Canada - The Sakala
ମଦ୍ୟପାନ କରିଥିବା ସନ୍ଦେହରେ କାନାଡ଼ା ବିମାନବନ୍ଦରରେ ଏୟାର ଇଣ୍ଡିଆ ପାଇଲଟ୍ ଅଟକ, ଦିଲ୍ଲୀ ଆସୁଥିବା ବିମାନ ବିଳମ୍ବ
ନୂଆଦିଲ୍ଲୀ: କାନାଡ଼ାର ଭାଙ୍କୁଭର ଅନ୍ତର୍ଜାତୀୟ ବିମାନବନ୍ଦରରେ ଏୟାର ଇଣ୍ଡିଆର ଜଣେ ପାଇଲଟଙ୍କୁ ଅଟକ ରଖାଯାଇଛି। ମଦ୍ୟପାନ କରିଥିବା ସନ୍ଦେହରେ କାନାଡିୟ କର୍ତ୍ତୃପକ୍ଷ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି କାରଣରୁ ଗତ ସପ୍ତାହରେ ଭାଙ୍କୁଭରରୁ ଦିଲ୍ଲୀ ଆସୁଥିବା ବିମାନ ଉଡ଼ାଣରେ ବିଳମ୍ବ ଘଟିଥିଲା।
ରିପୋର୍ଟ ଅନୁଯାୟୀ, ଘଟଣାଟି ଡିସେମ୍ବର ୨୩ ତାରିଖରେ ଘଟିଥିଲା। ସମ୍ପୃକ୍ତ ପାଇଲଟ୍ ଜଣକ ଫ୍ଲାଇଟ୍ ନମ୍ବର AI186 ଚଳାଇ ଭାଙ୍କୁଭରରୁ ଦିଲ୍ଲୀ ଆସିବାର କାର୍ଯ୍ୟକ୍ରମ ରହିଥିଲା। ତେବେ ବିମାନବନ୍ଦରର ଡ୍ୟୁଟି ଫ୍ରି ଷ୍ଟୋରରେ ଥିବା ଜଣେ କର୍ମଚାରୀ ପାଇଲଟଙ୍କଠାରୁ ମଦ ଗନ୍ଧ ବାରିବା ପରେ କିମ୍ବା ତାଙ୍କୁ ମଦ୍ୟପାନ କରୁଥିବା ଦେଖିବା ପରେ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ଏହାପରେ କାନାଡିୟ ଅଧିକାରୀମାନେ ପାଇଲଟଙ୍କର ବ୍ରେଥ୍ ଆନାଲାଇଜର ପରୀକ୍ଷା କରିଥିଲେ, ଯେଉଁଥିରେ ସେ ଅକୃତକାର୍ଯ୍ୟ ହୋଇଥିଲେ। ଫଳସ୍ୱରୂପ, ତାଙ୍କୁ ବିମାନ ଉଡ଼ାଇବାକୁ ବାରଣ କରାଯାଇଥିଲା।
ଏହି ଘଟଣା ନେଇ ଏୟାର ଇଣ୍ଡିଆ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। କମ୍ପାନୀ କହିଛି ଯେ, ପାଇଲଟଙ୍କ ସ୍ୱାସ୍ଥ୍ୟଗତ ଯୋଗ୍ୟତାକୁ ନେଇ କାନାଡିୟ କର୍ତ୍ତୃପକ୍ଷ ପ୍ରଶ୍ନ ଉଠାଇବା ପରେ ବିମାନ ଉଡ଼ାଣରେ ବିଳମ୍ବ ହୋଇଥିଲା। ଯାତ୍ରୀମାନଙ୍କ ସୁରକ୍ଷା କମ୍ପାନୀ ପାଇଁ ସର୍ବୋପରି ଅଟେ। ତଦନ୍ତ ଚାଲିଥିବା ସମୟ ପର୍ଯ୍ୟନ୍ତ ସମ୍ପୃକ୍ତ ପାଇଲଟଙ୍କୁ ଫ୍ଲାଇଙ୍ଗ୍ ଡ୍ୟୁଟିରୁ ହଟାଇ ଦିଆଯାଇଛି। ଏୟାର ଇଣ୍ଡିଆ ନିୟମ ଉଲ୍ଲଙ୍ଘନ ପ୍ରତି ଶୂନ୍ୟ ସହନଶୀଳତା ଅବଲମ୍ବନ କରେ ଏବଂ ତଦନ୍ତ ରିପୋର୍ଟ ଆସିବା ପରେ କଡ଼ା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
କାନାଡ଼ାରେ ଭାରତୀୟ ଯୁବକଙ୍କୁ ୨୫ ବର୍ଷ ଜେଲ୍‌‌ ...
