Rourkela Airport - The Sakala

ଆଜିଠୁ ଭୁବନେଶ୍ୱରରୁ ରାଉରକେଲାକୁ ଉଡ଼ିବ ବିମାନ, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ରାଉରକେଲା: ଆଜିଠୁ ଭୁବନେଶ୍ୱରରୁ ରାଉରକେଲାକୁ ଉଡ଼ିବ ବିମାନ । ଆଜି ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ ବିମାନ ସେବାର ଶୁଭାରମ୍ଭ ହେବ । ରାଉରକେଲା ଏବଂ ଭୁବନେଶ୍ୱର ମଧ୍ୟରେ ଆଲାଏନ୍ସ ଏୟାର ପକ୍ଷରୁ ଏଟିଆର -୭୨ ବିମାନ ଚଳାଚଳ ଆରମ୍ଭ କରାଯାଉଛି। ପୂର୍ବାହ୍ନ ୧୦ ଟା ୪୫ ମିନିଟ୍‌‌ରେ ଭୁବନେଶ୍ୱରରୁ ବିମାନ ଉଡ଼ାଣ ଆରମ୍ଭ ହେବ। ଏହି ଅବସରରେ ଏକ ଉଦ୍‌‌ଘାଟନୀ କାର୍ଯ୍ୟକ୍ରମରେ ଏହାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭିଡିଓ କନ୍‌‌ଫରେନ୍ସସିଂରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରଠାରେ ଏହି ଉଡ଼ାଣର ଶୁଭାରମ୍ଭ କରିବେ ବୋଲି ସୂଚନା ମିଳିଛି। ଏହି ଅବସରରେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓ ମନ୍ତ୍ରୀ ଅଶୋକ ପଣ୍ଡା ଉପସ୍ଥିତ ରହିବେ। ଏହି ବିମାନ ଭୁବନେଶ୍ୱର ବିମାନବନ୍ଦର ଛାଡ଼ିଲାପରେ ରାଉରକେଲାରେ ୫୫ ମିନିଟ ପରେ ଅର୍ଥାତ୍‌‌ ୧୧ଟା ୪୦ ମିନିଟ୍‌‌ରେ ପହଞ୍ଚିବ। ଏହାପରେ ୧୨ ଟା ୫ ମିନିଟରେ ରାଉରକେଲା ବିମାନବନ୍ଦରରୁ ବାହାରି ଭୁବନେଶ୍ୱରରେ ଅପରାହ୍ଣ ୧ଟାରେ ପହଞ୍ଚିବ।

ତେବେ ଆସନ୍ତା ୧୨ ତାରିଖରୁ ଦୈନିକ ଉଡ଼ାଣ ଜାରି ରହିବ ବୋଲି ସୂଚନା ମିଳିଛି। ପ୍ରତିଦିନ ବିମାନ ଭୁବନେଶ୍ୱରରୁ ୨ ଟା ୫୫ ମିନିଟ୍‌‌ରେ ଛାଡ଼ିବ ଏବଂ ରାଉରକେଲା ବିମାନବନ୍ଦରରେ ୩ ଟା ୫୦ ମିନିଟରେ ପହଞ୍ଚିବ। ରାଉରକେଲାରୁ ୪ ଟା ୧୫ ମିନିଟ୍‌‌ରେ ବାହାରି ଭୁବନେଶ୍ୱରରେ ୫ ଟା ୧୦ ମିନିଟରେ ପହଞ୍ଚିବ ବୋଲି ସୂଚନା ମିଳିଛି। ଭୁବନେଶ୍ୱରରୁ ରାଉରକେଲା ପର୍ଯ୍ୟନ୍ତ ବିମାନରେ ଟିକେଟ ମୂଲ୍ୟ ୨୮୦୩ ଟଙ୍କା ରହିଥିବାବେଳେ ରାଉରକେଲାରୁ ଭୁବନେଶ୍ୱର ବିମାନର ଟିକେଟ ମୂଲ୍ୟ ୨୮୨୧ ଟଙ୍କା ରହିଥିବା ସୂଚନା ମିଳିଛି। ଟର୍ମିନାଲ ସେଣ୍ଟର, ରନ୍‌‌ ୱେ, ଏୟାର ସିଗ୍ନାଲ ଆଦିର ନବୀକରଣ ସରିଯାଇଛି।

