cyclone in the Bay of Bengal - The Sakala

୨୪ ଘଣ୍ଟାରେ ବାତ୍ୟାର ରୂପ ନେବ ଗଭୀର ଅବପାତ : ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ, ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ବହିବ ପବନ
ଭୁବନେଶ୍ବର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ରବିବାର ତୀବ୍ର ଅବପାତରେ ପରିଣତ ହେବ । ୨୪ ସକାଳ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ବାତ୍ୟା ରୂପ ନେବ । ୨୫ ତାରିଖ ସକାଳୁ ବାଂଲାଦେଶ ଉପକୂଳ ଛୁଇଁବ ସି-ତ୍ରଙ୍ଗ । ଏହାର ପ୍ରଭାବରେ ଓଡ଼ିଶାରେ ୨୩ ଓ ୨୪ ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା ଅଛି ।

ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ ଅନୁଯାୟୀ, ସୃଷ୍ଟି ହୋଇଥିବା ଅବପାତ ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ତୀବ୍ର ଅବପାତ ହେବ । ପରେ ସାମାନ୍ୟ ଦିଗ ବଦଳାଇ ଉତ୍ତର ଓ ଉତ୍ତର ପୂର୍ବ ଆଡ଼କୁ ଗତି କରି ବାତ୍ୟା ରୂପ ନେବ । ବାତ୍ୟା ସୃଷ୍ଟି ପରେ ଉତ୍ତର ଓ ଉତ୍ତର ପୂର୍ବ ମୁହାଁ ହୋଇ ଆଗକୁ ବଢିବ। ୨୫ ତାରିଖ ସକାଳୁ ବାଂଲାଦେଶ ଉପକୂଳର ତିଙ୍କୋଣା ଦ୍ୱୀପ ଓ ସାଣ୍ଡୱିପ୍‌ ମଝିରେ ସ୍ଥଳଭାଗ ଛୁଇଁବ ବୋଲି ଆକଳନରେ ଦର୍ଶାଯାଇଛି । ଓଡ଼ିଶା ଉପକୂଳର ବହୁ ଦୂରରେ ବାତ୍ୟା ଅତିକ୍ରମ କରିବ । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୨୩ ତାରିଖରେ ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଉପରୋକ୍ତ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାବ୍ୟତୀତ ଉତ୍ତର ଏବଂ ଉପକୂଳ ଓଡ଼ିଶାର ଅନ୍ୟ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି ୨୪ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଓ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପରୋକ୍ତ ଜିଲ୍ଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।

୨୫ରେ ବାଂଲାଦେଶ ସ୍ଥଳଭାଗ ଛୁଇଁବ ସିତ୍ରାଙ୍ଗ

ବାତ୍ୟା ସିତ୍ରାଙ୍ଗକୁ ନେଇ ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହୋଇଛି। ଏହି ଅବପାତ ପର୍ଯ୍ୟାୟକ୍ରମେ ବାତ୍ୟାର ରୂପ ନେଇ ଆସନ୍ତା ୨୫ ତାରିଖ ସକାଳେ ବାଂଲାଦେଶର ତିନକୋଣା ଦ୍ୱୀପ ଓ ସାନଦ୍ୱୀପ ମଝି ଅଞ୍ଚଳରେ ସ୍ଥଳଭାଗ ଅତିକ୍ରମ କରିବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଣ୍ଡମାନ ସାଗର ନିକଟବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଅବପାତ ସୃଷ୍ଟି ହୋଇଛି। ଏହି ଅବପାତଟି ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୩ ତାରିଖ ସକାଳେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ପରେ ଏହି ଗଭୀର ଅବପାତଟି ଦିଗ ବଦଳାଇବା ସହ ଉତ୍ତର, ଉତ୍ତର-ପୂର୍ବ ଦିଗରେ ଗତି କରି ୨୪ ତାରିଖ ସକାଳେ ସାମୁଦ୍ରିକ ଝଡ଼ରେ ରୂପାନ୍ତରିତ ହେବ। ଏହି ସାମୁଦ୍ରିକ ଝଡ଼ ସମାନ ଦିଗରେ ସମୁଦ୍ର ଭିତରେ ଗତି କରିବା ସହ ୨୫ ତାରିଖ ସକାଳେ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବ। ବାଂଲାଦେଶର ତିନକୋଣା ଓ ସାନଦ୍ୱୀପ ମଝି ଅଞ୍ଚଳରେ ବାତ୍ୟା ସିତ୍ରାଙ୍ଗ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି।

ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ବାରଣ

ସମ୍ଭାବ୍ୟ ବାତ୍ୟା ସିତ୍ରାଙ୍ଗ ପରିପ୍ରେକ୍ଷୀରେ ସୁରକ୍ଷା ଦୃଷ୍ଟିରୁ ଚଳିତ ମାସ ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ଉପକୂଳ ଏବଂ ଚିଲିକାକୁ ଡଙ୍ଗାନେଇ ମାଛ ଧରିବାକୁ ଯିବା ପାଇଁ ନିଷେଧ କରାଯାଇଛି। ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅନୁମୋଦନ କ୍ରମେ ଓଡ଼ିଶା ମାରାଇନ୍‌‌ ଫିସ୍‌‌ ରେଗୁଲେସନ୍‌‌ ଆକଫ ୧୯୮୨ ଅନୁଯାୟୀ ଶନିବାର ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି।

ମତ୍ସ୍ୟଜୀବୀମାନଙ୍କ ଧନଜୀବନର ସୁରକ୍ଷା ପାଇଁ ରାଜ୍ୟର ସମଗ୍ର ଉପକୂଳରେ ଏବଂ ଚିଲିକା ହ୍ରଦରେ ଯନ୍ତ୍ରଚାଳିତ ତଥା ମୋଟରଚାଳିତ ଡଙ୍ଗା ଏବଂ ଦେଶୀ ଡଙ୍ଗା ନେଇ ମାଛ ଧରିବା ପାଇଁ ବାରଣ କରାଯାଇଛି। ଅକ୍ଟୋବର ୨୨ରୁ ୨୬ ତାରିଖ ୫ ଦିନ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ମାଛ ଧରିବା ପାଇଁ ସମୁଦ୍ର ଓ ଚିଲିକାକୁ ନ ଯିବା ପାଇଁ କୁହାଯାଇଛି। ସମ୍ଭାବ୍ୟ ବାତ୍ୟା ଯୋଗୁଁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ମତ୍ସ୍ୟ ଅଧିକାରୀମାନଙ୍କୁ ଏ ଦିଗରେ ସମସ୍ତ ପ୍ରକାର ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ମତ୍ସ୍ୟ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ଘୋଷଣା କରାଯାଇ ସମୁଦ୍ର ଭିତରକୁ ନ ଯିବା ପାଇଁ ସମସ୍ତଙ୍କୁ ସତର୍କ କରାଯାଇଛି। ବିଭାଗୀୟ ଅଧିକାରୀ ଏବଂ ମାରାଇନ୍‌‌ ପୋଲିସ୍‌‌ଙ୍କ ଦ୍ୱାରା ମିଳିତ ଭାବେ ଉପକୂଳରେ ପାଟ୍ରୋଲିଂ କରାଯାଉଛି।

ଏଥି ସହିତ କୋଷ୍ଟାଗାର୍ଡ ପକ୍ଷରୁ ମଧ୍ୟ ପାଟ୍ରୋଲିଂ କରାଯାଉଛି। କୌଣସି ମାଛଧରା ଡଙ୍ଗା ଯେପରି ସମୁଦ୍ର ଭିତରକୁ ନ ଯାଇପାରିବ ସେଥି ପାଇଁ ‘ସାଗର ମିତ୍ର’ ଏବଂ ମତ୍ସ୍ୟ ବିଭାଗର ଅଧିକାରୀଙ୍କ ଦ୍ୱାରା ଉପକୂଳରେ ସତର୍କ ଦୃଷ୍ଟି ରଖାଯାଇଛି। ଅନ୍ୟ ରାଜ୍ୟର ମାଛଧରା ଡଙ୍ଗାଗୁଡ଼ିକୁ ରାଜ୍ୟର ମାଛଧରା ବନ୍ଦର ଓ ମତ୍ସ୍ୟ ଅବତରଣ କେନ୍ଦ୍ରଗୁଡ଼ିକରେ ନିରାପଦ ଆଶ୍ରୟ ନିମନ୍ତେ ଅନୁମତି ଦିଆଯାଇଛି। ସାମୁଦ୍ରିକ ମତ୍ସ୍ୟ ସମବାୟ ସମିତି ଏବଂ ମାଛଧରା ଡଙ୍ଗା ଆସୋସିଏସନ୍‌‌ ପକ୍ଷରୁ ବୈଠକ କରାଯାଇ ସମ୍ଭାବ୍ୟ ବାତ୍ୟା ନିମନ୍ତେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

