Piyush Goyal - The Sakala

ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ: ୨୦ ବିଲିୟନ ଡଲାର ନିବେଶ ସହ ମିଳିବ ୫୦୦୦ ଭିସା
ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସୋମବାର ଦିନ ଏକ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ସ୍ୱାକ୍ଷରିତ ହୋଇଛି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ନ୍ୟୁଜିଲ୍ୟାଣ୍ଡର ବାଣିଜ୍ୟ ଓ ନିବେଶ ମନ୍ତ୍ରୀ ଟୋଡ୍ ମ୍ୟାକ୍‌କ୍ଲେଙ୍କ ଉପସ୍ଥିତିରେ ଏହି ବୁଝାମଣା ଉପରେ ମୋହର ବାଜିଛି। ଡିସେମ୍ବର ୨୦୨୫ରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଆଲୋଚନା ଶେଷ ହୋଇଥିବା ବେଳେ ବର୍ତ୍ତମାନ ଏହାକୁ ବିଧିବଦ୍ଧ ଭାବେ ସ୍ୱାକ୍ଷରିତ କରାଯାଇଛି। ମୋଟ ୨୦ଟି ଅଧ୍ୟାୟକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ଚୁକ୍ତି ଦ୍ୱାରା ଉଭୟ ଦେଶର ଅର୍ଥନୈତିକ ସମ୍ପର୍କ ଅଧିକ ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।

୨୦ ବିଲିୟନ ଡଲାରର ବିପୁଳ ପୁଞ୍ଜିନିବେଶ

ଏହି ଚୁକ୍ତି ଅନୁଯାୟୀ, ନ୍ୟୁଜିଲ୍ୟାଣ୍ଡ ଆଗାମୀ ୧୫ ବର୍ଷ ମଧ୍ୟରେ ଭାରତରେ ୨୦ ବିଲିୟନ ଆମେରିକୀୟ ଡଲାର ପୁଞ୍ଜିନିବେଶ କରିବା ନେଇ ପ୍ରତିଶ୍ରୁତି ଦେଇଛି। ଏହି ବିପୁଳ ପୁଞ୍ଜିନିବେଶ ମୁଖ୍ୟତଃ ଭାରତର ଭିତ୍ତିଭୂମି, ଉତ୍ପାଦନ କ୍ଷେତ୍ର ଏବଂ 'ମେକ୍ ଇନ୍ ଇଣ୍ଡିଆ' ପ୍ରକଳ୍ପକୁ ଆଗେଇ ନେବାରେ ବିଶେଷ ସାହାଯ୍ୟ କରିବ।

ଶତପ୍ରତିଶତ ଶୁଳ୍କମୁକ୍ତ ସୁବିଧା

ଏହି ଏଫ୍‌ଟିଏ (FTA) ଚୁକ୍ତିର ଅନ୍ୟ ଏକ ପ୍ରମୁଖ ଆକର୍ଷଣ ହେଉଛି ବାଣିଜ୍ୟ କ୍ଷେତ୍ରରେ କୋହଳ ନୀତି। ନ୍ୟୁଜିଲ୍ୟାଣ୍ଡକୁ ରପ୍ତାନି ହେଉଥିବା ସମସ୍ତ ଭାରତୀୟ ସାମଗ୍ରୀ ଉପରେ ୧୦୦ ପ୍ରତିଶତ ଶୁଳ୍କ ଛାଡ଼ ମିଳିବ। ଏହାଦ୍ୱାରା ଟେକ୍ସଟାଇଲ୍, ଔଷଧ ଏବଂ ଇଞ୍ଜିନିୟରିଂ ସାମଗ୍ରୀ ପରି ଭାରତୀୟ ଉତ୍ପାଦଗୁଡ଼ିକ ନ୍ୟୁଜିଲ୍ୟାଣ୍ଡ ବଜାରରେ ସହଜରେ ଉପଲବ୍ଧ ହୋଇପାରିବ ଏବଂ ଆମର ରପ୍ତାନିକାରୀମାନେ ଅଧିକ ଲାଭବାନ ହେବେ।