ବ୍ରିଟିଶ କଲମ୍ବିଆ: କାନାଡ଼ାର ଏକ କୋର୍ଟ ଜଣେ ୨୫ ବର୍ଷୀୟ ଭାରତୀୟ ଯୁବକ ବଲରାଜ ବସରାଙ୍କୁ ୨୫ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ୩ ବର୍ଷ ତଳେ ଘଟିଥିବା ଏକ ହତ୍ୟାକାଣ୍ଡ ଓ ଗାଡ଼ି ପୋଡିବା ମାମଲାର ଶୁଣାଣି କରି କୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି। ୨୦୨୨ ଅକ୍ଟୋବର ୨୭ରେ ୟୁନିଭର୍ସିଟି ଅଫ୍‌‌ ବ୍ରିଟିଶ କଲମ୍ବିଆର ଗଲ୍‌‌ କ୍ଲବ୍‌‌ରେ ୩୮ ବର୍ଷୀୟ ବିଶାଲ ବଲିଆଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଏହାପରେ ୩ ଅଭିଯୁକ୍ତ ଏକ ଗାଡ଼ି ଚଢ଼ି ସେଠାରୁ ପଳାଇଯାଇଥିଲେ। ଏହାପରେ ସେମାନେ ଏହି ଗାଡିରେ ନିଆଁ ଲଗାଇ ଅନ୍ୟ ଏକ ଗାଡ଼ିରେ ଚାଲିଯାଇଥିଲେ। କିନ୍ତୁ ପୁଲିସ ୩ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିଥିଲା। ଏହି ମାମଲାରେ ବଲରାଜ ହେଉଛନ୍ତି ତୃତୀୟ ଅଭିଯୁକ୍ତ। ବଲରାଜଙ୍କୁ ବାଦ୍‌‌ ଦେଲେ ଅନ୍ୟ ଦୁଇ ଅଭିଯୁକ୍ତ ଇକ୍‌‌ବାଲ କାଙ୍ଗ ଓ ଡିଏଣ୍ଡ୍ରି ବପ୍ଟିଷ୍ଟ୍‌‌ଙ୍କୁ ମଧ୍ୟ ଆଜୀବନ ଜେଲ୍‌‌ ଦଣ୍ଡାଦେଶ ହୋଇଛି।
ଭୁବନେଶ୍ବର: ବିଦେଶରେ ମହାପ୍ରଭୁଙ୍କ ରଥଯାତ୍ରାକୁ ଅପମାନିତ କରାଯାଇଛି। ଇସ୍କନ ରଥଯାତ୍ରା ବେଳେ ଅଣ୍ଡାମାଡ ହୋଇଛି। କାନାଡାର ଟୋରଟୋଂରେ ଭାରତୀୟ ସମୁଦାୟ ଦ୍ୱାରା ଶାନ୍ତିପୂର୍ଣ୍ଣ ରଥଯାତ୍ରା ଉତ୍ସବ ଚାଲିଥିବା ବେଳେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଇସ୍କନ୍‌ ଦ୍ୱାରା ଆୟୋଜିତ ୫୩ତମ ରଥଯାତ୍ରା ସମୟରେ ଭକ୍ତମାନଙ୍କ ଉପରେ ଅଣ୍ଡା ଫୋପାଡ଼ିବାର ଅଭିଯୋଗ ହୋଇଛି, ଟରଣ୍‌ଟୋରେ ରହୁଥିବା ଜଣେ ପ୍ରବାସୀ ଭାରତୀୟ ସଂଜନା ବଜାଜ, ଯିଏ ଏହି ଉତ୍ସବରେ ଅଂଶଗ୍ରହଣ କରିଥିଲେ, ସିଏ ଏହି ସମୟର ଦୃଶ୍ୟ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଥିବା ବେଳେ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବଜାଜଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଭିଡିଓରେ, ଫୁଟପାଥରେ ଭଙ୍ଗା ଅଣ୍ଡା ଛିଟିକି ପଡ଼ିଥିବା ଦେଖାଯାଇଛି।
