Obey Traffic Rules - The Sakala

ଲୋକଙ୍କୁ ସଚେତନ କରିବାକୁ ହୋଟେଲ୍‌ ମାଲିକଙ୍କ ନିଆରା ପ୍ରୟାସ; ବିନା ହେଲମେଟରେ ବାଇକ ଚଲାଉଥିବା ଚାଳକଙ୍କୁ ହୋଟେଲରେ ଖାଦ୍ୟ ମନା
ଟ୍ରାଫିକ୍‌ ନିୟମକୁ ନେଇ ବିଭିନ୍ନ ରାଜ୍ୟର ସରକାର ଅଭିନବ ଓ ନିଆରା ଉଦ୍ୟମ କରୁଛନ୍ତି। ଦୁଇଚକିଆ ଏବଂ ଚାରିଚକିଆ ଗାଡ଼ି ଚଳାଇବାବେଳେ ହେଲ୍‌ମେଟ ଏବଂ ସିଟ୍ ବେଲ୍ଟ ବ୍ୟବହାର କରିବା ପାଇଁ ମଧ୍ୟ ସଚେତନତା କରାଯାଉଛି। ଏପରିକି ଅମାନିଆଙ୍କଠାରୁ ଫାଇନ୍‌ ମଧ୍ୟ କଟା ଯାଉଛି। ଏହିକ୍ରମରେ ମଧ୍ୟପ୍ରଦେଶରେ ବଢ଼ୁଥିବା ସଡ଼କ ଦୁର୍ଘଟଣାକୁ ଦେଖି ଜବଲପୁର ହାଇକୋର୍ଟ ଟ୍ରାଫିକ୍‌ ନିୟମ ବାଧ୍ୟତାମୂଳକ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଅକ୍ଟୋବର ୬ରୁ ୨୦ ତାରିଖ ପର୍ଯ୍ୟନ୍ତ ହେଲମେଟ୍‌ ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ କରାଯାଇଛି। ଏହାସତ୍ତ୍ବେ ବି କିଛି ଅମାନିଆ ବାଇକ୍‌ ଚାଳକ ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଳାଉଛନ୍ତି।

ତେବେ, ଏ ନେଇ ଲୋକଙ୍କୁ ସଚେତନ କରିବା ପାଇଁ ଆଗେଇ ଆସିଛନ୍ତି ମଧ୍ୟପ୍ରଦେଶ ଭିଣ୍ଡ ଜିଲ୍ଲାର ସୁମେର ସିଂ ନରୱରିଆ ନାମକ ଜଣେ ହୋଟେଲ୍‌ ମାଲିକ। ସେ ଚଳାଉଥିବା ‘ମଧୁବନ ହୋଟେଲ’ ଜାତୀୟ ରାଜପଥ-୭୧୯ରେ ଅବସ୍ଥିତ। ଏଠାରେ ବିନା ହେଲ୍‌ମେଟ୍‌ରେ ବାଇକ୍‌ ଚଳାଉଥିବା ଚାଳକଙ୍କୁ ଖାଦ୍ୟ ଦିଆଯାଉ ନାହିଁ। ଏ ନେଇ ହୋଟେଲର କାନ୍ଥରେ ଏକ ବ୍ୟାନର ମଧ୍ୟ ଲଗାଯାଇଛି। ଯେଉଁଥିରେ ଲେଖାଯାଇଛି ‘ହେଲ୍‌ମେଟ୍‌ ନାହିଁ ତ, ଖାଇବା ବି ନାହିଁ’। ଏ ନେଇ ସୁମେର କୁହନ୍ତି, ‘ମୋ ହୋଟେଲଟି ଜାତୀୟ ରାଜପଥରେ ଅବସ୍ଥିତ। ଏହି ରାଜପଥ ଜିଲ୍ଲାର ସବୁଠୁ ବ୍ୟସ୍ତବହୁଳ ରାସ୍ତା, ତେଣୁ ଏଠାରେ ଦୁର୍ଘଟଣା ମଧ୍ୟ ଅଧିକ ଘଟିଥାଏ। ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଏବଂ ହେଲମେଟ୍‌ ସଚେତନତା ଅଭିଯାନକୁ ସଫଳ କରିବା ପାଇଁ ଆମେ ଏ ଭଳି ପଦକ୍ଷେପ ନେଇଛୁ।’