୫,୦୦୦ ପେସାଦାରଙ୍କ ପାଇଁ ୱାର୍କ ଭିସା

ଭାରତୀୟ ପେସାଦାରମାନଙ୍କ ପାଇଁ ମଧ୍ୟ ଏହି ଚୁକ୍ତି ଏକ ବଡ଼ ସୁଯୋଗ ଆଣିଦେଇଛି। 'ଟେମ୍ପୋରାରୀ ଏମ୍ପ୍ଲୟମେଣ୍ଟ୍ ଏଣ୍ଟ୍ରି ଭିସା' ମାଧ୍ୟମରେ ପ୍ରତିବର୍ଷ ଅତିକମରେ ୫,୦୦୦ ଭାରତୀୟ ପେସାଦାରଙ୍କୁ ନ୍ୟୁଜିଲ୍ୟାଣ୍ଡରେ ନିଯୁକ୍ତି ସୁଯୋଗ ଦିଆଯିବ। ସେମାନେ ସର୍ବାଧିକ ୩ ବର୍ଷ ପର୍ଯ୍ୟନ୍ତ ସେଠାରେ ରହି କାମ କରିପାରିବେ। ଆଇଟି (IT), ସ୍ୱାସ୍ଥ୍ୟସେବା ଏବଂ ଇଞ୍ଜିନିୟରିଂ ସମେତ ଆୟୁଷ ଡାକ୍ତର, ଯୋଗ ପ୍ରଶିକ୍ଷକ ଏବଂ ଭାରତୀୟ ରୋଷେୟାମାନେ ମଧ୍ୟ ଏହି ସୁବିଧା ପାଇପାରିବେ। ଏହାବ୍ୟତୀତ ଦୁଇ ଦେଶ ମଧ୍ୟରେ ଯୁବଗୋଷ୍ଠୀଙ୍କ ସମ୍ପର୍କକୁ ବଢ଼ାଇବା ପାଇଁ ୧,୦୦୦ ୱାର୍କ ଆଣ୍ଡ ହଲିଡେ ଭିସା ମଧ୍ୟ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।

ଛାତ୍ରଛାତ୍ରୀ ଏବଂ କୃଷି କ୍ଷେତ୍ର ପାଇଁ ଲାଭଦାୟକ

ଉଚ୍ଚଶିକ୍ଷା ପାଇଁ ନ୍ୟୁଜିଲ୍ୟାଣ୍ଡ ଯାଉଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଏହି ଚୁକ୍ତି ଅତ୍ୟନ୍ତ ଫଳପ୍ରଦ ସାବ୍ୟସ୍ତ ହେବ। ଷ୍ଟେମ୍ (STEM) ବିଷୟରେ ସ୍ନାତକ ଏବଂ ସ୍ନାତକୋତ୍ତର ପାସ୍ କରିଥିବା ବିଦ୍ୟାର୍ଥୀମାନେ ପାଠପଢ଼ା ପରେ ଏବେ ୩ ବର୍ଷ ପର୍ଯ୍ୟନ୍ତ ସେଠାରେ କାମ କରିବାର ସୁଯୋଗ ପାଇବେ। ସେହିପରି ଡକ୍ଟରେଟ୍ କରିଥିବା ଛାତ୍ରଛାତ୍ରୀଙ୍କୁ ସର୍ବାଧିକ ୪ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଅନୁମତି ମିଳିବ। ଅନ୍ୟପକ୍ଷରେ କୃଷି କ୍ଷେତ୍ରରେ ବିଶେଷ କରି ସେଓ, କିୱି ଏବଂ ମହୁ ଉତ୍ପାଦନ କ୍ଷେତ୍ରରେ ଜ୍ଞାନକୌଶଳ ବୃଦ୍ଧି ପାଇଁ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବାର ଯୋଜନା ରହିଛି।

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ: ଭାରତୀୟ ରପ୍ତାନି ଉପରେ ରହିବନି ଶୁଳ୍କ
ନୂଆଦିଲ୍ଲୀ: ଆଜି ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ସ୍ୱାକ୍ଷରିତ ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ନ୍ୟୁଜିଲ୍ୟାଣ୍ଡର ବାଣିଜ୍ୟ ଓ ନିବେଶ ମନ୍ତ୍ରୀ ଟୋଡ୍ ମ୍ୟାକକ୍ଲେଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ଉଭୟ ଦେଶ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।

