naveen Patnaik (@Naveen_Odisha) October 17, 2022

ସେହିପରି ରାମକି ଗ୍ରୁପ୍ ଏମଡି ୱାଇଆର ନାଗରାଜ, ଏକ୍ସିସ୍ ଏନର୍ଜି ଗ୍ରୁପ୍ର ସିଏମଡି କେ ରବି କୁମାର ରେଡ୍ଡି, ଜୋନ୍ସ ଲଙ୍ଗ ଲାସାଇଲ୍ ଏମଡି ସନ୍ଦୀପ ପଟ୍ଟନାୟକ, ମହା ସିମେଣ୍ଟ(ମାଇ ହୋମ୍) କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ରାମେଶ୍ୱର ଜେ ରାଓ, ଶ୍ରୀ ମାଲାନୀଫୋମସ୍ସ ପ୍ରାଃ ଲିଃ ଅଧ୍ୟକ୍ଷ ପୁରୁଷୋତ୍ତମ ମଲାନୀ ଏବଂ କ୍ରେନ୍ ଗ୍ଲୋବାଲ ସଲ୍ୟୁସନ୍ ଲିଃ ନିର୍ଦ୍ଦେଶକ କେ.ରାଘବ ରାମ, ସାଗର ସିମେଣ୍ଟ ଲିଃ ସିଏମଡି ଏସ୍.ବୀରା ରେଡ୍ଡି, ଓରାକଲ୍ ଏମଡି ଶୈଳେନ୍ଦ୍ର କୁମାର, ସ୍କଲାର ଗ୍ରୁପ୍ ନିର୍ଦ୍ଦେଶକ ଡକ୍ଟର ଗୋପାଳ ମୋର, ସାଇଏଣ୍ଟର ଏମଡି ତଥା ସିଇଓ କ୍ରିଷ୍ଣା ବୋଡାନାପୁ, ମନଜାରୀ ଗ୍ରୁପ୍ ଏମଡି ଜି.ଯୋଗାନନ୍ଦ, ଆପୋଲୋ ସ୍ପେସିଆଲିଟି ହସ୍ପିଟାଲ ପ୍ରାଃ ଲିଃର ଏମଡି ଅନୀନଡିଥ୍ ରେଡ୍ଡି ଏବଂ କିମ୍ସ ଏମଡି ବି.ଭାସ୍କର ରାଓଙ୍କ ସହ ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଆଲୋଚନା କରିଛନ୍ତି । ସେହିପରି ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ୧୩ରୁ ଉଦ୍ଧ୍ୱର୍ କମ୍ପାନୀ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ।

Glad to meet Shri Y R Nagaraja, MD of Ramky Group at #OdishaInvestorsMeet 2022 in #Hyderabad, the curtain raiser event for #MIO2022 conclave. Discussed further expansion of the company’s existing footprint & immense opportunities available in #Odisha. #MIO2022 pic.twitter.com/DCZ42wNXRM

— Naveen Patnaik (@Naveen_Odisha) October 17, 2022

ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ରାଜ୍ୟର ଶିଳ୍ପାୟନ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି କିପରି ବ୍ୟାପକ ପରିବର୍ତ୍ତନ ଆଣିଛି, ସେ ନେଇ ମତ ରଖିଥିଲେ। ସେହିପରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମଧ୍ୟ ନିବେଶ ସମ୍ମିଳନୀର ତାତ୍ପର୍ଯ୍ୟ ଏବଂ ରାଜ୍ୟରେ ଥିବା ସୁଯୋଗ ସମ୍ପର୍କରେ ସୂଚନା ଦେଇଥିଲେ। ଶିଳ୍ପ ପ୍ରମୁଖ ସଚିବ ହେମନ୍ତ ଶର୍ମା ରାଜ୍ୟରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଆଇଟି ସଚିବ ମନୋଜ ମିଶ୍ର ରାଜ୍ୟର ଆଇଟି ସମ୍ପର୍କିତ ନୀତି, ଡାଟା ସେଣ୍ଟର ପଲିସି, ବିପିଓ ପଲିସି ଏବଂ ଇଲେକଟ୍ରୋନିକ ପଲିସି ସମ୍ପର୍କରେ ଅବତାରଣା କରିଥିଲେ। ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡକ୍ଟର ଓମକାର ରାୟ ରାଜ୍ୟରେ ଥିବା ଷ୍ଟାର୍ଟଅପ୍ ଇକୋ-ସିଷ୍ଟମ ଏବଂ ଓଡ଼ିଶା ଶିଳ୍ପ କ୍ଷେତ୍ରରେ ହାସଲ କରିଥିବା ଉପଲବ୍ଧି ନେଇ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫିକିର ମହାନିର୍ଦ୍ଦେଶକ ଅରୁଣ ଚାୱଲା ଏବଂ ଶିଳ୍ପ ବିଭାଗର ବହୁ ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ ପାଣ୍ଡିଆନ୍ ଉପସ୍ଥିତ ଥିଲେ।

It is a pleasure meeting Shri Sandip Patnaik, MD of @JLLIndia at #OdishaInvestorsMeet 2022 in #Hyderabad. Highlighted the incentives offered by #Odisha as per the #Odisha Real Estate Policy & highlighted huge business opportunities available in realty sector here. #InvestInOdisha pic.twitter.com/LisHCU5ewO

— Naveen Patnaik (@Naveen_Odisha) October 17, 2022