zero casualty - The Sakala

ବାତ୍ୟା 'ମୋନ୍ଥା' ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି, ଜିରୋ କାଜୁଆଲିଟି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ବାତ୍ୟା 'ମୋନ୍ଥା' ମୁକାବିଲା ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। କୌଣସି ବି ଜୀବନ ହାନି ହେବ ନାହିଁ। ସରକାରଙ୍କ ଲକ୍ଷ୍ୟ ଜିରୋ କାଜୁଆଲିଟି। ଆଜି ସନ୍ଧ୍ୟାରୁ ରାତି ମଧ୍ୟରେ ଆନ୍ଧ୍ର ମଛଲିପଟନମ କଳିଙ୍ଗପଟନମ କାକିନାଡ଼ା ଠାରେ ଲ୍ୟାଣ୍ଡ ଫଲ କରିବ।  ଓଡ଼ିଶାରେ ଲ୍ୟାଣ୍ଡଫଲ ନ କଲେ ବି ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲାରେ ବର୍ଷା ପବନ ରହିବ। କିଛି ଜିଲ୍ଲାରେ ବର୍ଷ ଆରମ୍ଭ ହୋଇଛି। ଗଜପତି, ଗଞ୍ଜାମ, ରାୟଗଡା, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, କନ୍ଧମାଳରେ ପ୍ରଭାବ ରହିବ। ଓଡିଶା ସରକାର ଗତ ୩ ଦିନ ଧରି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସରକାରଙ୍କ ଲକ୍ଷ୍ୟ ଜିରୋ କାଜୁଆଲିଟି।

ସ୍ଥାନରିତ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ୨୦୪୮ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି। ୮  ଜିଲ୍ଲାରେ ୧୧୩୯୬ ଜଣ ସ୍ଥାନାନ୍ତରିତ ହେଲେଣି। ୧୮୭୧ ଗର୍ଭବତୀ ମହିଳା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି। ଆଉ ୮୨୨ ଜଣ ସ୍ଥାନାନ୍ତର ହେବେ। ୩୦ ଓଡ୍ରାଫ ୧୨୩ ଅଗ୍ନିଶମ ୫ ଏନଡିଆରଫ ଟିମ ମୁତୟନ ହୋଇଛନ୍ତି। ପର୍ଯ୍ୟଟନ କ୍ଷେତ୍ର ଗୁଡିକୁ ନ ଯିବାକୁ ସତର୍କ କରାଯାଇଛି। ଶୁଖିଲା ଖାଦ୍ୟ ପ୍ରସ୍ତୁତ କରି ରଖାଯାଇଛି.। ଅଭିଜ୍ଞା ଡାକ୍ତରୀ ଟିମ ମୁତୟନ ହୋଇଛନ୍ତି। ସମସ୍ତ ପୁକାବିଲା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ବିଭିନ୍ନ ବିଭାଗ ନିଜ ନିଜର କାର୍ଯ୍ୟ ସୂଚାର ରୂପେ ସମ୍ପାଦନ କରିବେ। ସରକାର ବାତ୍ୟାର ସଫଳ ମୁକାବିଲା କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି.