Deeply disturbed to know about the reports of eggs being hurled at devotees during #RathaJatra celebrations in Toronto, Canada. Such incidents not only grievously hurt the sentiments of Lord Jagannatha’s devotees worldwide, but also cause deep anguish to the people of #Odisha,… pic.twitter.com/UeawCx6lYt
— Naveen Patnaik (@Naveen_Odisha) July 14, 2025
ଏହି ଘଟଣାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ଏକ୍ସରେ ନବୀନ ଲେଖିଛନ୍ତି, “ଟରଣ୍‌ଟୋ, କାନାଡାରେ ରଥଯାତ୍ରା ଉତ୍ସବ ସମୟରେ ଭକ୍ତମାନଙ୍କ ଉପରେ ଅଣ୍ଡା ଫୋପାଡ଼ିବାର ଖବର ଜାଣି ସେ ଗଭୀର ଭାବେ ମର୍ମାହତ। ଏଭଳି ଘଟଣା କେବଳ ଶ୍ରୀଜଗନ୍ନାଥଙ୍କ ଭକ୍ତମାନଙ୍କ ଭାବନାକୁ ଗଭୀର ଭାବେ ଆଘାତ ପହଂଚାଇନାହିଁ ବରଂ ଓଡ଼ିଶାର ଲୋକଙ୍କ ଭାବାବେଗକୁ ଆଘାତ ଦେଇଛି। ଏହି ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରିବାକୁ ଓଡିଶା ସରକାରଙ୍କୁ ନବୀନ ଅନୁରୋଧ କରିବା ସହ ଭାରତର ବୈଦେଶିକ ମନ୍ତ୍ରଣାଳୟ କାନାଡା କର୍ତୃପକ୍ଷଙ୍କ ନିକଟରେ ଏହି ବିଷୟ ଉଠାଇବାକୁ ନବୀନ ଦାବି କରିଛନ୍ତି।
୪୧ କୁଟନୀତିଜ୍ଞଙ୍କୁ ଫେରାଇନେବା ସହ ଭାରତରେ ଥିବା ନିଜ ଦେଶର ଲୋକଙ୍କ ପାଇଁ ସତର୍କ ସୂଚନା ଜାରି କଲା କାନାଡା
ନୂଆଦିଲ୍ଲୀ: ଖଲିସ୍ତାନୀ ସମର୍ଥକ ନିଜ୍ଜର ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ଭାରତରୁ ୪୧ କୁଟନୀତିଜ୍ଞଙ୍କୁ ଫେରାଇନେଇଛି କାନାଡ଼ା । ନିଜ୍ଜର ହତ୍ୟାକାଣ୍ଡ ପରେ ଦୁଇ ଦେଶ ମଧ୍ୟରେ ଚାଲିଥିବା କୂଟନୀତିଜ୍ଞ ବିବାଦ କାରଣରୁ ନିଜ ଦେଶକୁ ୪୧ ଜଣ କୂଟନୀତିଜ୍ଞଙ୍କୁ ଫେରାଇ ନେଇଛି। କାନାଡ଼ା କୁଟନୀତିଜ୍ଞ ମାନଙ୍କୁ ଶୁକ୍ରବାର ସୁଦ୍ଧା ଦେଶ ଛାଡିବାକୁ ଆଦେଶ ଦେଇଥିଲା ଭାରତ । ଭାରତରେ ଅବସ୍ଥାପିତ କାନାଡାର ୪୧ ଜଣ କୂଟନୀତିଜ୍ଞଙ୍କ ବହିଷ୍କାରକୁ ନେଇ କାନାଡା ସରକାର ଭାରତ ସରକାରଙ୍କୁ ସମାଲୋଚନା କରିଛନ୍ତି । ଏହା ଅନ୍ତର୍ଜାତୀୟ ଆଇନ ଓ ଭିଏନା କନଭେନସନର ଉଲ୍ଲଙ୍ଘନ ବୋଲି କାନାଡା କହିଛି ।
ଏହା ସହିତ ଭାରତରେ ଥିବା ନିଜ ଦେଶର ଲୋକଙ୍କ ପାଇଁ ସତର୍କ ସୂଚନା ଜାରି କରିଛି କାନାଡା । ଭାରତରେ ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ହମଲାର ଆଶଙ୍କା ଥିବାରୁ କାନାଡାର ଲୋକମାନେ ଅତ୍ୟଧିକ ସତର୍କତା ଅବଲମ୍ବନ କରନ୍ତୁ ବୋଲି କାନାଡା କହିଛି। କାନାଡା ଓ ଭାରତରେ ନିକଟରେ ଘଟୁଥିବା ଘଟଣା ସ୍ଥିତିକୁ ବିଗାଡ଼ିଛି। କାନାଡା ବିରୋଧରେ ଆନ୍ଦୋଳନ ଡାକରା ଦିଆଯିବା ସହ ମିଡିଆ ଓ ସୋଶାଲ ମିଡିଆରେ ନାକାରାତ୍ମକ ପ୍ରଚାର କରାଯାଉଛି। ବିକ୍ଷୋଭ ସମେତ କାନାଡା ବିରୋଧୀ ଶୋଭାଯାତ୍ରା ମଧ୍ୟ ଦେଖାଯାଇପାରେ। କାନାଡା ଲୋକଙ୍କୁ ଭୟଭୀତ ଓ ହଇରାଣ କରାଯାଇ ପାରେ। ତେଣୁ ଦିଲ୍ଲୀ ଓ ଏନସିଆରରେ କାନାଡାର ଲୋକମାନେ ଅଧିକ ସତର୍କ ରହିବା ସହ ନିଜର ପରିଚୟ ସାର୍ବଜନୀନ କରନ୍ତୁ ନାହିଁ। ଅଜଣା ଲୋକଙ୍କୁ ନିଜର ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ ନାହିଁ ବୋଲି କାନାଡା ସରକାର ଜାରି କରିଥିବା ସତର୍କ ସୂଚନାରେ ନିଜ ନିଜ ଦେଶର ଲୋକଙ୍କୁ ପରାମର୍ଶ ଦେଇଛନ୍ତି।
ଅନ୍ୟପଟେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ଏକ ବିବୃତିରେ କହିଛନ୍ତି, କାନାଡାର କୂଟନୀତିଜ୍ଞମାନେ ଭାରତରେ ଅଧିକ ସଂଖ୍ୟାରେ ଅଛନ୍ତି। ସେମାନେ ଆମର ଆଭ୍ୟନ୍ତରୀଣ ବ୍ୟାପାରରେ କ୍ରମାଗତ ହସ୍ତକ୍ଷେପ କରୁଛନ୍ତି। ନୂଆଦିଲ୍ଲୀ ଏବଂ ଓଟାୱାରେ ଥିବା ଦୁଇ ଦେଶର କୂଟନୀତିଜ୍ଞ ସଂଖ୍ୟାରେ ସମାନତା ରହିବା ଆବଶ୍ୟକ । ଆମେ ଗତ ମାସରୁ ଏ ବିଷୟରେ କାନାଡା ପକ୍ଷ ସହ କଥା ବାର୍ତ୍ତା କରୁଛୁ । ଏହି ସମାନତାକୁ କାର୍ଯ୍ୟକାରୀ କରିବା ପାଇଁ ଆମର ପଦକ୍ଷେପ ଠିକ୍, ଆମେ ଯାହା କରିଛୁ ତାହା ଭିଏନା ଚୁକ୍ତିର ଧାରା ୧୧.୧ ଅଧୀନରେ ଅଛି ।
