Pizza Delivery - The Sakala

ପିଜା ଡେଲିଭରି କରିବ ରୋବୋଟ୍‌
ଫୁଡ୍‌ ଡେଲିଭରି କମ୍ପାନିଗୁଡ଼ିକ ଏବେ ଟେକ୍ନୋଲୋଜିର ବେଶ୍‌ ଫାଏଦା ଉଠାଇଛନ୍ତି। ମୋବାଇଲ୍‌ରେ କ୍ଲିକ୍‌ କରି ଲୋକେ ନିଜ ମନ ପସନ୍ଦର ଖାଦ୍ୟକୁ ଘରେ ପାଇ ପାରୁଛନ୍ତି। ଏଭଳି ଅନ୍‌ଲାଇନ୍ ସର୍ଭିସ୍‌ ଯୋଗାଉଥିବା କମ୍ପାନିଗୁଡ଼ିକ ନୂଆ ନୂଆ ବୈଷୟିକ କୌଶଳ ଦ୍ବାରା ଅଧିକ ସଂଖ୍ୟାରେ ଗ୍ରାହକଙ୍କୁ ନିଜ ସହିତ ଯୋଡ଼ିବା ପାଇଁ ଚେଷ୍ଟା କରୁଛନ୍ତି। ଏହି କ୍ରମରେ ‘ପିଜାହଟ୍‌’ କମ୍ପାନି ରୋବୋଟ୍‌ ଦ୍ବାରା ପିଜା ଡେଲିଭରି କରାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଏହି ପାଇଲଟ୍ ପ୍ରୋଜେକ୍ଟର ଆରମ୍ଭ ଭ୍ୟାଙ୍କୋଭର୍‌(କାନାଡା) ରୁ ହୋଇଛି। ରୋବୋଟ୍‌ ମାଧ୍ୟମରେ ଡେଲିଭରି ସେବା ପ୍ରଦାନର ଟ୍ରାଏଲ୍‌ କରାଯାଇଛି। ଟ୍ବିଟର୍‌ରେ ‘ପିଜାହଟ୍ କାନାଡା’ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସର୍ଭ ରୋବଟିକ୍ସ, ପିଜା ଡେଲିଭରି ରୋବୋଟ୍‌ ବିକଶିତ କରିଛି। ଏହା ରୋଜଗାର ହ୍ରାସ କରିବା ପରିବର୍ତ୍ତେ ଶ୍ରମାଭାବ ଶୂନ୍ୟସ୍ଥାନକୁ ପୂରଣ କରିବାରେ ସାହାଯ୍ୟ କରିବ ବୋଲି କହିଛନ୍ତି ସର୍ଭ ରୋବଟିକ୍ସର ସିଇଓ ଅଲି କଷାନି।

ଅନ୍ୟପଟେ ଏହି ରୋବଟ୍‌ ପରିବେଶ ଅନୁକୂଳ। ଡେଲିଭରି ବୟ ଗାଡ଼ିରେ ଖାଦ୍ୟ ଡେଲିଭରି କରିବା ଦ୍ବାରା ଗାଡ଼ିରୁ ନିର୍ଗତ ଧୂଆଁ ଦ୍ବାରା ପରିବେଶ ପ୍ରଦୂଷଣ ହୋଇଥାଏ। ମାତ୍ର ପିଜା ଡେଲିଭରି ରୋବୋଟ୍‌ ଇଲେକ୍‌ଟ୍ରିକ୍ ପରିଚାଳିତ ହୋଇଥିବାରୁ ପରିବେଶ ଦୂଷିତ ହେବାର ଆଶଙ୍କା ନାହିଁ। ଏହାବାଦ୍ ରୋବୋଟ୍‌ ଖାଦ୍ୟ ଡେଲିଭରି ଦେଲେ, ଗ୍ରାହକଙ୍କୁ ଏଥିପାଇଁ ଟିପ୍ ଦେବାକୁ ମଧ୍ୟ ପଡ଼ିବ ନାହିଁ। ତେବେ ଗ୍ରାହକଙ୍କୁ ରୋବୋଟ୍‌ ଦ୍ବାରା ପିଜା ଡେଲିଭରି ପାଇଁ ରୋବୋଟିକ୍‌ ଡେଲିଭରି ଅପସନ୍‌ ଚୟନ କରିବାକୁ ପଡ଼ିବ।