Paratha - The Sakala

ପରଟାରେ ପ୍ରଭୂ ଜଗନ୍ନାଥଙ୍କ ପ୍ରତି ଛବି
ମାହାଙ୍ଗା: ପବିତ୍ର ରାକ୍ଷୀ ପୂଣ୍ଣୀମା ଅବସରରେ ମାହାଙ୍ଗା ବ୍ଲକ ମଧୁପୁର ପଞ୍ଚାୟତ ବେନୁପୁରା ଗ୍ରାମରେ ପରଟାରେ ପ୍ରଭୂ ଜଗନ୍ନାଥଙ୍କ ପ୍ରତି ଛବି ଦୃଶ୍ୟମାନ ହୋଇଥିବା ଦେଖିବାକୁ ମିଳିଛି ।

ପ୍ରକାଶ ଯେ, ବେନୁପୁରା ଗ୍ରାମର ହେମନ୍ତ ବାଗଙ୍କ ଝିଅ ରୋନି ବାଗ ରୋଷେଇ ଘରେ ପରଟା ସେକୁଥିବା ବେଳେ ଏକ ପାଖରେ ତେଲ ପକାଇ ଓଳଟାଇବା ସମୟରେ ପ୍ରଭୂ ଜଗ୍ନନାଥଙ୍କ ପ୍ରତିମୂର୍ତ୍ତୀ ଭଳି ଦୃଶ୍ୟ ଦେଖାଯାଇଥିଲା । ଏହାକୁ ଦେଖିବା ପରେ ସେ ପଡୋଶୀ ଲୋକଙ୍କୁ ଜଣାଇଥିଲେ । ପ୍ରଭୂ ଜଗନ୍ନାଥଙ୍କ ପ୍ରତି ଛବି ଦେଖି ଆଶ୍ଚର୍ଯ୍ୟ ହେବା ସହ ଖୁସି ପ୍ରକାଶ କରିଛନ୍ତି । ଏହି ପରଟାକୁ ନେଇ ଠାକୁର ଘରେ ରଖି ପଣ୍ଡିତଙ୍କ ଦ୍ୱାରା ପୂଜା କରିଥିଲେ । ଏହି ପରଟାରେ ଥିବା ଜଗ୍ନନାଥଙ୍କ ପ୍ରତିମୂର୍ତୀକୁ ଲାମିନେସନ କରି ଠାକୁର ଘରେ ରଖି ପୂଜା କରିବେ ବୋଲି ହେମନ୍ତଙ୍କ ପରିବାର ପକ୍ଷରୁ କୁହାଯାଇଛି । ଏହି ଖବର ପ୍ରସାରଣ ପରେ ଲୋକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି ।

ଏଣିକି ମହଙ୍ଗା ହେବ ପରଟା ଖାଇବା ; ପ୍ୟାକେଜ୍‌ଡ ପରଟା ଉପରେ ଆଦାୟ ହେବ ୧୮% ଜିଏସ୍‌ଟି
ନୂଆଦିଲ୍ଲୀ: ଆଗକୁ ପରଟା ଖାଇବା ମହଙ୍ଗା ହେବ। କାରଣ ଏଣିକି ଆପଣଙ୍କୁ ପରଟା ଉପରେ ଜିଏସ୍‌ଟି ଦେବାକୁ ପଡିବ। ଗୁଜୁରାଟର ଆପିଲ୍ ଅଥରିଟି ଅଫ୍ ଆଡଭାନ୍ସ ରୁଲିଂ (ଜିଏଏଏଆର୍‌) ପ୍ୟାକେଜ୍‌ଡ ପରଟା ଉପରେ ୧୮% ଜିଏସ୍‌ଟି ଆଦାୟ କରିବାକୁ ନିଷ୍ପତ୍ତି ନେଇଛି। ତେବେ ରୁଟି ଉପରେ କେବଳ ୫% ଜିଏସ୍‌ଟି ଲାଗୁ କରାଯିବ। ଏହାଫଳରେ ଦୀର୍ଘ ୨୦ ମାସ ହେବ ଚାଲିଥିବା ମାମଲାର ଅନ୍ତ ଘଟିଛି।

ଭାଡିଲାଲ ଇଣ୍ଡଷ୍ଟ୍ରିଜ୍ କରିଥିବା ଏକ ଅଭିଯୋଗର ଶୁଣାଣି କରି ଜିଏଏଏଆର୍‌ ଏହି ମତ ଦେଇଛନ୍ତି। ଭାଡିଲାଲ କହିବା ହେଉଛି ଯେ, ପରଟା ଉପରେ ୧୮% ଜିଏସ୍‌ଟି ଆଦାୟ କରାଯିବା ଉଚିତ ନୁହେଁ। ଏହି ମାମଲା ୨୦ ମାସ ଧରି ଚାଲିଥିଲା, କିନ୍ତୁ, ଏହି ନିଷ୍ପତ୍ତି ଶିଳ୍ପ ସପକ୍ଷରେ ଯାଇନାହିଁ। ବିବେକ ରଂଜନ ଏବଂ ମିଲିନ୍ଦ ତୋରୱାନେଙ୍କ ଦୁଇ ସଦସ୍ୟ ବିଶିଷ୍ଟ ବେଞ୍ଚ ମାମଲାର ଶୁଣାଣି କରି ପରଟାକୁ ସାଧା ରୁଟି ପରି ବ୍ୟବହାର କରାଯାଇପାରିବନାହିଁ। ଉଭୟଙ୍କ ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି। ପରଟାକୁ ରୁଟି ବର୍ଗରୁ ହଟାଯାଇଛି। ତାହା ଉପରେ କେବଳ ୧୮% ଜିଏସ୍‌ଟି ଆଦାୟ କରାଯିବ ବୋଲି ଶୁଣାଣିବେଳେ ଜିଏଏଏଆର୍‌ କହିଛନ୍ତି। ପରଟା ଉପରେ ଲାଗୁ ହୋଇଥିବା ଅତିରିକ୍ତ ଜିଏସ୍‌ଟିକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିରୋଧ କରିଛନ୍ତି। ସେ ଟ୍ୱିଟରରେ କହିଛନ୍ତି, ବ୍ରିଟିଶମାନେ ମଧ୍ୟ ଖାଦ୍ୟ ସାମଗ୍ରୀ ଉପରେ ଟିକସ ଲାଗୁ କରିନାହାଁନ୍ତି। ଆଜି ଦେଶରେ ମୁଦ୍ରାସ୍ଫୀତିର ସବୁଠାରୁ ବଡ କାରଣ ହେଉଛି କେନ୍ଦ୍ର ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ଜିଏସ୍‌ଟି। ଏହାକୁ ହ୍ରାସ କରାଯିବା ଉଚିତ ଏବଂ ଲୋକମାନେ ମୁଦ୍ରାସ୍ଫୀତିରୁ ମୁକ୍ତି ପାଇବା ଉଚିତ।

ଗତ ବର୍ଷ ଗୁଜୁରାଟ ଅଥରିଟି ଅଫ୍ ଆଡଭାନ୍ସ ରୁଲିଂ କହିଛି ଯେ ରୁଟି, ଚପାତି କିମ୍ବା ଖାକ୍ରା କୋଡ୍ ୧୯୦୫ ଅନୁଯାୟୀ ୫% ଜିଏସ୍‌ଟି ଆକର୍ଷିତ କରିଥାଏ। କିନ୍ତୁ ସଂରକ୍ଷିତ ପରଟା ଉପରେ ୧୮% ଜିଏସ୍‌ଟି ଲାଗୁ କରାଯିବ। ଏହା ପଛରେ ବେଞ୍ଚଙ୍କର ଯୁକ୍ତି ହେଉଛି ଯେ, ଏହି ପରଟାଗୁଡ଼ିକୁ ଖାଇବା ପୂର୍ବରୁ ପ୍ୟାନରେ ୩-୪ ମିନିଟ୍ ଗରମ କରିବାକୁ ପଡିବ। ତେଣୁ, ଏହାକୁ ସାଧା ଚପାତି କିମ୍ବା ରୁଟି ବର୍ଗରେ ସ୍ଥାନିତ କରାଯାଇପାରିବନାହିଁ। ଅହମ୍ମଦାବାଦ ଭିତ୍ତିକ କମ୍ପାନୀ ଭାଡିଲାଲ ଇଣ୍ଡଷ୍ଟ୍ରିଜ୍ ପରଟା ଉପରେ ପୃଥକ ଜିଏସ୍‌ଟି ଲାଗୁ କରାଯାଇଥିବା ଅଭିଯୋଗ କରିଛି। କମ୍ପାନୀର ଯୁକ୍ତି ହେଉଛି ମଇଦା, ତେଲ, ଆଳୁ, ପନିପରିବା, ମୂଳା, ପିଆଜ, ମେଥି ଭଳି ଉପାଦାନ ବିଭିନ୍ନ ପ୍ରକାରର ପରଟାରେ ବ୍ୟବହୃତ ହୋଇଥାଏ। ସେଗୁଡିକ ତିଆରି କରିବାକୁ ପ୍ରାୟ ୩ରୁ ୪ମିନିଟ୍ ସମୟ ଲାଗେ। ସାଧାରଣତଃ ମଇଦା, ତେଲ ଏବଂ ପନିପରିବା ରୁଟି ପରି ବ୍ୟବହୃତ ହୋଇଥାଏ, ତେଣୁ ସେଗୁଡିକ ଉପରେ ଅତିରିକ୍ତ ଜିଏସ୍‌ଟି ଆଦାୟ କରାଯିବା ଉଚିତ୍ ନୁହେଁ। ଲୋକମାନେ ଏହି ପରଟାଗୁଡ଼ିକୁ ଘରକୁ ନେଇ ଗରମ କରିବା ପରେ ଖାଇପାରିବେ।

ଜିଏଏଏଆର୍‌ କହିଛନ୍ତି ଯେ ପରଟା ତିଆରିରେ ଅନେକ ଉପାଦାନ ବ୍ୟବହୃତ ହୁଏ। ରୁଟି କିମ୍ବା ସାଧା ଚପାତି ତିଆରି କରିବା ପାଇଁ କେବଳ ମଇଦା ଏବଂ ପାଣି ବ୍ୟବହୃତ ହୁଏ। ପରଟା ଅପେକ୍ଷା ସେଗୁଡିକୁ ତିଆରି କରିବାକୁ ମଧ୍ୟ କମ୍ ସମୟ ଲାଗିଥାଏ। ସେଥିପାଇଁ ପରାଟାକୁ ରୁଟି ପରି ଟିକସ ଦିଆଯାଇପାରିବନାହିଁ। କମ୍ପାନୀର ପ୍ୟାକେଜ୍ ପରଟା ରନ୍ଧା ଦ୍ରବ୍ୟ ତାଲିକା ଅନ୍ତର୍ଗତ। ତାହାକୁ ଘରକୁ ନେବା ପରେ ୩-୪ ମିନିଟ୍ ପାଇଁ ରାନ୍ଧିବାକୁ ପଡିବ। ତେଣୁ ତାହା ଉପରେ ୧୮% ଜିଏସ୍‌ଟି ଆଦାୟ କରାଯିବ।