Indian Army dog Zoom - The Sakala

ଜୀବନ ଯୁଦ୍ଧରେ ହାରିଗଲା ଭାରତୀୟ ସେନାର ସାହସୀ କୁକୁର ‘ଜୁମ୍‌’, ୨ଟି ଗୁଳି ବାଜି ମଧ୍ୟ ଆତଙ୍କବାଦୀଙ୍କ ସହ କରିଥିଲା ଲଢେଇ
ନୂଆଦିଲ୍ଲୀ : ଭାରତୀୟ ସେନାର ସାହସୀ କୁକୁର ‘ଜୁମ୍‌’। ଆତଙ୍କବାଦୀ ବିପକ୍ଷ ଅପରେସନରେ ସେନାର ସହଯୋଗ କରୁଥିଲା ଜୁମ୍‌। ଏହି ସମୟରେ ଆତଙ୍କବାଦୀଙ୍କ ଦୁଇଟି ଗୁଳି ‘ଜୁମ୍‌ ଦେହରେ ବାଜିଲା, ଗୋଡ ଭାଙ୍ଗିଲା କିନ୍ତୁ ଆତଙ୍କୀଙ୍କୁ ଛାଡିନଥିଲା। ଦୁଇ ଦୁଇଟି ଗୁଳି ବାଜିବା ପରେ ମଧ୍ୟ ଜୁମ୍‌ ଲଢିଥିଲା ଆଉ ଜୁମ୍‌ ଯୋଗୁଁ ଲୁଚି ରହିଥିବା ଦୁଇ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଥିଲା ଭାରତୀୟ ସେନା। ତେବେ ଗୁଳି ବାଜିବା କାରଣରୁ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ଜୁମ୍‌ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛି।  ମୃତ୍ୟୁ ସହ ଅନେକ ଘଣ୍ଟାର ଲଢେଇ ପରେ ସାହାସୀ ଜୁମର ଜୀବନ ଚାଲିଯାଇଛି।୪ଦିନ ଡାକ୍ତରଖାନାରେ ସଂଘର୍ଷ ପରେ ଆଜି ଦିନ ୧୨ଟାରେ ତାର ମୃତ୍ୟୁ ହୋଇଛି ।

Army Assault Canine 'Zoom' laid down his life in the line of duty. He suffered gunshot wounds during Op Tangpawa on 09 Oct 22 where he fought gallantly with terrorists, saving lives of soldiers. His selfless commitment and service to the Nation will be remembered forever. pic.twitter.com/R6i7Cv5WG5

— Chinar Corps🍁 – Indian Army (@ChinarcorpsIA) October 13, 2022

ଅକ୍ଟୋବର ୧୦ରେ ଅନନ୍ତନାଗରେ ଆତଙ୍କବାଦୀଙ୍କ ବିରୋଧରେ ଅପରେସନରେ ଜୁମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲା । ଶ୍ରୀନଗରର ଆର୍ମି ଭେଟ୍‌ ଡାକ୍ତରଖାନାରେ ଜୁମର ଚିକିତ୍ସା ଚାଲିଥିବା ବେଳେ ୧୧.୪୫ରେ ସେ ପ୍ରତିକ୍ରିୟାଶୀଳ ଥିଲା । ଆଶା କରାଯାଉଥିଲା ଯେ ସେ ପୁଣି ଥରେ ସୁସ୍ଥ ହୋଇଯିବ । ତେବେ ହଠାତ ତାର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା ସହ ଜୀବନ ଚାଲିଯାଇଥିଲା । ଦୁଇଟି ଗୁଳି ଲାଗିବା ସହ ଗୋଡ ଭାଙ୍ଗିବା ପରେ ଗୁରୁତର ହୋଇଥିଲା ଜୁମ ।

We wish Army assault dog 'Zoom' a speedy recovery. #Kashmir@adgpi@NorthernComd_IA pic.twitter.com/i1zJl0C2Gw

