Indian Cricketer - The Sakala
ୟୁଜବେନ୍ଦ୍ର ଚହଲଙ୍କ ଅଡୁଆ ବଢ଼ିଲା: ଅଭିନେତ୍ରୀ ତାନିଆ ଚାଟାର୍ଜୀଙ୍କୁ ପଠାଇଲେ ମାନହାନି ନୋଟିସ୍
ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି। ବି-ଗ୍ରେଡ୍ ଚଳଚ୍ଚିତ୍ର ତଥା ୱେବ୍ ସିରିଜ୍ ଅଭିନେତ୍ରୀ ତାନିଆ ଚାଟାର୍ଜୀ ନିକଟରେ ଏକ ବଡ଼ ଦାବି କରିଛନ୍ତି ଯେ, କ୍ରିକେଟର ଚହଲ ତାଙ୍କ ବିରୋଧରେ ଏକ ମାନହାନି ମୋକଦ୍ଦମା ଦାୟର କରିଛନ୍ତି। ଏହାପରେ ସୋସିଆଲ ମିଡିଆରେ ଏହି ବିବାଦକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
କିପରି ଆରମ୍ଭ ହେଲା ବିବାଦ?
ଅଭିନେତ୍ରୀ ତାନିଆ ଚାଟାର୍ଜୀ ନିକଟରେ ଏକ ଭିଡିଓରେ ଦାବି କରିଥିଲେ ଯେ ଭାରତୀୟ ଦଳର ସ୍ପିନର ୟୁଜବେନ୍ଦ୍ର ଚହଲ ତାଙ୍କୁ ଇନଷ୍ଟାଗ୍ରାମରେ ମେସେଜ୍ କରିଥିଲେ ଏବଂ ତାଙ୍କୁ 'କ୍ୟୁଟ୍' ବୋଲି କହିଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ଚହଲଙ୍କ ଟିମ୍ ତାନିଆଙ୍କୁ ସେହି ମେସେଜ୍ ବିଷୟରେ କହିଥିବା କଥା ଡିଲିଟ୍ କରିବାକୁ ଅନୁରୋଧ କରିଥିଲେ। ମାତ୍ର ତାନିଆ ଏହାକୁ ଡିଲିଟ୍ ନକରିବାରୁ ଚହଲ ତାଙ୍କୁ ଇମେଲ୍ ମାଧ୍ୟମରେ ଏକ ମାନହାନି ନୋଟିସ୍ ପଠାଇଥିବା ଅଭିନେତ୍ରୀ ଦାବି କରିଛନ୍ତି।
ତାନିଆଙ୍କ ପ୍ରତିକ୍ରିୟା
ପାପାରାଜିଙ୍କ ସାମ୍ନାରେ ତାନିଆ ନିଜର ପକ୍ଷ ରଖି କହିଛନ୍ତି ଯେ, "ମୁଁ ତାଙ୍କର କୌଣସି ଅପମାନ କରିନାହିଁ କିମ୍ବା ତାଙ୍କ ଭାବମୂର୍ତ୍ତି ଖରାପ କରିନାହିଁ। ସେ ଜଣେ ଭାରତୀୟ କ୍ରିକେଟର ଏବଂ ମୁଁ ତାଙ୍କୁ ଗର୍ବର ସହ ସମ୍ମାନ କରେ। ସେ ମୋତେ କେବଳ କ୍ୟୁଟ୍ କହିଥିଲେ ଏବଂ ମୁଁ ତାହା ସମସ୍ତଙ୍କୁ ଜଣାଇଥିଲି। ଏଥିରେ ମାନହାନି ଭଳି କୌଣସି କଥା ନାହିଁ। ମୋତେ ବିନା କାରଣରେ ଟ୍ରୋଲ୍ କରାଯାଉଛି।" ଏହା ସହିତ ସେ ଏହି ମାମଲା ଲଢ଼ିବା ପାଇଁ ଜଣେ ଓକିଲ ନିଯୁକ୍ତ କରିଥିବା ମଧ୍ୟ ପ୍ରକାଶ କରିଛନ୍ତି।
ଚହଲ ଓ ଧନଶ୍ରୀଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ
ଯେତେବେଳେ ତାନିଆଙ୍କୁ ପଚରାଯାଇଥିଲା ଯେ ଚହଲ କେବେ ତାଙ୍କୁ ମେସେଜ୍ କରିଥିଲେ, ସେ ଉତ୍ତରରେ ୨୦୨୩ ମସିହା ବୋଲି କହିଥିଲେ। ତେବେ ଧ୍ୟାନ ଦେବା ଯୋଗ୍ୟ କଥା ହେଉଛି, ସେହି ସମୟରେ ଚହଲ ତାଙ୍କ ପୂର୍ବତନ ପତ୍ନୀ ଧନଶ୍ରୀ ବର୍ମାଙ୍କ ସହିତ ବିବାହିତ ଥିଲେ। ସୂଚନାଯୋଗ୍ୟ ଯେ, ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ୨୦୨୫ ମସିହାରେ ହୋଇଥିଲା ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ କ୍ରିକେଟରଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଥରେ ଆଲୋଚନା ଜୋର ଧରିଛି।
କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ଦୀନେଶ କାର୍ତ୍ତିକ
ନୂଆଦିଲ୍ଲୀ: ଭାରତୀୟ ୱିକେଟରକ୍ଷକ ବ୍ୟାଟର ଦୀନେଶ କାର୍ତ୍ତିକ ଶନିବାର କ୍ରିକେଟରୁ ଅବସର ନେଇଛନ୍ତି। ଜୁନ୍‌ ୧ ଅର୍ଥାତ ତାଙ୍କ ୩୯ତମ ଜନ୍ମଦିବସରେ ସେ ଅବସର ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସେ ଏ ନେଇ ସୂଚନା ଦେଇଛନ୍ତି। ସେ ଅବସର ରିଟାୟାରମେଣ୍ଟ ନୋଟ୍‌ ସହ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ସେ ନିଜ କ୍ୟାରିୟରର ଗୁରୁତ୍ୱପୂର୍ଣ୍ଣ ମୂହୂର୍ତ୍ତର ଫଟୋ ସେୟାର କରିଛନ୍ତି। ଗତ କିଛିଦିନ ମଧ୍ୟରେ ମୋତେ ଯେଉଁ ସ୍ନେହ, ଶ୍ରଦ୍ଧା, ସମର୍ଥନ ଓ ଭଲପାଇବା ମିଳିଛି, ତାହା ମୋତେ ଅଭିଭୂତ କରିଛି। ମୋତେ ଭଲପାଉଥିବା ସମସ୍ତ ବ୍ୟକ୍ତି ଓ ପ୍ରଶଂସକଙ୍କୁ କୃତଜ୍ଞତା ଜଣାଉଛି। ବହୁତ ଚିନ୍ତା କରିବା ପରେ ଏହି ନିଷ୍ପତ୍ତି ନେଇଛି ବୋଲି ସେ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଉଲ୍ଲେଖଥାଉ କି, ଆଇପିଏଲ ଶେଷ ହେବାପରେ ହିଁ ସେ ଏହି ହାଇପ୍ରୋଫାଇଲ ଲିଗ୍‌ରୁ ଅବସର ନେବାକୁ ଘୋଷଣା କରିଥିଲେ।
୨ଟି ଆଇସିସି ଟ୍ରଫି ଜିତିଛନ୍ତି
କାର୍ତ୍ତିକ ଦୀର୍ଘ ୧୮ ବର୍ଷର କ୍ୟାରିୟରରେ ୨ଟି ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟ୍ରଫି ଜିତିଛନ୍ତି। ଏଥିରେ ୨୦୦୭ ଟି-୨୦ ବିଶ୍ୱକପ୍‌ ଓ ୨୦୧୩ ଚାମ୍ପିଅନ୍ସ ଟ୍ରଫି ସାମିଲ ରହିଛି। କାର୍ତ୍ତିକ ଭାରତ ପାଇଁ ୨୬ ଟେଷ୍ଟ, ୯୪ ଦିନିକିଆ ଓ ୬୦ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ସେ ମଧ୍ୟ ୨୦୧୦ ଓ ୨୦୧୮ ଏସିଆ ଟ୍ରଫି ହାସଲ କରିଛନ୍ତି। କାର୍ତ୍ତିକ ମଧ୍ୟ ଗୋଟିଏଥର ୨୦୧୩ରେ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ପ୍ରତିନିଧିତ୍ୱ କରି ଆଇପିଏଲ ଟ୍ରଫି ହାସଲ କରିଥିଲେ। ୨୦୨୨ରେ ସେ ବାଂଲାଦେଶ ବିପକ୍ଷରେ କ୍ୟାରିୟରର ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ।
