Mamata Mohanta - The Sakala

ରାଜ୍ୟସଭା ଉପାଧ୍ୟକ୍ଷ ପ୍ଯାନେଲକୁ ମନୋନୀତ ହେଲେ ସାଂସଦ ସସ୍ମିତ ପାତ୍ର ଓ ମମତା ମହନ୍ତ
ଭୁବନେଶ୍ବର: ପୁଣି ଥରେ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ ରାଜ୍ୟସଭାରେ ଗୁରୁଦାୟିତ୍ବ ମିଳିଛି। ରାଜ୍ୟସଭା ଉପାଧ୍ୟକ୍ଷ ପ୍ଯାନେଲକୁ ମନୋନୀତ ହୋଇଛନ୍ତ ଡ.ସସ୍ମିତ ପାତ୍ର । ରାଜ୍ଯସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ଦ୍ବାରା ମନୋନୀତ ହୋଇଛନ୍ତି ସସ୍ମିତ। ସେହିପରି ସାଂସଦ ମମତା ମହନ୍ତ ମଧ୍ୟ ଉପାଧ୍ୟକ୍ଷ ପ୍ଯାନେଲର ସଦସ୍ଯା ହୋଇଛନ୍ତି।

ସୂଚନା ଅନୁଯାୟୀ, ଓଡ଼ିଆ ସାଂସଦ ଭାବେ ଡ଼ ପାତ୍ର ଏହି ସମ୍ମାନଜନକ ପ୍ୟାନେଲରେ ପୂର୍ବରୁ ମଧ୍ୟ ସାମିଲ ହୋଇଥିଲେ। ସଂସଦରେ ନିଜର ବଳିଷ୍ଠ ଉପସ୍ଥାପନ ପାଇଁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କ ଅନୁପସ୍ଥିତିରେ ଡ଼ ପାତ୍ର ଏକାଧିକ ବାର ପୂର୍ଣ୍ଣ ଦକ୍ଷତାରସହ ଗୃହ କାର୍ଯ୍ୟ ପରିଚାଳନା କରି ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଛନ୍ତି। ଡ଼ ପାତ୍ର ସର୍ବଦା ରାଜ୍ୟସଭାରେ ରାଜ୍ୟର ନାର୍ଯ୍ୟ ଦାବି ଏବଂ ସମସ୍ୟା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ମମତା ମହାନ୍ତ
ଭୁବନେଶ୍ବର: ରାଜ୍ୟସଭାକୁ ଗଲେ ମମତା ମହାନ୍ତ। ରାଜ୍ୟସଭାକୁ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ବିଜେପି ପ୍ରାର୍ଥୀ ମମତା ମହାନ୍ତ। ସାର୍ଟିଫିକେଟ ନେବାକୁ ବିଧାନସଭାରେ ପହିଞ୍ଚିଥିଲେ ମମତା। ରିଟର୍ନିଙ୍ଗ ଅଫିସରଙ୍କ ଠାରୁ ସାର୍ଟିଫିକେଟ ଗ୍ରହଣ କରିଛନ୍ତି ମମତା ମହାନ୍ତ।

ଗତ ୨୨ ତାରିଖରେ ଓଡ଼ିଶାରେ ଖାଲି ପଡ଼ିଥିବା ଏକମାତ୍ର ଆସନ ପାଇଁ ୨ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିଜେପି ଟିକଟରୁ ପୂର୍ବତନ ସାଂସଦ ମମତା ମହାନ୍ତ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ  ସ୍ୱାଧୀନ ଭାବେ ବିଜେପି ନେତା ଜଗନ୍ନାଥ ପ୍ରଧାନ ମଧ୍ୟ ନାମାଙ୍କନ ଭରିଥିଲେ। ଉଭୟଙ୍କ ପ୍ରାର୍ଥୀପତ୍ର କାଏମ ରହିଥିଲା। ଆଜି ସକାଳେ ଜଗନ୍ନାଥ ନିଜ ନାମାଙ୍କନପତ୍ର ପ୍ରତ୍ୟାହାର କରିଥିଲେ। ପାର୍ଟି ନିର୍ଦ୍ଦେଶରେ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି ବୋଲି ଜଗନ୍ନାଥ ପ୍ରଧାନ କହିଥିଲେ। ଜଗନ୍ନାଥ ପ୍ରଧାନ ନାମାଙ୍କନ ପ୍ରତ୍ୟାହାର ପରେ ରାଜ୍ୟସଭାକୁ ନିର୍ନ୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ବିଜେପି ପ୍ରାର୍ଥୀ ମମିତା ମହାନ୍ତ।

