Cyclone in October - The Sakala

ଓଡିଶା ଉପକୂଳ ଛୁଇଁବନି ବାତ୍ୟା: ଧାମରା ଠାରୁ ୨୦୦ କିମି ଦୂରରେ ଅତିକ୍ରମ କରି ପଶ୍ଚିମବଙ୍ଗ-ବାଂଲାଦେଶ ମଧ୍ୟରେ କରିପାରେ ଲ୍ୟାଣ୍ଡଫଲ
ଭୁବନେଶ୍ବର : ଓଡ଼ିଶା ଉପକୂଳ ଛୁଇଁବ ନାହିଁ ବାତ୍ୟା ‘ସିତ୍ରାଙ୍ଗ’। ଧାମରା ଠାରୁ ୨୦୦ କିମି ଦୂରରେ ଅତିକ୍ରମ କରି ପଶ୍ଚିମବଙ୍ଗ-ବାଂଲାଦେଶ ମଧ୍ୟରେ  ଲ୍ୟାଣ୍ଡଫଲ କରିପାରେ ବାତ୍ୟା । ଲଘୁଚାପଟି ଆସନ୍ତା କାଲି ଅବପାତର ରୂପ ନେବ । ୨୩ ଅକ୍ଟୋବରର ସୁଦ୍ଧା ତୀବ୍ର ଅବପାତ ରୂପ ନେବ ବୋଲି ଆକଳନ କରାଯାଇଛି। ୨୪ ତାରିଖରେ ଏହା ସାମୁଦ୍ରିକ ଝଡ ରୂପ ନେବା ପରେ ବାତ୍ୟା ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବ । ୨୫ ସନ୍ଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟବର୍ତ୍ତୀ ଅଞ୍ଚଳରେ ସ୍ଥଳ ଭାଗ ଛୁଇଁପାରେ ବାତ୍ୟା। ଏହି ବାତ୍ୟା ଓଡିଶା ସ୍ଥଳଭାଗ ନାହିଁ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି।

ସାମ୍ଭବ୍ୟ ବାତ୍ୟାକୁ ନେଇ ବିସ୍ତୃତ ସୂଚନା ଦେଇ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ, ବାତ୍ୟା ପ୍ରଭାବରେ ଉପକୂଳର କିଛି ଜିଲ୍ଲାରେ ବର୍ଷା ସହ ପବନ ହେବ । ବାତ୍ୟା ‘ସିତ୍ରାଙ୍ଗ’ ଓଡ଼ିଶା ଉପକୂଳ ଛୁଇଁବାର ଆଶଙ୍କା ନଥିଲେ ମଧ୍ୟ ପ୍ରଶାସନ ସଜାଗ ରହିଛି । ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ୮ ଜିଲ୍ଲାକୁ ସଜାଗ କରାଯାଇଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ବାତ୍ୟା ‘ସିତ୍ରଙ୍ଗ’ ଧାମରାରୁ ଦକ୍ଷିଣପୂର୍ବ ଦିଗରେ ୨୦୦ କିଲୋମିଟର ଦୂରରେ ଅତିକ୍ରମ କରିବ । ପ୍ରଭାବରେ ଜଗତସିଂହପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଅନ୍ୟ ସ୍ଥାନରେ ଘଣ୍ଟାପ୍ରତି ୩୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ସେ କହିଛନ୍ତି। ୨୪ ତାରିଖରେ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବ । ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଓଡ଼ିଶା ଉପକୂଳରୁ ଦୂରରେ ଯିବ ବାତ୍ୟା ‘ସିତ୍ରଙ୍ଗ’ । ଏଥିପ୍ରତି ସରକାର ଓ ଜିଲ୍ଲା ପ୍ରଶାସନ ସଜାଗ ଅଛନ୍ତି । ୮ଟି ଜିଲ୍ଲାକୁ ସତର୍କ କରାଯାଇଛି । ସତର୍କତାମୂଳକ ପଦକ୍ଷେପ ଅନୁସାରେ, ଓଡ୍ରାଫ୍ ସହ ଏନଡିଆରଏଫ୍ ଓ ଅଗ୍ନିଶମ ବାହିନୀ ଆବଶ୍ୟକ ସ୍ଥାନରେ ମୁତୟନ କରାଯିବ ।

