Laxmi Puja - The Sakala
ଭୁବନେଶ୍ବର: ରାଜ୍ୟର ବିକାଶରେ ସହଯୋଗ କରିବ ‘ଲକ୍ଷ୍ମୀ’ । ଆଜି ଗଜପତି ଜିଲ୍ଲାର ୭ ବ୍ଲକରେ ଆରମ୍ଭ ହେଲା ‘ଲକ୍ଷ୍ମୀ’ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୭ଟି ବ୍ଲକରେ ସେବା ଯୋଗାଇବ ବସ୍ । ପ୍ରଥମ ପର୍ଯ୍ୟାୟରେ ମୋଟ ୩୬ଟି ବସ ଯୋଗାଇଛନ୍ତି ରାଜ୍ୟ ସରକାର। ରାଜ୍ୟରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ଅଧିକ ସୁଗମ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ଐତିହାସିକ ପଦକ୍ଷେପ ‘ଲକ୍ଷ୍ମୀ ଯୋଜନା’‌ରେ ବସ୍‌ ସେବା ମାଲକାନଗିରିରୁ ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହୋଇ ସାରିଛି।
ଏହି ଯୋଜନାରେ ଅନେକ ଗାଁ ଓ ପଞ୍ଚାୟତକୁ ଜିଲ୍ଲା ସଦର ମହକୁମାରୁ ସିଧାସଳଖ ଉନ୍ନତମାନର ବସ୍‌ ସେବା ମିଳି ପାରିବ। ଯେଉଁ ଗ୍ରାମଗୁଡ଼ିକୁ ବ୍ଲକ୍‌ ସଦରରୁ ବସ୍‌ ସେବା ନଥିଲା, ସେହି ଗ୍ରାମଗୁଡ଼ିକୁ ଲୋକେ ଅତି ଆରାମରେ ଯାତାୟତ କରି ପାରିବେ। ଅନେକ ଗ୍ରାମରେ ବସ ସେବା ନଥିବା ବେଳେ ଲୋକେ ଅନେକ ଦୂର ଚାଲି ଚାଲି କିମ୍ବା ଅନ୍ୟ ଗାଡିରେ ଅଧିକ ଭଡ଼ା ଦେଇ ଆସିବାକୁ ପଡ଼ୁଥିଲା। ସେହି ଗ୍ରାମବାସୀଙ୍କ ପାଇଁ ବର୍ତ୍ତମାନ ବ୍ଲକ ସଦରର ଦୂରତା କମିବା ସହ ସ୍ୱଳ୍ପ ଭଡ଼ାରେ ଉତ୍ତମ ସରକାରୀ ବସ୍‌ ସେବାର ସୁଯୋଗ ମିଳିବ। ଏଥିପାଇଁ ଜିଲ୍ଲାବାସୀ ଖୁସିବ୍ୟକ୍ତ କରିଛନ୍ତି।
ଆଜି ଧରାପୃଷ୍ଠକୁ ବିରାଜିବେ ଧନଦାତ୍ରୀ ଦେବୀ ମା’ ଗଜଲକ୍ଷ୍ମୀ, ଆଲୋକମାଳାରେ ଝଲସି ଉଠୁଛି ରାଜଧାନୀ
ଭୁବନେଶ୍ୱର: ପାର୍ବଣ ସରିଛି। ମା’ ଦୁର୍ଗତିନାଶିନୀଙ୍କ ମେଲାଣି ପରେ ଏବେ ମା’ ଧନଦାତ୍ରୀ ଗଜଲକ୍ଷ୍ମୀ ଧରାବତରଣ କରିବେ ।ଆଜି କୁମାରୋତ୍ସବ ଓ ଗଜଲକ୍ଷ୍ମୀ ପୂଜା। ସୁଖ, ସମୃଦ୍ଧି, ଐଶ୍ୱର୍ଯ୍ୟର ଭଣ୍ଡାର ନେଇ ଆଜି ବିରାଜିବେ ମା’ ଗଜଲକ୍ଷ୍ମୀ । ଘଣ୍ଟ ଘଣ୍ଟା, ଶଙ୍ଖନାଦ ଓ ହୁଳହୁଳିରେ ପୁଣି କମ୍ପିବ ରାଜଧାନୀ । ଏଥିପାଇଁ ବିଭିନ୍ନ ସ୍ଥାନରେ ପାରମ୍ପରିକ ରୀତିରେ ଆୟୋଜିତ ହେଉଛି କୁମାରୋତ୍ସବ ଓ ଗଜଲକ୍ଷ୍ମୀ ପୂଜା। ଏଥିପାଇଁ ଆଲୋକମାଳାରେ ଝଲସି ଉଠୁଛି ରାଜଧାନୀ। ଚଳିତବର୍ଷ ସହରର ବିଭିନ୍ନ ସ୍ଥାନରେ ଆଡ଼ମ୍ବରରେ ଅନୁଷ୍ଠିତ ହେଉଛି ଗଜଲକ୍ଷ୍ମୀ ପୂଜା। ୟୁନିଟ୍‍-୯, ୟୁନିଟ୍‍-୮, ବାପୁଜୀ ନଗର, ବାୟାବାବା ମଠ ଲେନ୍‍, ସହିଦ୍‍ ନଗର, ନୂଆପଲ୍ଲୀ, ଲକ୍ଷ୍ମୀସାଗର ଓ ଚନ୍ଦ୍ରଶେଖରପୁର ଆଦି ଅଞ୍ଚଳରେ ମା’ ଗଜଲକ୍ଷ୍ମୀଙ୍କ ମୃଣ୍ମୟ ପ୍ରତିମା ପୂଜା ପାଇଁ ଆୟୋଜନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି।
ଆଜି ସନ୍ଧ୍ୟାରେ କଳସ ଯାତ୍ରା ଆରମ୍ଭ ହେବାପରେ ମା’ଙ୍କ ପୂଜା ଆରମ୍ଭ ହେବ। ରାଜଧାନୀରେ ପ୍ରାୟ ୨୫ରୁ ଅଧିକ ସ୍ଥାନରେ ମା’ ଲକ୍ଷ୍ମୀଙ୍କ ପୂଜା ପାଇଁ ଆୟୋଜନ ଶେଷ ହୋଇଛି। ଆସନ୍ତା ୭ଦିନ ଧରି ଏଠାରେ ପୂଜା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀ ବ୍ୟବସାୟୀ ସଂଘ ପକ୍ଷରୁ ଏଥର ଗଜଲକ୍ଷ୍ମୀ ପୂଜା ୩୨ବର୍ଷରେ ପହଞ୍ଚିଛି। କିଛି ସ୍ଥାନରେ ୧୦ଦିନ ପୂଜା ମଧ୍ୟରୁ ୫ଦିନ ମେଲୋଡି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବାପୁଜୀ ନଗରରେ ପ୍ରତିବର୍ଷ ବହୁ ଆଡ଼ମ୍ବରରେ ଗଜଲକ୍ଷ୍ମୀ ପୂଜା ପାଳନ ହୋଇଥାଏ। ଚଳିତବର୍ଷ କମିଟି ପକ୍ଷରୁ ପଶ୍ଚିମବଙ୍ଗର ମାୟାପୁରୀ ମନ୍ଦିର ସଦୃଶ ହେବ ତୋରଣ ପ୍ରସ୍ତୁତ କରାଯାଇଛି। ଝୋଟି ଓ ଚିତାରେ ସଜ୍ଜା ହୋଇଛି ପୂଜା ମଣ୍ଡପ। ୟୁନିଟ୍‍-୯ ଫ୍ରେଣ୍ଡସ୍‍ କ୍ଲବ୍‍ ପକ୍ଷରୁ ହୋଇଥିବା ପୂଜାମଣ୍ଡପରେ ମା’ ଗହଣାରେ ଛାଇ ହେବେ। ପ୍ରତିବର୍ଷ କ୍ଲବ୍‍ ପକ୍ଷରୁ ମା’ଙ୍କୁ ଗହଣାରେ ସଜ୍ଜାଇବାକୁ ଗୁରୁତ୍ୱ ଦେଉଥିବାବେଳେ ଚଳିତବର୍ଷ ମଧ୍ୟ ଗହଣାରେ ଛାଇ ହେବେ ମା’ ଗଜଲକ୍ଷ୍ମୀ। ସେହିପରି ବିଭିନ୍ନ ପୂଜା କମିଟି ପକ୍ଷରୁ ମା’ଙ୍କ ନିକଟରେ ଖେଟୁଡି, ପଣା, ଖିରୀ, ପୁରି ଆଦି ଭୋଗ ଲାଗି ହେବ। ଏଥିପାଇଁ ବଜାରରେ ଭିଡ଼ ହୋଇଥିଲା। ମା’ଙ୍କ ମୂର୍ତ୍ତି କିଣିବା ପାଇଁ ଗହଳି ହୋଇଥିଲା।