Millet Food - The Sakala

ସମସ୍ତଙ୍କ ପାଖରେ ପହଞ୍ଚିବ ମାଣ୍ଡିଆରୁ ତିଆରି ଖାଦ୍ୟ; ମିଲେଟ୍‌‌ ଷ୍ଟଲରେ ଆକର୍ଷଣ ସାଜିଛି ମାଣ୍ଡିଆ କାଞ୍ଜି ଓ ଜୁସ୍‌‌
ଭୁବନେଶ୍ୱର: ଘରେ ଘରେ ମିଲେଟ୍‌‌ ଫୁଡ୍‌‌ ତଥା ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ମିଲେଟ୍‌‌ ଜାତୀୟ ଖାଦ୍ୟର ପ୍ରଚାରପ୍ରସାର ପାଇଁ ଓଡ଼ିଶା ମିଲେଟ୍‌‌ ମିଶନ୍‌‌ ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଛି। ଆଉ ଏଥିପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନେ ଏକାଠି ହୋଇ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି। ମହିଳାମାନେ ମିଶନ ଶକ୍ତି ମାଧ୍ୟମରେ ନିଜ ଉଦ୍ୟମରେ ଆରମ୍ଭ କରିଛନ୍ତି ମିଲେଟ୍‌‌ ଆଉଟ୍‌‌ଲେଟ୍‌‌ ବା ମିଲେଟ୍‌‌ ଷ୍ଟଲ। ଚନ୍ଦ୍ରଶେଖରପୁରର ନାରୀଭୂଜା ସ୍ୱୟଂ ସହାୟକ ଗୋଷ୍ଠୀ, ଶ୍ରୀବିନାୟକ ସ୍ୱୟଂ ସହାୟକ ଗୋଷ୍ଠୀ ଓ ମା’ ବିରଜା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏହି ମିଲେଟ୍‌‌ ଷ୍ଟଲ ଆରମ୍ଭ କରିଛନ୍ତି। ସହରରେ ମିଲେଟ୍‌‌ ଫୁଡ୍‌‌ର ପ୍ରଚାରପ୍ରସାର ପାଇଁ ମା’ମାନେ ନେଇଛନ୍ତି ଏହି ପଦକ୍ଷେପ।

ଏବେ ରାଜଧାନୀର ବିଭିନ୍ନ ସ୍ଥାନରେ ମହିଳା ଉଦ୍ୟୋଗୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଦ୍ୱାରା ମିଲେଟ୍‌‌ରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ବିକ୍ରିବଟା କରାଯାଉଛି। ଷ୍ଟଲ୍‌ରେ ମା’ମାନଙ୍କ ଦ୍ୱାରା ପ୍ରସ୍ତୁତ ମିଲେଟ୍‌‌ଜାତୀୟ ଖାଦ୍ୟର ପସରା ଦେଖିବାକୁ ମିଳୁଛି। ମିଲେଟ୍‌‌ରୁ ପ୍ରସ୍ତୁତ କୁକିଜ୍‌‌, ସୁପର୍‌‌ ଫୁଡ୍‌‌ ଛତୁଆ ଗୁଣ୍ଡ, ମୁଡ଼କୀ ଆଦି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇ ବିକ୍ରି କରାଯାଉଛି। ଏହାସହିତ ୮ଟି ମିଲେଟ୍‌‌ ଜାତୀୟ ଶସ୍ୟର ମିଶ୍ରଣରେ ପ୍ରସ୍ତୁତ ଅଟା ବିକ୍ରି କରାଯାଉଛି। ଯଅ, ବାଜରା, ମକା, ମୁଗ, ମାଣ୍ଡିଆ, ଗହମ ଆଦିକୁ ମିଶାଇ ଏହି ସ୍ୱତନ୍ତ୍ର ଧରଣର ଅଟା ପ୍ରସ୍ତୁତ କରାଯାଉଛି। ଯାହା କି ମଧୁମେହ ଓ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ସହାୟକ ହେଉଛି। ଏହାସହିତ ମାଣ୍ଡିଆ ଲଡ଼ୁ ତିଆରି କରାଯାଇ ବିକ୍ରି କରାଯାଉଛି। ମା’ମାନେ ୟୁଟୁବ୍‌‌ରୁ ଶିଖି ଏସବୁ ପ୍ରସ୍ତୁତ କରୁଛନ୍ତି। ଏହାସହିତ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଦ୍ୱାରା ମାଣ୍ଡିଆରୁ ପ୍ରସ୍ତୁତ ପଣା, ଲସି, ଚା’, ମାଣ୍ଡିଆ କାଞ୍ଜି ଓ ଜୁସ୍‌‌ ସବୁଠାରୁ ଅଧିକ ବିକ୍ରି ହେଉଛି। ମାଣ୍ଡିଆକୁ ସିଝାଇ ସେଥିରେ ବିଭିନ୍ନ ପ୍ରକାରର ଫଳକୁ ମିଶାଇ ସେମାନେ ଏହି ସ୍ୱତନ୍ତ୍ର ଜୁସ୍‌‌ ପ୍ରସ୍ତୁ୍‌‌ତ କରୁଛନ୍ତି। ଯାହାର ଦାମ୍‌‌ ରହିଛି ୨୦ଟଙ୍କା। ମିଲେଟ୍‌‌ ମିକ୍ସ, ମିଲେଟ୍‌‌ କ୍ରାକର୍‌‌, ନମକିନ୍‌‌, ରୋଜ୍‌‌ କେକ୍‌‌ ଆଦି ମଧ୍ୟ ଏହି ଷ୍ଟଲ୍‌‌ରେ ବିକ୍ରି କରାଯାଉଛି।

ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ମିଲେଟ୍‌‌ ଫୁଡ୍‌‌ ଓ ସାମଗ୍ରୀ ପସରା ମେଲିଥିବାବେଳେ ମା’ମାନଙ୍କ ଏହି ଷ୍ଟଲ୍‌‌ରେ ପ୍ରତ୍ୟେକଦିନ ଲୋକଙ୍କ ଭିଡ଼ ଜମୁଛି। ହାତ ତିଆରି ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀକୁ ମିଶନ ଶକ୍ତି ବ୍ରାଣ୍ଡିଂର ପ୍ୟାକେଜିଂ କରି ବିକ୍ରି କରୁଛନ୍ତି। ଏ ସମ୍ପର୍କରେ ନାରୀଭୂଜା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ବବିତା ସ୍ୱାଇଁ କହିଛନ୍ତି, ସହରାଞ୍ଚଳରେ ଲୋକଙ୍କ ପାଖରେ ମିଲେଟ୍‌‌ ଫୁଡ୍‌‌ ପହଞ୍ଚାଇବା ପାଇଁ ଏହି ପ୍ରୟାସ କରାଯାଉଛି। ମିଶନ୍‌‌ ଶକ୍ତି ଓ ଓଡ଼ିଶା ମିଲେଟ୍‌‌ ମିଶନ୍‌‌ ମାଧ୍ୟମରେ ଏହାର ବ୍ରାଣ୍ଡିଂ କରାଯାଇ ବିକ୍ରି କରାଯାଉଛି। ଏଥିପାଇଁ ଆମେ କିଛି ମାଣ୍ଡିଆ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ୟୁଟୁବ୍‌‌ରୁ ଶିଖି ତିଆରି କରୁଛୁ। ସମସ୍ତଙ୍କ ପାଖରେ ମାଣ୍ଡିଆ ଖାଦ୍ୟ ସାମଗ୍ରୀ ତଥା ମାଣ୍ଡିଆ ପହଞ୍ଚାଇବା ପାଇଁ ପ୍ରୟାସ କରାଯାଇଛି। ମା’ମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ମାଣ୍ଡିଆଜୁସ୍‌‌ ଓ ସୁପର୍‌‌ ଫୁଡ୍‌‌ ଛତୁଆକୁ ନେଇ ଦିଲ୍ଲୀରେ ପ୍ରଦର୍ଶନୀ ମଧ୍ୟ କରାଯିବ। ଗତ ୧ମାସରୁ ଊର୍ଦ୍ଧ୍ବ ହେବ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ୩୦ହଜାର ଟଙ୍କା ବ୍ୟୟ କରି ଏହି ଷ୍ଟଲ ଆରମ୍ଭ କରିଛନ୍ତି। ଏହାଦ୍ୱାରା ଦିନକୁ ୧ହଜାର ଟଙ୍କା ଲେଖାଏଁ ରୋଜଗାର ହେଉଥିବା ବବିତା କହିଛନ୍ତି।

