OCS Result - The Sakala
ବିଳମ୍ବିତ ହୋଇପାରେ ଓସିଏସ୍ ମୁଖ୍ୟ ପରୀକ୍ଷାଫଳ, ଖାତାଦେଖା ପାଇଁ ମିଳୁନାହାନ୍ତି ଶିକ୍ଷକ
ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା (ଓସିଏସ୍‌‌) ମେନ୍‌‌ ପରୀକ୍ଷା ମୂଲ୍ୟାୟନ ପାଇଁ ପ୍ରାଧ୍ୟାପକ ମିଳୁ ନାହାଁନ୍ତି। ବିଶ୍ୱବିଦ୍ୟାଳୟଗୁଡ଼ିକ ପ୍ରାଧ୍ୟାପକଙ୍କୁ ଖାତାଦେଖା ପାଇଁ ରିଲିଭ୍‌‌ କରୁ ନ ଥିବାରୁ ସମସ୍ୟା ଦେଖା ଦେଇଛି। ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖି ‘ଓପିଏସସି’ ଏନେଇ ସହଯୋଗ ଲୋଡ଼ିଛି।
ବିଶ୍ୱବିଦ୍ୟାଳୟର କାମ ପାଇଁ ପ୍ରାଧ୍ୟାପକମାନେ କାର୍ଯ୍ୟସ୍ଥଳରୁ ରିଲିଭ୍‌‌ ହୋଇ ପାରୁ ନାହାନ୍ତି। ଏପରିସ୍ଥିତିରେ ରେଜଲ୍ଟ ପ୍ରକାଶନ ବିଳମ୍ବ ହେବା ନେଇ ଆଶାୟୀଙ୍କ ଆଶଙ୍କା ବଢ଼଼଼ିଛି। ପ୍ରାଧ୍ୟାପକ ଅଭାବ, ନାକ୍‌‌ ଟିମ୍‌‌ ପରିଦର୍ଶନ ଓ ଯୁକ୍ତ ତିନି ମୂଲ୍ୟାୟନ, ପରୀକ୍ଷା ଆଦି ପାଇଁ ପ୍ରାଧ୍ୟାପକମାନଙ୍କୁ ଛାଡ଼ିବା ସମ୍ଭବପର ହେଉନି ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦର୍ଶାଇଛନ୍ତି। ବାରମ୍ୱାର ନିବେଦନ ପରେ ବି ପ୍ରାଧ୍ୟାପକ ବିଶ୍ୱବିଦ୍ୟାଳୟରୁ ରିଲିଭ ହେଉନାହାନ୍ତି। ଫଳରେ ଖାତା ମୂଲ୍ୟାୟନ ପାଇଁ ପ୍ରାଧ୍ୟାପକ ମରୁଡ଼ି ଦେଖା ଦେଇଛି।
ମିଳିଥିବା ସୂଚନା ମୁତାବକ ଓପିଏସ୍‌ସି କର୍ତ୍ତୃପକ୍ଷ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟକୁ ଚିଠି ଲେଖିଥିଲେ। ଯେଉଁଥିରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଗୃହ ବିଜ୍ଞାନ ବିଷୟର ସହକାରୀ ପ୍ରାଧ୍ୟାପକଙ୍କୁ ଖାତା ଦେଖା କାମରେ ନିୟୋଜିତ କରିବାକୁ ଦର୍ଶାଇଥିଲେ। ମାତ୍ର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସିଧାସଳଖ ଅକ୍ଷମତା ପ୍ରକାଶ କରିଛନ୍ତି। ଯାହାକୁ ନେଇ ଓପିଏସସିର ଚିନ୍ତା ବଢ଼଼଼ିଛି। ବିଶ୍ୱବିଦ୍ୟାଳୟର ଏଭଳି