Happy Birthday Naveen patnaik - The Sakala

କୁନି କୁନି ପିଲାଙ୍କ ଗହଣରେ ଜନ୍ମଦିନ ପାଳନ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର : ଭୁବନେଶ୍ଵର ଏସଓଏସ୍ ଭିଲେଜରେ କୁନି କୁନି ପିଲାଙ୍କ ଗହଣରେ ଜନ୍ମଦିନ ପାଳନ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। । ସେମାନଙ୍କ ସହିତ ସମୟ ବିତାଇବା ସହ ପିଲାଙ୍କୁ ଚକୋଲେଟ, ମିଠା ବାଣ୍ଟିଥିଲେ। ପିଲାମାନଙ୍କୁ ନିଜ ଜନ୍ମଦିନ ଅବସରରେ ଉପହାର ମଧ୍ୟ ଦେଇଥିଲେ ନବୀନ। ପିଲାଙ୍କ ସହିତ ନିଜର ଜନ୍ମଦିନ ପାଳନ କରି ନବୀନ ପଟ୍ଟନାୟକ ଯେତେ ଖୁସି ଥିଲେ, ପିଲାମାନେ ବି ସେତିକି ଖୁସି ହୋଇଥିଲେ ।

ନିଜ ଜନ୍ମଦିନରେ ଓଡ଼ିଶାବାସୀଙ୍କୁ ନବୀନ କହିଛନ୍ତି, ମୁଁ ସବୁବେଳେ ଆପଣଙ୍କ ସହ ଅଛି ଓ ରହିବି। ଶେଷ ସମୟ ଯାଏ ଓଡ଼ିଶା ମାଆର ସେବା ଜାରି ରଖିବି। ନିଜ ଜନ୍ମଦିନରେ ବିଜେଡିର ଜନସଂପର୍କ ପଦଯାତ୍ରାରେ ସାମିଲ ହୋଇ ଏହା କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକ କହିଛନ୍ତି, ବିଜେଡି ହେଉଛି ଆପଣମାନଙ୍କ ବଳ, ଓଡ଼ିଶାବାସୀଙ୍କ ବଳ। ବିଜେଡିର ଜନ ସଂପର୍କ ପଦଯାତ୍ରାରେ ସାମିଲ ହୋଇ ବହୁତ ଖୁସି ବୋଲି ସେ କହିଛନ୍ତି। ବିଜେଡିର ଏହି ଜନସଂପର୍କ ପଦଯାତ୍ରା ହୋଇଥିଲା ଏକାମ୍ର ଭୁବନେଶ୍ୱରର ଗଙ୍ଗନଗରରେ। ବିଜୁ ଆଦର୍ଶ କଲୋନୀର ପଦଯାତ୍ରାରେ ସେ ସାମିଲ ହୋଇଥିଲେ ।

ରାଜନୀତିର ଭିନ୍ନ ସ୍ୱର ନବୀନ
ପ୍ରଜାମାନଙ୍କର ଶୃଙ୍ଖଳିତ ଜୀବନଯାପନ ପାଇଁ ଶାସନ ଗାଦିରେ ବସିଥିବା ବ୍ୟକ୍ତିବିଶେଷ ଦ୍ୱାରା ପ୍ରଣିତ ଅନୁଶାସନ ଧାରାକୁ ରାଜନୀତି କୁହାଯାଇଥାଏ। ପୁରାଣ ବର୍ଣ୍ଣିତ ରାଜା ହେଉ କି ଅବତାରୀ ପୁରୁଷ ଅବା ଇତିହାସର କେଉଁ ସମ୍ରାଟ - ସମସ୍ତେ ନିଜ ନିଜର ସ୍ୱତନ୍ତ୍ର ନୀତିରେ ଶାସନ କରିଆସିଛନ୍ତି।  ଏହି ନୀତିରେ କିଏ ପ୍ରଜାନୁରଞ୍ଜନର ଆଖ୍ୟା ପାଇଛି ତ କିଏ ବ୍ୟଭିଚାରୀ ବା ସ୍ୱେଚ୍ଛାଚାରୀ ଶାସକର ଟୀକା ପିନ୍ଧି ଜନମାସନରେ ରେଖାଙ୍କିତ ହୋଇ ରହିଯାଇଛି। ଆଜିର ଗାଣତନ୍ତ୍ରିକ ବ୍ୟବସ୍ଥାରେ ମଧ୍ୟ ସମାନ ନୀତି ଅନୁସରଣରେ ଶାସନ ଚାଲିଛି। ଫରକ୍‌ ଏତିକି ହୋଇଛି ଯେ, ଶାସନ ଗାଦିରେ ବସୁଥିବା ବ୍ୟକ୍ତିବିଶେଷ ବା ଦଳକୁ ସାଧାରଣଜନତା ସେମାନଙ୍କର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରି ଦେଶ ବା ରାଜ୍ୟ ଶାସନର ଅଧିକାର ବା କ୍ଷମତା ଦେଉଛନ୍ତି, ଯାହା ସମୟାନ୍ତରରେ ପରିବର୍ତ୍ତନଶୀଳ।

ରାଜ୍ୟ ବା ପ୍ରଜା ଶାସନର ଧାରା ବା ନୀତିକୁ ରାଜନୀତି କୁହାଯାଉଥିଲେ ହେଁ, ସାଧାରଣ ଭାବେ କପଟତାର ଦାଓପେଞ୍ଚ ହିଁ ରାଜନୀତିର ପ୍ରକୃତ ପରିଭାଷାକୁ ବୁଝାଇଥାଏ। ଶାସନ ଗାଦି ଅକ୍ତିଆର କରିବା ପାଇଁ କଳ-ବଳ-କୌଶଳର ନୀତି ହିଁ ରାଜନୀତିର ଏକ ବିପକ୍ଷ ବା ବିପରୀତ ପରିଚୟ ସୃଷ୍ଟି କରିଛି। ଆଜିର ଗଣତନ୍ତ୍ରରେ ଖୁବ୍‌ କମ୍‌ ନେତା ଦେଖାଯା’ନ୍ତି, ଯେଉଁମାନେ କି ଏହି ଭିନ୍ନ ରାଜନୀତିର ସ୍ୱର ଓ ସ୍ୱାକ୍ଷରଠୁ ବହୁ ଦୂରରେ। ସେମାନେ ଶାସନ କ୍ଷମତାରେ ଥା’ନ୍ତୁ କି ନ ଥାଆନ୍ତୁ, ପ୍ରଜାନୁରଞ୍ଜନର ମାଳା ପିନ୍ଧି ଜନତାଙ୍କ ମାନସପଟରେ ସର୍ବଦା ଝଟକୁଥା’ନ୍ତି। ସେମାନେ ନିଜ ଦଳ, ନିଜ ପରିବାର, ନିଜ ସଂପର୍କୀୟ କିମ୍ବା ନିଜ ଅନୁଗତ - କାହାକୁ ବି ଖୁସି କରିବା ବଦଳରେ ଜନକଲ୍ୟାଣର ମନ୍ତ୍ରରେ ଦୀକ୍ଷିତ ହୋଇ ନିନ୍ଦା-ପ୍ରଶଂସାର ଊର୍ଦ୍ଧ୍ବରେ ରହି ଜୀବନ ବିତାଉଥା’ନ୍ତି। ଏମିତି ଅନେକଙ୍କ ମଧ୍ୟରୁ ଜଣେ ହେଉଛନ୍ତି, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୀର୍ଘ ୨୪ ବର୍ଷର ନିରଂକୁଶ ଶାସନ ଗାଦିରେ ଥିବା ବିଜୁ ଜନତା ଦଳର ସର୍ବମାନ୍ୟ ସଭାପତି ନବୀନ ଏବେ ବିରୋଧୀ ଦଳ ନେତା। ଭୋଟ ରାଜନୀତିରେ ନବୀନ ଆଜି ମୁଖ୍ୟମନ୍ତ୍ରୀ ଆସନରୁ ଅପସରି ଯାଇଛନ୍ତି ସତ; ଓଡ଼ିଶାର କୋଟି କୋଟି ଜନତା ଆଜି ବି ତାଙ୍କୁ ମୁଖିଆ ଭାବେ ଗଣୁଛନ୍ତି।

ଦୁର୍ଭିକ୍ଷ, ଅନାହାର, ନିରକ୍ଷରତା, ବେକାରୀ, ପ୍ରାକୃତିକ ବିପର୍ଯ୍ୟୟର ତାଡ଼ନାରେ ଜର୍ଜରିତ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାର ପଣ ନେଇ ନବୀନ ଓଡ଼ିଶା ରାଜନୀତିରେ ପ୍ରବେଶ କରିଥିଲେ। ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଦେହାନ୍ତ ପରେ ବିଜୁଙ୍କ ପ୍ରତି ଓଡ଼ିଶାବାସୀଙ୍କ ଅକୁଣ୍ଠ ଭଲ ପାଇବାକୁ ଆଧାର କରି ୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ଜନ୍ମ ନେଇଥିବା ବିଜୁ ଜନତା ଦଳର ମଙ୍ଗ ଧରିଥିଲେ ବିଜୁ ପଟ୍ଟନାୟକଙ୍କ କନିଷ୍ଠ ପୁତ୍ର ନବୀନ। ୨୦୦୦ ମସିହା ମାର୍ଚ୍ଚ ମାସ ୫ ତାରିଖରେ ନବୀନ ଓଡ଼ିଶାର ୧୪ତମ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବା ପୂର୍ବରୁ ୧୯୯୮ ମସିହା ସାଧାରଣ ନିର୍ବାଚନରେ ଓଡ଼ିଶାରୁ ସାଂସଦ ନିର୍ବାଚିତ ହୋଇ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟ ସରକାରରେ ଖଣି ମନ୍ତ୍ରୀ ଭାବେ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ପାଇଥିଲେ। ଏହାପରେ ୨୦୦୦ ମସିହାର ସାଧାରଣ ନିର୍ବାଚନ ଜିତି ନବୀନ ବିଜେଡି-ବିଜେପି ମେଣ୍ଟର ନେତା ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ। ୨୦୦୪ ମସିହା ସାଧାରଣ ନିର୍ବାଚନରେ କେନ୍ଦ୍ରରେ ଏନ୍‌ଡିଏର ନିର୍ବାଚନ ପରାଜୟ ସତ୍ତେ୍ୱ ଓଡ଼ିଶାରେ ନବୀନଙ୍କ ଦୂରଦର୍ଶୀ ଶାସନ ନୀତି ପାଇଁ ରାଜ୍ୟବାସୀ ପୁଣି ଥରେ ବିଜେଡି-ବିଜେପି ମେଣ୍ଟକୁ ଜିତାଇଲେ ଏବଂ ନବୀନ ପୁଣିଥରେ ମୁଖ୍ୟମନ୍ତ୍ରୀ ହେଲେ। କିନ୍ତୁ ରାଜ୍ୟରେ ଧର୍ମୀୟ ବିଭେଦ କାରଣକୁ ନେଇ ବିଜେପିଠାରୁ ଦୂରେଇ ଯାଇ ୨୦୦୯ ସାଧାରଣ ନିର୍ବାଚନରେ  ବିଜୁ ଜନତା ଦଳ ଏକାକୀ ଲଢ଼ିଲା ଏବଂ ଓଡ଼ିଶାବାସୀ ନବୀନଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଆସନରେ ବସାଇଲେ।

ସୁତରାଂ ୨୦୦୦ ମସିହାରୁ ୨୦୨୪ ମସିହା ପର୍ଯ୍ୟନ୍ତ ଦୀର୍ଘ ୨୪ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନବୀନ ଏଭଳି ଏକ ପରିବେଶ ସୃଷ୍ଟି କରିଛନ୍ତି, ଏବେ ଏବେ ନୂଆକରି ସାବାଳକ ହୋଇ ଭୋଟ ଦେଇଥିବା ଯୁବକଯୁବତୀମାନେ ତାଙ୍କ ଜୀବନକାଳ ଭିତରେ କେବଳ ଗୋଟିଏ ଚେହେରାକୁ ହିଁ ମୁଖ୍ୟମନ୍ତ୍ରୀ ଭାବେ ଦେଖି ଆସିଛନ୍ତି। ଆଜି ଅନ୍ୟ ଜଣେ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ହେଁ, ଏବେବି ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ପଚାରିଲେ କିଛି ଲୋକଙ୍କ ପାଟିରୁ ଅଜାଣତରେ ବା ଅଭ୍ୟାସଗତରେ ନବୀନ ପଟ୍ଟନାୟକ ବୋଲି ବାହାରି ଆସୁଛି। ଏହା କେବଳ ନବୀନଙ୍କ ଦୀର୍ଘବର୍ଷର ଶାସନ ଅବଧି ପାଇଁ ନୁହେଁ; ଚିରାଚରିତ ରାଜନୀତିକି ଦାଓପେଞ୍ଚ ବା କପଟତାରୁ ଦୂରେଇ ନବୀନ ଓଡ଼ିଶା ରାଜନୀତିରେ ଛାଡ଼ିଯାଇଥିବା ଅଲିଭା ଛାପ ଯୋଗୁଁ। କହିବାକୁ ଗଲେ, ନବୀନ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନୁହେଁ; ତାଙ୍କ ନିର୍ବିବାଦୀୟ ନେତୃତ୍ୱ, ସ୍ୱଳ୍ପଭାଷୀ, ସୁବିଚାର ଓ ଜନକଲ୍ୟାଣକାରୀ ଦୂରଦର୍ଶୀ ଶାସନ ପାଇଁ ସେ ଆଜି ଓଡ଼ିଶାର ଘରେ ଘରେ ଜଣେ ପରିଚିତ ଓ ପୂଜନୀୟ ବ୍ୟକ୍ତିତ୍ୱ। ଦଳୀୟ ଭାବନା ନେଇ କୁତ୍ସାରଟନା କରୁଥିବା ଅନ୍ୟଦଳର ଲୋକଟିଏ ନବୀନଙ୍କୁ ସମ୍ମୁଖରେ ଦେଖିଲେ ଲଜ୍ଜାବୋଧର କରେ, ଆଉ ତାଙ୍କୁ ଯଥୋଚିତ ସମ୍ମାନ ଜଣାଇବାକୁ କୁଣ୍ଠାବୋଧ କରେ ନାହିଁ। କେବଳ ଓଡ଼ିଶାର ରାଜନୈତିକ ଦୃଶ୍ୟପଟରେ ନୁହେଁ; କେନ୍ଦ୍ରରେ ମଧ୍ୟ ସର୍ବଦଳୀୟ ଗ୍ରହଣୀୟତା ନବୀନଙ୍କୁ ଜଣେ ସର୍ବମାନ୍ୟ ଲୋକପ୍ରିୟ ରାଜନେତାର ମାନ୍ୟତା ଦେଇଛି। ଏସବୁ ସତ୍ତେ୍ୱ ବିବାଦୀୟ ପ୍ରସଙ୍ଗରେ ସମଦୂରତା ବଜାୟ ରଖି ନବୀନ ରାଜ୍ୟସ୍ୱାର୍ଥକୁ ସର୍ବାଦୌ ଗୁରୁତ୍ୱ ଦେଇ ଆସିଛନ୍ତି। ତାଙ୍କ ଶାସନକାଳରେ ଅନୁସୃତ ନୀତି ଯୋଜନାକୁ ଆଜି ଅନେକ ରାଜ୍ୟ ଏବଂ କେନ୍ଦ୍ର ସରକାର ଅନୁସରଣ କରୁଛନ୍ତି। ଦୀର୍ଘ ୨୪ ବର୍ଷର ଶାସନ ଭିତରେ ଓଡ଼ିଶାକୁ ବିକାଶର ଶିଖରରେ ପହଞ୍ଚାଇବା ପାଇଁ ନବୀନ ଏମିତି କିଛି ପ୍ରସଙ୍ଗ ଅଛୁଆଁ ରଖିଯାଇ ନାହାନ୍ତି, ଯାହାକୁ ନେଇ ଏବର ନୂଆ ସରକାର ଲୋକଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି।

ସବୁ ପ୍ରକାର ପ୍ରତିକୂଳ ସ୍ଥିତିରୁ ସୁଧୁରି ଓଡ଼ିଶା ବିକାଶ ଦିଗରେ ଆଗେଇ ଯାଉଥିବାବେଳେ ଆଉ କିଛି ନୂଆ ସମ୍ଭାବନାର ସ୍ୱପ୍ନ ଅବା ଭେଳିକିରେ ରାଜ୍ୟବାସୀ ଭାରତୀୟ ଜନତା ପାର୍ଟି- ବିଜେପି ହାତରେ ରାଜ୍ୟ ଶାସନକୁ ଟେକି ଦେଇଛନ୍ତି। ହେଲେ ନୂଆ ସରକାରଙ୍କ ସତର ମାସ ଶାସନର ସ୍ଥିତି ଓ ଗତିରୁ ରାଜ୍ୟବାସୀ ସେଭଳି କିଛି ଆଭାସ କି ଆଶା-ଆଶ୍ୱାସନା ପାଇପାରୁ ନାହାନ୍ତି, ଯାହା ନବୀନଙ୍କଠାରୁ ମିଳିଥିଲା। ଅଳ୍ପରେ ସନ୍ତୁଷ୍ଟ ଓଡ଼ିଶାବାସୀ ଶାନ୍ତିପ୍ରିୟ। କିନ୍ତୁ ଆଜି ଓଡ଼ିଶାର କୋଣଅନୁକୋଣରେ ଅଶାନ୍ତିର କଳରବ। ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ପୁଲିସକୁ ଅପରାଧୀଙ୍କ ଭୟ ନାହିଁ। କାଳରାତ୍ରିର ଭୟଠାରୁ ଦିନର ସାଧାରଣ ଜୀବନଯାତ୍ରା ଅଧିକ ବିପନ୍ନ ହୋଇପଡ଼ିଛି। ପାରସ୍ପାରିକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସଂପର୍କ ଆଜି ଅବିଶ୍ୱାସର ଅଳନ୍ଧୁରେ କବଳିତ।

ଏଭଳି ସ୍ଥିତିରେ ରାଜନୈତିକ ଫାଇଦା ଉଠାଇବା ବଦଳରେ ନବୀନ କିନ୍ତୁ ରାଜ୍ୟବାସୀଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିବା ସହ ରାଜ୍ୟସ୍ୱାର୍ଥ ଓ ଜନସ୍ୱାର୍ଥକୁ ଗୁରୁତ୍ୱ ଦେବା ପାଇଁ ରାଜ୍ୟ ସରକାରଙ୍କୁ ସଜାଗ କରୁଛନ୍ତି। ରାଜ୍ୟର ଗରିମାକୁ ଅକ୍ଷୁଣ୍ଣ ରଖିବା ପାଇଁ ଅପରାଧୀକ ତତ୍ତ୍ୱମାନଙ୍କ ପ୍ରତି ସତର୍କ ରହିବା ସହ କଠୋର ନୀତି ଆପଣାଇବାକୁ ଶାସନମୁଖ୍ୟଙ୍କୁ ଚେତାଇ ଦେଉଛନ୍ତି।

ଆଜିର ସମୟରେ ରାଜନୈତିକ ବିରାଦରୀ ବା ରାଜନୈତିକ ପୃଷ୍ଠପୋଷକତାରୁ କ୍ଷମତାକେନ୍ଦ୍ରର ଅଂଶୀଦାର ହୋଇପାରିଥିବା ଅନେକ ରାଜନେତା ବିବାଦୀୟ ଓ ବିତର୍କିତ। କ୍ଷମତା ହାସଲ ପରେ ଜନକଲ୍ୟାଣ ପାଇଁ ଚିନ୍ତା କରିବା ବଦଳରେ ସ୍ୱ-ସ୍ୱାଚ୍ଛନ୍ଦ୍ୟକୁ ଗୁରୁତ୍ୱ ଦେଇ ଲୋକପ୍ରିୟତା ହରାଇ ବସୁଛନ୍ତି। ତେଣୁ ଏବର ରାଜନୈତିକ ଚିତ୍ରପଟରେ ନବୀନଙ୍କ ଭଳି ଜଣେ ସର୍ବାଜନାଦୃତ ନେତା ନିଶ୍ଚିତ ଭାବେ ବିରଳ। ଆଜି ତାଙ୍କର ୭୯ତମ ଜନ୍ମଦିନରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଶତାୟୁ କାମନା ସହ ପ୍ରତିପାତ।

ମହେଶ୍ୱର ସାହୁ

-ସହକାରୀ ବାର୍ତ୍ତା ସମ୍ପାଦକ, ‘ସକାଳ’

ବ୍ୟତିକ୍ରମ
ରାସ୍ତାକୁ ଓହ୍ଲାଇଲେ ଲୋକଙ୍କ ଥାଟପଟାଳି ଭାଙ୍ଗେ, ହାତ ହଲାଇଦେଲେ ଅୟୁତ ହୃଦୟରେ ଆନନ୍ଦର ପ୍ଳାବନ ଖେଳିଯାଏ। ଆଉ ହସିଦେଲେ ଚିର ସୁଗନ୍ଧିତ ଫୁଲର ବାସ୍ନାରେ ମହକି ଯାଏ କୋଟିକୋଟି ଲୋକଙ୍କ ମନ। ଓଡ଼ିଶା ହେଉଛି ତାଙ୍କର ଜୀବନ,  ଓଡ଼ିଶାବାସୀ ହେଉଛନ୍ତି ତାଙ୍କର ପରିବାର, ପ୍ରତ୍ୟେକ ଜୀବନ ତାଙ୍କ ପାଇଁ ମୂଲ୍ୟବାନ। କୋଟିକୋଟି ଓଡ଼ିଆ ପରିବାରର ସେ ଅଘୋଷିତ ମୁରବୀ। କ୍ଷମତାରେ ଥାଆନ୍ତୁ ବା ନ ଥାଆନ୍ତୁ, ଓଡ଼ିଶା ପାଇଁ ତାଙ୍କ ଜୀବନ ଉତ୍ସର୍ଗୀକୃତ ଓ ପ୍ରତି ଓଡ଼ିଆର ବ୍ୟଥା ତାଙ୍କ ପାଇଁ ମର୍ମାନ୍ତିକ। ଦୀର୍ଘ ୨୪ ବର୍ଷ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକ କେବଳ ଶାସନରେ ରେକର୍ଡ କରି ନାହାନ୍ତି; ଓଡ଼ିଶାକୁ ବିକାଶର ନଭଶ୍ଚୁମ୍ଭୀ ଶିଖରରେ ପହଞ୍ଚାଇବାକୁ ସକ୍ଷମ ହୋଇଛନ୍ତି। ତାଙ୍କର ନୀତି ଦେଶରେ ‘ନବୀନ ନୀତି’ ରୂପେ ପରିଚିତି ପାଇଛି, ତାଙ୍କର ଆଦର୍ଶ ସାରା ଦେଶରେ ପ୍ରଶଂସିତ ହୋଇଛି, ତାଙ୍କର ପ୍ରତ୍ୟେକ କାର୍ଯ୍ୟକ୍ରମ ଅନ୍ୟ ରାଜ୍ୟ ପାଇଁ ଅନୁକରଣୀୟ ହୋଇଛି। ତାଙ୍କର ଯୋଜନା ‘ନିତି’ ବୈଠକରୁ ଆରମ୍ଭ କରି ଜାତିସଂଘ ପର୍ଯ୍ୟନ୍ତ ଗ୍ରହଣୀୟ ହୋଇଛି।  କର୍ଦ୍ଦମାକ୍ତ ରାଜନୀତି ତାଙ୍କ ବ୍ୟକ୍ତିତ୍ୱକୁ ଛୁଇଁ ପାରିନାହିଁ; ବ୍ୟକ୍ତିଗତ ବିଦ୍ୱେଷ,  ପାରସ୍ପରିକ ଆକ୍ଷେପ, କୁତ୍ସାରଟନା ତାଙ୍କ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିବାକୁ ସକ୍ଷମ ହୋଇନାହିଁ। ତାଙ୍କ ମତରେ  ରାଜନୀତି ଓ ନୀତି ପରସ୍ପର ଅଙ୍ଗାଙ୍ଗୀ ଜଡ଼ିତ। ନୀତିହୀନ ରାଜନୀତି ସମାଜ ପାଇଁ କ୍ଷତିକାରକ ଓ ବିନା ନୀତିରେ ରାଜନୀତି ମୂଲ୍ୟହୀନ। କ୍ଷମତା ହାସଲ ରାଜନୀତିର ଉଦ୍ଦେଶ୍ୟ ନୁହେଁ; ଉଚ୍ଚ ରାଜନୈତିକ ମୂଲ୍ୟବୋଧ ଦ୍ୱାରା ଲୋକଙ୍କ କଲ୍ୟାଣ କରିବା ଏହାର ପ୍ରମୁଖ ଲକ୍ଷ୍ୟ। ମହାତ୍ମା ଗାନ୍ଧୀଙ୍କ ଅହିଂସା, ଗୌତମବୁଦ୍ଧଙ୍କ ଅଷ୍ଟାଙ୍ଗ ମାର୍ଗ, ମହାବୀର ଜୈନଙ୍କ ନିଷ୍କାମ ସାଧନା ଓ ଭୀମଭୋଇଙ୍କ ଜୀବନ ଦର୍ଶନର ଏକ ମିଳିତ ସମ୍ମିଶ୍ରଣ ହେଉଛି ନବୀନଙ୍କ ଜୀବନ। ସେହି ଦୃଷ୍ଟିରୁ ନବୀନ ହେଉଛନ୍ତି ଜଣେ ବ୍ୟତିକ୍ରମ ମୁଖ୍ୟମନ୍ତ୍ରୀ, ଭିନ୍ନ ରାଜନେତା।

ନିରାସକ୍ତି ହେଉଛି ମଣିଷର ସର୍ବୋଚ୍ଚ ଗୁଣ ଓ ଏହା ମଣିଷକୁ ଏକ ମଣିରେ ପରିଣତ କରିପାରେ। ରାଜପଦ ତ୍ୟାଗ କରି ଲୁମ୍ବିନୀ ଓ ବର୍ଦ୍ଧମାନର ଯୁବରାଜ ଯେଉଁ ପଥକୁ ବାଛିଥିଲେ, ତାହା ଥିଲା ସାଧାରଣ ମାନବିକ ପ୍ରକୃତିର ସମ୍ପୂର୍ଣ୍ଣ ବିପରୀତ। ଯୁବରାଜ ଗୌତମ ଉଭୟ ଆସକ୍ତି ତ୍ୟାଗ କରି ନିରାସକ୍ତ ହୋଇଥିଲେ। ଅନୁରୂପ ଭାବରେ ବୁଦ୍ଧ ଓ ମହାବୀରଙ୍କ ପଦାଙ୍କ ଅନୁସରଣ କରି ଏକ ସୁସ୍ଥ, ସ୍ୱଚ୍ଛନ୍ଦ, ସାବଲୀଳ ଜୀବନ ଛାଡ଼ି ଏକ ଆର୍ଥିକ ରୁଗ୍‌ଣ, ବାତ୍ୟା ବିଧ୍ୱସ୍ତ ରାଜ୍ୟର ଶାସନ ଭାର ନେବାକୁ ଆଗେଇ ଆସିଥିଲେ ନବୀନ ପଟ୍ଟନାୟକ। ସମ୍ଭ୍ରାନ୍ତ ବନ୍ଧୁଙ୍କ ସାନ୍ନିଧ୍ୟ ଛାଡ଼ି ଓଡ଼ିଶାର ଚାଷୀ, ମହିଳା, ଆଦିବାସୀଙ୍କ ସେବା କରିବା ଲାଗି ପଣ କରିଥିଲେ। ଏହାର ଫଳଶ୍ରୁତି ଥିଲା ଅତ୍ୟନ୍ତ ଚମକପ୍ରଦ। ବଦଳି ଯାଇଥିଲା ଦେଶର ସବୁଠୁ ଦୁର୍ବଳ, ଆର୍ଥିକ ରୁଗ୍‌ଣ, ମହାବାତ୍ୟା ଓ ମହାମାରୀ ପ୍ରବଣ ଓଡ଼ିଶାର କାୟାକଳ୍ପ। ତାଙ୍କ ହାତର କାଉଁରୀ ଛୁଆଁ ଓଡ଼ିଶାର ସଫଳତା ଓ ସୁନାମକୁ ଅନ୍ତର୍ଜାତୀୟସ୍ତରରେ ପହଞ୍ଚାଇବାକୁ ସକ୍ଷମ ହୋଇଥିଲା।
ଓଡ଼ିଆଙ୍କ ବିକାଶ, ସମୃଦ୍ଧ  ଓଡ଼ିଶା ଗଠନ ନିମନ୍ତେ ସ୍ୱପ୍ନ ଦେଖୁଥିବା ପ୍ରବାଦପୁରୁଷ ବିଜୁବାବୁଙ୍କ ପଦାଙ୍କ ଅନୁସରଣ କରି ନବୀନ ଆଙ୍କିଥିଲେ ବିକାଶ ନକ୍ସା। ତାଙ୍କର ଦାରିଦ୍ର୍ୟ ଦୂରୀକରଣ, ସାମାଜିକ ସୁରକ୍ଷା, ମହିଳା ଓ କୃଷକଙ୍କ ସଶକ୍ତିକରଣ, ଶିଳ୍ପ ସ୍ଥାପନ, ସ୍ଥାନୀୟ ନିଯୁକ୍ତି କାର୍ଯ୍ୟକ୍ରମ ବଦଳାଇ ଦେଇଥିଲା ଓଡ଼ିଶାର ରୂପରେଖ।  ସାଧାରଣ ଗରିବ ରୋଗୀର ଘରୋଇ ଡାକ୍ତରଖାନାରେ ଚିକିତ୍ସା ସ୍ୱପ୍ନକୁ ପୂରଣ କରିଥିଲା ‘ବିଏସ୍‌କେୱାଇ’। ରାଜ୍ୟର ୮୦ଲକ୍ଷ ମହିଳାଙ୍କୁ ଆର୍ଥିକ ଓ ସାମାଜିକସ୍ତରରେ ସ୍ୱାବଲମ୍ବୀ କରିଥିବା ‘ମିଶନ ଶକ୍ତି’ ଦେଶର ଶ୍ରେଷ୍ଠ ମଡେଲ ଭାବରେ ବିବେଚିତ ହୋଇଥିଲା। ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିଥିଲା ‘କାଳିଆ’ ଓ ‘ବଳରାମ’ ପରି ଯୋଜନା।

ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କୁ ପ୍ରାଧାନ୍ୟ ଓଡ଼ିଶାକୁ ସାରା ଦେଶରେ ଦେଇଥିଲା ନୂଆ ପରିଚୟ। ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ୧୫% ସଂରକ୍ଷଣ, ‘ନୂଆ-ଓ’ ଯୋଜନାରେ କଲେଜ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ବୃତ୍ତି ଥିଲା ସମ୍ପୂର୍ଣ୍ଣ ନୂତନ ପଦକ୍ଷେପ। ରୂପାନ୍ତରଣ ଯୋଜନାରେ ରାଜ୍ୟର ଶିକ୍ଷାନୁଷ୍ଠାନ ନୂତନ ରୂପ। ପରିକ୍ରମା ପ୍ରକଳ୍ପ ଶ୍ରୀକ୍ଷେତ୍ର ପୁରୀର ଛବିକୁ ବଦଳାଇ ଦେଇଥିଲା। ରୂପାନ୍ତରଣ ଢ଼ାଞ୍ଚାରେ ବଦଳିଥିଲା ମହାପ୍ରଭୁ ଲିଙ୍ଗରାଜ, ତାରାତାରିଣୀ, ସମଲେଶ୍ୱରୀ ସହ ରାଜ୍ୟର ପ୍ରମୁଖ ଧାର୍ମିକ ପୀଠର କାୟାକଳ୍ପ। ସରକାରରେ ସ୍ୱଚ୍ଛତା ସହ ପ୍ରଶାସନକୁ ଦକ୍ଷ କରାଯିବା ନିମନ୍ତେ ଆରମ୍ଭ ହୋଇଥିଲା ‘ମୋ ସରକାର’। ସରକାରୀ କାର୍ଯ୍ୟାନ୍ୱୟନ ପଦ୍ଧତିକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ନିମନ୍ତେ କାର୍ଯ୍ୟକାରୀ ହୋଇଥିଲା ‘୫-ଟି’ ବ୍ୟବସ୍ଥା। ନବୀନଙ୍କ ପଦକ୍ଷେପର ଫଳଶ୍ରୁତି ସ୍ୱରୂପ ଖାଦ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶାକୁ ମିଳିଥିଲା ଅନ୍ତର୍ଜାତୀୟ ସମ୍ମାନ। ବିପର୍ଯ୍ୟୟ ପରିଚାଳନାରେ ବିପୁଳ ସଫଳତା ପାଇଁ ମିଳିତ ଜାତିସଂଘ ଦେଇଥିଲା ସ୍ୱୀକୃତି। କ୍ରୀଡ଼ା କ୍ଷେତ୍ରର ରୂପାନ୍ତରଣ ଓ କ୍ରୀଡ଼ା ଆୟୋଜନରେ ସଫଳତା ପାଇଁ ଦେଶର କ୍ରୀଡ଼ା ହବ୍‌ରେ ପରିଣତ ହୋଇଥିଲା ଓଡ଼ିଶା। ଭୋକର ଭୂଗୋଳ ଓଡ଼ିଶା ଦେଶର ୪ର୍ଥ ଶ୍ରେଷ୍ଠ ଚାଉଳ ଯୋଗାଣକାରୀ ଓ ନିଅଣ୍ଟିଆରୁ ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇ ପାରିଥିଲା। ଜଳସେଚନ, ଜଳ ଯୋଗାଣ, ସ୍ୱାସ୍ଥ୍ୟସେବାଠାରୁ ଆରମ୍ଭ କରି ସାମାଜିକ କଲ୍ୟାଣ କ୍ଷେତ୍ରରେ ଓଡ଼ିଶା ବିକାଶର ଅଗ୍ରଦୂତ ସାଜିଥିଲା, ସରକାରୀ ସେବା ହୋଇଥିଲା ଲୋକାଭିମୁଖୀ।

ସମାନତା ହେଉଛି ଏକ ରାଜନୈତିକ ମୂଲ୍ୟବୋଧ, ଯାହା ସୁନିଶ୍ଚିତ କରିବା ଶାସନ ମୁଖ୍ୟଙ୍କ ଦାୟିତ୍ୱ। ଜ୍ୟାମିତିକ ସମାନତା ରାଜନୈତିକ ନ୍ୟାୟ ପ୍ରତିଷ୍ଠା କରିବାରେ ସକ୍ଷମ ହୋଇଥାଏ ଓ ସାଧାରଣ ଲୋକଙ୍କ କଲ୍ୟାଣକୁ ସୁନିଶ୍ଚିତ କରିଥାଏ।  ଶାସ୍ତ୍ରରେ କୁହାଯାଇଛି, ଯେଉଁଠି ଆଇନ ନ୍ୟାୟସଙ୍ଗତ ନୁହେଁ, ତେବେ ତାହା ଅଦରକାରୀ ଓ ସାଧାରଣ ଲୋକଙ୍କ ପାଇଁ ଅହିତକର। ନବୀନ ଏହାକୁ ବୁଝିଥିଲେ ଓ କାର୍ଯ୍ୟରେ ବି ପରିଣତ କରିଥିଲେ।  ସେଇଥିପାଇଁ ନବୀନ ଭିନ୍ନ, ଅନନ୍ୟ ଓ ସ୍ୱତନ୍ତ୍ର। ରାଜନୀତିର ସମୟ ଚକ୍ର ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ପଦଚ୍ୟୂତ କରିଛି ସିନା; ଏବେ ବି ସେ ରାଜ୍ୟର କୋଟିକୋଟି ଲୋକଙ୍କ ହୃଦୟର ମୁଖ୍ୟମନ୍ତ୍ରୀ।

ଆଜି ତାଙ୍କ ଜନ୍ମ ଦିନ। ଏହି ଅବସରରେ ତାଙ୍କୁ ଅୟୁତ ଅୟୁତ ଶୁଭ କାମନା ଜଣାଉଛୁ ଓ ଦୀର୍ଘ ନିରାମୟ ଜୀବନ କାମନା କରୁଛୁ।

ାା ମାନସ ମଙ୍ଗରାଜ  ାା
ସାଂସଦ, ରାଜ୍ୟସଭା

ଭାରତର ରାଜନୀତିରେ ‘ନବୀନ’ ସିଦ୍ଧାନ୍ତ
ମହାତ୍ମା ଗାନ୍ଧୀଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଭାରତ ସରକାରଙ୍କର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ୨୪ ସେପ୍ଟେମ୍ବର ୧୯୬୯ ରେ ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ନିମନ୍ତେ ‘ରାଷ୍ଟ୍ରୀୟ ସେବା ଯୋଜନା’ ସ୍ଥାପିତ ହୋଇଛିଫ ସାମାଜିକ ସମସ୍ୟା ସମାଧାନ ଦିଗରେ ଜନସାଧାରଣଙ୍କର ଭାଗିଦାରିତା ସୃଷ୍ଟି କରିବା ନିମନ୍ତେ ଆବଶ୍ୟକ ‘ନେତୃତ୍ୱକାରୀ ସାମର୍ଥ୍ୟକୁ’ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ପ୍ରୋତ୍ସାହିତ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ଏକ ବେସରକାରୀ ସଂଗଠନ ଜିଲ୍ଲା ସଦର ମହକୁମାରେ ୫୦ଜଣ ବିଦ୍ୟାର୍ଥୀଙ୍କୁ ନେଇ ୫ଦିନିଆ ଶିବିର ଆୟୋଜନ କରିଥା’ନ୍ତି। ଅନ୍ଧବିଶ୍ୱାସ ମୁକ୍ତ ଓ ବୈଜ୍ଞାନିକ ଚିନ୍ତାଧାରାଯୁକ୍ତ ଜୀବନ ସଫଳତାର ପ୍ରଥମ ପାହାଚ ଏବଂ ସମ୍ବିଧାନର ଧାରା -୫୧(କ) ଅନ୍ତର୍ଗତ ନାଗରିକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ବିଦ୍ୟାର୍ଥୀମାନଙ୍କୁ ପ୍ରଶିକ୍ଷଣ ଦେବା କାର୍ଯ୍ୟ ମୁଁ କରୁଥାଏ। ତେଣୁ ଉକ୍ତ ବେସରକାରୀ ସଂଗଠନ ମୋତେ ନିମନ୍ତ୍ରଣ କରିଥା’ନ୍ତି।

ମହାବିଦ୍ୟାଳୟରେ ‘ରାଷ୍ଟ୍ରୀୟ ସେବା ଯୋଜନା’ ଦାୟିତ୍ୱରେ ଥିବା ଅଧ୍ୟାପକ ବିଦ୍ୟାର୍ଥୀମାନଙ୍କୁ ନେତୃତ୍ୱ ଦେବାକୁ ଆବଶ୍ୟକ ଦୁଇଟି ଯୋଗ୍ୟତା ସମ୍ପର୍କରେ ବୁଝାଉଥା’ନ୍ତି। ପ୍ରଥମ, ଜନତାଙ୍କ ସହ ବ୍ୟକ୍ତିଗତ ପ୍ରତ୍ୟକ୍ଷ ସମ୍ପର୍କ। ଦ୍ୱିତୀୟରେ ଜନସାଧାରଣଙ୍କ ସହ ଭାବର ଆଦାନ ପ୍ରଦାନ ନିମନ୍ତେ ବାକ୍‌-ପଟୁତା। ସିଧାସଳଖ  ସମ୍ପର୍କ ଓ ଭଲ କହିଲା ବାଲା ନହେଲେ ସଫଳ ନେତା ହୋଇ ପାରିବ ନାହିଁ। ଅଧ୍ୟାପକଙ୍କ ପାଠ ପଢ଼ା ସରିବା ପରେ ମୋ ପାଳି ଆସିଲା। ମାତ୍ର ମୁଁ ମୋ ବିଷୟକୁ ନ ଯାଇ ବିଦ୍ୟାର୍ଥୀ ଓ ଅନ୍ୟ ଅଧ୍ୟାପକଙ୍କ ଉପସ୍ଥିତିରେ ମୋର ଗୋଟିଏ ପ୍ରଶ୍ନ ଥିଲା, ଓଡ଼ିଶାରେ ଜନପ୍ରିୟତାର ଶୀର୍ଷରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନସମ୍ପର୍କ ଓ ବାକ୍‌ପଟୁତା। ବିଦ୍ୟାର୍ଥୀମାନଙ୍କ ଅପେକ୍ଷା ଅଧ୍ୟାପକବନ୍ଧୁମାନେ ସ୍ତବ୍ଧ। ବିରୋଧୀ ରାଜନୈତିକ ଦଳ ଓ ରାଜନୈତିକ ସମୀକ୍ଷକ ନବୀନ ବାବୁଙ୍କ ବିରୁଦ୍ଧରେ ଅପପ୍ରଚାର କରୁଥିଲେ ଯେ ତାଙ୍କର ଜନସାଧାରଣଙ୍କ ସହିତ ଆଦୌ ସମ୍ପର୍କ ନାହିଁ ଏବଂ ନବୀନ ବାବୁ ଭାଷଣ କଥା ଛାଡ଼ନ୍ତୁ ଅନ୍ୟ ପକ୍ଷରେ ବହୁତ କମ୍‌ କଥା କହନ୍ତି। ତେବେ କେଉଁ ଆଧାରରେ ସେ ଓଡ଼ିଶାବାସୀଙ୍କ ହୃଦୟ ଜିଣିଥିଲେ? ଯାହାଙ୍କୁ ଦେଖିବା ପାଇଁ ରାସ୍ତାକଡ଼ରେ ହଜାର ହଜାର ଆବାଳ ବୃଦ୍ଧ ବନିତା ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିଲେ?

ଭାରତର ରାଜନୀତିରେ ଏକ ନୂତନ ସିଦ୍ଧାନ୍ତ ସୃଷ୍ଟି କରିଥିଲେ ନବୀନ ବାବୁ। ଜନସାଧାରଣଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କର ସେତୁ ସୃଷ୍ଟି କରିଥିଲେ ‘ଜନ କଲ୍ୟାଣ ଯୋଜନା’ର ସୁଫଳ ଜରିଆରେ ଓଡ଼ିଶାବାସୀଙ୍କ ମୁହଁରେ ହସ ଫୁଟାଇ। ମିଥ୍ୟା ପ୍ରତିଶ୍ରୁତି ଓ ଲମ୍ବା ଭାଷଣ ପରିବର୍ତ୍ତେ ତିନୋଟି ଶବ୍ଦ ମାଧ୍ୟମରେ କୋଟିକୋଟି ଓଡ଼ିଶାବାସୀଙ୍କ ହୃଦୟକୁ ଜିତିଥିଲେ - ‘ଆପଣମାନେ ଖୁସି ତ’ ?

ସାଢେ଼ ଚାରିକୋଟି ଓଡ଼ିଶାବାସୀ କେବଳ ନୁହନ୍ତି ଦେଶବାସୀ ଜାଣିଛନ୍ତି ଯେ ଗତ ବିଧାନସଭା ନିର୍ବାଚନରେ  ଭାରତର ପ୍ରଧାନମନ୍ତ୍ରୀ, ଗଣ୍ଡା ଗଣ୍ଡା କେନ୍ଦ୍ରମନ୍ତ୍ରୀ, ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଓଡ଼ିଶାବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟ ନେଇଛନ୍ତି। ମାତ୍ର ଏକ ବର୍ଷ ମଧ୍ୟରେ ତାହା ପ୍ରମାଣ ହୋଇସାରିଛି। ଭାରତର ରାଜନୈତିକ ଇତିହାସରେ ନବୀନବାବୁ ନୂଆ ସିଦ୍ଧାନ୍ତର ପ୍ରତୀକ ପାଲଟିଛନ୍ତି।
ଅଧ୍ୟକ୍ଷ,

ବିଶ୍ୱାମିତ୍ର ଜନସେବା ଟ୍ରଷ୍ଟ, ଖୋର୍ଦ୍ଧା,
ମୋ: ୯୩୩୭୬୨୧୪୫୫

୭୮ ବର୍ଷରେ ନବୀନ: ଓଡ଼ିଶା ପ୍ରଗତିର ଅପ୍ରତିମ ବିନ୍ଧାଣି, ରାଜ୍ୟବାସୀ ତାଙ୍କ ମଥାରେ ଦେଇଛନ୍ତି ଅପରାଜେୟର ବିଜୟ ତିଳକ
କ୍ଷମତା ରାଜନୀତିର ସମ୍ଭ୍ରାନ୍ତ ଅଳିନ୍ଦରେ ଆତଯାତ ହୋଇ ସୁଦ୍ଧା ରାଜନୀତିରୁ ନିରାପଦ ଦୂରତା ଅବଲମ୍ବନ କରୁଥିବା ନବୀନଙ୍କ ପ୍ରତ୍ୟକ୍ଷ ରାଜନୀତିର ପ୍ରବେଶ ପ୍ରସଙ୍ଗ ଏକ ସମୟରେ ଥିଲା ଅକଳ୍ପନୀୟ। ଆକସ୍ମିକ ଭାବରେ ରାଜନୀତିରେ ପ୍ରବେଶ କରିଥିବା ନବୀନ ଇତିମଧ୍ୟରେ ପୂରଣ କରିଛନ୍ତି ରାଜନୈତିକ ଜୀବନର ଅପରାଜେୟ ୨୬ ବର୍ଷ। ଜୀବନର ୭୭ତମ ଶରତ ଅତିକ୍ରମ ସହ ସାରା ଦେଶରେ ସୃଷ୍ଟି କରିଛନ୍ତି ନୂଆ ଇତିହାସ। ଦୀର୍ଘ ଅବଧି କ୍ଷମତାସୀନ ଜୀବିତ ମୁଖ୍ୟମନ୍ତ୍ରୀ ସୂଚୀରେ ନବୀନ ସମ୍ପ୍ରତି ଦେଶର ଏକମାତ୍ର ନେତା। ସାମାଜିକ ଗଣମାଧ୍ୟମରେ ତାଙ୍କର ଅନୁଗାମୀଙ୍କ ସଂଖ୍ୟା ଅକଳନ ଏବଂ ଜାତୀୟ ଗଣମାଧ୍ୟମର ଆକଳନ ଅନୁସାରେ ରାଜ୍ୟରେ ସବୁଠୁ ଲୋକପ୍ରିୟ। ରାଜ୍ୟର ୫୫%ରୁ ଊର୍ଦ୍ଧ୍ବ ଭୋଟ ତାଙ୍କ ଦଳ ବିଜେଡି ସପକ୍ଷରେ ଏବଂ ୭୦%ରୁ ଊର୍ଦ୍ଧ୍ବ ଓଡ଼ିଆ ତାଙ୍କୁ ପୁନର୍ବାର ମୁଖ୍ୟମନ୍ତ୍ରୀ ରୂପେ ଦେଖିବାକୁ ଚାହାନ୍ତି। ଗତ ୨୬ ବର୍ଷ ଧରି ତାଙ୍କ ଉପରେ ରାଜ୍ୟବାସୀଙ୍କ ପ୍ରଚଣ୍ଡ ଆଶୀର୍ବାଦରେ ଟିକିଏ ବି ଊଣା ହୋଇ ନାହିଁ ଏବଂ ନବୀନ ପୁଣି ଷଷ୍ଠଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମ ଓ ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି। ଦୂରଦର୍ଶୀ ନେତୃତ୍ୱ ତାଙ୍କୁ କରିଛି ଓଡ଼ିଶା ପ୍ରଗତିର ଅପ୍ରତିମ ବିନ୍ଧାଣି, ଅନ୍ୟପକ୍ଷରେ ରାଜ୍ୟବାସୀ ତାଙ୍କ ମଥାରେ ଦେଇଛନ୍ତି ଅପରାଜେୟର ବିଜୟ ତିଳକ।

ଓଡ଼ିଶା ବିକାଶର ଅଗ୍ରସାରଥୀ ବିଜୁବାବୁ ଏକ ସମୃଦ୍ଧ ଓ ସଶକ୍ତ ଓଡ଼ିଶା ଗଠନର ସ୍ୱପ୍ନ ଦେଖିଥିଲେ। ମହିଳାଙ୍କୁ ସ୍ୱାବଲମ୍ବୀ, ଯୁବକମାନଙ୍କୁ ଆତ୍ମନିର୍ଭର କରିବା ଲାଗି ସେ ଗ୍ରହଣ କରିଥିଲେ ନୂଆ ପଦକ୍ଷେପ। ତାଙ୍କ ଅବର୍ତ୍ତମାନରେ ବିଜୁଙ୍କ ପଦାଙ୍କ ଅନୁସରଣ କରି ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନକୁ ଉଜାଗର ଲାଗି ଅଗ୍ରସର ହୋଇଛନ୍ତି ନବୀନ। ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ କେନ୍ଦ୍ରର ଆଭିମୁଖ୍ୟ ବିରୋଧରେ ନିଜର ନିଷ୍କମ୍ପ ଓ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ଅପରପକ୍ଷରେ ଦେଶ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ କେନ୍ଦ୍ରକୁ ଦେଇଛନ୍ତି ଅକୁଣ୍ଠ ସମର୍ଥନ। ତୃଣମୂଳସ୍ତରରେ ମିଶନ ଶକ୍ତି ଜରିଆରେ ରାଜ୍ୟର ୭୦ ଲକ୍ଷ ମହିଳାଙ୍କୁ ସ୍ୱାବଲମ୍ବୀ କରି ସେମାନଙ୍କର ଜୀବନଧାରଣରେ ଉନ୍ନତି ଆଣିବାକୁ ନିଆଯାଇଥିବା ପଦକ୍ଷେପ ସାଙ୍ଗକୁ ଲୋକସଭା ନିର୍ବାଚନରେ ଏକ ତୃତୀୟାଂଶ ମହିଳାଙ୍କୁ ସୁଯୋଗ ଦେଇ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ। ଚାଷର ଉନ୍ନତି ଓ ଚାଷୀଙ୍କ ଆୟ ବୃଦ୍ଧି ନିମନ୍ତେ ଲକ୍ଷ୍ୟଭେଦୀ ଯୋଜନା ପ୍ରସ୍ତୁତ କରିଛନ୍ତି। ରାଜ୍ୟର ସ୍ୱାସ୍ଥ୍ୟ ବଜେଟ୍‌‌ ବୃଦ୍ଧି କରାଯାଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜରିଆରେ ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ସେବାର ଗ୍ୟାରେଣ୍ଟି ଦେଇଛନ୍ତି। ପ୍ରଶାସନିକ ଶୃଙ୍ଖଳା, ଦଳୀୟ ଅନୁଶାସନ ଓ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତାକୁ ଗୁରୁତ୍ୱ ଦେଇଛନ୍ତି ନବୀନ। ପରିଣତିସ୍ୱରୂପ ଦଳରୁ ବାଦ ପଡ଼ିଛନ୍ତି ବହୁ ବଡ଼ ନେତା, ସରକାରରୁ ବାଦ ପଡ଼ିଛନ୍ତି ବହୁ ମନ୍ତ୍ରୀ, ପ୍ରଶାସନରୁ ବିଦା ହୋଇଛନ୍ତି ଶତାଧିକ ଅଧିକାରୀ। ‘ଆପଣମାନେ ଖୁସି ତ? ମୁଁ ବି ଖୁସି’ର ସ୍ଲୋଗାନ ଦେଇ ନିଜର କୋମଳ ହୃଦୟର ପରିଚୟ ଦେଇଛନ୍ତି। ଲୋକଙ୍କ ଖୁସିରେ ବିଭୋର ହୋଇଛନ୍ତି।

‘ମୋ ସରକାର’ ଓ ‘୫-ଟି’ ନବୀନଙ୍କ ଶାସନର ଦୁଇ ପ୍ରମୁଖ ଦିଗରେ ପରିଣତ ହୋଇଛି। ସାଧାରଣ ସେବାକୁ ଲୋକଙ୍କ ନିକଟତର ହୋଇପାରିଛି। ପ୍ରଶାସନରେ ଆସିଛି ସ୍ୱଚ୍ଛତା, କଠୋର ହୋଇଛି ଦୁର୍ନୀତି ବିରୋଧୀ ଆଭିମୁଖ୍ୟ। ଲୋକଙ୍କ ଭାବାବେଗକୁ ସମ୍ମାନ ଦେଇ ରାଜ୍ୟର ଧାର୍ମିକ ଓ ଐତିହ୍ୟ ସମ୍ପନ୍ନ ସ୍ଥାନର ବିକାଶ ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଧାର୍ମିକ ପୀଠର ଶ୍ରୀବୃଦ୍ଧି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସ୍ୱାସ୍ଥ୍ୟ ସେବାର ବିକାଶ ନିମନ୍ତେ ରାଜ୍ୟରେ ପ୍ରାୟ ଅଧ ଡ଼ଜନ ନୂଆ ଡାକ୍ତରଖାନା ନିର୍ମାଣ କରାଯାଇଛି। ଆହୁରି ଅଧ ଡ଼ଜନେ ମେଡ଼ିକାଲ କଲେଜ ସ୍ଥାପନ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। କଟକ ବଡ଼ ଡାକ୍ତରଖାନାକୁ ଏମ୍ସ ପ୍ଲସ ମାନ୍ୟତା ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ଥାପନ ହୋଇଛି ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ। ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ନିବେଶକଙ୍କ ପାଇଁ ବିଛା ଯାଇଛି ଲାଲ ଗାଲିଚା, ପରିଣତିସ୍ୱରୂପ ଦେଶର ସବୁଠୁ ଅଧିକ ପୁଞ୍ଜି ଓଡ଼ିଶାକୁ ଆସିବା ରାସ୍ତା ସୁଗମ ହୋଇଛି। ଆଇଟି, ଶିକ୍ଷା, ଆତିଥେୟତା, ସ୍ୱାସ୍ଥ୍ୟ ହବ୍‌‌ ଭାବରେ ସାରା ପୂର୍ବଭାରତରେ ଓଡ଼ିଶା ପରିଚିତି ଲାଭ କରିଛି। ଲୋକଙ୍କ ପାଖରେ ପହଞ୍ଚିଛି ପ୍ରଶାସନ। ସିଏମ୍‌‌ଓ ପ୍ରତ୍ୟେକ ଜିଲ୍ଲା ବୁଲି ଲୋକଙ୍କଠାରୁ ମତାମତ ସଂଗ୍ରହ କରିଛି; ଆପତ୍ତି ଓ ଅଭିଯୋଗ ଗ୍ରହଣ କରିଛି। ଜନ ପ୍ରସ୍ତାବ ଆଧାରରେ ‘ଆମ ଓଡ଼ିଶା-ନବୀନ ଓଡ଼ିଶା’ ଯୋଜନାରେ ପ୍ରସ୍ତୁତ ହୋଇଛି ବିକାଶ କାର୍ଯ୍ୟର ସୂଚୀପତ୍ର। ରାଜ୍ୟର ସମୃଦ୍ଧି ନିମନ୍ତେ ଆରମ୍ଭ ହୋଇଛି ‘ଲକ୍ଷ୍ମୀ’ର ଜୟଯାତ୍ରା।

ଅନ୍ୟପକ୍ଷରେ ବିପର୍ଯ୍ୟୟ ପରିଚାଳନାରେ ନବୀନ ହୋଇଛନ୍ତି ଅପ୍ରତିଦ୍ୱନ୍ଦ୍ୱୀ ମହାଯୋଦ୍ଧା। ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ନବୀନ ଆନ୍ତର୍ଜାତୀୟସ୍ତରରେ ପ୍ରଶଂସିତ ହୋଇଛନ୍ତି। ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ନବୀନଙ୍କୁ ପ୍ରଶଂସା କରିଛି। ମହାମାରୀର ଉପଯୁକ୍ତ ପରିଚାଳନା ଓ ଆପଦକାଳରେ ପଶୁପକ୍ଷୀଙ୍କ ନିମନ୍ତେ ଖାଦ୍ୟ ପାନୀୟ ବ୍ୟବସ୍ଥା କରି ଓଡ଼ିଶା ସୃଷ୍ଟି କରିଛି ଅନନ୍ୟ ପରିଚୟ। ଏଥିଲାଗି ‘ପେଟା’ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରାଯାଇଛି। କ୍ରୀଡ଼ାର ପରିଚାଳନା ଓ କ୍ରୀଡ଼ା ବିକାଶରେ ନବୀନଙ୍କ ଉଦ୍ୟମ ଓ ଅବଦାନକୁ ସ୍ୱୀକୃତି ଦେଇଛି ସ୍ପୋର୍ଟସଷ୍ଟାର। କ୍ରୀଡ଼ା ବିକାଶରେ ଦଶନ୍ଧିର ଶ୍ରେଷ୍ଠ ରାଜ୍ୟ ଭାବରେ ଓଡ଼ିଶାକୁ ମାନ୍ୟତା ମିଳିଛି। କ୍ରୀଡ଼ା ରାଜଧାନୀ ଭାବରେ ଓଡ଼ିଶା ସାରା ଦେଶର ମାନ୍ୟତା ପାଇଛି। ହକିର ପୃଷ୍ଠପୋଷକତା ଦେଶ ପାଇଁ ଆଣିଛି ଅଲିମ୍ପିକ୍ସ ମେଡ଼ାଲ। ଏସିଆଡ଼ରେ ହକିକୁ ମିଳିଛି ସ୍ୱର୍ଣ୍ଣ, ଓଡ଼ିଶାର କ୍ରୀଡ଼ାବିତ୍‌‌ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ରାଜ୍ୟ ତଥା ଦେଶକୁ ଗର୍ବିତ କରିଛନ୍ତି। ଜାତୀୟ ରାଜନୀତିରେ ନବୀନଙ୍କ ଜାଜୁଲ୍ୟମାନ ପ୍ରଭା ଓ ପ୍ରତିଷ୍ଠା ପ୍ରଶଂସିତ ହୋଇଛି। ବିଭିନ୍ନ ସମୟରେ ବିଭିନ୍ନ ଜାତୀୟ ପତ୍ରିକା ଦ୍ୱାରା ସର୍ଭେରେ ସେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବରେ ସ୍ୱୀକୃତି ପାଇଛନ୍ତି। ବିଭିନ୍ନ ଜାତୀୟ ଗଣମାଧ୍ୟମ ତାଙ୍କୁ ଦେଇଛି ଦେଶର ଶ୍ରେଷ୍ଠ ପ୍ରଶାସକ ମାନ୍ୟତା। ତାଙ୍କର ବିଭିନ୍ନ ପ୍ରଶାସନିକ ସଂସ୍କାର ଜାତୀୟସ୍ତରରେ ଶ୍ରେଷ୍ଠ ବିବେଚିତ ହୋଇଛି। ଏହା ସହିତ ଆଉଟଲୁକ୍‌‌ ଓ ଇଣ୍ଡିଆ ଟୁଡ଼େ ପରି ଜାତୀୟ ପତ୍ରିକା ଓ ସଙ୍ଗଠନ ପକ୍ଷରୁ ତାଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀ, ଶ୍ରେଷ୍ଠ ପ୍ରଶାସକ, ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ସେଇଥିପାଇଁ ନବୀନ ଭିନ୍ନ, ଅନନ୍ୟ, ଅପ୍ରତିମ, ଅପରାଜେୟ।

ପାଳିବେନି ଜନ୍ମଦିନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ନିଜର ଜନ୍ମଦିନ ପାଳିବେ ନାହିଁ। ଗତ ମାସରେ ବଡ଼ ଭଉଣୀ ଗୀତା ମେହେଟାଙ୍କ ବିୟୋଗ ହୋଇଥିବାରୁ, ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଜନ୍ମ ଦିବସ ପାଳନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ତେଣୁ ସୋମବାର ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରିଛନ୍ତି।

ନବୀନ ପଟ୍ଟନାୟକଙ୍କ ସଫଳତାର ‘୫-ସ’ ସୂତ୍ର
୧୯୯୭ ମସିହାରେ ଓଡ଼ିଶା ରାଜନୀତିରେ ପ୍ରଥମେ ପ୍ରବେଶ କରି ସାଂସଦ ରୂପେ ନିର୍ବାଚିତ ହୋଇଥିବା ନବୀନ ପଟ୍ଟନାୟକ, ୨୦୦୦ ମସିହାରୁ କ୍ରମାଗତ ଭାବେ ଓଡ଼ିଶାର ମୁ୍ଖ୍ୟମନ୍ତ୍ରୀ ଦାୟିତ୍ୱ ନିର୍ବାହ କରୁଆସୁଛନ୍ତି। ନବୀନଙ୍କ ଶାସନ ତତ୍ତ୍ୱକୁ ‘ନବୀନିଜମ୍’ ଓ ନବୀନଙ୍କ ଅର୍ଥ ପରିଚାଳନାକୁ ‘ନବୀନୋମିକ୍ସ ମଡେଲ୍’ ବୋଲି ବିବେଚନା କରାଯାଉଥିବାବେଳେ ତାଙ୍କର ସଫଳତା ପଛରେ ରହସ୍ୟ ହେଉଛି ‘୫-ସ’ ସୂତ୍ର।

‘୫-ସ’ ସୂତ୍ରର ପ୍ରଥମ ଉପାଦାନ ହେଲା ‘ସେବା’ ମନୋଭାବ। ଗତ ସେପ୍ଟେମ୍ବର ୩୦ ତାରିଖରେ, ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ପାଇଁ ଆୟୋଜିତ ଦୁଇଦିିନିଆ ପ୍ରସ୍ତୁତି ବୈଠକର ଉଦ୍ୟାପନୀ ଦିବସରେ ଉଦ୍ବୋଧନ ଦେଇ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଯେ ‘ଦଳପାଇଁ ଜନସେବା ହେଉଛି ମୁଖ୍ୟ ଓ ରାଜନୀତି ଏକ ମାଧ୍ୟମ।’ ଏହି ଜନସେବା ଆଦର୍ଶ ଯୋଗୁଁ ନବୀନ ସରଳ ଜୀବନ ଯାପନ କରିବା ଦେଖାଯାଏ। ଓଡ଼ିଶା ରାଜନୀତିକୁ ଆସିବା ପୂର୍ବରୁ ବୁଦ୍ଧିଜୀବୀ ତଥା ଲେଖକ ନବୀନ ପଟ୍ଟନାୟକ, ପୃଥିବୀର ବିଭିନ୍ନ ବୁଦ୍ଧୀଜୀବୀ ଗୋଷ୍ଠୀରେ ନିଜର ସମୟ ଅତିବାହିତ କରିଥିବା ବେଳେ ୨୦୦୦ରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରଠାରୁ ବାହାରକୁ ନ ଯାଇ ସବୁସମୟ ରାଜ୍ୟରେ କଟାଇବା ଦେଖାଯାଏ। ସେ ଓଡ଼ିଶାଲୋକଙ୍କୁ ନିଜର ପରିବାର ବୋଲି ସ୍ୱୀକାର କରିଛନ୍ତି। ନବୀନଙ୍କ ସେବା ମନୋଭାବର ସଦ୍ୟ ଉଦାହରଣ ମିଳିଥିଲା କୋଭିଡ୍-୧୯ ସମୟରେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୧ ମାର୍ଚ୍ଚରୁ ଦୁଇମାସ ଭିତରେ ୨୮, ୦୦୦ ମେଟ୍ରିକ ଟନ୍ରୁ ଅଧିକ ତରଳ ଅମ୍ଳଜାନ ୧୭ଟି ରାଜ୍ୟକୁ ଯୋଗାଇ ଦେଇ ଦେଶରେ ଅନେକ ଅମୂଲ୍ୟ ଜୀବନ ରକ୍ଷା କରିପାରିଥିଲେ।

‘୫-ସ’ ସୂତ୍ରର ଦ୍ୱିତୀୟ ଉପାଦାନ ହେଲା ‘ସ୍ୱପ୍ନ’। ପ୍ରତ୍ୟେକ ଜନନେତା ଲୋକଙ୍କ ପାଇଁ ସ୍ୱପ୍ନ ଦେଖିବା ଆବଶ୍ୟକ। ୨୦୦୦ମସିହାରେ ନବୀନ ବାବୁ ରାଜ୍ୟକୁ ଏକ ବିକଶିତ ରାଜ୍ୟରେ ପରିବର୍ତ୍ତନ କରିବା ପାଇଁ ସ୍ୱପ୍ନ ଦେଖିଥିଲେ। ୧୯୯୯ ମହାବାତ୍ୟାରେ ରାଜ୍ୟର ପ୍ରାୟ ୧୦,୦୦୦ ଲୋକ ପ୍ରାଣ ହରାଇଥିଲେ। ଏହାକୁ ଦୃଷ୍ଟିରେ ରଖି ନବୀନ ବାବୁ ରାଜ୍ୟକୁ ଏକ ବାତ୍ୟା-ବନ୍ୟା ପ୍ରତିରୋଧ ରାଜ୍ୟ ଭାବେ ଗଢ଼ିବାକୁ ସଂକଳ୍ପ ନେଲେ। ଏହାର ସୁଫଳ୨୦୧୩ରେ ଫାଇଲିନ୍ ବାତ୍ୟା ବେଳେ ଦେଖିବାକୁ ମିଳିଥିଲା। ଏହାକୁ ବିଚାରକୁ ନେଇ ମିଳିତ ଜାତିସଂଘ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ଓଡ଼ିଶା ସରକାରଙ୍କ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ମଡେଲ୍କୁ ପ୍ରଶଂସା ଓ ପୁରସ୍କୃତ କଲେ। ଏବେ ଆମେ ବାହାର ରାଜ୍ୟକୁ ବିପର୍ଯ୍ୟୟ ବେଳେ ସାହାଯ୍ୟ କରିପାରୁଛୁ। ୧୯୯୯-୨୦୦୦ରେ ୨୧୭୬ କୋଟି ଟଙ୍କାର ରାଜସ୍ୱ ନିଅଣ୍ଟ ରାଜ୍ୟ ଓଡ଼ିଶା ୨୦୦୭-୨୦୦୮ ବେଳକୁ ୧୦୪୬ କୋଟିର ଆର୍ଥିିକ ବଳକା ରାଜ୍ୟରେ ପରିଣତ ହୋଇପାରିଲା। ୨୦୦୦ମସିହାରେ ୬୩% ଲୋକ ରାଜ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବେଳେ ଏବେ ଏହା ୨୯%କୁ ଖସି ଆସିଛି। ସେହିପରି ୨୦୦୦ରେ ୩.୬ କୋଟି ଓଡ଼ିଶାବାସୀଙ୍କ ପାଇଁ ପ୍ରାୟ ୫୦ ଲକ୍ଷ ମେଟ୍ରିକ ଟନ୍ ଧାନ ରାଜ୍ୟରେ ଉତ୍ପାଦନ ହେଉ ଥିବା ବେଳେ ଏବେ ପ୍ରାୟ ୭୧ ଲକ୍ଷ ମେଟ୍ରିକ୍ ଟନ୍ ଧାନ ଉତ୍ପାଦନ ହେଉଛି ଏବଂ ଓଡ଼ିଶା ଏକ ବଳକା ଧାନ ରାଜ୍ୟରେ ପରିଣତ ହୋଇଛି। ଶିକ୍ଷା, ସ୍ୱାସ୍ଥ୍ୟସେବା, ଐତିହ୍ୟ ବିକାଶ, କ୍ରୀଡ଼ା କ୍ଷେତ୍ରରେ ରାଜ୍ୟରେ ଦେଶରେ ଏବଂ ବିଦେଶରେ ନିଜର ପରିଚୟ ସୃଷ୍ଟି କରିପାରିଛି।

ନବୀନଙ୍କ ସଫଳତାର ତୃତୀୟ ସୂତ୍ର ହେଲା ସର୍ବକାଳୀନ ‘ଶୃଙ୍ଖଳା’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୦ରେ ରାଜ୍ୟର ଶାସନ ଦାୟିତ୍ୱ ନେବାପରେ ସରକାରୀ କଳକୁ ଦୁର୍ନୀତିମୁକ୍ତ ଓ ଶୃଙ୍ଖଳିତ କରି ବିକାଶ କାର୍ଯ୍ୟରେ ନିୟୋଜିତ କରିଥିଲେ। ତାଙ୍କର ପଞ୍ଚମ ପାଳିରେ ପ୍ରଶାସନିକ ସଂସ୍କାରକୁ ଅଧିକ କ୍ରିୟାଶୀଳ କରି ‘୫-ଟି’ ଓ ‘ମୋ ସରକାର’ ପ୍ରକରଣ ପ୍ରଚଳନ କଲେ। ‘୫-ଟି’ ସଚିବ କ୍ଷେତ୍ର ପରିଦର୍ଶନ କରି ଏବଂ ବିଭିନ୍ନ ବିଭାଗର ‘୫-ଟି’ର ସମୀକ୍ଷାକରି ପ୍ରଶାସନକୁ ଅଧିକ ଶୃଙ୍ଖଳିତ କରି ପ୍ରଶଂସାର ପାତ୍ର ହେଉଛନ୍ତି। ଶୃଙ୍ଖଳାର ଦ୍ୱିତୀୟ କ୍ଷେତ୍ର ହେଲା ଦଳ। ବିଜୁ ଜନତା ଦଳର ଶୃଙ୍ଖଳାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ପ୍ରଶଂସା କରିଛନ୍ତି। ଜନବିରୋଧୀ ତଥା ଦୁର୍ନୀତିଗ୍ରସ୍ତ ନେତାମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ପ୍ରଥମରୁ ‘ଶୂନ୍ୟ ସହନଶୀଳତା’ ନୀତି ଅବଲମ୍ବନ କରିଆସୁଥିବାରୁ ଲୋକେ ବିଜେଡିକୁ ବିଶ୍ୱାସ କରୁଛନ୍ତି। ମନ୍ତ୍ରୀପଦ ତ୍ୟାଗକରି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବେ ଦଳର ସାଂଗଠନିକ ସମ୍ପାଦକ ଦାୟିତ୍ୱରେ ଅଛନ୍ତି। ସେ ଲୋକମାନଙ୍କ ସେବା ପାଇଁ ଦଳକୁ ଜିଲ୍ଲା ଓ ବ୍ଲକ ସ୍ତରରେ ଦୃଢ଼ୀଭୂତ କରିବାରେ ଲାଗିଛନ୍ତି।

ନବୀନଙ୍କର ସଫଳତାର ଅନ୍ୟ ଏକ ବ୍ୟକ୍ତିଗତ ଦିଗହେଲା ‘ସହଭାଗିତା’ ମନୋଭାବ। ଧାନର ସହାୟକ ମୂଲ୍ୟ ବୃଦ୍ଧି, ପୁରୀର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରି ଅନେକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀଦଳଙ୍କୁ ସାଥିରେ ନେଇ ସର୍ବସମ୍ମତି ପଦକ୍ଷେପ ନେବାକୁ ଚେଷ୍ଟିତ ଥାଆନ୍ତି। ମାର୍ଚ୍ଚ ୨୦୨୧ରେ ଯେତେବେଳେ ବିଧାନ ସଭାର ବିରୋଧୀ ଦଳର ବିଜେପି ବିଧାୟକମାନେ ଧାରଣା ଦେବାକୁ ନବୀନ ନିବାସ ଗଲେ ସେତେବେଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ବାଟରେ ଅଟକାଇ ନଥିଲେ ଏବଂ ବିଧାୟକମାନେ ନବୀନ ନିବାସ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଯଥା ସମ୍ମାନ ଓ ଆତିଥ୍ୟ ପ୍ରଦାନ କରିବା ସହିତ ସେମାନଙ୍କର ଦାବି ଶୁଣିଥିଲେ।

ମୁ୍ଖ୍ୟମନ୍ତ୍ରୀଙ୍କର ଅନ୍ୟ ଏକ ସଫଳତାର ରହସ୍ୟ ହେଲା – ‘ସାମାଜିକ ନ୍ୟାୟ ପ୍ରତି ବିଶ୍ୱାସ’। ୧୯୯୯-୨୦୦୦ରେ ୫ ଲକ୍ଷ ଗରିବ ଲୋକ ବିଭିନ୍ନ ଭତ୍ତା ପାଉଥିବାବେଳେ ଆଜି ଏହା ୪୯ ଲକ୍ଷରେ ପହଞ୍ଚି ପାରିଛି। ପ୍ରାୟ ୨୫ ଲକ୍ଷ ଗରିବ ଲୋକ ରାଜ୍ୟ ସରକାରଙ୍କର ସ୍ୱତନ୍ତ୍ର ଖାଦ୍ୟ ସୁରକ୍ଷା ଯୋଜନାରେ ସହାୟତା ପାଉଛନ୍ତି। ୫୩ ଲକ୍ଷ ଗରିବ କୃଷକ ପ୍ରତିବର୍ଷ ‘କାଳିଆ’ ଯୋଜନାରେ ଉପକୃତ ହେଉଛନ୍ତି। ମହିଳା ସଶକ୍ତୀକରଣ ତଥା ଲିଙ୍ଗଗତ ନ୍ୟାୟ କ୍ଷେତ୍ରରେ ରାଜ୍ୟ ସରକାରଙ୍କର କାର୍ଯ୍ୟ ଦେଶରେ ପ୍ରଶଂସିତ ହେଉଛି। ଆଜି ୭୦ ଲକ୍ଷରୁ ଉଦ୍ଧ୍ୱର୍ ମହିଳା ‘ମିଶନ ଶକ୍ତି’ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ମହିଳାମାନଙ୍କ ପାଇଁ ୫୦% ସ୍ଥାନ ସଂରକ୍ଷଣ କରାଯାଇଛି। ଏହାଦ୍ୱାରା ରାଜ୍ୟରେ ସାମାଜିକ ପରିବର୍ତ୍ତନର ଏକ ନିରବ ଧାରା ଆରମ୍ଭ ହୋଇଛି।