ଏହି ଚୁକ୍ତି ଅନୁଯାୟୀ, ଆସନ୍ତା ୧୫ ବର୍ଷ ମଧ୍ୟରେ ନ୍ୟୁଜିଲ୍ୟାଣ୍ଡ ଭାରତରେ ୨୦ ବିଲିୟନ ଡଲାରର ନିବେଶ କରିବାକୁ ଲକ୍ଷ୍ୟ ରଖିଛି। ଏହା ସହିତ ଭାରତରୁ ନ୍ୟୁଜିଲ୍ୟାଣ୍ଡକୁ ରପ୍ତାନି ହେଉଥିବା ୧୦୦ ପ୍ରତିଶତ ସାମଗ୍ରୀ ଉପରେ କୌଣସି ଆମଦାନୀ ଶୁଳ୍କ ଲାଗିବ ନାହିଁ। ବସ୍ତ୍ର, ପ୍ଲାଷ୍ଟିକ୍, ଇଞ୍ଜିନିୟରିଂ ସାମଗ୍ରୀ ଏବଂ ବିଶେଷ କରି ଆଗ୍ରାର ଚମଡ଼ା ଶିଳ୍ପ ପରି ଶ୍ରମବହୁଳ କ୍ଷେତ୍ରଗୁଡ଼ିକ ଏହାଦ୍ୱାରା ବହୁଳ ଭାବରେ ଲାଭବାନ ହେବେ।

ସେବା କ୍ଷେତ୍ରରେ ମଧ୍ୟ ଭାରତକୁ ବିଶେଷ ଫାଇଦା ମିଳିବ। ସୂଚନା ପ୍ରଯୁକ୍ତିବିଦ୍ୟା (IT), ଶିକ୍ଷା, ଆର୍ଥିକ ସେବା, ପର୍ଯ୍ୟଟନ ଏବଂ ନିର୍ମାଣ କ୍ଷେତ୍ର ପାଇଁ ନ୍ୟୁଜିଲ୍ୟାଣ୍ଡ ନିଜର ବଜାର ଉନ୍ମୁକ୍ତ କରିବ। ଏଥିସହ, ଏକ ସ୍ୱତନ୍ତ୍ର ଅସ୍ଥାୟୀ ନିଯୁକ୍ତି ଭିସା (Temporary Employment Entry Visa) ମାଧ୍ୟମରେ ପ୍ରତିବର୍ଷ ୫,୦୦୦ ଦକ୍ଷ ଭାରତୀୟ ପେସାଦାର ନ୍ୟୁଜିଲ୍ୟାଣ୍ଡରେ ତିନି ବର୍ଷ ପର୍ଯ୍ୟନ୍ତ ରହି କାର୍ଯ୍ୟ କରିବାର ସୁଯୋଗ ପାଇବେ।

ଅନ୍ୟପକ୍ଷରେ, ଭାରତ ନିଜର ୭୦ ପ୍ରତିଶତ ଟାରିଫ୍ ଲାଇନ୍ ନ୍ୟୁଜିଲ୍ୟାଣ୍ଡ ପାଇଁ ଖୋଲିଛି। ନ୍ୟୁଜିଲ୍ୟାଣ୍ଡରୁ ଆସୁଥିବା ଆପଲ୍, କିୱିଫ୍ରୁଟ୍ ଏବଂ ମାନୁକା ମହୁ ଭଳି କୃଷିଜାତ ସାମଗ୍ରୀ ଉପରେ ଶୁଳ୍କ ରିହାତି ପ୍ରଦାନ କରାଯିବ। ତେବେ ଘରୋଇ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଭାରତ ଦୁଗ୍ଧଜାତ ଦ୍ରବ୍ୟ, କେତେକ ପନିପରିବା, ଅସ୍ତ୍ରଶସ୍ତ୍ର, ଅଳଙ୍କାର, ତମ୍ବା ଏବଂ ଆଲୁମିନିୟମ୍ ଭଳି ସାମଗ୍ରୀକୁ ଏହି ଶୁଳ୍କମୁକ୍ତ ତାଲିକାରୁ ବାଦ୍ ଦେଇଛି।

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ବାଣିଜ୍ୟ ଚୁକ୍ତି ପାଇଁ ଆଲୋଚନା ପ୍ରଥମେ ୨୦୧୦ ମସିହାରେ ଆରମ୍ଭ ହୋଇଥିଲା, କିନ୍ତୁ ୨୦୧୫ରେ ଏହା ସ୍ଥଗିତ ହୋଇଯାଇଥିଲା। ପୁନର୍ବାର ମାର୍ଚ୍ଚ ୨୦୨୫ରେ ଏହି ଆଲୋଚନା ଆରମ୍ଭ ହୋଇ ଡିସେମ୍ବର ମାସରେ ସଫଳତାର ସହ ଶେଷ ହୋଇଥିଲା। ସୂଚନାଯୋଗ୍ୟ ଯେ, ୨୦୨୪-୨୫ ଆର୍ଥିକ ବର୍ଷରେ ଉଭୟ ଦେଶ ମଧ୍ୟରେ ସାମଗ୍ରୀ ବାଣିଜ୍ୟର ମୂଲ୍ୟ ୧.୩ ବିଲିୟନ ଡଲାର ଥିଲା।

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି: ଏହି ସବୁ ସାମଗ୍ରୀ ଉପରେ ଆଉ ଲାଗିବନି ଟିକସ...
ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ହେବାକୁ ଥିବା ଐତିହାସିକ ବାଣିଜ୍ୟ ଚୁକ୍ତି (India-US Trade Deal) ଭାରତୀୟ ରପ୍ତାନିକାରୀଙ୍କ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିଛି। କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଶନିବାର ସ୍ପଷ୍ଟ କରିଛନ୍ତି ଯେ ଏହି ଚୁକ୍ତି ଅନ୍ତର୍ଗତ ପାରସ୍ପରିକ ଟାରିଫ୍ ହାରକୁ ୫୦%ରୁ ହ୍ରାସ କରାଯାଇ ୧୮% ସ୍ଥିର କରାଯାଇଛି, ଯାହା ପଡୋଶୀ ଦେଶମାନଙ୍କ ତୁଳନାରେ ଯଥେଷ୍ଟ କମ୍। ଏହା ଭାରତୀୟ ରପ୍ତାନି କ୍ଷେତ୍ରକୁ ବଡ଼ ପ୍ରୋତ୍ସାହନ ଯୋଗାଇବ।

ମନ୍ତ୍ରୀ ଗୋୟଲ ଏକ ତାଲିକା ଜାରି କରିଛନ୍ତି ଯେଉଁଥିରେ ସେହି ସାମଗ୍ରୀଗୁଡ଼ିକୁ ସାମିଲ କରାଯାଇଛି ଯାହା ଉପରେ ଆମେରିକାରେ କୌଣସି ଆମଦାନୀ ଶୁଳ୍କ (Zero Duty) ଲାଗିବ ନାହିଁ। ଏହି ତାଲିକାରେ ମୁଖ୍ୟତଃ ରତ୍ନ ଓ ହୀରା, ଫାର୍ମାସ୍ୟୁଟିକାଲ୍ସ (ଔଷଧ), ବିମାନର ଯନ୍ତ୍ରାଂଶ ଏବଂ ସ୍ମାର୍ଟଫୋନ୍ ରହିଛି। ଏହା ବ୍ୟତୀତ କୃଷିଜାତ ଦ୍ରବ୍ୟ ଯଥା- ମସଲା, ଚା’, କଫି, ନଡ଼ିଆ ଓ ନଡ଼ିଆ ତେଲ, କାଜୁ, ଆମ୍ବ, କଦଳୀ, ସପୁରୀ, ଛତୁ ଏବଂ କିଛି ନିର୍ଦ୍ଦିଷ୍ଟ ବେକେରୀ ସାମଗ୍ରୀ ମଧ୍ୟ ବିନା ଶୁଳ୍କରେ ଆମେରିକା ବଜାରରେ ପ୍ରବେଶ କରିପାରିବ।

ପୀୟୂଷ ଗୋୟଲ ଆଶ୍ୱାସନା ଦେଇଛନ୍ତି ଯେ, ଏହି ଚୁକ୍ତିରେ ଭାରତର ସମ୍ବେଦନଶୀଳ କୃଷି ଏବଂ ଦୁଗ୍ଧଜାତ ଦ୍ରବ୍ୟ କ୍ଷେତ୍ରକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖାଯାଇଛି। ଆମେରିକାରୁ ଭାରତ ଆସୁଥିବା କୃଷିଜାତ ଦ୍ରବ୍ୟ ଉପରେ କୌଣସି ଶୁଳ୍କ ରିହାତି ଦିଆଯାଇ ନାହିଁ ଏବଂ କୌଣସି ଜେନେଟିକାଲି ମୋଡିଫାଏଡ୍ (GM) ଉତ୍ପାଦକୁ ଭାରତରେ ଅନୁମତି ମିଳିବ ନାହିଁ। ଅନ୍ୟପକ୍ଷରେ, ଜେନେରିକ୍ ଔଷଧ ଏବଂ ଅଟୋ ପାର୍ଟସ୍ ଉପରେ ଶୁଳ୍କ ଛାଡ଼ ଯୋଗୁଁ 'ମେକ୍ ଇନ୍ ଇଣ୍ଡିଆ' ଅଭିଯାନ ଆହୁରି ମଜବୁତ ହେବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ଏହି ବାଣିଜ୍ୟ ଚୁକ୍ତି ଘୋଷଣା କରିଥିଲେ। ଏହି ବୁଝାମଣା ଅନୁଯାୟୀ, ଭାରତ ଆଗାମୀ ୫ ବର୍ଷ ମଧ୍ୟରେ ଆମେରିକାରୁ ପ୍ରାୟ ୫୦୦ ବିଲିୟନ ଡଲାର ମୂଲ୍ୟର ଶକ୍ତି, ବିମାନ ଓ ପ୍ରଯୁକ୍ତିବିଦ୍ୟା ସାମଗ୍ରୀ କ୍ରୟ କରିବାକୁ ଲକ୍ଷ୍ୟ ରଖିଛି।

ବକେୟା ସବସିଡ୍ ଟଙ୍କା ପ୍ରଦାନ ଓ ବଳକା ଚାଉଳ ଉଠାଣ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟିଲା ବିଜେଡି ସଂସଦୀୟ ଦଳ
ନୂଆଦିଲ୍ଲୀ: ବିଭିନ୍ନ ଦାବି ନେଇ କେନ୍ଦ୍ର ଖାଉଟି କଲ୍ୟାଣ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଛନ୍ତି ବିଜେଡି ସଂସଦୀୟ ଦଳ । ବକେୟା ସବସିଡି ଟଙ୍କା ପ୍ରଦାନ ଓ ବଳକା ଚାଉଳ କିଣିବା ପ୍ରସଙ୍ଗରେ ବିଜେଡି ସଂସଦୀୟ ଦଳ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଆଜି ଅପରାହ୍ନରେ ବିଜେଡି ସଂସଦୀୟ ଦଳ ମନ୍ତ୍ରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ସମୟରେ ପ୍ରସନ୍ନ ଆଚାର୍ଯ୍ୟ, ମୁନ୍ନା ଖାଁ, ଚନ୍ଦ୍ରାଣୀ ମୁର୍ମୁ, ଅନୁଭବ ମହାନ୍ତି, ସସ୍ମିତ ପାତ୍ର, ଅମର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହ ଅଖା ଅଭାବ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ବିଜେଡି ସାଂସଦ। ଦାବି ପୂରଣ ଦିଗରେ ଆବଶ୍ୟକ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ ଗୋୟଲ ।

ରାଜ୍ୟସଭାରେ ବିଜେପି ସଂସଦୀୟ ଦଳ ନେତା ହେଲେ ପୀୟୁଷ ଗୋୟଲ
ନୂଆଦିଲ୍ଲୀ: ପୂର୍ବତନ ରେଳମନ୍ତ୍ରୀ ତଥା ବିଜେପିର ବରିଷ୍ଟ ନେତା ପୀୟୁଷ ଗୋୟଲ ହେଲେ ସଂସଦୀୟ ଦଳ ନେତା । ରାଜ୍ୟସଭା ସଂସଦୀୟ ଦଳ ନେତା କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଆଜି ରାଜ୍ୟସଭାରେ ବିଜେପି ନେତା ଭାବରେ ମନୋନିତ ହୋଇଛନ୍ତି ।