ବିଜେପିରେ ଯୋଗଦେଲେ ମମତା ମହାନ୍ତ
ଭୁବନେଶ୍ବର: ବିଜେପିରେ ଯୋଗଦେଲେ ମମତା ମହାନ୍ତ। ବିଜେପି ଦିଲ୍ଲୀ ମୁଖ୍ୟାଳୟରେ ସାଧାରଣ ସଂପାଦକ ଅରୁଣ ସିଂହଙ୍କ ଉପସ୍ଥିତିରେ ସାମିଲ ହେଲେ । ପ୍ରଭାରୀ ବିଜୟପାଲ୍‌ ସିଂ ତୋମାରଙ୍କ ସହ ବହୁ ନେତା ଉପସ୍ଥିତ ଥିଲେ। କାଲି ରାଜ୍ୟସଭା ସାଂସଦ ଓ ବିଜେଡିରୁ ଇସ୍ତଫା ଦେଇଥିଲେ ମମତା ମହାନ୍ତ ।

ସମଗ୍ର ଦେଶରେ ଚର୍ଚ୍ଚାରେ ମୟୂରଭଞ୍ଜ ଝିଅ
ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ କୁସୁମୀ ବ୍ଲକ୍‌ ଉପରବେଡ଼ା ଗାଁର ଝିଅ ଦ୍ରୌପଦୀ ମୁର୍ମୁ ଏବେ ଭାରତର ମହାମହିମ ରାଷ୍ଟ୍ରପତି। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଧିଷ୍ଠିତା। ଦ୍ରୌପଦୀଙ୍କ ପାଇଁ ସମଗ୍ର ମୟୂରଭଞ୍ଜ ଚର୍ଚ୍ଚାର ପରିଧିକୁ ଆସିଛି। ତେବେ ଦ୍ରୌପଦୀଙ୍କ ବ୍ୟତୀତ କଳ୍ପନା ସୋରେନ୍‍, ସୀତା ସୋରେନ୍‍, ମମତା ମହାନ୍ତ, ଚନ୍ଦ୍ରାଣୀ ମୁର୍ମୁ ମଧ୍ୟ ମୟୂରଭଞ୍ଜ ଜିଲ୍ଲା ପାଇଁ ପାଲଟିଛନ୍ତି ଗର୍ବ ଓ ଗୌରବ। ଅବଶ୍ୟ ବିଭିନ୍ନ ସମୟରେ ସେମାନଙ୍କ କାର୍ଯ୍ୟାବଳୀ ସେମାନଙ୍କୁ ଚର୍ଚ୍ଚାରେ ରଖିଛି। ଏମାନଙ୍କ ମଧ୍ୟରେ ଦୁଇ ଜଣ ଝାଡ଼ଖଣ୍ଡର ପ୍ରମୁଖ ରାଜନୈତିକ ଦଳ ଜେଏମ୍‍ଏମ୍‍ ଏବଂ ଅନ୍ୟ ଦୁଇ ଜଣ ଓଡ଼ିଶାର କ୍ଷମତାସୀନ ବିଜୁ ଜନତା ଦଳ ସହିତ ଜଡ଼ିତ ଅଛନ୍ତି।

ଦ୍ରୌପଦୀ ମୁର୍ମୁ

ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁର ଗାଁର ପାହାଡ଼ି ବୋହୂ ଦ୍ରୌପଦୀ ମୁର୍ମୁ ଏବେ ଦେଶର ସର୍ବୋଚ୍ଚ ପଦରେ ଅଭିଷିକ୍ତ। ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ କୁସୁମୀ ବ୍ଲକର ଆଦିବାସୀ ଅଧ୍ୟୁଷିତ ଉପରବାଡ଼ ଗାଁର ବିରଞ୍ଚି ନାରାୟଣ ଟୁଡ଼ୁଙ୍କ ଝିଅ ଦ୍ରୌପଦୀ ମୁର୍ମୁ। ସେ ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁର ଗାଁର ଶ୍ୟାମଚରଣ ମୁର୍ମୁଙ୍କୁ ବିବାହ କରିଥିଲେ।

୧୯୯୭ ରାଇରଙ୍ଗପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାଉନସିଲର ନିର୍ବାଚନରେ ଜିତିଥିଲେ। ଏହିଠାରୁ ଆରମ୍ଭ ହେଲା ସକ୍ରିୟ ରାଜନୈତିକ ଜୀବନଯାତ୍ରା। ସେହି ପରିଷଦର ଉପାଧ୍ୟକ୍ଷ ପଦବୀ ଆଦିବାସୀମାନଙ୍କ ପାଇଁ ସଂରକ୍ଷିତ ଥିବାରୁ ମୁର୍ମୁ ଏହାର ଉପସଭାପତି ହୋଇଥିଲେ। ସେହିବର୍ଷ ତାଙ୍କୁ ବିଜେପିର ରାଜ୍ୟ ଅନୁସୂଚିତ ଜନଜାତି ମୋର୍ଚ୍ଚାର ଉପ-ସଭାପତି ଘୋଷଣା କରାଯାଇଥିଲା। ୨୦୦୨ ରୁ ୨୦୦୯ ପର୍ଯ୍ୟନ୍ତ ସେ ବିଜେପିର ଅନୁସୂଚିତ ଜନଜାତି ମୋର୍ଚ୍ଚାର ଜାତୀୟ କାର୍ୟ୍ୟନିର୍ବାହୀ ସଦସ୍ୟ ମଧ୍ୟ ରହିଥିଲେ। ୨୦୧୦ରେ ବିଜେପିର ମୟୂରଭଞ୍ଜ ଜିଲ୍ଲା(ପଶ୍ଚିମ) ସଭାପତି ହୋଇଥିଲେ ଏବଂ ୨୦୧୩ରେ ସେହି ପଦବୀ ପାଇଁ ପୁନଃନିର୍ବାଚିତ ହୋଇଥିଲେ।

୨୦୦୦ରେ ଅନୁଷ୍ଠିତ ଓଡ଼ିଶା ବିଧାନସଭା ନିର୍ବାଚନରେ ସେ ବିଜେପି ଟିକେଟ୍‍ରେ ରାଇରଙ୍ଗପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଜିତିଥିଲେ। ଏହା ଥିଲା ଶ୍ରୀମତୀ ମୁର୍ମୁଙ୍କ ପ୍ରଥମ ବିଧାନସଭା ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା। ସେହିଥର ବିଜେଡି-ବିଜେପି ମେଣ୍ଟ ସରକାରରେ ସେ ବାଣିଜ୍ୟ ଓ ପରିବହନ, ମତ୍ସ୍ୟଚାଷ ଓ ପଶୁପାଳନ ବିଭାଗର ରାଷ୍ଟ୍ରମନ୍ତ୍ରୀ ପଦରେ ସ୍ୱାଧୀନ ଦାୟିତ୍ୱ ତୁଲାଇଥିଲେ। ୨୦୦୪ ବିଧାନସଭା ନିର୍ବାଚନରେ ସେ ପୁନର୍ବାର ସେହି ଆସନରୁ ଜିତିଥିଲେ। ୨୦୦୭ ମସିହାରେ ତାଙ୍କୁ ଓଡ଼ିଶା ବିଧାନସଭାର ଶ୍ରେଷ୍ଠ ବିଧାୟିକା ଭାବରେ ‘ନୀଳକଣ୍ଠ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ୨୦୧୫ରେ ଶ୍ରୀମତୀ ମୁର୍ମୁଙ୍କୁ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା। ଏହି ପଦବୀରେ ମଧ୍ୟ ସେ ଥିଲେ ଦେଶର ପ୍ରଥମ ଆଦିବାସୀ ମହିଳା। ଏହାପରେ ୨୦୨୨ରେ ବିଜେପି ନେତୃତ୍ୱାଧିନ ଏନଡିଏ ଦୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିଲା। ତାଙ୍କ ବିପକ୍ଷରେ ବିରୋଧୀଙ୍କ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଯଶୱନ୍ତ ସିହ୍ନାଙ୍କୁ ବଡ଼ ବ୍ୟବଧ୍ୟାନରେ ହରାଇ ଭାରତର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ।

