abanti das bjd - The Sakala

କମ୍ପୁଛି ଧାମନଗର: ଅବନ୍ତୀଙ୍କ ପାଇଁ ପ୍ରଚାର କଲେ ବିଜେଡ଼ି ସୁପ୍ରିମ ନବୀନ ପଟ୍ଟନାୟକ, ୧୮ ମାସରେ ହେବ ୫ ବର୍ଷର କାମ
ଭୁବନେଶ୍ବର: ପ୍ରଚାରରେ କମ୍ପୁଛି ଧାମନଗର। ଉପନିର୍ବାଚନ ପାଇଁ ସବୁ ଦଳର ପ୍ରାର୍ଥୀ ଏବେ ପ୍ରଚାରପ୍ରସାର ଚଳାଇଛନ୍ତି । ଏହି କ୍ରମରେ ଧାମନଗରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିଛନ୍ତି। ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ନବୀନ ପ୍ରଚାର କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜୁ ଜନତା ଦଳ ସବୁବେଳେ ଆପଣମାନଙ୍କ ସାଥିରେ ଅଛି । ସୁଖ ଦୁଃଖ ସବୁବେଳେ ଆପଣମାନଙ୍କ ପାଖରେ ଅଛି । ଆପଣମାନଙ୍କ ପାଇଁ କାମ କରିଆସୁଛି । ସବୁବର୍ଗର ଲୋକଙ୍କ କଲ୍ୟାଣ ପାଇଁ କାମ କରୁଛି । ଧାମନଗର ହେଉଛି ଶାନ୍ତି, ସଦ୍ଭାବର ଭୂମି। ଭାଇଚାରାର ଭୂମି। ଏହା ଧାମନଗରର ସବୁଠାରୁ ବଡ ପରିଚୟ। ଏହି ପରିଚୟର ସୁରକ୍ଷା ପାଇଁ ଆମେ ସମସ୍ତେ କାମ କରୁଛୁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ବହୁତ ଖୁସି ଯେ କାଳିଆ ଯୋଜନା ହେଉ, ବା ମିଶନ ଶକ୍ତି, ବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା – ସବୁ ଯୋଜନାର ସୁବିଧା ଆପଣ ମାନଙ୍କ ପାଖରେ ପହଞ୍ଚି ପାରିଛି । ମାଆ ମାନେ ସଶକ୍ତ ହେଉଛନ୍ତି। ମିଶନ ଶକ୍ତି ସେମାନଙ୍କ ନୂଆ ପରିଚୟ ହୋଇଛି । ମାଆ ମାନଙ୍କ ଭଲ କାମ ହିଁ ମୋତେ ବହୁତ ଖୁସି ଦେଇଛି । ତେଣୁ ଜଣେ ମାକୁ ଆପଣଙ୍କ MLA ଭାବରେ ଦେଖିବାକୁ ମୁଁ ଚାହେଁ । ଆପଣମାନେ ବି ଚାହାନ୍ତି। ମାଆ ମାନେ ସବୁ ଦାୟିତ୍ବକୁ ସୁନ୍ଦର ଭାବରେ ନିର୍ବାହ କରିପାରୁଛନ୍ତି। ଆପଣମାନଙ୍କ ସହଯୋଗରେ ଓଡିଶା ଆଜି ବିକାଶ କ୍ଷେତ୍ରରେ ସାରା ଦେଶରେ ସୁନାମ କରିଛି । ଆପଣାନଙ୍କ ସହଯୋଗରେ ଏ ଧାରା ଆହୁରି ଆଗକୁ ବଢିବ ବୋଲି ମୋର ପୁରା ବିଶ୍ବାସ ।

୨୦୧୯ ନିର୍ବାଚନରେ ଆପଣମାନେ ଯେଉଁ ମତ ରଖିଥିଲେ, ୨୦୨୨ ପଞ୍ଚାୟତ ଓ ପୌର ନିର୍ବାଚନରେ ସେଥିରେ ପରିବର୍ତ୍ତନ କରିଛନ୍ତି। ଶଙ୍ଖ ଚିହ୍ନରେ ବିଶ୍ବାସ ରଖିଛନ୍ତି। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଆପଣମାନେ ବିଜୁ ଜନତା ଦଳକୁ, ଶଙ୍ଖ ଚିହ୍ନକୁ ଯେଭଳି ବିପୁଳ ସମର୍ଥନ ଦେଇଛନ୍ତି, ସେବାର ସୁଯୋଗ ଦେଇଛନ୍ତି, ସେଥିପାଇଁ ମୁଁ ଋଣୀ।

