Industrialization - The Sakala

ଓଡ଼ିଶାରେ ନିବେଶ ନେଇ ଦ୍ୱନ୍ଦ୍ୱରେ ନିବେଶକ; ସ୍ୱାକ୍ଷର ଏମ୍‌ଓୟୁ କାର୍ଯ୍ୟକାରିତାକୁ ନେଇ ସନ୍ଦେହ
ଭୁବନେଶ୍ୱର: କିଛି ମାସ ପୂର୍ବରୁ ଦେଶ ବିଦେଶର ନିବେଶକମାନଙ୍କର ପ୍ରଥମ ପସନ୍ଦ ଥିଲା ଓଡିଶା। ଉତ୍କୃଷ୍ଟ ଶିଳ୍ପନୀତି, ସ୍ଥିର ସରକାର, ଶିଳ୍ପ ଅନୁକୂଳ ପରିବେଶ ଓଡ଼ିଶାକୁ ଦେଶରେ ସବୁଠୁ ପସନ୍ଦଯୋଗ୍ୟ ନିବେଶସ୍ଥଳରେ ପରିଣତ କରିଥିଲା। ମାତ୍ର ଏବେ ସରକାର ବଦଳିବା ପରେ ପରିସ୍ଥିତି ବି ବଦଳିଛି। ନିବେଶକଙ୍କ ବିଶ୍ୱାସ ଓ ଭରସା ଜିତିବାରେ ରାଜ୍ୟ ସରକାରଙ୍କ ଅସାମର୍ଥ୍ୟ ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାକୁ ମନ୍ଥର କରିଛି। ନୂଆ ସଂସ୍ଥା ଓଡ଼ିଶାରେ ଶିଳ୍ପ ସ୍ଥାପନ ଓ ନିବେଶ ପାଇଁ ଭରସା କରିପାରୁ ନାହାନ୍ତି; ବୁଝାମଣାପତ୍ର ସ୍ୱାକ୍ଷର କରିଥିବା ଶିଳ୍ପଗୋଷ୍ଠୀ ବା ନିବେଶକମାନେ ରାଜ୍ୟରେ ଶିଳ୍ପ ସ୍ଥାପନକୁ ଟାଳିବାକୁ ବା ନିଜର ପ୍ରସ୍ତାବ ପ୍ରତ୍ୟାହାର ନିମନ୍ତେ ଯୋଜନା କରୁଛନ୍ତି। ପ୍ରଥମେ ଜେଏସ୍‌ଡବ୍ଲୁର ଇଭି ପ୍ରକଳ୍ପ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ଚର୍ଚ୍ଚା ପରେ ଏବେ ଆର୍ସେଲର ମିତ୍ତଲର ପ୍ରସ୍ତାବିତ କେନ୍ଦ୍ରାପଡ଼ା ପ୍ରକଳ୍ପ ମଧ୍ୟ ଦ୍ୱନ୍ଦ୍ୱ ଓ ଅବିଶ୍ୱାସର ସନ୍ଧିକ୍ଷଣରେ ଠିଆ ହୋଇଛି। ଯଦିଓ ଏହି ଦୁଇ କମ୍ପାନୀ ଓଡ଼ିଶା ଛାଡ଼ିବା ପାଇଁ ବିଧିବଦ୍ଧ ଘୋଷଣା କରିନାହାନ୍ତି; ମାତ୍ର ଜାତୀୟ ଗଣମାଧ୍ୟମରେ ଏ ସଂକ୍ରାନ୍ତ ଚର୍ଚ୍ଚା ରାଜ୍ୟର ଶିଳ୍ପାୟନ ଭବିଷ୍ୟତକୁ ସନ୍ଦେହାଛନ୍ନ କରିଛି। ପୁନଶ୍ଚ ବଡ଼ବଡ଼ କମ୍ପାନୀର ଏପରି ସ୍ଥିତି ପରେ ଛୋଟ କମ୍ପାନୀଗୁଡ଼ିକ ମଧ୍ୟ ନିଜ ଭବିଷ୍ୟତ ନେଇ ଅନିଶ୍ଚିତତା ମଧ୍ୟରେ ଗତି କରୁଛନ୍ତି। ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ରାଜ୍ୟରେ ନିବେଶକଙ୍କ ପାଇଁ ବିଛା ଯାଇଥÒଲା ଲାଲ ଗାଲିଚା। ‘ମେକ୍‌ ଇନ୍‌ ଓଡିଶା’ ଓ ନିବେଶ କନ୍‌କ୍ଲେଭ ଜରିଆରେ ଓଡ଼ିଶାକୁ ବିପୁଳ ପୁଞ୍ଜି ଆଣିବାରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଫଳ ହୋଇଥିଲେ।

ପରିଣତି ସ୍ୱରୂପ ରାଜ୍ୟର ବିଭିନ୍ନ ସ୍ଥାନରେ ଶିଳ୍ପସ୍ଥାପନ ତ୍ୱରାନ୍ୱିତ ହୋଇଥିଲା ଓ ଏହା ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥିଲା। ମାତ୍ର ସରକାର ପରିବର୍ତ୍ତନ ପରେ ରାଜ୍ୟର ଶିଳ୍ପ ଓ ରାଜନୈତିକ ପରିବେଶ ଶିଳ୍ପପତିମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ଯଦିଓ ନବୀନ ସରକାରଙ୍କ ଦ୍ୱାରା ପ୍ରଣୟନ କରିଥିବା ଶିଳ୍ପ ନୀତି ଆଧାରରେ ନୂତନ ସରକାର କାର୍ଯ୍ୟ କରୁଛନ୍ତି; ତଥାପି ସରକାରରେ ସମନ୍ୱୟ ଅଭାବ, ନିବେଶକଙ୍କ ପ୍ରତି ସରକାରୀ ଓ ରାଜନୈତିକସ୍ତରରେ ବିଶ୍ୱାସର ଅଭାବ, ରାଜନୈତିକ ଅସ୍ଥିରତା ଆଦି କାରଣ ନିବେଶକଙ୍କୁ ଓଡ଼ିଶାରେ ନିବେଶ ନିମନ୍ତେ ନିରୁତ୍ସାହିତ କରିଛି।

କିଛି ନିବେଶକ ଓ ଶିଳ୍ପଗୋଷ୍ଠୀ ପ୍ରମୁଖ ସ୍ପଷ୍ଟ ଭାବରେ ରାଜ୍ୟ ସରକାରଙ୍କ ଉପରେ ଭରସା କରି ପାରୁ ନ ଥିବା ଏବଂ ପ୍ରସ୍ତାବିତ ଶିଳ୍ପ ପାଇଁ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଉପଯୁକ୍ତ ସହଯୋଗ ମିଳୁ ନ ଥିବା ସ୍ପଷ୍ଟ ଭାବରେ କହୁଛନ୍ତି। ରାଜ୍ୟ ସରକାରଙ୍କ ନିକଟରେ ଶିଳ୍ପ ବିକାଶ ଅଭିଜ୍ଞତା ଓ ଅନୁଭବର ଅଭାବ ସହ ଶାସକ ଦଳରେ ଗୋଷ୍ଠୀ କନ୍ଦଳ ନିବେଶକଙ୍କ ପାଇଁ ଅଶ୍ୱସ୍ତିକର ହୋଇଛି। ଏହାର ସୁଯୋଗ ଅନ୍ୟ ରାଜ୍ୟଗୁଡ଼ିକ ନେଉଛନ୍ତି ଏବଂ ଓଡ଼ିଶା ପରିବର୍ତ୍ତେ ନିଜ ରାଜ୍ୟରେ ନିବେଶ ନିମନ୍ତେ ନିବେଶକଙ୍କୁ ପ୍ରସ୍ତାବ ଓ ପ୍ରଲୋଭନ ଦେଖାଉଛନ୍ତି। ପରିଣତିସ୍ୱରୂପ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଗୁଜରାଟ ଆଦି ରାଜ୍ୟକୁ ଶିଳ୍ପଗୋଷ୍ଠୀ ମୁହାଁଉଛନ୍ତି।

ଓଡିଶାରେ କଞ୍ଚାମାଲ, ଦକ୍ଷ ମାନବସମ୍ବଳ, ପାଣି, ଜମି, ଉତ୍ତମ ଯୋଗାଯୋଗ ବ୍ୟବସ୍ଥାର ଅଭାବ ନାହିଁ। ନବୀନ ପଟ୍ଟନାୟକ ସରକାର ଓଡ଼ିଶାରେ ଏକ ଦୃଢ଼ ଶିଳ୍ପ ଭିତ୍ତିଭୂମି ସୃଷ୍ଟି କରିଛନ୍ତି। ପୁଞ୍ଜିନିବେଶ ଆଣିବାରେ ସମଗ୍ର ଦେଶରେ ଓଡିଶା ପ୍ରଥମ ସ୍ଥାନ ଅଧିକାର କରି ଆସିଛି। ପୂର୍ବରୁ ମେକ୍‌ ଇନ୍‌ ଓଡିଶା କନକ୍ଲେଭ୍‌ ଜରିଆରେ ୧୬ ଲକ୍ଷ କୋଟି ଟଙ୍କାର ପୁ୍‌ଞ୍ଜିନିବେଶ ପ୍ରସ୍ତାବ ଆସିଛି। ସେଥିରୁ ୧୧ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ କାର୍ଯ୍ୟକାରୀ ହୋଇଛି। ଉଡାଯାହାଜରେ ବ୍ୟବହୃତ ଆଲୁମିନିୟମ୍‌ ଓଡିଶାରୁ ପ୍ରସ୍ତୁତ ହେଉଛି, ଦେଶରେ ସର୍ବାଧିକ ପରିମାଣର ଇସ୍ପାତ ଓଡିଶାରେ ଉତ୍ପାଦିତ ହେଉଛି। ରାଜ୍ୟର ପ୍ରମୁଖ ଜିଲ୍ଲାମାନଙ୍କରେ ଶିଳ୍ପ ପାର୍କ ପ୍ରତିଷ୍ଠା କରାଯାଇଛି। ତିନିଟି ବନ୍ଦର କାର୍ଯ୍ୟକ୍ଷମ ରହିଛି, ଆଉ ଦୁଇଟି ନିର୍ମାଣ ଚାଲିଛି। ବିଜୁ ଏକ୍ସପ୍ରେସ୍‌ ୱେ ଶିଳ୍ପ କରିଡର୍‌ ଭାବେ କାର୍ଯ୍ୟ କରୁଛି। ଏହା ସତ୍ତ୍ବେ ଗୋଟିଏ ପରେ ଗୋଟିଏ ପ୍ରମୁଖ ଶିଳ୍ପ ସଂସ୍ଥା ଓଡିଶାକୁ ମୁହଁ ମୋଡ଼ିବା ଶୁଭ ସଙ୍କେତ ନୁହେଁ ବୋଲି ମତ ପ୍ରକାଶ ପାଇଛି।

ଶିଳ୍ପ ବିଶେଷଜ୍ଞ ସାତ୍ତ୍ୱିକ ସ୍ୱାଇଁ କହିଛନ୍ତି, ବିଜେଡି ସରକାର ଦୀର୍ଘ ଦିନ ଧରି କ୍ଷମତାରେ ରହିଥିଲା ଓ ସରକାରଙ୍କ ସ୍ଥିରତା ନିବେଶକମାନଙ୍କୁ ଆଶ୍ୱସ୍ତ କରିଥିଲା। ଫଳରେ ଏକ ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି ହୋଇଥିଲା; କିନ୍ତୁ ବର୍ତ୍ତମାନ ରାଜ୍ୟରେ ନୂଆ ସରକାର ଆସିଥିବାରୁ ସମାନ ପରିବେଶ ବଜାୟ ରଖିବା ନିଶ୍ଚୟ ଆହ୍ୱାନ ସାଜିବ। ଏବେ ଆର୍ସେଲର୍‌ ମିତ୍ତଲର ପ୍ରକଳ୍ପକୁ ନେଇ ଯେଉଁ ସନ୍ଦେହ ସୃଷ୍ଟି ହୋଇଛି ତାହାକୁ ଦୂର କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି ସେ ମତ ଦେଇଛନ୍ତି ।

ବିବାଦ ମଧ୍ୟରେ ବିବୃତ୍ତି ରଖିଲା କମ୍ପାନୀ

କେନ୍ଦ୍ରାପଡ଼ା ପ୍ରକଳ୍ପ ଉପରେ କିଛି କହିଲା ନାହିଁ

ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲର କେନ୍ଦ୍ରାପଡ଼ା ପ୍ରକଳ୍ପକୁ ନେଇ ଅନିଶ୍ଚିତତା ଦେଖାଦେଇଥିବା ବେଳେ ଏନେଇ କମ୍ପାନୀ ପକ୍ଷରୁ ବିବୃତି ରଖାଯାଇଛି। ତେବେ କେନ୍ଦ୍ରାପଡା ପ୍ରକଳ୍ପକୁ ନେଇ କୌଣସି ସ୍ପଷ୍ଟୋକ୍ତି ରଖିନାହାନ୍ତି କମ୍ପାନୀ କର୍ତ୍ତୃପକ୍ଷ। କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଚି ଯେ ଆର୍ସେଲର ମିତ୍ତଲ ନିପନ୍‌ ଷ୍ଟିଲ୍‌ ଇଣ୍ଡିଆ ଏହାର ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖି ତ୍ୱରିତ ଅଭିବୃଦ୍ଧି ସୁଯୋଗ ଅନ୍ୱେଷଣ ଜାରି ରଖିଛି। ଆମର ବ୍ୟବସାୟ ସମନ୍ୱୟ ଏବଂ ଦୀର୍ଘମିଆଦୀ ରଣନୀତିକ ଲକ୍ଷ୍ୟ ଅନୁରୂପ ସମାନ୍ତରାଳ ସମ୍ଭାବନାଗୁଡ଼ିକର ମୂଲ୍ୟାଙ୍କନ କରିବାକୁ ଆମେ କିଛି ରାଜ୍ୟ ସରକାରଙ୍କ ସହ ଜଡ଼ିତ ଅଛୁ। ଏହା ଆମର ବର୍ତ୍ତମାନର ପ୍ରକଳ୍ପ ଯୋଜନାରେ କୌଣସି ପରିବର୍ତ୍ତନ ଆଣିବ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଶିଳ୍ପାୟନ ନେଇ ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ, ଆସନ୍ତା ୧୮ରେ ଓଡ଼ିଶା ଗସ୍ତରେ ଆସିବେ ବିଭିନ୍ନ ଦେଶର ରାଷ୍ଟ୍ରଦୂତ
ଭୁବନେଶ୍ୱର: ଓଡ଼ିଶାକୁ ଦେଶର ଶିଳ୍ପାନୟର କେନ୍ଦ୍ରସ୍ଥଳ ରୂପେ ଗଢ଼ିତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଉଦ୍ୟମ ଜାରି ରଖିଛନ୍ତି। ଖ୍ୟାତାନାମା ଶିଳ୍ପଦ୍ୟୋଗୀଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆକୃଷ୍ଟ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଦୁବାଇରୁ ପ୍ରଥମ ନିବେଶକ ସମ୍ମିଳନୀ ଆରମ୍ଭ କରିବା ପରେ ଅହମ୍ମଦାବାଦ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁରେ ପରେ ଆସନ୍ତା ୧୭ ତାରିଖରେ ହାଇଦ୍ରାବାଦଠାରେ ଷଷ୍ଠ ନିବେଶକ ସମ୍ମିଳନୀ କରିବାକୁ ଯାଉଛନ୍ତି। ଏହାପରେ ଆସନ୍ତା ୧୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣକ୍ରମେ ସୁଇଜଲାଣ୍ଡ, ଫ୍ରାନ୍ସ, ୟୁଏଇ, ଗୁଆଟେମାଲାର ରାଷ୍ଟ୍ରଦୂତ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ। ଏହାଦ୍ୱାରା ଓଡ଼ିଶାକୁ ପୁଞ୍ଜିନିବେଶ ପାଇଁ ଏକ ବଡ଼ ବାଟ ଫିଟିବା ନେଇ ଆଶା କରାଯାଉଛି।

ସୂଚନାଯୋଗ୍ୟ ଯେ ଆସନ୍ତା ନଭେମ୍ୱରରେ ହେବାକୁ ଥିବା ମେକ୍‌‌ ଇନ୍‌‌ ଓଡ଼ିଶା କନକ୍ଲେଭ ପାଇଁ ରାଜ୍ୟ ସରକାର ରୋଡ ଶୋ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ଦେଶ ଓ ବିଦେଶରେ ନିବେଶ ସମ୍ମିଳନୀ କରି ପୁଞ୍ଜିନିବେଶକାରୀଙ୍କୁ ଆମନ୍ତ୍ରଣ କରୁଛନ୍ତି। ଦେଶର ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଶିଳ୍ପାୟନ ପାଇଁ ରାଜ୍ୟ ସରକାର ଅଧିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ପ୍ରଦାନ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରୟାସକୁ ବିଶେଷଜ୍ଞମାନେ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏପରି ପ୍ରୟାସର ପରିମାଣ ଆସନ୍ତା ମେକ୍‌‌ ଇନ୍‌‌ ଓଡ଼ିଶା କନକ୍ଲେଭ୍‌‌ ଏବଂ ପରବର୍ତ୍ତି ସମୟରେ ଦେଖିବାକୁ ମିଳିବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଦିଲ୍ଲୀରେ ଆଲୋଚନା କରିଥିଲେ। ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, ଖଣି, ଆଇଟି, କ୍ଷେତ୍ରରେ ବ୍ୟାପକ ସୁଯୋଗ ରହିଛି ବୋଲି ରାଷ୍ଟ୍ରଦୂତଙ୍କୁ ବୁଝାଇଥିଲେ ନବୀନ। ଆସନ୍ତା ୧୭ ତାରିଖ ଦିନ ହାଇଦ୍ରାବାଦରେ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିବେଶକାରୀଙ୍କୁ ପୁଞ୍ଜିନିବେଶ ପାଇଁ ନିମନ୍ତ୍ରଣ କରିବେ। କେବଳ ସେତିକି ନୁହେଁ, ମେକ ଇନ ଓଡ଼ିଶା ସଂସ୍କରଣ-୩ ପୂର୍ବରୁ ଆସିଆନାର ଏକ ପ୍ରତିନିଧି ଦଳ ମଧ୍ୟ ଓଡ଼ିଶା ଗସ୍ତରେ ଆସିବେ। ଏହି ଦଳରେ ମିଅାଁମାର, ଇଣ୍ଡୋନେସିଆ, ଫିଲିପାଇନ୍ସ, ଥାଇଲାଣ୍ଡ, ମାଲେସିଆ ଓ ଭିଏତନାମ ଆଦି ଦେଶର ପ୍ରତିନିଧିମାନେ ପର୍ଯୟାୟକ୍ରମେ ଓଡ଼ିଶା ଆସିବେ ବୋଲି ଜଣାପଡ଼ିଛି।