ପାର୍କିଂସ୍ଥଳର ମଧ୍ୟ କାମ ସରିଯାଇଛି। ଏୟାରପୋର୍ଟ ପାଖରେ ଲୁହାର ଏକ ବିଶାଳକାୟ ତୋରଣ ନିର୍ମାଣ କରାଯାଉଛି। ସୁରକ୍ଷା ଦାୟିତ୍ୱରେ ସିଆଇଏସ୍‌‌ଏଫ ରହିଛନ୍ତି। ଆସନ୍ତା ୭ ଦିନ ପାଇଁ ଟିକେଟ ବୁକିଂ ହୋଇଯାଇଥିବା ଜଣାପଡ଼ିଛି। ଶନିବାର ଆଉ ଦୁଇଟି ଚାର୍ଟାର୍ଡ ପ୍ଲେନରେ ନ୍ୟୁଜଲ୍ୟାଣ୍ଡ ଓ ମାଲେସିଆର ଖେଳାଳିମାନେ ମଧ୍ୟ ଭୁବନେଶ୍ୱରରୁ ରାଉରକେଲା ଆସୁଛନ୍ତି।

ରାଉରକେଲା ବିମାନବନ୍ଦରରେ ଏଟିଆର୍-୭୨ ବିମାନର ପରୀକ୍ଷଣ ଅବତରଣ ସଫଳତାର ସହ ସମ୍ପର୍ଣ୍ଣ
ରାଉରକେଲା/ଭୁବନେଶ୍ୱର: ଜାନୁଆରୀ ୭ ତାରିଖରୁ ରାଉରକେଲାରୁ ଭୁବନେଶ୍ୱର ବିମାନ ଉଡ଼ାଣ ହେବ। ଆଜି ଅପରାହ୍ନରେ ରାଉରକେଲା ବିମାନବନ୍ଦରରେ ଆଲିଆନ୍ସ ଏୟାର ଏଟିଆର-୭୨ ବିମାନର ପରୀକ୍ଷଣ ଅବତରଣ ସୁଚାରୁ ଓ ସଫଳତାର ସହ ସମ୍ପାଦନ ହୋଇ ଯାଇଛି ।

ଏହି ଅବସରରେ ଓଡିଶା ସରକାରଙ୍କର ଦକ୍ଷତା ବିକାଶ, ବାଣିଜ୍ୟ ଏବଂ ପରିବହନ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଏବଂ କ୍ରୀଡ଼ା ଓ ଯୁବସେବା ସଚିବ ଶ୍ରୀ ଆର ଭିନୀଲ କ୍ରୀଷ୍ଣା, ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଶ୍ରୀ ଅତନୁ ଭୌମିକ, ବାଣିଜ୍ୟ ଏବଂ ପରିବହନ ବିଭାଗର ଅତିରିକ୍ତ ସଚିବ ସୁଶ୍ରୀ ଦେବଦତ୍ତା ସୁରନଜିତା ଜେନା, ସୁନ୍ଦରଗଡ ଜିଲ୍ଲାପାଳ ଡକ୍ଟର ଗଭାଲି ପରାଗ ହର୍ଷଦ,ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ଶୁଭଂକର ମହାପାତ୍ର, ରାଉରକେଲାର ଏସପି ଶ୍ରୀ ମୁକେଶ କୁମାର ଭାମୁ, ଆରଏସପିର କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ପି କେ ଶତପଥୀ, ରାଜ୍ୟ ସରକାର, ଆରଏସପି ଓ ଏୟାର ପୋର୍ଟ ଅଥରିଟି ଅଫ ଇଣ୍ଡିଆର ଅନ୍ୟ ବରିଷ୍ଠ ଅଧିକାରୀ ତଥା ହକି ଇଣ୍ଡିଆର ଅଧିକାରୀମାନେ ଉପସ୍ଥିତ ଥିଲେ। ବିମାନର ସୁଗମ ଅବତରଣ ପାଇଁ ମାନ୍ୟଗଣ୍ୟ ବ୍ୟକ୍ତି ସମୂହ ପାଇଲଟମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ପରେପରେ ବିମାନଟି ବିମାନ ବନ୍ଦରରୁ ଝାରସୁଗୁଡାକୁ ଫେରିଯାଇଥିଲା ।

ଉଲ୍ଲେଖଯୋଗ୍ୟ ଯେ, ରାଉରକେଲା ବିମାନ ବନ୍ଦର, ବାଣିଜ୍ୟିକ ବିମାନ ଚଳାଚଳ ପାଇଁ ୨୦୨୨ ଡିସେମ୍ବର ୧୯ ତାରିଖରେ ବେସାମରିକ ବିମାନ ଚଳାଚଳର ମହାନିର୍ଦ୍ଦେଶକଙ୍କ ଠାରୁ ୨ସି ଲାଇସେନ୍ସ ପାଇଥିଲା। ସଫଳ ପରୀକ୍ଷଣ ଅବତରଣ ଏବଂ ଏଟିଆର୍-୭୨ ବିମାନର ଅବତରଣ ସହିତ ବିମାନ ବନ୍ଦରରୁ ନିୟମିତ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ।

