latest update on 2000 rs note - The Sakala

ଦୁଇ ବର୍ଷ ହେବ ଛପା ହୋଇନି ଖଣ୍ଡିଏ ବି ୨୦୦୦ ଟଙ୍କିଆ ନୋଟ୍‌
ନୂଆଦିଲ୍ଲୀ : ବିଗତ ଦୁଇ ବର୍ଷ ମଧ୍ୟରେ ଦେଶରେ ଖଣ୍ଡିଏ ବି ଦୁଇ ହଜାର ଟଙ୍କିଆ ନୋଟ୍‌ ଛାପା ହୋଇନାହିଁ। ଏହାର ଅର୍ଥ ହେଉଛି ୨୦୧୯ ଏପ୍ରିଲଠାରୁ ଦେଶରେ ୨୦୦୦ ଟଙ୍କିଆ ନୋଟ୍‌ ଛାପା ବନ୍ଦ ରହିଛି। ଏ ସମ୍ପର୍କରେ ଲୋକସଭାରେ କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ, ନଭେମ୍ବର ୨୦୧୬ରେ କେନ୍ଦ୍ର ସରକାର ଦେଶରେ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌ର ପ୍ରଚଳନ ବନ୍ଦ କରିଥିଲେ। ବିମୁଦ୍ରାୟନ ପରେ ନୂଆ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍‌ର ପ୍ରଚଳନ ଆରମ୍ଭ ହୋଇଥିଲା। କିନ୍ତୁ ଏବେ ନୂଆ ୨୦୦୦ ଟଙ୍କା ପ୍ରଚଳନ ବନ୍ଦ କରିବାକୁ ସରକାର ସଜବାଜ ହେଉଥିବା କୁହାଯାଉଛି। କାରଣ ଗତ ଦୁଇବର୍ଷ ମଧ୍ୟରେ ୨୦୦୦ ଟଙ୍କିଆ ନୋଟ୍‌ରୁ ଗୋଟିଏ ବି ଛାପା ହୋଇ ନ ଥିବା ସରକାରଙ୍କ ପକ୍ଷରୁ ଲୋକସଭାରେ କୁହାଯାଇଛି।

ଶ୍ରୀ ଠାକୁର ସଂସଦରେ ଏକ ଲିଖିତ ଉତ୍ତରରେ ଜଣାଇଛନ୍ତି ଯେ , ୨୦୧୮ରେ ୩୩୬.୨ କୋଟି ୨୦୦୦ ଟଙ୍କିଆ ନୋଟ୍‌ ସର୍କୁଲେସନ୍‌ରେ ରହିଥିଲା। ୨୬ ଫେବୃଆରୀ ୨୦୨୧ ବେଳକୁ ଏହି ସଂଖ୍ୟା ୨୪୯.୯ କୋଟିରେ ପହଞ୍ଚିଛି। ‘କେଉଁ ମୂଲ୍ୟର ନୋଟ୍‌ ହେଲେ ଲୋକଙ୍କ ନେଣ ଦେଣ ଚାହିଦା ପୂରଣ ହୋଇପାରିବ ତାହା ଆରବିଆଇ ଧାର୍ଯ୍ୟ କରିଥାଏ ବୋଲି ଶ୍ରୀ ଠାକୁର କହିଛନ୍ତି। ତେବେ ବର୍ଷ ୨୦୧୯-୨୦ ଏବଂ ୨୦୨୦-୨୧ରେ ୨୦୦୦ ଟଙ୍କିଆ ନୋଟ୍‌ ଛପାଇବା ପାଇଁ ଅର୍ଡର ଦିଆଯାଇନାହିଁ।

ଅନ୍ୟପକ୍ଷରେ ୨୦୧୯ରେ ଆରବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆର୍ଥିକବର୍ଷ ୨୦୧୬-୧୭ରେ ଦେଶରେ ୩୫୪.୨୯୯୧ କୋଟି ନୋଟ୍‌ ଛାପା ଯାଇଥିଲା। ଅନ୍ୟପକ୍ଷରେ ୨୦୧୭-୧୮ରେ ଏହି ସଂଖ୍ୟାରେ ହ୍ରାସ ଘଟି କେବଳ ୧୧.୧୫୦୭ କୋଟି ନୋଟ୍‌ ପ୍ରିଣ୍ଟ ହୋଇଥିଲା। ୨୦୧୮-୧୯ରେ ୪.୬୬୯ କୋଟି ନୋଟ୍‌ ପ୍ରିଣ୍ଟ ହୋଇଥିବାବେଳେ ଏପ୍ରିଲ ୨୦୧୯ ପରେ ଗୋଟିଏ ବି ନୋଟ୍‌ ଛାପା ଯାଇ ନ ଥିବା ଅର୍ଥ ରାଷ୍ଟ୍ରମନ୍ତ୍ରୀଙ୍କ ସୂଚନାରୁ ଜଣାଯାଇଛି।