Dhamnagar bypoll - The Sakala

ଆସନ୍ତାକାଲି ଆସିବ ଧାମନଗର ଉପନିର୍ବାଚନ ଫଳାଫଳ; ସକାଳ ୮ରୁ ଭୋଟ ଗଣତି, ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି
ଭଦ୍ରକ: କାଲି ଆସିବ ଧାମନଗର ଉପନିର୍ବାଚନର ରାୟ । ଏଥିପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍ । ଇଭିଏମରେ ପ୍ରାର୍ଥୀ ଭାଗ୍ୟ ସିଲ ଥିବା ବେଳେ ଫଳାଫଳକୁ ରହିଛି ଅପେକ୍ଷା । ଉପନିର୍ବାଚନ ଭୋଟ ଗଣତି ପାଇଁ ଚୂଡ଼ାନ୍ତ ହୋଇଛି ପ୍ରସ୍ତୁତି । ଭଦ୍ରକ ସଂସ୍କୃତି ଭବନରେ ଭୋଟ୍ ଗଣତି ପାଇଁ ବ୍ୟବସ୍ଥା କରାଯାଇଛି । ସକାଳ ୮ଟାରୁ ଆରମ୍ଭ ହେବ ଗଣତି । ଭୋଟ ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ୨୫୨ଟି ବୁଥ ଥିବାରୁ ୧୮ ରାଉଣ୍ଡ ଭୋଟ ଗଣତି ହେବ । ପ୍ରଥମେ ସକାଳ ୮ଟାରୁ ସାଢ଼େ ୮ଟା ମଧ୍ୟରେ ପୋଷ୍ଟାଲ ବାଲଟ ଗଣତି ହେବ । ପରେ ଇଭିଏମ ଗଣତି ଆରମ୍ଭ କରାଯିବ ।

ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରଥମେ ଅର୍ଦ୍ଧ ସାମରିକ ବଳ, ଦ୍ଵିତୀୟରେ ଓଡ଼ିଶା ପୋଲିସ ସୁରକ୍ଷା ବଳ ଓ ତୃତୀୟ ସ୍ତରରେ ଓଡ଼ିଶା ପୋଲିସ ଜଗିବେ । ଗଣତି ପାଇଁ ପ୍ରତି ଟେବୁଲରେ ଜଣେ ସୁପରଭାଇଜର ଓ ଜଣେ ଆସିଷ୍ଟାଣ୍ଡ ସୁପରଭାଇଜର ଓ ଆଉ ଜଣେ ମାଇକ୍ରୋ ଅବଜରଭର ରହିବେ ।

ତେବେ ଜିଲ୍ଲା ସଂସ୍କୃତି ଭବନ ଠାରେ ସ୍ଥିତି ନିରୀକ୍ଷଣ କରିଛନ୍ତି ଭଦ୍ରକ ଜିଲ୍ଲାପାଳ ସିଦ୍ଧେସ୍ୱର ବଳିରାମ ବନ୍ଦୋର ଓ ଭଦ୍ରକ ଏସପି ଚରଣ ସିଂ ମିନା । ଭୋଟ ଗଣତି ଦିନ ୧୦ ପ୍ଲାଟୁନ ଷ୍ଟେଟ ଆର୍ମଡ଼ ଫୋର୍ସ ମୁତୟନ ହେବେ । ସେହିପରି ୧ ପ୍ଲାଟୁନ CRPF ଯବାନ ମୁତୟନ ହେବେ । ଭୋଟ ଗଣତି କେନ୍ଦ୍ରର 100 ମିଟର ଦୂରରେ ଗାଡି ପାର୍କିଂ ହେବ । ଯେଉଁ ମାନେ ଅଥରଟି କାର୍ଡ ରାଜ୍ୟ ନିର୍ବାଚନ ଅଧିକାରୀ କିମ୍ବା ଜିଲ୍ଲା ନିର୍ବାଚନୀ ଅଧିକାରୀ ମାନଙ୍କ ଠାରୁ ପାଈଥିବେ ସେହିମାନେ କେବଳ ଗଣତି କେନ୍ଦ୍ର ପରିସରକୁ ଯାଇ ପାରିବେ ବୋଲି ଏସପି କହିଛନ୍ତି ।

ଧାମନଗର ବ୍ୟାଟଲ ପାଇଁ ଚାଲିଛି ପୋଲିଂ: ଅପରାହ୍ନ ୫ଟା ସୁଦ୍ଧା ୫୮.୫୩ ପ୍ରତିଶତ ମତଦାନ
ଭଦ୍ରକ: ଧାମନଗର ବ୍ୟାଟଲ ପାଇଁ ଚାଲିଛି ପୋଲିଂ । ନୂଆ ବିଧାୟକଙ୍କୁ ନିର୍ବାଚିତ କରୁଛନ୍ତି ଧାମନଗରବାସୀ । ଶାନ୍ତି ଶୃଙ୍ଖଳାରେ ଭୋଟ ଚାଲିଛି । ଅପରାହ୍ନ ୫ଟା ସୁଦ୍ଧା ଧାମନଗରରେ ୫୮.୫୩ ପ୍ରତିଶତ ମତଦାନ ହୋଇଛି। ୬ ଟା ପରେ ମଧ୍ୟ ଭିତରେ ଥିବା ଲୋକ ଭୋଟ ଦେଇ ପାରିବେ। ପିଙ୍କ ଓ ମଡେଲ ବୁଥକୁ ଲୋକ ପସନ୍ଦ କରିଛନ୍ତି। ୨ ଟି ଜାଗାରେ ଗୋଣ୍ଡଗୋଳର ଅଭିଯୋଗ ଆସିଛି। ଏ ନେଇ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି ସୂଚନା ଦେଇଛନ୍ତି। ରାଜ୍ଯ

ମଇଦାନରେ ବିଜେଡିର ଅବନ୍ତୀ ଦାସ, ବିଜେପିର ସୂର୍ୟ୍ୟବଂଶୀ ସୂରଜ ଓ କଂଗ୍ରେସର ବାବା ହରେକୃଷ୍ଣ ସେଠୀ ଥିବା ବେଳେ, ସମସ୍ତ ଦଳ ଲାଗି ଉପନିର୍ବାଚନ ପାଲଟିଛି ଅଗ୍ନି ପରୀକ୍ଷା ।

ପ୍ରତିଟି ଭୋଟ ଗଣତନ୍ତ୍ରକୁ ମଜବୁତ କରିବ : ଧାମନଗର ଉପନିର୍ବାଚନରେ ବିପୁଳ ସଂଖ୍ୟାରେ ମତଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ
ଭୁବନେଶ୍ବର : ଧାମନଗର ଉପ ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଦିନ ୧୧ଟା ସୁଦ୍ଧା ୨୨.୩୬ ପ୍ରତିଶତ ଭୋଟିଂ ହୋଇଛି। ଏହାପୂର୍ବରୁ ସକାଳ ୯ଟା ସୁଦ୍ଧା ୧୦.୨୫ ମତଦାନ ହୋଇଥିଲା । ତେବେ ଦିନ ବଢିବା ସହ ଭୋଟଦାନର ପ୍ରତିଶତ ମଧ୍ୟ ବଢିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।