ଉତ୍ତର ପରେ ଓପିଏସସି ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ଲାଗି ଅନୁରୋଧ କରାଯାଇଛି। ୯୫୫ଜଣ ଗୃହ ବିଜ୍ଞାନ ବିଷୟରେ ପରୀକ୍ଷା ଦେଇଛନ୍ତି। ଯଦି ଖାତା ଦେଖା ଠିକ୍‌‌ ସମୟରେ ନ ସରେ ତାହାଲେ ଫଳ ପ୍ରକାଶନରେ ବିଳମ୍ୱ ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଛି ଓପିଏସସି। ଖାଲି ସେତିକି ନୁହେଁ ଆବଶ୍ୟକ ସ୍ଥଳେ ଅନ୍ୟ ବିଷୟ ର ଖାତା ଦେଖା କାମରେ ବି ସହଯୋଗ କରିବାକୁ ଓପିଏସସି ଅନୁରୋଧ କରିଛି। ମୂଲ୍ୟାୟନ ଜନିତ ସମସ୍ୟାକୁ ନେଇ ଓସିଏସ୍‌‌ ଆଶାୟୀଙ୍କ ଭିତରେ ଏବେ ଅନେକ ଆଶଙ୍କା ଦେଖା ଦେଲାଣି।
ଅନ୍ୟପକ୍ଷରେ ପ୍ରାୟ ପ୍ରତିବର୍ଷ ଓପିଏସସିରେ ଏଭଳି ସମସ୍ୟା ଦେଖା ଦେଉଥିବା ଓସିଏସ୍‌‌ ଆଶାୟୀ କହନ୍ତି। ତାଙ୍କ କହିବା ଅନୁଯାୟୀ ‘ଆଇସିଏସ୍‌‌’ ଢାଞ୍ଚାରେ ପରୀକ୍ଷା ଓ ଅନ୍ୟାନ୍ୟ ବ୍ୟବସ୍ଥା ତ୍ୱରାନ୍ୱିତ ପାଇଁ ଯଦିଓ ଗାଇଡଲାଇନ୍‌‌ ପ୍ରସ୍ତୁତ ହୋଇଛି, ହେଲେ ଏହାକୁ ତୃଣମୂଳ ସ୍ତରରେ ଓପିଏସସି କାର୍ଯ୍ୟକାରୀ କରି ପାରି ନଥିବା ଓସିଏସ୍‌‌ ଆଶାୟୀ ଅନୁରାଗ ରାଉତ ଅଭିଯୋଗ କରିଛନ୍ତି। ସେହିପରି ଶିକ୍ଷାବିତ୍‌‌ ପ୍ରଫେସର ମୁକ୍ତିକାନ୍ତ ଶତପଥୀ କହନ୍ତି, ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜଗୁଡ଼ିକରେ ଅନେକ ଶିକ୍ଷକ ପଦ ଖାଲି ପଡ଼ିଛି। ଖାଲି ଶିକ୍ଷକ ନୁହଁ, ଅଣଶିକ୍ଷକ ପଦ ଖାଲି ଥିବାରୁ ଶିକ୍ଷକମାନେ ଶିକ୍ଷାନୁଷ୍ଠାନର ବିଭିନ୍ନ ଆନୁଷଙ୍ଗିକ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ତେଣୁ ଏଥିପ୍ରତି ଉଚ୍ଚଶିକ୍ଷା ବିଭାଗ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ଅବସରପ୍ରାପ୍ତ ପ୍ରାଧ୍ୟାପକମାନଙ୍କୁ ଖାତାଦେଖାରେ ନିୟୋଜିତ କରିଲେ ସମସ୍ୟାର ସମାଧାନ ହୋଇ ପାରନ୍ତା ବୋଲି ସେ କହିଛନ୍ତି।
