Archana Nag - The Sakala

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା: ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି
ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲାରେ ସହଯୋଗୀ ଥିବା ଶ୍ରଦ୍ଧାଞ୍ଜଳୀ ବେହେରାଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ବା ଏନବିଡବ୍ଲୁ ଜାରି ହୋଇଛି । ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ କୋର୍ଟରେ ହାଜର ହେଉ ନଥିଲେ ଶ୍ରଦ୍ଧାଞ୍ଜଳି ବେହେରା । ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରିଛି ସିବିଆଇ କୋର୍ଟ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲାରେ NBW ଜାରି ହୋଇଛି । ୧୨ ଥର ସମୟ ନେଇ ମଧ୍ୟ କୋର୍ଟରେ ହଜାର ହେଉ ନ ଥିଲେ ଶ୍ରଦ୍ଧାଞ୍ଜଳି । ଯେଉଁଥିପାଇଁ ଏପରି କାର୍ଯ୍ୟାନୁଷ୍ଠାନ କୋର୍ଟ ନେଇଥିବା ସୂଚନା ମିଳିଛି ।

କୋର୍ଟରେ ହାଜର ହେବା ପାଇଁ ଆଜି ଥିଲା ଶେଷ ତାରିଖ । କିନ୍ତୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଆଜି ମଧ୍ୟ ହାଜର ନ ହେବାରୁ ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଛି । ତାଙ୍କ ତରଫରୁ ଓକିଲ ଅଶୋକ ଦାସ ହାଜର ହୋଇଥିଲେ । ଆସନ୍ତା ୩ ତାରିଖରେ ପରବର୍ତ୍ତୀ ଶୁଣାଣି ରହିଛି ।

ଅର୍ଚ୍ଚନା ନାଗ ମାମଲାର ତଦନ୍ତ କରିବ ଇଡି; ୨ଟି ଏଫଆଇଆର କପି ହସ୍ତାନ୍ତର କଲା କମିଶନରେଟ୍ ପୁଲିସ୍
ଭୁବନେଶ୍ବର : ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ କରିବ। କମିସନରେଟ ପୁଲିସ ପକ୍ଷରୁ ତାଙ୍କ ନାମରେ ଥିବା ୨ଟି ଏଫଆଇଆରର କପି ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ହସ୍ତାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁସାରେ କମିସନରେଟ ପୁଲିସ ଖଣ୍ଡଗିରି ଓ ନୟାପଲ୍ଲୀ ଥାନାରେ ହୋଇଥିବା ଏତଲାର କପି ଇଡିକୁ ହସ୍ତାନ୍ତର କରିଛି।

ବେଆଇନ୍‌ ଆର୍ଥିକ କାରବାର ନେଇ ଇଡି ତଦନ୍ତ କରିପାରେ। ଏଥିପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କମିସନରେଟ ପୁଲିସକୁ ଅର୍ଚ୍ଚନାର ବିରୋଧରେ ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ହୋଇଥିବା ଏତଲାର କପି ମାଗିଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ଆର୍ଥିକ କାରବାର ନେଇ ଖୋଳତାଡ କରିବ ବୋଲି ଆଶା କରାଯାଉଛି। ଉଭୟ ସ୍ବାମୀ ଓ ସ୍ତ୍ରୀ ଏବେ ସେକ୍ସେଟୋର୍ସନ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲରେ ଅଛନ୍ତି। ଗତ ୭ ତାରିଖରେ ଅର୍ଚ୍ଚନା ଗିରଫ ହେବାର ୧୫ ଦିନ ପରେ ସ୍ୱାମୀ ଜଗବନ୍ଧୁଙ୍କୁ ପୁଲିସ ଗିରଫ କରିଥିଲା।