ନିୟମିତ ମିଲେଟ ଜାତୀୟ ଖାଦ୍ୟ ଖାଇଲେ ବଡ଼ ବଡ଼ ରୋଗ ବି ଶରୀରର ପାଖ ମାଡ଼ି ନ ଥାଏ- ଡ. ବଲି
ଭୁବନେଶ୍ୱର: ମିଲେଟ କେବଳ ଏକ ପୁଷ୍ଟିକର ଶସ୍ୟ ନୁହେ; ଏହା ସମସ୍ତ ରୋଗର ସଞ୍ଜୀବନୀ। ନିୟମିତ ମିଲେଟ୍‍ ଜାତୀୟ ଖାଦ୍ୟ ଖାଇଲେ ମଧୁମେହ, ରକ୍ତହୀନତା, ରକ୍ତଚାପ ଠାରୁ ଆରମ୍ଭ କରି କ୍ୟାନ୍‍ସର ପର୍ଯ୍ୟନ୍ତ କୌଣସି ରୋଗ ଶରୀରର ପାଖ ମାଡ଼ି ନ ଥାଏ। ଏଥିପାଇଁ ପ୍ରତ୍ୟେକଙ୍କ ଖାଇବା ଥାଳିରେ ମିଲେଟ୍‍ ରହିବା ଜରୁରୀ ବୋଲି କହିଛନ୍ତି ଭାରତର ମିଲେଟ୍‍ ମ୍ୟାନ୍‍ ଭାବେ ପରିଚିତ କର୍ଣ୍ଣାଟକର ବୈଜ୍ଞାନିକ ଡ. ଖାଦର ବଲି। ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ଜୀବନଶୈଳୀରେ ମିଲେଟ୍‍ର ଭୂମିକା ସମ୍ପର୍କରେ ବର୍ଣ୍ଣନା କରିବା ସହ ଜାତୀୟ ଶସ୍ୟ ମିଲେଟ୍‍ ଖାଇବାକୁ ପରାମର୍ଶ ଦେଇଛନ୍ତି।

ସ୍ୱାସ୍ଥ୍ୟ ସମସ୍ୟା ଉପରେ ୩୦ବର୍ଷ ଧରି କାମ କରି ଆସୁଥିବା ମହୀଶୂରର ସ୍ୱାସ୍ଥ୍ୟ ବିଶେଷଜ୍ଞ ଡ. ବଲି କହିଛନ୍ତି, ଜନସ୍ୱାସ୍ଥ୍ୟ ଜନିତ ସମସ୍ୟାର ମୂଳ କାରଣ ହେଉଛି ଆମେ ସ୍ୱାସ୍ଥ୍ୟକୁ ଆମେ ରୋଷେଇ ଘରେ ହଜେଇ ଦେଇଛୁ ଏବଂ ନିଜ ସ୍ୱାସ୍ଥ୍ୟକୁ ଆମେ ଡାକ୍ତରଖାନାରେ ଖୋଜୁଛୁ। ଆମେ ଆମର ପ୍ରକୃତ ଖାଦ୍ୟକୁ ହଜାଇ ଦେବା ଯୋଗୁଁ ଆଜି ସାରା ବିଶ୍ୱରେ ଡାଇବେଟିସ୍‍ (ମଧୁମେହ) ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବିଶେଷ କରି ଭାରତ ମଧୁମେହ ରୋଗର ରାଜଧାନୀ ହେବାକୁ ବସିଲାଣି। ଆଧୁନିକତାର ପ୍ରଭାବରେ ବିଭିନ୍ନ ପ୍ୟାକେଟ୍‍ ଖାଦ୍ୟ ନୂତନ ପିଢ଼ି ପାଇଁ ଆକର୍ଷଣ ପାଲଟିଛି। ରାସାୟନିକ ସାରର ବହୁଳ ବ୍ୟବହାରରେ ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ(ଏନ୍‍ଏଚ୍‍ଏଫ୍‍ଏସ୍‍) ରିପୋର୍ଟ ଅନୁସାରେ, ଭାରତର ଅନେକ ନାଗରିକ କୁପୋଷଣର ଶିକାର ହୋଇଥା’ନ୍ତି। ଏହି ସମସ୍ୟାକୁ ସଠିକ୍‍ ଭାବେ ମୁକାବିଲା କରିପାରିଲେ ମାତୃ ମୃତ୍ୟୁହାର ଏବଂ ଶିଶୁ ମୃତ୍ୟୁହାର ନିୟନ୍ତ୍ରଣ ହୋଇପାରିବ। ଏହାସହ ବିଭିନ୍ନ ରୋଗକୁ ନିୟନ୍ତ୍ରଣ କରିବାକୁ ହେଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼଼ାଇବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ଡ. ବଲି