naveen nivas - The Sakala
ବିଜେଡିର ରାଜ୍ୟସଭା ନିର୍ବାଚନ କସରତ: ନବୀନ ନିବାସରେ ବିଧାୟକଙ୍କୁ ତାଲିମ
ଭୁବନେଶ୍ୱର: ଆସନ୍ତା ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ। ଏହା ପୂର୍ବରୁ ତିନି ପ୍ରମୁଖ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ନିଜନିଜର ଗୋଟି ଚାଳନା। ପୂର୍ବରୁ ବିଜେଡି ଓ କଂଗ୍ରେସ ନିଜ ଦଳର ବିଧାୟକମାନଙ୍କ ପାଇଁ ୩ ଧାଡ଼ିଆ ହ୍ୱିପ୍‌ ଜାରି କରିଥିବାବେଳେ ଆଜି ବିଜେପି ବି ନିଜ ଦଳର ବିଧାୟକଙ୍କ ପାଇ ଦୁଇ ଧାଡ଼ିଆ ହ୍ୱିପ୍‌ ଜାରି କରିଛି।  ସେହିପରି ବିଜେଡି ବିଧାୟକମାନେ ଆଜି ନବୀନ ନିବାସରେ ରାଜ୍ୟସଭା ଭୋଟ ସଂକ୍ରାନ୍ତରେ ତାଲିମ୍‌ ନେଇଛନ୍ତି। ଆସନ୍ତାକାଲି ଓ ରବିବାର ମଧ୍ୟ ନବୀନ ନିବାସ ଡ଼କରା ହୋଇଛି ଏବଂ କିପରି ଠିକ୍‌ଭାବରେ ବିଧାୟକମାନେ ଭୋଟ ଦେବେ ସେ ସମ୍ପର୍କରେ ପୁଣି ଅଭ୍ୟାସ କରାଯିବ ବୋଲି ସୂଚନା ମିଳିଛି। ସେପଟେ ବେଙ୍ଗାଲୁରୁ ଗସ୍ତରେ ଥିବା  କଂଗ୍ରେସର ୮ଜଣ ବିଧାୟକଙ୍କ ସହ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡ଼ି.କେ.ଶିବକୁମାର ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।
ଆଜି ସନ୍ଧ୍ୟା ସାଢେ଼ ୫ଟାରେ ନବୀନ ନିବାସରେ ବିଧାୟକମାନଙ୍କୁ ରାଜ୍ୟସଭା ନିର୍ବାଚନରେ ମତଦାନ ନିମନ୍ତେ ତାଲିମ ଦିଆଯାଇଛି। ପ୍ରାରମ୍ଭରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭା ନିର୍ବାଚନ ଓ ଦଳୀୟ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଏହାପରେ ବରିଷ୍ଠ ବିଧାୟକ ଡ. ଅରୁଣ କୁମାର ସାହୁ ଏବଂ ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ବିଧାୟକମାନଙ୍କୁ ଭୋଟଦାନ ସମ୍ପର୍କରେ ଅଭ୍ୟାସ କରାଇଥିଲେ। ଦଳୀୟ ପ୍ରାର୍ଥୀ ଡ. ସଂତୃପ୍ତ ମିଶ୍ର ଓ ବିଜେଡି ପକ୍ଷରୁ ଘୋଷିତ ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତା ମଧ୍ୟ ଏହି ଟ୍ରେନିଂ କାର୍ଯ୍ୟକ୍ରମରେ ନିଜସ୍ୱ ବକ୍ତବ୍ୟ ରଖିଥିଲେ। ଯଦି ସେମାନେ ସାଂସଦ ଭାବେ ନିର୍ବାଚିତ ହୁଅନ୍ତି, ତାହେଲେ ରାଜ୍ୟସ୍ୱାର୍ଥକୁ ସର୍ବାଧିକ ପ୍ରାଥମିକତା ଦେବେ ଏବଂ ରାଜ୍ୟସଭାରେ ଓଡ଼ିଶାର ସ୍ୱାର୍ଥ ପାଇଁ ଲଢେ଼ଇ କରିବେ ବୋଲି ପ୍ରତିଶ୍ରୁତି ରଖିଥିଲେ। ଶେଷରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବକ୍ତବ୍ୟ ରଖିଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି।
ଟ୍ରେନିଂ ସମ୍ପର୍କରେ ସୂଚନା ଦେଇ ବିଧାୟକ ଡ. ସାହୁ କହିଛନ୍ତି ଯେ ଆଜି ଦଳର ବିଧାୟକମାନଙ୍କୁ ରାଜ୍ୟସଭା ଭୋଟଦାନ ସମ୍ପର୍କରେ ଅବଗତ କରାଗଲା। ବିଧାୟକମାନେ ଭୋଟଦାନ କେନ୍ଦ୍ରକୁ ଯାଇ କେମିତି ବାଲାଟ ପେପର ଓ ପେନ୍‌ ନେବେ, କିପରି ଭୋଟ ଦେବେ, ଦଳୀୟ ଏଜେଣ୍ଟଙ୍କୁ କିପରି ଭୋଟ ଦେଖାଇବେ ଓ ବାଲାଟବକ୍ସରେ କିପରି ଭୋଟ କାଗଜ ପକାଇବେ, ସେ ସମ୍ପର୍କରେ ତାଲିମ ଦିଆଯାଇଥିଲା। ରାଜ୍ୟସଭା ନିର୍ବାଚନରେ ୪ଟି ଆସନ ପାଇଁ ୫ଜଣ ପ୍ରାର୍ଥୀ ଅଛନ୍ତି। ବିଜେଡି ପାଖରେ ନିଜ ପ୍ରାର୍ଥୀ ପାଇଁ ଆବଶ୍ୟକୀୟ ଭୋଟ ଥିବା ବେଳେ ବଳକା ଭୋଟ କିପରି ମିଳିତ ପ୍ରାର୍ଥୀଙ୍କ ସପକ୍ଷରେ ଯିବ, ସେଥିପାଇଁ ଏହି ଟ୍ରେନିଂ କାର୍ଯ୍ୟକ୍ରମ କରାଯାଉଛି। ଖଣ୍ଡିଏ ଭୋଟ ଯେପରି ଏପଟ ସେପଟ ନହୁଏ, ତଥା ଆମର ନେତା ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଅନୁଯାୟୀ ପ୍ରାର୍ଥୀଙ୍କ ସପକ୍ଷରେ ସମସ୍ତ ଭୋଟ ପଡ଼ିବ, ସେନେଇ ରଣନୀତି ପ୍ରସ୍ତୁତ କରାଯାଇଛି। ଶନିବାର ଏବଂ ରବିବାର ମଧ୍ୟ ଟ୍ରେନିଂ କାର୍ଯ୍ୟକ୍ରମ ଆୟୋଜିତ ହେବ। ଯେଉଁମାନେ ଆଜିର ବୈଠକରେ ଉପସ୍ଥିତ ନ ଥିଲେ, ସେମାନେ ନିଜର କାରଣ ସମ୍ପର୍କରେ ଦଳକୁ ଅବଗତ କରାଇଛନ୍ତି। ଆସନ୍ତାକାଲି ଏବଂ ରବିବାର ଟ୍ରେନିଂରେ ସେମାନେ ଯୋଗଦେବେ ବୋଲି ଡ. ସାହୁ ସୂଚନା ଦେଇଛନ୍ତି।
ନବୀନଙ୍କୁ ଭେଟିଲେ ବଲିଉଡ ଅଭିନେତା ଦିଲ୍ଲୀପ ତାହିଲ
ଭୁବନେଶ୍ବର: ନବୀନ ନିବାସରେ ବଲିଉଡ ଅଭିନେତା। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ଲୋକପ୍ରିୟ ବଲିଉଡ଼ ଅଭିନେତା ଦିଲ୍ଲୀପ ତାହିଲ। । ବିଜୁ ବାବୁଙ୍କ କଳିଙ୍ଗ ଏୟାରଲାଇନ୍ସରେ ପାଇଲଟ ଥିଲେ ଅଭିନେତା ଦିଲ୍ଲୀପ ତାହିଲଙ୍କ ପିତା ଘନଶାମ୍ ଜେଠାନନ୍ଦ ତାହିଲରମଣି ।
ସ୍ୱଳ୍ପ କଥା, ମୁହଁରେ ସ୍ମିତହାସ୍ୟ ଆଉ ନମ୍ର ସ୍ୱଭାବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏପରି ନିଆରା ବ୍ୟକ୍ତିତ୍ୱ ସବୁବେଳେ ଅନ୍ୟମାନଙ୍କ ପାଇଁ ଆକର୍ଷଣର ବିନ୍ଦୁ ପାଲଟି ଆସିଛି। ବିଶେଷକରି ପ୍ରୃତିପ୍ରେମୀ ଭାବେ ନବୀନ ସବୁବେଳେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ରବିବାର କୁମାର ପୂର୍ଣ୍ଣିମା ଅବସରରେ ନବୀନଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍‌‌ ଚର୍ଚ୍ଚା ସାଉଁଟିଛି। ଭିଡିଓଟିରେ ମୁଖ୍ୟମନ୍ତ୍ରୀ ସନ୍ଧ୍ୟାରେ ନବୀନ ନିବାସରେ ଖୋଲା ଆକାଶ ତଳେ ନିରୋଳା ବାତାବରଣ ମଧ୍ୟରେ ପ୍ରକୃତିକୁ ଉପଭୋଗ କରୁଥିବାର ଦେଖାଯାଉଛି। ମୁଖ୍ୟମନ୍ତ୍ରୀ ଚାଲି ଚାଲି ଯାଉଥିବା ବେଳେ ତାଙ୍କ ସାଙ୍ଗରେ ତାଙ୍କର ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ ମଧ୍ୟ ଅଛନ୍ତି। ପୂର୍ଣ୍ଣିମା ଜହ୍ନର ଆଲୁଅ ତଳେ ନବୀନ ପ୍ରକୃତିକୁ ଏପରି ଉପଭୋଗ କରୁଥିବାର ଦୃଶ୍ୟକୁ ସୋସିଆଲ ମିଡିଆ ୟୁଜର୍ସ ବେଶ୍‌‌ ପ୍ରଶଂସା କରିଛନ୍ତି।