ପ୍ରବର୍ତନ ନିର୍ଦ୍ଦେଶାଳୟ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ଆର୍ଥିକ କାରବାର ଦେଇ ଖୋଳତାଡ଼ କରିବ ବୋଲି ଜଣାପଡିଛି। ଗତ ୨୧ ତାରିଖରେ ଅର୍ଚ୍ଚନାର ସ୍ବାମୀ ଜଗବନ୍ଧୁ ଚାନ୍ଦ ଗିରଫ ହୋଇ ଝାରପଡ଼ା ଜେଲ୍‌ ଯିବା ପରେ ଡିସିପି ପ୍ରତୀକ ସିଂ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ଯେ, ଅର୍ଚ୍ଚନାର ଅପରାଧିକ ଷଡଯନ୍ତ୍ରରେ ଜଗବନ୍ଧୁ ସାମିଲ ଥିଲେ। ଫଟୋ, ଭଡ଼ିଓ ଭାଇରଲ ସହ ବ୍ଲାକମେଲର ଜଗବନ୍ଧୁ ସମ୍ପର୍କ ରହିଛି। ୪ଟି ମୋବାଇଲ ଫୋନ୍‌, ଲାପଟପ ଓ ଡାଏରି ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ସେହିପରି ପୀଡ଼ିତାଙ୍କର ୧୬୪ ଧାରରେ ବୟାନ ରେକର୍ଡ ହୋଇଛି। ଏ ଘଟଣାକୁ ଖଣ୍ଡଗିରି ଥାନା ଅଧିକାରୀ ତଦନ୍ତ କରୁଛନ୍ତି। ଅର୍ଚ୍ଚନାଙ୍କ ବିରୋଧରେ ନୟାପଲ୍ଲୀ ଥାନାରେ ଥିବା ପ୍ରଯୋଜକଙ୍କ ଅଭିଯୋଗର ରିମାଣ୍ଡ ଟ୍ୟାଗ ପାଇଁ କୋର୍ଟରେ ପ୍ରୋସେସ କରାଯାଉଛି। ଏଦିଗରେ ଅଧିକ ତଦନ୍ତ କରାଯାଉଛି।

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ସ୍ୱାମୀ ଜଗବନ୍ଧୁ ଚାନ୍ଦକୁ ଗିରଫ କଲା ପୁଲିସ
ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍‌ର ସ୍ୱାମୀ ଜଗବନ୍ଧୁ ଚାନ୍ଦ୍ ଗିରଫ । ଜଗବନ୍ଧୁ ଗିରଫ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି । ଜେରା ପରେ ଗିରଫ କରିଛି ପୋଲିସ । ଜଗବନ୍ଧୁଙ୍କ ନାଁରେ ମାନବ ଚାଲାଣ ଦଫା ୩୭୦ ଲାଗିଛି । ସ୍ତ୍ରୀଙ୍କ ସହ ମିଶି ଅପରାଧିକ ଷଡଯନ୍ତ୍ର କରିଥିବା ଅଭିଯୋଗ ପୋଲିସ ତାଙ୍କୁ ଗିରଫ କରିଛି ।

ବ୍ଲାକମେଲିଂ ଓ ହନିଟ୍ରାପ୍ ଅଭିଯୋଗରେ ଏବେ ଅର୍ଚ୍ଚନା ଜେଲରେ ଅଛନ୍ତି । ଆଇପିସିର ଦଫା ୩୭୦ ଅର୍ଥାତ୍ ବେଆଇନ ମାନବ ଚାଲାଣ ଭଳି ୧୬ଟି ସଙ୍ଗୀନ୍ ଦଫାରେ ଝାରପଡା ଜେଲରେ ଅର୍ଚ୍ଚନା ନାଗ ଅଛନ୍ତି । ଅର୍ଚ୍ଚନାଙ୍କ ନାରେ ଯେଉଁ ଦଫା ଲାଗିଛି ସମାନ ସଙ୍ଗୀନ ଦଫା ମଧ୍ୟ ଜଗବନ୍ଧୁଙ୍କ ନାରେ ରହିଛି । ଆଜି ସେଇ ଆଧାରରେ ଜଗବନ୍ଧୁଙ୍କୁ ଗିରଫ କରିଛି ପୋଲିସ ।

ସୂଚନାଯୋଗ୍ୟ, ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଗିରଫଦାରୀ ପାଇଁ ଚାରିଆଡ଼ୁ ଚାପ ପଡ଼ୁଥିବା ବେଳେ ଆଜି ସକାଳେ ତାକୁ ସତ୍ୟବିହାର ଘରୁ ଉଠାଇ ନେଇଥିଲା କମିଶନରେଟ ପୁଲିସ୍‌। ଏହାପରେ ତାଙ୍କୁ ଏକ ଗୁପ୍ତ ସ୍ଥାନରେ ରଖି ପଚରାଉଚରା କରିବା ପରେ ମଧ୍ୟାହ୍ନ ସମୟରେ ତାଙ୍କୁ ଗିରଫ କରାଯାଇଥିବା ଦର୍ଶାଯାଇଛି।