ପୂର୍ବରୁ ଥାୱରଚନ୍ଦ ଗେହଲଟ ରାଜ୍ୟସଭାରେ ବିଜେପି ସଂସଦୀୟ ଦଳ ନେତା ଭାବେ କାମ କରୁଥିଲେ। କିନ୍ତୁ ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ତାଙ୍କୁ କର୍ଣ୍ଣାଟକର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା। ଏହି କାରଣରୁ ଉକ୍ତ ପଦବୀ ଖାଲି ପଡ଼ିଥିଲେ। ଏବେ ପୀୟୂଷ ଗୋଏଲ ଏହି ପଦରେ ନିଯୁକ୍ତି ପାଇଛନ୍ତି।କେନ୍ଦ୍ର ସରକାରରେ ପ୍ରମୁଖ ଦାୟିତ୍ୱ ବହନ କରିଥିବା ପୀୟୁଷ ଗୋୟଲ ୨୦୧୦ ମସିହାରୁ ରାଜ୍ୟସଭାର ସଦସ୍ୟ ରହିଆସିଛନ୍ତି। ସେ ଆସନ୍ତା ମୌସୁମୀ ଅଧିବେଶନରୁ ବିଧିବଦ୍ଧ ଭାବେ ନିଜର କାମ ଆରମ୍ଭ କରିବେ। ବର୍ତ୍ତମାନ ପୀୟୂଷ ଗୋଏଲ କର୍ମସ ଓ ଇଣ୍ଡଷ୍ଟ୍ରୀ ମନ୍ତ୍ରୀ ଭାବେ କାମ କରୁଛନ୍ତି।

ଅନ୍ୟପକ୍ଷରେ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ଲୋକସଭାରେ ଦଳର ନେତୃତ୍ୱ ନେଉଥିବା ଅଧୀର ରଞ୍ଜନ ଚୌଧୁରୀଙ୍କ ସ୍ଥାନରେ କାହାକୁ ଦଳର ନେତା କରାଯିବ ସେ ନେଇ କଂଗ୍ରେସ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ବୈଠକ କରିବ ବୋଲି ଜଣାପଡ଼ିଛି । କଂଗ୍ରେସର ଶୀର୍ଷ ସୂତ୍ରରୁ ପ୍ରକାଶ ଯେ, ରାହୁଲ ଗାନ୍ଧୀ ଚୌଧୁରୀଙ୍କ ସ୍ଥାନ ନେଇପାରନ୍ତି। ତେବେ ଏନେଇ କିଛି ଘଣ୍ଟା ପରେ ସ୍ପଷ୍ଟ ସୂଚନା ମିଳିପାରିବ । ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୯ରୁ ଆରମ୍ଭ ହେବାକୁ ଥିବା ବେଳେ ଦଳର ନେତା ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଶେଷ କରିବ ପାଇଁ ଦଳ ଚେଷ୍ଟା କରୁଛି।

୪ ହଜାର ରେଳ ବଗିକୁ କୋଭିଡ୍ କେୟାର କୋଚ୍‌ରେ ପରିବର୍ତ୍ତନ କଲା ଭାରତୀୟ ରେଳ ବିଭାଗ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସରକାରଙ୍କୁ ସହଯୋଗର ହାତ ବଢାଇଛି ଭାରତୀୟ ରେଳ ବିଭାଗ। ସାରା ଦେଶରେ କରୋନା ରୋଗୀଙ୍କ ବଢୁଥିବା ସଂଖ୍ୟାକୁ ଦେଖି ରେଲଓ୍ବେ ନିଜର ବଗିକୁ କୋଭିଡ୍ କେୟାର କୋଚ୍‌ରେ ପରିବର୍ତ୍ତିତ କରିଛି। ରେଲଓ୍ବେର କହିବା ଅନୁସାରେ, ବର୍ତ୍ତମାନ ତା ପାଖରେ ୧୬ ଜୋନ୍, ୪,୦୦୨ ପରିବର୍ତ୍ତିକ କୋଚ୍ ରହିଛି ଓ ରାଜ୍ୟ ସରକାରଙ୍କୁ ଅନୁରୋଧ ତାଙ୍କୁ ଉପଲବ୍ଧ କରିହେବ। ରେଳ ବିଭାଗ ଦିଲ୍ଲୀର ବିଭିନ୍ନ ଷ୍ଟେସନରେ ଏଥିପାଇଁ ବଗି ବା କୋଚ ଛିଡ଼ା କରିଛି। ଏହି ବଗିରେ ଥିବା ବେଡ ଗୁଡ଼ିକୁ କୋଭିଡ୍ ବେଡ ଭାବରେ ତିଆରି କରିଛି ରେଳ ବିଭାଗ। ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ପୀୟୁଷ ଗୋଏଲ।