କହିଛନ୍ତି। ଓଡ଼ିଶାରେ ମିଲେଟ୍‌ ମିଶନ୍‌ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାର ବହୁବିଧ ଯୋଜନା କାର୍ଯ୍ୟକାରୀ କରିଥିବାରୁ ଏହାକୁ ଡ. ବଲି ଉଚ୍ଚପ୍ରଶଂସା କରିଥିଲେ। କ୍ୱାଲିସନ୍‍ ଫର୍‍ ଚେଞ୍ଜ୍‍ ଇନ୍‍ ଓଡ଼ିଶା ଏବଂ ନ୍ୟାସନାଲ କ୍ୱାଲିସନ୍‍ ଫର୍‍ ନାଚୁରାଲ ଫାର୍ମିଂର ମିଳିତ ଉଦ୍ୟମରେ ରବିବାର ସିୱାଇଏସ୍‍ଡି ସଭାକକ୍ଷରେ ଆୟୋଜିତ ‘ପୁଷ୍ଟି ଶସ୍ୟ ସମ୍ପର୍କିତ ଆଲୋଚନାଚକ୍ରରେ’ ଅଂଶଗ୍ରହଣ କରି ଡ. ବଲି ମାଣ୍ଡିଆ କିଭଳି ସାରା ଦିନର ପୋଷଣକୁ ମେଣ୍ଟାଇଥାଏ ସେ ବିଷୟରେ ବିଶଦ ଭାବେ ଆଲୋଚନା କରିଥିଲେ। ମାଛ, ମାଂସ, ଅଣ୍ଡା ଆଦି ଆମିଷ ଭୋଜନ ବଦଳରେ ମାଣ୍ଡିଆ ଜାତୀୟ ଶାସ୍ୟରୁ କିଭଳି ଆବଶ୍ୟକ ପୋଷଣ ମିଳିଥାଏ ସେ ବିଷୟରେ ବକ୍ତବ୍ୟ ରଖି ଡ. ବଲି କହିଥିଲେ, ଆମର ଦୈନନ୍ଦିନ ଖାଦ୍ୟରେ ଧାନ, ଗହମ, ମକା, ଭଳି ପ୍ରଧାନ ଖାଦ୍ୟର ବିକଳ୍ପ ହିସାବରେ ପୁଷ୍ଟି ଖାଦ୍ୟକୁ ପ୍ରମୁଖ ଖାଦ୍ୟ ଭାବେ ଗ୍ରହଣ କରିବାର ଅବାଶ୍ୟକତା ବଢ଼଼ିଯାଇଛି। ଆମ ଦେଶରେ ବାଜରା, ମାଣ୍ଡିଆ, କାଙ୍ଗୁ, ସୁଆଁ, ଯଅ ଭଳି ବିଭିନ୍ନ ପ୍ରକାର ପୁଷ୍ଟିଶସ୍ୟ ଚାଷ ହୋଇଥାଏ। ପୁଷ୍ଟିଶସ୍ୟ ଜାତୀୟ ଖାଦ୍ୟରେ ପୁଷ୍ଟିସାର, ଜୀବନିକା, ଖଣିଜଲବଣ, ଲୌହ ଏବଂ କ୍ଷୀର ଠାରୁ ଦୁଇଗଣ ଅଧିକ ସ୍ନେହସାର ରହିଛି ବୋଲି ଡ. ବଲି କହିଛନ୍ତି।

ରଞ୍ଜନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦୋଳଗୋବିନ୍ଦ ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ କୃଷି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଅଂଶୁମାନ ପଟ୍ଟନାୟକ ଯୋଗଦେଇ ଓଡ଼ିଶା ସରକାରଙ୍କ ମିଲେଟ୍‍ ମିଶନ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବେ ବିଶେଷଜ୍ଞ ଡ. ନବକିଶୋର ମହାପୁଡ଼, ଜାଭିୟର ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ସୁତପା ପତି ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ମହମ୍ମଦ ଇମ୍ରାନ ଅଲ୍ଲି ସଞ୍ଚାଳନ କରିଥିଲେ।