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନ ଖାରଜ
ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍‌ଙ୍କୁ ମିଳିଲାନି ଜାମିନ । ଖାରଜ ହେଲା ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ୍‌ଙ୍କ ଜାମିନ ଆବେଦନ । ଜାମିନ୍‌ ଆବେଦନ ଖାରଜ କଲେ ଭୁବନେଶ୍ୱର SDJM କୋର୍ଟ । ଗତ ଶୁକ୍ରବାର ଜାମିନ୍‌ ଆବେଦନ କରିଥିଲେ ଅର୍ଚ୍ଚନା ନାଗ୍‌। ଏବେ ପୁଣି ଜେଲ୍‌ରେ ରହିବେ ଅର୍ଚ୍ଚନା ।

ଅନ୍ୟପଟେ ଅର୍ଚ୍ଚନା ନାଗଙ୍କ ବ୍ଲାକମେଲିଂ ଓ ହନିଟ୍ରାପ୍ ମାମଲାର କଳା ସାମ୍ରାଜ୍ୟ ଉପରୁ ପରଦା ହଟାଇବାକୁ ୫ ଦିନିଆ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରିବ ଖଣ୍ଡଗିରି ଥାନା ପୋଲିସ । ରିମାଣ୍ଡରେ ନେଇ ସମସ୍ତ ରହସ୍ୟ ଉପରୁ ପରଦା ହଟାଇବାକୁ ପୋଲିସ ତନାଘନା ଚଳାଇଛି । ତେବେ ରିମାଣ୍ଡ ମିଳିବା ପରେ ଅର୍ଚ୍ଚନାକୁ ପୋଲିସ ଥାନାରେ ଆଣି ପଚରାଉଚୁରା କରିବ ନା ଝାରପଡା ଜେଲରେ ହିଁ ଜେରା କରିବ ତାକୁ ନେଇ ପ୍ରଶ୍ନ ଉଠିଛି ।

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଁରେ ଆଉ ଏକ ଅଭିଯୋଗ: ଫେରାଦ ହେଲେ ଯୁବ ବ୍ୟବସାୟୀ
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ବ୍ଲାକମେଲିଂ ଓ ହନିଟ୍ରାପ୍ ମାମଲା । ବ୍ଲାକମେଲିଂ ଘଟଣାରେ ଗିରଫ ଅର୍ଚ୍ଚନା ନାଗ ବିରୋଧରେ ଆସିଛି ଆଉ ଏକ ଅଭିଯୋଗ। ବରମୁଣ୍ଡାର ଜଣେ ବ୍ୟବସାୟୀ ଶଶାଙ୍କ ଶେଖର ସାହୁ ଅର୍ଚ୍ଚନା ବିରୋଧରେ ଫେରାଦ ହୋଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନିକଟରେ ଅର୍ଚ୍ଚନା ନାଗକୁ ଦେଖିଥିଲେ। ସେତେବେଳେ ସେ ଅର୍ଚ୍ଚନାଙ୍କୁ ଚିହ୍ନି ନ ଥିଲେ। ଅର୍ଚ୍ଚନା ତାଙ୍କୁ ସେଠାରେ ତାଙ୍କର ନାମ ପଚାରିଥିଲେ। ଘରେ ପହଞ୍ଚିବା ପରେ ସେ ଅର୍ଚ୍ଚନାଙ୍କ ଏକ ଫ୍ରେଣ୍ଡ ରିକ୍ୟୁଏଷ୍ଟ ଫେସବୁକ୍‌‌ରେ ପାଇଥିଲେ। ସେ ଏହାକୁ ସ୍ୱୀକାର କରିଥିଲେ। ଏହା ପରେ ଅର୍ଚ୍ଚନା ତାଙ୍କ ସହ ଫେସବୁକ୍‌‌ ମେସେଞ୍ଜରରେ ଚାଟିଂ କରିଥିଲେ, ଫୋନ୍‌‌ ନମ୍ବର ମାଗିଥିଲେ। ଫୋନ୍‌‌ ନମ୍ବର ଦେବା ପରେ ଅର୍ଚ୍ଚନା ତାଙ୍କୁ ଫୋନ କରି ତାଙ୍କ ପୁଅ ଦେହ ଅସୁସ୍ଥ ଅଛି ବୋଲି କହି ୨୫ ହଜାର ଟଙ୍କା ମାଗିଥିଲେ। ଏହା ଫେବ୍ରୁଆରୀ ୯ ତାରିଖର ଘଟଣା ଥିଲା। ମାତ୍ର ଅର୍ଚ୍ଚନାଙ୍କ ବିଷୟରେ ଜାଣି ନ ଥିବାରୁ ଓ ତାଙ୍କ ସହ ବିଶେଷ ପରିଚୟ ନ ଥିବାରୁ ଟଙ୍କା ଦେଇ ନ ଥିଲେ ଓ ଫୋନ୍‌‌ ନମ୍ବରକୁ ବ୍ଲକ କରି ଦେଇଥିଲେ।