ହକି ବିଶ୍ୱକପ୍‌‌ ପ୍ରସ୍ତୁତି ଜୋରଦାର : ରାଉରକେଲା ବିମାନବନ୍ଦର ସମ୍ପ୍ରସାରଣ ପାଇଁ ମିଳିଲା ପରିବେଶ ମଞ୍ଜୁରୀ
ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ପରିବେଶ ପ୍ରଭାବ ମୂଲ୍ୟାଙ୍କନ ପ୍ରାଧିକରଣ (ସେଆ)ର ଅଧ୍ୟକ୍ଷ ଶିଶିର କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୯୩ତମ ବୈଠକରେ ରାଉରକେଲା ବିମାନ ବନ୍ଦରର ସମ୍ପ୍ରସାରଣ ପାଇଁ ପରିବେଶ ମଞ୍ଜୁରୀ (ଇସି) ପ୍ରଦାନ କରାଯାଇଛି। ଏୟାରପୋର୍ଟ ଅଥରିଟି ଅଫ୍‌‌ ଇଣ୍ଡିଆ ଲିମିଟେଡ୍‌‌ ଏହି ବିମାନ ବନ୍ଦରର ବିକାଶ କରିବା ସହିତ ଏହାକୁ ୩ ବର୍ଷ ପର୍ଯ୍ୟନ୍ତ ପରିଚାଳନା କରିବ। ରାଜ୍ୟ ସରକାରଙ୍କ ଦ୍ୱାରା ରାଉରକେଲାରେ ଆୟୋଜିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପକୁ ଦୃଷ୍ଟିରେ ରଖି, ଫେବୃଆରୀ ୨୦୨୧ରେ ଆରସିଏସ ଉଡାନ ଯୋଜନା ଅନ୍ତର୍ଗତ ଏଟିଆର-୭୨ / କ୍ୟୁ-୪୦୦ ବିମାନ ଚଳାଚଳ ପାଇଁ ରାଉରକେଲା ବିମାନବନ୍ଦରକୁ କୋଡ୍‌‌ -୨ବି ରୁ କୋଡ୍‌‌ -୩ସି କୁ ରୂପାନ୍ତରିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ଏହି ପ୍ରସ୍ତାବରେ ରନେୱର ସମ୍ପ୍ରସାରଣ, ଏଟିସି ଟାୱାର ନିର୍ମାଣ, ଟ୍ୟାକ୍ସିୱେ, ନୂତନ ଶୌଚାଳୟ ବ୍ଲକ ଏବଂ ଟର୍ମିନାଲ୍‌‌ ବିଲଡିଂ ନିର୍ମାଣ ପ୍ରମୁଖ ଅନ୍ତର୍ଭୁକ୍ତ ଅଟେ। ଏହି ପ୍ରକଳ୍ପର ବିସ୍ତୃତ ଇଆଇଏ ଅଧ୍ୟୟନ ପାଇଁ ସେଆ ପକ୍ଷରୁ ୨୨ ଅଗଷ୍ଟ ୨୦୨୨ ରେ ଟର୍ମ ଅଫ୍‌‌ ରେଫରେନ୍ସ (ଟିଓଆର) ଜାରି କରାଯାଇଥିଲା। ଗତ ଡିସେମ୍ୱର ୨୦୧୯ରୁ ମାର୍ଚ୍ଚ ୨୦୨୦ (ଶୀତ ଋତୁ) ଏବଂ ଜୁନ୍‌‌ ୨୦୨୨ (୧୫ ଦିନ) ମଧ୍ୟରେ ବେସ୍‌‌ ଲାଇନ୍‌‌ ତଥ୍ୟ ସଂଗ୍ରହ କରି ଇଆଇଏ ଅଧ୍ୟୟନ କରାଯାଇଛି। ରାଉରକେଲା ବିମାନ ବନ୍ଦରଟି ରାଉରକେଲା ଇସ୍ପାତ କାରଖାନାର ନୋଟିଫାଏଡ୍‌‌ ଇଣ୍ଡଷ୍ଟ୍ରିଆଲ୍‌‌ ଟାଉନସିପ୍‌‌ ଭିତରେ ଥିବାରୁ ସେଆ ପକ୍ଷରୁ ପ୍ରକଳ୍ପକୁ ଟିଓଆର ସମ୍ପର୍କିତ ଜନଶୁଣାଣିରୁ ଛାଡ଼ କରାଯାଇଛି। କାରଣ କୌଣସି ଜମି ଅଧିଗ୍ରହଣ, ପୁନଃଥଇଥାନ କିମ୍ୱା ପୁନଃବିସ୍ଥାପନ ସମ୍ପର୍କିତ ସମସ୍ୟା ନାହିଁ। କେବଳ ରାଉରକେଲା ଇସ୍ପାତ କାରଖାନାର ଟାଉନସିପ୍‌‌ ଠାରୁ ବିମାନବନ୍ଦର ପର୍ଯ୍ୟନ୍ତ ଜମି ବ୍ୟବହାର ଆଭ୍ୟନ୍ତରୀଣ ସୀମା ନିର୍ଦ୍ଧାରଣରେ ପରିବର୍ତ୍ତନ ହେଉଛି। ଏହାର ଆନୁମାନିକ ପ୍ରକଳ୍ପ ମୂଲ୍ୟ ୫୦ କୋଟି ଟଙ୍କା ରହିଛି। ପରିବେଶ ପରିଚାଳନା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ୮.୫ କୋଟି ଟଙ୍କା ଏବଂ ରିକରିଙ୍ଗ କଷ୍ଟ ବାବଦରେ ବାର୍ଷିକ ୧୭.୫ ଲକ୍ଷ ଟଙ୍କା ଆବଣ୍ଟନ କରାଯାଇଛି। ରାଉରକେଲା ବିମାନବନ୍ଦରର କ୍ଷେତ୍ର ୧୦୨ ଏକରରୁ ୨୫୦ ଏକରକୁ ବୃଦ୍ଧି ପାଇବ ବୋଲି କୁହାଯାଇଛି।