ତେବେ ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଧାମନଗରବାସୀଙ୍କୁ ବିପୁଳ ସଂଖ୍ୟା ଭୋଟ ହେବାକୁ ଆହ୍ବାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି ‘ଆପଣଙ୍କ ପ୍ରତିଟି ଭୋଟ୍ ଗଣତନ୍ତ୍ରକୁ ଆହୁରି ମଜବୁତ କରିବ। ଏହା ଆପଣଙ୍କର ମୌଳିକ ଅଧିକାର। ସଚେତନ ନାଗରିକ ଭାବେ ଧାମନଗର ଉପନିର୍ବାଚନରେ ବିପୁଳ ସଂଖ୍ୟାରେ ମତଦାନ କରିବା ସହ ଏଦିଗରେ ସମସ୍ତଙ୍କୁ ଉତ୍ସାହିତ କରନ୍ତୁ।’

ଆପଣଙ୍କ ପ୍ରତିଟି ଭୋଟ୍ ଗଣତନ୍ତ୍ରକୁ ଆହୁରି ମଜବୁତ କରିବ। ଏହା ଆପଣଙ୍କର ମୌଳିକ ଅଧିକାର। ସଚେତନ ନାଗରିକ ଭାବେ ଧାମନଗର ଉପନିର୍ବାଚନରେ ବିପୁଳ ସଂଖ୍ୟାରେ ମତଦାନ କରିବା ସହ ଏଦିଗରେ ସମସ୍ତଙ୍କୁ ଉତ୍ସାହିତ କରନ୍ତୁ। #DhamnagarByPoll pic.twitter.com/y1z5o15M2l

— Naveen Patnaik (@Naveen_Odisha) November 3, 2022

ଧାମନଗର ଉପନିର୍ବାଚନ ପାଇଁ  ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ସଂଧ୍ୟା ୬ଟା ଯାଏଁ ଭୋଟ୍ ଗ୍ରହଣ କରାଯିବ। ମୋଟ ୨୫୨ବୁଥରେ ମତଗ୍ରହଣ କରାଯାଇଛି । ଧାମନଗର ଉପନିର୍ବାଚନରେ ମୋଟ ୨ ଲକ୍ଷ ୩୮ହଜାର ୪୧୭ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । ସେମାନଙ୍କ ଭିତରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୨୩ହଜାର ୩୮ ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୧୫ ହଜାର ୩୪୬ । ସେହିଭଳି ୪ହଜାର ୯ଶହ ୫୬ ଦିବ୍ୟାଙ୍ଗ ଭୋଟର ଥିବା ବେଳେ ୮୦ ବର୍ଷରୁ ଅଧିକ ବୟସର ଭୋଟରଙ୍କ ସଂଖ୍ୟା ୭ହଜାର ୨୦୬ ରହିଛି । ୩୩ ଜଣ ଥାର୍ଡ଼ ଜେଣ୍ଡର ଭୋଟର ଅଛନ୍ତି । ଧାମନଗରରେ ୧୦୦୮ ପୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି । ୧୨୬ ବୁଥରେ ଓ୍ବେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି । ସେଥି ମଧ୍ୟରୁ ୧୧୦ଟି ସମ୍ବେଦନଶୀଳ ବୁଥ ରହିଛି । ୧୫ଟି ଆଦର୍ଶ ବୁଥ୍ ସହ ୫ଟି ପିଙ୍କ୍ ବୁଥ କରାଯାଇଛି ।

ଅନ୍ୟପଟେ ଧାମନଗର ଉପନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ସୁରୁଖୁରୁରେ ମତଦାନ ଚାଲିଥିବା ବେଳେ ଆସିଛି ଏକ ଦୁଃଖଦ ଖବର। ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ନିୟୋଜିତ ଫାର୍ଷ୍ଟ ପୁଲିଂ ଅଫିସର୍ ନଟବର ମୁଣ୍ଡାଙ୍କ ଅକାଳ ବିୟୋଗ ଘଟିଛି। କଟକ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।ନଟବର ମୁଣ୍ଡାଙ୍କ ଘର ଭଦ୍ରକ ଜିଲ୍ଲା ବାଗୁରାଇ ଆଞ୍ଚଳରେ। ନଟବରଙ୍କୁ ଧାମନଗରର ୧୩୯ ନମ୍ବର ବୁଥ୍‌ର ପୋଲିଂ କର୍ମଚାରୀ ଭାବେ ନିୟୋଜିତ କରାଯାଇଥିଲା। ଗତକାଲି ବୁଥ୍‌ ପହଞ୍ଚିବା ପରେ ସେ ଅସୁସ୍ଥ ଅନୁଭବ କରିଥିଲେ। ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ନଟବରଙ୍କୁ ନିର୍ବାଚନ ଡ୍ୟୁଟିରୁ ଅବ୍ୟାହତି କରି ଦିଆଯାଇଥିଲା। ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଥିବା ଭଦ୍ରକ ଜ଼ିଲ୍ଲାପାଳ ସୂଚନା ଦେଇଛନ୍ତି।

ଧାମନଗର ଉପନିର୍ବାଚନରେ ନିୟୋଜିତ ଥିବା ପୋଲିଂ ଅଫିସର ନଟବର ମୁଣ୍ଡାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।

— Naveen Patnaik (@Naveen_Odisha) November 3, 2022

ତେବେ ଫାର୍ଷ୍ଟ ପୁଲିଂ ଅଫିସର୍ ନଟବର ମୁଣ୍ଡାଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ ପରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି ‘ଧାମନଗର ଉପନିର୍ବାଚନରେ ନିୟୋଜିତ ଥିବା ପୋଲିଂ ଅଫିସର ନଟବର ମୁଣ୍ଡାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।’