ବିଦେଶୀ ଖାଇବେ ଓଡିଶା ମିଲେଟ୍‌‌ ଖାଦ୍ୟ; ‘ସିଆଲ୍‌‌ ୨୦୨୨’ରେ ଭାଗ ନେବେ ଏସ୍‌‌ଏଚ୍‌‌ଜି ମହିଳା
ଭୁବନେଶ୍ୱର: ବିଦେଶ ଯିବ ଓଡ଼ିଶା ମିଲେଟ୍‌‌ ଓ ମିଲେଟ୍‌‌ରୁ ପ୍ରସ୍ତୁତ ଖାଦ୍ୟ। ପ୍ୟାରିସ୍‌‌ରେ ପ୍ରଦର୍ଶିତ ହେବ ଓଡ଼ିଶା ମିଲେଟ୍‌‌ ଓ ସେଥିରୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ। ଏହାସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବିଦେଶ ଯାଇ ସେମାନଙ୍କ ପାରଦର୍ଶିତା ଦେଖାଇବେ। ଅନ୍ତର୍ଜାତୀୟସ୍ତରରେ ଓଡ଼ିଶା ମିଲେଟ୍‌‌ ମିଶନ୍‌‌ର ସଫଳତା କ୍ଷେତ୍ର ଏହା ଆଉ ଏକ ପାଦ ଆଗକୁ ବଢ଼ାଇବାରେ ସହଯୋଗ କରିବ। ଓଡ଼ିଶାର ମିଲେଟ୍‌‌ ବା ଲଘୁ କ୍ଷୁଦ୍ରଶସ୍ୟ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ପ୍ରଶଂସା ସାଉଁଟି ସାରିଛି। ଏବେ ପ୍ୟାରିସ୍‌‌ର ଫ୍ରାନ୍ସ୍‌‌ରେ ଆୟୋଜିତ ବିଶାଳ ଅନ୍ତର୍ଜାତୀୟ ଖାଦ୍ୟ ଉତ୍ପାଦନ ପ୍ରଦର୍ଶନୀ ‘ସିଆଲ୍‌‌ ୨୦୨୨’ରେ ଓଡ଼ିଶାର ମିଲେଟ୍‌‌ ସାମିଲ ହେବ।

ଏଥିରେ ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ମିଲେଟ୍‌‌ ଫୁଡ଼୍‌‌ ପ୍ରଦର୍ଶିତ ହେବ। ଆସନ୍ତା ୧୫ତାରିଖରୁ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରଦର୍ଶନୀରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗ ଦେଇ ମିଲେଟ୍‌‌ ଓ ମିଲେଟ୍‌‌ରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀକୁ ବିଦେଶରେ ପ୍ରଚାରପ୍ରସାର କରିବେ। ୪ଜଣ ଏସ୍‌‌ଏଚ୍‌‌ଜି ସଦସ୍ୟା ରାଜ୍ୟର ମିଲେଟ୍‌‌ ଉତ୍ପାଦନ ତଥା ପ୍ରଚାରପ୍ରସାର କରିବା ଦିଗରେ ଦାୟିତ୍ୱ ତୁଲାଇବେ। ଏଥିରେ ଭୁବନେଶ୍ୱରର ଶକ୍ତିମୟୀ ଫେଡେରେସନ୍‌‌ର ୨ଜଣ ମହିଳା ସଦସ୍ୟା, ସୁନ୍ଦରଗଡ଼ ଜିଲ୍ଲାର ଦିବ୍ୟଜ୍ୟୋତି ଏସ୍‌‌ଏଚ୍‌‌ଜି ଓ ଗଞ୍ଜାମର ମା’ ରାଇମାଳି ଏସ୍‌‌ଏସ୍‌‌ଜିର ଜଣେ ଲେଖାଏଁ ସଦସ୍ୟା ଯୋଗ ଦେବେ। ସେମାନେ ସେଠାରେ ମିଲେଟ୍‌‌ରୁ ପ୍ରସ୍ତୁତ ୫ପ୍ରକାର ସ୍ୱାଦର ବିସ୍କୁଟ୍‌‌, ମାଣ୍ଡିଆ ମିକ୍ସଚର, ଲଡ଼ୁ, କୁର୍‌‌ମା, ରୋଜ୍‌‌ କେକ୍‌‌ ଓ ମାଣ୍ଡିଆ କେକ୍‌‌ ପ୍ରଦର୍ଶନୀ କରିବେ। ଏହାସହିତ ମାଣ୍ଡିଆ ଛତୁଆ, ମାଣ୍ଡିଆ ଅଟା, ଯଅ ଅଟା ଓ ବାଜରା ଅଟା ସାଙ୍ଗକୁ କ୍ଷୁଦ୍ର ମିଲେଟ୍ସ୍‌‌, ସୁଆଁ, କାଙ୍ଗୁ, କୋଦ, ପ୍ରୋଷୋ ଆଦି ଶସ୍ୟ ପ୍ରଦର୍ଶିତ କରାଯିବ।

ଏହାବ୍ୟତିତ ଦିବ୍ୟଜ୍ୟୋତି ଏସ୍‌‌ଏଚ୍‌‌ଜି ଦ୍ୱାରା ପ୍ରସ୍ତୁତ ରାଗି ବିସ୍କୁଟ, କାଙ୍ଗୁ ବିସ୍କୁଟ, ପ୍ରୋଷୋ ବିସ୍କୁଟ, ବାଜରା ବିସ୍କୁଟ, ମିଲେଟ୍‌‌ ବିସ୍କୁଟ, ରାଗି ଛତୁଆ ଏବଂ ଅନ୍ୟ ପୁଷ୍ଟିକର ଖାଦ୍ୟ ସାମଗ୍ରୀକୁ ପ୍ରଦର୍ଶିତ ହେବ। ସେହିପରି ମା’ ରାଇମାଳି ଏସ୍‌‌ଏଚ୍‌‌ଜିଙ୍କ ଦ୍ୱାରା ରାଗିରୁ ପ୍ରସ୍ତୁତ ଅଟା, ହାଣ୍ଡି ଖଟା ଓ ଜୀବାମୃତ ପ୍ରଦର୍ଶିତ ହେବ। ୫ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରଦର୍ଶନୀ ପାଇଁ ଏମ୍‌‌ଏସ୍‌‌ଏମ୍‌‌ଇ ବିଭାଗ ପକ୍ଷରୁ ପ୍ୟାରିସ୍‌‌ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପ୍ରସ୍ତୁତ ସାମଗ୍ରୀ ପାଇଁ ଷ୍ଟଲର ବ୍ୟବସ୍ଥା କରାଯିବ। ଏହି ଖାଦ୍ୟ ପ୍ରଦର୍ଶନୀରେ ୧୦୩ଟି ଦେଶ ଭାଗ ନେଉଥିବାବେଳେ ଓଡ଼ିଶାର ଏସ୍‌‌ଏଚ୍‌‌ଜି ସଦସ୍ୟା ସାମିଲ ହେବେ। ମହିଳାମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଆସ୍ଥା ଓ ଭରସା ଯୋଗୁଁ ମହିଳାମାନେ ଆଗକୁ ବଢିବାର ସୁଯୋଗ ପାଇପାରିଛନ୍ତି। ମିଲେଟ୍‌‌ ଚାଷକୁ ପ୍ରୋତ୍ସାହିତ କରିବା ଦିଗରେ ଓଡ଼ିଶା ମିଲେଟ୍‌‌ ମିଶନ୍‌‌ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ସର୍ବୋତ୍ତମ ମଡେଲ ମଧ୍ୟରୁ ଗୋଟିଏ ବୋଲି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସ୍ୱୀକୃତି ମିଳିଛି। ଏହାସହିତ ମିଲେଟ୍‌‌ ଜାତୀୟ ଖାଦ୍ୟର ପ୍ରଚାରପ୍ରସାର ପ୍ରଣାଳୀକୁ ଏବେ ଅନ୍ୟ ରାଜ୍ୟମାନେ ମଡେଲଭାବେ ଗ୍ରହଣ କରୁଛନ୍ତି।

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପରିଚାଳିତ ମିଲେଟ୍‌‌ କାଫେ, ମିଲେଟ୍‌‌ ଟିଫିନ୍‌‌ ସେଣ୍ଟର ଆଦି ମାଧ୍ୟମରେ ମିଲେଟ୍‌‌ର ପ୍ରଚାରପ୍ରସାର କରାଯାଉଛି। ଓଡ଼ିଶା ମିଲେଟ୍‌‌ ମିଶନ ପକ୍ଷରୁ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ମିଶନ୍‌‌ ଶକ୍ତି ଅନ୍ତର୍ଗତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ମାଧ୍ୟମରେ ମୂଲ୍ୟଯୁକ୍ତ ଉଦ୍ୟୋଗକୁ ପ୍ରୋତ୍ସାହିତ କରାଯାଉଛି। ଏହାସହିତ ଏହି ଲଘୁ କ୍ଷୁଦ୍ର