Indian Railways has converted its coaches into Covid care Coches. At present, 4,002 converted coaches are available with Railways in its 16 zones and can be made available for the state governments on request. pic.twitter.com/fNpUtWp2I4

— ANI (@ANI) April 18, 2021

ପୀୟୁଷ ଗୋଏଲ ଟ୍ୱିଟ୍ କରି କହିଛନ୍ତି ଯେ ,  କୋଭିଡ୍ ଆଇସୋଲେଶନ ପାଇଁ କୋଚ ଶକୁର ବସ୍ତି ରେଲଓ୍ୱେ ଷ୍ଟେସନରେ ୫୦ଟି କୋଚ ଏବଂ ୨୫ଟି କୋଚ ଆନନ୍ଦ ବିହାର ବସ୍ତି ନିକଟରେ ଛିଡ଼ା ହେବ। ଏଥିରେ ୮୦୦ଟି ବେଡ୍ ତିଆରି କରାଯାଇଛି। ଯଦି ଆଗାମୀ ଦିନରେ ଅଧିକ ବେଡ ପାଇଁ ଆବଶ୍ୟକ ପଡ଼ିବ ତାହେଲେ ରେଳ ବିଭାଗ ୩ ଲକ୍ଷରୁ ଅଧିକ ବେଡ ଏକାକୀ ବ୍ୟବସ୍ଥା କରିପାରିବ ବୋଲି ରେଳ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି।

Govt under PM @NarendraModi leading the fight against COVID-19: 50 COVID-19 isolation coaches with 800 beds ready at Shakur Basti Station & 25 coaches will be available at Anand Vihar Station in Delhi. Railways can setup >3 lakh isolation beds across the country on States’ demand pic.twitter.com/b9ehFnEgfI

— Piyush Goyal (@PiyushGoyal) April 18, 2021

ଅନ୍ୟପକ୍ଷେ କେଜ୍ରିଓ୍ବାଲ ସରକାର କରୋନାର ବଢୁଥିବା ମାମଲା ଦେଖି ରେଲଓ୍ବେକୁ ଦିଲ୍ଲୀ ଷ୍ଟେସନରେ କୋଭିଡ୍ କେୟାର କୋଚ୍ କରିବାକୁ ଦାବି କରିଥିଲେ। ଦିଲ୍ଲୀ ସରକାର ଶକୁର ବସ୍ତି ଓ ଆନନ୍ଦ ବିହାର ରେଲଓ୍ବେ ଷ୍ଟେସନ୍‌ରେ କୋଭିଡ୍ କେୟାର କୋଚ୍‌ର ୫ ହଜାର ବେଡ୍ ବ୍ୟବସ୍ଥା କରିବାର ନିଷ୍ପତ୍ତି ନେଇଛନ୍ତି। କୋଭିଡ୍ କେୟାର କୋଚ୍‌ରେ ରୋଗୀଙ୍କ ପାଇଁ ରେଲଓ୍ବେ ସବୁ ପ୍ରକାର ସୁବିଧା ଉପଲବ୍ଧ କରିଛି। ପାଣିପାଗ ହିସାବରେ କୋଚ୍ ଭିତରେ କୁଲର ମଧ୍ୟ ଲଗାଇଛି। ଅକ୍ସିଜେନ୍ ସିଲିଣ୍ଡର ଓ ଡଷ୍ଟବିନର ସୁବିଧା ମଧ୍ୟ ରହିଛି।