ସପଟେ ଧାମନଗର ଉପନିର୍ବାଚନ ଲାଗି ବ୍ୟାପକ ପ୍ରସ୍ତୁତି ହୋଇଛି। ବୁଥର ୧୦୦ମିଟର ଭିତରେ ବିଶୃଙ୍ଖଳାକାରୀଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉପନିର୍ବାଚନରେ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗିମୋଟ ୯୯୭ ଜଣ ପୁଲିସ କର୍ମଚାରୀ ମଧ୍ୟ ବିଭିନ୍ନ ମତଦାନ କେନ୍ଦ୍ରରେ ରହିଛନ୍ତି। ସେହିଭଳି ୪ କମ୍ପାନୀ ଉଜଚୠ, ୨୪ଟି ମୋବାଇଲ୍ ପାର୍ଟି, ୨୨ ପ୍ଲାଟୁନ୍ ଷ୍ଟେଟ୍ ଆର୍ମଡ୍ ଫୋର୍ସ, ୩୦ଜଣ ସେକ୍ଟର ଅଧିକାରୀ, ୯ ସେକ୍ଟର ମାଜିଷ୍ଟ୍ରେଟ୍, ୧୦୦ଜଣ ସବ୍ଇନ୍ସପେକ୍ଟର ଓ ଇନ୍ସପେକ୍ଟର, ୨ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ ୬ ଡିଏସପି ମୃତୟନ ହୋଇଛନ୍ତି । ଚିହ୍ନଟ ହୋଇଥିବା ୧୧୦ଟି ଉତ୍ତେଜନାପ୍ରବଣ ବୁଥ୍ ଓ ୨୫ଟି ଅତି ଉତ୍ତେଜନାପ୍ରବଣ ବୁଥ୍ ରେ ସଶସ୍ତ୍ର ବଳଙ୍କୁ ମୁତୟନ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଆସନ୍ତାକାଲି ଧାମନଗର ଉପନିର୍ବାଚନ: ସମସ୍ତ ପ୍ରସ୍ତୁତି ଶେଷ, ମୋଟ ୨୫୨ ବୁଥରେ ହେବ ଭୋଟ୍ ଗ୍ରହଣ
ଭୁବନେଶ୍ବର: ଆସନ୍ତା କାଲି ଧାମନଗର ଉପନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବୁଥରେ ସବୁ ପ୍ରକାର ପୋଲିଂ ପର୍ସନ ନିୟୋଜିତ ହୋଇ ସାରିଛନ୍ତି। ୧୦୦୮ ପୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି । ବର୍ତ୍ତମାନ ସାଇଲେଣ୍ଟ ପିରିୟଡ଼ ଚାଲିଛି । ଏହି ସମୟରେ ଚେକିଂ କଡାକଡି କରାଯାଉଛି। ଆସନ୍ତା କାଲି ସକାଳ ୭ ରୁ ୬.୩୦ ପର୍ଯ୍ଯନ୍ତ ସମସ୍ତ ଏକ୍ସିଟ ପୋଲକୁ ବ୍ୟାନ କରାଯାଇଛି। ବୁଥର ୧୦୦ ମିଟର ମଧ୍ୟରେ କେହି ବି କଥା ବାର୍ତ୍ତା ହୋଇ ପାରିବେ ନାହିଁ। ଯଦି କେହି ନିୟମ ଉଲଙ୍ଘନ କଲା ତେବେ ତାଙ୍କୁ ଆରେଷ୍ଟ କରାଯିବ।

ଭୋଟର ପରିଚୟ ପତ୍ର ଛଡା ୧୨ ଟି ଅନ୍ୟ ଡ଼କ୍ୟୁ ମେଣ୍ଟ ଦେଖାଇ ବି ଭୋଟ ଦେଇ ପାରିବେ । ସକାଳ ୭ ରୁ ସନ୍ଧ୍ୟା ୬ ଟା ପର୍ଯ୍ଯନ୍ତ ଭୋଟ ଗ୍ରହଣ ହେବ । ଏହା ପୂର୍ବରୁ ମକପୋଲ ହେବ। ମୋଟ ୨୫୨ ବୁଥ ରହିଛି । ତାହା ମଧ୍ୟରୁ ୧୧୦ ସମ୍ବେଦନଶୀଳ ବୁଥ ରହିଛି । ଆଉ ସେଥି ମଧ୍ୟରୁ ୧୨୬ ଟି ୱେବ କାଷ୍ଟିଂ ହେବ । ୨୫ ଟି ମାଇକ୍ରୋ ଅବଜରର୍ଭର ରହିଛନ୍ତି। ୧୫ ଟି ମଡେଲ ବୁଥ ଓ ୫ଟି ପିଙ୍କ ବୁଥ କରାଯାଇଛି । ସାଇଲେଣ୍ଟ ପିରିୟଡ଼ଠୁ ନେଇ ଭୋଟ ପର୍ଯ୍ଯନ୍ତ ମଦ ବିକ୍ରିକୁ ବନ୍ଦ କରାଯାଇଛି। ୪ ଟି ସେଣ୍ଟ୍ରାଲ ଟିମ ଓ ୧୦୦୦ ଜଣ ପୁଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି ।

୩ ଟି ରାଜନୈତିକ ଦଳ ପ୍ରଚାର ସମୟରେ କିଛି ଅଭିଯୋଗ ଆଣିଥିଲେ । ସାଧାରଣ ଅଭିଯୋଗ ପାଇଁ ଆମେ ଜିଲ୍ଲା ପ୍ରଶାସନକୁ ମାର୍ଗ ଦର୍ଶୀକା ଦେଇଛୁ । ୫ଟି କେସରେ ପୁଲିସ କେସ ହୋଇଛି । ଆଉ ଗୋଟିଏ କେସ ରେ ଜଣେ ଉଚ୍ଚପଦସ୍ତ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା ଆମେ ତାକୁ ଜାତୀୟ ନିର୍ବାଚନ ଆୟୋଗ ଙ୍କ ନିକଟକୁ ପଠାଇଛୁ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି ସୂଚନା ଦେଇଛନ୍ତି।

କମ୍ପୁଛି ଧାମନଗର: ଅବନ୍ତୀଙ୍କ ପାଇଁ ପ୍ରଚାର କଲେ ବିଜେଡ଼ି ସୁପ୍ରିମ ନବୀନ ପଟ୍ଟନାୟକ, ୧୮ ମାସରେ ହେବ ୫ ବର୍ଷର କାମ
ଭୁବନେଶ୍ବର: ପ୍ରଚାରରେ କମ୍ପୁଛି ଧାମନଗର। ଉପନିର୍ବାଚନ ପାଇଁ ସବୁ ଦଳର ପ୍ରାର୍ଥୀ ଏବେ ପ୍ରଚାରପ୍ରସାର ଚଳାଇଛନ୍ତି । ଏହି କ୍ରମରେ ଧାମନଗରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିଛନ୍ତି। ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ନବୀନ ପ୍ରଚାର କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜୁ ଜନତା ଦଳ ସବୁବେଳେ ଆପଣମାନଙ୍କ ସାଥିରେ ଅଛି । ସୁଖ ଦୁଃଖ ସବୁବେଳେ ଆପଣମାନଙ୍କ ପାଖରେ ଅଛି । ଆପଣମାନଙ୍କ ପାଇଁ କାମ କରିଆସୁଛି । ସବୁବର୍ଗର ଲୋକଙ୍କ କଲ୍ୟାଣ ପାଇଁ କାମ କରୁଛି । ଧାମନଗର ହେଉଛି ଶାନ୍ତି, ସଦ୍ଭାବର ଭୂମି। ଭାଇଚାରାର ଭୂମି। ଏହା ଧାମନଗରର ସବୁଠାରୁ ବଡ ପରିଚୟ। ଏହି ପରିଚୟର ସୁରକ୍ଷା ପାଇଁ ଆମେ ସମସ୍ତେ କାମ କରୁଛୁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ବହୁତ ଖୁସି ଯେ କାଳିଆ ଯୋଜନା ହେଉ, ବା ମିଶନ ଶକ୍ତି, ବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା – ସବୁ ଯୋଜନାର ସୁବିଧା ଆପଣ ମାନଙ୍କ ପାଖରେ ପହଞ୍ଚି ପାରିଛି । ମାଆ ମାନେ ସଶକ୍ତ ହେଉଛନ୍ତି। ମିଶନ ଶକ୍ତି ସେମାନଙ୍କ ନୂଆ ପରିଚୟ ହୋଇଛି । ମାଆ ମାନଙ୍କ ଭଲ କାମ ହିଁ ମୋତେ ବହୁତ ଖୁସି ଦେଇଛି । ତେଣୁ ଜଣେ ମାକୁ ଆପଣଙ୍କ MLA ଭାବରେ ଦେଖିବାକୁ ମୁଁ ଚାହେଁ । ଆପଣମାନେ ବି ଚାହାନ୍ତି। ମାଆ ମାନେ ସବୁ ଦାୟିତ୍ବକୁ ସୁନ୍ଦର ଭାବରେ ନିର୍ବାହ କରିପାରୁଛନ୍ତି। ଆପଣମାନଙ୍କ ସହଯୋଗରେ ଓଡିଶା ଆଜି ବିକାଶ କ୍ଷେତ୍ରରେ ସାରା ଦେଶରେ ସୁନାମ କରିଛି । ଆପଣାନଙ୍କ ସହଯୋଗରେ ଏ ଧାରା ଆହୁରି ଆଗକୁ ବଢିବ ବୋଲି ମୋର ପୁରା ବିଶ୍ବାସ ।

୨୦୧୯ ନିର୍ବାଚନରେ ଆପଣମାନେ ଯେଉଁ ମତ ରଖିଥିଲେ, ୨୦୨୨ ପଞ୍ଚାୟତ ଓ ପୌର ନିର୍ବାଚନରେ ସେଥିରେ ପରିବର୍ତ୍ତନ କରିଛନ୍ତି। ଶଙ୍ଖ ଚିହ୍ନରେ ବିଶ୍ବାସ ରଖିଛନ୍ତି। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଆପଣମାନେ ବିଜୁ ଜନତା ଦଳକୁ, ଶଙ୍ଖ ଚିହ୍ନକୁ ଯେଭଳି ବିପୁଳ ସମର୍ଥନ ଦେଇଛନ୍ତି, ସେବାର ସୁଯୋଗ ଦେଇଛନ୍ତି, ସେଥିପାଇଁ ମୁଁ ଋଣୀ।

ଧାମନଗରର ୬ଟି ଜିଲ୍ଲା ପରିଷଦ ଆସନରୁ ସବୁ ଆସନରେ ଆପଣମାନେ ବିଜୁ ଜନତା ଦଳକୁ ସେବାର ସୁଯୋଗ ଦେଇଛନ୍ତି। ସେହିପରି ଧାମନଗର ଏନ.ଏ.ସିର ୧୧ଟି ୱାର୍ଡରୁ ୯ଟି ୱାର୍ଡ ସହିତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଦାୟିତ୍ବ ମଧ୍ୟ ଆପଣମାନେ ବିଜେଡିକୁ ଦେଇଛନ୍ତି।

ମୋର ପୁରା ବିଶ୍ବାସ, ଏ ନିର୍ବାଚନରେ ବି ସେ ଧାରା ଜାରି ରହିବ ଏବଂ ଧାମନଗରର ବିକାଶ ଆହୁରି ଆଗକୁ ବଢିବ। ବର୍ତ୍ତମାନ ସାଧାରଣ ନିର୍ବାଚନକୁ ଆଉ ମାତ୍ର ୧୮ ମାସ ରହିଲା । ଏ ସମୟ ଭିତରେ ଆମେ ପାଞ୍ଚ ବର୍ଷର କାମ କରିପାରିବା । ଏହା ମୁଁ ନିଜେ ଦେଖିବି। ଧାମନଗରର ବିକାଶ ଆହୁରି ଆଗକୁ ବଢିବ । ମୋର ଅନୁରୋଧ, ଏ ନିର୍ବାଚନରେ ଆପଣମାନେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଶଂଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ କରନ୍ତୁ । ଆପଣମାନଙ୍କ ଅଞ୍ଚଳର ବିକାଶ ଦାୟିତ୍ବ ମୋର । ଧାମନଗର ନିର୍ବାଚନ ମଣ୍ଡଳୀର ବିକାଶ ଦାୟିତ୍ବ ମୋର ବୋଲି ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ କହିଛନ୍ତି ।

ଉପନିର୍ବାଚନ ପାଇଁ କ୍ୟାମ୍ପେନିଂରେ କମ୍ପୁଛି ଧାମନଗର, ଆଜି ଭର୍ଚୁଆଲ ମାଧ୍ୟମରେ ପ୍ରଚାରକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର : ଧାମନଗର ଉପନିର୍ବାଚନ ପାଇଁ ପ୍ରଚାରରେ କମ୍ପୁଛି ଧାମନଗର। ଉପନିର୍ବାଚନ ପାଇଁ ସବୁ ଦଳର ପ୍ରାର୍ଥୀ ଏବେ ପ୍ରଚାରପ୍ରସାର ଚଳାଇଛନ୍ତି । ଷ୍ଟାର୍ ପ୍ରଚାରକମାନେ ମଧ୍ୟ ନିଜ ଦଳୀୟ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭରପୁର ପ୍ରୟାସ କରୁଛନ୍ତି। ୩ ତାରିଖରେ ଭୋଟ୍‌ ଗ୍ରହଣ ହେବାକୁ ଥିବା ବେଳେ ୧ ତାରିଖ ସନ୍ଧ୍ୟାରେ ସରିବ ପ୍ରଚାର । ପ୍ରଚାରକୁ ଆଉ ମାତ୍ର କେତେ ଘଣ୍ଟା ବାକି ରହିଛି । ଧାମନଗର ବ୍ଲକର ୪୪ ପଞ୍ଚାୟତ, ତିହିଡି ବ୍ଲକର ୧୩ ପଞ୍ଚାୟତ ଓ ଧାମନଗର ଏନଏସିର ୧୩ଟି ୱାର୍ଡ ଏବେ ଭୋଟ୍‌ ପ୍ରଚାରରେ କମ୍ପୁଛି।

ଏହାରି ମଧ୍ୟରେ ଆଜି ଧାମନଗର ଉପନିର୍ବାଚନ ପାଇଁ ଭର୍ଚୁଆଲ ମାଧ୍ୟମରେ ପ୍ରଚାରକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ।ନିର୍ବାଚନମଣ୍ଡଳୀର ମୋଟ ୬ଟି ଜୋନ୍‌‌ ଥିବାବେଳେ ପ୍ରତି ଜୋନ୍‌‌ରେ ୨-୩ଟି ଲେଖାଏଁ ଏଲଇଡି ଲଗାଯାିଛି। ଏଲଇଡି ଲାଗିବାକୁ ଥିବା ଅଞ୍ଚଳରେ ପ୍ରାୟ ୫ ହଜାରରୁ ୬ ହଜାର ଲୋକ ଏକତ୍ର ହେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରଚାରକୁ ନେଇ ନିର୍ବାଚନମଣ୍ଡଳୀର ଦଳୀୟ କର୍ମୀମାନେ ବେଶ୍‌‌ ଉତ୍ସାହିତ ଥିବା କହିଛନ୍ତି।