ଧିରେ ଧିରେ ସୁସ୍ଥ ହେଉଛନ୍ତି ଭାରତୀୟ କ୍ରିକେଟର୍‌ ରିଷଭ୍ ପନ୍ତ
ନୂଆଦିଲ୍ଲୀ: ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଭାରତୀୟ କ୍ରିକେଟର ରିଷଭ ପନ୍ତ। ଏବେ ରିଷଭଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ରିଷଭ ଚାଲୁଥିବାର ଦେଖାଯାଉଛି । ରିଷଭ ଏହି ଫଟୋକୁ ନିଜେ ଟ୍ବିଟ କରିଛନ୍ତି । ଫଟୋରେ ରିଷଭ ଆଶା ବାଡ଼ି ଧରି ଚାଲୁଥିବାର ଦେଖାଯାଇଛି । ରିଭଷ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି ଯେ, ୱାନ ଷ୍ଟେପ ଫରୱାର୍ଡ- ୱାନ ଷ୍ଟେପ ଷ୍ଟ୍ରଙ୍ଗର- ୱାନ ଷ୍ଟେପ ବେଟର । ସେ ସେୟାର କରିଥିବା ପୋଷ୍ଟରେ ଦେଖିବାକୁ ମିଳିଛି ଯେ,  ରିଷଭ ଆଶା ବାଡ଼ି ଧରି ଧୀରେ ଧୀରେ ଚାଲୁଛନ୍ତି । ତାଙ୍କ ଡାହାଣ ପାଦ ଫୁଲି ଥିବାର ମଧ୍ୟ ଫଟୋରେ ଦେଖାଯାଉଛି । ଏହି ଫଟୋ ଦେଖି ଲାଗୁଛି ଆଉ ଅଳ୍ପ ଦିନରେ ରିଷଭ ସୁସ୍ଥ ହୋଇଯିବେ ।
ସୂଚନା ଅନୁଯାୟୀ, ଗତ ଡିସେମ୍ବରରେ ରିଷଭଙ୍କ ଗାଡ଼ି ଭୟଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗାଡ଼ିକୁ ସେ ନିଜେ ଚଳାଉଥିଲେ । ଦିଲ୍ଲୀରୁ ଉତ୍ତରାଖଣ୍ଡ ଯାଉଥିଲାବେଳେ ତାଙ୍କ କାର୍ ଡିଭାଇଡରରେ ପିଟି ହୋଇଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍ଟି ସଂପୂର୍ଣ୍ଣ ଜଳିଯାଇଥିଲା । ତାଙ୍କ ମୁଣ୍ଡ ଏବଂ ଗୋଡରେ ଗଭୀର ଆଘାତ ଲାଗିଥିଲା । ସେବେଠୁ ସେ ଚିକିତ୍ସାଧୀନ ଅଛନ୍ତି ।
ରାଞ୍ଚି: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଗତକାଲି ଶେଷ ହୋଇଥିବା ଦ୍ଵିତୀୟ ଦିନିକିଆ ମ୍ୟାଚରେ ଭାରତ ବିଜୟୀ ହୋଇଛି । ଫଳରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ବରାବର ସ୍ଥିତିରେ ରହିଛନ୍ତି ଉଭୟ ଟିମ୍ । ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ବିଜୟ ପଛର ନାୟକ ସାଜିଥିଲେ ଶ୍ରେୟସ ଆୟର ଓ ଇଶାନ କିଷାନ । ଶ୍ରେୟସଙ୍କ ଶତକ ଓ ଇଶାନଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ଟିମ୍ ଇଣ୍ଡିଆ ବିଜୟୀ ହେବା ସହ ସିରିଜରେ କମବ୍ୟାକ୍ କରିଛି ।
