Happy 77th Birthday of Naveen patnaik - The Sakala

ଓଡ଼ିଶାର ଓ ଓଡ଼ିଶାବାସୀଙ୍କ ସାମଗ୍ରିକ ବିକାଶ ପାଇଁ ନବୀନ ବାବୁଙ୍କ ଶାସନରେ ଉତ୍କଳମଣି ଗୋପବନ୍ଧୁଙ୍କ ଦର୍ଶନ
ନମ୍ର, ଭଦ୍ର, ଶିଷ୍ଟ ତଥା ଓଡ଼ିଶା ରାଜନୀତିର ଅପ୍ରତିଦ୍ୱନ୍ଦ୍ୱୀ ଜନନାୟକ ନବୀନ ପଟ୍ଟନାୟକ ଯେଉଁ ମାସରେ ଜନ୍ମ ନେଇଛନ୍ତି(ଅକ୍ଟୋବର) ଦୈବୀ ସଂଯୋଗବଶତଃ ସେହି ମାସ ଜାତିର ପିତା ମହାତ୍ମା ଗାନ୍ଧୀ, ଶାନ୍ତିର କପୋତ ଲାଲବାହାଦୂର ଶାସ୍ତ୍ରୀ ଓ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପରି ତିନିଜଣ ଯୋଗଜନ୍ମା ବରପୁତ୍ରଙ୍କ ଜନ୍ମ ହୋଇଛି। ତେଣୁ ବୋଧହୁଏ ଏହି ଯୁଗଜନ୍ମା ମନୀଷୀମାନଙ୍କର ଦିବ୍ୟ ଗୁଣ ଓ ଦୃଷ୍ଟିକୋଣ ନବୀନ ପଟ୍ଟନାୟକଙ୍କ ଆଚରଣ ଓ ଶାସନରେ ପ୍ରତିଫଳିତ ହୋଇଛି। ନବୀନ ବାବୁଙ୍କ ବିଚାରଧାରା – ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ; ତାଙ୍କ ଶାସନ ଓ ପ୍ରଶାସନ – ଶାସ୍ତ୍ରିଜୀଙ୍କ ସଚ୍ଚୋଟତା, ସାଧୁତା ଓ ନିଷ୍ଠା ଆଧାରିତ ଏବଂ କର୍ମ – ଉତ୍କଳମଣିଙ୍କ ସେବାମନ୍ତ୍ରରେ ଦୀକ୍ଷିତ। ଏହି ଆଦର୍ଶ, ଦୃଷ୍ଟିକୋଣ ଓ ବିଚାରଧାରା ଆଧାରରେ ସେ ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’କୁ ସ୍ଥାନ ଦେବା ପାଇଁ ଦାବି କରି ଆସୁଛନ୍ତି, ପ୍ରଶାସନରେ ‘ଶୂନ୍ୟ ସହନଶୀଳତା’ ନୀତିରେ ଦୁର୍ନୀତିକୁ ଦୂର କରିଛନ୍ତି ଏବଂ ଆର୍ଥିକ-ସାମାଜିକ କଲ୍ୟାଣରେ ‘ପ୍ରତିଟି ଜୀବନ ମୂଲ୍ୟବାନ’ ବୋଲି ଘୋଷଣା କରିଛନ୍ତି। ଗାନ୍ଧିଜୀ ଓ ଶାସ୍ତ୍ରିଜୀଙ୍କ ନୀତି ଓ ଆଦର୍ଶ ରାଜର୍ଷୀ ନବୀନଙ୍କ ଜୀବନକୁ କେତେ ପ୍ରଭାବିତ କରିଛି ଏହା ଆଉ ଉଲ୍ଲେଖର ଆବଶ୍ୟକ ନାହିଁ। ଦୀର୍ଘ ଦୁଇଦଶନ୍ଧିରୁ ଊର୍ଦ୍ଧ୍ବ ସମୟର ଶାସନରେ ଏହା ବହୁଧା ପ୍ରମାଣିତ, ସ୍ୱୀକୃତ ଓ ପ୍ରଶଂସିତ। କିନ୍ତୁ ‘ଉତ୍କଳମଣି’ଙ୍କ ଦୃଷ୍ଟିକୋଣ ଯେ ସେବାସମର୍ପିତ ନବୀନଙ୍କ ପ୍ରାଣକୁ ଆନ୍ଦୋଳିତ କରିଆସିଛି ତାହା ହୁଏତ ଅନାଲୋଚିତ ହୋଇ ରହିଯାଇଛି। ‘ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା’ କିମ୍ବା ଉତ୍କଳମଣିଙ୍କ ଜନ୍ମଭୂମି ସୁଆଣ୍ଡୋରେ ‘ଓଡ଼ିଆ ବିଶ୍ୱବିଦ୍ୟାଳୟ’ ସ୍ଥାପନା ନିଷ୍ପତ୍ତି କେବଳ ଏହାର ପରିଚାୟକ ନୁହେଁ, ବରଂ ଓଡ଼ିଶାର ଓ ଓଡ଼ିଶାବାସୀଙ୍କ ସାମାଜିକ-ରାଜନୈତିକ-ଅର୍ଥନୈତିକ-ଧାର୍ମିକ ଚିନ୍ତାଚେତନା ଓ ସାମଗ୍ରିକ ବିକାଶର ପୃଷ୍ଠଭୂମିରେ ନବୀନ ବାବୁଙ୍କ ଶାସନରେ ଗୋପବନ୍ଧୁଙ୍କ ଦର୍ଶନର ସମାବେଶୀ ପ୍ରଭାବ ବହୁ ବ୍ୟାପକ।

ଓଡ଼ିଶା ଓ ଓଡ଼ିଶାବାସୀଙ୍କ ଆତ୍ମାକୁ ଅତି ନିକଟରୁ ଜାଣିବାକୁ ଗୋପବନ୍ଧୁଙ୍କ ପରି ଆରମ୍ଭରୁ ହିଁ ପ୍ରୟାସୀ ରହିଆସିଛନ୍ତି ନବୀନ ବାବୁ। ତେଣୁ ଦୁଇଜଣଙ୍କ ଦୃଷ୍ଟିକୋଣ ଓ କର୍ମଯୋଗରେ ଅନେକ ସାମଞ୍ଜସ୍ୟ ଦେଖିବାକୁ ମିଳେ। ଏହାର ପ୍ରଥମ ଉଦାହରଣ ହେଉଛି ଗୋପବନ୍ଧୁ୍ଙ୍କ ପରି(ହେ ଉତ୍କଳବାସୀ ମୋ ଭାଇ ଭଉଣୀ, କରିଅଛ ସ୍ନେହେ ମୋତ ଚିର ଋଣୀ/ ମୋ ସମ୍ବଳ ତୁମ୍ଭ ସେନେହ ଶରଧା, ସୁମରୁଥିବି ମୁଁ ଯହି ଥିଲେ ସଦା) ନବୀନ ବାବୁ ଓଡ଼ିଶାବାସୀଙ୍କୁ ପ୍ରଥମରୁ ‘ଓଡ଼ିଶାର ମୋ ପ୍ରିୟ ଭାଇ ଓ ଭଉଣୀମାନେ’ ବୋଲି ସମ୍ବୋଧନ କରି ଆସିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାର ଶାସନ ଭାର ଗ୍ରହଣ କରିବାର ଅବ୍ୟବହିତ ପୂର୍ବରୁ ସେ ରାଜ୍ୟର ବାତ୍ୟା ଦୁର୍ବିପାକକୁ ଅତି ନିକଟରୁ ଦେଖିଛନ୍ତି। ତେଣୁ ଗୋପବନ୍ଧୁଙ୍କ ଭଳି(ବନ୍ୟା ବିତିପାତେ ଉତ୍କଳ ଦୁର୍ଦ୍ଦଶା, ବିଚାରିଲେ ମତି ହୁଅଇ ବିବଶା/ ଦୁର୍ଭିକ୍ଷ ବନ୍ୟାର ଚିର ସହଚର, ଏକ ପଛେ ଅନ୍ୟ ଆସେ ନିରନ୍ତର / ସହି ସହି ବନ୍ୟା-ଦୁର୍ଭିକ୍ଷ-ପ୍ରହାର, ଉତ୍କଳର କେତେ ପଲ୍ଲୀ ଛାରଖାର) ନବୀନ ବାବୁଙ୍କ ହୃଦୟକୁ ବିଚଳିତ କରିଦେଇଛି। ତେଣୁ ସେ ସଂକଳ୍ପ ନେଇଛନ୍ତି ଓଡ଼ିଶାକୁ ପ୍ରାକୃତିକ ବିପର୍ଯ୍ୟୟରୁ ଉଦ୍ଧାର କରିବା ପାଇଁ। ‘ଶୂନ୍ୟ ଜୀବନ ହାନି’ର ଲକ୍ଷ୍ୟ ନେଇ ସେ ଫାଇଲିନ୍, ହୁଦ୍ହୁଦ୍, ତିତ୍‌ଲୀ, ଫନୀ ପରି ଭୟଙ୍କର ବାତ୍ୟାଜନିତ କ୍ଷୟକ୍ଷତିର ସମୟୋପଯୋଗୀ ପରିଚାଳନା କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି।

ଓଡ଼ିଶାର ଯୁବଶକ୍ତି କର୍ମସଂସ୍ଥାନ ସନ୍ଧାନରେ ପ୍ରବାସୀ ପାଲଟୁଥିବା ଦେଖି ନବୀନ ବାବୁ ବ୍ୟଥିତ ହୋଇଛନ୍ତି। ଏକଦା ଉତ୍କଳମଣିଙ୍କୁ ମଧ୍ୟ ଓଡ଼ିଶାମାତାର ଏହି ସମସ୍ୟା ବ୍ୟଥିତ କରିଥିଲା। ତେଣୁ ସେ ଲେଖିଥିଲେ – ‘ଉଦର ଜ୍ୱାଳାରେ କେତେ ନରନାରୀ, ଛାଡ଼ି ଘରଦ୍ୱାର ଯାଆନ୍ତି ବାହାରି।’ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନରେଗାରେ ଅଧିକ କର୍ମଦିବସ ସୃଷ୍ଟି କରିବା ପାଇଁ ପଦକ୍ଷେପ ନେଇଛନ୍ତି; ଓଡ଼ିଶାରେ ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରି ଦୃପ୍ତ ଘୋଷଣା କରିଛନ୍ତି ଯେ ‘…ଆମର ଯୁବପିଢ଼ିଙ୍କ ଦକ୍ଷତାକୁ ଯେପରି ବିଶ୍ୱସ୍ତରୀୟ ସ୍ୱୀକୃତି ମିଳିପାରିବ ସେ ଦିଗରେ ଯୋଜନାବଦ୍ଧ ଭାବେ କାମ କରିବାକୁ ପଡ଼ିବ।’…‘ଏପରି ଏକ ଦିନ ଆସିବ ଯେତେବେଳେ ନିଯୁକ୍ତିଦାତାମାନେ ଚାକିରି ଆଶାୟୀ ପ୍ରାର୍ଥୀମାନଙ୍କୁ ସାକ୍ଷାତକାର ବେଳେ ପଚାରିବେ ତୁମେ ଓଡ଼ିଶାରେ ଦକ୍ଷତା ବିକାଶ ତାଲିମପ୍ରାପ୍ତ ତ?’

ଓଡ଼ିଶାର ଅନାହାର ଲୋକଙ୍କ ଦୁର୍ଦ୍ଦଶା ଦୁଃସ୍ଥରସାଥୀ ଗୋପବନ୍ଧୁଙ୍କ କବିପ୍ରାଣକୁ ଆନ୍ଦୋଳିତ କରିଥିଲା। ସେ ଲେଖିଥିଲେ – ନିରାଶ ଆତଙ୍କେ ପ୍ରଜା ଅବସନ୍ନ, ମରୁଛନ୍ତି କେତେ ନ ପାଇଣ ଅନ୍ନ। ଏଥିସହିତ ସେଦିନ ସେ ଦୃଢ଼ ଆଶାବାଦୀ ଥିଲେ ଯେ ନ ସହିବ କଷ୍ଟ କେହି ଅନାହାରେ, ନ ମରିବ ଦୁଃଖୀ ଧନୀଙ୍କ ପ୍ରହାରେ। ଦାସେ ଆପଣେଙ୍କ ସେଦିନର ସେହି ଆଶା ଓ ବିଶ୍ୱାସ ଆଜି ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ – ‘ଖାଦ୍ୟ ନିରାପତ୍ତା’ ଓ ‘ଆହାର’ ଯୋଜନା ଦ୍ୱାରା ସାକାର ହୋଇପାରିଛି- ଏହା ଯେ କେହି ବି ସ୍ୱୀକାର କରିବେ। ଓଡ଼ିଶାରେ ଚାଷୀଙ୍କ ଦୁର୍ଦ୍ଦଶା, କଷ୍ଟ ଓ ମନର ବ୍ୟଥାକୁ ମଧ୍ୟ ନବୀନ ପଟ୍ଟନାୟକ ଗୋପବନ୍ଧୁଙ୍କ ଭଳି (କେତେ କେତେ ଚାଷୀ ଭଲ ଭଲ ଲୋକ, ନ ପାଆନ୍ତି ଦି’ବେଳା ପେଟପୁରା ଢୋକ) ଅତି ନିକଟରୁ ଦେଖିଛନ୍ତି। ତେଣୁ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା, ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ୍ ପିଛା ୨୯୩୦ ଟଙ୍କାକୁ ବୃଦ୍ଧି ପାଇଁ କେନ୍ଦ୍ର ନିକଟରେ ଦାବି କରିବାକୁ ବିଧାନସଭାରେ ସର୍ବସମ୍ମତ ସଂକଳ୍ପ ଗ୍ରହଣ, ଦେଶର ପ୍ରଥମ ରାଜ୍ୟ ଭାବେ କୃଷି ବଜେଟ୍ ବ୍ୟବସ୍ଥା ଏବଂ ସର୍ବୋପରି ‘କାଳିଅ’ ଓ ‘ବଳରାମ’ ପରି ଉଦାହରଣୀୟ ଯୋଜନା ପ୍ରବର୍ତ୍ତନ କରିବା ପାଇଁ ନବୀନ ବାବୁ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି।

ଗୋପବନ୍ଧୁ ସମଗ୍ର ଓଡ଼ିଶା ଭ୍ରମଣ କରିବା ବେଳେ ଦେଖିଛନ୍ତି ଯେ – ଚିକିତ୍ସା ନ ପାଇ ଘରକୋଣେ ପଡ଼ି, ରୋଗ, ଅନାହାରେ କେବା ମରେ ରଡ଼ି। ତାଙ୍କର ସେହି ଉଦ୍ବେଗ ନବୀନ ବାବୁଙ୍କ ଆତ୍ମାକୁ ଆନ୍ଦୋଳିତ କରିଛି। ପ୍ରତିକାର ସ୍ୱରୂପ ଜନ୍ମ ନେଇଛି- ‘ନିରାମୟ’, ‘ସୁନେତ୍ର’, ‘ନିଦାନ’ ଓ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’। ଏହାଦ୍ୱାରା ଆଜି ରାଜ୍ୟର ଅତି ଗରିବ ଲୋକଟିଏ ମଧ୍ୟ ବିନା ଖର୍ଚ୍ଚରେ ଗୁଣାତ୍ମକ ଚିକିତ୍ସା ପାଇପାରୁଛି।

ଗୋପବନ୍ଧୁଙ୍କ ରାଜନୀତି ବିଚାର ଏହା କହେ ଯେ – ପ୍ରଜା ଲାଗି ରାଜ୍ୟ, ପ୍ରଜାର ଶାସନ, ଯୁଗେ ଯୁଗେ ଏହା ଶାସ୍ତ୍ରର କଥନ / ଗ୍ରାମେ ପଞ୍ଚ ପରା ପରମ ଈଶ୍ୱର କର ପୁଣି ଗ୍ରାମେ ସ୍ଥାପନା ତାଙ୍କର / ଗ୍ରାମ ବିଚାରରେ ସକଳେ ସମାନ, ଛାଡ଼ି ମନୁ ବଡ଼ ମାନ ଅଭିମାନ / ସତ୍ୟ ଶାନ୍ତି ପଥେ ଚାଲ ଅବିରତ, ଗ୍ରାମେ ଗ୍ରାମେ ସର୍ବେ କର ପଞ୍ଚାୟତ। ଆଜି ଯେ କୌଣସି ରାଜନୈତିକ ପଣ୍ଡିତ ଏହା ପୂର୍ଣ୍ଣପ୍ରାଣରେ ସ୍ୱୀକାର କରିବେ ଯେ ସୁଶାସନ ପାଇଁ କ୍ଷମତା ବିକେନ୍ଦ୍ରୀକରଣ ଓ ରାଜନୀତିରେ ମହିଳା ସଶସ୍ତୀକରଣରେ ନବୀନ ବାବୁଙ୍କ ଓଡ଼ିଶା ଆଜି ସମଗ୍ର ଦେଶରେ ପ୍ରଥମ ଓ ଉଦାହରଣୀୟ।

ଉତ୍କର୍ଷର ଦେଶ ଉତ୍କଳକୁ ଜାତୀୟ ସ୍ତରରେ ଅବହେଳା ଉତ୍କଳମଣିଙ୍କୁ ଦୁଃଖିତ କରିଥିଲା। ତେଣୁ ସେ ଲେଖିଥିଲେ – ଭାରତେ ଉତ୍କଳ ମହାପୁଣ୍ୟ ଧାମ, ଭାରତ ପାଞ୍ଜିରେ ନ ଥିଲା ତା ନାମ। ବୋଧହୁଏ ଉତ୍କଳମଣିଙ୍କ ଦୁଃଖ ଦୂର କରିବା ପାଇଁ ନବୀନ ବାବୁ ୨୦୦୦ ମସିହାରେ ଯେଉଁ ନିରବ ସଂକଳ୍ପ ନେଇଥିଲେ ତାହାର ଫଳଶ୍ରୁତି ଆଜି ସମଗ୍ର ଦେଶ ଓ ବିଶ୍ୱ ଦେଖୁଛି। ବିତ୍ତୀୟ ଓ ବିପର୍ଯ୍ୟୟ ପରିଚାଳନା, ମହିଳା ଓ କୃଷକ ସଶକ୍ତୀକରଣ, କ୍ରୀଡ଼ା, ଐତିହ୍ୟ ବିକାଶ, ଜ୍ଞାନ, ବିଜ୍ଞାନ, ସାହିତ୍ୟରେ ଆଜି ଓଡ଼ିଶାର ସନ୍ତାନସନ୍ତତି ସର୍ବାଗ୍ରେ ଛିଡ଼ା ହୋଇଛନ୍ତି।

ରାଜନୈତିକ ଦୁଃସ୍ଥିତି ହେଉ କିମ୍ବା ସମ୍ବଳର ଅଭାବ – ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ହତାଶ ମନ ସେଦିନ ଏକ ସ୍ୱପ୍ନ ଦେଖିଥିଲା – ପୂର୍ବ ପୁରୁଷର ପବିତ୍ର ଶ୍ମଶାନ, ଦେଶର ଜାତିର ଗଉରବ ଗାନ / ପୁଣ୍ୟ ଜନ୍ମମାଟି ପୁଣ୍ୟ ଦେବାଳୟ, ଉଦ୍ଧରିବା ପାଇଁ କଲେ ତନୁକ୍ଷୟ / ମାନବ ଜୀବନ ହୁଅଇ ସଫଳ, ଏ ମହାଦୀକ୍ଷା କି ବୁଝିବ ଉତ୍କଳ? ଏବେ ଉତ୍କଳମଣିଙ୍କ ଅମର ଆତ୍ମା ଏହା ଦେଖି ସନ୍ତୋଷ ହୋଇସାରିଥିବ ଯେ ଏହି ମହାଦୀକ୍ଷା ଉତ୍କଳ ଓ ଉତ୍କଳବାସୀ ବୁଝି ସାରିଛନ୍ତି। କାରଣ ଗୋପବନ୍ଧୁଙ୍କ ପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନ୍ତରାତ୍ମାର ନିରବ ଘୋଷଣା – ମୋ ନେତ୍ରେ ଭାରତ-ଶିଳା ଶାଳଗ୍ରାମ, ପ୍ରତି ସ୍ଥାନ ମୋର ପ୍ରିୟ ପୁରୀ ଧାମ / ସକଳ ସଲୀଳ ପଞ୍ଚତୀର୍ଥ ଜଳ, ପ୍ରତି ଧର୍ମାଳୟ ମୋର ନୀଳାଚଳ / ଏହି ସେ ଉତ୍କଳ ପୁଣ୍ୟ ଦେବସ୍ଥଳୀ, ହୋଇଛନ୍ତି ଠୁଳ ଯହିଁ ତୀର୍ଥାବଳୀ / ତା’ ମଧ୍ୟେ ବିରାଜେ ପୁଣ୍ୟ ନୀଳାଚଳ, ଭାରତର ଧର୍ମ ହୃଦ-ଶୀତଦଳ। – ସମସ୍ତ ଓଡ଼ିଶାବାସୀ ଅନୁଭବ କରିସାରିଲେଣି। ଏହି ସଂକଳ୍ପ ସାକାର ରୂପ ନେବାର ବଳିଷ୍ଠ ଉଦାହରଣ ହେଉଛି ସମନ୍ୱିତ ଐତିହ୍ୟ କୀର୍ତ୍ତିରାଜୀ ଓ ପର୍ଯ୍ୟଟନ ସ୍ଥଳୀ ବିକାଶ କାର୍ଯ୍ୟକ୍ରମ ଅଧୀନରେ ପୁରୀ ଐତିହ୍ୟ କରିଡରରୁ ଆରମ୍ଭ କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଏକାମ୍ର କ୍ଷେତ୍ରର ଶ୍ରୀଲିଙ୍ଗରାଜ ମନ୍ଦିର, ମା’ ସମଲେଶ୍ୱରୀ ମନ୍ଦିର, ନୃସିଂହନାଥ, ହରିଶଙ୍କର, କଟକ ଚଣ୍ଡୀ, ବିରଜା, ତାରାତାରିଣୀ, ସାରଳା, ଗୁପ୍ତେ୍ଶ୍ୱର, ବଳଦେବ ଜୀଉ ଆଦି ୧୦ଟି ମନ୍ଦିର, ହବିଷ୍ୟାଳି ଓ ବରିଷ୍ଠ ନାଗରିକଙ୍କ ତୀର୍ଥ ଭ୍ରମଣ ଯୋଜନା ଏବଂ ବିନ୍ଦୁସାଗର ସମେତ ଏକାଧିକ ଐତିହାସିକ ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ।

ପରିଶେଷରେ ଓଡ଼ିଶା ରାଜନୀତିର ସନ୍ଥ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱ, ଦିଗଦର୍ଶନ ଓ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉତ୍କଳମଣିଙ୍କ ସ୍ୱପ୍ନ (ଛାଡ଼ ଉଚ୍ଚନୀଚ ଭେଦ ଅହଂକାର, ହେଉ ନୀଳାଚଳୁଁ ସମତା ପ୍ରଚାର /ଖଣ୍ଡଗିରି ଭେଦି ଅହିଂସା ମନ୍ତର ଜାଗୁ ପୁଣି ଥରେ ଉତ୍କଳ ଅନ୍ତର / ଜାତୀୟ ମମତା ବିଶ୍ୱଜନ ପ୍ରୀତି, ଉତ୍କଳବାସୀର ହେଉ ଏହା ନୀତି) ସାକାର ହେଉ। ମଙ୍ଗଳମୟଙ୍କ ସୁମଙ୍ଗଳ ଇଚ୍ଛା, ପୁରୁ ଏ ପରାଣେ ଏହି ଶେଷ ଭିକ୍ଷା।

(ଗୌରୀ ପ୍ରସାଦ ମହାପାତ୍ର)

ନବୀନ ପଟ୍ଟନାୟକଙ୍କ ସଫଳତାର ‘୫-ସ’ ସୂତ୍ର
୧୯୯୭ ମସିହାରେ ଓଡ଼ିଶା ରାଜନୀତିରେ ପ୍ରଥମେ ପ୍ରବେଶ କରି ସାଂସଦ ରୂପେ ନିର୍ବାଚିତ ହୋଇଥିବା ନବୀନ ପଟ୍ଟନାୟକ, ୨୦୦୦ ମସିହାରୁ କ୍ରମାଗତ ଭାବେ ଓଡ଼ିଶାର ମୁ୍ଖ୍ୟମନ୍ତ୍ରୀ ଦାୟିତ୍ୱ ନିର୍ବାହ କରୁଆସୁଛନ୍ତି। ନବୀନଙ୍କ ଶାସନ ତତ୍ତ୍ୱକୁ ‘ନବୀନିଜମ୍’ ଓ ନବୀନଙ୍କ ଅର୍ଥ ପରିଚାଳନାକୁ ‘ନବୀନୋମିକ୍ସ ମଡେଲ୍’ ବୋଲି ବିବେଚନା କରାଯାଉଥିବାବେଳେ ତାଙ୍କର ସଫଳତା ପଛରେ ରହସ୍ୟ ହେଉଛି ‘୫-ସ’ ସୂତ୍ର।

‘୫-ସ’ ସୂତ୍ରର ପ୍ରଥମ ଉପାଦାନ ହେଲା ‘ସେବା’ ମନୋଭାବ। ଗତ ସେପ୍ଟେମ୍ବର ୩୦ ତାରିଖରେ, ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ପାଇଁ ଆୟୋଜିତ ଦୁଇଦିିନିଆ ପ୍ରସ୍ତୁତି ବୈଠକର ଉଦ୍ୟାପନୀ ଦିବସରେ ଉଦ୍ବୋଧନ ଦେଇ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଯେ ‘ଦଳପାଇଁ ଜନସେବା ହେଉଛି ମୁଖ୍ୟ ଓ ରାଜନୀତି ଏକ ମାଧ୍ୟମ।’ ଏହି ଜନସେବା ଆଦର୍ଶ ଯୋଗୁଁ ନବୀନ ସରଳ ଜୀବନ ଯାପନ କରିବା ଦେଖାଯାଏ। ଓଡ଼ିଶା ରାଜନୀତିକୁ ଆସିବା ପୂର୍ବରୁ ବୁଦ୍ଧିଜୀବୀ ତଥା ଲେଖକ ନବୀନ ପଟ୍ଟନାୟକ, ପୃଥିବୀର ବିଭିନ୍ନ ବୁଦ୍ଧୀଜୀବୀ ଗୋଷ୍ଠୀରେ ନିଜର ସମୟ ଅତିବାହିତ କରିଥିବା ବେଳେ ୨୦୦୦ରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରଠାରୁ ବାହାରକୁ ନ ଯାଇ ସବୁସମୟ ରାଜ୍ୟରେ କଟାଇବା ଦେଖାଯାଏ। ସେ ଓଡ଼ିଶାଲୋକଙ୍କୁ ନିଜର ପରିବାର ବୋଲି ସ୍ୱୀକାର କରିଛନ୍ତି। ନବୀନଙ୍କ ସେବା ମନୋଭାବର ସଦ୍ୟ ଉଦାହରଣ ମିଳିଥିଲା କୋଭିଡ୍-୧୯ ସମୟରେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୧ ମାର୍ଚ୍ଚରୁ ଦୁଇମାସ ଭିତରେ ୨୮, ୦୦୦ ମେଟ୍ରିକ ଟନ୍ରୁ ଅଧିକ ତରଳ ଅମ୍ଳଜାନ ୧୭ଟି ରାଜ୍ୟକୁ ଯୋଗାଇ ଦେଇ ଦେଶରେ ଅନେକ ଅମୂଲ୍ୟ ଜୀବନ ରକ୍ଷା କରିପାରିଥିଲେ।

‘୫-ସ’ ସୂତ୍ରର ଦ୍ୱିତୀୟ ଉପାଦାନ ହେଲା ‘ସ୍ୱପ୍ନ’। ପ୍ରତ୍ୟେକ ଜନନେତା ଲୋକଙ୍କ ପାଇଁ ସ୍ୱପ୍ନ ଦେଖିବା ଆବଶ୍ୟକ। ୨୦୦୦ମସିହାରେ ନବୀନ ବାବୁ ରାଜ୍ୟକୁ ଏକ ବିକଶିତ ରାଜ୍ୟରେ ପରିବର୍ତ୍ତନ କରିବା ପାଇଁ ସ୍ୱପ୍ନ ଦେଖିଥିଲେ। ୧୯୯୯ ମହାବାତ୍ୟାରେ ରାଜ୍ୟର ପ୍ରାୟ ୧୦,୦୦୦ ଲୋକ ପ୍ରାଣ ହରାଇଥିଲେ। ଏହାକୁ ଦୃଷ୍ଟିରେ ରଖି ନବୀନ ବାବୁ ରାଜ୍ୟକୁ ଏକ ବାତ୍ୟା-ବନ୍ୟା ପ୍ରତିରୋଧ ରାଜ୍ୟ ଭାବେ ଗଢ଼ିବାକୁ ସଂକଳ୍ପ ନେଲେ। ଏହାର ସୁଫଳ୨୦୧୩ରେ ଫାଇଲିନ୍ ବାତ୍ୟା ବେଳେ ଦେଖିବାକୁ ମିଳିଥିଲା। ଏହାକୁ ବିଚାରକୁ ନେଇ ମିଳିତ ଜାତିସଂଘ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ଓଡ଼ିଶା ସରକାରଙ୍କ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ମଡେଲ୍କୁ ପ୍ରଶଂସା ଓ ପୁରସ୍କୃତ କଲେ। ଏବେ ଆମେ ବାହାର ରାଜ୍ୟକୁ ବିପର୍ଯ୍ୟୟ ବେଳେ ସାହାଯ୍ୟ କରିପାରୁଛୁ। ୧୯୯୯-୨୦୦୦ରେ ୨୧୭୬ କୋଟି ଟଙ୍କାର ରାଜସ୍ୱ ନିଅଣ୍ଟ ରାଜ୍ୟ ଓଡ଼ିଶା ୨୦୦୭-୨୦୦୮ ବେଳକୁ ୧୦୪୬ କୋଟିର ଆର୍ଥିିକ ବଳକା ରାଜ୍ୟରେ ପରିଣତ ହୋଇପାରିଲା। ୨୦୦୦ମସିହାରେ ୬୩% ଲୋକ ରାଜ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବେଳେ ଏବେ ଏହା ୨୯%କୁ ଖସି ଆସିଛି। ସେହିପରି ୨୦୦୦ରେ ୩.୬ କୋଟି ଓଡ଼ିଶାବାସୀଙ୍କ ପାଇଁ ପ୍ରାୟ ୫୦ ଲକ୍ଷ ମେଟ୍ରିକ ଟନ୍ ଧାନ ରାଜ୍ୟରେ ଉତ୍ପାଦନ ହେଉ ଥିବା ବେଳେ ଏବେ ପ୍ରାୟ ୭୧ ଲକ୍ଷ ମେଟ୍ରିକ୍ ଟନ୍ ଧାନ ଉତ୍ପାଦନ ହେଉଛି ଏବଂ ଓଡ଼ିଶା ଏକ ବଳକା ଧାନ ରାଜ୍ୟରେ ପରିଣତ ହୋଇଛି। ଶିକ୍ଷା, ସ୍ୱାସ୍ଥ୍ୟସେବା, ଐତିହ୍ୟ ବିକାଶ, କ୍ରୀଡ଼ା କ୍ଷେତ୍ରରେ ରାଜ୍ୟରେ ଦେଶରେ ଏବଂ ବିଦେଶରେ ନିଜର ପରିଚୟ ସୃଷ୍ଟି କରିପାରିଛି।

ନବୀନଙ୍କ ସଫଳତାର ତୃତୀୟ ସୂତ୍ର ହେଲା ସର୍ବକାଳୀନ ‘ଶୃଙ୍ଖଳା’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୦ରେ ରାଜ୍ୟର ଶାସନ ଦାୟିତ୍ୱ ନେବାପରେ ସରକାରୀ କଳକୁ ଦୁର୍ନୀତିମୁକ୍ତ ଓ ଶୃଙ୍ଖଳିତ କରି ବିକାଶ କାର୍ଯ୍ୟରେ ନିୟୋଜିତ କରିଥିଲେ। ତାଙ୍କର ପଞ୍ଚମ ପାଳିରେ ପ୍ରଶାସନିକ ସଂସ୍କାରକୁ ଅଧିକ କ୍ରିୟାଶୀଳ କରି ‘୫-ଟି’ ଓ ‘ମୋ ସରକାର’ ପ୍ରକରଣ ପ୍ରଚଳନ କଲେ। ‘୫-ଟି’ ସଚିବ କ୍ଷେତ୍ର ପରିଦର୍ଶନ କରି ଏବଂ ବିଭିନ୍ନ ବିଭାଗର ‘୫-ଟି’ର ସମୀକ୍ଷାକରି ପ୍ରଶାସନକୁ ଅଧିକ ଶୃଙ୍ଖଳିତ କରି ପ୍ରଶଂସାର ପାତ୍ର ହେଉଛନ୍ତି। ଶୃଙ୍ଖଳାର ଦ୍ୱିତୀୟ କ୍ଷେତ୍ର ହେଲା ଦଳ। ବିଜୁ ଜନତା ଦଳର ଶୃଙ୍ଖଳାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ପ୍ରଶଂସା କରିଛନ୍ତି। ଜନବିରୋଧୀ ତଥା ଦୁର୍ନୀତିଗ୍ରସ୍ତ ନେତାମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ପ୍ରଥମରୁ ‘ଶୂନ୍ୟ ସହନଶୀଳତା’ ନୀତି ଅବଲମ୍ବନ କରିଆସୁଥିବାରୁ ଲୋକେ ବିଜେଡିକୁ ବିଶ୍ୱାସ କରୁଛନ୍ତି। ମନ୍ତ୍ରୀପଦ ତ୍ୟାଗକରି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବେ ଦଳର ସାଂଗଠନିକ ସମ୍ପାଦକ ଦାୟିତ୍ୱରେ ଅଛନ୍ତି। ସେ ଲୋକମାନଙ୍କ ସେବା ପାଇଁ ଦଳକୁ ଜିଲ୍ଲା ଓ ବ୍ଲକ ସ୍ତରରେ ଦୃଢ଼ୀଭୂତ କରିବାରେ ଲାଗିଛନ୍ତି।

ନବୀନଙ୍କର ସଫଳତାର ଅନ୍ୟ ଏକ ବ୍ୟକ୍ତିଗତ ଦିଗହେଲା ‘ସହଭାଗିତା’ ମନୋଭାବ। ଧାନର ସହାୟକ ମୂଲ୍ୟ ବୃଦ୍ଧି, ପୁରୀର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରି ଅନେକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀଦଳଙ୍କୁ ସାଥିରେ ନେଇ ସର୍ବସମ୍ମତି ପଦକ୍ଷେପ ନେବାକୁ ଚେଷ୍ଟିତ ଥାଆନ୍ତି। ମାର୍ଚ୍ଚ ୨୦୨୧ରେ ଯେତେବେଳେ ବିଧାନ ସଭାର ବିରୋଧୀ ଦଳର ବିଜେପି ବିଧାୟକମାନେ ଧାରଣା ଦେବାକୁ ନବୀନ ନିବାସ ଗଲେ ସେତେବେଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ବାଟରେ ଅଟକାଇ ନଥିଲେ ଏବଂ ବିଧାୟକମାନେ ନବୀନ ନିବାସ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଯଥା ସମ୍ମାନ ଓ ଆତିଥ୍ୟ ପ୍ରଦାନ କରିବା ସହିତ ସେମାନଙ୍କର ଦାବି ଶୁଣିଥିଲେ।

ମୁ୍ଖ୍ୟମନ୍ତ୍ରୀଙ୍କର ଅନ୍ୟ ଏକ ସଫଳତାର ରହସ୍ୟ ହେଲା – ‘ସାମାଜିକ ନ୍ୟାୟ ପ୍ରତି ବିଶ୍ୱାସ’। ୧୯୯୯-୨୦୦୦ରେ ୫ ଲକ୍ଷ ଗରିବ ଲୋକ ବିଭିନ୍ନ ଭତ୍ତା ପାଉଥିବାବେଳେ ଆଜି ଏହା ୪୯ ଲକ୍ଷରେ ପହଞ୍ଚି ପାରିଛି। ପ୍ରାୟ ୨୫ ଲକ୍ଷ ଗରିବ ଲୋକ ରାଜ୍ୟ ସରକାରଙ୍କର ସ୍ୱତନ୍ତ୍ର ଖାଦ୍ୟ ସୁରକ୍ଷା ଯୋଜନାରେ ସହାୟତା ପାଉଛନ୍ତି। ୫୩ ଲକ୍ଷ ଗରିବ କୃଷକ ପ୍ରତିବର୍ଷ ‘କାଳିଆ’ ଯୋଜନାରେ ଉପକୃତ ହେଉଛନ୍ତି। ମହିଳା ସଶକ୍ତୀକରଣ ତଥା ଲିଙ୍ଗଗତ ନ୍ୟାୟ କ୍ଷେତ୍ରରେ ରାଜ୍ୟ ସରକାରଙ୍କର କାର୍ଯ୍ୟ ଦେଶରେ ପ୍ରଶଂସିତ ହେଉଛି। ଆଜି ୭୦ ଲକ୍ଷରୁ ଉଦ୍ଧ୍ୱର୍ ମହିଳା ‘ମିଶନ ଶକ୍ତି’ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ମହିଳାମାନଙ୍କ ପାଇଁ ୫୦% ସ୍ଥାନ ସଂରକ୍ଷଣ କରାଯାଇଛି। ଏହାଦ୍ୱାରା ରାଜ୍ୟରେ ସାମାଜିକ ପରିବର୍ତ୍ତନର ଏକ ନିରବ ଧାରା ଆରମ୍ଭ ହୋଇଛି।