ସୂଚନାଯୋଗ୍ୟ ଯେ ଆସନ୍ତା ମଙ୍ଗଳବାର ନିର୍ବାଚନ ପ୍ରଚାରର ଶେଷଦିନ ଥିବାବେଳେ ଶାସକ ବିଜେଡି ସହ ବିରୋଧୀ ବିଜେପି ଏବଂ କଂଗ୍ରେସ ପକ୍ଷରୁ ଏଠାରେ ପ୍ରଚାର କାର୍ଯ୍ୟକ୍ରମକୁ ଜୋର୍‌‌ଦାର କରାଯାଇଛି। ପ୍ରଚାରରେ ଅନ୍ୟ ଦଳଙ୍କଠାରୁ ବିଜେଡି ଢେର ଆଗୁଆ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଦଳୀୟ ପ୍ରାର୍ଥିନୀ ଅବନ୍ତୀଙ୍କ ପାଇଁ ପ୍ରଚାର ଦଳକୁ ଆହୁରି ସୁବିଧାଜନକ ସ୍ଥିତିରେ ପହଞ୍ଚାଇବ ବୋଲି ସ୍ଥାନୀୟ ଅଞ୍ଚଳରେ ମତପ୍ରକାଶ ପାଇଛି।

ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି କେନ୍ଦ୍ରମନ୍ତ୍ରୀ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି
ଭୁବନେଶ୍ବର : ଧାମନଗର ଉପନିର୍ବାଚନରେ ରାଜ୍ୟ ବିଜେପିକୁ ଘାରିଛି ହାରିବା ଭୟ। ଯାହା ଫଳରେ ଭୋକ ବିକଳରେ ତାଟିଆ କାମୁଡିବା ଭଳି ହେଉଛି ବିଜେପି। କେତେବେଳେ ମାଆମାନଙ୍କୁ ଅପମାନିତ କରୁଛି ତ ଆଉ କେତେ ବେଳେ କେନ୍ଦ୍ରମନ୍ତ୍ରୀ ପ୍ରଚାରରେ ଆସି ବିବାଦୀୟ ମନ୍ତବ୍ୟ ଦେଉଛନ୍ତି । ଏବେ ପୁଣି ଧାମନଗରରେ ଗାଁ ଗାଁରେ ଗଣ୍ଡଗୋଳ କରିବାକୁ ବିଜେପି ରଚୁଛି ଷଡଯନ୍ତ୍ର। ଲୋକଙ୍କୁ ଉସକାଇ ବିଶୃଙ୍ଖଳା ସୃଷ୍ଟି କରୁଛି ବିଜେପି । ଏମିତି ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି ।

ନିର୍ବାଚନ ମଡେଲ ଆଚରଣ ବିଧିକୁ ଉଲ୍ଲଂଘନ କରିବାର ଓଡ଼ିଶା ବିଜେପିର ଏକ ପୁରୁଣା ଅଭ୍ୟାସ ରହିଛି, ଯେତେବେଳେ ସେମାନେ ଭୟଭୀତ ହେବା ଆରମ୍ଭ କରିବେ ଏବଂ ଜାଣିପାରିବେ ଯେ ସେମାନେ ଏକ ବୃହତ ନିର୍ବାଚନରେ ​​ପରାଜୟର ସମ୍ମୁଖୀନ ହେବେ। ନିରାଶ ଏବଂ ନିରାଶରେ, ସେମାନେ ଗଉଉ ର ଉଲ୍ଲଂଘନ ଆରମ୍ଭ କରନ୍ତି । ଗତକାଲି କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଧାମନଗର ପ୍ରଚାର କରିବା ବେଳେ ମିଥ୍ୟା ପ୍ରତିଶ୍ରୁତି ଦେବା ସହ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରିଛନ୍ତି। ଯାହାକୁ ନେଇ ଆଜି ବିଜୁ ଜନତା ଦଳ ପକ୍ଷରୁ ମୁଖପାତ୍ର ଲେନିନ ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପାଇଁ ପ୍ରଚାର କରୁଥିବାବେଳେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଭୋଟରଙ୍କୁ ପ୍ରଲୋଭୀତ କରିବା ଭଳି ବିଭିନ୍ନ ପ୍ରତିଶ୍ରୁତି ହେଇଥିଲେ। ଯାହା ନିର୍ବାଚନ ଆଚରଣ ବିଧିର ସମ୍ପୁର୍ଣ୍ଣ ଉଲ୍ଲଂଘନ।  ଧାମନଗର ଉପନିର୍ବାଚନରେ ବିଜେପିର ବୃହତ ​​ପରାଜୟ ହେବ ଏଣୁ  ନିରାଶାରେ ନିର୍ବାଚନ ମଡେଲ ଆଚରଣ ବିଧିକୁ ଉଲ୍ଲଂଘନ କରୁଛି ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି। ଏଥି ସହିତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ଜଣାଇବା ସହ ବିଜେଡି  ପ୍ରତିନିଧି ଦଳ ଏକ ପେନ୍ ଡ୍ରାଇଭ୍ ମଧ୍ୟ ପ୍ରଦାନ କରିଛନ୍ତି। ଯେଉଁଥିରେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ନିର୍ବାଚନ ମଡେଲ ଆଚରଣ ବିଧିକୁ ଉଲ୍ଲଂଘନର ଭିଡିଓ ରହିଛି।

ସୂଚନାଯୋଗ୍ୟ ପୂର୍ବରୁ ଏସଏଚଜି ମହିଳା ଟଙ୍କା ବାଣ୍ଟୁ ଥିବା କହିଥିଲା ବିଜେପି । ଯାହାକୁ ନେଇ ବିଜେଡି ପକ୍ଷରୁ ଆପତ୍ତି ଉଠାଯିବା ସହ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ଏହାପରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଟୁ ପ୍ରଚାରରେ ଆସିଥିବା ବେଳେ ମହିଳାମାନଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ସ୍ବାଭିମାନ ମାଟି ଧାମନଗରରୁ ଉଠିଥିଲା ସନ୍ତୋଷ ଓ ବିରୋଧର ସ୍ବର । ଏବେ ବିଜେପି ନେତା ଓ କର୍ମୀ ଲୋକଙ୍କୁ ଗଣ୍ଡଗୋଳ ପାଇଁ ଉସକାଇ ବିଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି ।

ଧାମନଗରରେ ରକ୍ତମୁଖା ହୋଇଛି ବିଜେପି, ପୁଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ଵାରସ୍ଥ ହେଲା ବିଜେଡ଼ି
ଭୁବନେଶ୍ବର : ଧାମନଗର ଉପନିର୍ବାଚନ ପାଇଁ ସବୁ ଦଳର ପ୍ରାର୍ଥୀ ଏବେ ପ୍ରଚାରପ୍ରସାର ଚଳାଇଛନ୍ତି । ଷ୍ଟାର୍ ପ୍ରଚାରକମାନେ ମଧ୍ୟ ନିଜ ଦଳୀୟ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପ୍ରୟାସ କରୁଥିବା ବେଳେ ଆଗୁଆ ପରାଜୟ ଭୟରେ ରକ୍ତ ମୁଖା ହୋଇଛି ରାଜ୍ୟ ବିଜେପି। ଏନେଇ ପୁଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ଵାରସ୍ଥ ହୋଇଛି ବିଜେଡ଼ି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ ପତ୍ର ଦେଇଛନ୍ତି ବିଜେଡି କର୍ମୀ । ଏନେଇ ଵିଜେଡ଼ି ମୁଖପାତ୍ର ଲେଲିନ୍ ମହାନ୍ତି ପ୍ରତିକ୍ରିୟା ରଖି କହିଛନ୍ତି ଯେ ବିଜେପି ଜାଣି ସାରିଛି ସେ ଧାମନଗରରେ ପରାଜିତ ହେବ। ଏଣୁ ପରାଜୟ ଭୟରେ ହୀନ ରାଜନୀତି କରୁଛି ବିଜେପି।

