MP Amar Patnaik - The Sakala
ଭୁବନେଶ୍ବର : ଦୀର୍ଘ ଦୁଇ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଅନନ୍ୟ ନେତୃତ୍ୱ ଦ୍ୱାରା ଓଡ଼ିଶାକୁ ବିଶ୍ୱ ଦରବାରରେ ଏକ ନୂଆ ପରିଚୟ ପ୍ରଦାନ କରିଛନ୍ତି। ଖାଦ୍ୟ ସୁରକ୍ଷାଠାରୁ ଆରମ୍ଭ କରି ବିପର୍ଯ୍ଯୟ ପରିଚାଳନା, କ୍ରୀଡ଼ାର ବିକାଶ, ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ଅନ୍ୟମାନଙ୍କ ପାଇଁ ଉଦାହରଣୀୟ ହୋଇଛି।ଶିକ୍ଷା ହେଉ କି ସ୍ବାସ୍ଥ୍ଯ ଅବା କୃଷି, ଏସବୁର ବିକାଶ ଦିଗରେ ଏବେ ସବୁଠି ଆଗରେ ଓଡ଼ିଶା । ରାଜ୍ଯ ସରକାରଙ୍କ ଜନହିତକାରୀ ଯୋଜନାକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବା ବେଳେ ନବୀନଙ୍କ ବିଭିନ୍ନ ଜନହିତକର ଯୋଜନା ବିଶ୍ବ ସ୍ତରରେ ମଧ୍ୟ ପ୍ରଶଂସିତ ହେବାରେ ଲାଗିଛି।
କିଛି ଦିନତଳେ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଉତ୍ପାଦନ ଓ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ହାସଲ କରିଥିବା ଉଲ୍ଲେଖନୀୟ ସଫଳତାକୁ ସ୍ବୀକୃତି ଦେଇଥିଲା ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଫପି)। ଏଥି ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଥି ପାଇଁ ରୋମରେ ଅନୁଷ୍ଠିତ ଓ୍ବାର୍ଲ୍ଡ ଫୁଡ ପ୍ରୋଗ୍ରାମ କାର୍ଯ୍ୟକ୍ରମ ଯୋଗଦେବାକୁ ନିମନ୍ତ୍ରଣ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋମ ଯାଇ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମରେ ଗତ ଓଡ଼ିଶା ଦୁଇ ଦଶନ୍ଧି ମଧ୍ୟରେ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଉତ୍ପାଦନ ଓ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ କିପରି ଉଲ୍ଲେଖନୀୟ ସଫଳତା ହାସଲ କରିଛି ତାହା ସମଗ୍ର ବିଶ୍ବ ଆଗରେ କହିଥିଲେ । ଏଥି ସହିତ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ କରି ଏବଂ ଜଳବାୟୁ ଅନୁକୂଳ ଜୀବିକା ସୃଷ୍ଟି ନିମନ୍ତେ ବିକାଶମୂଳକ କାର୍ଯ୍ୟ କରି ଓଡ଼ିଶା ଧୀରେ ଧୀରେ ନିରନ୍ତର ଓ ସମନ୍ବିତ ବିକାଶ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରଗତି କରୁଛି କହିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ସଫଳତାର କାହାଣୀ କହିବା ପରେ ଏହାକୁ ବିଶ୍ୱବ୍ୟାପୀ ରୋଲ ମଡେଲ କରିବାକୁ ନିଷ୍ପତ୍ତି ହୋଇଛି।
With the blessings of @Naveen_Odisha , visiting Berlin, Germany to attend the World Health Summit being organised by the @WHO on the invitation of @UNITE_MPNetwork . Plan to present @BskyOdisha as a possible global standard for Universal Health Care & Heath for All. @bjd_odisha pic.twitter.com/9EWEDSirIw
