Rupee Against Dollars - The Sakala

ଦୁର୍ବଳ ହେବାରେ ଲାଗିଛି ଭାରତୀୟ ମୁଦ୍ରା ‘ଟଙ୍କା’, ଡଲାର ତୁଳନାରେ ରେକର୍ଡ ସର୍ବନିମ୍ନ ୯୦ ଟଙ୍କା ସ୍ତରକୁ ଖସିଆସିଛି
ମୁମ୍ବଇ: ଦୁର୍ବଳ ହେବାରେ ଲାଗିଛି ଭାରତୀୟ ମୁଦ୍ରା ‘ଟଙ୍କା’। ବୁଧବାର ଟଙ୍କା ମୂଲ୍ୟ ରେକର୍ଡ ସର୍ବନିମ୍ନ ୯୦ ଟଙ୍କା ସ୍ତରକୁ ଖସିଆସିଛି। ଆମେରିକୀୟ ଡଲାର ମଜବୁତ ହେବାର ପ୍ରଭାବରେ ଟଙ୍କା ମୂଲ୍ୟରେ ଏଭଳି ଐତିହାସିକ ହ୍ରାସ ଘଟିଛି। ଫଳରେ ଚାପଗ୍ରସ୍ତ ହୋଇଛି ଘରୋଇ ମୁଦ୍ରା। ଭାରତୀୟ ମୁଦ୍ରା ଇତିହାସରେ ପ୍ରଥମ ଥର ପାଇଁ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୯୦ ଟଙ୍କା ସ୍ତର ଅତିକ୍ରମ କରିଛି ।

ଟଙ୍କା ଉପରେ ବଢ଼ୁଥିବା ଚାପ ପଛରେ ଅନେକ କାରଣ ରହିଛି। ଯେପରିକି ଡଲାର ଚାହିଦାରେ ବୃଦ୍ଧି ଓ ବିଶ୍ୱରେ ରାଜନୈତିକ-ଅର୍ଥନୈତିକ ଅନିଶ୍ଚିତତା । ବିଗତ କିଛି ଦିନ ହେବ ବୈଦେଶିକ ମୁଦ୍ରା ବିନିମୟ ବଜାରରେ ଟଙ୍କା ମୂଲ୍ୟରେ ହ୍ରାସ ଧାରା ଜାରି ରହିଛି। ଆଜି ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ୯ ପଇସା ହ୍ରାସ ଘଟି ଏହା ୯୦.୧୩ ଟଙ୍କା ଭଳି ନିମ୍ନ ସ୍ତରକୁ ଖସିଆସିଥିଲା। ବଜାର ଖୋଲିବା ମାତ୍ରେ ମୁଦ୍ରା ମୂଲ୍ୟରେ ହୋଇଥିବା ଏହି ହ୍ରାସ ଭାରତୀୟ ଅର୍ଥନୀତି ପାଇଁ ଏକ ବଡ଼ ଝଟ୍‌କାଠାରୁ କମ୍ ନୁହେଁ। ଟଙ୍କା ମୂଲ୍ୟରେ ଏହି ହ୍ରାସ ଭାରତୀୟ ଅର୍ଥନୀତି ଉପରେ ଚାପ ବୃଦ୍ଧି କରୁଛି। ଏହା ଚିନ୍ତାର ବିଷୟ। କାରଣ ଏପରି ପରିସ୍ଥିତି ମୁଦ୍ରାସ୍ଫୀତିର ବିପଦକୁ ଆହୁରି ବଢ଼ାଇବ।  ପୂର୍ବରୁ ଏପରି ହ୍ରାସ ୨୦୨୨ ରେ ଦେଖିବାକୁ ମିଳିଥିଲା।

ବିଗତ କିଛି ଦିନ ଧରି ବିଶ୍ବ ବଜାରରେ ଅନିଶ୍ଚିତତା ବୃଦ୍ଧି ପାଉଛି। ଡଲାର ମଜବୁତ ହେଉଛି। ଏପରି ପରିସ୍ଥିତିରେ, ନିବେଶକମାନେ ସୁରକ୍ଷିତ ନିବେଶ ବିକଳ୍ପ ଖୋଜୁଛନ୍ତି ଏବଂ ଡଲାର ଆଡକୁ ମୁହାଁଇଛନ୍ତି। ଏହାବ୍ୟତୀତ, ବିଦେଶୀ ନିବେଶକମାନେ ମଧ୍ୟ ଭାରତୀୟ ବଜାରରୁ ପାଣ୍ଠି ପ୍ରତ୍ୟାହାରକୁ ତ୍ୱରାନ୍ୱିତ କରିଛନ୍ତି। ଫଳସ୍ୱରୂପ, ଟଙ୍କା ଦୁର୍ବଳ ହେଉଛି ଏବଂ ଡଲାରର ଚାହିଦା ବୃଦ୍ଧି ପାଉଛି। ଟଙ୍କା ୯୦ ସ୍ତର ଅତିକ୍ରମ କରିବା ମଧ୍ୟ ବଜାର ପରିବର୍ତ୍ତନକୁ ସୂଚିତ କରୁଛି। ଆମେରିକା ଭାରତ ଉପରେ ୫୦% ଶୁଳ୍କ ଲାଗୁ କରିଛି। ଏହାବ୍ୟତୀତ, ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତିରେ ବିଳମ୍ବ, ଆମେରିକାର ଆର୍ଥିକ ନୀତି ଏବଂ ଆମେରିକୀୟ ଫେଡେରାଲ ରିଜର୍ଭର ସୁଧ ହାର ବିଷୟରେ ବୃଦ୍ଧି ପାଉଥିବା ଅନୁମାନ ମଧ୍ୟ ଟଙ୍କା ଉପରେ ଚାପ ବୃଦ୍ଧି କରୁଛି। ଟଙ୍କା ଦୁର୍ବଳ ହେବା କେବଳ ଆମଦାନୀ ଖର୍ଚ୍ଚ ବୃଦ୍ଧି କରୁନାହିଁ ବରଂ ପେଟ୍ରୋଲ ଏବଂ ଡିଜେଲ, ଯନ୍ତ୍ରପାତି, ମୋବାଇଲ୍ ଫୋନ୍, ଇଲେକ୍ଟ୍ରୋନିକ୍ସ ଏବଂ ବିଦେଶ ଯାତ୍ରା ମୂଲ୍ୟ ବଢ଼ାଉଛି।

ଡଲାର ତୁଳନାରେ ଭାରତୀୟ ଟଙ୍କାର ସର୍ବକାଳୀନ ମୂଲ୍ୟ ହ୍ରାସ; ଗୋଟିଏ ଡଲାରର ମୂଲ୍ୟ ୮୨ ଟଙ୍କା ୩୩ ପଇସା
ନୂଆଦିଲ୍ଲୀ: ତଳମୁହାଁ ଟଙ୍କା । ଡଲାର ତୁଳନାରେ ଦିନକୁ ଦିନ ଭାରତୀୟ ମୁଦ୍ରା ଦୁର୍ବଳ ହେବାରେ ଲାଗିଛି । ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ସର୍ବନିମ୍ନସ୍ତରରେ ପହଞ୍ଚିଛି । ଗୋଟିଏ ଡଲାରର ମୂଲ୍ୟ ଭାରତୀୟ ଟଙ୍କା ହିସାବରେ ୮୨ ଟଙ୍କା ୩୩ ପଇସାକୁ ଛୁଇଁଛି । କ୍ରମାଗତ କିଛି ଦିନ ଧରି ଭାରତୀୟ ମୁଦ୍ରାର ଅବମୂଲ୍ୟାୟନ ଘଟି ଚାଲିଛି । ଗତକାଲି ମୁଦ୍ରା ମୂଲ୍ୟ ୧୬ ପଇସା ହ୍ରାସ ପାଇବା ପରେ ଭାରତୀୟ ଟଙ୍କାର ମୂଲ୍ୟ ୮୨ ଟଙ୍କା ୩୩ ପଇସା ହୋଇଛି । ଆନ୍ତର୍ଜାତିକ ବଜାରରେ ତୈଳ ଦର ହ୍ରାସ, ଆମେରିକୀୟ ବଣ୍ଡରେ ଅବମୂଲ୍ୟାୟନ ଆଦି କାରଣରୁ ଭାରତୀୟ ମୁଦ୍ରା ମୂଲ୍ୟ ହ୍ରାସ ପାଇଛି । ସେପଟେ ରିଜର୍ଭ ଥିବା ପରିମାଣର ଖର୍ଚ୍ଚ ଉପରେ ଲଗାମ ଲଗାଇଛନ୍ତି ରିଜର୍ଭ ବ୍ୟାଙ୍କ ।

ଆଜି ଡଲାର ତୁଳନାରେ ଭାରତୀୟ ଟଙ୍କାର ସର୍ବକାଳୀନ ମୂଲ୍ୟ ହ୍ରାସ ହୋଇଛି । ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ହେଉଥିବାରୁ ଏବେ ଭାରତକୁ ଆମଦାନୀ ବାବଦକୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିବ । ଆଉ ସେସବୁ ସାମଗ୍ରୀର ଦର ଭାରତରେ ମହଙ୍ଗା ହେବ । ସେହିପରି ବିଦେଶରୁ ପଢୁଥିବା ଛାତ୍ରଙ୍କ ଖର୍ଚ୍ଚ ମଧ୍ୟ ବଢିବ ।

କେବଳ ଚଳିତ ବର୍ଷ ମୁଦ୍ରା ମୂଲ୍ୟ ୧୦ ପ୍ରତିଶତ ହ୍ରାସ ପାଇଥିଲା । ତୈଳ ଦର ବ୍ୟାରେଲ ପିଛା ୯୩.୯୯ ଡଲାର ହେବା ଯୋଗୁ ଏହାର ପ୍ରଭାବ ମୁଦ୍ରା ଉପରେ ପଡ଼ିଛି । ତେଣେ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଅଭିବୃଦ୍ଧି ହାର ଆକଳନ କରିଛ ବିଶ୍ୱ ବ୍ୟାଙ୍କ । ଗତ ଜୁନରେ ସରକାର ଯେଉଁ ଆକଳନ କରିଥିଲେ ତାହାର ୧ ପ୍ରତିଶତ କମ୍ ଆକଳନ କରିଛନ୍ତି ବିଶ୍ୱବ୍ୟାଙ୍କ । ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଓ ବିଶ୍ୱବ୍ୟାଙ୍କର ବାର୍ଷିକ ସାଧାରଣ ବୈଠକ ପୂର୍ବରୁ ଦକ୍ଷିଣ ପୂର୍ବ ଅର୍ଥନୈତିକ ଫୋକସରେ ବିଶ୍ୱବ୍ୟାଙ୍କ କହିଛନ୍ତି- ବିଶ୍ୱର ଅନ୍ୟ ରାଷ୍ଟ୍ର ତୂଳନାରେ ଭାରତର ଅବସ୍ଥା ଅଧିକ ସୁଧୁରୁଛି ।