ପ୍ରଥମେ ପ୍ରାୟୋଜିତ ଏସଏଚଜି ଦ୍ଵାରା ଟଙ୍କା ଭିଡ଼ିଓ ଭାଇରାଲ କଲେ ଯାହା ବିଷୟରେ ବିଜେପି ମଧ୍ୟ ସ୍ପଷ୍ଟ କରିପାରୁନାହିଁ। ପୁଣି ଏକ ବିଚିତ୍ର ଅଡିଓ ତାଙ୍କର ଆଇଟି ସେଲ୍ ଦ୍ଵାରା ବାହାରକୁ ଆଣିଲେ।ଏଥିସହ ଧାମନଗରରେ ହାର ସୁନିଶ୍ଚିତ ଜାଣିବା ପରେ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଆଟାକ୍‌ କଲେ ଓ ଧମକ ଦେଲେ। ଆଉ ଏବେ ରକ୍ତମୁଖା ହୋଇ ବିଜେଡ଼ିର ମହିଳା ଓ ଯୁବ କର୍ମୀଙ୍କୁ ମଧ୍ୟ ଧମକ ଦେଉଛନ୍ତି। ଗାଁ ଗାଁରେ ବିଜେଡ଼ି କର୍ମୀଙ୍କୁ ଗାଳି ଗୁଲଜ କରିବା ସହ ବିଜେପି ଗଣ୍ଡଗୋଳ କରୁଥିବା ଲେନିନ୍‌ ମହାନ୍ତି କହିଛନ୍ତି । ତେଣୁ ପ୍ରତ୍ୟେକ ଗାଁରେ ସର୍ଭିଲାନ୍ସର ଅବଶ୍ୟକତା ଏବଂ ବିଜେଡ଼ି କର୍ମୀଙ୍କୁ ସୁରକ୍ଷା ଦେବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ବିଜେଡ଼ି ଦାବି କରିଛି ।

ଵିଜେଡ଼ି ମୁଖପାତ୍ର ଲେଲିନ୍ ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ଏସଏଚଜି ମହିଳାଙ୍କୁ ଅପମାନିତ କରୁଛି । ଅର୍ଥବଳରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଉଛି । ଏପରିକି ସ୍ଥାନୀୟ ପ୍ରଶାସନ ଉପରେ ମଧ୍ୟ ଚାପ ସୃଷ୍ଟି କରୁଛନ୍ତି ରାଜ୍ୟ ବିଜେପି ନେତା ଓ କର୍ମୀ ।ଏସଏଚଜି ମହିଳାଙ୍କ ମିଛ ଭିଡିଓ ଭାଇରାଲ କରି ୭୦ ଲକ୍ଷରୁ ଅଧିକ ସ୍ବୟଂ ସହାୟିକା ମହିଳାଙ୍କୁ ଅପମାନିତ କରାଯାଉଛି । ହାରିଯିବା ଭୟରେ ବ୍ୟାପକ ଭାବେ କଳା ଟଙ୍କାର ବ୍ୟବହାର କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଉଛି । ସେହିପରି ପ୍ରଶାସନ ବିରୋଧରେ ମିଛ ଅଭିଯୋଗ ଆଣି ସ୍ଥାନୀୟ ଅଧିକାରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରାଯାଉଛି। ଯାହାକୁ ନେଇ ଆମେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ରାଜ୍ୟ ବିଜେପି ନେତାଙ୍କୁ ଏହି ସବୁ ଅନୈତିକ କାମରୁ ନିବୃତ କରିବାକୁ ଦାବି କରିଛୁ।ଏଥିସହ ନିର୍ବାଚନ ମଣ୍ଡଳୀରେ ଅର୍ଥବଳ, ବାହୁବଳ ଓ ମିଛ ଅପପ୍ରଚାରକୁ ରୋକିବାକୁ ମନଟରିଂ ବ୍ୟବସ୍ଥାକୁ କଡ଼ା କଡି କରିବାକୁ ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି ଜଣାଇଛି।

ଭଦ୍ରକରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ଧାମନଗର ଉପ-ନିର୍ବାଚନ ପ୍ରସ୍ତୁତିର କଲେ ସମୀକ୍ଷା
ଭଦ୍ରକ: ଧାମନଗର ବିଧାନସଭା ଉପ-ନିର୍ବାଚନ ଲାଗି ଆଜି ଭଦ୍ରକ ଆସିଥିଲେ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି । ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନି ଜିଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ସିଧେଶ୍ୱର ବଳିରାମ ବୋନ୍ଦର, ବାଲେଶ୍ୱର ପୋଲିସ ଆଇଜି ହିମାଂଶୁ ଲାଲ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଭଦ୍ରକ ଏସପି ଚରଣ ସିଂ ମିନା ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ଆସନ୍ତା ୩ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଉପ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ ।

ସେହିଭଳି ଇଭିଏମ ଓ ଭିଭିପ୍ୟାଡ ମହଜୁଦ ଥିବା ଷ୍ଟ୍ରଙ୍ଗ ରୁମ ପରିଦର୍ଶନ କରିଥିଲେ । ଆସନ୍ତା ଉପ-ନିର୍ବାଚନ ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ ଭାବେ କରାଯିବ ଓ କେହି ଏଥିରେ ବ୍ୟତିକ୍ରମ କଲେ କଡା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ ।

ଧାମନଗରରେ ବିଜେଡିର ମିଶ୍ରଣପର୍ବ, ବିଜୁ ଜନତା ଦଳରେ ସାମିଲ ହେଲେ ବହୁ ବିଜେପି କର୍ମୀ
ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ମତଦାନକୁ ଆଉ ମାତ୍ର ୮ ଦିନ ବାକି। ଏହିକ୍ରମରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇବାରେ ଲାଗିଛି। ଅବନ୍ତୀଙ୍କ ସପକ୍ଷରେ ଦିନକୁ ଦିନ ସମର୍ଥ ବଢ଼଼ିବାରେ ଲାଗିଛି ଏବଂ ଦଳ ଯୋଜନାବଦ୍ଧ ଭାବରେ ଆଗକୁ ବଢ଼଼ୁଛି। ଧାମନଗରବାସୀ ଆଗାମୀ ନିର୍ବାଚନରେ ବିକାଶକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସାମଗ୍ରିକ ବିକାଶ ଧାରାରେ ଧାମନଗରକୁ ଯୋଡ଼ିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ବେଶ୍‍ ଉତ୍ସାହ ପ୍ରକାଶ ପାଇଛି।

