new subject - The Sakala

ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠ୍ୟକ୍ରମରେ ଯୋଡିହେଲା ନୂଆ ବିଷୟ
କଟକ : ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ପାଠ୍ୟକ୍ରମ। ୯ମ ଓ ୧୦ମ ଶ୍ରେଣୀ ପିଲାଙ୍କ ପାଇଁ ’ଆସପିରେସନାଲ କମ୍ପାେନେଣ୍ଟ ବ୍ୟବସ୍ଥା ଆରମ୍ଭ ହେବ । ନୂଆ ପାଠ୍ୟକ୍ରମ ନେଇ ପ୍ରେସମିଟରେ ବୋର୍ଡ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି। ଚଳିତ ବର୍ଷ ନବମ ଶ୍ରେଣୀରୁ ଆରମ୍ଭ ହେବ ନୂଆ ପାଠ୍ୟକ୍ରମ । ଆସନ୍ତା ବର୍ଷ ଠାରୁ ଉଭୟ ନବମ ଏବଂ ଦଶମରେ ଲାଗୁ ହେବ।

ପାଠ୍ୟକ୍ରମରେ ଏଣିକି ପ୍ରୋଜେକ୍ଟ ଓ୍ବାର୍କ ରହିଵ । ଇନଫରମେସନ ଟେକ୍ନୋଲୋଜି ମଧ୍ୟ ସିଲାଵସରେ ସାମିଲ୍‌ ରହିବ । ପୁସ୍ତକ ସମୀକ୍ଷା କରାଯାଇ ନୂଆ ଭାଵେ ଏହାକୁ ପାଠ୍ୟକ୍ରମରେ ସାମିଲ କରାଯାଇଛି ।ଆସପିରେସନାଲ କମ୍ପୋନେଣ୍ଟରେ ୪ଟି ବିଭାଗ ରହିବ । ବୁକ୍ ରିଭ୍ୟୁ , ପ୍ରୋଜେକ୍ଟ ୱାର୍କ , କୋ-କରିକୁଲମ ଆକ୍ଟିଭିଟି , ବେସିକ ଆଇଟି ସ୍କିଲ ବିଭାଗ ରହିବ । ପ୍ରତ୍ୟକ ଵିଷୟରେ ମୋଟ ୨୫ମାର୍କ ରହିବ ।ବର୍ଷକୁ ୪ଥର ଦକ୍ଷତା ମପାଯିବ । ମାର୍କ ଅନୁସାରେ A,B,C,D ଗ୍ରେଡ ବ୍ୟବସ୍ଥା ରହିବ । ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି।

କରୋନା ସମୟରେ ପିଲାଙ୍କ ପାଠ୍ୟକ୍ରମରେ ପରିବର୍ତ୍ତନ କରାଯାଇଥିବା ବେଳେ, ବର୍ତ୍ତମାନ ପିଲାଙ୍କର ବୌଦ୍ଧିକ ବିକାଶ ପାଇଁ ଏହି ପାଠ୍ୟକ୍ରମ ସାମିଲ କରାଯାଇଛି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ନୂଆପାଠ୍ୟ କ୍ରମରେ ବୁକ୍ ରିଭ୍ୟୁ ଭଳି ବିଷୟ ରହିଛି, ଯାହା ପିଲାଙ୍କ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରିବ । ପିଲାମାନେ ଏହି ବିଷୟରେ ଯେକୋଣସି ବହି ଚୟନ କରି ଏହାର ରିଭ୍ୟୂ କରିବେ । ଏହା ସହିତ ପିଲାମାନେ ପ୍ରୋଜେକ୍ଟ ୱାର୍କ ମଧ୍ୟ କରିବେ । ଏହାଦ୍ୱାରା ପିଲାମାନେ ନିଜେ ବିଭିନ୍ନ ବିଷୟରେ ସାମିଲ ରହିବେ ଏବଂ ନିଜେ ପ୍ରୋଜେକ୍ଟ ୱାର୍କ କରି ଅନେକ କିଛି ସିଖିବାକୁ ପାଇବେ ବୋଲି ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି କହିଛନ୍ତି ।

ସେହିପରି ପିଲାମାନଙ୍କଠାରେ ଆଇଟି ସ୍କିଲ୍ ମଧ୍ୟ ବୃଦ୍ଧି କରିବାକୁ ଏହି ନୂଆ ପାଠ୍ୟକ୍ରମରେ ବ୍ୟବସ୍ଥା ରହିଛି । ୨୦୨୩-୨୪ ସୁଦ୍ଧା ରାଜ୍ୟର ସମସ୍ତ ସ୍କୁଲରେ କମ୍ପ୍ୟୁଟର ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର କାର୍ୟ୍ୟ କରୁଛନ୍ତି । ତେଣୁ ପିଲାମାନଙ୍କୁ ଆଇଟି ସ୍କିଲ୍ ପ୍ରଦାନ କରିବାରେ କିମ୍ବା ଏହାର ପରୀକ୍ଷା କରିବା ସମୟରେ କୋଣସି ଅସୁବିଧା ହେବା ନାହିଁ ବୋଲି ବୋର୍ଡ ଉପସଭାପତି ସୂଚନା ଦେଇଛନ୍ତି । ତେବେ ଯଦି କୌଣସି ସ୍ଥାନରେ କମ୍ପ୍ୟୁଟର ବ୍ୟବସ୍ଥା ନଥିବ ସେଠାରେ ଆଇଟି କମ୍ପୋନେଣ୍ଟକୁ ବାଦ୍ ଦେଇ ବାକି ୩ଟି କମ୍ପୋନେଣ୍ଟ ନେଇ ପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।