ମାତ୍ର କିଛିଦିନ ପରେ ଅର୍ଚ୍ଚନା ହ୍ୱାଟ୍ସଅପ୍‌‌ ମେସେଞ୍ଜରରେ ତାଙ୍କୁ କଲ କରି ଶଶାଙ୍କଙ୍କୁ ଜରୁରୀ ଆବଶ୍ୟକତା ପାଇଁ ୧୫ ହଜାର ଟଙ୍କା ମାଗିଥିଲେ। ଗାଡ଼ିର କିସ୍ତି ଦେଇ ପାରି ନ ଥିବାରୁ ଏହି ଟଙ୍କା ତାଙ୍କ ପାଇଁ ଜରୁରୀ ବୋଲି କହିଥିଲେ। ଶଶାଙ୍କ ସିଧାସଳଖ ତାଙ୍କୁ ଟଙ୍କା ଦେବାକୁ ମନା କରି ଦେଇଥିଲେ। ଏହାପରେ ତାଙ୍କୁ ଅର୍ଚ୍ଚନା ନିଜ ଘରକୁ ଡ଼ାକିଥିଲେ। ସ୍ୱାମୀ ଘରେ ଥିଲେ ବି କିଛି ଅସୁବିଧା ହେବ ନାହିଁ ବୋଲି କହିଥିଲେ। ତାଙ୍କ କଥାରେ ଶଶାଙ୍କଙ୍କର ସନ୍ଦେହ ହୋଇଥିଲା ଓ ସେ ଘରକୁ ଯାଇ ନ ଥିଲେ। ଅନ୍ୟପକ୍ଷରେ ପୁଲିସ ଜବତ କରିଥିବା ହାର୍ଡ଼ଡ଼ିସ୍କ, ଲାପଟପ୍‌‌ ଓ ମୋବାଇଲରୁ କିଛି ଭିଡ଼ିଓ ଉଦ୍ଧାର କରିବାକୁ ସକ୍ଷମ ହୋଇନାହିଁ। ଆଜି ଅର୍ଚ୍ଚନାଙ୍କୁ ଜେଲ୍‌‌ରେ ପଚରାଉଚରା କରାଯିବ ବୋଲି ସୂଚନା ମିଳିଛି। ତେବେ ଅନ୍ୟପଟେ ଆଜି ଅର୍ଚ୍ଚନା ନାଗ କରିଥିବା ଜାମିନ ଆବେଦନର ଶୁଣାଣି ହେବ ।

