ODI Cricket Match - The Sakala

ଟିମ୍ ଇଣ୍ଡିଆକୁ ଝଟ୍‌କା; ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରୁ ବାଦ୍ ପଡିଲେ ଯଶପ୍ରୀତ୍ ବୁମରାହ
ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ଝଟକା । ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ ଖେଳିବେନି ଭାରତୀୟ ଟିମର ଷ୍ଟାର ଦ୍ରୁତ ବୋଲର ଜଶପ୍ରୀତ ବୁମରା । ପିଠିରେ ସମସ୍ୟା କାରଣରୁ ଦୀର୍ଘଦିନ ହେଲା ଦଳରୁ ବାଦ୍‌ ପଡିଥିବା ବୁମରାହ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ଖେଳିପାରିବେ ନାହିଁ ।

କିଛି ଦିନ ତଳେ ଶ୍ରୀଲଙ୍କା ବିପକ୍ଷ ଆଗାମୀ ଦିନିକିଆ ଶୃଙ୍ଖଳାରେ ଜସପ୍ରୀତ ବୁମରା ଖେଳିବେ ବୋଲି ବିସିସିଆଇ ଟ୍ବିଟ କରି ସୂଚନା ଦେଇଥିଲା। ହେଲେ ଏବେ ବିସିସିଆଇ ନିଜ ନିଷ୍ପତ୍ତି ବଦଳାଇଛି। ଜସପ୍ରୀତ ବୁମରାଙ୍କ ପିଠିରେ ସମସ୍ୟା ହେତୁ ତାଙ୍କୁ ଏତେ ଶୀଘ୍ର ମଇଦାନକୁ ଆଣିବା ଉଚିତ୍ ହେବ ନାହିଁ ବୋଲି ବିସିସିଆଇ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ସେପ୍ଟେମ୍ବର ମାସରେ ଆହତ ହୋଇଥିବା ବୁମ୍ରା ବେଙ୍ଗାଲୁରୁ ସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀରେ ରିହ୍ୟାବ କରିଥିଲେ। ସେଠାରେ ସେ ଫିଟ ହେବାରୁ ତାଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ରେ ସାମିଲ କରାଯାଇଥିଲା। ତେବେ ମ୍ୟାଚ୍‌ ଖେଳିବା ପାଇଁ ଆବଶ୍ୟକ ଫିଟନେଶ ବୁମ୍ରାଙ୍କ ପାଖରେ ନାହିଁ। ବୁମ୍ରା ବ୍ୟାକ ଇଞ୍ଜୁରୀରୁ ଏଯାଏ ସଂପୂର୍ଣ୍ଣ ଭାବେ ମୁକୁଳି ନାହାନ୍ତି। ମ୍ୟାଚ୍‌ ପାଇଁ ଫିଟ ହେବାକୁ ତାଙ୍କୁ ଆଉ କିଛି ଦିନ ଲାଗିବ। ଆଗକୁ ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ ରହିଛି। ତେଣୁ ବୁମ୍ରାଙ୍କୁ ସେହି ସମୟରେ ଟିମକୁ କମବ୍ୟାକ କରିବେ ବୋଲି ଆଶା କରାଯାଉଛି।

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ନିର୍ଣ୍ଣାୟକ ତୃତୀୟ ଦିନିକିଆ; ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ
ନୂଆଦିଲ୍ଲୀ: ଆଜି ଭାରତ ଓ ଭ୍ରମଣକରି ଦକ୍ଷିଣ ଆଫ୍ରିକା ମଧ୍ୟରେ ନିର୍ଣ୍ଣାୟକ ତଥା ତୃତୀୟ ଦିନିକିଆ ମ୍ୟାଚ ଆଜି ନୂଆଦିଲ୍ଲୀରେ ଖେଳାଯିବ । ନିର୍ଣ୍ଣାୟକ ମ୍ୟାଚ ଜିତି ସିରିଜ୍‌ ହାତେଇବା ଲକ୍ଷ୍ୟରେ ଅଛନ୍ତି ଉଭୟ ଦଳ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ୍ ହାରିବା ପରେ ରାଞ୍ଚିରେ ଭାରତୀୟ ଦଳ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ସିରିଜ ଏବେ ୧-୧ରେ ବରାବର ରହିଛି । ଅନ୍ୟପକ୍ଷରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକା ପାଖରେ ଏହା ଶେଷ ଅଭ୍ୟାସ ସଦୃଶ ମ୍ୟାଚ୍‌ ଥିବାରୁ ପୂର୍ବ ଲୟକୁ ଫେରିବା ପାଇଁ ଖେଳାଳିଙ୍କ ପାଖରେ ଏହା ଅନ୍ତିମ ସୁଯୋଗ ରହିବ। ତେଣୁ ପ୍ରତିଯୋଗିତାକୁ ଜିତିବା ପାଇଁ ଉଭୟ ଦଳଙ୍କ ମଧ୍ୟରେ କର ବା ମର ସ୍ଥିତି ସୃଷ୍ଟି ହୋଇଛି।