ଦାନା ବାନ୍ଧୁଛି ବାତ୍ୟା, ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ବଢିଲା ବାତ୍ୟା ଆଶଙ୍କା
ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ। ସୋମବାର ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ବାୟୁମଣ୍ଡଳର ୩.୧ କିମି ଯାଏଁ ବ୍ୟାପିଛି। ଘୁର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ୨୦ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ସୋମବାର ମଧ୍ୟାହ୍ନ ବୁଲେଟିନରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ବାତ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଏଭଳି ସମୟରେ ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ମଡେଲର ଆକଳନ ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି । ଅଧିକାଂଶ ମଡେଲର ଆକଳନ ବାତ୍ୟା ନିଶ୍ଚିତ ହେବ । ଇସିଏମ ମଡେଲକୁ ଅନୁଧ୍ୟାନ କରି ପାଣିପାଗ ଆକଳନକାରୀ ସଂସ୍ଥା ୱିଣ୍ଡି ୨୬ ତାରିଖରେ ବାତ୍ୟା ପଶ୍ଚିମବଙ୍ଗର ସୁନ୍ଦରବନ ଅଞ୍ଚଳରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଦର୍ଶାଇଛି । ସେହିପରି ଜିଏଫଏସ ମଡେଲ ଅନୁସାରେ ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶରେ ସ୍ଥଳଭାଗ ଛୁଇଁବ ବୋଲି କୁହାଯାଇଛି । କିନ୍ତୁ ଭାରତୀୟ ପାଣିପାଗ ସଂସ୍ଥା ଏପର୍ଯ୍ୟନ୍ତ ବାତ୍ୟା ନେଇ କୌଣସି ପୂର୍ବାନୁମାନ କରିନାହିଁ । କେବଳ ୨୦ ତାରିଖରେ ଲଘୁଚାପ ହେବ ବୋଲି ପୂର୍ବାନୁମାନ କରିଛି ଏବଂ ୨୦ ପରେ ବାତ୍ୟା ନେଇ ସ୍ପଷ୍ଟ ଚିତ୍ର ମିଳିବ ବୋଲି କହିଛି ଆଇଏମଡି ।

ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ୩.୧କିମି ଯାଏଁ ବ୍ୟାପି ଥିବା ସକ୍ରିୟ #ଘୁର୍ଣ୍ଣିବଳୟ pic.twitter.com/HBRj1eG8nu

— Meteorological Centre, Bhubaneswar (@mcbbsr) October 17, 2022

ଗତ ୭ ଦିନ ଧରି ବାତ୍ୟା ଚର୍ଚ୍ଚା ଚାଲିଥିବା ବେଳେ ପୂର୍ବରୁ ଆକଳନ କରିପାରିନଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆଜି କିନ୍ତୁ ଆଭାସ ଦେଇଛି । ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ସମୁଦ୍ର ପତ୍ତନଠାରୁ ୩.୧ କିଲୋମିଟର ପର୍ୟ୍ୟନ୍ତ ଲମ୍ବିଛି । ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ୨୦ ତାରିଖରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ୨୧ ତାରିଖ ବେଳକୁ ବାତ୍ୟା ଫନିର ଗତିପଥକୁ ଫଲୋ କରିପାରେ ଲଘୁଚାପ । ୨୪ ରୁ ୨୬ ତାରିଖ ମଧ୍ୟରେ ଓଡ଼ିଶାରେ ବାତ୍ୟା ସମ୍ଭାବନା ରହିଛି । ଲଘୁଚାପ ଧିରେ ଧିରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗକୁ ଗତି କରି କେନ୍ଦ୍ରୀୟ ଓ ତତ୍ ସଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଆଡକୁ ମୁହାଁଇବ । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ସହ ପବନର ବେଗ ମଧ୍ୟ ଅଧିକ ରହିବ ।