ପଶ୍ଚିମବଙ୍ଗରୁ ଯୁବତୀ ଆଣି ଓଡ଼ିଶାରେ ବେପାର କରୁଥିଲେ ଅର୍ଚ୍ଚନା : ଦିୱାଲି ଓ ବଡ଼ଦିନରେ ବଡ଼ବଡ଼ିଆଙ୍କୁ ଦିଆଯାଉଥିଲା ସୁନ୍ଦରୀ ଯୁବତୀ ଗିଫ୍ଟ
ଭୁବନେଶ୍ୱର : ଧୀରେଧୀରେ ଖୋଲୁଛି ବ୍ଲାକ୍‌‌ମେଲିଂ ରାଣୀ ଅର୍ଚ୍ଚନା ନାଗର କୁହୁକ ପେଡ଼ି। ଜାଲ ବିଛାଇ କେମିତି ପତି ଜଗବନ୍ଧୁ ଚାନ୍ଦ ଓ ପତ୍ନୀ ଅର୍ଚ୍ଚନା ନାଗ ଲୋକଙ୍କୁ ଲୁଟି କୋଟିପତି ପାଲଟିଥିଲେ ତାହାର ରହସ୍ୟ ଫିଟିବାରେ ଲାଗିଛି। ତେଜରାତି ବ୍ୟବସାୟରୁ ଦୁଇଟି କମ୍ପାନୀର ମାଲିକ ପାଲଟିଥିବା ଅର୍ଚ୍ଚନା ନାଗ କିପରି ଏତେ କମ୍‌‌ ସମୟ ମଧ୍ୟରେ ବହୁକୋଟି ଟଙ୍କାର ମାଲିକାଣୀ ହେଲେ ତାହାକୁ ନେଇ ପୁଲିସ ଆରମ୍ଭ କରିଛି ତଦନ୍ତ। ଅନ୍ୟପକ୍ଷରେ ଏହି ଘଟଣା ଲୋକଲୋଚନକୁ ଆସିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ଆୟକର ବିଭାଗ ମଧ୍ୟ ମାମଲାର ଅନୁଧ୍ୟାନ କରିବା ଆରମ୍ଭ କରିଛନ୍ତି। ଏନେଇ ଦୁଇ ବିଭାଗ କମିସନରେଟ ପୁଲିସ ସହ ଯୋଗାଯୋଗ କରୁଛି। କିନ୍ତୁ କମିସନରେଟ ପୁଲିସ ମୁହଁ ଖୋଲୁ ନ ଥିବାରୁ ଘଟଣା ଅଧିକ ରହସ୍ୟମୟ ହେଉଛି।

ଅନ୍ୟପଟେ ପୁଲିସ ଯେତେ ଖୋଳତାଡ କରୁଛି ସେତେ ବଡ଼ବଡ଼ିଆଙ୍କ ଲିଙ୍କ ସାମ୍ନାକୁ ଆସୁଛି । ତାଲିକାରେ ନେତା, ବିଲଡର, ନାମୀଦାମୀ ବ୍ୟକ୍ତି, ରେଲୱେ ଅଧିକାରୀ, ତହସିଲଦାରଙ୍କ ନାଁ ଥିବା କୁହାଯାଉଛି । ଅର୍ଚ୍ଚନା ନାଗଙ୍କ ଚେର କେବଳ ଓଡ଼ିଶାରେ ସମୀତି ନଥିଲା, ବାହାର ରାଜ୍ୟରୁ ଆସୁଥିବା ବଡ଼ ବଡ଼ ଅଭିନେତା ଓ ପ୍ରତିଷ୍ଠିତ ଲୋକ ମଧ୍ୟ ତାଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି । ଆଉ ଏହି ଦମ୍ପତିକୁ ଦାମୀ କାର ଗିଫ୍ଟରେ ମିଳୁଥିଲା ।କୁହାଯାଉଛି କାର କିଣିବା ବେଳେ ସବୁ ଟଙ୍କା ଅନ୍ କ୍ୟାସ ମୋଡରେ ଦିଆଯାଉଥିଲା। ଯାହା ପରବର୍ତ୍ତୀ ସମୟରେ ଇଡି ଓ ଆୟକର ବିଭାଗ ତଦନ୍ତ ପରିସରକୁ ଆସିପାରେ । ସେପଟେ କାହା ଚାପରେ ପୁଲିସ ତାକୁ ନେଇ ଉଠିଛି ପ୍ରଶ୍ନ । ଯୁବତୀଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରିବା ଓ ପୁଣି ତାଙ୍କୁ ମାଧ୍ୟମ କରି ବଡ଼ ବଡ଼ ଲୋକଙ୍କୁ ବ୍ଲାକମେଲ କରିବା ଭଳି ସଙ୍ଗୀନ ଅଭିଯୋଗରେ ଅର୍ଚ୍ଚନା ଗିରଫ ହୋଇଥିଲେ ମଧ୍ୟ ପୁଲିସ କିଛି ସୂଚନା ଦେଉନାହିଁ । ଗଣମାଧ୍ୟମକୁ ଏଡାଇ ଯାଇ ପୁଣି ସତର୍କତାର ସହ ରାତିଅଧିଆ ଅର୍ଚ୍ଚନାକୁ କୋର୍ଟ ଚାଲାଣ କରିଛି।

ଦେହ ଦଲାଲ ସୁନୀଲ ସହ ଥିଲା ଅର୍ଚ୍ଚନାର ସମ୍ପର୍କ

ଅର୍ଚ୍ଚନାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗିରହିଥିବା ବେଳେ ଆଉ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ତାହା ହେଲା ଦେହ ଦଲାଲ ସୁନୀଲ ସହ ଥିଲା ଅର୍ଚ୍ଚନାର ସମ୍ପର୍କ । ଅର୍ଚ୍ଚନାଙ୍କ ଫୋନରେ ଦେହ ଦଲାଲ ସୁନୀଲ ମେହେର ନମ୍ବର ରହିଛି। ଦେହବେପାରର ମାଷ୍ଟରମାଇଣ୍ଡ ସୁନୀଲ ମେହେର। ରାଜ୍ୟ ବାହାରେ ରହି ସୁନୀଲ ଯୋଗାଉଥିଲା ଯୁବତୀ। ରାତିକୁ ୩୦ ହଜାର ଟଙ୍କାରେ ଯୋଗାଉଥିଲା ଯୁବତୀ।ରାଜନେତା, ବ୍ୟବସାୟୀଙ୍କ ପାଇଁ ଯୋଗାଡ଼ ହେଉଥିଲା ଦେହଜୀବୀ। ପଶ୍ଚିମବଙ୍ଗରୁ ଯୁବତୀ ଆଣି ଓଡ଼ିଶାରେ ବେପାର କରୁଥିଲେ ଅର୍ଚ୍ଚନା। ଦିୱାଲି, ବଡ଼ଦିନରେ ବଡ଼ବଡ଼ିଆଙ୍କୁ ଦିଆଯାଉଥିଲା ଗିଫ୍ଟ। ଯୁବତୀଙ୍କୁ ଢାଲ କରି କୋଟିକୋଟି କମାଉଥିଲା ଅର୍ଚ୍ଚନା। ଦୁଇ ବର୍ଷ ତଳୁ ସୁନୀଲ ସହ ଥିଲା ଅର୍ଚ୍ଚନାଙ୍କ ସମ୍ପର୍କ। ଏଥି ସହିତ ଜଣେ ହୋଟେଲ ମାଲିକଙ୍କ ପାଇଁ ଯୁବତୀ ଯୋଗାଡ଼ କରୁଥିଲେ ଅର୍ଚ୍ଚନା। ପୁଲିସ ଜବତ କରିଥିବା ଅର୍ଚ୍ଚନାଙ୍କ ହାର୍ଡଡିସ୍କ ରୁ ମିଳିଛି ୬୦ ଟି ଭିଡିଓ। ଏଥି ସହିତ ପେନଡ୍ରାଇଭରେ ରହିଛି ପୁଲପୁଳା ନଗ୍ନ ଫଟୋ। ବାଥଟଵ ଭିତରେ ରହିଛି ବ୍ୟବସାୟୀଙ୍କ ଉଲଗ୍ନ ଫଟୋ।ଜଣେ ଯୁବତୀଙ୍କ ସହ ଗାଧୋଇବା ବେଳର ଫଟୋ ସ୍ପାଏ କ୍ୟାମେରାରେ କଏଦ ହୋଇଛି। ଏଥି ସହିତ ଅର୍ଚ୍ଚନା ନାଗର ନାଗଫାଶରେ ଅନେକ ପ୍ରତିପତିଶାଳୀ ରହିଥିବା ପୁଲିସ ଜାଣିବାକୁ ପାଇଛି।