ଧାମନଗର ଉପନିର୍ବାଚନ ପରିପ୍ରେକ୍ଷୀରେ ଧାମନଗର ଏନଏସି ଓ ଦଳାଙ୍ଗ, ପଧାନୀ, ମୁସ୍ତାଫାପୁର ଏବଂ ଭଗବାନପୁର ପଞ୍ଚାୟତର ବିଜେପି ଦଳ ଛାଡି ଧାମନଗର ପୂର୍ବତନ ଆଇଟି ସେଲ ସଂଯୋଜକ ମାନସ ମଣ୍ଟୁ, ଚନ୍ଦନ ଜେନା, ବିରଞ୍ଚି ନାରାୟଣ ଦାସ,  ତାପସ ରଞ୍ଜନ ପ୍ରଧାନ, ବର୍ଷା ରାଣୀ ଜେନା, ସରସ୍ବତୀ ଜେନା ତଥା ବରିଷ୍ଠ ନେତୃତ୍ୱ ଓ ଶତାଧିକ କର୍ମୀ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି।

ଏହି ମିଶ୍ରଣପର୍ବରେ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ମାନ୍ୟବର ବିଧାୟକ ପ୍ରଣବ ପ୍ରକାଶ ଦାସ, ମାନ୍ୟବର ଯୁବ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ, ବରିଷ୍ଠ ନେତା ପ୍ରଭାତ ଜେନା, ଦୋବଲ ଜୋନ ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ପ୍ରତାପ ସାମଲ, ବିଜୁ ଯୁବ ଜନତା ଦଳର ଅନ୍ୟାନ୍ୟ ବରିଷ୍ଠ ଓ ଯୁବ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।

ଧାମନଗରରେ ବଦଳୁଛି ସମୀକରଣ: ‘ଅନୁକମ୍ପା’ ଅପେକ୍ଷା ‘ବିକାଶ’କୁ ଗୁରୁତ୍ୱ
ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ମତଦାନକୁ ଆଉ ମାତ୍ର ୮ ଦିନ ବାକି। ଏହିକ୍ରମରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇବାରେ ଲାଗିଛି। ଅବନ୍ତୀଙ୍କ ସପକ୍ଷରେ ଦିନକୁ ଦିନ ସମର୍ଥ ବଢ଼଼ିବାରେ ଲାଗିଛି ଏବଂ ଦଳ ଯୋଜନାବଦ୍ଧ ଭାବରେ ଆଗକୁ ବଢ଼଼ୁଛି। ଧାମନଗରବାସୀ ଆଗାମୀ ନିର୍ବାଚନରେ ‘ଅନୁକମ୍ପା’ ଅପେକ୍ଷା ‘ବିକାଶ’କୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସାମଗ୍ରିକ ବିକାଶ ଧାରାରେ ଧାମନଗରକୁ ଯୋଡ଼ିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ବେଶ୍‍ ଉତ୍ସାହ ପ୍ରକାଶ ପାଇଛି।

ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ଅବନ୍ତୀଙ୍କ ଶିବିରରେ ସେତେ ବିରୋଧୀ ଦଳର କର୍ମୀ ଏବଂ ସମର୍ଥକମାନେ ଯୋଗ ଦେବାରେ ଲାଗିଛନ୍ତି। ଧାମନଗର ବ୍ଲକ, ଏବଂ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ କର୍ମୀ ବିଜେଡି ପ୍ରାର୍ଥୀଙ୍କୁ ନିଜର ସମର୍ଥନ ଜଣାଇଛନ୍ତି। ଧାମନଗର ବ୍ଲକ ଏବଂ ଏନଏସି ସହ ଦଇପୁର, ଦୋବଲ, କରଦା, ଖପରାପଦା, କଟସାହି ଓ କୁବେରା ଗ୍ରାମ ପଞ୍ଚାୟତର ବହୁ ବିଜେଡି ଏବଂ କଂଗ୍ରେସ କର୍ମୀ ବିଧିବଦ୍ଧ ଭାବେ ଶାସକ ଦଳରେ ସାମିଲ ହୋଇଛନ୍ତି। ଅନୁକମ୍ପା ବଦଳରେ ବିକାଶ ସହ ରହିବାକୁ ଆମେ ନିଷ୍ପତ୍ତି ନେଇଛୁ ବୋଲି ବିଜେପି ଏବଂ କଂଗ୍ରେସ ଛାଡ଼ି ଆସୁଥିବା ସମର୍ଥକ ଏବଂ କର୍ମୀମାନେ ମତପ୍ରକାଶ କରିଛନ୍ତି। ଶାସକ ଦଳ ପକ୍ଷରୁ ପ୍ରାୟ ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତରେ ୱାର୍ଡୱାରୀ କମିଟି ଗଠନ କରାଯାଇ ନିର୍ବାଚନୀ ପ୍ରଚାରର ପରିଚାଳନା କରାଯାଉଛି। ତେବେ ଯଦି ମୁଖ୍ୟମନ୍ତ୍ରୀ ଅବନ୍ତୀଙ୍କ ପାଇଁ ଭର୍ଚୁଆଲ ପ୍ରଚାର କରନ୍ତି ତାହେଲେ ଆଗାମୀ ଦିନରେ ଏହା ନିଶ୍ଚିତ ଭାବେ ଭୋଟବାକ୍ସରେ ପ୍ରତିଫଳିତ ହେବ ବୋଲି ବିଜେଡି ନେତାଏ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଅପରପକ୍ଷେ ବିଜେପି ନିଜର ସାଂଗଠନିକ ଭୋଟ ଅପେକ୍ଷା ଅନୁକମ୍ପା ଏବଂ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ରଙ୍କ ଉପରେ ଅଧିକ ଭରସା କରୁଥିବା ସୂଚନା ମିଳିଛି। ବିଜେପିର ପ୍ରାର୍ଥୀ ସୁର୍ଯ୍ୟବଂଶୀ ସୂରଜ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି। ତେବେ ଅତୀତରେ ବାଲେଶ୍ୱରରେ ବିଜେପି ପାଇଁ ଅନୁକମ୍ପା ଫ୍ୟାକ୍ଟର କାମ ଦେଇନଥିବା ବେଳେ ଧାମନଗରକୁ ନେଇ ଖୋଦ୍‍ ବିଜେପିର ନେତାଏ ମଧ୍ୟ ଶଙ୍କାଗ୍ରସ୍ତ ରହିଛନ୍ତି। ନିର୍ବାଚନକୁ ଦିନ ଯେତେ ପାଖେଇ ଆସୁଛି, ବିଜେପି ଶିବିରରୁ ସେତେ କର୍ମୀ ବିଜେଡି ଆଡକୁ ଢଳୁଥିବା ନଜରକୁ ଆସିଛି। ସେହିପରି ତିହିଡି ବ୍ଲକର ୧୩ ପଞ୍ଚାୟତରେ ମଧ୍ୟ ସ୍ଥିତି ବଦଳୁଥିବା ବେଳେ ଏହା ବିଜେପି ପାଇଁ ନିରାଶା ଆଣିପାରେ ବୋଲି ସ୍ଥାନୀୟ ବୁଦ୍ଧିଜିବୀ ମହଲରେ ମତପ୍ରକାଶ ପାଇଛି। ଅତଏବ, ଦଳ ସପକ୍ଷରେ ମାହୋଲ ସୃଷ୍ଟି ପାଇଁ ବିଜେପି ଚେଷ୍ଟାରତ ଥିବା ବେଳେ ୩ ଜଣ କେନ୍ଦ୍ରମନ୍ତ୍ରୀ ସୂରଜଙ୍କ ପାଇଁ ଖୁବଶୀଘ୍ର ପ୍ରଚାର ମୈଦାନକୁ ଓହ୍ଲାଇବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ଅପରପକ୍ଷେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ପ୍ରଚାରରେ ପଛରେ ପଡ଼ିଯାଇଥିବା ବେଳେ ରାଜ୍ୟସ୍ତରର ନେତାଙ୍କ ସହଯୋଗ ମଧ୍ୟ ସେତେଟା ମିଳୁନାହିଁ। ଯାହାଫଳରେ ଶ୍ରୀ ସେଠୀ ପ୍ରଚାରରେ ପୂରା ପଛରେ ପଡ଼ି ଯାଇଛନ୍ତି। ଅନ୍ୟପଟରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ୁଥିବା ରାଜେନ୍ଦ୍ର ଏବେ ପ୍ରାୟତଃ ଏକା ପଡ଼ିଯାଇଛନ୍ତି। ଦଳରୁ ବହିଷ୍କାର ହେବା ପରେ ବହୁ ସମର୍ଥକ ରାଜେନ୍ଦ୍ରଙ୍କ ହାତ ଛାଡ଼ି ଦେଇଛନ୍ତି ଓ ରାଜେନ୍ଦ୍ର ଏକାଏକା ପ୍ରଚାର ଚଳାଇଛନ୍ତି। ଭଦ୍ରକ ପୌରପାଳିକାର ଅଧ୍ୟକ୍ଷା ଗୁଲମକ୍କୀ ହବିବ୍‍ ତାଙ୍କ ସପକ୍ଷରେ ଆସନ୍ତା ୨୭ ତାରିଖରେ ପ୍ରଚାର କରିପାରନ୍ତି ବୋଲି ରାଜେନ୍ଦ୍ରଙ୍କ ନିକଟତମ ମହଲରୁ ସୂଚନା ମିଳିଛି। ତେବେ ଗୁଲମକ୍କୀଙ୍କ ପ୍ରଚାର ଧାମନଗରର ସଂଖ୍ୟାଲଘୁ ଭୋଟରଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଖୋଦ୍‍ ସେଠାକାର ସଂଖ୍ୟାଲଘୁ ଭୋଟରମାନେ ମତପ୍ରକାଶ କରିଛନ୍ତି। ବିରୋଧୀ ପ୍ରାର୍ଥୀମାନେ ଏବେ ଦଳୀୟ ସଂଗଠନ ଅପେକ୍ଷା ନିଜ ଷ୍ଟାର କ୍ୟାମ୍ପେନରଙ୍କ ଉପରେ ଅଧିକ ଭରସାରେ ଥିବାବେଳେ ଆଗକୁ ପ୍ରଚାର ରାଜନୀତି ଜୋର୍‍ ଧରିବ ବୋଲି ଚର୍ଚ୍ଚା ହେଉଛି।