୮ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ କୁହାଯାଇଛି । ବାତ୍ୟା ‘ସିତ୍ରଙ୍ଗ’ ଦ୍ୱାରା ବିଶେଷ ଅସୁବିଧା ହେବାର ଆଶଙ୍କା ନାହିଁ । ତେବେ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ୨୨ ତାରିଖ ସକାଳ ସୁଦ୍ଧା ମତ୍ସ୍ୟଜୀବୀଙ୍କୁ ଫେରି ଆସିବା ସହ ୨୬ ତାରିଖ ଯାଏ ସମୁଦ୍ର ମନା କରାଯାଇଛି । ବାତ୍ୟାକୁ ନେଇ ଲୋକ ଆତଙ୍କିତ ନହେବାକୁ ଏସ୍ଆରସି କହିଛନ୍ତି । ଏବେ ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ ରହିଛି । ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଦକ୍ଷିଣପୂର୍ବ ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ୨୨ ତାରିଖରେ ଅବପାତର ରୂପ ନେବ । ଏହାପରେ ଅବପାତ ଉତ୍ତରପଶ୍ଚିମ ଦିଗରେ ଗତି କରି ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ୨୩ ତାରିଖରେ ଗଭୀର ଅବପାତରେ ପରିଣତ ହେବ । ଏହାପରେ ରିକର୍ଭ ହୋଇ ଉତ୍ତର ଆଡ଼କୁ ଗତି କରି ୨୪ ତାରିଖରେ ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ‘ସିତ୍ରାଙ୍ଗ’ରେ ପରିଣତ ହେବ । ଏହା ପରେ ବାତ୍ୟା ସିତ୍ରଙ୍ଗ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ୨୫ ତାରିଖ ସନ୍ଧ୍ୟାରେ ଛୁଇଁବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।

ବାତ୍ୟା ନେଇ ସ୍ପଷ୍ଟ କଲା ପାଣିପାଗ ବିଭାଗ, ଜରୁରୀ ବୈଠକ ଡାକିଲେ ସରକାର
ଭୁବନେଶ୍ବର : ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ଗତକାଲିର ଘୁର୍ଣ୍ଣିବଳୟ ଆଜି ସକାଳ ୮.୩୦ ପାଖାପାଖି ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବ ସହ ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି । ଏହି ଘୁର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୁର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟିହେବାର ସମ୍ଭାବନା ରହିଛି ।

ଏହା ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତ ରେ ପରିଣତ ହେବାର ସମ୍ଭାବନା ରହିଛି । ଏଥି ସହ ପରବର୍ତ୍ତୀ ସମୟରେ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗୋଟିଏ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ।ତେବେ ବାତ୍ୟା ହେଲେ ତାହା କେଉଁଠି ଲ୍ୟାଣ୍ଡଫଲ୍‌ କରିବ, ସେ ସମୟରେ ପବନର ବେଗ କେତେ ରହିବ ଏନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି।

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ରେ #ବାତ୍ୟା ସମ୍ଭାବନା !!!

ଗତକାଲିର ଘୁର୍ଣ୍ଣିବଳୟ ଆଜି ସକାଳ ୮.୩୦ ପାଖାପାଖି ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବ ସହ ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି | ଏହି ଘୁର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ pic.twitter.com/yVUqSfcwbx

— Meteorological Centre, Bhubaneswar (@mcbbsr) October 18, 2022

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଗତକାଲିର ଘୂର୍ଣ୍ଣିବଳୟ ଆଜି ସକାଳ ସାଢ଼େ ୮ଟାରେ ପାଖାପାଖି ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୁର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟିହେବାର ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତ ରେ ପରିଣତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟାର ରୂପ ନେବ ବୋଲି ଜଣାଯାଇଛି।

ସହ ପରବର୍ତ୍ତୀ ସମୟରେ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗୋଟିଏ #ବାତ୍ୟା ର ରୂପ ନେବାର ସମ୍ଭାବନା ରହିଛି

— Meteorological Centre, Bhubaneswar (@mcbbsr) October 18, 2022

ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟଗତକାଲି ତୁଳନାରେ ଅଧିକ ଘନୀଭୂତ ହେବାରେ ଲାଗିଛି। ଏହାର ପ୍ରଭାବରେ ୨୦ ତାରିଖ ମଧ୍ୟରେ ପୂର୍ବ-କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