A #Cyclonic Circulation lies over south Andaman Sea & neighbourhood. Under its influence, a #LowPressureArea is likely to form over southeast & adjoining eastcentral #BayOfBengal around 20th October, says @mcbbsr #WeatherUpdate #Alerts pic.twitter.com/H5EasdPIP8

— PIB in Odisha (@PIBBhubaneswar) October 17, 2022

ସେପଟେ ବିଭିନ୍ନ ମଡେଲ୍ ଭିନ୍ନ ଭିନ୍ନ ତଥ୍ୟ ଦେଉଛନ୍ତି।ଇସିଏମଡବ୍ଲ୍ୟଏଫ ମଡେଲର ଆକଳନ ଅନୁସାରେ ବଙ୍ଗୋପସାଗରେ ଘନୀଭୂତ ହେବାକୁ ଥିବା ଲଘୁଚାପ ୨୪ ତାରିଖକୁ ବାତ୍ୟାର ରୂପ ନେଇ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ୨୫ ତାରିଖବେଳକୁ, ଉତ୍ତର- ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ-ଓଡିଶା ଉପକୂଳର ନିକଟତର ହେବ । ସେହିପରି ଜିଏଫଏସ ମଡେଲର ଆକଳନ ଅନୁସାରେ, ୨୪ ତାରିଖକୁ ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟାଟି ଥିବ । ୨୫ ତାରିଖରେ ଏହା ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବ । ଏହି ସମୟରେ ଉତ୍ତର- ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଉପକୂଳ ନିକଟତର ହେବାର ପୂର୍ବାନୁମାନ କରିଛି ।

ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଅକଳନ ଅନୁଯାୟୀ ୨୦ ତାରିଖର ଲଘୁଚାପଟି ୨୨ରେ ଅବପାତ ଓ ୨୪ କିମ୍ବା ୨୫ ସକାଳ ସୁଦ୍ଧା ବାତ୍ୟାର ରୂପ ନେବ ।୨୧ ପରେ ଉତ୍ତର ବଙ୍ଗୋପସାଗର ଓ କେନ୍ଦ୍ର ବଙ୍ଗୋପସାଗରର ପଶ୍ଚିମ ଅଞ୍ଚଳ ଆନ୍ଧ୍ରପ୍ରଦେଶ, ଓଡିଶା ଓ ପଶ୍ଚିମବଙ୍ଗ ଏହି ଅଞ୍ଚଳରେ ବାତ୍ୟା ସୃଷ୍ଟି ପାଇଁ ଅନୁକୂଳ ବାତାବରଣ ରହିଛି। ତେବେ, ଭୀଷଣ ବାତ୍ୟା ହୋଇ ନପାରେ; କିନ୍ତୁ ବାତ୍ୟା ହେବା ସୁନିଶ୍ଚିତ। ବାତ୍ୟାଟି କେଉଁଠି ସ୍ଥଳଭାଗ ଛୁଇଁବ ବା ଲ୍ୟାଣ୍ଡଫଲ କରିବ, ତାହା ସ୍ପଷ୍ଟ ହୋଇନି। କିନ୍ତୁ, ଓଡିଶାରେ ବାତ୍ୟା ହେବାର ବହୁ ସମ୍ଭାବନା ରହିଛି; ଏହାକୁ ଏଡ଼ାଇ ଦେଇ ହେବନି।

ବାତ୍ୟାଟି ସମୁଦ୍ରରେ ଥିଲା ବେଳେ ପବନର ବେଗ ଅଧିକ ରହିବ। ସ୍ଥଳ ଭାଗରେ ପହଞ୍ଚିବା ବେଳକୁ ପବନର ବେଗ କମିବ। ସ୍ଥଳ ଭାଗରେ ପବନର ବେଗ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ରହିପାରେ। ଓଡିଶାରେ ଲ୍ୟାଣ୍ଡଫଲ ହେଲେ ପବନର ବେଗ ଘଣ୍ଟାପ୍ରତି ୭୦ କିଲୋମିଟର ହୋଇପାରେ। ତେବେ, ବାତ୍ୟାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ୮୦ ମିଲିମିଟରରୁ ୧୦୦ ମିଲିମିଟର ପର୍ୟ୍ୟନ୍ତ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ।