rain heavily - The Sakala

ଆଜିଠୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ, ୧୭ରେ ପୁଣି ଏକ ଘୂର୍ଣ୍ଣିବଳୟ
ଭୁବନେଶ୍ବର : ରାଜ୍ୟର ପିଛା ଛାଡୁନି ବର୍ଷା। ରାଜ୍ୟରେ ଲାଗାଣ ବର୍ଷା ଫଳରେ ଦୁଇ ବର୍ଷ କରୋନା ପରେ ଚଳିତ ଥର ଦଶହରା ମଉଜ ଫିକା ପଡିଥିବା ବେଳେ କୁମାର ପୁର୍ଣ୍ଣିମା (ଗଜଲକ୍ଷ୍ମୀ ପୂଜା) ମଧ୍ୟ ଫିକା ପଡିବ। ଅକ୍ଟୋବର ମାସ ୨ୟ ସପ୍ତାହ ଆରମ୍ଭ ହୋଇଯାଇଥିଲେ ବି ରାଜ୍ୟରେ ବର୍ଷା ଶେଷ ହେବାର ନାଁ ଧରୁ ନାହିଁ । ବାରମ୍ବାର ଘୂର୍ଣ୍ଣିବଳୟ ଯୋଗୁଁ ଏବେ ବି ସକ୍ରିୟ ରହିଛି ମୌସୁମୀ । ଏଣୁ ରାଜ୍ୟରେ ଲାଗି ରହିଛି ବର୍ଷା।ଦକ୍ଷିଣ ବଙ୍ଗୋପସାଗରର ମଧ୍ୟ ଭାଗରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଶନିବାର ଦିନ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଯାଇଛି। ଆଜି ରାଜ୍ୟରେ ବର୍ଷାର ବିସ୍ତୃତି ବଢ଼ିବ। ଗଜପତି, ଗଞ୍ଜାମ ଓ ପୁରୀ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହାସହ ସମସ୍ତ ଉପକୂଳ ଜିଲ୍ଲା ଓ ସଂଲଗ୍ନ ଅଞ୍ଚଳଗୁଡ଼ିକରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ।

ପାଣିପାଗକେନ୍ଦ୍ରର ସୂଚନା ଅନୁସାରେ, ଆଜି ରାଜ୍ୟରେ ୧୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଭଦ୍ରକ ଓ ବାଲେଶ୍ୱର। ତେବେ ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ଜାରି କରାଯାଇଥିବା ବେଳେ ଅନ୍ୟ ଜିଲ୍ଲା ଗୁଡ଼ିକରେ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ମଧ୍ୟାହ୍ନ ବୁଲେଟିନ ଅନୁସାରେ ଆହୁରି ୫ ଦିନ ଅର୍ଥାତ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ । କିନ୍ତୁ, ଏହା ନୁହେଁ ଯେ ୫ ଦିନ ପରେ ବର୍ଷା ଛାଡ଼ିଯିବ, ୫ ଦିନ ପରେ ବି ସ୍ଥିତିରେ କୌଣସି ପରିବର୍ତ୍ତନ ଆସିବ ନାହିଁ ବୋଲି ପାଣିପାଗ ବିଭାଗ କହିଛି । ଏବେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ୧୦ ତାରିଖରେ ତାମିଲନାଡ଼ୁର ସ୍ଥଳଭାଗରେ ରହିବ। ଏହାର ଗୋଟିଏ ଅଂଶ ୧୨ ତାରିଖରେ ଆରବ ସାଗରରେ ପହଞ୍ଚିବ। ୧୪ ତାରିଖରେ ଦକ୍ଷିଣ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ନୂଆ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଅଥବା ଦ୍ବିତୀୟ ଘୂର୍ଣ୍ଣିବଳୟର ଅଂଶବିଶେଷ ଭାବେ ତାମିଲନାଡ଼ୁ ଉପକୂଳରେ ଦକ୍ଷିଣ ବଙ୍ଗୋପସାଗରରେ ଏହି ତୃତୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବ‌ରେ ସାରା ରାଜ୍ୟରେ ୧୭ ତାରିଖ ପର୍ଯ୍ୟନ୍ତ ସ୍ବଳ୍ପ ବର୍ଷା ହେବ।

ସାମ୍ଭାବ୍ୟ ଚତୁର୍ଥ ଘୂର୍ଣ୍ଣିବଳୟଟି ୧୭ ତାରିଖରେ ଦକ୍ଷିଣ ଥାଇଲାଣ୍ଡ ଉପକୂଳ ଓ ସଂଲଗ୍ନ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇପାରେ। ଏହା ଦ୍ବିତୀୟ ଓ ତୃତୀୟ ଅପେକ୍ଷା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ମଡେଲ କହୁଛି, ଏହାଦ୍ବାରା ଭଲ ବର୍ଷା ହେବ। ତେବେ ଏହା କେତେ ଘନୀଭୂତ ହେବ ଓ ଗତିପଥ କ’ଣ ରହିବ ତାହା ବର୍ତ୍ତମାନ ସ୍ପଷ୍ଟ କହି ହେବ ନାହିଁ।