Eating Together - The Sakala
ଏକୁଟିଆ ଖାଦ୍ୟ ଖାଇବା ଦ୍ବାରା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ୁଥିବାବେଳେ ମିଳିମିଶି ଖାଦ୍ୟ ଖାଇବା ଦ୍ବାରା ମାନସିକ ଚାପ ଓ ଅବସାଦ ଦୂର ହୋଇଥାଏ ବୋଲି ନିକଟରେ ଏକ ଗବେଷଣାରୁ ଜଣାପଡ଼ିଛି। ଆମେରିକୀୟ ସଂସ୍ଥା ‘ଆମେରିକାନ୍‌ ହାର୍ଟ ଆସୋସିଏସନ୍’ ପକ୍ଷରୁ ଏହି ଗବେଷଣା କରାଯାଇଥିଲା। ଏଥିରେ ୧୦୦୦ ଲୋକଙ୍କୁ ସେମାନଙ୍କର ଖାଦ୍ୟ ଶୈଳୀ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ତେବେ ଏକୁଟିଆ ଖାଇବା ଏବଂ ପରିବାର ସଦସ୍ୟ କିମ୍ବା ସାଙ୍ଗସାଥୀଙ୍କ ସହ ମିଶିକି ଖାଇବା ସମ୍ପର୍କିତ ଏହି ଗବେଷଣା ସମ୍ପର୍କରେ ଡାକ୍ତର ଏରିନ୍‌ ଡୋନେଲି ମିଚୋଜ୍‌ କହିଛନ୍ତି ଯେ, ଏକୁଟିଆ ବସି ଖାଦ୍ୟ ଖାଇବା ଶରୀର ପାଇଁ ଠିକ୍‌ ନୁହେଁ। ଏହାଦ୍ବାରା ମାନସିକ ଚାପ ବୃଦ୍ଧି ପାଇଥାଏ। ମାନସିକ ଚାପ ଦ୍ବାରା ହୃଦ୍‌ରୋଗ ହେବା ଆଶଙ୍କା ଥାଏ। ତେଣୁ ମାନସିକ ଚାପକୁ କମ୍‌ କରିବା ପାଇଁ ସମସ୍ତଙ୍କ ସହ ମିଳିମିଶି ଖାଦ୍ୟ ଖାଇବା ଉଚିତ। ଏହାଦ୍ବାରା ଆତ୍ମସମ୍ମାନ ଓ ସାମାଜିକ ସମ୍ପର୍କ ମଧ୍ୟ ବୃଦ୍ଧି ହୁଏ।
ଗବେଷଣାରେ ସାମିଲ୍‌ ହୋଇଥିବା ଲୋକଙ୍କ ଭିତରେ ୬୫ ପ୍ରତିଶତ ମଧ୍ୟମ ଧରଣର ମାନସିକ ଚାପଗ୍ରସ୍ତ ଥିବାବେଳେ ୨୭ ପ୍ରତିଶତ ଲୋକ ସମ୍ପୂର୍ଣ୍ଣ ଚାପଗ୍ରସ୍ତ ଥିଲେ। ଏହି ଲୋକମାନଙ୍କୁ ଖାଦ୍ୟ ଶୈଳୀ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ସେମାନଙ୍କ ଭିତରୁ ୧୦ରୁ ୭ ଜଣ କହିଥିଲେ ଯେ, ମିଳିମିଶି ଖାଇବା ଦ୍ବାରା ସେମାନଙ୍କର ମାନସିକ ଚାପର ପରିମାଣ କମି ଯାଇଛି। ୫୯ ପ୍ରତିଶତ ଲୋକ କହିଛନ୍ତି ଯେ, ଯେତେବେଳେ ଆମେ ମିଳିମିଶି ଖାଦ୍ୟ ଖାଉ, ସେତେବେଳେ ଆମେ ସ୍ବାସ୍ଥ୍ୟକର ଖାଦ୍ୟ ଉପରେ ପ୍ରାଧାନ୍ୟ ଦେଇଥାଉ। କିନ୍ତୁ ଏହା ପାଇଁ ସମୟର ଅଭାବ ରହିଥାଏ। ମିଳିମିଶି ଖାଦ୍ୟ ଖାଇବା ଦ୍ବାରା ମାନସିକ ଚାପ ଦୂର ହୋଇଥାଏ ବୋଲି ୬୭ ପ୍ରତିଶତ ଲୋକ ସ୍ବୀକାର କରିଥିଲେ। ସମୟ ଅଭାବରୁ ଯଦିଓ ପରିବାରର ସମସ୍ତ ସଦସ୍ୟ ଏକାଠି ବସି ଖାଇବା ଏକ କଷ୍ଟକର ବ୍ୟାପାର ତଥାପି ଏଦିଗରେ ପ୍ରୟାସ କରିବା ଦରକାର ବୋଲି ଏହି ଗବେଷଣାରେ କୁହାଯାଇଛି।