ଦ୍ବିତୀୟ ଦିନିକିଆରେ ବିଜୟ ପରେ ଭାରତୀୟ ଖେଳାଳିଙ୍କ ଆତ୍ମବିଶ୍ବାସ ବଢ଼ିଥିବାରୁ ଶେଷ ମ୍ୟାଚ୍ ରେ ତାହାର ପ୍ରଭାବ ଦେଖିବାକୁ ମିଳିପାରେ। ତୃତୀୟ ଦିନିକିଆ ଜିତି ସିରିଜକୁ କବଜା କରିବା ଲକ୍ଷ୍ୟରେ ରହିଛି ମେନ୍‌ ଇନ୍‌ ବ୍ଲୁ । ତେବେ ଚଳିତ ସିରିଜ୍‌ରେ ଭାରତ ପାଇଁ ପ୍ରାରମ୍ଭିକ ଯୋଡ଼ି ବଡ଼ ଭାଗୀଦାରି କରିପାରୁନଥିବାରୁ ମଧ୍ୟକ୍ରମ ଖେଳାଳିଙ୍କ ଉପରେ ଚାପ ରହୁଛି। ଅଧିନାୟକ ଶିଖର ଧାୱନ (୪, ୧୩) ଙ୍କ ସହ ଯୁବ ଖେଳାଳି ଶୁଭମନ୍‌ ଗିଲ୍‌ (୩, ୨୮) ଏପର୍ଯ୍ୟନ୍ତ ବଡ଼ ସ୍କୋର କରିପାରିନାହାନ୍ତି। ଦଳର ନେତୃତ୍ବ ନେବା ଓ ବଡ଼ ରନ୍‌ କରିବା ଭଳି ଅବସର ବାରମ୍ବାର ଆସିନଥାଏ। ତେଣୁ ଶିଖର ନିଜ ସ୍ଥାନକୁ ପକ୍କା କରିବାକୁ ହେଲେ ବ୍ୟାଟ୍‌ରୁ ବଡ଼ ରନ୍‌ ବାହାରିବା ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ଦକ୍ଷିଣ ଆଫ୍ରିକା ପାଖରେ ଏହା ଶେଷ ଅଭ୍ୟାସ ସଦୃଶ ମ୍ୟାଚ୍ ।

ଦିଲ୍ଲୀ ପିଚ୍‌ ବ୍ୟାଟିଂକୁ ସୁହାଉଥିବା ବେଳେ ପଡ଼ିଆ ଆକାର ମଧ୍ୟ ଛୋଟ। ତେଣୁ ବ୍ୟାଟରଙ୍କ ପାଇଁ ବଡ଼ ରନ୍‌ କରିବା ସୁଯୋଗ ଭରପୂର ରହିଛି। କିନ୍ତୁ ମ୍ୟାଚ୍‌ ଉପରେ ବର୍ଷାର ଭୟ ଥିବାରୁ ଏବେଠୁ କିଛି ଅନୁମାନ କରିବା ସମ୍ଭବ ହେବନାହିଁ। କାରଣ ଗତ ତିନି ଦିନ ଧରି ଦିଲ୍ଲୀରେ ପ୍ରବଳ ବର୍ଷା ହେଉଥିଲା ବେଳେ ମଙ୍ଗଳବାର ମଧ୍ୟ ଘଡ଼ଘଡ଼ି ସହ ବର୍ଷା ହେବା ପୂର୍ବାନୁମାନ କରାଯାଇଛି। ପିଚ୍‌ ଉପରୁ କଭର ଉଠାଯାଇନଥିବାରୁ ସଦ୍ୟତମ ସ୍ଥିତି ବିଷୟରେ ଆକଳନ କରିବା ଅସମ୍ଭବ।