ତେବେ ମ୍ୟାଚ୍‌ ବିଜୟ ପରେ ଇଶାନ କିଷାନ କହିଛନ୍ତି ଯେ, କିଛି ଖେଳାଳି ଏପରି ଅଛନ୍ତି, ଯେଉଁମାନେ ନିଜ ଷ୍ଟ୍ରାଇକ୍‌କୁ ରୋଟେଟ୍‌ କରି ଚାଲିଥାନ୍ତି । ଷ୍ଟ୍ରାଇକ ରୋଟେଟ କରିବା କିଛି ଖେଳାଳୀଙ୍କର ଶକ୍ତି ହୋଇଥିବା ବେଳେ କିଛି ଖେଳାଳୀଙ୍କର ଛକା ମାରିବା ସବୁଠୁ ବଡ ସାର୍ମଥ୍ୟ । ମୋ ଭଳି ଲଗାତାର ଛକା ମାରିବା ଅନ୍ୟ ମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇପାରେ କିନ୍ତୁ ବେଶ ସହଜରେ ମୁଁ ଛକା ମାରିଥାଏ । ଛକା ମାରିବା ମୋର ସାର୍ମଥ୍ୟ । କିନ୍ତୁ କୌଣସି ବି ଖେଳାଳି ମୋ ପରି ଛକ୍କା ମାରିପାରିବନାହିଁ । ମୋତେ ଛକ୍କା ମାରିବାକୁ ଭଲ ଲାଗେ ଏବଂ ମୁଁ ଅତି ସହଜରେ ମଧ୍ୟ ସଟ୍‌ ଖେଳିଦିଏ । ଏହା ହିଁ ମୋ ଶକ୍ତି । ଯଦି ମୁଁ ଛକ୍କା ମାରି ରନ୍‌ ରେଟ୍‌କୁ ମେକଅପ୍‌ କରିଦେଉଛି , ତେବେ ମୁଁ ସିଙ୍ଗିଲ୍‌ ସିଙ୍ଗିଲ୍‌ ରନ୍‌ ନେଇ ଷ୍ଟ୍ରାଇକ୍‌ ରୋଟେଟ କରିବା କଥା ଚିନ୍ତା କରେନାହିଁ ।
ଏହାସହ ଇଶାନ କହିଛନ୍ତି, କିଛି ଏମିତି ବି ମ୍ୟାଚ୍ ଆସିଥାଏ ଯେଉଁଠି ଷ୍ଟ୍ରାଇକ ରୋଟେଟ କରିବାର ଆବଶ୍ୟକତା ରହିଥାଏ । ଯେତେବେଳେ ଲଗାତାର ୱିକେଟ ପଡୁଥାଏ ସେତେବେଳେ ଷ୍ଟ୍ରାଇକ ରୋଟେଟ କରିବା ଉଚିତ୍ । କିନ୍ତୁ ଏଥିପାଇଁ ଅଧିକରୁ ଅଧିକ ପ୍ରାକ୍ଟିସର ଆବଶ୍ୟକତା ପଡିଥାଏ । କିନ୍ତୁ ଯଦି ଆପଣ ଛକା ମାରିବାର ସାର୍ମଥ୍ୟ ରଖୁଛନ୍ତି ଏବଂ ସେହିଭଳି ବଲ ପଡୁଥାଏ ତେବେ ଷ୍ଟ୍ରାଇକ ରୋଟେଟ କରିବା ବଦଳରେ ଛକା କାହିଁକି ନ ମାରିବ?
ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ଵିତୀୟ ଦିନିକିଆ ମ୍ୟାଚରେ ଇଶାନ କିଷାନ ନିଜ ହୋମଗ୍ରାଉଣ୍ଡ ରାଞ୍ଚିରେ ୮୪ ବଲରୁ ବିସ୍ଫୋରକ ୯୩ ରନର ଇନିଂସ ଖେଳିଥିଲେ । ଯେଉଁଥିରେ ୭ ବିଶାଳ ଛକା ଓ ୪ଟି ଚୌକା ରହିଥିଲା । ତେବେ ଶତକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ଇଶାନ । ଘରୋଇ ଗ୍ରାଉଣ୍ଡରେ ଶତକ ମାରିବା ସମସ୍ତଙ୍କର ଇଚ୍ଛା ଥାଏ କିନ୍ତୁ ଏହି ସ୍ୱପ୍ନକୁ ପୂରା କରିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ ଇଶାନ । କ୍ରିଜରେ ଜମିଥିଲେ ମଧ୍ୟ ୭ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ ଇଶାନ ।