ଫୁଲବାଣୀ: ସଦ୍ୟ ପ୍ରକାଶିତ ଓଏଏସ ପରୀକ୍ଷାରେ ଫୁଲବାଣୀ ସହରର ଶୁଭଶ୍ରୀ ରଥ ସପ୍ତମ ରାଙ୍କ ରଖି ପ୍ରଥମ ଦଶ ଜଣଙ୍କ ମଧ୍ୟରେ ରହି ସଫଳତା ହାସଲ କରିଛନ୍ତି। ତାଙ୍କ ସଫଳତା ଜିଲ୍ଲା ପାଇଁ ଗୌରବ ଆଣିଥିବା ବେଳେ ସରକାରୀ ସ୍କୁଲର ଛାତ୍ର ଛାତ୍ରୀ ଯେ କୌଣସି ଗୁଣରେ କମ୍ ନୁହନ୍ତି ବୋଲି ପ୍ରତିପାଦିତ କରିଛନ୍ତି। ପ୍ରଥମରୁ କଲେଜ୍ ଯାଏଁ ସେ ସରକାରୀ ସ୍କୁଲରେ ପାଠ ପଢ଼ିଛନ୍ତି। ଫୁଲବାଣୀ ସାହି ସରକାରୀ ୟୁଜିଏମ୍ଇ ସ୍କୁଲ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ,ଭୁବନେଶ୍ୱର ଓୟୁଏଟିରେ ପଢ଼ିଛନ୍ତି ଶୁଭଶ୍ରୀ। ପରେ ୨୦୧୬ ମସିହାରୁ ସ୍ଥାନୀୟ ଜାତୀୟ ସ୍ୱାସ୍ଥ୍ୟ ମିଶନରେ ଅର୍ବାନ ଡାଟା ମ୍ୟାନେଜର ଭାବରେ କାର୍ଯ୍ୟରତ ଅଛନ୍ତି। ଦୁଇ ଥର ସାକ୍ଷାତକାର ପରେ ତୃତୀୟ ଚାନସ୍ ରେ ସଫଳତା ପାଇଛନ୍ତି।
ଶୁଭଶ୍ରୀଙ୍କ ବାପା ଦୁର୍ଯ୍ୟୋଧନ ରଥ ବରିଷ୍ଠ ଫାର୍ମାସିଷ୍ଟ ଭାବେ ଜିଲ୍ଲା ମେଡିକାଲରୁ ଚାକିରିରୁ ଅବସର ନେଇଛନ୍ତି । ମାଆ ସୁମତି ରଥ ଗୃହିଣୀ ହୋଇଥିବା ବେଳେ ଭାଇ ଆଇ ଆଇ ଟି ମୁମ୍ବାଇରୁ ପାସ କରିଛନ୍ତି। ସରକାରୀ ସ୍କୁଲ କୌଣସି ଗୁଣରେ କମ୍ ନୁହେଁ ବୋଲି କହିଥିବା ବେଳେ ବିନା କୋଚିଂ ରେ ଅନ ଲାଇନ୍ ଷ୍ଟଡି ମାଧ୍ୟମରେ ମଧ୍ୟ କଠିନ ଓ ନିରନ୍ତର ପରିଶ୍ରମ ଦ୍ଵାରା ସଫଳତା ମିଳି ପାରିବ ବୋଲି କହିଛନ୍ତି ଶୁଭଶ୍ରୀ। ଶୁଭଶ୍ରୀଙ୍କ ସଫଳତା ପରେ ଗତ କିଛି ବର୍ଷ ଧରି ଫୁଲବାଣୀର ଛାତ୍ର ଛାତ୍ରୀ ମାନେ ଓ ଏ ଏସ ପରୀକ୍ଷାରେ ଷଷ୍ଠ ଓ ସପ୍ତମ ସ୍ଥାନ ବଜାୟ ରଖିବା ପରମ୍ପରା ସୃଷ୍ଟି କରିଛନ୍ତି ବୋଲି ଆଲୋଚନା କରୁଛନ୍ତି ସ୍ଥାନୀୟ ଲୋକେ। ପୂର୍ବରୁ ଏମ ଅନୁରାଧା, କିରଣ ମହାନ୍ତି ମଧ୍ୟ ଅନୁରୂପ ସ୍ଥାନ ପାଇଥିଲେ।
ଶୁଭଶ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ ମନୋଜ ଉପାଧ୍ୟାୟ, ଏନ୍ ଏଚ୍ ଏମ ଅଧିକାରୀ କର୍ମଚାରୀଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀ ଅଭିନନ୍ଦନ ଜଣାଇଛନ୍ତି ।