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ, ଜିରୋ କାଜୁଆଲିଟିକୁ ଅଧିକ ଗୁରୁତ୍ବ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ-୨୦୨୪ରେ ଅଧ୍ୟକ୍ଷତା କରି ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ।  ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଓ ଅନ୍ୟ ମନ୍ତ୍ରୀଗଣ, ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ନିକୁଞ୍ଜ ବିହାରୀ ଧଳ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସ୍ବାଗତ ଭାଷଣ ଦେଇଥିଲେ। କମିଟିର ସଦସ୍ୟ ମାନଙ୍କ ମତାମତ ଶୁଣିବା ପରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଥିବା ଦୁର୍ବଳ ଥିବା ନଦୀବନ୍ଧ ଏବଂ ଅତୀତରେ ସୃଷ୍ଟି ହୋଇଥିବା ଘାଇକୁ ତୁରନ୍ତ ମରାମତି ପାଇଁ ଜଳସେଚନ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ପ୍ରବଳ ବର୍ଷା ଯୋଗୁଁ ସହରାଞ୍ଚଳରେ ବନ୍ୟା ସୃଷ୍ଟି ହୋଇଥିବାରୁ ନଗର ଉନ୍ନୟନ ବିଭାଗ ପୌରାଞ୍ଚଳରେ ଥିବା ଡ୍ରେନ୍ ଗୁଡିକର ପଙ୍କ ଉଦ୍ଧାର କାର୍ଯ୍ୟ ଏବଂ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଭୁବନେଶ୍ୱର ମହାନଗର ନିଗମ ସହରାଞ୍ଚଳ ବନ୍ୟା ପରିଚାଳନା ନିମନ୍ତେ ୨୦୦ କୋଟି ଟଙ୍କାର ଏକ ପ୍ରସ୍ତାବ ପ୍ରସ୍ତୁତ କରି ଯଥାଶୀଘ୍ର ପ୍ରଦାନ କରିବେ । ଏହାସହିତ କଟକ, ଭୁବନେଶ୍ୱର ଓ ଅନ୍ୟ ସହରାଞ୍ଚଳରେ ବନ୍ୟା ପରିଚାଳନା ନିମନ୍ତେ IIT ଦିଲ୍ଲୀର ବୈଷୟିକ ସହାୟତାରେ ଏକ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି।

ରାଜ୍ୟ, ଜିଲ୍ଲା ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟରେ ୨୪ ଘଣ୍ଟା କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ । ସାଧାରଣତଃ ବର୍ଷା ଦିନେ ସାପକାମୁଡାର ଅଧିକ ସମ୍ଭାବନା ରହିଥିବା ହେତୁ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାପ କାମୁଡା ଇଞ୍ଜେକ୍ସନ (ଆଣ୍ଟି ସ୍ନେକ୍ ଭେନମ୍) ଗଚ୍ଛିତ ରଖିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ସତର୍କ ମୋବାଇଲ୍ ଆପ୍ ମାଧ୍ୟମରେ ଯେପରି ଭାବରେ ଜନସାଧାରଣଙ୍କୁ ବିଭିନ୍ନ ବିପର୍ଯ୍ୟୟ ବିଷୟରେ ଆଗୁଆ ସୂଚନା ଦିଆଯାଇପାରିବ ସେଥିପାଇଁ ପଦକ୍ଷେପ ନିଆଯିବ ଏବଂ ଜନସାଧାରଣଙ୍କ ମଧ୍ୟରେ ଏହି ଆପ୍ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମଗ୍ର ଦେଶରେ ଓଡ୍ରାଫ୍ ହେଉଛି ପ୍ରଥମ ରାଜ୍ୟସ୍ତରୀୟ  Disaster Response Force ଏବଂ ଏହା ସର୍ବ ଭାରତୀୟ ସ୍ତରରେ ମଧ୍ୟ ଶ୍ରେଷ୍ଠ । ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ବିଭିନ୍ନ ବିପର୍ଯ୍ୟୟ ସମୟରେ search and rescue  କାର୍ଯ୍ୟ ପାଇଁ ଓଡ୍ରାଫ୍ ଓଡିଶାକୁ ସୁନାମ ଆଣିଛି । ବର୍ତ୍ତମାନ ଏହା ୨୦ ଟି ୟୁନିଟ୍ ଥିବାବେଳେ ଏହାକୁ ୩୦ ଟି ୟୁନିଟ୍ କରିବା ସହ ଏକ ଡ଼େଡିକେଟେଡ ଫୋର୍ସ କରିବା ନିମନ୍ତେ ଗୃହ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।

ସେହିପରି ଅଗ୍ନିଶମ ବିଭାଗ  ଜିଲ୍ଲା ସ୍ତରରେ ଯେକୌଣସି ବିପର୍ଯ୍ୟୟ ହେଲେ ପ୍ରଥମେ ଅଂଶଗ୍ରହଣ କରନ୍ତି । ବିପର୍ଯ୍ୟୟ ସହାୟତା ପାଣ୍ଠି (SDRF) ରୁ  ୩୯୪ କୋଟି ଟଙ୍କା ଖର୍ଚ୍ଚ କରାଯାଇ   ଅଗ୍ନିଶମ ବିଭାଗର ଦକ୍ଷତା ବୃଦ୍ଧି କରାଯାଉଛି । ଏଥିପାଇଁ ଆଉ ୨୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯିବ।