ଗୋଟିଏ ପଟେ ବିଜେଡିର ମହିଳା ବ୍ରିଗେଡ଼୍‍ ପ୍ରଚାର ମଇଦାନରେ ଗୋଟିଏ ପରେ ଗୋଟିଏ ବିଜେପି ପ୍ରଚାର ମୈଦାନରେ ଆଗରେ ଥିବାବେଳେ ଦଳର ଛାତ୍ର, ଯୁବ ସଂଗଠନ ଦଳର ବିପୁଳ ବିଜୟ ପାଇଁ ଦିନ ରାତି ଏକ୍‍ କରି ଦେଇଛନ୍ତି। ପ୍ରଚାରରେ ଦୁଇପାଦ ଆଗରେ ଥିବା ବିଜେଡି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୈଦାନକୁ ଓହ୍ଲାଇବା ଦଳ ମଧ୍ୟରେ ସକରାତ୍ମକ ମାହୋଲକୁ ଦ୍ୱିଗୁଣିତ କରିଛି। ଆସନ୍ତା ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ଦଳ ପାଇଁ ଭର୍ଚୁଆଲ ପ୍ରଚାର କରିପାରନ୍ତି ବୋଲି ଦଳୀୟ ମହଲରେ ଆଲୋଚନା ଚାଲିଛି। ଯାହାକୁ ନେଇ କର୍ମୀମହଲରେ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଏହା ଭୋଟରଙ୍କୁ ଅବନ୍ତୀଙ୍କ ଶିବିରକୁ ଟାଣିବାରେ ଆହୁରି ସହାୟକ ହେବ ବୋଲି ବିଜେଡି ନେତାଏ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଧାମନଗର ଉପନିର୍ବାଚନ ପୂର୍ବରୁ ବଢୁଛି ବିଜେଡିର ବଳ
ଆରଡି : ଧାମନଗର ଉପନିର୍ବାଚନ ପୂର୍ବରୁ ବଢୁଛି ବିଜେଡିର ବଳ। କୋଠାର ପଞ୍ଚାୟତର ବିଜେପି ଦଳର ବରିଷ୍ଠନେତା ତଥା ପୂର୍ବତନ ସରପଞ୍ଚ ନିମାଇଁ ନାୟକଙ୍କ ସହ ଶତାଧିକ କର୍ମୀ ବିଜେଡିର ଯୋଗଦାନ। ଏହି ମିଶ୍ରଣପର୍ବରେ ଧର୍ମଶାଳା ବିଧାୟକ ତଥା ଜିଲା ପର୍ଯ୍ଯବେକ୍ଷକ ପ୍ରଣବବଳବନ୍ତ ରାୟ, ଭଦ୍ରକ ବିଧାୟକ ସଂଞିବ ମଲିକ ପ୍ରମୁଖ ଉପସ୍ଥିତଥିଲେ। ରାଜ୍ଯର ମୁଖ୍ଯମନ୍ତ୍ରୀଙ୍କ ତଥା ବିଜେଡିଦଳର ସୁପ୍ରିମ ନବୀନ ପଟନାୟକଙ୍କ ଲୋକାଭିମୁଖି କାର୍ଯ୍ଯ ଓ ତାଙ୍କର ଲୋକପ୍ରିୟତାକୁ ନେଇ ବିଜେପି ଦଳର ପୂର୍ବତନ ସରପଞ୍ଚଙ୍କ ସହ ଛାମୁଆ ନେତା ବିଜେଡିରେ ଯୋଗଦାନ କରିଛନ୍ତି। ବିଧାୟକ ପୁଷ୍ପଗୁଚ୍ଛ ଓ ଦଳୀୟ ଓତରୀୟ ଦେଇ ସ୍ବାଗତ କରିଥିଲେ।