America President - The Sakala
ୱାଶିଂଟନ୍‌: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ସୋମବାର ଶପଥ ନେଇଛନ୍ତି। ଆମେରିକା ସଂସଦ ‘କାପିଟଲ’ର ରେଟୁଣ୍ଡା ହଲରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଟ୍ରମ୍ପ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି। ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ, ଉପ ରାଷ୍ଟ୍ରପତି କମଳା ହାରିସ୍‌, ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା, ବିଲ୍‌ କ୍ଲଣ୍ଟନ , ସିନେଟ୍‌ ଓ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟଟିଭସ୍‌,ବିଭିନ୍ନ ଦେଶରୁ ଆସିଥିବା ଅତିଥିବୃନ୍ଦ , ବିଶ୍ବର ପ୍ରତିଷ୍ଠିତ ବିତ୍ତଶାଳୀ ଓ ଉଦ୍ୟୋଗପତିଙ୍କ ସମେତ ୨୩ଟି ରାଷ୍ଟ୍ରର ୭ହଜାରରୁ ଅଧିକ ଅତିଥବ ଏବଂ ନିଜ ଦେଶର ପ୍ରାୟ ୨ ଲକ୍ଷ ସମର୍ଥକଙ୍କ ଉପସ୍ଥିତିରେ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ୱାଶିଂଟନ ଡିସିର ମୁଖ୍ୟବିଚାରପତି ଜଷ୍ଟିସ୍‌ ଜନ୍‌ ରବର୍ଟ ଟ୍ରମ୍ପଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।
ଟ୍ରମ୍ପଙ୍କ ବ୍ୟତୀତ ଜେ ଡି ଭାନ୍ସ ମଧ୍ୟ ଉପ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଫଳରେ ରାଷ୍ଟ୍ରପତିଙ୍କ ଦାୟିତ୍ବ ଗ୍ରହଣକୁ ନେଇ ରହିଥିବା ଦୀର୍ଘ ପ୍ରତୀକ୍ଷାର ଅନ୍ତ ହୋଇଛି। ରାଷ୍ଟ୍ରପତି ଭାବେ ଟ୍ରମ୍ପ ଦାୟିତ୍ବ ଗ୍ରହଣ କରିବା ପରେ ଆମେରିକାର ବିଭିନ୍ନ ମହଲରେ ଗୁଞ୍ଜରଣ ଆରମ୍ଭ ହେବା ସହିତ ବୈଶ୍ବିକ ସ୍ତରରେ ମଧ୍ୟ ଚିନ୍ତା ବଢିଛି। ବିଶେଷକରି ଟ୍ରମ୍ପ ପରିବର୍ତ୍ତିତ ଆମେରିକାକୁ ନେଇ ଯେଉଁ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ତାହା ଏବେ ବିଭିନ୍ନ ମହଲରେ ଚିନ୍ତା ବଢାଇଛି। ଏହି ବିଷୟକୁ ଟ୍ରମ୍ପ ନିଜ ସ୍ବାଗତ ଭାଷଣରେ ପ୍ରତିଫଳିତ କରିଛନ୍ତି।
ନିର୍ବାଚନ ସମୟରେ ଟ୍ରମ୍ପ ‘ ମେକ୍‌ ଆମେରିକା ଗ୍ରେଟ୍‌ ଏଗେନ(ଏମଏଜିଏ)’ ସ୍ଲୋଗାନ ଦେବା ସହିତ ଆମେରିକାକୁ ପୁଣିଥରେ ବିଶ୍ବର ଶକ୍ତିଶାଳୀ ଓ ସାମର୍ଥ୍ୟବାନ ରାଷ୍ଟ୍ର ଭାବେ ପ୍ରତିଷ୍ଠା କରାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ସେ ବିଭିନ୍ନ ଦିଗରେ ଆମୁଳଚୂଳ ପରିବର୍ତ୍ତନ କରି ନୂଆ ଦିଶାରେ କାର୍ଯ୍ୟ କରିବେ ବୋଲି କହିଥିଲେ। ସେହି ଅନୁସାରେ ଟ୍ରମ୍ପ ଆସନ୍ତାକାଲି ଠାରୁ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ତାଙ୍କ ସ୍ବାଗତ ଭାଷଣରେ କହିଛନ୍ତି।
ଆଗାମୀ ୪ ବର୍ଷ ପାଇଁ ଟ୍ରମ୍ପ ତାଙ୍କ ଯୋଜନା ଏବଂ ସଙ୍କଳ୍ପ ବିଷୟରେ ଏହି ସମୟରେ ସୂଚନା ଦେଇଥିଲା ବେଳେ ବେଆଇନ ଭାବେ ଆମେରିକାରେ ବସବାସ କରୁଥିବା ବିଦେଶୀଙ୍କୁ ବିଦା କରିବା, ଆମେରିକାରେ କେବଳ ଦୁଇ ଲିଙ୍ଗ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା, ଆବଶ୍ୟକ ସ୍ଥଳେ ବିଭିନ୍ନ ଦେଶ ଉପରେ ଲାଗୁ କରାଯାଇଥିବା ଟାରିଫ୍‌ରେ ପରିବର୍ତ୍ତନ ଆଣିବା ଏବଂ ଆମେରିକାର ବୈଦେଶିକ ନୀତିକୁ ଆହୁରି ସଶକ୍ତ କରିବା ଆଦି ଦିଗରେ ଟ୍ରମ୍ପ ଗୁରୁତ୍ବ ଦେଇ କାର୍ଯ୍ୟ କରିବାକୁ ଯାଉଛନ୍ତି ବୋଲି କହିଛନ୍ତି। ତେବେ ଟ୍ରମ୍ପଙ୍କ ଏଭଳି ଆଭିମୁଖ୍ୟ ବିଶ୍ବର ବିଭିନ୍ନ ଦେଶ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ ବୋଲି ବୁଦ୍ଧିଜୀବୀ ମହଲରେ ଚିନ୍ତା ବଢିଛି। ବିଶେଷକରି ଭାରତ ଟ୍ରମ୍ପଙ୍କ ନୀତି ଦ୍ବାରା କିଭଳି ପ୍ରଭାବିତ ହେବ ତାହାକୁ ନେଇ ପ୍ରଶ୍ନ ଉଠିଛି।
ୱାଶିଂଟନ: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଆସନ୍ତାକାଲି ଶପଥ ନେବେ। ଏଥିପାଇଁ ଶନିବାର ଠାରୁ ଉତ୍ସବ ପର୍ବ ଆରମ୍ଭ ହୋଇଯାଇଛି। ଭର୍ଜିନିଆ ଠାରେ ଟ୍ରମ୍ପ ନ୍ୟାସନାଲ ଗଲ୍ଫ କ୍ଲବରେ ୫୦୦ ଜଣିଆ ସ୍ବତନ୍ତ୍ର ଅତିଥିଙ୍କୁ ନେଇ ଉତ୍ସବ ଚାଲିଛି। ତେବେ ଆସନ୍ତାକଳି ଭାରତୀୟ ସମୟ ରାତି ପ୍ରାୟ ୧୦ଟା ବେଳେ ଟ୍ରମ୍ପ ୟୁଏସ କ୍ୟାପିଟଲ ହାଉସ୍ରେ ଶପଥ ନେବେ । ମୁଖ୍ୟ ବିଚାରପତି ଜନ୍ ରବର୍ଟସ୍ ଡୋନାଲ୍ଡ ଟ୍ରମ୍ପଙ୍କୁ ଶପଥ ପାଠ କରାଇବେ। ଏଥର ପ୍ରବଳ ଥଣ୍ଡା ଯୋଗୁଁ ଖୋଲା ସ୍ଥାନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ନାହିଁ । ଶପଥ ଗ୍ରହଣ ଉତ୍ସବରେ ଆମେରିକାର ଦୁଇ ପୂର୍ବତନ ରାଷ୍ଟ୍ରପତିଙ୍କ ସମେତ ଦେଶ ବିଦେଶରୁ ଆମନ୍ତ୍ରିତ ବହୁ ନେତା ଏବଂ ଉଦ୍ୟୋଗପତି ଉପସ୍ଥିତ ରହିବେ। ଟ୍ରମ୍ପ ଦ୍ବିତୀୟଥା ପାଇଁ ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଥିବାରୁ ଅନେକ କିଛି ଭିନ୍ନ ଦେଖିବାକୁ ମିଳିବ ବୋଲି କୁହାଯାଇଛି। ଏଥିପାଇଁ କେବଳ ଆମେରିକା ନୁହେଁ, ଭାରତ ସମେତ ସାରା ବିଶ୍ୱର ଲୋକମାନେ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହକୁ ନେଇ ଉତ୍ସାହିତ ରହିଛନ୍ତି।
ସୂଚନା ଅନୁଯାୟୀ, ଆମେରିକାର ରାଷ୍ଟ୍ରପତିଙ୍କ ଦ୍ୱାରା ନିଆଯାଉଥିବା ଶପଥ ୩୫ଟି ଶବ୍ଦରେ ସଂଯୋଜିତ ହୋଇଥିବା ବେଳେ ଏହି ଶବ୍ଦଗୁଡ଼ିକ ଆମେରିକା ସମ୍ବିଧାନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଯାହାକୁ ସମ୍ବିଧାନର ମୂଳ ଭାବନା ବୋଲି ମଧ୍ୟ ବିବେଚନା କରଯାଇଥାଏ। ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ ବେଳେ ଟ୍ରମ୍ପ ଦୁଇଟି ବାଇବେଲ ପଢିବେ ବୋଲି ଜଣାପଡ଼ିଛି। ଏଥିମଧ୍ୟରୁ ଗୋଟିଏ ତାଙ୍କ ମାଆ ଉପହାର ସ୍ୱରୂପ ଦେଇଥିଲେ। ଅନ୍ୟଟି ଲିଙ୍କନ୍ ବାଇବେଲ ବୋଲି କୁହାଯାଇଛି।
ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ଆୟୋଜିତ ରାତ୍ରୀ ଭୋଜନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବଂ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନୀ ଯୋଗ ଦେଇଛନ୍ତି। ଏହି ସମୟରେ ଅମ୍ବାନୀ ଦମ୍ପତି ଟ୍ରମ୍ପଙ୍କୁ ଭେଟିିଥିଲେ। ଅମ୍ବାନୀ ପରିବାର ବ୍ୟତୀତ ଏମ୩ଏମ ଡେଭଲପର୍ସର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ବଂଶଲ ଏବଂ ଟ୍ରାଇବେକା ଡେଭଲପର୍ସ ପ୍ରତିଷ୍ଠାତା କଳ୍ପେଶ ମେହେଟ୍ଟାଙ୍କ ଭଳି ଅନ୍ୟ ପ୍ରତିଷ୍ଠିତ ଭାରତୀୟ ଉଦ୍ୟୋଗପତି ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଆହୁରି ଅନେକ ବଡ଼ ବଡ଼ ଶିଳ୍ପପତି ମଧ୍ୟ ଯୋଗ ଦେଇଥିଲେ। ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ଏବଂ ମେଟା ସିଇଓ ମାର୍କ ଜୁକରବର୍ଗ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସେହିପରି ଟେସଲା ଓ ଟ୍ବିଟରର ମୁଖ୍ୟ ଏଲନ ମସ୍କ ମଧ୍ୟ ଏହି ଡିନରରେ ଉପସ୍ଥିତ ଥିଲେ ।
ହସ୍ ମନି ମାମଲା: ଦୋଷୀ ସାବ୍ୟସ୍ତ ହେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟକା । ହସ୍ ମନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ। ତାଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିବା ସମସ୍ତ ୩୪ଟି ମାମଲାରେ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଏହାର ରାୟ ଦେବା ପୂର୍ବରୁ ଖଣ୍ଡପୀଠ ପ୍ରାୟ ୧୦ ଘଣ୍ଟା ଧରି ବିଚାର ବିମର୍ଶ କରିଥିଲେ। ତେବେ ଦୋଷୀ ସାବ୍ୟସ୍ତ ହେବା ପରେ ଡୋନାଲ୍ଡ ଟ୍ରମ୍ପ କେଉଁ ଦଣ୍ଡ ପାଇବେ ସେନେଇ ଜୁଲାଇ ୧୧ ରେ ଏକ ଶୁଣାଣି ହେବ।
ଅଭିଯୋଗ ମଧ୍ୟରେ ଟ୍ରମ୍ପ ପର୍ଣ୍ଣ ଷ୍ଟାର ଷ୍ଟର୍ମୀ ଡାନିଏଲ୍ସଙ୍କୁ ଚୁପ୍ ରହିବା ପାଇଁ ଟଙ୍କା ଦେଇଥିବା ଅଭିଯୋଗ ହୋଇଥିଲା। ଟଙ୍କା ଦେବାକୁ ଲୁଚାଇବା ପାଇଁ ନକଲି କାଗଜପତ୍ର ପ୍ରସ୍ତୁତ କରିଥିଲେ ଟ୍ରମ୍ପ । କିନ୍ତୁ ଟ୍ରମ୍ପ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ସେ ଅଦାଲତଙ୍କୁ କହିଥିଲେ ଯେ ତାରକାଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ କିମ୍ବା ସେ କୌଣସି ପ୍ରକାରର କାରବାର କରିନାହାଁନ୍ତି । ସେ ନିର୍ଦ୍ଦୋଷ । ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି । ତଦନ୍ତରେ ତ୍ରୁଟି ରହିଛି ବୋଲି କହିଛନ୍ତି ଟ୍ରମ୍ପ ।
ପାକିସ୍ତାନ ଦୁନିଆର ସବୁଠୁ ବିପଦଜନକ ଦେଶମାନଙ୍କ ମଧ୍ୟରେ ଗୋଟିଏ: ଜୋ ବାଇଡେନ
ୱାଶିଂଟନ: ପାକିସ୍ତାନ ଦୁନିଆର ସବୁଠୁ ବିପଦଜନକ ଦେଶମାନଙ୍କ ମଧ୍ୟରେ ଗୋଟିଏ । ଶୁକ୍ରବାର ରାଷ୍ଟ୍ରପତି ବାଇଡେନ ଡେମୋକ୍ରାଟିକ କଂଗ୍ରେସନାଲ ପ୍ରଚାର କମିଟି ରିସେପସନକୁ ସମ୍ବୋଧନ କରିବା ବେଳେ ଏକଥା କହିଥିବା ହ୍ୱାଇଟହାଉସ ପକ୍ଷରୁ ଜାରି ବିବୃତିରୁ ସ୍ପଷ୍ଟ ହୋଇଛି। ଆଣବିକ ଅସ୍ତ୍ରଶସ୍ତ୍ର ରଖିବାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପାକିସ୍ତାନକୁ ସିଧାସଳଖ ଟାର୍ଗେଟ କରି ଏପରି କହିଛନ୍ତି । ବାଇଡେନ କହିଛନ୍ତି ଯେ ପାକିସ୍ତାନ ପାଖରେ ବିନା ବୁଝାମଣାର ପରମାଣୁ ବୋମା ରହିଛି । ଆମେରିକା ରାଷ୍ଟ୍ରପତି ଆହୁରି କହିଛନ୍ତି କି, ପାକିସ୍ତାନ ନିକଟରେ ଯେଉଁ ଆଣବିକ ଅସ୍ତ୍ରଶସ୍ତ୍ର ରହିଛି ତାକୁ ସଠିକ ନିୟନ୍ତ୍ରଣ ଓ ନିରୀକ୍ଷଣରେ ରଖାଯାଇନି । ପାକିସ୍ତାନରେ ସେନା ଓ ସରକାରଙ୍କ ମଧ୍ୟରେ କୌଣସି ତାଳମେଳ କି ସମନ୍ୱୟ ନାହିଁ । ଯାହା ଦେଶ ଦୁନିଆ ପାଇଁ ଆଗକୁ ବଡ ବିପଦ ଆଣିପାରେ । କେବଳ ପାକିସ୍ତାନ ନୁହେଁ ଚୀନ ଏବଂ ଋଷକୁ ବି ଟାର୍ଗେଟ କରିବାକୁ ସେ ପଛାଇ ନାହାନ୍ତି ।
ସୂଚନା ଅନୁସାରେ ପାକିସ୍ତାନ ପାଖରେ ପ୍ରାୟ ୧୬୦ଟି ପରମାଣୁ ବୋମା ରହିଛି । ଏହି ସଂଖ୍ୟା ଲଗାତାର ବଢ଼ୁଛି । ଯଦି ଏହି ସଂଖ୍ୟା ଏପରି ବଢ଼େ ତେବେ ୨୦୨୫ ବେଳକୁ ପ୍ରାୟ ୨୦୦ ପରମାଣୁ ବୋମା ହୋଇଯାଇଥିବ ବୋଲି ବାଇଡେନ କହିଛନ୍ତି । ଯଦି ପାକିସ୍ତାନ ପାଖରେ ଥିବା ଏହି ପରମାଣୁ ଅସ୍ତ୍ର ଭୁଲ ଲୋକଙ୍କ ହାତରେ ଲାଗିଯାଏ,ତେବେ ଏହା ବିଶ୍ୱ ପାଇଁ ବିପଦ ସୃଷ୍ଟି କରିବ । ନିକଟରେ ଆଫଗାନିସ୍ତାନ ସ୍ଥିତି ମନେ ପକାଇ ବାଇଡେନ କହିଛନ୍ତି ଯେ ତାଲିବାନଙ୍କ ଶାସନ ଦଖଲ ପରେ ପାକିସ୍ତାନରେ ଆତଙ୍କବାଦୀମାନେ ଅଧିକ ଉତ୍ସାହିତ ରହିଛନ୍ତି । ଯଦି ଏହା ତାଙ୍କ ହାତରେ ଲାଗେ,ତେବେ ଏହା ସାରା ବିଶ୍ୱ ପାଇଁ ବିପଦପୂର୍ଣ୍ଣ ହୋଇଯିବ ।
ତେବେ ପାକିସ୍ତାନର ଶକ୍ତିମନ୍ତ୍ରୀ ଆମେରିକାର ଏପରି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ଅନେକ ଅନ୍ତର୍ଜାତୀୟ ଏଜେନ୍ସି ଅନେକ ଥର ପାକିସ୍ତାନର ପରମାଣୁ ଅସ୍ତ୍ରଶସ୍ତ୍ରକୁ ଯାଞ୍ଚ କରିଛନ୍ତି। ତେଣୁ ବିନା ବୁଝାମଣା ଓ ତଥ୍ୟରେ ପାକିସ୍ତାନ ପରମାଣୁ ଅସ୍ତ୍ରଶସ୍ତ୍ର ରଖିନାହିଁ ବୋଲି ସେ ସଫେଇ ଦେଇଛନ୍ତି।
ସେହିପରି ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଉଦ୍ବୋଧନ ଦେଇ ବାଇଡେନ କହିଛନ୍ତି- ବିଶ୍ବ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି । ତେବେ ଏଥିଲାଗି କୌଣସି ବ୍ୟକ୍ତିବିଶେଷ ବା ଗୋଟିଏ ରାଷ୍ଟ୍ର ଦାୟୀ ନୁହନ୍ତି । ପାକିସ୍ତାନ ପରି ଏକ ରାଷ୍ଟ୍ର ବିଶ୍ବର ସବୁଠାରୁ ଅଧିକ ଭୟଙ୍କର ରାଷ୍ଟ୍ର ମଧ୍ୟରୁ ଅନ୍ୟତମ । ଏହି ରାଷ୍ଟ୍ର ନିକଟରେ କୌଣସି ଅଙ୍ଗୀକାର ବିନା ଆଣବିକ ଅସ୍ତ୍ର ରହିଛି । ସାରା ବିଶ୍ବର ଦୃଷ୍ଟି ଆମ ଉପରେ ରହିଥିବ ଏକ ଛୋଟିଆ କଥା ନୁହଁ । ଏପରିକି ଆମର ଶତ୍ରୁମାନେ ମଧ୍ୟ ଆମର ଭୂମିକା ଉପରେ ନଜର ରଖିଛନ୍ତି । ସେ ପରୋକ୍ଷ ଭାବେ ଋଷକୁ ମଧ୍ୟ ସମାଲୋଚନା କରିଛନ୍ତି ।