ସୀତା ସୋରେନ୍‍

ଜେଏମ୍‍ଏମ୍‍ ସୁପ୍ରିମୋ ଶିବୁ ସୋରେନ୍‍ଙ୍କ ବଡ଼ ପୁଅ ସ୍ୱର୍ଗତ ଦୁର୍ଗା ସୋରେନ୍‍ଙ୍କ ପତ୍ନୀ ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‍ଙ୍କ ଭାଉଜ ସୀତା ସୋରେନ୍‍। ବର୍ତ୍ତମାନ ସେ ଝାଡ଼ଖଣ୍ଡ ଜାମା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଅନେକ ସମୟରେ ଜାତୀୟ ଗଣମାଧ୍ୟମରେ ତାଙ୍କ ନାଁକୁ ନେଇ ଚର୍ଚ୍ଚା ହୁଏ। ସେ ବହଳଦା ବ୍ଲକ୍‌ ଭିତରଆମଦା ପଞ୍ଚାୟତ ଅନ୍ତର୍ଗତ ଭଗାବନ୍ଦୀ ଗ୍ରାମର ବାସିନ୍ଦା ବଡ଼ନାରଣ ମାଝୀ ଓରଫ୍‍ ବଡ଼ନାରଣ ମୁର୍ମୁଙ୍କ ଝିଅ। ବଡ଼ନାରଣ ତୈଳ ଏବଂ ପ୍ରାକୃତିକ ଗ୍ୟାସ ନିଗମ(ଓଏନ୍‍ଜିସି)ର ଜଣେ ଅବସରପ୍ରାପ୍ତ ଅଧିକାରୀ। ବର୍ତ୍ତମାନ ଭୁବନେଶ୍ୱରରେ ରହୁଛନ୍ତି। ସୀତା ସୋରେନ୍‍ ୨୦୧୨ ରାଜ୍ୟସଭା ନିର୍ବାଚନରେ ଅର୍ଥ କାରବାର ଅଭିଯୋଗରେ ୭ ମାସ ଧରି ଜେଲରେ ରହିଥିଲେ। ତେେବ କ୍ରମାଗତ ୩ ଥର ଝାଡ଼ଖଣ୍ଡର ବିଧାୟକ ରୂପେ ନିର୍ବାଚିତ ହେବାର ଗୌରବ ଅର୍ଜନ କରିଛନ୍ତି। ଅନେକ ସମୟରେ ସେ ନିଜର ଶ୍ବଶୁର ଶିବୁ ସୋରେନ୍‍ ଏବଂ ଦିଅର ହେମନ୍ତ ସୋରେନଙ୍କୁ ସମାଲୋଚନା କରି ଚର୍ଚ୍ଚାରେ ଥାନ୍ତି। ଏପରିକି ହେମନ୍ତ ସୋରେନ୍‍ଙ୍କ ସରକାରକୁ ଆଦିବାସୀ ବିରୋଧୀ କହି ବହୁବାର ସମାଲୋଚନା କରିବାର ନଜିର ରହିଛି। ତାଙ୍କର ଦୁଇ ଝିଅ କିଛି ମାସ ତଳେ ‘ଦୁର୍ଗା ସୋରେନ୍‍ ସେନା’ ଗଠନ କରି ରାଜନୈତିକ ଚର୍ଚ୍ଚାକୁ ଆସିଛନ୍ତି। ସେ ଝାଡ଼ଖଣ୍ଡରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପାଇଁ ଦାବିଦାର ଅଛନ୍ତି।

ଚନ୍ଦ୍ରାଣୀ ମୁର୍ମୁ

୧୬ଶ ଲୋକସଭାର ସର୍ବ କନିଷ୍ଠା ସାଂସଦ ରୂପେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଚନ୍ଦ୍ରାଣୀ ମୁର୍ମୁ। ସେ କେନ୍ଦୁଝର ଆଦିବାସୀ ସଂରକ୍ଷିତ ଲୋକସଭା ଆସନରୁ ବିଜୁ ଜନତା ଦଳରୁ ନିର୍ବାଚିତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡ ଅନ୍ତର୍ଗତ ବାଦାମପାହାଡ଼ ନିକଟସ୍ଥ ଅଙ୍ଗାରପଦା ଗ୍ରାମର ସଞ୍ଜୀବ ମୁର୍ମୁଙ୍କର ଝିଅ ଚନ୍ଦ୍ରାଣୀ। ସେ ମେକାନିକାଲ୍‌ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଛନ୍ତି। ଚନ୍ଦ୍ରାଣୀଙ୍କ ପରିବାର କେନ୍ଦୁଝର ସହର ସନ୍ନିକଟ ଟିକରଗୁମୁରାରେ  ରହୁଥ଄ବା ବେଳେ ତାଙ୍କ କକାଖୁଡ଼ୀ ଅଙ୍ଗାରପଦାସ୍ଥିତ ଗାଁରେ ବସବାସ କରନ୍ତି। ଗାଁରେ କୌଣସି ସାମାଜିକ କାର୍ଯ୍ୟ ହେଲେ ସେ ନିଜର ପୈତୃକ ଗାଁକୁ ଆସିଥାନ୍ତି। ପିତା ସରକାରୀ ଚାକିରୀ କରୁଥିବା ବେଳେ ମା’ ଜଣେ ଗୃହିଣୀ। ଗତ ଲୋକସଭା ସମୟରେ ଚନ୍ଦ୍ରାଣୀଙ୍କୁ ବଦନାମ କରିବା ପାଇଁ ତାଙ୍କ ଫଟୋଥିବା ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରାଯାଇ ପ୍ରଘଟ କରାଯାଇଥିଲା। ଏହା ସତ୍ତ୍ବେ ବିରୋଧୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଅନନ୍ତ ନାୟକଙ୍କୁ ସେ ବିପୁଳ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଥିଲେ। ଚନ୍ଦ୍ରାଣୀଙ୍କର ଅଜା ହରିହର ସୋରେନ୍‍ ୧୯୮୦ ଏବଂ ୧୯୮୪ ମସିହାରେ କଂଗ୍ରେସ ଦଳରୁ ୨ଥର କେନ୍ଦୁଝର ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

କଳ୍ପନା ସୋରେନ୍‍

ସାମ୍ପ୍ରତିକ ରାଜନୀତିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପରେ ଜାତୀୟ ରାଜନୈତିକ ଚର୍ଚ୍ଚାକୁ ଆସିଛନ୍ତି କଳ୍ପନା ସୋରେନ୍‍। କଳ୍ପନା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସୁପ୍ରିମୋ ଶିବୁ ସୋରେନ୍‍ଙ୍କ ମଝିଆଁ ପୁଅ ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‍ଙ୍କ ପତ୍ନୀ। ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡର ବହଳଦା ବ୍ଲକ୍‌ ବାସିଙ୍ଗୀ ପଞ୍ଚାୟତ ଅନ୍ତର୍ଗତ ତେନ୍ଦେଳା ଗ୍ରାମ ହେଉଛି ତାଙ୍କର ପୈତୃକ ଗାଁ। ତାଙ୍କ ବାପା ଆନ୍‍ପା ମାଝୀ ଓରଫ୍‍ ଆନ୍‍ପା ମୁର୍ମୁ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ। ବର୍ତ୍ତମାନ ତାଙ୍କ ବାପାମା’ ବାରିପଦାରେ ଅବସ୍ଥାନ କରୁଛନ୍ତି। ହେମନ୍ତ ବେଆଇନ ଖଣି ଲିଜ୍‍ ସଂକ୍ରାନ୍ତ ଅଫିସ୍‍ ଅଫ୍‍ ପ୍ରଫିଟ୍‍ ମାମଲାରେ ଛନ୍ଦି ହୋଇଛନ୍ତି। ସେ ଯଦି ମୁଖ୍ୟମନ୍ତ୍ରୀ ପଦରୁ ବିଦାୟ ନିଅନ୍ତି, ତାଙ୍କ ପତ୍ନୀ କଳ୍ପନା ସୋରେନ୍‍ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି।

ମମତା ମହାନ୍ତ

ମୟୂରଭଞ୍ଜର ଆଉ ଜଣେ ଝିଅ ହେଉଛନ୍ତି ଓଡ଼ିଶାର ରାଜ୍ୟସଭା ସାଂସଦ ମମତା ମହାନ୍ତ। ସେ ରାଜ୍ୟ ଓ ଜାତୀୟ ରାଜନୀତିରେ ପରିଚିତ ଚେହେରା। ବିଶେଷକରି କୁଡ଼ୁମୀମାନଙ୍କ ନିକଟରେ ଅତି ପ୍ରିୟ। କୁଡ଼ୁମୀମାନଙ୍କର ଆଦିବାସୀ ମାନ୍ୟତା ଆନ୍ଦୋଳନ ପ୍ରସଙ୍ଗ ସହିତ ଦୀର୍ଘଦିନ ଧରି ଜଡ଼ିତ ରହିଛନ୍ତି। କୁଡ଼ୁମୀମାନଙ୍କର ଆଦିବାସୀ ମାନ୍ୟତା, ଜାତୀୟ ଉଦ୍ୟାନ ଶିମିଳିପାଳ ମଧ୍ୟରେ ବସବାସ କରୁଥିବା ଆଦିବାସୀମାନଙ୍କର ସମସ୍ୟା, ମୟୂରଭଞ୍ଜରେ ରେଳପଥର ବିକାଶ ପ୍ରସଙ୍ଗକୁ ବହୁବାର ସଂସଦରେ ଉପସ୍ଥାପନ କରି ଚର୍ଚ୍ଚାରେ ରହିଛନ୍ତି। ବାରିପଦାସ୍ଥିତ ଶ୍ରୀମା ମହିଳା ମହାବିଦ୍ୟାଳୟରୁ ସ୍ନାତକ ଶିକ୍ଷା ଲାଭ କରିଥିବା ମମତାଙ୍କ ଶ୍ବଶୁର ଘର ବାମନଘାଟି ଉପଖଣ୍ଡର ବିଶୋଇ ନିକଟସ୍ଥ ନଙ୍ଗଳବେଣ୍ଟପୋଖରିଆରେ ଏବଂ ବାପଘର ସାରସକଣା ବ୍ଲକ୍‌ର କାଣିମହୁଲି ଗ୍ରାମରେ। ପ୍ରଥମେ ବିଜୁ ଜନତା ଦଳରୁ ୨୦୧୨ରେ ବିଶୋଇ ବ୍ଲକରୁ ଜିଲ୍ଲା ପରିଷଦ ସଭ୍ୟା ରୂପେ ନିର୍ବାଚିତ ହୋଇଥିଲେ। ବିଜୁ ଜନତା ଦଳର ପ୍ରାର୍ଥୀ ରୂପେ ୨୦୨୦ ମସିହାରୁ ଏଯାଏଁ ରାଜ୍ୟସଭା ସାଂସଦ ରହିଛନ୍ତି। ଜଣେ ଦକ୍ଷ ସଂଗଠକ ଓ ଆଗଧାଡ଼ିର ନାରୀନେତ୍ରୀ ରୂପେ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ସେ ସୁପରିଚିତ।