— Dr. Amar Patnaik (@Amar4Odisha) October 15, 2022
ଅନ୍ୟପଟେ ଏବେ ରାଜ୍ୟ ସରକାରଙ୍କ ଆଉ ଏକ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଶୁଣିବ ସମଗ୍ର ବିଶ୍ବ। ତାହା ହେଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼। ଜର୍ମାନୀର ବର୍ଲିନରେ ଅନୁଷ୍ଠିତ ହେଉଥିବା ବିଶ୍ବ ସ୍ବାସ୍ଥ୍ୟ ସମ୍ମିଳନୀରେ ସମଗ୍ର ବିଶ୍ବ ଶୁଣିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସଫଳ କାହାଣୀ। ବିଶ୍ବ ସ୍ବାସ୍ଥ୍ୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଯୋଗ ଦେଇଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ। ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ ଓ ସାର୍ବଜନିନ ସ୍ବାସ୍ଥ୍ୟ ଚିକତ୍ସା କ୍ଷେତ୍ରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ  ଯୋଜନା କିପରି ଏକ ମାଇଲ ଖୁଣ୍ଟ ଭାବେ ଉଭା ହୋଇଛି  ଏବଂ ରାଜ୍ୟର ପ୍ରତ୍ୟେକ ଗରିବୀ ପରିବାର ସ୍ବାସ୍ଥ୍ୟ କ୍ଷେତ୍ରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କିପରି ସଞ୍ଜିବନୀ ସାଜିଛି ତାହା ବିଶ୍ବବାସୀଙ୍କ ଆଗରେ ଉପସ୍ଥାପନ କରିବେ ସାଂସଦ ଅମର ପଟ୍ଟନାୟକ।
ସୂଚନାଯୋଗ୍ୟ ଜର୍ମାନୀର ବର୍ଲିନରେ ୧୬ରୁ ୧୮ ଅକ୍ଟୋବର ଅନୁଷ୍ଠିତ ହେଉଛି ବିଶ୍ବସ୍ବାସ୍ଥ୍ୟ ସମ୍ମିଳନୀ। ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଓଡ଼ିଶାରୁ ସାଂସଦ ଅମର ଶତପଥି ଯୋଗଦେଇଛନ୍ତି । ରାଜ୍ୟରେ ସାଧାରଣ ଗରିବୀ ଏବଂ ଦିନ ମଜୁରିଆ ଲୋକଟି କିଭଳି ବିଏସକେୱାଇ ଦ୍ୱାରା ଉପକୃତ ହେଉଛି । କିଭଳି ଏହା ସାଧାରଣ ଲୋକଟି ପାଇଁ ସଞ୍ଜିବନୀ ସାଜିଛି ସେ ବିଷୟରେ ଉଲ୍ଲେଖ କରିବେ ସାଂସଦ ଅମର ପଟ୍ଟନାୟକ ।
ସାଂସଦ ଅମର ପଟ୍ଟନାୟକଙ୍କ ଲିଖିତ ପୁସ୍ତକ ‘ପାଣ୍ଡେମିକ୍ ଡିସରପସନ୍ସ ଏଣ୍ଡ ଓଡ଼ିଶାଜ୍ ଲେସନ ଇନ୍ ଗଭର୍ଣ୍ଣାନ୍ସ’ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସଭା ସାଂସଦ ଡ. ଅମର ପଟ୍ଟନାୟକଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ପାଣ୍ଡେମିକ୍ ଡିସରପସନ୍ସ ଏଣ୍ଡ ଓଡ଼ିଶାଜ୍ ଲେସନ ଇନ୍ ଗଭର୍ଣ୍ଣାନ୍ସ’ର ଉନ୍ମୋଚନ କରିଛନ୍ତି। ବୁଧବାର ସନ୍ଧ୍ୟାରେ ନବୀନ ନିବାସରେ ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା। ପୁସ୍ତକଟିରେ ମୁଖ୍ୟତଃ କରୋନା ମହାମାରୀ ସମୟରେ ବିଭିନ୍ନ ପ୍ରସଙ୍ଗ ସହ ଓଡ଼ିଶା ସରକାର କିପରି କରୋନା ମହାମାରୀର ସଫଳ ମୁକାବିଲା କରିଛନ୍ତି ସେନେଇ ଉଲ୍ଲେଖ ରହିଛି।