ଧାମନଗରର ୬ଟି ଜିଲ୍ଲା ପରିଷଦ ଆସନରୁ ସବୁ ଆସନରେ ଆପଣମାନେ ବିଜୁ ଜନତା ଦଳକୁ ସେବାର ସୁଯୋଗ ଦେଇଛନ୍ତି। ସେହିପରି ଧାମନଗର ଏନ.ଏ.ସିର ୧୧ଟି ୱାର୍ଡରୁ ୯ଟି ୱାର୍ଡ ସହିତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଦାୟିତ୍ବ ମଧ୍ୟ ଆପଣମାନେ ବିଜେଡିକୁ ଦେଇଛନ୍ତି।

ମୋର ପୁରା ବିଶ୍ବାସ, ଏ ନିର୍ବାଚନରେ ବି ସେ ଧାରା ଜାରି ରହିବ ଏବଂ ଧାମନଗରର ବିକାଶ ଆହୁରି ଆଗକୁ ବଢିବ। ବର୍ତ୍ତମାନ ସାଧାରଣ ନିର୍ବାଚନକୁ ଆଉ ମାତ୍ର ୧୮ ମାସ ରହିଲା । ଏ ସମୟ ଭିତରେ ଆମେ ପାଞ୍ଚ ବର୍ଷର କାମ କରିପାରିବା । ଏହା ମୁଁ ନିଜେ ଦେଖିବି। ଧାମନଗରର ବିକାଶ ଆହୁରି ଆଗକୁ ବଢିବ । ମୋର ଅନୁରୋଧ, ଏ ନିର୍ବାଚନରେ ଆପଣମାନେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଶଂଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ କରନ୍ତୁ । ଆପଣମାନଙ୍କ ଅଞ୍ଚଳର ବିକାଶ ଦାୟିତ୍ବ ମୋର । ଧାମନଗର ନିର୍ବାଚନ ମଣ୍ଡଳୀର ବିକାଶ ଦାୟିତ୍ବ ମୋର ବୋଲି ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ କହିଛନ୍ତି ।

ଧାମନଗର ଉପନିର୍ବାଚନ: ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ
ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ  ଆଜି ବିଜେଡି ପକ୍ଷରୁ ଅବନ୍ତୀ ଦାସ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଅବନ୍ତୀ ଆଜି ସକାଳୁ ନିଜ ବାସଭବନରୁ ପୂଜାର୍ଚ୍ଚନା କରି ଦଳୀୟ ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ତିହିଡ଼ିରୁ ବାହାରି ଧାମନଗର ଓ ସେଠାରୁ ଭଦ୍ରକ ଆସିଥିଲେ। ଭଦ୍ରକର ନେହେରୁ ଷ୍ଟାଡିୟମ୍ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ଭଦ୍ରକ ସହର ପରିକ୍ରମା କରିଥିଲେ।

ଏହି ଶୋଭାଯାତ୍ରାରେ ବିଜେଡ଼ିର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପର୍ଯ୍ଯବେକ୍ଷକ ପ୍ରଣବ ବଳବନ୍ତ ରାୟ, ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଧାୟକ ପ୍ରଫୁଲ୍ଲ ସାମଲ, ବିଧାୟକ ଅମର ଶତପଥୀ, ସାଂସଦ ସୁଲତା ଦେ, ସାଂସଦ ମୁନା ଖାନ, ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଧାୟକ ବ୍ୟୋମକେଶ ରାୟ, ବିଧାୟକ ସଞ୍ଜୀବ ମଲ୍ଲିକ, ବିଧାୟକ ବିଷ୍ଣୁ ବ୍ରତ ରାଉତରାୟ, ବିଧାୟକ ଅଶୋକ ବଳ, ବିଧାୟକ ସୁନନ୍ଦା ଦାସ, ବିଜେଡି ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଧାମନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅଶୋକ ନାୟକ, ରଘୁ ଲେଙ୍କା, ହରେକୃଷ୍ଣ ପାଢ଼ୀ, ଶରତ ଦାସ , ପ୍ରିନ୍ସ ରାକେଶ ନାୟକଙ୍କ ସମେତ ଭଦ୍ରକ ଜିଲ୍ଲାର ବହୁ ବରିଷ୍ଠ ବିଜେଡି ନେତା ଓ କର୍ମୀ ଯୋଗଦେଇଥିଲେ।