ପରିବେଶ ମଞ୍ଜୁରୀ ଦେବା ସମୟରେ ସେଆ ବର୍ଷା କିମ୍ୱା ବର୍ଜ୍ୟବସ୍ତୁରୁ ନିର୍ଗତ ଜଳର ପରୀକ୍ଷା ଓ ସୁପରିଚାଳନା, ବର୍ଷା ଜଳ ଅମଳ, କଠିନ ବର୍ଜ୍ୟବସ୍ତୁ ନିଷ୍କାସନ, ୩୫ ପ୍ରତିଶତ ସବୁଜ ବଳୟ, ଶୂନ୍ୟ ତରଳ ନିଷ୍କାସନ, ଟ୍ରାଫିକ୍‌‌ ଏବଂ ପରିବହନ ଅଧ୍ୟୟନ, ପରିବେଶ ସୁରକ୍ଷା ବ୍ୟବସ୍ଥା, ଶକ୍ତି ସଂରକ୍ଷଣ ପଦକ୍ଷେପ, ଅନ-ସାଇଟ୍‌‌ ଏବଂ ଅଫ୍‌‌ ସାଇଟ୍‌‌ ଜରୁରୀକାଳୀନ ଯୋଜନା, ବିପର୍ଯ୍ୟୟ ପରିଚାଳନା ଯୋଜନା, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଆଦି ଉପରେ ଗୁରୁତ୍ୱ ଦେଇଛି। ସେହିପରି ଶ୍ରୀ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସେଆ ବୈଠକରେ ଟାଟା ଷ୍ଟିଲ୍ସ ଲିମିଟେଡକୁ ସୁନ୍ଦରଗଡ଼ ଜିଲ୍ଲାର କଳାମାଙ୍ଗ ଏବଂ ଘୋଡାବୁଦାନୀ ଗ୍ରାମ ଏବଂ କେନ୍ଦୁଝର ଜିଲ୍ଲାର ଗଣ୍ଡଲପଡ଼ା ଗ୍ରାମରେ ୨.୯୫ ଏମଟିପିଏ (ଆରଓଏମ) ଉତ୍ପାଦନ କ୍ଷମତା ସମ୍ପୂର୍ଣ୍ଣ ୯୨.୮୭୫ ହେକ୍ଟର ଜମିରୁ ଲୁହାପଥର ଖନନ ପାଇଁ ପରିବେଶ ମଞ୍ଜୁରୀ ପ୍ରଦାନ କରାଯାଇଛି। କଟକ ମ୍ୟନିସିପାଲ କର୍ପୋରେସନ୍‌‌ ଅନ୍ତର୍ଗତ ତେଲେଙ୍ଗାପେଣ୍ଠଠାରେ ୧୨୬ଟି ବାସଗୃହସମ୍ପନ୍ନ ୧୨ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ଆର‍୍ୟନ ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡ୍‌‌କୁ ପରିବେଶ ମଞ୍ଜୁରୀ ମଧ୍ୟ ପ୍ରଦାନ କରାଯାଇଛି।