Acharya Harihar - The Sakala

କଟକ ଆଚାର୍ଯ୍ୟ ହରିହର କର୍କଟ ରୋଗ ଗବେଷଣା ପ୍ରତିଷ୍ଠାନର ପେଟ୍‍ସିଟି, ଆଇପିଡି, ଆଇସିୟୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
କଟକ : କଟକରେ ଥିବା ଆଚାର୍ଯ୍ୟ ହରିହର କର୍କଟ ରୋଗ ଗବେଷଣା ପ୍ରତିଷ୍ଠାନର ଲିନାକ ଭାବନକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଏହି ଭବନରେ ଅତ୍ୟାଧୁନିକ ଚିକିତ୍ସା ସେବା ଉପଲବ୍ଧ ହେବ। ଏହା ସହିତ ଗବେଷଣା ପ୍ରତିଷ୍ଠାନର ୨୦୦ ଶହ ଶଯ୍ୟା ଏବଂ ୩୦ଟି ଆଇସିୟୁ ବେଡ୍‌କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି। ଏହି ଅତ୍ୟାଧୁନିକ ଲିନାକ ଭବନର ପ୍ରଥମ ମହଲରେ ସିଟି ସ୍କାନ, ଦ୍ୱିତୀୟ ମହଲରେ ଏମଆରଆଇ ଏବଂ ସିଟି ସ୍କାନର ସୁବିଧା ଉପଲବ୍ଧ ରହିଛି। ୬ ମହଲା ବିଶିଷ୍ଟ ଏହି ଭବନରେ ସମସ୍ତ ସେବା ମାଗଣାରେ ଯୋଗାଇଦିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

କର୍କଟ ରୋଗ ଚିକିତ୍ସା ପାଇଁ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନ ପୂର୍ବ ଭାରତର ସର୍ବବୃହତ୍‍ ସରକାରୀ ଚିକିତ୍ସାଳୟ। ଏଠାରେ ଦୁଇଟି ଲିନାକ୍‍ ମେସିନ୍‍ ସ୍ଥାପନ ହେବା ପରେ ବିକିରଣ ଚିକିତ୍ସା କ୍ଷେତ୍ରରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଜି+୬ ମହଲା ବିଶିଷ୍ଟ ‘ଲିନାକ୍‍ କୋଠା’ର ତଳ ମହଲାରେ ଅତ୍ୟାଧୁନିକ ବିକିରଣ ପଦ୍ଧତିରେ ଲିନିୟର ଆକ୍ସିଲିରେଟର ଚିକିତ୍ସା(ଲିନାକ୍‍) ସେବା ମିଳୁଛି। ପ୍ରାୟ ୩୫ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ସମ୍ପୂର୍ଣ୍ଣ ଲିନାକ୍‍ କୋଠା ନିର୍ମାଣ ହୋଇଛି। ତେବେ ୨୦୧୯ରେ କୋଠାର ଉପର ମହଲା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୨୦ ମାର୍ଚ୍ଚ ଶେଷ ସୁଦ୍ଧା କୋଠା ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ପୂର୍ତ୍ତ ବିଭାଗ ଆକଳନ କରିଥିଲା। ମାତ୍ର କୋଭିଡ୍‍ କଟକଣା ଯୋଗୁଁ ନିର୍ମାଣ କାର୍ଯ୍ୟରେ ବାଧାପ୍ରାପ୍ତ ଘଟିଥିଲା। ଏବେ କାର୍ଯ୍ୟ ଶେଷ ହୋଇଥିବାବେଳେ ୭ଟି ଯାକ ମହଲା କାର୍ଯ୍ୟକ୍ଷମ ହୋଇଛି

ସମ୍ପ୍ରତ୍ତି ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ପ୍ରତିଷ୍ଠାନରେ ୨୮୩ ସଂଖ୍ୟକ ଶଯ୍ୟା ରହିଛି। କୋଠା ସମ୍ପୂର୍ଣ୍ଣ ହୋଇଥିବାବେଳେ ଏହାର ଉପର ମହଲାଗୁଡ଼ିରେ ଆଇପିଡି ଏବଂ ଆଇସିୟୁ ବ୍ୟବସ୍ଥା ହୋଇଛି। ଏଥି ସହିତ ପ୍ରତିଷ୍ଠାନରେ ଶଯ୍ୟା ସଂଖ୍ୟା ୫୦୭ରେ ପହଞ୍ଚିଛି। ଲିନାକ୍‍ କୋଠାରେ ଥିବା ଆଇପିଡି ଏବଂ ଆଇସିୟୁକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି। ସେହିପରି ଲିନାକ୍‍ କୋଠାରେ ରହିଛି ପେଟ୍‍ ସିଟି ସ୍କାନ ମେସିନ୍‍। ସେପ୍ଟେମ୍ବର ମାସରୁ ରୋଗୀଙ୍କର ପରୀକ୍ଷାମୂଳକ ଭାବେ ପେଟ୍‍ ସିଟି ସ୍କାନ କରାଯାଉଛି। ହେଲେ ଏହି ସେବାକୁ ଆନୁଷ୍ଠାନିକ ଭାବେ ଗୁରୁବାର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି।