ଖାଦ୍ୟ ଶସ୍ୟ(ମିଲେଟ୍‌‌)କୁ ପ୍ରୋସେସିଂ କରାଯାଇ ପ୍ୟାକେଜିଂ ମଧ୍ୟ କରୁଛନ୍ତି। ଏହାବ୍ୟତିତ ମିଲେଟ୍‌‌ର ପ୍ରୋସେସିଂ ପରେ ସେଥିରୁ ମାଣ୍ଡିଆ ପାଉଡର, ମାଣ୍ଡିଆ ଆରିଷା, ଏଣ୍ଡୁରୀ, କାକରା, ମାଣ୍ଡିଆ ଲଡ଼ୁ, ମିକ୍ସର, ପିଠା, ମୁଡ଼୍‌‌କି ଆଦି ଭଳି ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରସ୍ତୁତ କରୁଛନ୍ତି। ଏହାସହିତ ଏସ୍‌‌ଏଚ୍‌‌ଜି ମହିଳାମାନଙ୍କ ସହାୟତାରେ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଏହାର ପ୍ରଚାରପ୍ରସାର କରାଯାଉଛି। ଏସମ୍ପର୍କରେ ଶକ୍ତିମୟୀର ସମ୍ପାଦିକା ପଦ୍ମାଳୟା ମହାନ୍ତି କହିଛନ୍ତି, ମିଶନ୍‌‌ ଶକ୍ତି ମାଧ୍ୟମରେ ଆମେ ବିଦେଶ ଯାଇ ଖାଦ୍ୟ ପ୍ରଦର୍ଶନୀ କରିବୁ। ମିଲେଟ୍‌‌ରୁ ବିଭିନ୍ନ ଖାଦ୍ୟ ସାମଗ୍ରୀକୁ ସାଙ୍ଗରେ ନେଇଯିବୁ। ଯାହା ଆମ ପାଇଁ ପ୍ରଥମ ସୁଯୋଗ।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମିଲେଟ୍‌‌ର ପ୍ରଚାରପ୍ରସାର ଓ ଖାଦ୍ୟ ଥାଳିରେ ଲଘୁ କ୍ଷୁଦ୍ରଶସ୍ୟର ପୁନରୁଦ୍ଧାର ପାଇଁ ୨୦୧୭ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ‘ଓଡ଼ିଶା ମିଲେଟ୍‌‌ ମିଶନ୍‌‌’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ କୃଷି ବିଭାଗ ଦ୍ୱାରା ରାଜ୍ୟର ୧୯ଟି ଜିଲ୍ଲାରେ ଏହା କାର୍ଯ୍ୟକାରୀ ହୋଇଛି। ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ମିଲେଟ୍‌‌ ଉତ୍ପାଦନ ତଥା ବ୍ୟବହାର ପାଇଁ ପ୍ରଚାର ପ୍ରସାର କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି। କୃଷି ଓଡ଼ିଶାରେ ମିଲେଟ୍‌‌ ଏବେ ‘ମାସ୍କଟ’ଭାବେ ପରିଚିତ। ଏହାସହିତ ଭାରତ ସରକାର ମିଲେଟ୍‌‌ର ପ୍ରୋତ୍ସାହନ ପାଇଁ ଓଡ଼ିଶା ମଡେଲ୍‌‌କୁ ଆପଣାଇବା ପାଇଁ ଅନ୍ୟ ରାଜ୍ୟଗୁଡିକୁ ପରାମର୍ଶ ଦେଇଛନ୍ତି। ଏହି ମିଲେଟ୍‌‌ ମିଶନ୍‌‌ ମାଧ୍ୟମରେ ଗ୍ରାମୀଣ ତଥା ସହରାଞ୍ଚଳର ମହିଳା ରୋଜଗାରକ୍ଷମ ହୋଇପାରିଛନ୍ତି। କେବଳ ସେତିକି ନୁହେଁ; ମାଣ୍ଡିଆର ବ୍ୟବହାର ବଢ଼଼଼଼ାଇବା ପାଇଁ କୃଷି ବିଭାଗ ଅଧିନରେ ଓଡ଼ିଶା ମିଲେଟ୍‌‌ ମିଶନ୍‌‌ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି।