Govt recruitment - The Sakala

ବାଜିଲା କ୍ୟାବିନେଟ୍‌ ମୋହର : ସରଳହେଲା ସରକାରୀ ନିଯୁକ୍ତି ପ୍ରକ୍ରିୟା
ଭୁବନେଶ୍ୱର : ଗତକାଲି ବସିଥିବା ରାଜ୍ୟ କ୍ୟାବିନେଟ୍‌‌ ନିଯୁକ୍ତି ପ୍ରକ୍ରିୟାରେ ସଂଶୋଧନ କରିଛନ୍ତି। ଓଡ଼ିଶା ମୁଖ୍ୟ ବିଭାଗୀୟ ଦପ୍ତର ନିୟମାବଳୀ-୨୦୧୯ରେ ସଂଶୋଧନ କରାଯାଇ ଥିବା ବେଳେ ସମନ୍ୱିତ ସ୍ନାତକୋତ୍ତରସ୍ତର ନିଯୁକ୍ତି ପ୍ରକ୍ରିୟା ନିୟମାବଳୀ-୨୦୨୨ ଓ ସମନ୍ୱିତ ବୈଷୟିକ ସେବା ନିଯୁକ୍ତି ପ୍ରକ୍ରିୟା ନିୟମାବଳୀ-୨୦୨୨ର ପ୍ରଣୟନ କରାଯାଇଛି। ଓଡ଼ିଶା ମୁଖ୍ୟ ଦପ୍ତର କାର୍ଯ୍ୟାଳୟର କନିଷ୍ଠ ସହାୟକ (ଜୁନିୟର ଆସିଷ୍ଟାଣ୍ଟ), ସହକାରୀ ଉପବିଭାଗ ଅଧିକାରୀ (ଆସିଷ୍ଟାଣ୍ଟ ସେକ୍ସନ୍‌‌ ଅଫିସର) ଏବଂ ଉପବିଭାଗ ଅଧିକାରୀ (ସେକ୍ସନ୍‌‌ ଅଫିସର)ଙ୍କ ମୁକରିର ଏବଂ ସେବାସର୍ତ୍ତ, ଓଡ଼ିଶା ମୁଖ୍ୟ ବିଭାଗୀୟ ଦପ୍ତର ନିୟମାବଳୀ-୨୦୧୯ ଅନୁସାରେ ପରିଚାଳିତ ହୋଇଥାଏ। ଉକ୍ତ ନିୟମାବଳୀର ନିୟମ ୯ର ଉପନିୟମ (୩) ଅନୁଯାୟୀ, ସହକାରୀ ଉପବିଭାଗ ଅଧିକାରୀ ପଦବୀର ୧୦% ଖାଲି ପଦବୀ ଗୁଡିକ ସେହି ଦପ୍ତରରେ ଥିବା ଦକ୍ଷ ସିନିୟର ଗ୍ରେଡ୍‌‌ ଟାଇପିଷ୍ଟ, ସିନିୟର ଗ୍ରେଡ୍‌‌ ଡାଏରିଷ୍ଟ, ସିନିୟର ଗ୍ରେଡ୍‌‌ ରେକର୍ଡର ଏବଂ ସିନିୟର ଗ୍ରେଡ୍‌‌ ଡେସପ୍ୟାଚର୍ସ, ଯେଉଁମାନେ ସମ୍ପୃକ୍ତ ସିନିୟର ଗ୍ରେଡ୍‌‌ରେ ୩ ବର୍ଷ ସେବା ପ୍ରଦାନ କରିଥିବେ ଏବଂ ସମୁଦାୟ ୧୦ ବର୍ଷ ଧରି କ୍ରମାଗତ ଭାବେ ନିୟମିତ ସେବା ପ୍ରଦାନ କରିଥିବା ସହିତ ମାଟ୍ରିକ୍‌‌ କିମ୍ବା ସମତୁଲ୍ୟ ଯୋଗ୍ୟତା ହାସଲ କରିଥିବେ ସେମାନଙ୍କ ଦ୍ୱାରା ପୂରଣ କରାଯିବ।

ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ ଦ୍ୱାରା ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଖ-ବର୍ଗ ଅନ୍ତର୍ଗତ ବିଭିନ୍ନ ସ୍ୱତନ୍ତ୍ର ସେବା ଓ ପଦବୀରେ ନିଯୁକ୍ତି ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଏବଂ ନିର୍ଦ୍ଧାରିତ ସମୟରେ ପରୀକ୍ଷା ସମାପନ କରିବା ପାଇଁ ରାଜ୍ୟ ସରକାର ସମନ୍ୱୟିତ ସ୍ନାତକୋତ୍ତରସ୍ତର ନିଯୁକ୍ତି ପ୍ରକ୍ରିୟା ନିୟମାବଳୀ-୨୦୨୨ର ପ୍ରଣୟନ କରିଛନ୍ତି। ଏହା ଦ୍ୱାରା ରାଜ୍ୟର ସମସ୍ତ ଆଶାୟୀ ପରୀକ୍ଷାର୍ଥୀ ଖ-ବର୍ଗ ଅନ୍ତର୍ଗତ ବିଭିନ୍ନ ସ୍ୱତନ୍ତ୍ର ସେବା ଓ ପଦବୀରେ ନିଯୁକ୍ତି ପାଇଁ ଭିନ୍ନ ଭିନ୍ନ ପରୀକ୍ଷା ପରିବର୍ତ୍ତେ ଏକକ ପରୀକ୍ଷା ନିମନ୍ତେ ଆବେଦନ କରିବେ। ଏହା ଦ୍ୱାରା ପରୀକ୍ଷାର୍ଥୀମାନଙ୍କ ସମୟ ଓ ଅର୍ଥ ବ୍ୟୟ ହ୍ରାସ ପାଇବା ସହିତ ରାଜ୍ୟ ସରକାରଙ୍କର ବ୍ୟୟ ଭାର କମିବ। ଅପରପକ୍ଷେ ବିଭିନ୍ନ ବୈଷୟିକ ସେବା ଓ ପଦବୀରେ ନିଯୁକ୍ତି ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଏବଂ ନିର୍ଦ୍ଧାରିତ ସମୟରେ ନିଯୁକ୍ତି ପ୍ରକ୍ରିୟା

ଶେଷ ପାଇଁ ରାଜ୍ୟ କ୍ୟାବିନେଟ୍‌‌ ସମନ୍ୱିତ ବୈଷୟିକ ସେବା ନିଯୁକ୍ତି ପ୍ରକ୍ରିୟା ନିୟମାବଳୀ-୨୦୨୨ର ପ୍ରଣୟନ କରିବା ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏଥିପାଇଁ ଭିନ୍ନ ଭିନ୍ନ ପରୀକ୍ଷା ନିମନ୍ତେ ଏକକ ପରୀକ୍ଷା ଦେବା ଲାଗି ପରୀକ୍ଷାର୍ଥୀ ସୁଯୋଗ ପାଇବେ।

ଏହା ସହ କିଛି ବିଭାଗୀୟ ଦପ୍ତର ଅଛି ଯେଉଁଠାରେ ମଞ୍ଜୁରୀପ୍ରାପ୍ତ ସହକାରୀ ଉପବିଭାଗ ଅଧିକାରୀ ପଦବୀ ସଂଖ୍ୟା ୫ରୁ କମ୍‌‌ ଅଛି ଏବଂ ନିୟମ ଅନୁସାରେ ସିନିୟର ଗ୍ରେଡ୍‌‌ ଟାଇପିଷ୍ଟ ସିନିୟର ଗ୍ରେଡ୍‌‌ ଡାଏରିଷ୍ଟ, ସିନିୟର ଗ୍ରେଡ୍‌‌ ରେକଡର୍ସ ଏବଂ ସିନିୟର ଗ୍ରେଡ୍‌‌ ଡେସପ୍ୟାଚର୍ସଙ୍କ ପଦନ୍ନୋତି ନିମେନ୍ତ ଗୋଟିଏ ବି ସହକାରୀ ଉପବିଭାଗ ଅଧିକାରୀ ପଦବୀ ଉପଲବ୍ଧ ହେଉ ନାହିଁ। ଏହାକୁ ଦୃଷ୍ଟିରେ ରଖି ଯଦି ଏକ ନିର୍ଦ୍ଦିଷ୍ଟ ବର୍ଷରେ ସହକାରୀ ଉପବିଭାଗ ଅଧିକାରୀ ପଦବୀରେ ଖାଲି ଥିବା ପଦବୀ ସଂଖ୍ୟା ତିନି କିମ୍ବା ତଦୁର୍ଦ୍ଧ ଏବଂ ଦଶରୁ କମ୍‌‌ ହୁଏ ତା ହେଲେ ଗୋଟିଏ ପଦବୀ ନିୟମ ୯ର ଉପ-ନିୟମ (୩) ଅନୁଯାୟୀ ଧାର୍ଯ୍ୟ ଯୋଗତ୍ୟା ଥିବା ସିନିୟର୍‌‌ ଗ୍ରେଡ୍‌‌ ଟାଇପିଷ୍ଟ, ସିନିୟର ଗ୍ରେଡ୍‌‌ ଡାଏରିଷ୍ଟ, ସିନିୟର ଗ୍ରେଡ୍‌‌ ରେକର୍ଡର୍ସ ଏବଂ ସିନିୟର ଗ୍ରେଡ୍‌‌ ଡେସପ୍ୟାଚର୍ସ ଦ୍ୱାରା ପୂରଣ ଲାଗି ନିଷ୍ପତ୍ତି ହୋଇଛି।