CM @Naveen_Odisha released the book titled ‘Pandemic Disruptions and Odisha’s Lessons in Governance’ by @Amar4Odisha, MP, Rajya Sabha. The book is a culmination of essays on pertinent contemporary issues emerged in India during pandemic years of 2020-21 & 2021-2022. pic.twitter.com/GnOoKkTHgV
— CMO Odisha (@CMO_Odisha) October 12, 2022
ପୁସ୍ତକଟିରେ ମୁଖ୍ୟତଃ ମହାମାରୀ ବର୍ଷ ଅର୍ଥାତ୍ ୨୦୨୦-୨୧ରୁ ୨୦୨୧-୨୨ ମଧ୍ୟରେ ସମସାମୟିକ ବିଭିନ୍ନ ପ୍ରସଙ୍ଗଗୁଡ଼ିକୁ ନେଇ ପ୍ରବନ୍ଧ ଗୁଡ଼ିକ ରଚନା କରାଯାଇଛି। ଯେବେଠାରୁ କରୋନା ମହାମାରୀ ଦୁନିଆକୁ ପ୍ରଭାବିତ କରିଛି, ସେବେଠାରୁ ବିଭିନ୍ନ ପ୍ରକାରର ଅସୁବିଧା ବିଶ୍ୱବ୍ୟାପୀ ଦେଖାଦେଇଛି। ଏହାର ଅନୁଶୀଳନ ହେବା ଆବଶ୍ୟକ ଥିବାବେଳେ ବର୍ତ୍ତମାନ ବିଶ୍ୱ ଦୃଶ୍ୟପଟରେ ଭାରତର ସ୍ଥାନ କେଉଁଠି ତାହା ଜାଣିବାର ଆବଶ୍ୟକତା ରହିଛି ବୋଲି ପୁସ୍ତକଟିରେ ଡ. ପଟ୍ଟନାୟକ ମତପ୍ରକାଶ କରିଛନ୍ତି। ବିଶେଷକରି ସ୍ୱାସ୍ଥ୍ୟସେବା, ଟୀକା, ପିଲାମାନଙ୍କ ପାଇଁ ଅନଲାଇନ ଶିକ୍ଷା ଏବଂ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଛି। ବର୍ତ୍ତମାନ ଜ୍ଞାନକୌଶଳର ଅଧିକ ବ୍ୟବହାର ଫଳରେ ଡାଟା ଗୋପନୀୟତା ଏବଂ ନାଗରିକମାନଙ୍କର ବ୍ୟକ୍ତିଗତ ଗୋପନୀୟତା ପରି ପରି ପ୍ରସଙ୍ଗ ସମ୍ପର୍କରେ ପୁସ୍ତକରେ ଆଲୋଚନା ହୋଇଥିବା ବେଳେ ବିପର୍ଯ୍ୟୟ ପରିଚାଳନାରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଛି।
Grateful to Hon’ble CM @Naveen_Odisha for launching my book “Pandemic disruptions and Odisha’s lessons in governance” at Naveen Niwas today & for his encouraging words. Hope the book serves well to explain the Odisha Model.
Thank @renuvitasta for publishing the book.@bjd_odisha https://t.co/SoKCbrsbpK pic.twitter.com/x8Yu4eUXPn
— Dr. Amar Patnaik (@Amar4Odisha) October 12, 2022
ଅନ୍ୟପକ୍ଷରେ ପୁସ୍ତକଟିରେ ଓଡ଼ିଶା ସରକାରଙ୍କ ସଫଳତା ସମ୍ପର୍କେର ବିଶଦ୍ ଭାବେ ଆଲୋଚନା କରାଯାଇଛି। ରାଜ୍ୟ ସରକାର ୫-ଟି ଉପକ୍ରମକୁ ଉପଯୋଗ କରି କିପରି ବିକାଶ ରାସ୍ତାରେ ଅଗ୍ରସିତ ହୋଇପାରିଛନ୍ତି ଏବଂ ଉନ୍ନୟନ ଏବଂ ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ କିପରି ଓଡ଼ିଶା ମଡେଲ ଅନ୍ୟଙ୍କ ପାଇଁ ଗ୍ରହଣୀୟ ହୋଇପାରିଛି ସେନେଇ ଡ. ପଟ୍ଟନାୟକ ବିସ୍ତୃତ ଭାବେ ପୁସ୍ତକରେ ଉଲ୍ଲେଖ କରିଛନ୍ତି।