ସୂଚନାଯୋଗ୍ୟ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରର ହତ୍ୟା ପଛରେ ଭାରତୀୟ ଏଜେଣ୍ଟଙ୍କ ହାତ ଥିବା କାନାଡା କହିବା ପରେ ଭାରତ ଏହାକୁ କଡ଼ା ଭାଷାରେ ବିରୋଧ କରିଛି। ନିଜ୍ଜାର ହତ୍ୟା ପଛରେ ଭାରତର ହାତ ଥିବା ଅଭିଯୋଗ ଆଣିଥିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ଭାରତ ଏହି ଅଭିଯୋଗକୁ ଖଣ୍ଡନ କରିଥିଲା। ଯତି ସତ୍ୟତା ଅଛି ତେବେ ପ୍ରମାଣ ଦେବାକୁ ମଧ୍ୟ କହିଥିଲା ଭାରତ। କିନ୍ତୁ କାନାଡା କୌଣସି ପ୍ରମାଣ ନ ଦେଇ, ପ୍ରଥମେ ଭାରତର କୂଟନୀତିଜ୍ଞଙ୍କୁ ବହିଷ୍କୃତ କରିଥିଲା। ଏହାପରେ ନିଜ ଆଭିମୁଖ୍ୟ ପୋଷଣ କରୁଛି ଭାରତ।
କାନାଡାର ବ୍ରିଟିଶ କଲମ୍ବିଆରେ ବିମାନ ଦୁର୍ଘଟଣା; ୨ ଭାରତୀୟ ଟ୍ରେନି ପାଇଲଟଙ୍କ ସମେତ ୩ ମୃତ
ଅଟୱା: କାନାଡାର ବ୍ରିଟିଶ କଲମ୍ବିଆରେ ବିମାନ ଦୁର୍ଘଟଣା । ଦୁର୍ଘଟଣାରେ ୩ ଜଣ ମୃତ୍ୟୁବରଣ କରିଥିବାବେଳେ ସେମାନଙ୍କ ମଧ୍ୟରେ ୨ ଜଣ ଭାରତୀୟ ଟ୍ରେନି ପାଇଲଟ ଥିବା ଜଣାପଡିଛି । ଦୁଇ ଟ୍ରେନି ପାଇଲଟ ମୁମ୍ବାଇର ଅଭୟ ଗଡରୁ ଏବଂ ୟଶ ବିଜୟ ରାମୁଗଡେ ବୋଲି ସୂଚନା ମିଳିଛି । କାନାଡା ପୋଲିସ ଅଧିକାରୀ ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି ।
ବନ୍ଦର ନିକଟରେ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ଗାଇଛି । ଭାଙ୍କୋଭରଠାରୁ ୧୦୦ କିଲୋମିଟର ଦୂର ଚିଲିଓ୍ବାକରେ ଏହି ଦୁର୍ଘଟଣା ଘଟିଥିଲା । ସୂଚନା ଅନୁସାରେ, ଦୁଇଟି ଇଂଜିନି ଥିବା ହାଲୁକା ବିମାନ ପାଇପର ପିଏ-୩୪ ସେନେକା ଚିଲିବ୍ୟାକ୍‌ ସହର ନିକଟରେ ଉଡୁଥିବାବେଳେ ଏକ ଗଛ ସହିତ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ତଳେ ଜନବସତି ଅଞ୍ଚଳରେ ପଡ଼ିଥିଲା । ଭାରତୀୟ ପାଇଲଟ୍‌ଙ୍କ ସହିତ ଆଉ ଜଣେ ପାଇଲଟ୍‌ ବି ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । କାନାଡା ଅଧିକାରୀ ଏହାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।
ବିଶ୍ୱର ପ୍ରଥମ ଟ୍ରାନ୍ସଜେଣ୍ଡର କ୍ରିକେଟ୍‌‌ ଖେଳାଳି ହେବେ କାନାଡାର ଡାନିଏଲ୍‌‌ ମ୍ୟାକ୍‌‌ଗାହେ
ଓଟ୍ଟାୱା: କାନାଡାର ଡାନିଏଲ୍‌‌ ମ୍ୟାକ୍‌‌ଗାହେ ବିଶ୍ୱର ପ୍ରଥମ ଟ୍ରାନ୍ସଜେଣ୍ଡର କ୍ରିକେଟର୍‌‌ ଭାବେ ଅଫିସିଆଲ୍‌‌ ଅନ୍ତର୍ଜାତୀୟ ମ୍ୟାଚ୍‌‌ ଖେଳିବାକୁ ଯାଉଛନ୍ତି। ଆଗାମୀ ୨୦୨୪ ମହିଳା ଟି-୨୦ ବିଶ୍ୱକପ୍‌‌ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଲାଗି ଡାନିଏଲ୍‌‌ଙ୍କୁ କାନାଡା ଦଳରେ ସାମିଲ କରାଯାଇଛି। ଲସ୍‌‌ ଏଞ୍ଜେଲ୍ସରେ ସେପ୍ଟେମ୍ବର ୪ରୁ ୧୧ ତାରିଖ ପର୍ଯ୍ୟନ୍ତ ଏହି ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ପୁରୁଷରୁ ମହିଳା ଟ୍ରାନ୍ସଜେଣ୍ଡର ଖେଳାଳି ବନିବା ଲାଗି ଅନ୍ତର୍ଜାତୀୟ କ୍ରିକେଟ୍‌‌ ପରିଷଦ (ଆଇସିସି)ର ରହିଥିବା ସମସ୍ତ ଯୋଗ୍ୟତା ମାନଦଣ୍ଡକୁ ୨୯ ବର୍ଷୀୟା ଡାନିଏଲ୍‌‌ ପୂରଣ କରିଛନ୍ତି।
ମ୍ୟାକ୍‌‌ଗାହେ ଫେବୃଆରୀ ୨୦୨୦ରେ ଅଷ୍ଟ୍ରେଲିଆରୁ କାନାଡା ଚାଲିଆସିଥିଲେ ଏବଂ ସେହିବର୍ଷ ନଭେମ୍ବରରେ ପୁରୁଷରୁ ମହିଳା ବନିଥିଲେ। କିନ୍ତୁ ୨୦୨୧ ମେ’ରେ ମେଡିକାଲ ପରିବର୍ତ୍ତନ ଆରମ୍ଭ କରିଥିଲେ। ଏହି ଅବସରରେ ସେ କହିଛନ୍ତି, ‘କାନାଡା ମହିଳା କ୍ରିକେଟ୍‌‌ ଦଳରେ ସ୍ଥାନ ପାଇଥିବାରୁ ମୁଁ ବହୁତ ଗର୍ବିତ ଅନୁଭବ କରୁଛି। ମୋର ସମୁଦାୟ ଲାଗି ପ୍ରତିନିଧିତ୍ୱ କରିବାର ସ୍ୱପ୍ନ ସତ ହେବାକୁ ଯାଉଛି’। ତେବେ ମହିଳାଙ୍କ ଲିଙ୍ଗଭିତ୍ତିକ ଅଧିକାରକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଥିବା ମହିଳା ଅଧିକାର ନେଟ୍‌‌ୱର୍କ (ଡବ୍ଲ୍ୟୁଆର୍‌‌ଏନ୍‌‌) ଆଇସିସିର ଏହି ପଲିସିକୁ ‘ଅନ୍ୟାୟ ଓ ଅସୁରକ୍ଷିତ’ ବୋଲି କହିଛନ୍ତି।