ବର୍ଷକରେ ୨ଟି କମ୍ପାନୀ କରିଛନ୍ତି ଅର୍ଚ୍ଚନା

ପ୍ରତିଷ୍ଠିତ ନେତା, ଅଫିସର, ବ୍ୟବସାୟୀ ଓ ବିତ୍ତଶାଳୀ ବ୍ୟକ୍ତିଙ୍କୁ ହନି ଟ୍ରାପ୍ କରି ଫସାଇବା ସହ ସେମାନଙ୍କଠୁ କୋଟି କୋଟି ଟଙ୍କା ଲୁଟିଥିବା ଅର୍ଚ୍ଚନା ନାଗ ଗତ ବର୍ଷକ ମଧ୍ୟରେ କେବଳ ଗୋଟିଏ ଆଲିଶାନ୍ ଘର ନୁହେଁ ବରଂ ୨ଟି ନୂଆ କମ୍ପାନୀ ବି ଖୋଲିଛନ୍ତି । ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ଅର୍ଚ୍ଚନା ନିଜର ଆଲିଶାନ୍ ଘରେ ଏକ ମିନି ବାର୍ ଖୋଲି ସେଠାରେ ଦାମୀ ବ୍ରାଣ୍ଡର ମଦ ମଧ୍ୟ ରଖିଥିବାର ଫଟୋଚିତ୍ର ପଦାକୁ ଆସିଛି । ପୂର୍ବରୁ ତାଙ୍କର ବିଳାସପୂର୍ଣ୍ଣ ଗାଡ଼ି ସହ ଘୋଡ଼ା ଓ ବିଦେଶୀ କୁକୁର ରହିଥିବା ଆଦି ତଥ୍ୟ ପଦାକୁ ଆସିଥିଲା ।ଅର୍ଚ୍ଚନା ଓ ଜଗବନ୍ଧୁ ଗତ ୩ ମାସ ପୂର୍ବରୁ ଗୋଲଡେନ୍ ଏମ୍ପ୍ରାସ ପ୍ରାଃ ଲିଃ ନାମକ ଏକ କମ୍ପାନୀ ଗଠନ କରିଛନ୍ତି। ଯେଉଁଥିରେ ଉଭୟ ନିର୍ଦ୍ଦେଶକ ଥିବାବେଳେ ଏହା ହୋଟେଲ, ରେଷ୍ଟୁରାଂଟ ଓ ସଟ୍ ଷ୍ଟେ ଭଳି ବ୍ୟବସାୟ କରୁଥିବା ଦର୍ଶାଯାଇଛି । ଏହାସହିତ ଉଭୟ ପତି-ପତ୍ନୀ ଗତବର୍ଷ ଆଦିତ୍ୟ ପ୍ରେଷ୍ଟିଜ୍ ଆଗ୍ରୋ ପ୍ରାଃ ଲିଃ ନାମକ ଏକ କମ୍ପାନୀ ମଧ୍ୟ ଗଠନ କରିଥିଲେ । ଏହି ଦୁଇ କମ୍ପାନୀ ସହିତ ଏବିସି ମୋଟର୍ସ ନାମରେ ଅର୍ଚ୍ଚନାଙ୍କ ଏକ ପୁରୁଣା ଗାଡ଼ି ଶୋ’ର ରୁମ୍ ମଧ୍ୟ ରହିଛି।

ପୁଲିସ ହାତରେ ମାୟାବିନୀ ଅର୍ଚ୍ଚନାର ଇ-ମେଲ ଆଇଡି

ପୁଲିସ ହାତରେ ଲାଗିଛି ଲେଡି ବ୍ଲାକମେଲର ଇ ମେଲ୍ ଆଇଡି । ମେଲରୁ ମିଳିଲା ଦେହଜୀବୀଙ୍କ ଫଟୋ ଓ ତଥ୍ୟ । ରାଜ୍ୟ ତଥା ରାଜ୍ୟ ବାହାର ଯୁବତୀ ଆଣି ଅର୍ଚ୍ଚନା ଚଳାଇଥିଲା ହନୀଟ୍ରାପ । ମେଲରେ ରହିଛି ବହୁ ବଡ଼ ବଡ଼ିଆ, ଫିଲ୍ମ ପ୍ରଯୋଜକ, ବିଲ୍ଡର, ରେଳୱେ ଅଧିକାରୀଙ୍କ ଫଟୋ । ୨୦୧୮ରୁ ଅର୍ଚ୍ଚନା ଚଳାଇଥିଲା ସେକ୍ସ ରାକେଟ । ଓକିଲାତି ପାଠ ନପଢି ନିଜକୁ ହାଇକୋର୍ଟର ଓକିଲ ବୋଲି ପରିଚୟ ଦେଉଥିଲା ଲେଡି ବ୍ଲାକମେଲର । ଗତକାଲି ବ୍ଲାକମେଲ କାହାଣୀର ବ୍ଲୁ କୁଇନ ଡିଲ୍ ଭିଡିଓ ସାମ୍ନାକୁ ଆସିଥିଲା । ହନିଟ୍ରାପ ପରେ ହାଇପ୍ରୋଫାଇଲ ହୋଟେଲରେ ହେଉଥିଲା ମନିଟ୍ରାପ । ଜବତ ମୋବାଇଲ, ହାର୍ଡଡିସ୍କ ଓ ପେନ ଡ୍ରାଇଭ ଖୋଲିବ କୁହୁକିନୀର କୁହକ ପେଢି ।