ବାହାନଗାର ଟ୍ରେନ୍ ଦୁର୍ଘଟଣା ଭଳି ବିଭିନ୍ନ ଆକସ୍ମିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ୫ ଟି Regional Fire Service Hub ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ।

ଏହାସହିତ ଏ ବର୍ଷ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନର ସମସ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରିବେ ଏବଂ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତି କିପରି ହ୍ରାସ କରାଯିବ ସେଥିପ୍ରତି ସମସ୍ତ ବିଭାଗ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ।

ବୈଠକର ପ୍ରାରମ୍ଭରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ଆମ ରାଜ୍ୟ ଓଡିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଅଟେ ।  ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ ରାଜ୍ୟରେ ବନ୍ୟା ଓ ବାତ୍ୟାର ଆଶଙ୍କା ଅଧିକ ରହିଥିଲେ ମଧ୍ୟ ବଜ୍ରପାତ, ଅଂଶୁଘାତ, ଘୁର୍ଣ୍ଣିଝଡ, ପାଣିରେ ବୁଡି ମୃତ୍ୟୁ, ଅଗ୍ନିକାଣ୍ଡ ଆଦି ଅନ୍ୟାନ୍ୟ ବିପର୍ଯ୍ୟୟମାନ ବର୍ଷ ତମାମ ଲାଗିରହିଥାଏ ।

ବାହାନଗାରେ ରେଳ ଦୁର୍ଘଟଣାରେ ଆହତମାନଙ୍କ ଉଦ୍ଧାର କାର୍ଯ୍ୟ ଏବଂ ଉପଯୁକ୍ତ ଚିକିତ୍ସା  ଆଦିରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପଦକ୍ଷେପ ପ୍ରଶଂସନୀୟ  ଏବଂ ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଜନସାଧାରଣଙ୍କର ଅବଦାନ ମଧ୍ୟ ଅତୁଳନୀୟ ବୋଲି ସେ ପ୍ରଶଂସା କରିଥିଲେ।

ଏହା ସହିତ ନିକଟ ଅତୀତରେ ଝାରସୁଗୁଡା ଜିଲ୍ଲାରେ ଘଟିଯାଇଥିବା ମହାନଦୀ ଡଙ୍ଗାବୁଡି, ପୁରୀର ଅଗ୍ନିକାଣ୍ଡ ଏବଂ ପଶ୍ଚିମ ଓଡିଶାର ଅଂଶୁଘାତ ଜନିତ ମୃତ୍ୟୁ ନିମନ୍ତେ ସେ ଉଦବେଗ ପ୍ରକାଶ କରିଥିଲେ  ।

ସେ କହିଥିଲେ ଯେ  ଆମ ସରକାର ହେଉଛି ଲୋକଙ୍କ ସରକାର । ଲୋକଙ୍କ ସମସ୍ୟା ପ୍ରତି ଆମେ ସବୁବେଳେ ସ୍ୱତନ୍ତ୍ର ଗୁରୁତ୍ୱ ଦେଇ ଆସିଛୁ । ପ୍ରାକୃତିକ ବିପର୍ଯ୍ୟୟରେ ମଧ୍ୟ ଯେପରି କୌଣସି ଜୀବନ ହାନୀ ନ ହୁଏ ସେଥି ପ୍ରତି ଗୁରୁତ୍ୱ ଦେଇ ପ୍ରଚଳିତ ବ୍ୟବସ୍ଥାକୁ ଆମକୁ ସୁଦୃଢ କରିବାକୁ ହେବ । ସେଥି ପାଇଁ ଏ ସବୁର ସଫଳ ମୁକାବିଲା ନିମନ୍ତେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ମଧ୍ୟ ନିଆଯିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ  ।