ପାଣିପାଗ ବିଜ୍ଞାନୀଙ୍କ ମତରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଧୀରେ ଧୀରେ ଅଧିକ ଘନୀଭୂତ ହେବ ଓ ୨୦ ତାରିଖ ଆଡ଼କୁ ଏକ ଲଘୁଚାପର ରୂପ ନେବ। ପରବର୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ବାତ୍ୟାର ପ୍ରଭାବ କେତେ ରହିବ ଓ ଏହା କେତେ ଶକ୍ତିଶାଳୀ ହେବ ସେ ନେଇ ସଠିକ୍‌ ଆକଳନ ହୋଇନଥିଲେ ମଧ୍ୟ ଚଳିତ ବର୍ଷ ଦୀପାବଳି ବର୍ଷାରେ ଭିଜିବ ବୋଲି ଏକ ପ୍ରକ‌ା‌ର ସ୍ପଷ୍ଟ ହୋଇଯାଇଛି। ଆସନ୍ତା ୨୪ରୁ ୨୬ ତାରିଖ ଯାଏ ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବ।

ସମ୍ଭାବ୍ୟ ବାତ୍ୟାକୁ ନେଇ ଆଜି ଅପରାହ୍ନ ୪ଟାରେ ଜରୁରୀ ବୈଠକ

ସମ୍ଭାବ୍ୟ ବାତ୍ୟାକୁ ନେଇ ଅପରାହ୍ଣରେ ବୈଠକ ବସିବ । ଅପରାହ୍ଣ ୪ଟାରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଦାୟିତ୍ୱରେ ଥିବା ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ପୂର୍ବ ପ୍ରସ୍ତୁତି ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ।ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହେବ।

ପୁଣି ଅଶୁଭ ସାଜିପାରେ ଅକ୍ଟୋବର : ଶକ୍ତିଶାଳୀ ସିଷ୍ଟମ ଆଶଙ୍କା କଲେ ବିଦେଶୀ ମଡେଲ୍‍
ଭୁବନେଶ୍ୱର : ଦୀର୍ଘ ୩ ବର୍ଷ ପରେ ପୁଣି ଅଶୁଭ ସାଜିପାରେ ଅକ୍ଟୋବର ମାସ। ଗତ ୩ ବର୍ଷ ହେବ ଅକ୍ଟୋବର ମାସରେ କୌଣସି ବଡ଼ ପାଣିପାଗ ଜନିତ ସ୍ଥିତି (ସିଷ୍ଟମ) ସୃଷ୍ଟି ହୋଇ ନାହିଁ। ହେଲେ ଚଳିତ ବର୍ଷ ଏହି ଧାରା ଭାଙ୍ଗିବା ସହ ଏକ ବଡ଼ ପାଣିପାଗ ଜନିତ ସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ଦେଖାଦେଇଛି। କାରଣ ଆଣ୍ଡାମାନ ସାଗର ଅଶାନ୍ତ ହେବା ପାଇଁ ଏବେଠାରୁ ପରିବେଶ ଅନୁକୂଳ ଆଡ଼କୁ ଗତି କରୁଛି। ସାମୁଦ୍ରିକ ସ୍ଥିତି ଓ ପାଣିପାଗ ଜନିତ କାରକଗୁଡ଼ିକ ସମୁଦ୍ରକୁ ଅଶାନ୍ତ କରିବାରେ ଲାଗିଛି। ଯାହାଦ୍ୱାରା ସମ୍ଭବତଃ ଅକ୍ଟୋବର ତୃତୀୟ ସପ୍ତାହ ଶେଷ ଆଡ଼କୁ ଏକ ସିଷ୍ଟମ୍‍ ସୃଷ୍ଟି ହେବାର ଆଶଙ୍କା ଦେଖା ଦେଇଛି। ସାଧାରଣତଃ ଅକ୍ଟୋବର ପହିଲାରୁ ଡିସେମ୍ବର ଶେଷ ପର୍ଯ୍ୟନ୍ତ ମୌସୁମୀ ପରବର୍ତ୍ତିକାଳୀନ ବାତ୍ୟା ଋତୁ ଭାବେ ଗଣନା କରାଯାଏ। ଅତିତରେ ଏହି ସମୟ ଏକାଧିକ ବାତ୍ୟା ଆସିଥିବା ବେଳେ ଅକ୍ଟୋବର ମାସରେ ଆସୁଥିବା ବାତ୍ୟାଗୁଡ଼ିକ ଅଧିକ ଓ ଶକ୍ତିଶାଳୀ ହୋଇଥାଏ।

ଉତ୍ତର ଆଣ୍ଡାମାନ ସାଗରରେ ବର୍ତ୍ତମାନ ତାପମାତ୍ରା ୩୦-୩୧ ଡିଗ୍ରୀ ସେଲ୍‌ଫସିୟସ ରହିଛି। ଯାହାକି ବଡ଼ ସିଷ୍ଟମ ଘନୀଭୂତ କରିବାରେ ଏକ ବଳିଷ୍ଠ ବାତାବରଣ ସୃଷ୍ଟି କରୁଛି। ସେହିପରି ବଙ୍ଗୋପସାଗରରେ ଶକ୍ତିଶାଳୀ ସିଷ୍ଟମ ସୃଷ୍ଟି ହେବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ମାଡାନ୍‍ ଜୁଲିୟନ ଓସିଲେନସନ ୧୪ ତାରିଖ ପର୍ଯ୍ୟନ୍ତ ପଞ୍ଚମ ସ୍ତର ଦେଇ ଗତି କରିବ। ତୃତୀୟ ସପ୍ତାହ ଶେଷ ବେଳକୁ ଏହା ଷଷ୍ଠ ସ୍ତରକୁ ଗତି କରିବା ସହ ପଶ୍ଚିମ ପ୍ରଶାନ୍ତ ମହାସାଗର ଉପରେ ପ୍ରଭାବ ପକାଇବ। ଏହା ପ୍ରଭାବରେ ବଙ୍ଗୋପସାଗରରେ ଦ୍ୱିତୀୟ ସପ୍ତାହର ପ୍ରଥମ ଭାଗରେ ମେଘ ସୃଷ୍ଟିକାରୀ ଉପାଦାନଗୁଡ଼ିକୁ ଅଧିକ ସକ୍ରିୟ କରିବା ସହିତ ଏକତ୍ରୀକରଣ ପ୍ରକ୍ରିୟାରେ ସହାୟକ ହେବ ବୋଲି ଜଣାପଡ଼ିଛି।

ଏହି ସମସ୍ତ ଦିଗକୁ ଦୃଷ୍ଟିରେ ରଖି ବିଭିନ୍ନ ବିଦେଶୀ ପାଣିପାଗ ମଡେଲ୍‍ଗୁଡ଼ିକ ବଡ଼ ସିଷ୍ଟମ ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ୟୁରୋପିଆନ୍‍ ମଡେଲ୍‍ର ଆକଳନ ଅନୁଯାୟୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତି ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ତୃତୀୟ ସପ୍ତାହ ଶେଷ ଆଡ଼କୁ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି। ଆଇଏମଡି ମଡେଲ୍‍ ମଧ୍ୟ ସମାନ ଆଶଙ୍କା କରିଛି। ସେହିପରି ଆଇଏମଡି ପକ୍ଷରୁ ଗୁରୁବାର ପ୍ରକାଶ ପାଇଥିବା ବିସ୍ତାରିତ ପରିସର ଆକଳନରେ ତୃତୀୟ ସପ୍ତାହ ଶେଷକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଆଶଙ୍କା କରାଯାଇଛି। ଏହା ବ୍ୟତୀତ ଆମେରିକାର ଜାତୀୟ ପରିବେଶ ଆକଳନ କେନ୍ଦ୍ର ଦ୍ୱାରା ପରିଚାଳିତ ଗ୍ଲୋବାଲ ଫୋର୍କାଷ୍ଟ ମଡେଲ୍‍ ମଧ୍ୟ ଏହି ଘୂର୍ଣ୍ଣିବଳୟ ଏକ ଶକ୍ତାଶାଳୀ ସିଷ୍ଟମରେ ପରିଣତ ହେବା ନେଇ ଆକଳନ କରିଛି।

ପୂର୍ବରୁ ୧୧ ଅକ୍ଟୋବର ୨୦୧୮ରେ ‘ତିତଲୀ’ ୧୨ ଅକ୍ଟୋବର ୨୦୧୩ ‘ଫାଇଲିନ’, ୧୨ ଅକ୍ଟୋବର ୨୦୧୪ରେ ‘ହୁଡ୍‍ହୁଡ୍‍’ ଭଳି ବାତ୍ୟା ସୃଷ୍ଟି ହୋଇ ଓଡ଼ିଶା ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହା ବ୍ୟତୀତ ୧୯୯୯ ମସିହାରେ ସୃଷ୍ଟି ହୋଇଥିବା ମହାବାତ୍ୟା ସାରା ଓଡ଼ିଶାକୁ ଛାରଖାର କରିବାର ନଜର ରହିଛି। ଓଡ଼ିଶା ପାଇଁ ଅକ୍ଟୋବର ମାସ ବାରମ୍ବାର ଅଶିଭ ସାଜି ଆସିଥିବାରୁ ବିଭିନ୍ନ ସଂସ୍ଥାଙ୍କ ଏହି ଆକଳନ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।

ଅନ୍ୟପଟେ ଆଇଏମଡି ବିସ୍ତାରିତ ପରିସର ଆକଳନରେ ୧୪-୨୦ ତାରିଖ ମଧ୍ୟରେ ରାଜ୍ୟରେ ସ୍ୱାଭାବିକଠାରୁ ବହୁ ପରିମାଣରେ କମ୍‍ ବର୍ଷା ହେବ ବୋଲି କୁହାଯାଇଛି। ଏହାସହିତ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ମଧ୍ୟ ବଢ଼଼ିବ ବୋଲି ଦର୍ଶାଯାଇଛି। ଏହା ଦକ୍ଷିଣ ମୌସୁମୀ ବାୟୁ ଅପସାରଣକୁ ସୂଚାଇଛି। ଏମିତି ହେଲେ ବଡ଼ ସିଷ୍ଟମ ସୃଷ୍ଟିରେ ସହାୟକ ହେବା ସହ ଏହା ଶକ୍ତିଶାଳୀ ହେବା ନେଇ ମଧ୍ୟ ଆଶଙ୍କା ଦୃଢ଼ୀଭୂତ ହୋଇଛି। ସମାନ ଭାବେ ଆକ୍ୟୁୱେଦରର ଆନ୍ତର୍ଜାତୀୟ ଫୋର୍କାଷ୍ଟିଂ ମ୍ୟାନେଜର ମଧ୍ୟ ୧୫ ଅକ୍ଟୋବର ବେଳକୁ ମୌସୁମୀ ଅପସାରଣ ନେଇ ଆକଳନ କରିଛନ୍ତି। ବର୍ତ୍ତମାନ ବାତ୍ୟା ଋତୁ ଜାରି ରହିଥିବାରୁ ଗତ ୨୮ ତାରିଖରେ ଆଇଏମଡି ସମେତ ବାତ୍ୟା ମୁକାବିଲାକାରୀ ସଂସ୍ଥାଗୁଡ଼ିକୁ ବାତ୍ୟା ପରିଚାଳନାର ମକ୍‍ଡ୍ରିଲ୍‍ କରିଛନ୍ତି। ଏଥିରେ ଓଡ଼ିଶା ସରକାରଙ୍କ ଏସ୍‍ଆର୍‍ସି, ଓସଡମା ଓଏନନଡିଆରଏଫର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ବାତ୍ୟା ଋତୁରେ ବିଭିନ୍ନ ପରିସ୍ଥିତି ଓ ଏହାର ମୁକାବିଲା ପାଇଁ ରୋଡ୍‍ମ୍ୟାପ୍‍ ପ୍ରସ୍ତୁତ କରିଛନ୍ତି। ଏହାସହିତ ବିଦେଶୀ ସଂସ୍ଥା ସମେତ ସମସ୍ତ ବାତ୍ୟା ଆକଳନକାରୀ ସଂସ୍ଥା ବର୍ତ୍ତମାନର ସ୍ଥିତି ଉପରେ କଡ଼ା ନଜର ରଖିଥିବା ଜଣାପଡ଼ିଛି।