ଧାମନଗରବାସୀଙ୍କ ଉପରେ ବିଶ୍ୱାସ ଓ ଭରସା ଅଛି, ମୁଁ ବିପୁଳ ସଂଖ୍ୟାରେ ବିଜୟୀ ହେବି : ଅବନ୍ତୀ ଦାସ
ଭୁବନେଶ୍ବର : ଧାମନଗର ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ହୋଇଛନ୍ତି ଅବନ୍ତୀ ଦାସ। ଅବନ୍ତୀ ଦାସଙ୍କ ନାମକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୋହର ମାରିଛନ୍ତି। ଶ୍ରୀମତୀ ଦାସ ଏବେ ତିହିଡ଼ି ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଛନ୍ତି। ମହିଳା ସଶକ୍ତିକରଣକୁ ସର୍ବାଧିକ ଗୁରୁତ୍ବ ପ୍ରଦାନ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁଣି ଥରେ ମା’ଙ୍କ ଉପରେ ଭରସା ପ୍ରକଟ କରିବା ସହ ଧାମନଗର ଉପନିର୍ବାଚନ ପାଇଁ ମିଶନଶକ୍ତି ମା ତଥା ଏବେ ତିହିଡ଼ି ପଞ୍ଚାୟତ ସମିତି ଅଧ୍ୟକ୍ଷା ଥିବା ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି।

ଧାମନଗର ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଭାବେ ଅବନ୍ତୀ ଦାସଙ୍କ ନାଁ ଘୋଷଣା ହେବା ପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଧାମନଗରବାସୀଙ୍କ ଉପରେ ବିଶ୍ୱାସ ଓ ଭରସା ଅଛି । ମୁଁ ବିପୁଳ ସଂଖ୍ୟାରେ ବିଜୟୀ ହେବି । ମୋତେ ପ୍ରାର୍ଥୀ ଭାବେ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ।

ସୂଚନାଯୋଗ୍ୟ ଆସନ୍ତା ନଭେମ୍ବର ୩ ତାରିଖରେ ଧାମନଗର ବିଧାନସଭା ପାଇଁ ଉପନିର୍ବାଚନ ହେବ। ଆସନ୍ତା ୧୪ ତାରିଖ ନାମାଙ୍କନ ଦାଖଲର ଶେଷଦିନ।  ଏଥି ପାଇଁ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତି। ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ରାଜନୈତିକ ଦଳଗୁଡ଼ିକର କାର୍ଯ୍ୟକଳାପ ସକ୍ରିୟ ହୋଇଉଠିଛି । ନିର୍ବାଚନ ପାଇଁ ଗତ ୯ ତାରିଖ ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ନିଜର ପ୍ରାର୍ଥୀ ଘୋଷଣା କରି ଥିଲା ବେଳେ ଆଜି କଂଗ୍ରେସ ଓ ଶାସକ ବିଜେଡି ଦଳ ନିଜର ପ୍ରାର୍ଥୀଙ୍କୁ ନିର୍ବାଚନୀ ମଇଦାନରେ ଅବତୀର୍ଣ୍ଣ କରାଇଛନ୍ତି। ତିନି ପ୍ରମୁଖ ଦଳର ପ୍ରାର୍ଥିୀ ଘୋଷଣା ପରେ ବର୍ତ୍ତମାନ ଜମିଉଠିବ ପ୍ରଚାର।

ଧାମନଗର ଉପନିର୍ବାଚନ ପାଇଁ ବିଜେପି ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରିଛି । ସୂର୍ୟ୍ୟବଂଶୀ ସୂରଜ ନିଜର ନାମାଙ୍କନ ପତ୍ର ଦାଖଲ କରିସାରିଥିଲା ବେଳେ ପ୍ରଚାର ଆରମ୍ଭ କରିଦେଇଛନ୍ତି। ସେହିପରି ଆଜି ବାବା ହରେକୃଷ୍ଣ ସେଠୀଙ୍କୁ କଂଗ୍ରେସର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡିର ପ୍ରାର୍ଥୀ ଭାବେ ଅବନ୍ତୀ ଦାସଙ୍କୁ ମଇଦାନକୁ ଓହ୍ଲାଇଛି । ଉଭୟ ବିଜେପି ଓ କଂଗ୍ରେସ ପୁରୁଷ ପ୍ରାର୍ଥୀ ଦେଇଥିବା ବେଳେ ବିଜେଡି ଏଠାରେ ମହିଳା ପ୍ରାର୍ଥୀ ଛିଡ଼ା କରାଇଛି।ଅନ୍ୟପଟେ ଏକ ଦଶନ୍ଧିରୁ ଊର୍ଦ୍ଧ୍ବକାଳ ଧରି ରାଜ୍ୟରେ ଉପନିର୍ବାଚନରେ ଅପରାଜେୟ ଥିବା ବିଜେଡି ବିଜୟ ଧାରା ଅବ୍ୟାହତ ରଖିବା ଓ ବିଜେପି ହାତରୁ ଧାମନଗର ଆସନ ଛଡ଼ାଇ ନେବା ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି।

ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜୁ ଜନତା ଦଳ, ଅବନ୍ତୀ ଦାସ ବିଜେଡିର ଧାମନଗର ପ୍ରାର୍ଥୀ
ଭୁବନେଶ୍ୱର : ଧାମନଗର ଉପନିର୍ବାଚନ ପାଇଁ ଆସନ୍ତା ୧୪ ତାରିଖ ନାମାଙ୍କନ ଦାଖଲର ଶେଷଦିନ। ଏଥିପାଇଁ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଶାସକ ବିଜେଡି ଧାମନଗର ଉପନିର୍ବାଚନ ପାଇଁ ତାର ପ୍ରାର୍ଥୀ ଘୋଷଣା କରିଛି। ଅବନ୍ତୀ ଦାସ ହୋଇଛନ୍ତି ବିଜୁ ଜନତା ଦଳର ଧାମନଗର ପ୍ରାର୍ଥୀ। ଅବନ୍ତୀ ଦାସଙ୍କ ନାମକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୋହର ମାରିଛନ୍ତି। ଶ୍ରୀମତୀ ଦାସ ଏବେ ତିହିଡ଼ି ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଛନ୍ତି। ମହିଳା ସଶକ୍ତିକରଣକୁ ସର୍ବାଧିକ ଗୁରୁତ୍ବ ପ୍ରଦାନ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁଣି ଥରେ ମା’ଙ୍କ ଉପରେ ଭରସା ପ୍ରକଟ କରିବା ସହ ଧାମନଗର ଉପନିର୍ବାଚନ ପାଇଁ ମିଶନଶକ୍ତି ମା ତଥା ଏବେ ତିହିଡ଼ି ପଞ୍ଚାୟତ ସମିତି ଅଧ୍ୟକ୍ଷା ଥିବା ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି।

ଅନ୍ୟପଟେ ଏକ ଦଶନ୍ଧିରୁ ଊର୍ଦ୍ଧ୍ବକାଳ ଧରି ରାଜ୍ୟରେ ଉପନିର୍ବାଚନରେ ଅପରାଜେୟ ଥିବା ବିଜେଡି ବିଜୟ ଧାରା ଅବ୍ୟାହତ ରଖିବା ଓ ବିଜେପି ହାତରୁ ଧାମନଗର ଆସନ ଛଡ଼ାଇ ନେବା ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି। ବିଜେଡ଼ି ଧାମନଗର ଉପନିର୍ବାଚନା ପାଇଁ ସ୍ୱତନ୍ତ୍ର ପ୍ଲାନ୍ କରିଛି । ତିହିଡ଼ି ଓ ଧାମନଗର ବ୍ଲକ ପାଇଁ ନେତାମାନଙ୍କୁ ଦେଇଛି ବିଜେଡ଼ି । ତିହିଡ଼ି ବ୍ଲକ ପାଇଁ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ବିଷ୍ଣୁବ୍ରତ ରାଉତରାୟ, ଜ୍ୟୋତି ପାଣିଗ୍ରାହୀ ଓ ପର୍ଶୁରାମ ଧଡ଼ାଙ୍କୁ ବିଜେଡି ଦାୟିତ୍ୱ ଦେଇଛି । ସେହିପରି ଧାମନଗର ବ୍ଲକ ପାଇଁ ମନ୍ତ୍ରୀ ପ୍ରୀତି ରଞ୍ଜନ ଘେଡ଼େଇ, ସାଂସଦ ମଞ୍ଜୁଲତା ମଣ୍ଡଳ, ଅଶୋକ ବଳ, ପ୍ରଫୁଲ୍ଲ ସାମଲ, ଅମର ଶତପଥୀ, ସୁନନ୍ଦା ଦାସଙ୍କୁ ଦାୟିତ୍ୱ ଦିଆଯାଇଛି ।

ଅନ୍ୟପକ୍ଷରେ ବିଷ୍ଣୁଙ୍କ ଅବର୍ତ୍ତମାନରେ ତାଙ୍କ ପରିବାର ପ୍ରତି ଅନୁକମ୍ପାକୁ ବିଜେପି ଭରସା କରି ତାଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ବାବା ହରେକୃଷ୍ଣ ସେଠୀଙ୍କୁ ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିଛି। ବିଷ୍ଣୁଙ୍କ ଅବର୍ତ୍ତମାନରେ ତାଙ୍କ ପରିବାର ପ୍ରତି ଅନୁକମ୍ପାକୁ ବିଜେପି ଭରସା କରିଥିବାବେଳେ ନିଜର ହୃତ ସମ୍ମାନ ଫେରି ପାଇବାକୁ କଂଗ୍ରେସ ଆରମ୍ଭ କରିଛି କସରତ। ମାତ୍ର ୨୦୧୯ ବିଧାନସଭା ନିର୍ବାଚନ ପରେ ଅନୁଷ୍ଠିତ ବିଜେପୁର, ତିର୍ତ୍ତୋଲ, ବାଲେଶ୍ୱର, ପିପିଲି, ବ୍ରଜରାଜନଗର ଆଦି ଉପନିର୍ବାଚନରେ ବିପୁଳ ବିଜୟର ବୈଜୟନ୍ତୀ ଉଡ଼ାଇଥିବା ବିଜେଡି ଧାମନଗର ପାଇଁ ଭିନ୍ନ ରଣନୀତି ପ୍ରସ୍ତୁତ କରିଛି।

ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ବିଜେଡି ଧାମନଗର ପାଇଁ ରଣନୀତି ପ୍ରସ୍ତୁତ କରିଛି। ଯାହା ରାଜ୍ୟରେ ଉପନିର୍ବାଚନରେ ଅପରାଜେୟ ଥିବା ବିଜେଡି ବିଜୟ ଧାରା ଅବ୍ୟାହତ ରଖିବ।  ୨୦୧୯ ସାଧାରଣ ନିର୍ବାଚନରେ ଧାମନଗର ବିଜେଡିରେ୍‌‌ ସମନ୍ୱୟର ଅଭାବ କାରଣରୁ ଅପ୍ରତ୍ୟାଶିତ ଭାବରେ ବିଷ୍ଣୁ ସେଠୀ ବିଜୟୀ ହୋଇଥିବା କୁହାଯାଉଥିଲା। ତେଣୁ ଦଳ ପୂର୍ବର ତ୍ରୁଟିବିଚ୍ୟୁତିକୁ ସୁଧାରି ଚଳିତ ଉପନିର୍ବାଚନରେ ରେକର୍ଡ ଭୋଟରେ ବିଜୟୀ ହେବ ସେଥିପାଇଁ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନିଜେ ଏହାର ରଣନୀତି ପ୍ରସ୍ତୁତି କରୁଛନ୍ତି। ବିଭିନ୍ନ ଦିଗକୁ ବିଚାରକୁ ନେଲେ ଶାସକ ଦଳ ବର୍ତମାନ ବିଭିନ୍ନ ଦୃଷ୍ଟିରୁ ସହଜ ସ୍ଥିତିରେ ରହିଛି। ଯଦି ସବୁକିଛି ଯୋଜନା ମୁତାବକ କାର୍ଯ୍ୟାନ୍ୱୟନ ହୁଏ, ତାହେଲେ ଧାମନଗରରେ ବିଜେଡିର ବିଜୟ ବ୍ୟବଧାନ ଅନ୍ୟ ଉପନିର୍ବାଚନ ପରି ବୃହତ୍‌‌ ହେବା ସମ୍ଭାବନା ନିଶ୍ଚିତ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମନେ କରୁଛନ୍ତି। ଗତ ୨୦୧୯ ମସିହା ସାଧାରଣ ନିର୍ବାଚନରେ ବିଜେଡି ମାତ୍ର ମାତ୍ର ୪୬୨୫ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲା। ଜିଲ୍ଲା ବିଜେଡିରେ ସମନ୍ୱୟ ଅଭାବରୁ ତାଙ୍କର ବିଜୟ ସମ୍ଭବ ହେଲା ବୋଲି ଅନେକବାର ବିଷ୍ଣୁ ଗଣମାଧ୍ୟମ ସମ୍ମୁଖରେ ସ୍ୱୀକାର କରିଥିଲେ।

ତେବେ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡିର ସମସ୍ତ ନେତା ଓ କର୍ମୀ ଏକ ହୋଇ ନିର୍ବାଚନ ଲଢିଥିବା ବେଳେ ବିଜେପିର ସମସ୍ତ ରଣନୀତି ଫେଲ୍‌‌ ମାରିଥିଲା। ଧାମନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ଜୋନ୍‌‌ରେ ବିଜେଡ଼ି ବିଜୟୀ ହୋଇଥିଲା। ଧାମନଗର ପଞ୍ଚାୟତ ସମିତି ଓ ଏନ୍‌‌ଏସି ଅଧ୍ୟକ୍ଷ ପଦ ମଧ୍ୟ ବିଜେଡି କବ୍‌‌ଜା କରିଥିଲା। ଅତଏବ ପୂର୍ବ ଫଳାଫଳ, ବିଜେଡିର ସାଂଗଠନିକ ସ୍ଥିତି, ନିର୍ବାଚନ ମଣ୍ଡଳୀ ପ୍ରତି ବିଷ୍ଣୁଙ୍କ ଅଣଦେଖାକୁ ବିଚାର କଲେ ବିଜେଡି ନିଜ ବିଜୟ ନେଇ ନିଶ୍ଚିତ ବୋଲି କୁହାଯାଉଛି।

ଅନ୍ୟପଟେ ବିଷ୍ଣୁଙ୍କ ଅବର୍ତ୍ତମାନରେ ବିଜେପି ଅନୁକମ୍ପା ଭୋଟ ଏବଂ ଦଳୀୟ ସଂଗଠନକୁ ପାଥେୟ କରି ଧାମନଗର ଆସନ ବଞ୍ଚାଇବାକୁ ଯୋଜନା କରିଛି। ସ୍ୱର୍ଗତ ବିଧାୟକ ବିଷ୍ଣୁଚରଣ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜଙ୍କୁ ପ୍ରାର୍ଥୀ କରି ଅନୁକମ୍ପା ଭୋଟରେ ବିଜୟୀ ହେବାକୁ ବିଜେପି ଯେଉଁ ଲକ୍ଷ୍ୟ ରଖିଛି ତାହାର ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନୁକମ୍ପା ଭୋଟ ଯେ ବିଜୟୀ ହେବାରେ ପ୍ରମୁଖ କାରଣ ହୋଇନପାରେ ତାହା ଗତ ବାଲେଶ୍ୱର ଉପ ନିର୍ବାଚନରେ ଦଳୀୟ ନେତାମାନେ ଅନୁଭବ କରିଛନ୍ତି। ମଦନମୋହନ ଦତ୍ତଙ୍କ ପରଲୋକ ପରେ ବାଲେଶ୍ୱର ଉପନିର୍ବାଚନରେ ତାଙ୍କ ପୁଅଙ୍କୁ ପ୍ରାର୍ଥୀ କରିଥିଲେ ମଧ୍ୟ ବିଜେପି ପରାଜୟର ମୁହଁ ଦେଖିଛି। ଅନ୍ୟପକ୍ଷରେ ଅସୁସ୍ଥତା ହେଉ କିମ୍ବା ବ୍ୟକ୍ତିଗତ କାରଣ ଯୋଗୁଁ ବିଧାୟକ ବିଷ୍ଣୁ ସେଠୀ ନିଜ ନିର୍ବାଚନମଣ୍ଡଳୀକୁ ସମୟ ଦେଇ ପାରି ନାହାନ୍ତି। ବିରୋଧୀ ଦଳ ଉପନେତା ପରି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିଲେ ମଧ୍ୟ ଚିର ବନ୍ୟା ପ୍ରପୀଡିତ ଧାମନଗର ପାଇଁ ସେପରି କିଛି ଉଲ୍ଲେଖନୀୟ କାର୍ଯ୍ୟ କରିବାରେ ସଫଳ ହୋଇ ନାହାନ୍ତି। ଏସବୁ କାରଣ ଯୋଗୁଁ ନିର୍ବାଚନମଣ୍ଡଳୀର ଭୋଟର ସୂରଜଙ୍କୁ ମନଖୋଲା ସମର୍ଥନ ଦେବାକୁ କୁଣ୍ଠାପ୍ରକାଶ କରିପାରନ୍ତି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମନେ କରୁଛନ୍ତି।