high school teachers recruitment - The Sakala

ମାଧ୍ୟମିକ ଶିକ୍ଷକ ନିଯୁକ୍ତି ପାଇଁ ମାର୍ଚ୍ଚ ୧୦ରେ ପ୍ରିଲିମ୍‌‌: କଳା, ପିସିଏମ ଓ ସିବିଜେଡ୍‌‌ ପାଇଁ ହେବ ପରୀକ୍ଷା
ଭୁବନେଶ୍ୱର: ମାର୍ଚ୍ଚ ମାସ ୧୦ରୁ ୧୩ ତାରିଖ ମଧ୍ୟରେ ଆଶାୟୀ ମାଧ୍ୟମିକ ଶିକ୍ଷକଙ୍କ ଦକ୍ଷତା ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଓଏସଏସସି (ଓଡ଼ିଶା କର୍ମଚାରୀ ଚୟନ ଆୟୋଗ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମାର୍ଚ୍ଚ ମାସରେ ପ୍ରିଲିମ୍‌‌ ଏବଂ ନୂଆ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ନିଯୁକ୍ତି ପ୍ରକ୍ରିୟା ସାରିବାକୁ ପଦକ୍ଷେପ ଗ୍ରହଣ କରାଯାଉଥିବା ସୂଚନା ମିଳିଛି। ସେହିପରି ପ୍ରଲିମ୍‌‌ ପରୀକ୍ଷା କେବଳ ଟିଜିଟି କଳା ଓ ବିଜ୍ଞାନ ଆଶାୟୀ ଦେବାକୁ ଥିବାବେଳେ ସଂସ୍କୃତ, ହିନ୍ଦୀ, ଊର୍ଦ୍ଧୁ, ତେଲୁଗୁ ଏବଂ ପିଇଟି ଆଶାୟୀ ମେନ୍‌‌ ପରୀକ୍ଷା ଦେବେ।

ଓଏସଏସସି ପକ୍ଷରୁ ଚୁଡ଼ାନ୍ତ ଆବେଦନକାରୀଙ୍କ ତାଲିକା ପ୍ରକାଶ ପାଇଥିବାବେଳେ ଏଥିରୁ ୫ ହଜାର ୪୮୪ ଜଣ ଆଶାୟୀଙ୍କ ଆବେଦନ ନାକଚ୍‌‌ କରାଯାଇଛି। ଅସମ୍ପୂର୍ଣ୍ଣ ତଥ୍ୟ ଓ ଆବେଦନ ପ୍ରକ୍ରିୟାରେ ଅନ୍ୟାନ୍ୟ ତ୍ରୁଟି ଥିବା ଆୟୋଗ ଦର୍ଶାଇଛି। ୭,୫୪୦ ପଦ ଲାଗି ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବକୁ ଥିବାବେଳେ ସେଥି ମଧ୍ୟରୁ ଟିଜିଟି କଳା ବର୍ଗରେ ୧୯୭୦ ପଦ, ପିସିଏମ(ବିଜ୍ଞାନ)ର ୧୪୧୯, ସିବିଜେଡ୍‌‌(ବିଜ୍ଞାନ) ବର୍ଗର ୧୨୦୫ଟି ପଦ ରହିଛି। ହିନ୍ଦୀରେ ୧୩୫୨ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ୭୨୩ ସଂସ୍କୃତ, ୬ ତେଲୁଗୁ, ୮୪୧ ପିଇଟି ଏବଂ ୨୪ଟି ଊର୍ଦ୍ଧୁ ଶିକ୍ଷକ ପଦରେ ଆଶାୟୀ ନିଯୁକ୍ତି ପାଇବେ। ପ୍ରିଲିମ୍‌‌ ପରୀକ୍ଷା ଶହେ ମାର୍କର ଅନୁଷ୍ଠିତ ହେବ। ଏଥିରେ ୩୦ ମାର୍କର ସାଧାରଣ ଜ୍ଞାନ, ୨୦ ମାର୍କର ବୀଜଗଣିତ, ୨୦ ମାର୍କର କମ୍ପ୍ୟୁଟର ଏବଂ ୧୦ ମାର୍କର କରେଣ୍ଟ ଆଫେୟାର୍ସ ସମ୍ପର୍କିତ ପ୍ରଶ୍ନପତ୍ର ଆସିବ। ତେବେ ପ୍ରକାଶିତ ସମୁଦାୟ ପଦର ୫ଗୁଣା ଆବେଦନକୁ ଭିତ୍ତିକରି ପ୍ରିଲିମ୍‌‌ ପରୀକ୍ଷାର ନିଷ୍ପତ୍ତି ନିଆଯାଇଛି। ଟିଜିଟି କଳା, ଟିଜିଟି ପିସିଏମ(ବିଜ୍ଞାନ) ଓ ଟିଜିଟି ସିବିଜେଡ୍‌‌ ଆଶାୟୀଙ୍କ ପ୍ରିଲିମ୍‌‌ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଅବଶିଷ୍ଟ ପଦଗୁଡ଼ିକ ପାଇଁ ପ୍ରଲିମ୍‌‌ ପରୀକ୍ଷା ହେବ ନାହିଁ। ଅବଶିଷ୍ଟ ଆଶାୟୀ କେବଳ ମେନ୍‌‌ ପରୀକ୍ଷା ଦେବେ। ମେନ୍‌‌ ପରୀକ୍ଷାରେ ଆଶାୟୀଙ୍କ ବିଷୟଭିତ୍ତିକ ପ୍ରଶ୍ନ ଆସିବାକୁ ଥିବାବେଳେ ଏହି ପରୀକ୍ଷା ୧୫୦ ମାର୍କ ସମ୍ବଳିତ ହେବ।

ତୃତୀୟ ପର୍ଯ୍ୟାୟ ହାଇସ୍କୁଲ ଶିକ୍ଷକ ନିଯୁକ୍ତି ନେଇ ଆରମ୍ଭ ହେଲା ପ୍ରକ୍ରିୟା : ନିଯୁକ୍ତ ହେବେ ୧୯୭୦ କଳା, ୧୪୧୯ ପିସିଏମ, ୧୨୦୫ ସିବିଜେଡ ଶିକ୍ଷକ
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ତୃତୀୟ ପର୍ଯ୍ୟାୟ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଭାଗ ସ୍ତରରେ ଖାଲିଥିବା ପଦ ନେଇ ଆଲୋଚନା ହେବା ପରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଏ ସଂକ୍ରାନ୍ତୀୟ ଅନୁମୋଦନ ପାଇଁ ଚିଠି ଲେଖିଛନ୍ତି। ତୃତୀୟ ପର୍ଯ୍ୟାୟ ଶିକ୍ଷକ ନିଯୁକ୍ତିରେ ୭ ହଜାର ୫୪୦ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ ନିର୍ଦ୍ଦେଶାଳୟ ପ୍ରମୁଖ ଶାସନ ସଚିବ ଅଶ୍ୱଥୀ ଏସ୍‌ଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଇଛି।

ଗୁଣାତ୍ମକ ଶିକ୍ଷାକୁ ସର୍ବଦା ପ୍ରାଥମିକତା ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷାର ରୂପାନ୍ତରଣରେ ଆଉ ଏକ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମତରେ ଶିକ୍ଷା ଦ୍ୱାରା ହିଁ ରାଷ୍ଟ୍ରର ସାମଗ୍ରିକ ବିକାଶ ସମ୍ଭବ। ଶିକ୍ଷା ଜାତିର ଏକ ଭାଗ୍ୟ ପରିବର୍ତ୍ତନ କରିବାର କ୍ଷମତା ରଖେ। ତେଣୁ ଦୁଇ ପର୍ଯ୍ୟାୟର ଶିକ୍ଷକ ନିଯୁକ୍ତି ସାରିବା ପରେ ତୃତୀୟ ପର୍ଯ୍ୟାୟ ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ଆଉ ସାଢ଼େ ସାତ ହଜାର ହାଇସ୍କୁଲ ଶିକ୍ଷକ ନିଯୁକ୍ତି କରିବାକୁ ବିଭାଗ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରସ୍ତାବିତ ୭,୫୪୦ ପଦ ମଧ୍ୟରେ ଟିଜିଟି ବର୍ଗର ୧୯୭୦ ପଦ ଥିବାବେଳେ ପିସିଏମ(ବିଜ୍ଞାନ)ର ୧୪୧୯, ସିବିଜେଡ୍(ବିଜ୍ଞାନ) ବର୍ଗର ୧୨୦୫ଟି ପଦ ରହିଛି।

ସେହିପରି ଉଚ୍ଚ ବିଦ୍ୟାଳୟଗୁଡ଼ିକ ପାଇଁ ହିନ୍ଦୀରେ ୧୩୫୨ ପଦରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ ୭୨୩ ସଂସ୍କୃତ, ୬ ତେଲୁଗୁ, ୮୪୧ ପିଇଟି ଏବଂ ୨୪ଟି ଊର୍ଦ୍ଧୁ ଶିକ୍ଷକ ପଦ ରହିଛି। ନୂଆ ନିଯୁକ୍ତି ପ୍ରକ୍ରିୟା ଓଏସଏସସି(ଓଡ଼ିଶା କର୍ମଚାରୀ ଚୟନ ଆୟୋଗ) ଦ୍ୱରା ତ୍ୱରାନ୍ୱିତ ହେବ। ଚଳିତ ଥର ନିଯୁକ୍ତି ପ୍ରକ୍ରିୟାରେ ମଧ୍ୟ ବ୍ୟାପକ ସ୍ୱଚ୍ଛତା ପଦ୍ଧତ୍ତି ଅବଲମ୍ବନ କରିବାକୁ ନୂଆ ପ୍ରକ୍ରିୟାରେ ମେରିଟ୍ ଟ୍ରାକ୍ ସଂସ୍ଥାକୁ ବାଦ୍ ଦିଆଯିବ। ନିଯୁକ୍ତି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବା ନେଇ ବିଭାଗ ବିଶେଷ ଗୁରୁତ୍ୱ ଦେଉଛି।

ସୂଚନାଥାଉକି ବିଗତ ଦୁଇ ପର୍ଯ୍ୟାୟର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଶେଷ କରିବା ପରେ ମୁଖ୍ୟମନ୍ତ୍ରୀ ତୃତୀୟ ପର୍ଯ୍ୟାୟ ନିଯୁକ୍ତି ଲାଗି ପଦକ୍ଷକ ଗ୍ରହଣ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ୬୦୩୧ ଓ ଦ୍ୱିତୀୟ ପର୍ଯ୍ୟାୟରେ ୬ ହଜାର ୮୯୧ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି।  ତୃତୀୟ ପର୍ଯ୍ୟାୟ ନିଯୁକ୍ତି ଲାଗି ବିଭାଗ ପକ୍ଷରୁ ପ୍ରକ୍ରିୟା ଜାରି ରହିଥିବାବେଳେ ନଭେମ୍ବର ଶେଷ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ କରିବାକୁ ଲକ୍ଷ୍ୟ ରହିଛି। ତେବେ ବିଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାର ୨୦ ହଜାରରୁ ଅଧିକ ମାଧ୍ୟମିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ଆହୁରି ପ୍ରାୟ ୭ହଜାର ୫ଶହ ଶିକ୍ଷକ ନିଯୁକ୍ତି ପାଇବେ।