— Chinar Corps🍁 – Indian Army (@ChinarcorpsIA) October 10, 2022

ସୂଚନାଯୋଗ୍ୟ ଅକ୍ଟୋବର ୯ରେ ଅନନ୍ତନାଗରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଖବର ମିଳିବା ପରେ ରବିବାର ବିଳମ୍ବିତ ରାତିରେ ଦକ୍ଷିଣ କାଶ୍ମୀରର ତଙ୍ଗପାୱା ଏରିଆରେ ସୁରକ୍ଷାବଳ ସର୍ଚ୍ଚ ଅପରେସନ କରିଥିଲା ସେନା। ସୋମବାର ସକାଳେ ଏକ ସନ୍ଦିଗ୍ଧ ଘରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଭାରତୀୟ ସେନା ସନ୍ଦେହ କରିଥିଲା । ଏହାପରେ ସେନାର ଲଢ଼ୁଆ କୁକୁର ଜୁମକୁ ସେଠାକୁ ପଠାଯାଇଥିଲା । ଯେଉଁଠାରେ ଆତଙ୍କବାଦୀ ଲୁଚିରହିଥିଲେ ଏବଂ ସେମାନେ ଜୁମ ଉପରକୁ ଗୁଳିଚଳାଇଥିଲେ । ଦୁଇ ଦୁଇଟି ଗୁଳି ବାଜିବା ପରେ ମଧ୍ୟ ଜୁମ୍‌ ଆତଙ୍କୀଙ୍କୁ ଛାଡିନଥିଲା। ଜୁମ୍‌ ଯୋଗୁଁ ଲୁଚି ରହିଥିବା ଦୁଇ ଲସ୍କର-ଏ-ତୋଏବା ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଥିଲା ଭାରତୀୟ ସେନା।ଏହି ଅପରେସନରେ କିଛି ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଥିଲେ । ଜୁମ ଗୁରୁତର ଆହତ ହେବା ପରେ ଏବେ ଆର୍ମି ଭେଟ୍‌ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତିି କରାଯାଇଥିଲା।  ସର୍ଜରୀ କରାଯାଇ ଜୁମର ଗୁଳି କଢାଯାଇଥିଲା।ଚିକିତ୍ସା ଚାଲିଥିବା ବେଳେ ୧୧.୪୫ରେ ସେ ପ୍ରତିକ୍ରିୟାଶୀଳ ଥିଲା । ଆଶା କରାଯାଉଥିଲା ଯେ ସେ ପୁଣି ଥରେ ସୁସ୍ଥ ହୋଇଯିବ । ତେବେ ହଠାତ ତାର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା ସହ ଜୀବନ ଚାଲିଯାଇଥିଲା।

ଭାରତୀୟ ସେନାର ସାହସୀ କୁକୁର ଜୁମକୁ ଆତଙ୍କବାଦୀଙ୍କୁ ଖୋଜିବା ଏବଂ ତାଙ୍କୁ ଧରିବା ଟ୍ରେନିଂ ମଧ୍ୟ ଦିଆଯାଇଥିଲା । ଏହାଛଡା ଦକ୍ଷିଣ କାଶ୍ମୀରର ଅନେକ ଭାଗରେ ଜୁମ୍ ଭାଗ ନେଇଛି । ସୋମବାର ଜୁମକୁ ସାଧାରଣ ଟାସ୍କ ଦିଆଯାଇଥିଲା । କିନ୍ତୁ ଅପରେସନ ସମୟରେ ଜୁମକୁ ଗୁଳିବାଜିଥିଲା ଏବଂ ସେ ଗୁରୁତର ଭାବରେ ଆହତ ହୋଇଥିଲା । ଗୁଳି ବାଜିବା ସତ୍ତ୍ୱେ ଜୁମ୍ ଲଢ଼ିଥିଲା ଫଳରେ ଲୁଚିଥିବା ଦୁଇ ଆତଙ୍କବାଦୀଙ୍କୁ ମାରିବାରେ ସକ୍ଷମ ହୋଇଥିଲା ସେନା ।