ସୂଚନାଯୋଗ୍ୟ, ପେଟ୍‍ ସିଟି ସ୍କାନ ଅର୍ଥାତ୍‍ ପୋଜିଟ୍ରନ୍‍ ଏମିସନ ଟୋମୋଗ୍ରାଫି ଆଣ୍ଡ କମ୍ପ୍ୟୁଟେଡ୍‍ ଟୋମୋଗ୍ରାଫି ସ୍କାନ୍‍। ପୋଜିଟ୍ରନ୍‍ ହେଉଛି ଇଲେକ୍‍ଟ୍ରନ ସହ ସମାନ ବସ୍ତୁତ୍ୱ ବିଶିଷ୍ଟ ବିପରୀତ(ଯୁତ୍କାତ୍ମକ) ବୈଦ୍ୟୁତିକ ପ୍ରଭାବ ଥିବା ମୂଳକଣିକା। ପୋଜିଟ୍ରନକୁ ନିଃସରଣ କରାଯାଇ ରୋଗ ଚିହ୍ନଟ ହେବା ପ୍ରକ୍ରିୟା ହେଉଛି ପେଟ୍‍ ସିଟି ସ୍କାନ। ଏହା ଦ୍ୱାରା କ୍ୟାନ୍ସର ଚିହ୍ନଟ କରାଯିବା ସହିତ ରୋଗର ସ୍ତର ଜାଣିହେବ। ବାୟୋପ୍ସି କରାଯିବା ପାଇଁ ଶରୀରର ପ୍ରକୃଷ୍ଟ ସ୍ଥାନ ମଧ୍ୟ ଚିହ୍ନଟ କରାଯାଇ ପାରିବ। କ୍ୟାନ୍ସର ରୋଗର ଚିକିତ୍ସା ସଠିକ୍‍ ଭାବେ ଚାଲିଛି ନା ନାହିଁ ତାହା ମଧ୍ୟ ନିରୂପଣ କରିବ ଏହି ପରୀକ୍ଷା। ଚିକିତ୍ସା ଶେଷ ହେବା ପରେ ଶରୀରରେ ପୁଣି ଥରେ କ୍ୟାନ୍ସର ରୋଗ ବ୍ୟାପୁଛି କି ନାହିଁ ତାହା ଜାଣିବା ପାଇଁ ପେଟ୍‍ ସିଟି ସ୍କାନ ପରୀକ୍ଷା ମଧ୍ୟ ସହାୟକ ହେବ। ପୂର୍ବରୁ ପେଟ୍‍ ସିଟି ସ୍କାନ ପରୀକ୍ଷା ପାଇଁ ରୋଗୀମାନେ ଘରୋଇ କେନ୍ଦ୍ରଗୁଡ଼ିକ ଉପରେ ନିର୍ଭର କରୁଥିଲେ। ପରୀକ୍ଷା ପାଇଁ ୨୦ରୁ ୨୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା। ରୋଗୀଙ୍କୁ ଭୁବନେଶ୍ୱର ମଧ୍ୟ ଯିବାକୁ ପଡୁଥିଲା। ହେଲେ ଏହି ସମସ୍ୟା ଦୂର ହୋଇଛି। ରାଜ୍ୟ ସରକାରଙ୍କ ସହଯୋଗରେ ଏଏଚ୍‍ପିଜିଆଇସିରେ ପେଟ୍‍ ସିଟି ସ୍କାନ ମେସିନ୍‍ ସଂସ୍ଥାପିତ ହୋଇଛି। ପବ୍ଲିକ୍‍-ପ୍ରାଇଭେଟ ପାର୍ଟନର୍‍ସିପ(ପିପିପି) ମୋଡ୍‍ରେ ଏହି ବ୍ୟବସ୍ଥା କରାଯାଇଛି। ସିମେନ୍ସ ହେଲ୍‍ଥ କେୟାର ଜରିଆରେ ଜାପାନ ଟେକ୍ନୋଲୋଜିର ଉନ୍ନତଧରଣର ମେସିନ୍‍ ଅଣାଯାଇଛି।