Justice DY Chandrachud - The Sakala

୫୦ ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼
ନୂଆଦିଲ୍ଲୀ: ଆଜି ଶପଥ ନେଲେ ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ । ଦେଶର ୫୦ ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ ଆଜି ଶପଥଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କୁ ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି ଭାବେ  ଶପଥପାଠ କରାଇଛନ୍ତି । ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ଯକାଳ ୨ ବର୍ଷ ରହିବ । ୨୦୨୪ ନଭେମ୍ବର ୧୦ରେ ଅବସର ନେବେ ମୁଖ୍ୟ ବିଚାରପତି । ପୂର୍ବରୁ ଚନ୍ଦ୍ରଚୂଡ଼ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଇଛନ୍ତି ।

ବିଚାରପତି ଚନ୍ଦ୍ରଚୂଡ଼ ୧୧ ନଭେମ୍ବର ୧୯୫୯ ରେ ଜନ୍ମ ହୋଇଥିଲେ ଏବଂ ୧୩ ମେ ୨୦୧୬ ରେ ସୁପ୍ରିମକୋର୍ଟର ବିଚାରପତି ଭାବରେ ପଦୋନ୍ନତି ହୋଇଥିଲେ। ସେ ଅନେକ ଐତିହାସିକ ରାୟ ଶୁଣାଇଛନ୍ତି। ଏଥିରେ ଗୁରୁତ୍ବପୂର୍ଣ୍ଣ ଅଯୋଧ୍ୟା ଭୂମି ବିବାଦ, ଆଇପିସି ଧାରା ୩୭୭ ଅନୁଯାୟୀ ସମଲିଙ୍ଗୀ ସମ୍ବନ୍ଧକୁ ଅପରାଧ ଶ୍ରେଣୀରୁ ବାହାର କରିବା, ଆଧାର ଯୋଜନାର ବୈଧତା ସହ ଜଡ଼ିତ ମାମଲା, ସାବରିମାଳା ମନ୍ଦିର ପ୍ରସଙ୍ଗ, ସେନାର ମହିଳା ଅଧିକାରୀଙ୍କ ସ୍ଥାୟୀ କମିଶନ ଦେବା, ଭାରତୀୟ ନେସେନାରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ଭଳି ନିଷ୍ପତ୍ତି ସାମିଲ୍‌ ରହିଛି।

ଦେଶର ୫୦ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହେଲେ ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡ, ନଭେମ୍ବର ୯ରେ ନେବେ ଦାୟିତ୍ଵ
ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହେଲେ ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡ। ଆଜି ସୁପ୍ରିମକୋର୍ଟର ୫୦ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଏହି ପଦରେ ତାଙ୍କୁ ନିଯୁକ୍ତ ଦେଇଛନ୍ତି। ବିଚାରପତି ଚନ୍ଦ୍ରଚୂଡ ନଭେମ୍ବର ୯ରେ ନିଜର ପଦଭାର ଗ୍ରହଣ କରିବେ। କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଟୁଇଟ୍ କରି ଏ ସଂପର୍କରେ ସୂଚନା ଦେଇଛନ୍ତି।

ବର୍ତ୍ତମାନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଥିବା ୟୁୟୁ ଲଳିତ ଗତ ମଙ୍ଗଳବାର ନିଜର ଉତ୍ତରାଧିକାରୀ ଭାବେ କେନ୍ଦ୍ର ସରକାରଙ୍କୁ ଜଷ୍ଟିସ ଡିଓ୍ଵାଇ ଚନ୍ଦ୍ରଚୂଡଙ୍କ ନାମ ସୁପାରିଶ କରିଥିଲେ।ଜଷ୍ଟିସ ଚନ୍ଦ୍ରଚୂଡ଼ ହେଉଛନ୍ତି ସୁପ୍ରିମକୋର୍ଟର ସବୁଠୁ ବରିଷ୍ଠ ବିଚାରପତି । ସେ ଆଗାମୀ ଦୁଇ ବର୍ଷ ପାଇଁ ପ୍ରଧାନ ବିଚାରପତି ଦାୟିତ୍ବରେ ରହିବେ । ୨୦୨୪ ନଭେମ୍ବର ୧୦ରେ ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡ କାର୍ଯ୍ୟରୁ ଅବସର ନେବେ।

In exercise of the power conferred by the Constitution of India, Hon'ble President appoints Dr. Justice DY Chandrachud, Judge, Supreme Court as the Chief Justice of India with effect from 9th November, 22.

— Kiren Rijiju (@KirenRijiju) October 17, 2022

ସୁପ୍ରିମକୋର୍ଟର ୫୦ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହୋଇଥିବା ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡ ୧୯୫୯ ନଭେମ୍ବର ୧୧ରେ ଜନ୍ମ ଗ୍ରହଣ କରିଥିଲେ। ଦିଲ୍ଲୀ ବିଶ୍ଵ ବିଦ୍ୟାଳୟରୁ ଏଲଏଲବି କରିବା ପରେ ହାଭାର୍ଡ ବିଶ୍ଵ ବିଦ୍ୟାଳୟରୁ ଏଲଏଲଏମ ଏବଂ ନ୍ୟାୟିକ ବିଜ୍ଞାନରେ ଡକ୍ଟରେଟ୍(ଏସଜେଡି) କରିଛନ୍ତି। ସେ ଅନେକ ଆଇନ ବିଦ୍ୟାଳୟ, ସଂସ୍ଥା ଏବଂ ବିଶ୍ଵ ବିଦ୍ୟାଳୟରେ ଶିକ୍ଷାଦାନ ଦେଇ ସାରିଛନ୍ତି। ସେ ଭାରତର ଅନେକ ନ୍ୟାୟାଳୟରେ ଆଇନଜୀବୀ ଭାବେ କାମ କରିଛନ୍ତି। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଗୁଜରାଟ ଏବଂ ପଶ୍ଚିମବଙ୍ଗ ଉଚ୍ଚ ନ୍ୟାୟାଳୟରେ କାର୍ଯ୍ୟ କରିଛନ୍ତି।

୧୯୯୮ରେ ବମ୍ବେ ଉଚ୍ଚ ନ୍ୟାୟାଳୟରେ ବରିଷ୍ଠ ଆଇନଜୀବୀ(ସିନିୟର ଆଡଭୋକେଟ୍) ଭାବେ ନାମିତ ହୋଇଥିଲେ। ୧୯୯୮ରୁ ୨୦୦୦ ପର୍ଯ୍ୟନ୍ତ ଭାରତର ଅତିରିକ୍ତ ସଲିସିଟର ଜେନେରାଲ ଭାବେ କାମ କରିଛନ୍ତି। ସେ ବମ୍ବେ ଉଚ୍ଚ ନ୍ୟାୟାଳୟର ଅତିରିକ୍ତ ବିଚାରପତି ଏବଂ ୨୦୧୩ ଅକ୍ଟୋବରରେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ।