Elections in Himachal Pradesh - The Sakala

ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ଘୋଷଣା ପତ୍ର; ସରକାର ଆସିଲେ ମାଗଣା ବିଜୁଳି, ମହିଳାଙ୍କୁ ପେନସନ୍‌
ଶିମଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ଘୋଷଣା ପତ୍ର । ଆସନ୍ତା ୧୨ ତାରିଖରେ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଥିବାବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଇସ୍ତାହାରରେ ଦିଆଯାଇଛି ଗୁରୁତ୍ବ । ତେବେ ନିର୍ବାଚନୀ ଘୋଷଣା ପତ୍ରରେ ୧୦ଟି ପ୍ରସଙ୍ଗକୁ ନେଇ ଗ୍ୟାରେଣ୍ଟି ଦେଇଛି ପ୍ରଦେଶ କଂଗ୍ରେସ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କଂଗ୍ରେସ ତା’ର ଇସ୍ତାହାରରେ କହିଛି କି, ଯଦି ହିମାଚଳରେ କଂଗ୍ରେସ ସରକାର ଗଠନ କରେ ତେବେ ସରକାରଙ୍କ ପ୍ରଥମ ବୈଠକରେ ରାଜ୍ୟର ୧ ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ସରକାରୀ ନିଯୁକ୍ତି ଦିଆଯିବ । ଏହାସହିତ ଦଳ ସରକାର ଗଠନ କଲେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ମାସିକ ୧୫ଶହ ଟଙ୍କା ଲେଖାଏଁ ଭତ୍ତା ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛି । ଏହାସହ ରାଜ୍ୟରେ ପୁରୁଣା ପେନସନ ଲାଗୁ କରିବା, ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳୀମାଗଣା ଦେବା ପାଇଁ ଇସ୍ତାହାରରେ ଉଲ୍ଲେଖ କରାଯାଇଛି ।

ଏହାସହ କିଲୋ ପ୍ରତି ୨ ଟଙ୍କା ଦରରେ ଗୋବର କିଣିବା ସହ ଫଳ ଚାଷୀ ସେମାନଙ୍କ ଫଳର ଦାମ ବଗିଚାରେ ନିର୍ଦ୍ଧାରିତ କରିପାରିବାର ସୁଯୋଗ ମିଳିବ । ସେପଟେ ରାଜ୍ୟର ବେକାର ଯୁବକ ଯୁବତୀମାନଙ୍କ ପାଇଁ ୬୮୦ କୋଟି ଟଙ୍କାର ଷ୍ଟାଟଅପ୍ ପ୍ରସ୍ତୁତ କରିବାକୁ ଦଳ ପ୍ରତିଶ୍ରୁତି ଦେଇଛି ।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ଭାଗେଲ, ଏଆଇସିସି ଇନ୍‌ଚାର୍ଜ ରାଜୀବ ଶୁକ୍ଳା, ଦଳର ହିମାଚଳ ପ୍ରଦେଶ ସଭାପତି ପ୍ରତିଭା ସିଂହ, କଂଗ୍ରେସ ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ଶୁଖବିନ୍ଦର ସିଂହ ସୁଖୁ ଓ ନିର୍ବାଚନୀ ଇସ୍ତାହାର କମିଟି ଅଧ୍ୟକ୍ଷ ଧନୀ ରାମ ଶାଣ୍ଡିଲଙ୍କ ଉପସ୍ଥିତିରେ ‘କଂଗ୍ରେସ ପ୍ରତିଜ୍ଞା ପତ୍ର’ ଘୋଷଣା କରାଯାଇଛି।

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ,ନଭେମ୍ବର ୧୨ରେ ଭୋଟ ଗ୍ରହଣ
ନୂଆଦିଲ୍ଲୀ : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ରାଜ୍ୟରେ ଗୋଟିଏ ପର୍ୟ୍ୟାୟରେ ନିର୍ବାଚନ ହେବ। ନଭେମ୍ବର ୧୨ ତାରିଖ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଭୋଟ କାଉଟିଂ ହେବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।

ହିମାଚଳ ପ୍ରଦେଶ ବିଧାନସଭାର ୬୮ଟି ଆସନ ପାଇଁ ନଭେମ୍ବର ୧୨ରେ ଭୋଟ ଗ୍ରହଣ ହେବ ଓ ଡିସେମ୍ବର ୮ରେ ଗଣତି ହେବ । ଅକ୍ଟୋବର ୧୭ରୁ ଅକ୍ଟୋବର ୨୫ ମଧ୍ୟରେ ମନୋନୟନ ପତ୍ର ଦାଖଲ କରିହେବ ଓ ଅକ୍ଟୋବର ୨୯ ସୁଦ୍ଧା ମନୋନୟନ ପତ୍ର ପ୍ରତ୍ୟାହାର କରିହେବ ବୋଲି ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଶୁକ୍ରବାରଦିନ ଘୋଷଣା କରିଛନ୍ତି ।

ତେବେ ନିର୍ବାଚନ କମିସନ ଆଜି ଗୁଜୁରାଟ ବିଧାନସଭା ଆସନ ପାଇଁ ତାରିଖ ଘୋଷଣା କରି ନାହାନ୍ତି । ଏହି ରାଜ୍ୟର ନିର୍ବାଚନ ତାରିଖ ପରେ ଘୋଷଣା ହେବ । ଗୋଟିଏ ରାଜ୍ୟର ନିର୍ବାଚନ ଫଳାଫଳ ଅନ୍ୟ ରାଜ୍ୟ ଉପରେ ପ୍ରଭାବ ପକାଇବ ନାହିଁ ବୋଲି ଶ୍ରୀ କୁମାର କହିଛନ୍ତି ।