ରେଳବାଇ କେନ୍ଦ୍ର ସରକାରଙ୍କର ଥିଲା ଓ ରହିବ, କେବଳ ଦେଶରେ ଘରୋଇ ଟ୍ରେନ ଚାଲିବ : ପିୟୂଷ ଗୋୟଲ
ନୂଆଦିଲ୍ଲୀ : ଭାରତୀୟ ରେଳବାଇର ଘରୋଇକରଣ ନେଇ ଦୀର୍ଘ ଦିନ ହେବ ଚାଲିଥିବା ଚର୍ଚ୍ଚାରର ଅନ୍ତ ଘଟିଛି। କାରଣ ରେଳବାଇର କେବେ ବି ଘରୋଇକରଣ କରାଯିବନାହିଁ। ରେଳବାଇକୁ ସରକାର ସବୁ ସମୟରେ ନିଜ ପାଖରେ ରଖିବେ।କେବଳ ସରକାର ଦେଶରେ ଘରୋଇ ଟ୍ରେନ ଚଳାଇବେ ବୋଲି କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି।

ମଙ୍ଗଳବାର ସଂସଦରେ ରେଳବାଇର ଘରୋଇକରଣ କରାଯିବନାହିଁ ବୋଲି ଗୋୟଲ ସ୍ପଷ୍ଟ ଭାବେ କହିଛନ୍ତି।

ଲୋକସଭାରେ ରେଳ ମନ୍ତ୍ରାଳୟର ୨୦୨୧-୨୨ ଆର୍ଥିକବର୍ଷ ନିମନ୍ତେ ଅନୁଦାନ ଦାବି ଆଲୋଚନା କାଳରେ ଘରୋଇକରଣ ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖି ସେ କହିଲେ, ରେଳବାଇ କେନ୍ଦ୍ର ସରକାରଙ୍କର ଥିଲା ଓ ରହିବ। ଆଲୋଚନା କାଳରେ ଗୋୟଲ ରେଳବାଇକୁ ଜାତୀୟ ଟ୍ରାନ୍ସପୋର୍ଟର ବୋଲି କହି ଯାହାର କେବେବି ଘରୋଇକରଣ ହେବନାହିଁ ବୋଲି କହିଥିଲେ। ତେବେ ଭାରତୀୟ ରେଳର ବିକାଶ ଲାଗି ଘରୋଇ ନିବେଶକୁ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ।

ସେହିପରି ଗତ ୨ ବର୍ଷରେ ଦେଶରେ ରେଳ ଦୂର୍ଘଟଣା ଯୋଗୁ କୌଣସି ଯାତ୍ରୀଙ୍କ ମୃତ୍ୟୁ ହୋଇ ନ ଥିବା ଗୋୟଲ କହିଛନ୍ତି। ଯାତ୍ରୀ ସୁରକ୍ଷା ପ୍ରତି ରେଳବାଇଙ୍କ ଗୁରୁତ୍ୱ ଦୁର୍ଘଟଣା ହାର ହ୍ରାସ ଘଟିଛି। ତେବେ ରେଳବାଇରେ ଘରୋଇ ନିବେଶକୁ ସ୍ୱାଗତ କରାଯିବା ଦରକାର ବୋଲି ରେଳମନ୍ତ୍ରୀ କହିଛନ୍ତି। କାରଣ ଏହାଦ୍ୱାରା ରେଳ ଯାତ୍ରାକୁ ଅଧିକ ସୁଖଦ କରିହେବା ସହ ଯାତ୍ରୀଙ୍କୁ ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇହେବ। ତେବେ ଦେଶରେ ଘରୋଇ ଟ୍ରେନ ଚଳାଯିବ ବୋଲି ସେ କହିଛନ୍ତି। ଏହାସତ୍ତ୍ବେ ରେଳବାଇ ପ୍ରଣାଳୀ ସରକାରୀ ସମ୍ପତ୍ତି ହୋଇ ରହିବ। ରେଳବାଇକୁ ଭବିଷ୍ୟତ ଦୃଷ୍ଟିକୋଣରୁ ଚଳାଇବା ଲାଗି ଜାତୀୟ ରେଳବାଇ ଯୋଜନା ୨୦୩୦ ସରକାର ପ୍ରସ୍ତୁତ କରୁଥିବା ସେ ସଂସଦକୁ ଅବଗତ କରାଇଛନ୍ତି।