ପିଜା ଡେଲିଭରି କରିବ ରୋବୋଟ୍‌
ଫୁଡ୍‌ ଡେଲିଭରି କମ୍ପାନିଗୁଡ଼ିକ ଏବେ ଟେକ୍ନୋଲୋଜିର ବେଶ୍‌ ଫାଏଦା ଉଠାଇଛନ୍ତି। ମୋବାଇଲ୍‌ରେ କ୍ଲିକ୍‌ କରି ଲୋକେ ନିଜ ମନ ପସନ୍ଦର ଖାଦ୍ୟକୁ ଘରେ ପାଇ ପାରୁଛନ୍ତି। ଏଭଳି ଅନ୍‌ଲାଇନ୍ ସର୍ଭିସ୍‌ ଯୋଗାଉଥିବା କମ୍ପାନିଗୁଡ଼ିକ ନୂଆ ନୂଆ ବୈଷୟିକ କୌଶଳ ଦ୍ବାରା ଅଧିକ ସଂଖ୍ୟାରେ ଗ୍ରାହକଙ୍କୁ ନିଜ ସହିତ ଯୋଡ଼ିବା ପାଇଁ ଚେଷ୍ଟା କରୁଛନ୍ତି। ଏହି କ୍ରମରେ ‘ପିଜାହଟ୍‌’ କମ୍ପାନି ରୋବୋଟ୍‌ ଦ୍ବାରା ପିଜା ଡେଲିଭରି କରାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଏହି ପାଇଲଟ୍ ପ୍ରୋଜେକ୍ଟର ଆରମ୍ଭ ଭ୍ୟାଙ୍କୋଭର୍‌(କାନାଡା) ରୁ ହୋଇଛି। ରୋବୋଟ୍‌ ମାଧ୍ୟମରେ ଡେଲିଭରି ସେବା ପ୍ରଦାନର ଟ୍ରାଏଲ୍‌ କରାଯାଇଛି। ଟ୍ବିଟର୍‌ରେ ‘ପିଜାହଟ୍ କାନାଡା’ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସର୍ଭ ରୋବଟିକ୍ସ, ପିଜା ଡେଲିଭରି ରୋବୋଟ୍‌ ବିକଶିତ କରିଛି। ଏହା ରୋଜଗାର ହ୍ରାସ କରିବା ପରିବର୍ତ୍ତେ ଶ୍ରମାଭାବ ଶୂନ୍ୟସ୍ଥାନକୁ ପୂରଣ କରିବାରେ ସାହାଯ୍ୟ କରିବ ବୋଲି କହିଛନ୍ତି ସର୍ଭ ରୋବଟିକ୍ସର ସିଇଓ ଅଲି କଷାନି।
ଅନ୍ୟପଟେ ଏହି ରୋବଟ୍‌ ପରିବେଶ ଅନୁକୂଳ। ଡେଲିଭରି ବୟ ଗାଡ଼ିରେ ଖାଦ୍ୟ ଡେଲିଭରି କରିବା ଦ୍ବାରା ଗାଡ଼ିରୁ ନିର୍ଗତ ଧୂଆଁ ଦ୍ବାରା ପରିବେଶ ପ୍ରଦୂଷଣ ହୋଇଥାଏ। ମାତ୍ର ପିଜା ଡେଲିଭରି ରୋବୋଟ୍‌ ଇଲେକ୍‌ଟ୍ରିକ୍ ପରିଚାଳିତ ହୋଇଥିବାରୁ ପରିବେଶ ଦୂଷିତ ହେବାର ଆଶଙ୍କା ନାହିଁ। ଏହାବାଦ୍ ରୋବୋଟ୍‌ ଖାଦ୍ୟ ଡେଲିଭରି ଦେଲେ, ଗ୍ରାହକଙ୍କୁ ଏଥିପାଇଁ ଟିପ୍ ଦେବାକୁ ମଧ୍ୟ ପଡ଼ିବ ନାହିଁ। ତେବେ ଗ୍ରାହକଙ୍କୁ ରୋବୋଟ୍‌ ଦ୍ବାରା ପିଜା ଡେଲିଭରି ପାଇଁ ରୋବୋଟିକ୍‌ ଡେଲିଭରି ଅପସନ୍‌ ଚୟନ କରିବାକୁ ପଡ଼ିବ।