ସାରା ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଆଗମନ ହୋଇଗଲାଣି ଏବେଠାରୁ ଆସନ୍ତା ଅକ୍ଟୋବର ମାସ ପର୍ଯ୍ୟନ୍ତ ଆମ ରାଜ୍ୟ ପାଇଁ ପ୍ରଚୁର ବୃଷ୍ଟିପାତ, ବନ୍ୟା, ବାତ୍ୟା ଆଦି ବିପର୍ଯ୍ୟୟର ସମ୍ଭାବନା ରହିଛି । ତେଣୁ ଏହି ସମୟ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ।

ଆମକୁ ବନ୍ୟା-ବାତ୍ୟା ମୁକାବିଲା ନିମନ୍ତେ ବିପର୍ଯ୍ୟୟ ପ୍ରସ୍ତୁତିର ଉପଯୁକ୍ତ ସମୀକ୍ଷା  କରିବାକୁ ହେବ ବୋଲି ସେ କହିଥିଲେ। ଏପରିକି କ୍ଷେତ୍ରୀୟ ସ୍ତର ପର୍ଯ୍ୟନ୍ତ ପ୍ରଶାସନକୁ ପରିସ୍ଥିତର ସାମନା କରିବା ପାଇଁ ସଜାଗ ରହିବାକୁ ପଡିବ । ଆଗୁଆ ସତର୍କ ସୂଚନା, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ, ପାନୀୟଜଳ ଯୋଗାଣ, ସ୍ୱାସ୍ଥ୍ୟ ବ୍ୟବସ୍ଥା, ପ୍ରାଣୀ ଚିକିତ୍ସା ଆଦି କ୍ଷେତ୍ରରେ ଉପଯୁକ୍ତ ପଦକ୍ଷେପମାନ ନିଆଯିବାର ଆବଶ୍ୟକତା ରହିଛି । ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀ ମାନଙ୍କୁ ତ୍ୱରିତ ପଦକ୍ଷେପ ନିମନ୍ତେ ସର୍ବଦା ସଜାଗ ରହିବାକୁ ହେବ ।

ଅପହଞ୍ଚ ଇଲାକାରେ ପର୍ଯ୍ୟାପ୍ତ ଖାଦ୍ୟ ଏବଂ ଗୋଖାଦ୍ୟ ମହଜୁଦ ରହିବା ଆବଶ୍ୟକ। ସମସ୍ତ ଆଶ୍ରୟସ୍ଥଳୀ ମାନଙ୍କରେ ମଧ୍ୟ ପର୍ଯ୍ୟାପ୍ତ ଶୁଖିଲା ଖାଦ୍ୟ ଏବଂ ଯୋଗାଣ ସାମଗ୍ରୀ ଗଚ୍ଛିତ ରହିବା ଆବଶ୍ୟକ । ଏପରିକି ଗର୍ଭବତୀ ମାଆ, ଶିଶୁ ଏବଂ ରୋଗୀ/ ବୃଦ୍ଧ ମାନଙ୍କର ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ।ବିଭିନ୍ନ ବିଭାଗ, ଜିଲ୍ଲା ଏବଂ ବ୍ଲକ ମାନଙ୍କରେ ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟା ସକ୍ରିୟ ଭାବେ କାର୍ଯ୍ୟ କରିବ ବୋଲି ସେ କହିଥିଲେ। ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ତ୍ୱରିତ ପଦକ୍ଷେପ ନିଆଯିବ । ଆହତ ମାନଙ୍କୁ ଆଶୁଚିକିତ୍ସା ସହିତ ଉପଯୁକ୍ତ ଡାକ୍ତରୀ ଚିକିତ୍ସାର ମଧ୍ୟ ବ୍ୟବସ୍ଥା କରାଯିବ । ବିପର୍ଯ୍ୟୟ ପରେ କ୍ଷତିଗ୍ରସ୍ତ ଲୋକମାଙ୍କ କ୍ଷୟକ୍ଷତିର ଆକଳନ କରାଯାଇ ତୁରନ୍ତ ସହାୟତା ପ୍ରଦାନ କରାଯିବ ବୋଲି ସେ କହିଥିଲେ।

ଆମ ରାଜ୍ୟର ସମସ୍ତ ଜନତା ସେମାନଙ୍କ ଅଞ୍ଚଳର ସମ୍ଭାବ୍ୟ ବିପର୍ଯ୍ୟୟ ସମ୍ବନ୍ଧରେ ସଚେତନ ହେବା ସହ ଗ୍ରାମ ପଞ୍ଚାୟତ ସ୍ତରରେ ମଧ୍ୟ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ସଜାଗ ରହିବାକୁ ସେ ପରାମର୍ଶ ଦେଇଥିଲେ । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସାଂସଦ, ବିଧାୟକ ଓ ଅନ୍ୟ ସଦସ୍ୟମାନେ ବୈଠକରେ ସୁଚିନ୍ତିତ ମତାମତ ଦେଇଥିଲେ ।

ଓଡ଼ିଶାଠାରୁ ବିପର୍ଯ୍ୟୟ ପରିଚାଳନା ଶିକ୍ଷା ନେଇଛନ୍ତି ଅନ୍ୟ ରାଜ୍ୟ, ନବୀନଙ୍କ ବିପର୍ଯ୍ୟୟ ମୁକାବିଲା ପଦ୍ଧତିକୁ ସ୍ୱୀକାର କରିଛନ୍ତି ବିରୋଧୀ
୧୯୯୮ ମସିହାର କଥା । ଆସ୍କାରେ ନିର୍ବାଚନ ପ୍ରଚାର ଅବସରରେ ନବୀନ ଗାଁ ଗାଁ ବୁଲୁଥାଆନ୍ତି । ସେତେବେଳେ ଗଞ୍ଜାମ ଜିଲ୍ଲାର ସ୍ଥିତି ଦେଖି ସେ ଅତ୍ୟନ୍ତ ବିମର୍ଷ ହୋଇ ପଡ଼ିଥିଲେ । ପ୍ରଚାର ଅବସରରେ ଦିଲ୍ଲୀର ଜଣେ ସାମ୍ବାଦିକ ସୁନୀଲ ସେଠୀ (ରେଡ଼ିଫ୍‌ ଡ଼ଟ୍‌ କମ୍‌)କୁ ସାକ୍ଷାତକାର ଦେବା ଅବସରରେ ସ୍ୱତଃ ପ୍ରବୃତ୍ତ ଭାବରେ ସେହି ବିମର୍ଷଭାବ ତାଙ୍କ ସ୍ୱରରେ ବାହାରି ଆସିଥିଲା – “My God, they’re crooks. They’ll destroy everything father achieved. Even I could do better than that.”

୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ରାଜ୍ୟକୁ ସଫଳତା ଓ ବିକାଶର ଶିଖରରେ ପହଞ୍ଚାଇବାକୁ ଯେମିତି ପ୍ରତିବଦ୍ଧ ହୋଇଥିଲେ । ମହାବାତ୍ୟା ବିଧ୍ୱସ୍ତ ଓଡ଼ିଶାର ପୁନର୍ଗଠନ ସହ ଭୌଗୋଳିକ ଦୃଷ୍ଟିକୋଣରୁ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା ଲାଗି ପ୍ରସ୍ତୁତ କରିଥିଲେ ଦୀର୍ଘମିଆଦୀ କାର୍ଯ୍ୟକ୍ରମ । ସେବେଠାରୁ ଓଡ଼ିଶା ବହୁ ବଡ଼ ବଡ଼ ବାତ୍ୟାକୁ ସାମନା କରିଛି । କିନ୍ତୁ ଦୂରଦୃଷ୍ଟି, ନୂତନ ଜ୍ଞାନକୌଶଳ ଓ ଗୋଷ୍ଠୀ ସହଭାଗିତାକୁ ଆଧର କରି ରାଜ୍ୟସରକାର ବିପର୍ଯ୍ୟୟକୁ ପାହାଡ଼ ପରି ସମ୍ମୁଖୀନ ହୋଇଛନ୍ତି । ନବୀନଙ୍କ ‘ଶୂନ୍ୟ ଜୀବନ ହାନୀ’ ମନ୍ତ୍ର ଏବେ ରାଜ୍ୟ ପ୍ରଶାସନର ମୁଖ୍ୟ ସ୍ଲୋଗାନ ସାଜିଛି । ନବୀନଙ୍କ ବିପର୍ଯ୍ୟୟ ମୁକାବିଲା ପଦ୍ଧତିକୁ ବିରୋଧୀ ବି ସ୍ୱୀକାର କରିବାକୁ ବାଧ୍ୟ ହୋଇଛନ୍ତି । ନିଜର ପ୍ରଥମ ପାଳିରୁ ବାତ୍ୟା ମୁକାବିଲା ପାଇଁ ପୋତିଥିବା ମଞ୍ଜି ପଞ୍ଚମ ପାଳି ବେଳକୁ ମହାଦୃମରେ ପରିଣତ ହୋଇ ସାରିଛି । ଫଳରେ ବିପର୍ଯ୍ୟୟ ମୁକାବିଲା ପାଇଁ ଅନ୍ୟର ସାହାଯ୍ୟକୁ ଚାହିଁ ରହୁଥିବା ଓଡ଼ିଶା, ଏବେ ଅନ୍ୟ ରାଜ୍ୟମାନଙ୍କର ସହଯୋଗୀ ସାଜିଛି । ଜାତିସଂଘ ମଧ୍ୟ ଓଡ଼ିଶାର ମୁକାବିଲା ଶୈଳୀକୁ ସ୍ୱୀକୃତି ଦେଇଛି । ଅନ୍ୟ ରାଜ୍ୟଗୁଡ଼ିକ ଏବେ ବାତ୍ୟା ବେଳେ ଓଡ଼ିଶାକୁ ଖୋଜିବା ଆରମ୍ଭ କରିଛନ୍ତି । ଅନ୍ୟ ରାଜ୍ୟଗୁଡ଼ିକ ଓଡ଼ିଶାଠାରୁ ବିପର୍ଯ୍ୟୟ ପରିଚାଳନା ଶିକ୍ଷା ନେଇଛନ୍ତି । ପୂର୍ବରୁ ବିଭିନ୍ନ ରାଜ୍ୟର ଅଧିକାରୀମାନେ ଲାଲ୍‌ ବାହାଦୁର ଶାସ୍ତ୍ରୀ ପ୍ରଶାସନିକ ଏକାଡେମୀରେ ବିପର୍ଯ୍ୟୟ ପରିଚାଳନା ଶିକ୍ଷା ନେଉଥିଲେ । କିନ୍ତୁ ଏହି ସଂସ୍ଥା ପକ୍ଷରୁ ଗତ ବର୍ଷ ଓଡ଼ିଶାକୁ ବିପର୍ଯ୍ୟୟ ପରିଚାଳନା ଶିକ୍ଷା ଦେବା ପାଇଁ ମନୋନୀତ କରାଯାଇଛି । ଗତ ବର୍ଷ ଦେଶର ୯ ଟି ପ୍ରମୁଖ ରାଜ୍ୟ ସହିତ ୪ ଟି କେନ୍ଦ୍ର ଶାସିତ ଅଞ୍ଚଳର ଅଧିକାରୀମାନେ ଓଡ଼ିଶା ଆସି ବାତ୍ୟା ମୁକାବିଲାର ତାଲିମ ନେବା ସହ ରାଜ୍ୟ ସରକାର ନେଇଥିବା ପଦକ୍ଷେପମାନ ଦେଖିଛନ୍ତି ।

ବାଟ ଦେଖାଇଲେ ନବୀନ

ବନ୍ୟା ବାତ୍ୟା ଯୋଗୁଁ ଓଡ଼ିଶାର ଉପକୂଳିଆ ଜିଲ୍ଲାଗୁଡ଼ିକ ବାରମ୍ବାର କ୍ଷତିଗ୍ରସ୍ତ ହେଉଥିଲେ । ପ୍ରତି ବିପର୍ଯ୍ୟୟରେ ଧନ ଜୀବନ ନଷ୍ଟ ହେଉଥିଲା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର କୋଣ ଅନୁକୋଣରେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଦାୟିତ୍ୱ ନେବା ପରେ ବିପର୍ଯ୍ୟୟ ମୁକାବିଲାକୁ ସର୍ବାଧିକ ଗୁରୁତ୍ୱ ଦେଇ ଦୃଷ୍ଟାନ୍ତମୂଳକ ପଦକ୍ଷେପମାନ ନେଲେ । ଗୋଟିଏ ଦୁଇରୁ ଆରମ୍ଭ ହୋଇ ବର୍ତ୍ତମାନ ରାଜ୍ୟରେ ପ୍ରାୟ ୧ ହଜାରରୁ ଅଧିକ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ସରିିଛି । ସେହିପରି ଗତ ବର୍ଷ ଯେଉଁ ୮୯ ଟି ଇନ୍‌ଡୋର୍‌ ଷ୍ଟାଡିୟମ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି, ତାହା ମଧ୍ୟ ଏକ ପ୍ରକାର ବାତ୍ୟା ଆଶ୍ରୟସ୍ଥଳୀ ଭାବେ ଉପଯୋଗ ହୋଇପାରିବ । ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବାର ୧୨ ଘଣ୍ଟା ପୂର୍ବରୁ ଲୋକଙ୍କୁ ଏହି ସବୁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି । ଫଳରେ ପ୍ରତି ବର୍ଷ ବହୁ ଧନ ଜୀବନ ରକ୍ଷା ହୋଇପାରୁଛି । ସମାନ ଭାବେ କେନ୍ଦ୍ର ସରକାଙ୍କ ଏନଡିଆର୍‌ଏଫ୍‌ ଢାଞ୍ଚାରେ ଓଡ଼ିଶା ଡିଜାଷ୍ଟାର ରାପିଡ୍‌ ଆକ୍ସନ ଫୋର୍ସ (ଓଡ୍ରାଫ) ଗଠନ ହୋଇଛି । ଏହାସହିତ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ (ଓସ୍‌ଡମା) ଗଠନ କରି ଏହା ମାଧ୍ୟମରେ ବାତ୍ୟା ମୁକାବିଲା ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରାଯାଉଛି । ବର୍ତ୍ତମାନ ୨୦ ଟି ଓଡ୍ରାଫ୍‌ ଟିମ୍‌ ବିଭିନ୍ନ ଜିଲ୍ଲାରେ ନିୟୋଜିତ ହୋଇଛନ୍ତି । ବନ୍ୟା ବାତ୍ୟା ସମୟରେ ଏହି ଟିମ୍‌ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ମଡେଲ୍‌ ଦେଶର ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଅନୁକରଣୀୟ ହୋଇପାରିଛି ।

ରାଜ୍ୟରେ ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ସହିତ ସ୍ଥାନୀୟ ଲୋକମାନଙ୍କୁ ମଧ୍ୟ ଜଡ଼ିତ କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମ ସମୁଦାୟ, ପଞ୍ଚାୟତିରାଜ ବ୍ୟବସ୍ଥା ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ବିପର୍ଯ୍ୟୟ ମୁକାବିଲାରେ ସାମିଲ କରାଯାଇଛି ଓ ଲୋକମାନଙ୍କର ସକ୍ରିୟ ଅଂଶଗ୍ରହଣ ଏବଂ ସହଯୋଗ ଯୋଗୁଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନାରେ ମଡେଲ୍‌ ସାଜିଛି । ନିକଟରେ ରାଜ୍ୟ ସରକାର ‘ଆପଦ ମିତ୍ର’ ଯୋଜନାର ରୂପାୟନ କରିଥିବା ବେଳେ ଖୁବ୍‌ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି । ଯାହାଦ୍ୱାରା ବାତ୍ୟା ପରବର୍ତ୍ତି ସହାୟତା ଓ ପୁନରୁଦ୍ଧାରକୁ ଆହୁରି ତ୍ୱରାନ୍ୱିତ କରାଯାଇ ପାରିବ । ୨୦୧୩ ମସିହାରେ ଆସିଥିବା ବାତ୍ୟା ଫାଇଲିନ୍‌ ସମୟରେ ଓଡ଼ିଶାରେ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇପାରିଥିଲା । ଯାହା ଗତ ୨୨ ବର୍ଷ ମଧ୍ୟରେ ବନ୍ୟା ଓ ବାତ୍ୟା ମୁକାବିଲାର ଉପଲବ୍ଧିକୁ ପ୍ରମାଣିତ କରିଛି । ଫନି ସମୟରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡ଼ିକରୁ ୧୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରଣ କରିବାରେ ରାଜ୍ୟ ସରକାର ସଫଳ ହୋଇଥିଲେ । ଏହା ପରେ ଜାତିସଂଘ ବିପର୍ଯ୍ୟୟ ପ୍ରଶମନ ତରଫରୁ ପୁରୁଣା ଓ ନୂଆ ଓଡ଼ିଶାର ତଫାତ ବର୍ଣ୍ଣନା କରାଯାଇଥିଲା । ୧୯୯୯ ମସିହା ମହାବାତ୍ୟାରେ ମାତ୍ର ୨୩ଟି ବାତ୍ୟା ଆଶ୍ରୟସ୍ଥଳୀ ଥିବାବେଳେ ରାଜ୍ୟ ସରକାର ପାଖାପାଖି ୯୦୦ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରି ସାରିଛନ୍ତି । ଯାହାକି ରାଜ୍ୟ ସରକାରଙ୍କ ବଡ଼ ଉପଲବ୍ଧିକୁ ଦର୍ଶାଉଛି ବୋଲି ସେ ସମୟରେ ଜାତିସଂଘ ପକ୍ଷରୁ କୁହାଯାଇଥିଲା ।

ରାଜ୍ୟରେ ଚତୁର୍ଥ ଶ୍ରେଣୀଠାରୁ ୟୁଜି ପାଠ ପଢ଼ା ପର୍ଯ୍ୟନ୍ତ ସ୍କୁଲ୍‌ ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା ପାଠକୁ ସାମିଲ କରାଯାଇଛି । ବିପର୍ଯ୍ୟୟ ପରିଚାଳନା ଶିକ୍ଷା ଦେବା କ୍ଷେତ୍ରରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏହି ନିଷ୍ପତ୍ତି ନେଇଥିବା ବେଳେ ନବୀନ ପଟ୍ଟନାୟକ ହିଁ ଏହି ନିଷ୍ପତ୍ତିର ନାୟକ ରହିଛନ୍ତି । ଏହି ନିଷ୍ପତ୍ତି ବଳରେ ଛାତ୍ରଛାତ୍ରୀମାନେ ପିଲାଦିନରୁ ବିପର୍ଯ୍ୟୟ ମୁକାବିଲାର ମନ୍ତ୍ର ପାଇବେ ଓ ପ୍ରତି ଘରୁ ଜଣେ ଜଣେ ବିପର୍ଯ୍ୟୟ ଯୋଦ୍ଧା ହୋଇ ବାହାରିବେ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । କରୋନା ମହାମାରୀରୁ ମିଳିଥିବା ଶିକ୍ଷା ସହିତ ପ୍ରତିବର୍ଷ ଓଡ଼ିଶା ଭୋଗୁଥିବା ବନ୍ୟା ବାତ୍ୟା ଓ ମରୁଡ଼ି ମୁକାବିଲା କରିବାକୁ ଛୋଟ ପିଲାଙ୍କୁ ଶିକ୍ଷା ଦେବା ଉପରେ ଗୁରୁତ୍ୱ ଦିଆଯାଇଛି । ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଓ ଦୃଢ଼ ପ୍ରତିଜ୍ଞା ନବୀନଙ୍କୁ ବିପର୍ଯ୍ୟୟ ମୁକାବିଲାର ମହାରଥୀରେ ପରିଣତ କରିଛି ।